Chief Secretary Suresh Chandra Mohapatra - The Sakala

ପୁରୀ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ଯର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ
ପୁରୀ: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ପୁରୀ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ସ୍ୱତନ୍ତ୍ର ପ୍ରଦକ୍ଷଣଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାରେ ଯାରି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସଂପୃକ୍ତ ବରିଷ୍ଠ ଅଧିକାରୀମାନଙ୍କ ସହ ଶ୍ରୀ ମହାପାତ୍ର ଆଲୋଚନା କରିଛନ୍ତି ।

ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ, ଅବଢ଼ା ଯୋଜନା ଅନ୍ତର୍ଗତ ଶ୍ୱେତଗଙ୍ଗା, ମାର୍କଣ୍ଡ, ନରେନ୍ଦ୍ର ଓ ଇନ୍ଦ୍ରଦ୍ୟୁମ୍ନ ଐତିହ୍ୟ ସଂପର୍ଣ୍ଣ ତୀର୍ଥ ପୁଷ୍କରଣୀ ଗୁଡିକର ଉନ୍ନତିକରଣ, ମୋଚିସାହି ସ୍ଥିତ ମହୋଦଧି ମାର୍କେଟ କମ୍ପ୍ଲେକ୍ସ ଓ ବଡଦାଣ୍ଡ ସ୍ଥିତ ମ୍ୟୁନିସପାଲଟି ମାର୍କେଟ କମ୍ପ୍ଲେକ୍ସ, ଜେଲ ରୋଡ ସ୍ଥିତ ବହୁତଳ ପାର୍କିଂ ବ୍ୟବସ୍ଥା, ଓଡ଼ିଆ ବିଶ୍ୱବିଦ୍ୟାଳୟ, ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଜନ୍ମ ପୀଠର ଉନ୍ନତିକରଣ, ଜିଲ୍ଲାର ବିଭିନ୍ନ ବ୍ଲକରେ ବିଜୁପଟ୍ଟନାୟକ ଇନଣ୍ଡୋର ଷ୍ଟାଡିୟମ୍ ଏବଂ ଆଦର୍ଶ ବିଦ୍ୟାଳୟ ନିର୍ମାଣ କାର୍ୟ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ସହ କାର୍ଯ୍ଯ ତ୍ୱରାନିତ୍ୱ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।

ଏହା ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଅବଢ଼ା ଯୋଜନା ଅନ୍ତର୍ଗତ ଜଗନ୍ନାଥବଲ୍ଲଭ ପାର୍କିଂ ସ୍ଥଳୀ, ପ୍ରାୟ ୧୯୦ କୋଟି ଟଙ୍କା ଅଟକଳରେ ନିର୍ମାଣଧୀନ ଶ୍ରୀ ସେତୁ ପ୍ରକଳ୍ପ, ପ୍ରାୟ ୧୩୩ କୋଟି ଟଙ୍କା ଅଟକଳରେ ମୂଶା ନଦୀର ଦୁଇ ପର୍ୟ୍ୟାୟ ସଂପ୍ରସାରଣ କାର୍ୟ୍ୟ, ୧୮୦ କୋଟି ଟଙ୍କାରେ ନିର୍ମାଣ କରାଯାଉଥିବା ସମଙ୍ଗସ୍ଥିତ ପ୍ରଦର୍ଶନୀ ତଥା ପାର୍କିଂ ଏରିନା, ହବିଷ୍ୟାଳୀ ଆଶ୍ରୟସ୍ଥଳୀ- ବୃନ୍ଦାବତୀ ନିବାସ, ନିର୍ମାଣଧିନ ଶ୍ରୀଜଗନ୍ନାଥ ଷ୍ଟାଡିୟମ୍ ପରିଦର୍ଶନ କରି ଅଧିକାରୀମାନଙ୍କ ସହ କ୍ଷେତ୍ରସ୍ତରୀୟ ସମୀକ୍ଷା କରିଛନ୍ତି ।

ପ୍ରକଳ୍ପଗୁଡିକର ଅଗ୍ରଗତି ସଂପର୍କରେ ଅବଗତ ହେବା ସହ କାର୍ୟ୍ୟ ତ୍ୱରାନିତ୍ୱ ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଏହି ଗସ୍ତ କାର୍ୟ୍ୟକ୍ରମ ସମୟରେ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) କୈଳାସ ଚନ୍ଦ୍ର ନାୟକ, ଉପଜିଲ୍ଲାପାଳ ଭବତାରଣ ସାହୁ, ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଅଜିତ କୁମାର ମହାପାତ୍ର, ସିଡିଏମଓ ଡା. ସୁଜାତା ମିଶ୍ର, ଓବିସିସି ଜିଏମ ପ୍ରଭାତ କୁମାର ପାଣିଗ୍ରାହୀ ଏବଂ ଶ୍ରୀଧର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

କିଡନୀ ରୋଗୀଙ୍କୁ ମେଡିସିନ୍‌ ଯୋଗାଣର ସମୀକ୍ଷା କଲେ ମୁଖ୍ୟ ସଚିବ
ଭୁବନେଶ୍ବର: କିଡ୍‌ନୀ ପ୍ରତିରୋପଣ ରୋଗୀଙ୍କୁ ଔଷଧ ଯୋଗାଣର ସମୀକ୍ଷା କରିଛନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର।  ଭୁବନେଶ୍ୱରରେ ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରାଯାଇଛି। ନିରାମୟ ମାଧ୍ୟମରେ ଓଡ଼ିଶା ରାଜ୍ୟ ମେଡିକାଲ କର୍ପୋରେସନ ଲିମିଟେଡ ପ୍ରଦାନ କରାଯାଉଥିବା ଔଷଧ ଅତ୍ୟନ୍ତ ଫଳପ୍ରଦ ବୋଲି ବୈଠକରେ ମତ ପ୍ରକାଶ ପାଇଛି। ଯୋଗାଇ ଦିଆଯାଇଥିବା ଔଷଦର ବ୍ୟବହାର ଦ୍ୱାରା କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନଥିବା ରୋଗୀ କିମ୍ବା ଏକ୍ସପର୍ଟ କମିଟି ଦ୍ୱାରା କୁହାଯାଇଛି। ତେବେ ରୋଗୀଙ୍କ ନିଜ ପସନ୍ଦରେ ଔଷଧ କିଣାଯାଇ ଯୋଗାଇ ଦେବା ସମ୍ଭବ ନୁହେଁ ବୋଲି ବୈଠକରେ କୁହାଯାଉଛି।କିଡ୍‌ନୀ ରୋଗୀଙ୍କୁ ସର୍ବୋତ୍ତମ ଚିକିତ୍ସା ସେବା ଓ ଔଷଧ ଯୋଗାଇ ପୁଣି ଥରେ ପ୍ରତିଶ୍ରୁତି ଦିଆଯାଇଛି।

ଉଚ୍ଚସ୍ତରୀୟ ବୈଠକରେ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ, କିଡ୍‌ନୀ ରୋଗୀଙ୍କୁ ଯୋଗାଇ ଦିଆଯାଉଥିବା ଔଷଧର ମାନ, ଔଷଧ ସଂଗ୍ରହ ଓ ଯୋଗାଣ ନେଇ ବିସ୍ତୁତ ଭାବେ ସୂଚନା ଦେଇଥିଲେ। କିଡ୍‌ନୀ ପ୍ରତିରୋପଣ ଓ ଅପରେସନ ପରେ ରୋଗୀଙ୍କୁ ନିରାମୟ କାଉଣ୍ଟର ମାଧ୍ୟମରେ ମାଗଣାରେ ଯୋଗାଇ ଦିଆଯାଉଛି।

ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଇ-ଅଫିସର ଶୁଭାରମ୍ଭ, ସେବା ଯୋଗାଣରେ ଆସିବ ବୈପ୍ଳବିକ ପରିବର୍ତ୍ତନ
ଭୁବନେଶ୍ୱର: ୫ଟି ଆଧାରରେ ରାଜ୍ୟ ପ୍ରଶାସନ କ୍ଷେତ୍ରରେ ଅନ୍ୟ ଏକ ପଦକ୍ଷେପ ଭାବେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି କଟକ ପୌର ନିଗମ (ସି.ଏମ୍.ସି), ଓଡ଼ିଶା ଜଳ ବିଦ୍ୟୁତ ନିଗମ (ଓ.ଏଚ୍.ପି.ସି) ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟ ନିମନ୍ତେ ଇ-ଅଫିସ୍ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ।

ରାଜ୍ୟ ଲୋକସେବା ଭବନ ସଭାଗୃହରୁ ଏହି ତିନିଟି ସଂସ୍ଥାର କାର୍ଯ୍ୟଧାରା ଅନୁଯାୟୀ ପ୍ରସ୍ତୁତ ଭିନ୍ନ ଭିନ୍ନ ସଫ୍ଟ ଓୟାର ଶୁଭାରମ୍ଭ କରି ମୁଖ୍ୟ ଶାସନ ସଚିବ କହିଥିଲେ ଯେ ଓସ୍ୱାସ୍ ଏବଂ ଇ-ଅଫିସ୍ ସରକାରୀ ପ୍ରଶାସନ ଓ ସେବା ଯୋଗାଣରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗର ଦୁଇଟି ଜ୍ୱଳନ୍ତ ଉଦାହରଣ । ଏହା ଅଫିସ କାର୍ଯ୍ୟଧାରାକୁ ସରଳ ଓ ସ୍ୱୟଂକ୍ରିୟ କରିବା ସହ ନିଷ୍ପତ୍ତି ଗ୍ରହଣ ଓ ସେବା ଯୋଗାଣରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି ।

ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଥିଲେ ଯେ, ଅଫିସ ବରଣ୍ଡାରେ ଗଦା ଗଦା ଫାଇଲ୍ ବୋହିବା, ମାସ ମାସ ଧରି ଫାଇଲ୍ ଗୋଟିଏ ଟେବୁଲରେ ପଡି ରହିବା, ଫାଇଲ୍ ଲୁଚାଇଦେବା, ଫାଇଲ୍ ହଜିବା ଏବଂ ଫାଇଲ୍ ହେରଫେର କରିବା ଆଦି ଅତୀତର କଥା ହୋଇଯାଇଛି। ଇ-ଅଫିସ୍ ମଧ୍ୟ ଅନଲାଇନରେ ବିଭିନ୍ନପ୍ରକାର ସେବା, ପ୍ରମାଣପତ୍ର ଅନୁମତି, କ୍ଷମତାପତ୍ର ପ୍ରଦାନରେ ବଡ ସହାୟକ ହୋଇଛି । ଇ-ଅଫିସ୍ ବ୍ୟବସ୍ଥା ସରକାରୀ କାର୍ଯ୍ୟାଳୟକୁ ବର୍ତ୍ତମାନ ଓ ଭବିଷ୍ୟତ ଆହ୍ୱାନ ପାଇଁ ଦକ୍ଷ କରିଛି ।

ଯେଉଁ କାର୍ଯ୍ୟାଳୟ ଗୁଡିକ ଓସ୍ୱାସ୍ ଦ୍ୱାରା ସଂଯୋଗ ହୋଇ ନ ପାରିଛି ସେସବୁରେ ଇ-ଅଫିସ ଶିଘ୍ର ଆରମ୍ଭ କରିବା ନିମନ୍ତେ ଏକ ସମୟାନୁବନ୍ଧିତ କାର୍ଯ୍ୟ-ଯୋଜନା ପ୍ରସ୍ତୁତ କରିବାକୁ ଶ୍ରୀ ମହାପାତ୍ର ସି.ଏମ୍.ଜି.ଆଇ. ଏବଂ ଏନ୍.ଆଇ.ସି.ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ଅବସରରେ ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା କହିଥିଲେ ଯେ ଖୁବ୍ କମ୍ ସମୟ ମଧ୍ୟରେ ୮୩୬ ଟି ସରକାରୀ କାର୍ଯ୍ୟାଳୟରେ ଇ-ଅଫିସ ଆରମ୍ଭ କରିବା ଦିଗରେ ସି.ଏମ୍.ଜି.ଆଇ.ର କାର୍ଯ୍ୟ ପ୍ରଶଂସନୀୟ । ଏହି ବ୍ୟବସ୍ଥା ଫାଇଲ୍ ଆରମ୍ଭରୁ ନିଷ୍ପତ୍ତି ଗ୍ରହଣ ଏବଂ ସେବା ପ୍ରଦାନକୁ ତ୍ୱରାନ୍ୱିତ କରିବା ସହ ବିଭିନ୍ନ ସ୍ତରରେ ସରକାରୀ ବ୍ୟବସ୍ଥାକୁ ଅଧିକ ସକ୍ରିୟ ଓ ଉତ୍ତରଦାୟୀ କରିଛି ।

ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର କହିଥିଲେ ଯେ ଓସ୍ୱାସ୍ ମାଧ୍ୟମରେ ଅଫିସ ସ୍ୱୟଂକ୍ରିୟ କରିବା ଦିଗରେ ଓଡ଼ିଶା ଜାତୀୟସ୍ତରରେ ଏକ ଅଗ୍ରଣୀ ରାଜ୍ୟ । ବିଭିନ୍ନ ସ୍ତରରେ ଥିବା କାର୍ଯ୍ୟାଳୟ ମାନଙ୍କର ନଥିପତ୍ର ଡ଼ିଜିଟାଇଜ୍ଡ଼୍ କରିବା ସମୟସାପେକ୍ଷ ହୋଇଥିବାରୁ ଏନ୍.ଆଇ.ସି. ଏବଂ ସି.ଏମ୍.ଜି.ଆଇ.ଙ୍କ ମିଳିତ ସହଯୋଗିତାରେ ଇ-ଅଫିସ୍ କାର୍ଯ୍ୟାୟନ ଆରମ୍ଭ ହୋଇଛି । ଏହି ବ୍ୟବସ୍ଥା ଖୁବ୍ ସରଳ ଓ ସୁଗମ । ସମସ୍ତ ନିଗମ, ସାଧାରଣ ଉଦ୍ୟୋଗ ଏବଂ ବିଶ୍ୱବିଦ୍ୟାଳୟରେ ଇ-ଅଫିସ୍ ଆରମ୍ଭ କରିବା ପାଇଁ ଲକ୍ଷ୍ୟ ରଖା ଯାଇଛି ।

ସି.ଏମ୍.ଜି.ଆଇ.ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ଼ଃ ସତ୍ୟପ୍ରିୟ ରଥ କହିଥିଲେ ଯେ ବିଭିନ୍ନ କାର୍ଯ୍ୟାଳୟରେ ଇ-ଅଫିସ୍ର ଗ୍ରହଣୀୟତା ଓ କାର୍ଯ୍ୟକାରିତା ବେଶ୍ ଉତ୍ସାହ ଜନକ ହୋଇଛି । ଖୁବ୍ ଶିଘ୍ର ଆଉ ୧୦୦ ଟି କାର୍ଯ୍ୟାଳୟ ଓ ନିଗମରେ ଏହି ବ୍ୟବସ୍ଥା ପ୍ରଚଳନ କରାଯିବ।

ଉଚ୍ଚ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଏବଂ ଓ.ଏଚ୍.ପି.ସି.ର ଅଧ୍ୟକ୍ଷ ଶ୍ରୀ ବିଷ୍ଣୁପଦ ସେଠୀ, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟର କୁଳାଧିପତି ପ୍ରଫେସର ରବିନ୍ଦ୍ର କୁମାର ପଣ୍ଡା, କଟକ ପୌର ନିଗମ କମିଶନର ଶ୍ରୀ ନିଖିଲ ପବନ କଲ୍ୟାଣ, ଏନ୍.ଆଇ.ସି. ଉପ ମହାନିର୍ଦ୍ଦେଶକ ଶ୍ରୀମତୀ କବିତା ରାୟ ଦାଶ, ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ ଦେବବ୍ରତ ମଳ୍ଲିକ, ସି.ଏମ୍.ଜି.ଆଇ. ପ୍ରକଳ୍ପ ସଂଯୋଜକ ଶ୍ରୀ ପିନାକୀ ମହାନ୍ତିଙ୍କ ସମେତ ସଂପୃକ୍ତ ବିଭାଗ ଓ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଏହି ଉତ୍ସବରେ ଅଂଶଗ୍ରହଣ କରି ନିଜ ନିଜର ମତାମତ ରଖିଥିଲେ ।

ଆଉ ୬ମାସ ବଢ଼ିଲା ମୁଖ୍ଯ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ଯକାଳ
ଭୁବନେଶ୍ୱର: ପୁଣି ବଢ଼ିଛି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ଯକାଳ। ଆଉ ୬ ମାସ କାର୍ଯ୍ଯକାଳ ବୃଦ୍ଧି ପାଇଁ କେନ୍ଦ୍ରର ଅନୁମୋଦନ। ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବକୁ କେନ୍ଦ୍ରରୁ ଅନୁମୋଦନ ମିଳିଛି। ଯାହା ଫଳରେ ସୁରେଶ ମହାପାତ୍ରଙ୍କ କାର୍ଯ୍ଯକାଳ ସେପ୍ଟେମ୍ବର ୧ରୁ ଫେବୃଆରୀ ୨୦୨୩ ପର୍ଯ୍ଯନ୍ତ ବୃଦ୍ଧି ପାଇଛି। ୨୮ ଫେବ୍ରୁଆରୀ ୨୦୨୩ ପର୍ଯ୍ଯନ୍ତ ନିଜ ପଦରେ ରହିବେ ସୁରେଶ। ପୂର୍ବରୁ ମଧ୍ୟ ସୁରେଶ ମହାପାତ୍ରଙ୍କର ୬ ମାସ କାର୍ଯ୍ଯକାଳ ବଢ଼ିଥିଲା । ୨୦୨୨ ଫେବ୍ରୁଆରୀରେ ସୁରେଶ ମହାପାତ୍ରଙ୍କ କାର୍ଯ୍ଯକାଳ ଶେଷ ହେଉଥିଲା । ପୂର୍ବରୁ ପ୍ରଥମ ଦଫାରେ ୬ ମାସ କାର୍ୟ୍ୟ କାଳ ବୃଦ୍ଧି କରାଯାଇଥିଲା ।

ନିର୍ମାଣ ଅଗ୍ରଗତିର ସମୀକ୍ଷା କଲେ ମୁଖ୍ୟ ସଚିବ: ଏ ବର୍ଷ ତିଆରି ହେବ ୩୦୦ ଚେକ୍‍ ଡ୍ୟାମ୍‌
ଭୁବନେଶ୍ୱର: ବିଭିନ୍ନ ଜିଲ୍ଲାରେ ପୋଲ ତଥା ଚେକ୍‍ଡ୍ୟାମ୍‍ ନିର୍ମାଣରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି। ୨ ମାସ ମଧ୍ୟରେ ୪୫ଟି ଚେକ୍‍ ଡ୍ୟାମ୍‍ ନିର୍ମାଣ ସରିଥିବା ବେଳେ ଚଳିତ ବର୍ଷ ହିଁ ୩ଶହ ଚେକ୍‍ ଡ୍ୟାମ୍‍ ତିଆରି ହେବ। ତିଆରି ହୋଇଥିବା ଚେକ୍‍ ଡ୍ୟାମ୍‍ ମଧ୍ୟରୁ ପୂର୍ତ୍ତ ବିଭାଗ ୩୧ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ୧୪ଟିର ନିର୍ମାଣ କରିଛି। ଏହା ଛଡ଼ା ଉଭୟ ବିଭାଗ ପକ୍ଷରୁ ପ୍ରାୟ ୪୮୦ଟି ପୋଲ ଚିହ୍ନଟ ହୋଇଛି। ଏହିସବୁ ପୋଲ ତଳେ ଚେକ୍‍ ଡ୍ୟାମ ତିଆରି ହେବ। ଏଥିପାଇଁ ୪୧୩.୮୧ କୋଟି ଖର୍ଚ୍ଚ କରାଯିବ। ଆଜି ଚେକ୍‍ଡ୍ୟାମ ନିର୍ମାଣର ଅଗ୍ରଗତି ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସମୀକ୍ଷା କରିଛନ୍ତି।

ଚେକ୍‍ ଡ୍ୟାମ୍‍ ତିଆରି ହୋଇଥିବା ନଦୀ କିମ୍ବା ନାଳର ଉଭୟ ପାର୍ଶ୍ବରେ ପନିପରିବା ଓ ଅନ୍ୟାନ୍ୟ ଅର୍ଥକରି ଫସଲ ଉତ୍ପାଦନ ପାଇଁ ଚାଷୀଙ୍କୁ ସଂଗଠିତ କରିବା ସହ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଜମିକୁ ଉଠା ଜଳସେଚନ ବ୍ୟବସ୍ଥା ଦ୍ୱାରା ପାଣି ଯୋଗାଇବା ପାଇଁ ଜଳସମ୍ପଦ, ଉଦ୍ୟାନ ଚାଷ, କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀ ମହାପାତ୍ର। ଏହି ସବୁ ସ୍ୱଳ୍ପ ଖର୍ଚ୍ଚ ଭିତ୍ତିକ ଡ୍ୟାମଗୁଡ଼ିକରୁ ଅଧିକ ଫାଇଦା ମିଳିବ। ପ୍ରତି ଚେକ୍‍ଡ୍ୟାମ୍‍ ଯୋଗୁ ନଦୀ ଶଯ୍ୟାରେ ୧ କିମିରୁ ୧୫ କିମି ଯାଏ ଜଳପତ୍ତନ ବଢ଼଼ିବ। ଏହା ଫଳରେ ଏହାର ପାର୍ଶ୍ବବର୍ତ୍ତୀ ଜମିଗୁଡ଼ିକୁ ଜଳ ଅଭାବ ରହିବ ନାହିଁ ଏବଂ ଭୂତଳ ଜଳସ୍ତର ମଧ୍ୟ ବୃଦ୍ଧି ପାଇବ। କେବଳ ଚାଷ ନୁହେଁ ନଦୀରେ ସ୍ୱୟଂସହାୟକ ଗୋଷ୍ଠୀଗୁଡ଼ିକ ମାଛ ଚାଷର ସୁଯୋଗ ମଧ୍ୟ ପାଇବେ। ସମୀକ୍ଷା ବୈଠକରେ ଉପସ୍ଥିତ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା କହିଥିଲେ ଯେ ଏହି ଚେକ୍‍ ଡ୍ୟାମ ଯୋଗୁ ନଦୀ କିମ୍ବା ନାଳର ପ୍ରାକୃତିକ ପ୍ରବାହ ବାଧାପ୍ରାପ୍ତ ହେବନାହିଁ। ନିର୍ଦ୍ଦିଷ୍ଟ ପରିମାଣର ଜଳଧାରଣ ପରେ ଏହା ନିମ୍ନକୁ ପ୍ରବାହିତ ହେବ।

ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ବିକ୍ରମ ଯାଦବ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ।

ବରଗଡ଼ରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର: ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ଯର କରୁଛନ୍ତି ସମୀକ୍ଷା
ବରଗଡ଼: ବରଗଡ଼ ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ପ୍ରଥମେ ଜିରୋ ପଏଣ୍ଟରେ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର ଉପରମୁଣ୍ଡ କାର୍ଯ୍ଯ ସମୀକ୍ଷା କରିବା ପରେ ସିକିରଡିଠାରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଦ୍ୱାରା ନିର୍ମିତ ଇଣ୍ଟେକ ଓ୍ୱେଲ ପ୍ରକଳ୍ପ ପରିଦର୍ଶନ କରିଛନ୍ତି । ବରଗଡ଼ ଜିଲ୍ଲାର ଅତାବିରା, ବିଜେପୁର ଓ ଗାଇସିଲେଟ ବ୍ଲକକୁ ଜଳ ଯୋଗାଣ ହେବାକୁ ଥିବା ମେଗା ପାଇପ ପାଣି ଯୋଗାଣ ପ୍ରକଳ୍ପର ଉପଚାର ପ୍ଲାଣ୍ଟର ମଧ୍ୟ ପରିଦର୍ଶନ କରିଛନ୍ତି ମୁଖ୍ୟଶାସନ ସଚିବ ।

ଏହି ପ୍ରକଳ୍ପ ମାଧ୍ୟମରେ ୩୪୯ ଗ୍ରାମର ୫ ଲକ୍ଷ ୮୬ ହଜାର ୭୦୫ ଲୋକ ଉପକୃତ ହେବେ । ୨୦୨୩ ଜାନୁଆରୀ ସୁଦ୍ଧା ଶେଷ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ୫୦୮.୭୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏହାପରେ କୁରୁମକେଲ ଯାଇ ଲୋକଙ୍କ ସହ ଆଲୋଚନା କରିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

ପୌର ନିର୍ବାଚନ: ଭୋଟ ଦେଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ
ଭୁବନେଶ୍ୱର: ଭୋଟ ଦେଲେ ମୁଖ୍ୟ ଶାସନ ସଚିବ । ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ମତଦାନ ସାବ୍ୟସ୍ତ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଭୁବନେଶ୍ୱର ୟୁନିଟ-୧ ୱାର୍ଡ ନମ୍ୱର ୪୦ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟର ୪୧୬ ନମ୍ବର ବୁଥରେ ସୁରେଶ ମହାପାତ୍ର ଭୋଟ ଦେଇଛନ୍ତି । ତାଙ୍କ ସହ ପତ୍ନୀ ଦେବାୟନୀ ନନ୍ଦ ମଧ୍ୟ ଭୋଟ ଦେଇଛନ୍ତି । ଏହି ଅବସରରେ ମତଦାନ ପ୍ରକ୍ରିୟାରେ ଅଧିକରୁ ଅଧିକ ନିଜକୁ ସାମିଲ କରିବା ପାଇଁ ଭୋଟରଙ୍କୁ ନିବେଦନ କରିଛନ୍ତି ମୁଖ୍ୟ ଶାସନ ସଚିବ । ଏହି ବୁଥରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ମଧ୍ୟ ନିଜ ଭୋଟ ଦେଇଛନ୍ତି ।

ଭୋଟ ଦେବା ପରେ ମୁଖ୍ୟ ଶାସନ ସଚିବ କହିଥିଲେ କି ଗଣତନ୍ତ୍ରର ଏହା ପ୍ରକ୍ରିୟାରେ ବହୁ ସଂଖ୍ୟାରେ ଭୋଟର ସକ୍ରିୟ ଅଂଶଗ୍ରହଣ କରି ନିଜ ମତାଧିକାର ସାବ୍ୟସ୍ତ କରିବେ । ତେବେ ସହରାଞ୍ଚଳରେ ମୁଖ୍ୟତଃ ପୁଲିଂ କମ ରହୁଥିବା ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି କିଛି ଭୋଟରଙ୍କ ଦେହାନ୍ତ ଓ ସରକାରୀ କର୍ମଚାରୀଙ୍କ ବଦଳି ଓ ଅବସର ଯୋଗୁଁ ଭୋଟର ତାଲିକାରେ ନାମ ରହିବା ସମ୍ଭବପର ହେଉନାହିଁ । ଇଭିଏମ ତ୍ରୁଟି ଅନେକ ସ୍ଥାନରେ ରାହୁଥିଲେ ହେଁ ତାହାର ବିକଳ୍ପ ବ୍ୟବସ୍ଥା ଭାବେ ଅଡିସନାଲ ଇଭିଏମ ରଖାଯାଇଛି । ଏଭଳି ସମସ୍ୟା ସାମୟିକ ଏହାର ସମାଧାନ କରାଯାଇଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।