BHUBANESWAR - The Sakala

ବିଜୁ ପଟ୍ଟନାୟକ ବିମାନବନ୍ଦର ଲିଜ୍‌ ନକ୍ସା ପ୍ରସ୍ତୁତ: ୪୦୦୦ କୋଟିରେ ୫୦ ବର୍ଷ !
ଭୁବନେଶ୍ୱର: ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ (ଏନ୍‌ଏମ୍‌ପି ୨.୦) ଅଧୀନରେ ଓଡ଼ିଶାର ଗର୍ବ କୁହାଯାଉଥିବା ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରକୁ ଏକ ଘରୋଇ ସଂସ୍ଥାକୁ ଲିଜ ଦିଆଯିବ। ଏ ସଂକ୍ରାନ୍ତ ପ୍ରସ୍ତାବକୁ ଗତ ୪ ତାରିଖରେ କେନ୍ଦ୍ର ସରକାରଙ୍କ ପିପିପି ଆପ୍ରାଇଜାଲ କମିଟି ନୀତିଗତ ଭାବରେ ଅନୁମୋଦନ ଦେଇଛି। କୁହାଯାଉଛି ଯେ ଏହି ବିମାନବନ୍ଦରକୁ ୫୦ ବର୍ଷ ପାଇଁ ଲିଜ୍‌ ଦିଆଯିବ। ଯାହାକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ସବୁଠାରୁ ଗୁରୁ୍‌ତ୍ୱପୂର୍ଣ୍ଣ କଥା ହେଉଛି ଭୁବନେଶ୍ୱର ବିମାନବନ୍ଦରର ଜମି ମୂଲ୍ୟ ପ୍ରାୟ ୪୦ ହଜାର କୋଟି ଟଙ୍କା ଆକଳନ କରାଯାଉଥିବାବେଳେ ଏହାକୁ ୪ ହଜାରରୁ ୫ ହଜାର କୋଟି ଟଙ୍କାରେ  ଲିଜ୍‌ ଦିଆଯିବା ପଛରେ କି ରହସ୍ୟ ଅଛି ବୋଲି ମଧ୍ୟ ପ୍ରଶ୍ନ ଉଠିଛି।

ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଦେଇ ବାର୍ଷିକ ପ୍ରାୟ ୫୦ ଲକ୍ଷ ଯାତ୍ରୀ ଯାତାୟତ କରୁଛନ୍ତି। ଆର୍ଥିକ ଦୃଷ୍ଟିରୁ ବିମାନବନ୍ଦରଟି ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଓ ଉପଲବ୍ଧ ତଥ୍ୟ ଅନୁସାରେ ବିପିଏଆଇ ପ୍ରତିବର୍ଷ ହାରାହାରି ୧୮୦ କୋଟିରୁ ୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଲାଭ କରୁଛି। ମାତ୍ର ଓଡ଼ିଶାର ଏହି ସମ୍ପତ୍ତିକୁ କ୍ଷତିରେ ଚାଲିଥିବା କର୍ଣ୍ଣାଟକର ହୁବଲ୍ଲି ବିମାନବନ୍ଦର ସହ ଯୋଡ଼ି ଏକ ପ୍ୟାକେଜ ଭାବରେ ନିଲାମ ପାଇଁ ଯୋଜନା ରଖାଯାଇଛି। କେବଳ ନିବେଶକମାନଙ୍କ ଲାଭ ପାଇଁ ଲାଭଜନକ ବିମାନବନ୍ଦର ସହ ତୁଳନାମୂଳକ ଭାବେ କମ୍‌ ଲାଭ କରୁଥିବା ବା କ୍ଷତିରେ ଚାଲୁଥିବା ବିମାନବନ୍ଦରକୁ ଯୋଡ଼ି ଘରୋଇ ନିବେଶକଙ୍କୁ ଆକର୍ଷିତ କରାଇବା କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ଥିବା କୁହାଯାଉଛି। ନିଲାମରେ ଭାଗ ନେଉଥିବା ସଂସ୍ଥାମାନେ ପ୍ରତି ଘରୋଇ ଯାତ୍ରୀ ପିଛା ଦେବାକୁ ଥିବା ଶୁଳ୍କ ଆଧାରରେ ବିଡ୍‌ କରିବେ। ସର୍ବାଧିକ କିମ୍ବା ନିର୍ଦ୍ଧାରିତ ସର୍ତ୍ତରେ ସଫଳ ବିଡର୍‌ ବିମାନବନ୍ଦରର ପରିଚାଳନା ଓ ବିକାଶ ଦାୟିତ୍ୱ ଗ୍ରହଣ କରିବ ବୋଲି କୁହାଯାଉଛି।

ଭୁବନେଶ୍ୱର ବିମାନବନ୍ଦର ଦେଶର ଅନେକ ବିମାନବନ୍ଦରଠାରୁ ଉନ୍ନତ। ଏହା ୮୩୬ ଏକର  (୩କୋଟି ୬୪ ଲକ୍ଷ ୧୬ ହଜାର୧୬୦ ବର୍ଗଫୁଟ) ଜମି ଉପରେ ପରିବ୍ୟାପ୍ତ। ବିମାନବନ୍ଦର ଆଖପାଖରେ ଜମିର ମୂଲ୍ୟ ଆକାଶଛୁଆଁ। ସରକାରୀ ବେଞ୍ଚମାର୍କଠାରୁ ଦୁଇରୁ ତିନିଗୁଣ ମୂଲ୍ୟରେ ଏଠାରେ ଜମି ବିକ୍ରି ହେଉଥିବା ଦେଖାଯାଏ। ବିମାନବନ୍ଦର ନିକଟବର୍ତ୍ତୀ ଅଞ୍ଚଳରେ ଜମିର ବର୍ଗଫୁଟ ବର୍ତ୍ତମାନ ୧୦ ହଜାରରୁ ୧୧ ହଜାର ଟଙ୍କାରେ ବିକ୍ରି ହେଉଛି ଓ ହାରାହାରି ଦେଖିଲେ ୮୩୬ ଏକର ଜମିର ବଜାର ମୂଲ୍ୟ ପାଖାପାଖି ୪୦ ହଜାର କୋଟି ଟଙ୍କା। ଏହାବ୍ୟତୀତ ଭିତ୍ତିଭୂମି ବାବଦରେ ମଧ୍ୟ ବିପୁଳ ନିବେଶ ହୋଇଥିବାରୁ  ମୋଟ ସମ୍ପତ୍ତିର ମୂଲ୍ୟ ପାଖପ।।ଖି ୫୦ ହଜାର କୋଟି ଟଙ୍କାରୁ ଅଧିକ ହେବ। ପୁଣି ଏହି ବିମାନବନ୍ଦର ଏକ ଲାଭକାରୀ ସଂସ୍ଥା ଓ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ଅଧୀନରେ ରହିଛି।

ସାଧାରଣତଃ ଖରାପ ପ୍ରଦର୍ଶନ କରୁଥିବା, କ୍ଷତି ସହୁଥିବା ସଂସ୍ଥାକୁ ସରକାର ଅନ୍ୟ ସଂସ୍ଥା ବା ଘରୋଇ କମ୍ପାନୀକୁ ଲିଜ୍‌ ଦେଇ ମୁଣ୍ଡରୁ ବୋଝ ହଟାଇବା କଥା ଦେଖାଯାଏ। ମାତ୍ର ବିପୁଳ ସମ୍ପତ୍ତି ଥାଇ ଲାଭ କରୁଥିବା ସଂସ୍ଥାକୁ ଘରୋଇ ସଂସ୍ଥାକୁ ଲିଜ ଦେବାକୁ  କେହି ଚିନ୍ତା କରି ନ ଥାନ୍ତି। ତେଣୁ ଭୁବନେଶ୍ୱର ବିପିଏଆଇ ଲିଜ୍‌ ନିମନ୍ତେ କେନ୍ଦ୍ର ସରକାରଙ୍କ ନୀତିଗତ ନଷ୍ପତ୍ତିକୁ ନେଇ ସାରା ରାଜ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ବିଜେଡି ଓ କଂଗ୍ରେସ ଏହି ପଦକ୍ଷେପକୁ ତୀବ୍ର ବିରୋଧ କରିଛନ୍ତି। ଏକ ଲାଭଜନକ ସରକାରୀ ସମ୍ପତ୍ତିକୁ ଘରୋଇ ହାତକୁ ଟେକିଦେବାର ଯୋଜନା ବୋଲି ଅଭିହିତ କରିଛନ୍ତି।  ବିପିଆଇଏ ରୁଗ୍‌ଣ, ଦେବାଳିଆ ବା ଅଚଳ ସମ୍ପତ୍ତି ନୁହେଁ; ବରଂ ଏହା ଦେଶର ଅନ୍ୟତମ ସଫଳ ଓ ଦ୍ରୁତ ବିକାଶଶୀଳ ବିମାନବନ୍ଦର। ୨୦୨୨-୨୩ ଆର୍ଥିକ ବର୍ଷରେ ବିମାନବନ୍ଦରଟି ପ୍ରାୟ ୨୩୮ କୋଟି ଟଙ୍କା ଲାଭ କରିଥିଲା। ଏପରି ଏକ ଲାଭକାରୀ ସଂସ୍ଥାକୁ କେଉଁ ସ୍ୱାର୍ଥରେ ଓ କାହା ସ୍ୱାର୍ଥ ପାଇଁ କେନ୍ଦ୍ର ସରକାର ଲିଜ୍‌ ଦେବାକୁ ଯୋଜନା କରୁଛନ୍ତି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି।

ଦୁର୍ବୁତ୍ତଙ୍କ ଉନ୍ମତ୍ତ କାଣ୍ଡ: ଦାଦାବଟି ମାଗିଲେ, ନଦେବାରୁ ଗୋଡ଼ାଇ ଗୋଡ଼ାଇ ହାଣିଲେ
ଭୁବନେଶ୍ୱର: ବଟି ନଦେବାରୁ ଖଣ୍ଡା ଚୋଟ । ଦାଦାବଟି ମାଗିଲେ, ନଦେବାରୁ ଗୋଡ଼ାଇ ଗୋଡ଼ାଇ ହାଣିଲେ । ଭରତପୁର ଅଞ୍ଚଳରେ ଉନ୍ମତ୍ତ କାଣ୍ଡ ଭିଆଇଛନ୍ତି ଦୁର୍ବୁର୍ତ୍ତ। ଗଣେଶ ପୂଜା ପୂର୍ବରୁ ରାଜଧାନୀରେ ହଲ୍ଲାବୋଲ ଡାକରା ଦେଇଛନ୍ତି ଅପରାଧୀ । ଖଣ୍ଡାରେ ହାଣି ଜଣେ ୨୦ ବର୍ଷୀୟ ଯୁବକଙ୍କୁ ଲହୁଲୁହାଣ କରିଦେଇଛନ୍ତି। ଅଟକାଇବାରୁ ତାଙ୍କ ମାମୁଁଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଛି। ଆହତ ଯୁବକ ଜଣଙ୍କ ହେଲେ ଅଂଶୁମାନ ପଟ୍ଟନାୟକ। ତାଙ୍କର ଏକ ସେଲ୍ଫଡ୍ରାଇଭ କାର ସୋରୁମ ରହିଛି।

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୯ଟା ସମୟରେ ଅଂଶୁମାନ ଭରତପୁର ସ୍ଥିତ ଆୟୁର୍ବେଦିକ ହସ୍ପିଟାଲ ନିକଟରେ ଛିଡା ହୋଇଥିବା ବେଳେ ଅତର୍କିତ ଆକ୍ରମଣ କରିଥିଲେ କିଛି ଦୁର୍ବୁର୍ତ୍ତ । ବଞ୍ଚେଇବାକୁ ଯାଇ ଅଂଶୁମାନଙ୍କ ମାମୁଁ ମଧ୍ୟ ଖଣ୍ଡା ଚୋଟ ଖାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେପଟେ ଏ ନେଇ ଆହତ ଦୁଇଜଣ ଆଜି ଭରତପୁର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଇବା ସହ ସେମାନେ ରାଜନେତାଙ୍କ ଛତ୍ରଛାୟାରେ ରହି ବାରମ୍ବାର ଏଭଳି କାଣ୍ଡ ଭିଆଉଥିବା ପରିବାର ଅଭିଯୋଗ କରିଛନ୍ତି ।

ଭୁବନେଶ୍ୱରରେ ୟୁପି ପୋଲିସର ଛାପା; ଦୋନମ୍ବରି କାମରେ ଲିପ୍ତ ଥିବା ଗାଡି ମାଲିକଙ୍କୁ ଖୋଜିବା ପାଇଁ ଧଉଳି ଅଞ୍ଚଳରେ ଚଢ଼ାଉ
ଭୁବନେଶ୍ୱର: ଭୁବନେଶ୍ୱରରେ ୟୁପି ପୋଲିସ । ଗାଡି ମାଲିକଙ୍କୁ ଖୋଜିବା ପାଇଁ ଧଉଳି ଅଞ୍ଚଳରେ ଚଢ଼ାଉ। ଧଉଳି ଥାନା ଅନ୍ତର୍ଗତ ଉତ୍ତରା ଛକରେ ଉତ୍ତରପ୍ରଦେଶ ପୋଲିସର ଛାପା । କିଛିମାସ ତଳେ ଦୁର୍ଘଟଣାରେ ୟୁପିରେ ଏକ ଗାଡି ଧରାପିଡ଼ିଥିଲା । ପରେ ସେହି ଗାଡ଼ିଟି କିଛି ଦୋନମ୍ବରି କାମରେ ଲିପ୍ତ ଥିବା ଜଣାପଡିଥିଲା । ଡ୍ରାଇଭରକୁ କାବୁ କରିବା ପରେ ସେ ଓଡ଼ିଶାରେ ମାଲିକ ରହୁଥିବା କଥା କହିଥିଲା । ଖବର ମିଳିବା ପରେ ଆଜି ସକାଳୁ ଧଉଳି ଥାନା ପୋଲିସ ସହାୟତାରେ ଚଳାଇଛି ଛାପା

ରାଜଧାନୀରେ ଲ୍ୟାବ୍ ଟେକ୍ନିସିଆନଙ୍କ ସନ୍ଦେହଜନକ ମୃତ୍ୟୁ, ପକେଟରୁ ମିଳିଲା ଇଞ୍ଜେକ୍ସନ
ଭୁବନେଶ୍ୱର: ଲ୍ୟାବ୍ ଟେକ୍ନିସିଆନଙ୍କ ସନ୍ଦେହଜନକ ମୃତ୍ୟୁ ।  ରାଜଧାନୀ ଭୁବନେଶ୍ୱରରେ ଏକ ଘରୋଇ ଡାକ୍ତରଖାନାରେ କାର୍ଯ୍ୟରତ ଜଣେ ୨୪ ବର୍ଷୀୟ ଲ୍ୟାବ୍ ଟେକ୍ନିସିଆନଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ୨୪ ବର୍ଷୀୟ ସୂର୍ଯ୍ୟକାନ୍ତ ସାହୁ । ତାଙ୍କ ଘର ପୁରୀ ଜିଲ୍ଲାର ଅସ୍ତରଙ୍ଗ ଅଞ୍ଚଳରେ ବୋଲି ଜଣାପଡ଼ିଛି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ମୃତକଙ୍କ ପକେଟରୁ ଏକ ଇଞ୍ଜେକ୍ସନ ଜବତ କରିଛି, ଯାହା ତାଙ୍କ ମୃତ୍ୟୁର କାରଣ ହୋଇପାରେ ବୋଲି ସନ୍ଦେହ କରାଯାଉଛି।

ସୂର୍ଯ୍ୟକାନ୍ତ ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିଲେ ଏବଂ ଏକ ଘରୋଇ ଡାକ୍ତରଖାନାରେ ଲ୍ୟାବ୍ ଟେକ୍ନିସିଆନ୍ ଭାବରେ କାମ କରୁଥିଲେ। ସୂର୍ଯ୍ୟକାନ୍ତଙ୍କ ଏପରି ଆକସ୍ମିକ ମୃତ୍ୟୁ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଘଟଣାରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ତଦନ୍ତ ସମୟରେ ପୋଲିସ ସୂର୍ଯ୍ୟକାନ୍ତଙ୍କ ପକେଟରୁ ଏକ ଇଞ୍ଜେକ୍ସନ ଜବତ କରିଛି। ଏହି ପ୍ରାଥମିକ ପ୍ରମାଣ ଆଧାରରେ ତଦନ୍ତକାରୀ ଅଧିକାରୀମାନେ ସନ୍ଦେହ କରୁଛନ୍ତି ଯେ, ସେ ନିଜ ଶରୀରରେ କୌଣସି ବିଷାକ୍ତ ପଦାର୍ଥ ଇଞ୍ଜେକ୍ସନ ମାଧ୍ୟମରେ ନେଇଥାଇ ପାରନ୍ତି। ତେବେ ଇଞ୍ଜେକ୍ସନରେ ଥିବା ତରଳ ପଦାର୍ଥଟି କ'ଣ ଥିଲା କିମ୍ବା ଏହା ତାଙ୍କ ମୃତ୍ୟୁର ପ୍ରକୃତ କାରଣ କି ନୁହେଁ, ତାହା ପୋଲିସ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ୍ ହସ୍ପିଟାଲକୁ ପଠାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।

ରାଜଧାନୀରେ ନକଲି ଛେନା ଓ ପନିର ବିରୋଧରେ ଜୋରଦାର ଯାଞ୍ଚ; ବିଭିନ୍ନ ମିଠା ଦୋକାନରେ BMC ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ
ଭୁବନେଶ୍ୱର: ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ରାଜଧାନୀରେ ନକଲି ଛେନା ଓ ପନିର ବିରୋଧରେ ଜୋରଦାର ହୋଇଛି ଯାଞ୍ଚ। ବିଭିନ୍ନ ମିଠା ଦୋକାନରେ BMC ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ବିଶେଷକରି କେମିକାଲ୍ ଓ ଅସ୍ୱାସ୍ଥ୍ୟକର ଉପାୟରେ ପ୍ରସ୍ତୁତ ପନିର ବିକ୍ରି ହେଉଛି କି ନାହିଁ, ତା’ ଉପରେ ରହିଛି ଟିମ୍‌ର ନଜର। CRP ଛକ ସମେତ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଥିବା ମିଠା ଦୋକାନରେ ଯାଞ୍ଚ କରାଯାଉଛି। ମିଠା ପ୍ରସ୍ତୁତିରେ ବ୍ୟବହୃତ ଛେନା, ପନିର ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ମାନ ଯାଞ୍ଚ କରୁଛି ସ୍ୱାସ୍ଥ୍ୟ ବିଭାଗ। ନିୟମ ଉଲ୍ଲଂଘନ କିମ୍ବା ନିମ୍ନମାନର ସାମଗ୍ରୀ ମିଳିଲେ ନମୁନା ସଂଗ୍ରହ ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବା ନେଇ ସୂଚନା ମିଳିଛି।

ପାର୍ବଣ ସମୟରେ ମିଠାର ଚାହିଦା ବଢ଼ୁଥିବାରୁ ନକଲି ଛେନା ଓ ପନିରର କାରବାର ଉପରେ ରୋକ୍ ଲଗାଇବାକୁ ଏହି ଚଢ଼ାଉ ଜାରି ରହିଛି। ଲୋକଙ୍କ ସ୍ୱାସ୍ଥ୍ୟ ସହ ଖେଳୁଥିବା ବ୍ୟବସାୟୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦେଇଛି BMC।

ଭୁବନେଶ୍ୱର ୟୁନିଟ୍-୧ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ: ୨ଟି ଦୋକାନ ଜଳି ପାଉଁଶ
ଭୁବନେଶ୍ୱର: ଭୁବନେଶ୍ୱରର ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ୟୁନିଟ୍-୧ ମାର୍କେଟରେ ଶନିବାର ଭୋରରୁ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଘଟଣାରେ ମାର୍କେଟର ଦୁଇଟି ଦୋକାନ ସମ୍ପୂର୍ଣ୍ଣ ରୂପେ ଜଳିଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ତେବେ ସୌଭାଗ୍ୟବଶତଃ ଏଥିରେ କୌଣସି ଜୀବନହାନି ଘଟିନଥିବା ସୂଚନା ମିଳିଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଗୋଟିଏ ଦୋକାନରେ ବିଦ୍ୟୁତ୍ ସର୍ଟ ସର୍କିଟ୍ କାରଣରୁ ପ୍ରଥମେ ନିଆଁ ଲାଗିଥିଲା। ପରେ ଏହି ନିଆଁ ବ୍ୟାପିଯାଇ ପାଖରେ ଥିବା ଅନ୍ୟ ଏକ ଦୋକାନକୁ ମଧ୍ୟ ନିଜ ଆୟତ୍ତକୁ ନେଇଯାଇଥିଲା। ଭୁବନେଶ୍ୱର ସହକାରୀ ଅଗ୍ନିଶମ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ଅଗ୍ନିକାଣ୍ଡରେ ଗୋଟିଏ ତେଜରାତି ଦୋକାନ (ଗ୍ରୋସରୀ ଷ୍ଟୋର୍) ଏବଂ ଗୋଟିଏ ଖଲି ଦୋକାନ ପ୍ରଭାବିତ ହୋଇଛି। ଦୋକାନରେ ଥିବା ବହୁ ପରିମାଣର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି।

ଖବର ପାଇବା ମାତ୍ରେ ଭୁବନେଶ୍ୱର ଅଗ୍ନିଶମ କେନ୍ଦ୍ରରୁ ଦୁଇଟି ଦମକଳ ଗାଡ଼ି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଅଗ୍ନିଶମ ବାହିନୀର କର୍ମଚାରୀମାନେ କିଛି ଘଣ୍ଟାର କଠିନ ପରିଶ୍ରମ ପରେ ନିଆଁକୁ ସମ୍ପୂର୍ଣ୍ଣ ରୂପେ ଆୟତ୍ତ କରିବାରେ ସଫଳ ହୋଇଥିଲେ। ସେମାନଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ଆଖପାଖରେ ଥିବା ଅନ୍ୟ ଦୋକାନଗୁଡ଼ିକୁ ନିଆଁ ବ୍ୟାପିବାରୁ ରୋକାଯାଇପାରିଥିଲା। ଘଟଣା ସମୟରେ ବ୍ୟବସାୟୀ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ଏବଂ କିଛି ଦୋକାନୀ ନିଜର ଅବଶିଷ୍ଟ ସାମଗ୍ରୀ ବଞ୍ଚାଇବାକୁ ପ୍ରୟାସ କରୁଥିବା ଦେଖିବାକୁ ମିଳିଥିଲା।

ଟ୍ୱିନ୍‌‌ସିଟିରେ ଖାଦ୍ୟ ସୁରକ୍ଷା ଯାଞ୍ଚ କଡ଼ାକଡ଼ି: ବିପୁଳ ପରିମାଣର ଭେଜାଲ ପନିର, ନକଲି ଛେନା ଜବତ
ଭୁବନେଶ୍ୱର: ଆଗକୁ ରକ୍ଷାବନ୍ଧନ ସମେତ ଚଳିତ ମାସ ଓ ଆସନ୍ତା ମାସରେ ବିଭିନ୍ନ ପର୍ବପର୍ବାଣୀ ଥିବାରୁ କଟକ-ଭୁବନେଶ୍ୱର ଟ୍ୱିନ୍‌‌ସିଟିରେ ଖାଦ୍ୟ ସୁରକ୍ଷା ଯାଞ୍ଚକୁ ଅଧିକ କଡ଼ାକଡ଼ି କରାଯାଇଛି। ଖାଦ୍ୟ ସୁରକ୍ଷା କମିଶନର ପୋମା ଟୁଡୁଙ୍କ ନିର୍ଦ୍ଦେଶକ୍ରମେ ଗତ ଦୁଇ ଦିନ ଧରି ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ବିପୁଳ ପରିମାଣର ଭେଜାଲ ପନିର, ଛେନା ଓ ବାସି ଖାଦ୍ୟ ଜବତ କରାଯାଇଛି। ରାଜଧାନୀରେ ବୁଧବାର ସନ୍ଧ୍ୟାରେ ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରତିକ୍ଷା ଦାସଙ୍କ ନେତୃତ୍ୱରେ ୟୁନିଟ୍‌‌ ୪ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା। ଏହି ଚଢ଼ଉ ବେଳେ ରବୀନ୍ଦ୍ର ମଣ୍ଡପ ନିକଟ ଓମ୍‌‌ଫେଡ଼ ବୁଥ୍‌‌ରୁ ୧ କ୍ୱିଣ୍ଟାଲ ନକଲି ଛେନା ଜବତ କରାଯାଇଛି। ଜବତ ପରେ ଛେନାକୁ ପରିକ୍ଷା କରାଯାଇ ଡ଼ଷ୍ଟବିନ୍‌‌ରେ ଫିଙ୍ଗା ଯାଇଛି। ଖାଦ୍ୟ ସୁରକ୍ଷା ଆଇନ୍‌‌ ଅନୁଯାୟୀ ଦଣ୍ଡବିଧାନ କରାଯିବ ବୋଲି ଖାଦ୍ୟ ସୁରକ୍ଷା ଅଧିକାରୀ କହିଛନ୍ତି।

ଅନ୍ୟପକ୍ଷରେ ଭୁବନେଶ୍ୱରରେ ମଧ୍ୟ ଦୁଇ ଦିନ ଧରି ବିଭିନ୍ନ ମଲ୍‌‌ ଓ ଖାଦ୍ୟ ପ୍ରତିଷ୍ଠାନରେ ଯୁଗ୍ମ ଚଢ଼ଉ କରାଯାଇଛି। ଡିଜିଗ୍ନେଟେଡ୍‌‌ ଅଫିସର ସତ୍ୟଜିତ ପଟେଲଙ୍କ ନେତୃତ୍ୱରେ ରସୁଲଗଡ଼ସ୍ଥିତ ନେକ୍ସସ୍‌‌ ଏସ୍‌‌ପ୍ଲାନେଡ୍‌‌, ହଂସପାଳର ସିମ୍ଫୋନି ମଲ୍‌‌, ପାତ୍ରପଡ଼ାର ଡିଏନ୍‌‌ ରେଗାଲିଆ, ସିଆର୍‌‌ପିଏଫ୍‌‌, ରସୁଲଗଡ଼ ଓ କଳିଙ୍ଗନଗର ଅଞ୍ଚଳରେ ଯାଞ୍ଚ କରାଯାଇଥିଲା। ଏହି ଚଢ଼ଉରେ ପ୍ରାୟ ୬୬ କେଜି ବାସି ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ଜବତ ହୋଇଥିବାବେଳେ ୧୦ଟି ଖାଦ୍ୟ ନମୁନା ସଂଗ୍ରହ କରାଯାଇଛି। ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଂଘନ ଅଭିଯୋଗରେ ୬ଟି ଖାଦ୍ୟ ପ୍ରତିଷ୍ଠାନକୁ ବନ୍ଦ ନୋଟିସ ଜାରି କରାଯାଇଛି। ଟ୍ୱିନ୍‌‌ ସିଟିରେ ଏଭଳି ଖାଦ୍ୟ ସୁରକ୍ଷା ଅଭିଯାନକୁ ବୁଦ୍ଧିଜୀବୀ ମହଲରୁ ସ୍ୱାଗତ କରାଯାଇଛି। ଆଗାମୀ ଦିନରେ ମଧ୍ୟ ନିୟମିତ ଭାବେ ଏନ୍‌‌ଫୋର୍ସମେଣ୍ଟ ଜାରି ରଖିବା ସହ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଯଥାଯଥ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଖାଦ୍ୟ ସୁରକ୍ଷା କମିଶନର ନିର୍ଦ୍ଦେଶ ଦେଇଛନ୍ତି।

ହେଲେ ଏଠାରେ କଥା ଉଠୁଛି ଯେ ବର୍ଷା ଦିନ ହୋଇଥିବାରୁ ବାସି ଖାଦ୍ୟ, ନକଲି ଛେନା, ପନିର ଏବେ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲିଟିଛି। ଏହି ସବୁ ଖାଇ ରୋଗକୁ ନିମନ୍ତ୍ରଣ କରାଯାଉଛି। ଫଳରେ ସାଧାରଣ ଲୋକମାନଙ୍କ ପାଇଁ ଏବେ ଛେନା, ପନିର୍‌‌ ଓ ବାସି ଖାଦ୍ୟକୁ ନେଇ ଛନକା ପସିଛି। ଫଳରେ ଖାଦ୍ୟ ସୁରକ୍ଷା ପକ୍ଷରୁ ଏହିପରି ଚଢ଼ଉ ପ୍ରତି ସପ୍ତାହରେ କରାଯିବା ଦରକାର ବୋଲି ସାଧାରଣରେ ଦାବୀ ହୋଇଛି।

ମାଷ୍ଟର କ୍ୟାଣ୍ଟିନ୍ ଛକରେ ବ୍ୟାପକ ହିଂସାକାଣ୍ଡ ଘଟଣା: କ୍ଷମା ମାଗିଲେ ଅନ୍‌ଲାଇନ୍ ଅଟୋ ସଂଘ ସଭାପତି
ଭୁବନେଶ୍ୱର: କ୍ଷମା ପ୍ରାର୍ଥନା କଲା ସ୍ମାର୍ଟ ସିଟି ଅନଲାଇନ ଅଟୋ ଟ୍ୟାକ୍ସି ଡ୍ରାଇଭର ସଂଘ। ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ୍ ଛକରେ ଘଟିଥିବା ବ୍ୟାପକ ହିଂସାକାଣ୍ଡ ଘଟଣାରେ ନୀରବତା ଭାଙ୍ଗିଛନ୍ତି ଅନ୍‌ଲାଇନ୍ ଅଟୋ ସଂଘର ସଭାପତି ଦୀନବନ୍ଧୁ ନାୟକ। ଏହି ଘଟଣାରେ ସାଧାରଣ ଲୋକଙ୍କୁ ହୋଇଥିବା ଅସୁବିଧା ପାଇଁ ସେ କ୍ଷମା ପ୍ରାର୍ଥନା କରିଛନ୍ତି।

ଏକ ୧୪ ମିନିଟର ଭିଡିଓ ବାର୍ତ୍ତା ଜାରି କରି ଦୀନବନ୍ଧୁ ନାୟକ ଏହି ହିଂସାକାଣ୍ଡକୁ ନେଇ ଦୁଃଖ ପ୍ରକାଶ କରିବା ସହ ଯାତ୍ରୀମାନେ ଭୋଗିଥିବା ହଇରାଣ ହରକତ ପାଇଁ ନିଜର ଦୋଷ ସ୍ୱୀକାର କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ଡ୍ରାଇଭରମାନଙ୍କ ଆନ୍ଦୋଳନ ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନଥିଲା। ସେମାନଙ୍କର ଦୀର୍ଘ ଦିନର ଦାବି ପୂରଣ ପାଇଁ ହିଁ ଏହି ବିକ୍ଷୋଭ କରାଯାଇଥିଲା। ଏହା ସହିତ ସେ ଡ୍ରାଇଭରମାନଙ୍କୁ ସମର୍ଥନ କରି କହିଛନ୍ତି ଯେ, ସେମାନଙ୍କ ସମସ୍ୟାର ସମାଧାନ ନ ହେବାରୁ ସେମାନେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଥିଲେ।

ଅନ୍ୟପକ୍ଷରେ, ଏହି ହିଂସାକାଣ୍ଡ ମାମଲାରେ ପୋଲିସ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ବର୍ତ୍ତମାନ ସୁଦ୍ଧା ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ୧୧୩ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସେହିପରି ମୋଟ ୩୫୪ଟି ଗାଡ଼ି ଜବତ ହୋଇଥିବା ବେଳେ ଖାରବେଳ ନଗର ଥାନାରେ ୭ଟି ଏଫଆଇଆର୍ (FIR) ରୁଜୁ କରାଯାଇଛି। ପ୍ରଶାସନ ପକ୍ଷରୁ ଟ୍ୟାକ୍ସି ଆସୋସିଏସନ କାର୍ଯ୍ୟାଳୟ ଉପରେ ମଧ୍ୟ ବୁଲଡୋଜର ଚଲାଯାଇ ବେଆଇନ ନିର୍ମାଣକୁ ଭଙ୍ଗାଯାଇଛି। ଅଭିଯୁକ୍ତ ଗାଡ଼ି ମାଲିକମାନଙ୍କ ଗାଡ଼ିର ପରମିଟ୍ ଏବଂ ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ (RC) କାହିଁକି ବାତିଲ କରାଯିବ ନାହିଁ, ସେ ନେଇ ପରିବହନ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।

ଏହି ମାଷ୍ଟର କ୍ୟାଣ୍ଟିନ୍ ହିଂସାକାଣ୍ଡ ପରଠାରୁ ସଂଘ ସଭାପତି ଦୀନବନ୍ଧୁ ନାୟକ ଫେରାର୍ ଥିବା ଜଣାପଡିଛି। ତାଙ୍କୁ ଖୋଜି ବାହାର କରିବା ଏବଂ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କମିଶନରେଟ୍ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

'ହିଂସାକାଣ୍ଡ ଯୋଗୁଁ ସହରରେ ଯେଉଁ କ୍ଷତି ହୋଇଛି ତାକୁ ଅଟୋ ଚାଳକ ଭରଣା କରିବେ, ବେଆଇନ ଅଟୋ ଷ୍ଟାଣ୍ଡ ଭଙ୍ଗାଯିବ'
ଭୁବନେଶ୍ୱର: ଭୁବନେଶ୍ୱରରେ ଅଟୋ ଚାଳକଙ୍କ ଆନ୍ଦୋଳନ ଉଗ୍ର ରୂପ ନେବା ପରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଆନ୍ଦୋଳନ ଆଳରେ ସାଧାରଣ ଲୋକଙ୍କ ଉପରେ ଆକ୍ରମଣ ଏବଂ ସରକାରୀ ସମ୍ପତ୍ତି ନଷ୍ଟ କରିବା ଘଟଣାକୁ ମନ୍ତ୍ରୀ ଦୃଢ଼ ନିନ୍ଦା କରିଛନ୍ତି।

ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ମନ୍ତ୍ରୀ କହିଛନ୍ତି ଯେ, ରାଜଧାନୀରେ ଯେଉଁମାନେ ଭଙ୍ଗାରୁଜା କରିଛନ୍ତି, ସେହି ଅଟୋ ଚାଳକମାନେ କ୍ଷତିପୂରଣ ଦେବେ। ହିଂସାରେ ସମ୍ପୃକ୍ତ ଥିବା ଚାଳକଙ୍କ ବେଆଇନ ଅଟୋ ଷ୍ଟାଣ୍ଡଗୁଡ଼ିକୁ ମଧ୍ୟ ଉଚ୍ଛେଦ କରାଯିବ। ଆନ୍ଦୋଳନକାରୀମାନେ ଆଇନକୁ ନିଜ ହାତକୁ ନେବା ସହ ସାଧାରଣ ନାଗରିକଙ୍କୁ ଆକ୍ରମଣ କରିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ଯେଉଁମାନେ ସରକାରୀ ଗାଡ଼ି ଭଙ୍ଗାରୁଜା କରିଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଶହ ଶହ ଅଟୋ ଚାଳକ ମାଷ୍ଟର କ୍ୟାଣ୍ଟିନରୁ ଲୋୟର ପିଏମଜି ଅଭିମୁଖେ ଏକ ଶୋଭାଯାତ୍ରାରେ ବାହାରି ରାସ୍ତା ଅବରୋଧ କରିବା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ପୋଲିସ ଉପରକୁ ଟେକାମାଡ଼ ହେବା ଫଳରେ ୧୬ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ଏବଂ ୧୧ଟି ପୋଲିସ ଭ୍ୟାନ ଭଙ୍ଗାରୁଜା କରାଯାଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ମୃଦୁ ଲାଠିଚାଳନା କରିଥିଲା। ଏଥିରେ କିଛି ଅଟୋ ଚାଳକ ଆହତ ହୋଇଥିବା ବେଳେ ଜଣେ ଚେତାଶୂନ୍ୟ ବ୍ୟକ୍ତିଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ଇନଷ୍ଟାଗ୍ରାମରୁ ପରିଚୟ ପରେ ବିବାହ ଆଳରେ ପ୍ରତାରଣା, ପ୍ରେମିକକୁ ବାନ୍ଧିଲା ପୋଲିସ
ଭୁବନେଶ୍ୱର: ରାଜଧାନୀରେ ପୁଣି ଏକ ପ୍ରେମ ପ୍ରତାରଣା ଘଟଣା ସାମ୍ନାକୁ ଆସିଛି। ପ୍ରତାରଣାର ଶିକାର ହୋଇଥିବା ମହିଳା ଇନଫୋସିଟି ଥାନାରେ ଏତଲା ଦେଇଛନ୍ତି। ପୁଲିସ ଚଣ୍ଡିଖୋଲରେ ଚଢ଼ଉ କରି ପ୍ରେମିକକୁ ଉଠାଇ ଆଣି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଉଛି ଢେଙ୍କାନାଳ ଜିଲ୍ଲା କୁସୁମଯୋଡ଼ିର ତପନ କୁମାର ନାଏକ (୩୦)।

ପୁଲିସ ସୂଚନାନୁଯାୟୀ, ବାଲୁଗାଁ ଅଞ୍ଚଳର ଜଣେ ୩୪ ବର୍ଷୀୟା ମହିଳା ୧୫ ବର୍ଷ ପୂର୍ବେ ବିବାହ କରିଥିଲେ। କିନ୍ତୁ କୌଣସି କାରଣରୁ ତାଙ୍କର ଛାଡ଼ପତ୍ର ହୋଇଯାଇଥିଲା ଓ ସେ ତାଙ୍କ ଦୁଇ ପୁଅକୁ ଧରି ଇନଫୋସିଟି ଥାନା ଅଞ୍ଚଳରୁ ରହୁଛନ୍ତି। ୨୦୨୧ ମସିହାରେ ଇନଷ୍ଟାଗ୍ରାମ ଜରିଆରେ ଘରୋଇ ସଂସ୍ଥାରେ ବରିଷ୍ଠ ରୋଷେୟା ଭାବେ କାମ କରୁଥିବା ତପନ ସହ ତାଙ୍କର ପରିଚୟ ହୋଇଥିଲା। ତପନ ତାଙ୍କୁ ପ୍ରେମ ନିବେଦନ କରିବା ପରେ ଉଭୟଙ୍କ ସମ୍ପର୍କ ଆଗକୁ ବଢ଼଼ିଥିଲା। ଛୁଟି ସମୟରେ ତପନ ଭୁବନେଶ୍ୱର ଆସି ମହିଳାଙ୍କ ପାଖରେ ରହୁଥିଲା। ମହିଳା ଜଣକ ମଧ୍ୟ ତାଙ୍କ ପୁଅମାନେ ମଧ୍ୟ ତପନକୁ ବାପା ବୋଲି ସମ୍ବୋଧନ କରୁଥିଲେ। ଉଭୟ ଅନେକ ସମୟରେ ବୁଲାବୁଲି କରିବା ସହ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ତପନ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲା। ମହିଳାଙ୍କ ପରିବାର ଲୋକ ମଧ୍ୟ ଉଭୟଙ୍କ ସମ୍ପର୍କ ବିଷୟରେ ଅବଗତ ଥିଲେ।

ହେଲେ ନିକଟ ଅତୀତରେ ତପନର ପରିବାର ଲୋକେ ତାର ବିବାହ ପାଇଁ ଝିଅ ଖୋଜିବା ଆରମ୍ଭ କରିଥିଲେ। ଏହାପରଠାରୁ ତପନ ମହିଳାଙ୍କ ସହ ଯୋଗାଯୋଗ ରଖିନଥିଲା। ଏହାରି ଭିତରେ ତପନର ବିବାହ ସ୍ଥିତ ହୋଇ ଯାଇଥିଲା। ମହିଳା ଫୋନ୍‌‌ କରିବାରୁ ତପନ ତାଙ୍କୁ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲା। ଶେଷରେ ମହିଳା ଜଣକ ଇନଫୋସିଟି ଥାନାର ଦ୍ୱାରସ୍ଥ ହେବାପରେ ପୁଲିସ ମାମଲା ରୁଜୁ କରିଥିଲା। ଚଣ୍ଡିଖୋଲରେ ଚଢ଼ଉ କରି ତପନକୁ ଥାନାକୁ ଉଠାଇ ଆଣିଥିଲା। ପ୍ରାଥମିକ ତଦନ୍ତରୁ ପ୍ରମାଣ ମିଳିବା ପରେ ତପନକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ରାଜଧାନୀରେ ଗର୍ଜିଲେ ଅନଲାଇନ୍ ଗାଡ଼ି ଡ୍ରାଇଭର: ଆନ୍ଦୋଳନବେଳେ ପୋଲିସ ସହ ଧସ୍ତାଧସ୍ତି, ଘଟଣାସ୍ଥଳରେ ଖଣ୍ଡଯୁଦ୍ଧ ପରିସ୍ଥିତି
ଭୁବନେଶ୍ୱର: ଭୁବନେଶ୍ୱରରେ କ୍ୟାବ୍, ଅଟୋ ରିକ୍ସା ଏବଂ ବାଇକ୍ ଡ୍ରାଇଭରମାନଙ୍କ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି। ଏହି ବିକ୍ଷୋଭ କାରଣରୁ ରାଜଧାନୀର ବିଭିନ୍ନ ସ୍ଥାନରେ, ବିଶେଷ କରି ମାଷ୍ଟର କ୍ୟାଣ୍ଟିନ୍ ଛକ ନିକଟରେ ଟ୍ରାଫିକ୍ ସମସ୍ୟା ଦେଖାଦେଇଛି। ରେଲୱେ ଷ୍ଟେସନରୁ ଏୟାରପୋର୍ଟ ପର୍ଯ୍ୟନ୍ତ ରାସ୍ତା ଜାମ୍‌ ହେବାରୁ ଅନେକ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । ଲୋୟର ପିଏମ୍‌ଜି ଓ ମାଷ୍ଟର କ୍ୟାଣ୍ଟିନ୍ ଛକରେ ଅନଲାଇନ୍ ଗାଡ଼ି ଚାଳକ-ପୋଲିସ ଧସ୍ତାଧସ୍ତି ହୋଇଛନ୍ତି । ଘଟଣାସ୍ଥଳରେ ଖଣ୍ଡଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବା ସହ ପୋଲିସ ଉପରକୁ ଟେକା ପଥର ମାଡ଼ ହୋଇଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ୩୫ରୁ ଅଧିକ ବିକ୍ଷୋଭକାରୀଙ୍କୁ ଅଟକ ରଖିବା ସହ ଅନେକ ଗାଡ଼ି ଜବତ କରିଛି।

ଆପ୍-ଭିତ୍ତିକ ପରିବହନ ସେବା ସହ ଜଡିତ ଥିବା ଡ୍ରାଇଭରମାନେ ସେମାନଙ୍କର ୭ ଦଫା ଦାବି ପୂରଣ ପାଇଁ ମହାତ୍ମା ଗାନ୍ଧୀ ମାର୍ଗରେ ଏକାଠି ହୋଇ ଆନ୍ଦୋଳନକୁ ତୀବ୍ର କରିଥିଲେ। ରାସ୍ତା କଡ଼ରେ ଶହ ଶହ କ୍ୟାବ୍, ଅଟୋ ଓ ବାଇକ୍ ପାର୍କିଂ କରାଯାଇଥିବା ବେଳେ ବିକ୍ଷୋଭକାରୀମାନେ ସ୍ଲୋଗାନ ଦେଇଥିଲେ। ଏହି ଆନ୍ଦୋଳନ ଫଳରେ ମାଷ୍ଟର କ୍ୟାଣ୍ଟିନ୍ ଛକ ନିକଟରେ ରାସ୍ତା ଅବରୋଧ ହୋଇଥିଲା, ଯାହା ସାଧାରଣ ଯାତ୍ରୀମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିଥିଲା।

ଯାନବାହନ ଚଳାଚଳକୁ ସ୍ୱାଭାବିକ କରିବା ପାଇଁ ପୋଲିସ ପକ୍ଷରୁ ଅତିରିକ୍ତ ଫୋର୍ସ ମୁତୟନ କରାଯିବା ସହ ବାଣୀ ବିହାର, ରାଜମହଲ ଛକ ଏବଂ ରାମ ମନ୍ଦିର ଛକ ଭଳି ପ୍ରମୁଖ ସ୍ଥାନରେ ଟ୍ରାଫିକ୍ ଡାଇଭର୍ସନ କରାଯାଇଥିଲା। ଭୁବନେଶ୍ୱର ଡିସିପି ଜଗମୋହନ ମୀନା ସୂଚନା ଦେଇ କହିଛନ୍ତି ଯେ, ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ଅଛି ଏବଂ ମାଷ୍ଟର କ୍ୟାଣ୍ଟିନ୍ ଛକର ଉଭୟ ପାର୍ଶ୍ୱ ରାସ୍ତାକୁ ଖାଲି କରାଯାଇଛି। ପୋଲିସର କାର୍ଯ୍ୟାନୁଷ୍ଠାନ ସମୟରେ ୩୫ରୁ ଅଧିକ ଲୋକଙ୍କୁ ଅଟକ ରଖାଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ କେତେକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସାଧାରଣ ସମ୍ପତ୍ତି ନଷ୍ଟ ନିବାରଣ (PDPP) ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଡିସିପି ସ୍ପଷ୍ଟ କରିଛନ୍ତି।

ଡିସିପିଙ୍କ ସୂଚନାନୁସାରେ, ଲୋୟର ପିଏମଜି ଠାରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ଡ୍ରାଇଭରମାନଙ୍କୁ କେବଳ ଗୋଟିଏ ଦିନ (ଅଗଷ୍ଟ ୧୭) ପାଇଁ ଅନୁମତି ମିଳିଥିଲା। କିନ୍ତୁ ବୁଧବାର ସେମାନେ ପୁଣି ଫେରିଆସି ରାସ୍ତା ଅବରୋଧ କରିଥିଲେ। ଏହି ଆନ୍ଦୋଳନ ଯୋଗୁଁ ରାଜଧାନୀରେ ଆପ୍-ଆଧାରିତ ପରିବହନ ସେବା ବ୍ୟାହତ ହୋଇଛି, ଯାହାଦ୍ୱାରା ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବୁଧବାର ଅପରାହ୍ନ ସୁଦ୍ଧା ସହରର ଅଧିକାଂଶ ସ୍ଥାନରେ ଟ୍ରାଫିକ୍ ସ୍ୱାଭାବିକ ହୋଇଛି, ତଥାପି କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୋଲିସ ସଜାଗ ରହିଛି।

କଳିଙ୍ଗରେ ଐତିହାସିକ ବିଶ୍ୱ ଆଥ୍‌ଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍‌ ସିଲ୍‌ଭର୍‌ ମିଟ୍‌, ଅଗଷ୍ଟ ୨୨ରେ କଳିଙ୍ଗ ଷ୍ଟାଡିୟମରେ ଜମିବ କ୍ରିଡା କୁମ୍ଭ
ଭୁବନେଶ୍ୱର: ଓଡିଶା ପୁଣିଥରେ ଏକ ବିଶ୍ୱସ୍ତରୀୟ କ୍ରିଡା ମହାକୁମ୍ଭ ଆୟୋଜନ କରିବାକୁ।ଉଛି। ଆସନ୍ତା ଅଗଷ୍ଟ ୨୨ ତାରିଖରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଐତିହାସିକ ବିଶ୍ୱ ଆଥ୍‌ଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍‌ ସିଲ୍‌ଭର୍‌ ମିଟ୍‌ ଅନୁଷ୍ଠିତ ହେବ। ଓଡିଶା ସରକାରଙ୍କ କ୍ରିଡା ଏବଂ ଯୁବସେବା ବିଭାଗ, ଭାରତୀୟ ଆଥ୍‌ଲେଟିକ୍ସ ମହାସଂଘ ଏବଂ ବିଶ୍ୱ ଆଥ୍‌ଲେଟିକ୍ସର ମିଳିତ ସହଯୋଗରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଆସନ୍ତା ୨୨ ତାରିଖରେ ଏହି ପ୍ରତିଯୋଗିତା ହେବ। ୨୭ଟି ଦେଶର ୧୮୭ ଜଣ ଅନ୍ତର୍ଜାତୀୟ ଆଥ୍‌ଲେଟ୍‌ ଏଥିରେ ଅଂଶଗ୍ରହଣ କରୁଥିବାବେଳେ ସେମାନଙ୍କ ମଧ୍ୟରେ ବିଶ୍ୱର ଶ୍ରେଷ୍ଠ ୫୦ ଜଣଙ୍କ ମଧ୍ୟରୁ ୩୬ ଜଣ ପ୍ରତିଯୋଗୀ ସାମିଲ ଅଛନ୍ତି। ସାଧାରଣ ଦର୍ଶକ ଓ କ୍ରିଡାପ୍ରେମୀଙ୍କ ପାଇଁ କଳିଙ୍ଗ ଷ୍ଟାଡିୟମରେ ପ୍ରବେଶ ସମ୍ପୂର୍ଣ୍ଣ ମାଗଣା ରହିଛି।

ଏହି ଦିନିକିଆ ପ୍ରତିଯୋଗିତାରେ ୨୭ଟି ଦେଶରୁ ୧୮୭ ଜଣ ପ୍ରତିଯୋଗୀ ଭାଗ ନେଉଛନ୍ତି, ଯେଉଁଥିରେ ୧୨ଟି ଏସୀୟ ଦେଶର ୧୪୩ ଜଣ ଏବଂ ଭାରତର ୮୮ ଜଣ ଆଥ୍‌ଲେଟ୍‌ ସାମିଲ ଅଛନ୍ତି। ଏଥିରେ ଶ୍ରୀଲଙ୍କାରୁ ୨୪, ଦକ୍ଷିଣ ଆଫ୍ରିକାରୁ ୧୭ ଏବଂ ବ୍ରାଜିଲରୁ ୧୧ ଜଣ ପ୍ରତିଯୋଗୀ ଯୋଗ ଦେଉଛନ୍ତି। ପ୍ରତିଯୋଗିତାରେ ପ୍ୟାରିସ ଅଲିମ୍ପିକ୍ସର ପଦକ ବିଜେତା ମୁଜାଲା ସମୁକୋଙ୍ଗା ଏବଂ ନାଇଜେରିଆର ବିଶ୍ୱ ପ୍ରସିଦ୍ଧ ସଟ୍‌ ପୁଟ୍‌ ଖେଳାଳି ଚୁକ୍‌ୱେବୁକା ଏନେକୱେଚି ମୁଖ୍ୟ ଆକର୍ଷଣ ରହିବେ। ପୁରୁଷ ଓ ମହିଳା ବିଭାଗରେ ମୋଟ ୧୮ଟି ଅନୁଶାସନରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିବାକୁ ଥିବା କ୍ରିଡାବିତ୍‌ମାନଙ୍କୁ ଯଥାକ୍ରମେ ୧,୬୦୦, ୧,୨୦୦ ଏବଂ ୯୦୦ ଆମେରିକୀୟ ଡଲାର ପୁରସ୍କାର ରାଶି ପ୍ରଦାନ କରାଯିବ। ଭୁବନେଶ୍ୱରରେ ଅନୁଷ୍ଠିତ ଏକ ପ୍ରେସମିଟ୍‌ରେ କ୍ରିଡା ନିର୍ଦ୍ଦେଶକ ଡାକ୍ତର ବିଜୟ ୟେଦ୍ଦୁଲା କହିଛନ୍ତି ଯେ, ଏହା ଓଡିଶା ପାଇଁ ଏକ ବଡ ସଫଳତା। ସେହିପରି ବିଶ୍ୱ ଆଥ୍‌ଲେଟିକ୍ସର ଉପାଧ୍ୟକ୍ଷ ଡାକ୍ତର ଆଦିଲେ ସୁମାରୀୱାଲା ଓଡିଶା ସରକାରଙ୍କ ଏଭଳି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଛନ୍ତି। ଓଡିଶାରେ ଏଭଳି ବିଶ୍ୱସ୍ତରୀୟ ଆଥ୍‌ଲେଟିକ୍ସ ମିଟ୍‌ ଆୟୋଜନ ଦ୍ୱାରା ରାଜ୍ୟର ଯୁବପିଡି କ୍ରିଡା ପ୍ରତି ଅଧିକ ଆକୃଷ୍ଟ ହେବେ ଏବଂ ଆଗାମୀ ଦିନରେ ଅନ୍ତର୍ଜାତୀୟସ୍ତରରେ ଭାରତର ସ୍ଥାନ ଆହୁରି ମଜବୁତ ହେବ।