Reliance Jio Bharat V2 - The Sakala

ଲଞ୍ଚ୍ ହେଲା ରିଲାଏନ୍ସ ଜିଓର ଶସ୍ତା ୪ଜି ଫୋନ୍ ‘ଜିଓ ଭାରତ ଭି-୨’, ମୂଲ୍ୟ ମାତ୍ର ୯୯୯ ଟଙ୍କା
ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ପକ୍ଷରୁ ଶସ୍ତା ୪ଜି ଫୋନ୍ ‘ଜିଓ ଭାରତ ଭି୨’ ଉନ୍ମୋଚିତ ହୋଇଛି । ଏହି ମୋବାଇଲର ମୂଲ୍ୟ ମାତ୍ର ୯୯୯ ଟଙ୍କା ରହିଛି । ଭାରତରେ ଥିବା ୨୫ କୋଟି ୨ଜି ଗ୍ରାହକଙ୍କ ଉପରେ କମ୍ପାନୀର ନଜର ରହିଛି, ଯେଉଁମାନେ ଏବେ ଅନ୍ୟ କଂପାନିର ୨ଜି ନେଟ୍‌ୱର୍କରେ ଅଛନ୍ତି ଏବଂ ଇଂଟରନେଟ ବ୍ୟବହାରରୁ ବଂଚିତ ଅଛନ୍ତି । ରିଲାଏନ୍ସ ଜିଓ କେବଳ ୪ଜି ଓ ୫ଜି ନେଟ୍ୱର୍କରେ ସେବା ପ୍ରଦାନ କରୁଛି । ଜିଓ ଭାରତ ଭି୨ ଫୋନ୍ ଜରିଆରେ ୧୦ କୋଟିରୁ ଅଧିକ ୨ଜି ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ରିଲାଏନ୍ସ ଜିଓ ଲକ୍ଷ୍ୟ ରଖିଛି ।

କମ୍ପାନୀ ଦାବି କରିଛି ଯେ ଜିଓ ଭାରତ ଭି-୨ ଦମରେ କମ୍ପାନୀ ୧୦ କୋଟିରୁ ଅଧିକ ଗ୍ରାହକଙ୍କୁ ଯୋଡ଼ିବ । ୯୯୯ ଟଙ୍କାର ଏହି ଫୋନର ମାସିକ ପ୍ଲାନ ମଧ୍ୟ ସବୁଠୁ ଶସ୍ତା ରହିଛି । ଗ୍ରାହକଙ୍କୁ ୨୮ ଦିନର ଭାଲିଡିଟି ପ୍ଲାନ ପାଇଁ କେବଳ ୧୨୩ ଟଙ୍କା ରିଚାର୍ଜ କରିବାକୁ ପଡ଼ିବ । ଏହି ପ୍ଲାନରେ ଗ୍ରାହକଙ୍କୁ ମୋଟ୍ ୧୪ ଜିବି ଡାଟା ଏବଂ ଅନଲିମିଟେଡ ଭଏସ୍ କଲ୍ ସୁବିଧା ମିଳିବ । ଏହାର ବାର୍ଷିକ ପ୍ଲାନର ମୂଲ୍ୟ ୧୨୩୪ ଟଙ୍କା ରହିଛି । କମ୍ପାନୀର କହିବା ଅନୁଯାୟୀ, ୨୫ କୋଟି ୨ଜି ଗ୍ରାହଙ୍କୁ ୪ଜିକୁ ଆଣିବା ପାଇଁ ଜିଓ ଭାରତ ପ୍ଲାଟଫର୍ମ ମଧ୍ୟ ଲଞ୍ଚ୍ କରାଯାଇଛି ।

ଏହି ପ୍ଲାଟଫର୍ମର ବ୍ୟବହାର ଅନ୍ୟ କମ୍ପାନୀଗୁଡିକ ମଧ୍ୟ ୪ଜି ଫୋନ୍ ବନାଇବା ପାଇଁ କରିପାରିବେ । କାର୍ବନ ଏହାର ଉପଯୋଗ କରିବା ମଧ୍ୟ ଆରମ୍ଭ କରିଦେଇଛି । ବିଶେଷଜ୍ଞ ଆଶା ପୋଷଣ କରିଛନ୍ତି ଯେ ୨ଜି ଫିଚର ଫୋନର ସ୍ଥାନ ଖୁବଶୀଘ୍ର ୪ଜି ଭାରତ ସିରିଜର ମୋବାଇଲ ନେଇନେବ । ଉଲ୍ଲେଖଯୋଗ୍ୟ କମ୍ପାନୀ ୨୦୧୮ରେ ମଧ୍ୟ ଜିଓଫୋନ ବଜାରକୁ ଆଣିଥିଲା, ଯାହାକୁ ୧୩କୋଟିରୁ ଅଧିକ ଲୋକ ବ୍ୟବହାର କରୁଛନ୍ତି । କମ୍ପାନୀର କହିବା ଅନୁଯାୟୀ, ଜିଓ ଭାରତ ଭି-୨ ୪ଜି ମୋବାଇଲ ଭାରତରେ ହିଁ ନିର୍ମିତ ହୋଇଛି । ଏହାର ଓଜନ ମାତ୍ର ୭୧ ଗ୍ରାମ ଅଛି ।

ଏଥିରେ ଏଚଡି ଭଏସ୍ କଲିଂ, ଏଫଏମ ରେଡିଓ, ୧୨୮ ଜିବିର ଏସଡି ମେମୋରି କାର୍ଡ ସପୋର୍ଟ ଭଳି ଫିଚର ଉପଲବ୍ଧ । ମୋବାଇଲରେ ୪.୫ ସେଣ୍ଟିମିଟରର ଟିଏଫଟି ସ୍କ୍ରିନ୍, ୦.୩ ମେଗାପିକ୍ସେଲର କ୍ୟାମେରା, ୧୦୦୦ଏମଏଚର ବ୍ୟାଟେରୀ, ୩.୫ ଏମଏମର ହେଡଫୋନ ଜ୍ୟାକ୍, ପାୱାରଫୁଲ୍ ଲାଉଡସ୍ପିକର ଏବଂ ଟର୍ଚ ଉପଲବ୍ଧ ରହିଛି । ଜିଓ ଭାରତ ଭି-୨ ମୋବାଇଲ ଗ୍ରାହଙ୍କୁ ଜିଓସିନେମାର ସବସ୍କ୍ରିପ୍ସନ ସହ ଜିଓ ସାଭନର ୮ କୋଟି ଗୀତର ଆକ୍ସେସ ମଧ୍ୟ ମିଳିବ । ଗ୍ରାହକ ଜିଓ-ପେ ଜରିଆରେ ୟୁପିଆଇରେ ଲେଣଦେଣ ମଧ୍ୟ କରିପାରିବେ । କମ୍ପାନୀ କହିଛି ଯେ ଜିଓ ଭାରତ ଭି-୨ ୨୨ଟି ଭାରତୀୟ ଭାଷାରେ କାମ କରିପାରିବ ।