5T Secretary Sh V K Pandian - The Sakala

୫ଟି ସଚିବଙ୍କ ରାୟଗଡା ଗସ୍ତ: ୫ଟି ଉପକ୍ରମରେ ବଦଳିବ ଶିକ୍ଷା ଭିତ୍ତିଭୂମି, ଆମ ହସ୍ପିଟାଲ ଯୋଜନାରେ ବିକଶିତ ହେବ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ
ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି ରାୟଗଡା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ସମୀକ୍ଷା କରିବା ସହିତ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଅବଗତ ହେବା ସହିତ ସେମାନଙ୍କ ସମସ୍ୟା ଦୂରୀକରଣ ପାଇଁ ପଦକ୍ଷେପ ନେଇଛନ୍ତି ।

୫ଟି ସଚିବ ଶ୍ରୀ ପାଣ୍ଡିଆନ ପ୍ରଥମେ ରାୟଗଡାସ୍ଥିତ ନବନିର୍ମିତ ବିଜୁ ପଟ୍ଟନାୟକ ଅଡିଟୋରିୟମ ପରିଦର୍ଶନ କରିଥିଲେ। ସେଠାରେ ସେ ଜିଲ୍ଲାର ବିଭିନ୍ନ କଲେଜ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହିତ ମତ ବିନିମୟ କରି ୫-ଟି ଉପକ୍ରମରେ ଶିକ୍ଷାର ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ । ଶ୍ରେଣୀଗୃହ ଶିକ୍ଷାର ଗୁରୁତ୍ୱ, ଶିକ୍ଷାର ଗୁଣାତ୍ମକମାନ ଆଦି ବିଭିନ୍ନ ବିଷୟରେ ପିଲାମାନଙ୍କ ଚିନ୍ତାଧାରା ସମ୍ପର୍କରେ ଆଲୋଚନା କରିଥିଲେ। କଠିନ ପରିଶ୍ରମର ବିକଳ୍ପ ନାହିଁ ବୋଲି ମତ ଦେଇ ପିଲାମାନଙ୍କୁ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ। ଶିକ୍ଷା ଜରିଆରେ ନିଜର ଉନ୍ନତିକରି ନିଜ ପରିବାର ଓ ଦେଶ ପାଇଁ ସୁନାମ ଆଣିବାକୁ ସେ ଆହ୍ୱାନ ଦେଇଥିଲେ। ଜିଲ୍ଲାର ସବୁ ସ୍କୁଲ ଓ କଲେଜର ଭିତ୍ତିଭୂମି ସମ୍ପର୍କରେ ଏକ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆବଶ୍ୟକତା ଅନୁସାରେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନର ଉନ୍ନତି ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାର ସ୍କୁଲ କଲେଜଗୁଡିକର ଭିତ୍ତିଭୂମିର ଉନ୍ନତିପାଇଁ ୧୪.୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ବୋଲି ୫-ଟି ସଚିବ କହିଥିଲେ ।

ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ସେଠାରେ ସେ ରୋଗୀ, ଡାକ୍ତର ସହିତ ଆଲୋଚନା କରି ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ୫-ଟି ରୂପାନ୍ତର କାର୍ଯ୍ୟକ୍ରମରେ ଆମ ହସ୍ପିଟାଲ ଯୋଜନାରେ ହସ୍ପିଟାଲର ଉନ୍ନତିକରଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ୨୦୧୯ରୁ ଆଜି ପର୍ଯ୍ୟନ୍ତ ରାୟଗଡା ଜିଲ୍ଲା ହସ୍ପିଟାଲ କାୟାକଳ୍ପ ପୁରସ୍କାର ପାଇ ଆସୁଥିବାରୁ ତଥା ଶିଶୁରୋଗରେ ଉଭୟ ଅନ୍ତଃବିଭାଗ ଓ ବର୍ହିଃବିଭାଗ ଚିକିତ୍ସାରେ ମୁସ୍କାନ ପ୍ରମାଣପତ୍ର ପାଇଥିବାରୁ ସେ ଜିଲ୍ଲାର ମେଡିକାଲ ଟିମ୍‌କୁ ଅଭିନନ୍ଦନ ଜଣାଇଥିଲେ । ହସ୍ପିଟାଲରେ ନିୟୋଜିତ ଥିବା ମା’ ମଙ୍ଗଳା ମିଶନ ଶକ୍ତି ଗୋଷ୍ଠୀ ସଦସ୍ୟାମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ସେମାନଙ୍କ କାମର ସମୀକ୍ଷା କରିଥିଲେ । ରୋଗୀମାନଙ୍କୁ ଦିଆଯାଉଥିବା ଖାଦ୍ୟର ଗୁଣାତ୍ମକ ମାନର ଉଚ୍ଚ ପ୍ରଶଂସା କରିଥିଲେ । ରୋଗୀ ମାନଙ୍କୁ ଦିଆଯାଉଥିବା ଖାଦ୍ୟ, ପରିସ୍କାର ପରିଛନ୍ନତା, ସ୍ୱଚ୍ଛ ପାନୀୟ ଜଳ ତଥା ଅନ୍ୟାନ୍ୟ ସେବାର ଗୁଣାତ୍ମକ ମାନ ଯେପରି ସବୁ ବେଳେ ଉଚ୍ଚ ସ୍ତରରେ ରହିବ ସେଥିପାଇଁ ସେ ମିଶନ ଶକ୍ତିର ସଦସ୍ୟାମାନଙ୍କୁ ଉତ୍ସାହିତ କରିବା ସହିତ ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିୟମିତ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ରାୟଗଡାରେ ନିର୍ମାଣାଧିନ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ପରିଦର୍ଶନ କରି ଏହାର କାମକୁ ତ୍ୱରାନ୍ୱିତ କରିବା ସହିତ କାମ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାରେ କ୍ରୀଡାର ବିକାଶ ପାଇଁ କ୍ରୀଡାବିତମାନଙ୍କ ସହିତ ଆଲୋଚନା କରିଥିଲେ । ଦେଶ ଓ ରାଜ୍ୟ ପାଇଁ ସୁନାମ ଆଣିବାକୁ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସେ ପରାମର୍ଶ ଦେଇଥିଲେ । ରାଜ୍ୟ ସରକାର କ୍ରୀଡାବିତମାନଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେବାପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଥିଲେ ।

ପରିଶେଷରେ ସେ ମା ମଝିଆଘରଣୀ ମନ୍ଦିର ପରିଦର୍ଶନକରି ସେଠାରେ ସେ ମା’ଙ୍କୁ ପୂଜାର୍ଚ୍ଚନା କରିଥିଲେ । ମନ୍ଦିର କମିଟି ସଦସ୍ୟମାନଙ୍କ ସହିତ ମନ୍ଦିରର ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ଏଥିପାଇଁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରି ରିପୋର୍ଟ ପଠାଇବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ମାଲକାନଗିରିରେ ୫ଟି ସଚିବଙ୍କ ୨ୟ ଦିନ: ଗ୍ରାଉଣ୍ଡ ଜିରୋରେ ଚାଲିଛି ବିକାଶର ଅନୁଧ୍ୟାନ
ମାଲକାନଗିରି: ଦୃତ ସାମଗ୍ରିକ ବିକାଶ ଧାରାରେ ଯୋଡ଼ିହୋଇଛି ମାଲକାନଗିରି ଜିଲ୍ଲା। ସ୍ବାଭିମାନ ଅଞ୍ଚଳଠାରୁ ଆରମ୍ଭ କରି ବଣ୍ଡାଘାଟି ଯାଏ ; ସବୁ ଅଞ୍ଚଳକୁ ମିଳିବ ନୂଆ ରୂପ। ଗମନାଗମନ, ଶିକ୍ଷା, ସ୍ବାସ୍ଥ୍ୟ, ପର୍ଯ୍ୟଟନ; ସବୁକ୍ଷେତ୍ରରେ କିପରି ବିକାଶ ପ୍ରତିଫଳିତ ହେବ ତା’ର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭିକେ ପାଣ୍ଡିଆନ। ଶ୍ରୀ ପାଣ୍ଡିଆନ ଦୁଇଦିନିଆ ମାଲକାନଗିରି ଗସ୍ତରେ ଆସିଛନ୍ତି। ଆଜି ତାଙ୍କର ୨ୟ ଦିନରେ ସ୍ବାଭିମାନ ଅଞ୍ଚଳରେ ମାରାଥନ ଅନୁଧ୍ୟାନ ଜାରି ରହିଛି। ଗ୍ରାଉଣ୍ଡ ଜିରୋରେ ବିକାଶର ଅନୁଧ୍ୟାନ କରୁଛନ୍ତି ଶ୍ରୀ ପାଣ୍ଡିଆନ। ଗୁରୁପ୍ରିୟା ସେତୁ ଉପରେ ବଡପଦାକୁ ସବଷ୍ଟେସନକୁ ଆସୁଥିବା ୩୩କେଭି ଲାଇନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଛନ୍ତି । ପରେ ମାଲାକାନକିରି କୋଟେଲଗୁଡାରେ ଏୟାରଷ୍ଟ୍ରିପ ଟର୍ମିନାଲ ବିଲଡିଂ ଓ ଗେଷ୍ଟହାଉସର ନିର୍ମାଣ କାର୍ଯ୍ଯର ଅନୁଧ୍ୟାନ କରିଥିଲେ।

ସେଠାରୁ ଚିତ୍ରୋକୋଣ୍ଡା ମିଶନ ଶକ୍ତି କାଫେକୁ ଆସି ମାଆ ଓ ପରେ ସ୍କୁଲକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି ୫ଟି ସଚିବ। ସ୍କୁଲରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ସ୍କୁଲର ଲାଇବ୍ରେରୀ, ସ୍କାର୍ଟ କ୍ଲାସରୁମରେ କିଭଳି ଛାତ୍ରଛାତ୍ରୀମାନେ ପାଠ ପଢୁଛନ୍ତି, ସେ ସମ୍ପର୍କରେ ବୁଲି ଦେଖିଛନ୍ତି । ପରେ ମାଲକାନଗିରିର ମାଳିକେଶ୍ବର ମନ୍ଦିରକୁ ଯାଇ ଏହାର ଉନ୍ନତିକରଣ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି ।

ସତିଗୁଡ଼ା ଇକୋପାର୍କରେ ବିକାଶର ସମୀକ୍ଷା କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି । ବିଭିନ୍ନ ବ୍ଲକକୁ ଯାଇ ବିକାଶ କାର୍ଯ୍ଯର ଅନୁଧ୍ୟାନ କରୁଛନ୍ତି । ମାଲକାନଗିରି ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ପରିଦର୍ଶନ କରିବା ସହ କାୟାକଳ୍ପ ପୁରସ୍କାର ପାଇଁ ଜିଲ୍ଲାପ୍ରଶାସନ ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଧନ୍ୟାବାଦ ଅର୍ପଣ କରିଥିଲେ ପାଣ୍ଡିଆନ୍ । ଗତକାଲି ବଣ୍ଡାଘାଟିରେ ପହଞ୍ଚିଥିଲେ ୫ଟି ସଚିବ ।

ଲୋକଙ୍କ ସମସ୍ୟା ଶୁଣିବା ସହ ବଣ୍ଡାଘାଟିକୁ ବସ୍ ଓ ଖଇରପୁଟରେ ଯୁକ୍ତ ଦୁଇ କଲେଜ ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ବଦପଡା କମ୍ପ୍ଲେକ୍ସ ସ୍କୁଲର ଛାତ୍ରଛାତ୍ରୀଙ୍କ ସହ ରାତ୍ରି ଭୋଜନ କରିଥିଲେ । ପିଲାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ହକି ଗ୍ରାଉଣ୍ଡ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ୩୦୦ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ କାର୍ୟ୍ୟ ବୁଲି ଦେଖିବା ପରେ ଗୁରୁପ୍ରିୟା ସେତୁକୁ ଯାଇ ବୁଲି ଦେଖିଥିଲେ ୫ଟି ସଚିବ ।

ମାଲକାନଗିରି ଗସ୍ତରେ ୫ଟିି ସଚିବ ଭିକେ ପାଣ୍ଡିଆନ, ବିଭିନ୍ନ ପ୍ରକଳ୍ପର କଲେ ସମୀକ୍ଷା
ମାଲକାନଗିରି: ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ମାଲକାନଗିରି ଗସ୍ତରେ ଅଛନ୍ତି।  ଆଜି ହେଲିକ୍ୟାପ୍ଟର ଯୋଗେ ପ୍ରଥମେ ମାଲକାନଗିରି ଜିଲ୍ଲାର ମାଥିଲିରେ ପହଞ୍ଚିବା ପରେ ଶିବସାଗର ଯାଇ ଉନ୍ନତିକରଣ ସମୀକ୍ଷା କରିଛନ୍ତି ୫ଟି ସଚିବ। ପରେ ପ୍ରସ୍ତାବିତ ରେଳ ଲାଇନ ଓ ସପ୍ତଧରା ଜଳସେଚନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ଏହାପରେ ଲୋକଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି।

ଆଉ କିଛି ସମୟ ପରେ ସୀତାକୁଣ୍ଡରେ ପହଞ୍ଚି ବଣ୍ଡା ହିଲ୍ସର ଉନ୍ନତିକରଣର ସମୀକ୍ଷା କରିବେ ପାଣ୍ଡିଆନ । ପରେ ହନ୍ତଳଗୁଡ଼ା ଭିୟୁ ପଏଣ୍ଟର ନିର୍ମାଣ ଅନୁଧ୍ୟାନ କରି ଲୋକଙ୍କ ସହ ଆଲୋଚନା କରିବେ। ଏହାପରେ ବିଏସଏଫ କ୍ୟାମ୍ପ ଏବଂ ବଡ଼ପଦାରେ ସ୍କୁଲକୁ ଯିବାର କାର୍ଯ୍ଯକ୍ରମ ରହିଛି । ଆସନ୍ତାକାଲି ମଧ୍ୟ ଫାଇଭ-ଟି ସଚିବ ଅନ୍ୟାନ୍ୟ ଉନ୍ନୟନମୂଳକ ପ୍ରକଳ୍ପର ଅନୁଧ୍ୟାନ କରିବେ।

ଝାରସୁଗୁଡ଼ାର ସମସ୍ୟା ବୁଝିଲେ ୫ଟି ସଚିବ ଭିକେ ପାଣ୍ଡିଆନ
ଝାରସୁଗୁଡ଼ା: ନବକିଶୋର ଦାସଙ୍କ ମୃତ୍ୟୁ ପରେ ଝାରସୁଗୁଡା ବିଧାନସଭା ଆସନ ଖାଲି ପଡ଼ିଛି। ତେବେ ଝାରସୁଗୁଡ଼ାରେ ଅଟକିନି ବିକାଶ କାମ । ୫ଟି ସଚିବ ଜିଲ୍ଲା ବିକାଶକୁ ଫୋକସ୍ କରିଛନ୍ତି । ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ ନେଇ ସିଧାସଳଖ ଆଲୋଚନା କରିଛନ୍ତି । ଝାରସୁଗୁଡ଼ାର ୫ଟି କଲେଜର ବିକାଶ ନେଇ ଛାତ୍ରଛାତ୍ରୀ ଏବଂ ଅଧ୍ୟକ୍ଷଙ୍କ ସହ ଭିଡିଓ କନଫରେନ୍ସିରେ ଆଲୋଚନା କରିଛନ୍ତି ୫ଟି ସଚିବ।

ଏଥିସହ ଝାରସୁଗୁଡ଼ା ପ୍ରେସ୍ କ୍ଲବ ସଦସ୍ୟଙ୍କଠାରୁ ଚାଷୀ, ସବୁ ବର୍ଗର ପ୍ରତିନିଧି ସିଧାସଳଖ ୫ଟି ସଚିବଙ୍କୁ ବିଭିନ୍ନ ସମସ୍ୟା ଜଣାଇଛନ୍ତି। ଏସବୁର ସମାଧାନ ନେଇ ଆଲୋଚନା କରିଛନ୍ତି ଭିକେ ପାଣ୍ଡିଆନ। ଏଭଳି କାର୍ଯ୍ଯକ୍ରମକୁ ପ୍ରଶଂସା କରିବା ସହ ସରକାର ଓ ୫ଟି ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି ଝାରସୁଗୁଡ଼ା ବାସିନ୍ଦା ।

ଦୁଃଖ ଶୁଣିଲେ 5T ସଚିବ : ଦିବ୍ୟାଙ୍ଗ କ୍ରିକେଟର୍‌ ଝିଲ୍ଲୀଙ୍କୁ ମିଳିଲା ୩୦ ହଜାର ଟଙ୍କା ସହାୟତା, ତୁରନ୍ତ ପ୍ରଦାନ କରାଯିବ ପାସ୍‌‌ପୋର୍ଟ
ଛେନାପଦି/ କେନ୍ଦୁଝର : ଦିବ୍ୟାଙ୍ଗ ମହିଳା କ୍ରିକେଟର୍‌ଙ୍କ ଦୁଃଖ ବୁଝିଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌। ତୁରନ୍ତ ପ୍ରଦାନ କରାଗଲା ସହାୟତା। ଦିବ୍ୟାଙ୍ଗ ମହିଳା କ୍ରିକେଟର୍‌ ଝିଲ୍ଲୀ ବିରୁଆଙ୍କୁ ନେପାଳଠାରେ ହେବାକୁ ଥିବା ବିଶ୍ୱ ଦୃଷ୍ଟିହୀନ କ୍ରିକେଟ୍‌‌ କାଉନ୍‌‌ସିଲ୍‌‌ ପାରାଅଲମ୍ପିକ୍‌‌ ଖେଳିବାକୁ ମନୋନୀତ ହୋଇଥିଲେ। କିନ୍ତୁ ପାସ୍‌‌ପୋର୍ଟ ଏବଂ ଟଙ୍କା ଅଭାବରୁ ସେ ଖେଳିବାକୁ ଯିବାରୁ ବଞ୍ଚିତ ହେବା ପରିସ୍ଥିତି ସୃଷ୍ଟି ହୋଇଥିବା। ଯାହା ଆଜି ଦୈନିକ ଖବର କାଗଜ ‘ସକାଳ’ରେ ପ୍ରକାଶ ପାଇଥିଲା। ଏହି ଖବରଟିକୁ ସାମଜିକ ଗଣମାଧ୍ୟମରେ ସଞ୍ଜିତ ଦାଶ ନାମକ ଜଣେ ସାମାଜିକ କର୍ମୀ ପୋଷ୍ଟ କରି ତୁରନ୍ତ ସହାୟତା ପାଇଁ ନିବେଦନ କରିଥିଲେ।

ଏହି ଟ୍ବିଟଟି ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ଙ୍କ ନଜରକୁ ଆସିବା ପରେ ସେ ତୁରନ୍ତ ସହାୟତା ପ୍ରଦାନ ପାଇଁ କେନ୍ଦୁଝର ଜିଲ୍ଳାପାଳଙ୍କୁ  ଓ କ୍ରୀଡା ବିଭାଗକୁ ନିର୍ଦ୍ଧେଶ ଦେଇଥିଲେ। ଏହାପରେ ଦିବ୍ୟାଙ୍ଗ ମହିଳା କ୍ରିକେଟର୍‌ ଝିଲ୍ଲୀ ବିରୁଆଙ୍କୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ସହ ପାସ୍‌‌ପୋର୍ଟ ନେଇ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି। ଏନେଇ ସାମାଜିକ ଗଣମାଧ୍ୟମରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ଙ୍କୁ ପ୍ରଶଂସା କରାଯାଉଛି।

ଦୁଃଖ ଶୁଣିଲେ 5t ସଚିବ ତୁରନ୍ତ ସାହାଯ୍ୟ ପାଇଁ ଜିଲ୍ଲାପାଳ ଓ କ୍ରୀଡା ବିଭାଗ କୁ ନିର୍ଦ୍ଧେଶ
ଜିଲ୍ଲାପାଳ ଙ୍କ ତରଫରୁ 30000 ଟଙ୍କା ତୁରନ୍ତ ପ୍ରଦାନ
Thanks sir 🙏@NandighoshaTV @TheSakala https://t.co/lFpgdVcGMP pic.twitter.com/EMCrCebQq5

— Soumya Ranjan. (@Soumya98671695) March 16, 2023

ସୂଚନାଯୋଗ୍ୟ କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଢ଼େଙ୍କା ପଞ୍ଚାୟତ ଅଧୀନ ଝଣଝଣା ଗ୍ରାମର ସ୍ୱର୍ଗତଃ ସୁଦର୍ଶନ ହୋ ଓ ମା’ ମମତା ବିରୁଆଙ୍କ ଦିବ୍ୟାଙ୍ଗ ଝିଅ ଝିଲ୍ଲୀ ବିରୁଆ(୧୩) ଏପ୍ରିଲରେ ନେପାଳଠାରେ ହୋବକୁ ଥିବା ବିଶ୍ୱ ଦୃଷ୍ଟିହୀନ କ୍ରିକେଟ୍‌‌ କାଉନ୍‌‌ସିଲ୍‌‌ ପାରାଅଲମ୍ପିକ୍‌‌ କମିଟି ପକ୍ଷରୁ କ୍ରିକେଟ୍‌‌ ଖେଳିବାକୁ ମନୋନୀତ ହୋଇଛନ୍ତି। ବିଶ୍ୱସ୍ତରରେ କ୍ରିକେଟ୍‌‌ ଖେଳିବାକୁ ଝିଲ୍ଲୀଙ୍କ ଉତ୍ସାହ ଯେତିକି ବଢ଼ୁଥିଲା, ପାସପୋର୍ଟ ସମସ୍ୟା ପାଇଁ ଇଚ୍ଛା ସେତିକି ମରିଯାଉଥିଲା।

ଛୋଟବେଳୁ ଝିଲ୍ଲୀଙ୍କ ବାମପଟ ଆଖିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ୨୦୧୭ରେ ଭଦ୍ରକସ୍ଥିତ ଦୃଷ୍ଟିହୀନ ବିଦ୍ୟାଳୟରେ ୫ମ ଶ୍ରେଣୀରଛାତ୍ରୀ ଭାବେ ଅଧ୍ୟୟନରତ ଥିଲାବେଳେ ପ୍ରଥମଥର ପାଇଁ ରାଜ୍ୟସ୍ତରୀୟ ଭୁବନେଶ୍ୱର ହାଇଟେକ୍‌‌ ଫିଲ୍ଡରେ କ୍ରିକେଟ୍‌‌ ଖେଳିବାକୁ ମନୋନୀତ ହୋଇଥିଲେ। ପରେ ଦାରିଙ୍ଗ୍‌‌ବାଡ଼ି ଓ ଡେରାଡୁନ୍‌‌ ସହ ବାଙ୍ଗାଲୋରରେ ଦୁଇ ଦୁଇଥର କ୍ରିକେଟ୍‌‌ ମ୍ୟାଚ୍‌‌ ଖେଳି ଅନେକ ମାନପତ୍ର ସହ ପୁରସ୍କାର ପାଇଛନ୍ତି। ପିଲାବେଳୁ ସେ ମାଆଙ୍କୁ ହରାଇଥିଲାବେଳେ ୨୦୨୦ ମସିହାର ଏକ ସଡ଼କ ଦୁର୍ଘଟଣାରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଯାଇଛି। ବୃଦ୍ଧା ୮୦ବର୍ଷିୟା ଜେଜେମାଆ ସହ ଦୁଇ ଭାଇଙ୍କୁ ନେଇ ତାଙ୍କ ପରିବାର।

The sportsperson has already been given financial assistance and DSSO is following up for further support

— District Administration,Keonjhar (@DistAdmKeonjhar) March 16, 2023

ଏଭଳି ଏକ ଦୁଃଖଦ୍‌‌ ପରିସ୍ଥିତିରେ ଅର୍ଥ ବିହୀନ ହୋଇ ବାପାଙ୍କ ମୃତ୍ୟୁ ପ୍ରମାଣପତ୍ର ଯୋଗାଡ଼ କରିବାରେ ସେ ଅସମର୍ଥ ହୋଇପଡ଼ି଼ଛନ୍ତି। ପାସ୍‌‌ପୋର୍ଟ ନ ହେଲେ ସେ ବିଦେଶକୁ ଯାଇପାରିବେ ନାହିଁ। ଏଣୁ ଜିଲ୍ଲା ପ୍ରଶାସନ ତାଙ୍କ ବାପାଙ୍କ ମୃତ୍ୟୁ ପ୍ରମାଣପତ୍ର ଓ ପାସପୋର୍ଟ ଯୋଗାଡ଼ କରିବାରେ ସାହାଯ୍ୟ କରିବାକୁ ନିବେଦନ କରିଥିଲେ। ଯାହା ସାମଜିକ ଗଣମାଧ୍ୟମରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ ଜାଣିବା ପରେ ସବୁ ସମସ୍ୟାର ସମାଧାନ ପାଇଁ ଜିଲ୍ଳାପାଳଙ୍କୁ  ଓ କ୍ରୀଡା ବିଭାଗକୁ ନିର୍ଦ୍ଧେଶ ଦେଇଛନ୍ତି। ତୁରନ୍ତ ଆର୍ଥିକ ସହାୟତା ବାବଦରେ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ବାପାଙ୍କ ମୃତ୍ୟୁ ପ୍ରମାଣପତ୍ର ଏବଂ ପାସ୍‌‌ପୋର୍ଟ ତୁରନ୍ତ ପ୍ରଦାନ କରିବାକୁ କୁହାଯାଇଛି।

ଓୟୁଏଟିରେ ୫ଟି ସଚିବ: ରୂପାନ୍ତରଣ କାର୍ଯ୍ଯର ତଦାରଖ କରିବା ସହ ନିର୍ଦ୍ଦିଷ୍ଟ ସମୟ ମଧ୍ଯରେ କାମ ସାରିବାକୁ ଗୁରୁତ୍ବ
ଭୁବନେଶ୍ବର: ଭୁବନେଶ୍ବର ଓୟୁଏଟିର ରୂପାନ୍ତରଣ  ପ୍ରକ୍ରିୟା ଆରମ୍ଭ। OUATର ରୂପାନ୍ତରଣ ପାଇଁ ପ୍ରାୟ ୭୨୭ କୋଟି ଟଙ୍କା ଖର୍ଚ୍ଚ ହେବ। OUATରେ ୬୦ କୋଟିରେ ତିଆରି ହେଉଛି ଅଡିଟୋରିୟମ। ଚାଷୀଙ୍କ ପାଇଁ ନିର୍ମାଣ ହେଉଛି ସବୁଠାରୁ ବଡ଼ ଅଡିଟୋରିୟମ। ଅଡିଟୋରିୟମରେ ଥରକେ ହଜାରେ ଚାଷୀ ବସିପାରିବେ। ଚାଷୀଙ୍କ ପାଇଁ ୨୦୦ ଶଯ୍ଯା ବିଶିଷ୍ଟ ହଷ୍ଟେଲ ନିର୍ମାଣ ଚାଲିଛି। ୫୦୦ ଶଯ୍ଯା ବିଶିଷ୍ଟ ଷ୍ଟୁଡେଣ୍ଟ ନିର୍ମାଣ କାର୍ଯ୍ଯ ଜାରି ରହିଛି। ୫ଟି ସଚିବ ଭିକେ ପାଣ୍ଡିଆନ୍ ରୂପାନ୍ତରଣ କାମ ତଦାରଖ କରୁଛନ୍ତି। ରୂପାନ୍ତରଣ କାମ ନେଇ ଭିସିଙ୍କ ସହ ଆଲୋଚନା କରିଛନ୍ତି ୫ଟି ସଚିବ। ନିର୍ଦ୍ଦିଷ୍ଟ ସମୟ ମଧ୍ଯରେ କାମ ସାରିବାକୁ ୫ଟି ସଚିବ ଗୁରୁତ୍ବ ଦେଇଛନ୍ତି।

ଆଜି ରାଉରକେଲାର ପ୍ରମୁଖ ତୀର୍ଥସ୍ଥାନ ବେଦବ୍ୟାସ ଗସ୍ତ କରି ଏହାର ଉନ୍ନତିକରଣ କାର୍ଯ୍ୟର ଅନୁଧ୍ୟାନ କରିବେ 5T ସଚିବ
ରାଉରକେଲା: ଆଜି ଫାଇଭ-ଟି ସଚିବ ଭି.କେ.ପାଣ୍ଡିଆନ ରାଉରକେଲାର ପ୍ରମୁଖ ତୀର୍ଥସ୍ଥାନ ବେଦବ୍ୟାସ ଗସ୍ତ କରିବେ । ଏହାର ଉନ୍ନତିକରଣ କାର୍ଯ୍ୟ ଅନୁଧ୍ୟାନ କରିବେ ଫାଇଭ ଟି ସଚିବ। ଗତକାଲି ରାତିରେ ନବୀକୃତ ରାଉରକେଲା ପାନ୍ଥନିବାସ ଗସ୍ତ କରି ରୂପାନ୍ତରଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ ଫାଇଭ-ଟି ସଚିବ ।

ଏହା ସହ ସହରର ଟ୍ରାଫିକ ଛକରେ ଥିବା ସେନସୋରୀ ପାର୍କ ଗସ୍ତ କରିବା ସହ ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଥିଲେ । ଆଜି ପ୍ରମୁଖ ତୀର୍ଥସ୍ଥାନ ବେଦବ୍ୟାସ ଗସ୍ତ କରି ଏହାର ଉନ୍ନତିକରଣ କାର୍ଯ୍ୟ ଅନୁଧ୍ୟାନ କରିବେ । ଶଙ୍ଖ ନଦୀ, କୋଏଲ ନଦୀ, ଓ ସରସ୍ବତୀ କୁଣ୍ଡର ମିଳନ ସ୍ଥଳରୁ ବ୍ରାହ୍ମଣୀର ଉତ୍ପନ୍ନ ହୋଇଥିବାବେଳେ ଏହା ତ୍ରିବେଣୀ ସଂଗମ ଭାବେ ପରଚିତି ଲାଭ କରିଛି ।

ଇନଷ୍ଟାଗ୍ରାମରେ କ୍ରୀଡ଼ାପ୍ରେମୀଙ୍କ ସହ 5T ସଚିବଙ୍କ ଲାଇଭ ବିଚାରବିମର୍ଶ, ହକି ବିଶ୍ବକପ୍‌ ଉପରେ ବିଭିନ୍ନ ପ୍ରଶ୍ନର ଦେଲେ ଉତ୍ତର
ଭୁବନେଶ୍ବର :  ହକି ମହାକୁମ୍ଭ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇସାରିଛି। ଆସନ୍ତା ମାସ ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହେବ ହକି ବିଶ୍ବକପ। ଚଳିତ ଥର ଭୁବନେଶ୍ବର ସମେତ ରାଉରକେଲାରେ ହକି ବିଶ୍ବକପ୍‌ ଖେଳାଯିବ। କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଖେଳାଯିବ ମୋଟ ୪୪ଟି ମ୍ୟାଚ ଯେଉଁଥିରେ ରାଉରକେଲାରେ ୨୦ ଓ ଭୁବନେଶ୍ବରରେ ୨୪ଟି ମ୍ୟାଚ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।

ଲଗାତର ଦ୍ବିତୀୟ ଥର ପାଇଁ ଓଡିଶା ହକି ବିଶ୍ବକପ୍‌ ଆୟୋଜନ କରୁଥିବା ବେଳେ ଏହାକୁ ନେଇ ସାରା ଓଡ଼ିଶାର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଭରି ରହିଛି। ହକି ବିଶ୍ବକପ୍‌ ପାଇଁ ଅନ୍‌ଲାଇନ ଟିକେଟ ବ୍ରିକି ସରିଥିବା ବେଳେ ଆଜିଠୁ ଉଭୟ ଭୁବନେଶ୍ବର ଓ ରାଉରକେଲାରେ ଅଫଲାଇନ୍‌ ଟିକେଟ ବିକ୍ରି ଆରମ୍ଭ ହୋଇଛି। ତେବେ ଟିକେଟ କିଣିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖାଦେଇଛି। ଟିକେଟ କାଉଣ୍ଟର ଦିନ ୧୧ଟାରେ ଖୋଲୁଥିବା ବେଳେ କ୍ରୀଡ଼ାପ୍ରେମୀ ଭୋର ୫ଟାରୁ ଲାଇନ୍‌ରେ ଛିଡା ହୋଇଥିବା ଦେଖିବାକୁ ମିଳିଛି।

ଚଳିତ ହକି ବିଶ୍ବକପ୍‌କୁ ପୂର୍ବ ଅପେକ୍ଷା ଅଧିକ ରୋମାଞ୍ଚକର କରିବା ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି କରୁଥିବା ବେଳେ ଆଜି ସନ୍ଧ୍ୟା ୭ଟାରେ ଇନଷ୍ଟାଗ୍ରାମରେ ଲାଇଭ ଆସି ୫ଟି ସଚିବ ଭିକେ ପାଣ୍ଡିଆନ ହକି ବିଶ୍ୱକପ୍ ୨୦୨୩ ଉପରେ ଦର୍ଶକଙ୍କ ସହ ଯୋଗାଯୋଗ କରିବା ସହ ଆଗାମୀ ମେଗା ଇଭେଣ୍ଟ ବିଷୟରେ ମୂଲ୍ୟବାନ ପରାମର୍ଶ ନେଇଛନ୍ତି।

ହକି ବିଶ୍ୱକପ୍ ନେଇ ୫-ଟି ସଚିବ ଭି. କେ ପାଣ୍ଡିଆନ ଦର୍ଶକଙ୍କ ସହ ଲାଇଭ ବିଚାରବିମର୍ଶ କରି ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି । ଭୁବନେଶ୍ୱର କଳିଙ୍ଗ ହକି ଷ୍ଟାଡିୟମରୁ ଇନଷ୍ଟାଗ୍ରାମରେ ଲାଇଭ ଆସି ବିଶ୍ୱକପ୍ ପ୍ରସ୍ତୁତି ସମ୍ପର୍କିତ ସୂଚନା ଦେଇଛନ୍ତି ୫-ଟି ସଚିବ । ସେ କହିଛନ୍ତି, ହକି ବିଶ୍ୱକପ୍ ଓଡ଼ିଶାର ୨ଟି ସହରରେ ଆୟୋଜିତ ହେଉଛି । ଭୁବନେଶ୍ୱରର କଳିଙ୍ଗ ଷ୍ଡାଡିୟମ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ହେବ । କ୍ରୀଡାରେ ନିବେଶ ହେଉଛି ଯୁବବର୍ଗଙ୍କ ଉପରେ ନିବେଶ । କ୍ରୀଡ଼ାରେ ନିବେଶ କରିବା ଅର୍ଥ ଯୁବବର୍ଗଙ୍କୁ ଉତ୍ସାହିତ କରିବା ବୋଲି ସେ କହିଛନ୍ତି।

ବିଶ୍ୱରେ କ୍ରୀଡାବିତଙ୍କ ସବୁବେଳେ ସମ୍ମାନ ରହିଆସିଛି । କ୍ରୀଡ଼ାରେ ନିବେଶ ରାଜ୍ୟକୁ ସଫଳତା ଦେଇଛି ବୋଲି କହିଛନ୍ତି ୫-ଟି ସଚିବ । ଅଲିମ୍ପିକ୍ସରେ ପ୍ରଥମ ଗୋଲ୍ଡ ମେଡାଲ ଜିତିଥିଲା ଭାରତୀୟ ଦଳ । ହକି ବିଶ୍ୱକପରେ ଭାରତ ମେଡାଲ ଆଣୁ ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ରହିଛି । ଦେଶରେ ହକିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଗାତର କାର୍ଯ୍ୟ କରୁଛନ୍ତି । ସେ ସୂଚନା ଦେଇଛନ୍ତି ଯେ, ଡିସେମ୍ବର ୨୪ରୁ ହକି ଟ୍ରଫି ଟୁର ୩୦ ଜିଲ୍ଲାରେ ହେବ । ରାଜ୍ୟର ସମସ୍ତ ମହାନଗରରେ ବିଶ୍ୱକପ ହକି ପାଇଁ ଉତ୍ସବ ଆୟୋଜନ ହେବ । ସ୍ୱାଧିନତା ସଂଗ୍ରାମ ସହ ହକିର ନିବିଡ଼ ସମ୍ପର୍କ ରହିଛି ।

ବିଜୁବାବୁଙ୍କ ହକି ପ୍ରେମ ନେଇ ସ୍ମୃତିଚାରଣ କରିଛନ୍ତି ଭିକେ ପାଣ୍ଡିଆନ । ଏ ମାଟିରୁ ଭାରତ ହକି ବିଶ୍ୱକପ୍ ଜିତୁ, ଶ୍ରୀଜିଉଙ୍କ ନିକଟରେ ସେ ପ୍ରାର୍ଥନା କରୁଛନ୍ତି ବୋଲି କହିଛନ୍ତି ୫-ଟି ସଚିବ । ହକି ପାଇଁ ୩୦ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରଶିକ୍ଷଣ ଓ କୋଚିଂ ଦିଆଯିବ । ଆପଣମାନଙ୍କ ଚିୟରଅପ୍ ମୁଁ ଏବେଠୁ ଶୁଣିପାରୁଛି । ହକି ପ୍ରଶିକ୍ଷଣ ପାଇଁ ପର୍ଯ୍ୟାପ୍ତ ସୁବିଧା ସରକାର ଯୋଗାଇ ଦେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ଯେ ଜଣେ ଓଡ଼ିଆ ଅଲିମ୍ପିକରେ ପଦକ ହାସଲ କରନ୍ତୁ । ସେହି ସମାରୋହରେ ଓଡ଼ିଆ କ୍ରିଡାବିତ୍‌ଙ୍କ ପାଇଁ ଭାରତର ଜାତୀୟ ସଂଗୀତ ଗାନ ହେବ। ଯାହା ଶୁଣିବା ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ବୋଲି କହିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ।

ସେ କହିଛନ୍ତି ଯେ, ରାଜ୍ୟର ସ୍କୁଲ କଲେଜଗୁଡ଼ିକରେ ହକି ପାଇଁ ପ୍ରଶିକ୍ଷଣ ଦିଆଯିବ । ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ଏହି ବିଶ୍ୱକପ୍ ଲୋକଙ୍କ ଦ୍ୱାରା ହେଉ । ପ୍ରତି ଜିଲ୍ଲାର ଗୋଟିଏ ହାଇସ୍କୁଲରେ ଏହି ସୁବିଧା ଯୋଗାଇ ଦିଆଯାଉଛି । ଆଶା ଯେ ଚଳିତଥର ଭାରତ ହକି ବିଶ୍ୱକପ୍ ନିଶ୍ଚୟ ଜିତିବ ବୋଲି କହିଛନ୍ତି ୫-ଟି ସଚିବ ।

ମା’ ଭଗବତୀ ଓ ଉଗ୍ରତାରାଙ୍କ ଦର୍ଶନ କରି ପ୍ରସ୍ତାବିତ ପ୍ରକଳ୍ପର ଅନୁଧ୍ୟାନ କଲେ ୫ଟି ସଚିବ ଭିକେ ପାଣ୍ଡିଆନ
ଖୋର୍ଦ୍ଧା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ସକାଳେ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପିଠ ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ମା’ ଭଗବତୀ ମନ୍ଦିର ଏବଂ ଭୁଶୁଣ୍ଢପୁର ସ୍ଥିତ ମା’ ଉଗ୍ରତାରାଙ୍କ ପୀଠ ପରିଦର୍ଶନ କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ। ଶ୍ରୀ ପାଣ୍ଡିଆନ ସକାଳ ୬ ଘଟିକା ୧୦ ମିନିଟ ସମୟରେ ମା’ ଭଗବତୀଙ୍କ ମନ୍ଦିର ସମ୍ମୁଖରେ ପହଞ୍ଚିବା କ୍ଷଣି ତାଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଓ ଏସପି ସ୍ୱାଗତ ଜଣେଇବା ସହ ମନ୍ଦିର ମଧ୍ୟକୁ ପାଛୋଟି ନେଇଥିଲେ। ମନ୍ଦିର ମଧ୍ୟରେ ମାତ୍ର ୧୫ ମିନିଟ ସମୟ ଅତିବାହିତ କରିଥିଲେ ଶ୍ରୀ ପାଣ୍ଡିଆନ। ଉକ୍ତ ସମୟ ମଧ୍ୟରେ ମନ୍ଦିରର ବିଭିନ୍ନ ଉନ୍ନତି କରଣ ଯୋଜନା ଗୁଡ଼ିକ ଉପରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ପରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଉପରେ ଶ୍ରୀ ପାଣ୍ଡିଆନ ମୋହର ମାରିଛନ୍ତି।

ପ୍ରମୁଖ ଉନ୍ନୟନମୂଳକ ପ୍ରକଳ୍ପ ଗୁଡ଼ିକ ହେଲା: ମନ୍ଦିର ଜମିର ସୀମା ନିର୍ଦ୍ଧାରଣ ସହ ଜବରଦଖଲ କାରୀଙ୍କୁ ଉଚ୍ଛେଦ, ମନ୍ଦିର ପଛପଟ ପ୍ରାଚୀର ସମ୍ପ୍ରସାରଣ, ବସ ଷ୍ଟାଣ୍ଡ ନିର୍ମାଣ ଓ ପାର୍କିଙ୍ଗ ବ୍ୟବସ୍ଥା, ଦୋଳବେଦି ଛକରୁ ଭଗବତୀ ମନ୍ଦିର ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ପ୍ରଶସ୍ତିକରଣ (ପ୍ରସ୍ତାବିତ ୧୦ ମିଟର), ଯାତ୍ରୀ ନିବାସ ଓ କଲ୍ୟାଣ ମଣ୍ଡପ ନିର୍ମାଣ, ମୁଖ୍ୟ ମନ୍ଦିର ପୁନରୁଦ୍ଧାର ଓ ପରିକ୍ରମା ମାର୍ଗ ନିର୍ମାଣ, ରୋଷ ଘର ଉନ୍ନତିକରଣ, ସର୍ବସାଧାରଣ ପ୍ରସାଦ ସେବନ ଗୃହ ନିର୍ମାଣ, ମନ୍ଦିର କାର୍ଯ୍ୟାଳୟ ନିଯୋଗୀ ବୈଠକ ଗୃହ ନିର୍ମାଣ, ଐତିହାସିକ ଦକ୍ଷେଶ୍ୱର ମନ୍ଦିରର ପୁନରୁଦ୍ଧାର।

ତେବେ ଉକ୍ତ ସମସ୍ତ ପ୍ରକଳ୍ପ ପାଇଁ ୫ଟି ସଚିବ ମନ୍ଦିର ପ୍ରଶାସନ, ବାଣପୁର ଜନସାଧାରଣ ଏବଂ ସେବାୟତଙ୍କ ସହ ଆଲୋଚନା କରି ତୁରନ୍ତ ପ୍ଲାନ ଏଷ୍ଟିମେଟ କରି ପଠାଇବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ମା’ ଭଗବତୀ ମନ୍ଦିର ରେ ସକାଳ ପ୍ରାୟ ୭ଟାରେ ପହଞ୍ଚିଥିଲେ। ଏଠାରେ ମନ୍ଦିର ବୁଲି ମାଆଙ୍କ ଦର୍ଶନ କରିବା ସହ ମନ୍ଦିର ଚାରିପଟ ବୁଲି ଦେଖିଥିଲେ। ମନ୍ଦିରର ସୌନ୍ଦର୍ଯ୍ୟକରଣ ନିମନ୍ତେ ଜିଲାପାଳ ଓ ମନ୍ଦିର ଟ୍ରଷ୍ଟି ସଦସ୍ୟ, ପୂଜକଙ୍କଙ୍କ ସହ ଆଲୋଚନା କରିଥିଲେ । ଜାତୀୟ ରାଜପଥ ଠାରୁ ମନ୍ଦିର ପର୍ଯ୍ୟନ୍ତ ଆଲୋକୀକରଣ, ଯାତ୍ରୀନିବାସ ଓ କଲ୍ୟାଣ ମଣ୍ଡପ ନିର୍ମାଣ ଲାଗି ସେବାୟତ ମାନେ ପ୍ରସ୍ତାବ ଦେଇଥିଲେ। ଏହାପରେ ଶ୍ରୀ ପାଣ୍ଡିଆନ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ।

ଶ୍ରୀ ପାଣ୍ଡିଆନଙ୍କ ଭଗବତୀ ମନ୍ଦିର ଗସ୍ତ ସମୟରେ କେବଳ ସୀମିତ ବ୍ୟକ୍ତିଙ୍କ ମନ୍ଦିର ମଧ୍ୟକୁ ପ୍ରବେଶ ଅନୁମତି ଥିବା ବେଳେ ଜିଲ୍ଲାପାଳ, ଏସପି, ବାଲୁଗାଁ ଏସଡିପିଓ, ବାଣପୁର ଆଇଆଇସି, ତହସିଲଦାର, ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ, ଏଣ୍ଡାଉମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ, ଏନଏସି ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଆଦି ମନ୍ଦିର ମଧ୍ୟରେ ଉପସ୍ଥିତ ଥିଲେ। ସେହିପରି ଉଗ୍ରତାରାଙ୍କ ମନ୍ଦିର ଠାରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଏସପି, ବାଲୁଗାଁ ଓ ଖୋର୍ଦ୍ଧା ଏସ୍ଡିପିଓ, ଟାଙ୍ଗି ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଶ୍ରୀଜିଉଙ୍କ ନିକଟରେ ବିଶ୍ବର ମଙ୍ଗଳ ପାଇଁ ପ୍ରାର୍ଥନା କଲେ ୫ଟି ସଚିବ ଭିକେ ପାଣ୍ଡିଆନ
ପୁରୀ: ପୁରୀ ଗସ୍ତରେ ଯାଇ ଶ୍ରୀଜିଉଙ୍କ ଦର୍ଶନ କଲେ ୫ଟି ସଚିବ ଭିକେ ପାଣ୍ଡିଆନ। ଏହାସହ ଶ୍ରୀଜଗନ୍ନାଥଙ୍କ ନିକଟରେ ବିଶ୍ବର ମଙ୍ଗଳ ପାଇଁ ପ୍ରାର୍ଥନା କରିଥିଲେ। ଶ୍ରୀଜିଉଙ୍କ ଦର୍ଶନ କରିବା ପରେ ପାଣ୍ଡିଆନ ଭୁବନେଶ୍ବର ଫେରିଛନ୍ତି ।ଶ୍ରୀମନ୍ଦିରରେ ପାଖାପାଖି ୪୫ ମିନିଟ ପର୍ଯ୍ଯନ୍ତ ରହିବା ସହ ପାର୍ଶ୍ବ ଦେବଦେବୀଙ୍କ ମନ୍ଦିରକୁ ଯାଇ ଦର୍ଶନ କରିଥିଲେ।

ସୂଚନା ଅନୁଯାୟୀ, ପାଣ୍ଡିଆନ ନିୟମିତ ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବା ସହ ବେଢ଼ା ପରିକ୍ରମା କରୁଛନ୍ତି। ଏହାସହ ପୁରୀ ସୌନ୍ଦର୍ଯ୍ଯକରଣ ପାଇଁ ଚାଲିଥିବା କାମର ଅଗ୍ରଗତି ମଧ୍ୟ ବୁଲି ଦେଖିଥିଲେ। ପୁରୀକୁ ବିଶ୍ବସ୍ତରୀୟ କରିବା ସହ ଅଧିକରୁ ଅଧିକ ଲୋକଙ୍କୁ ପୁରୀ ଆସିବାକୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଉନ୍ନୟନ କାମ ହାତକୁ ନେଇଛନ୍ତି।

BSKY ସ୍ମାର୍ଟକାର୍ଡ଼ରେ ନ ଥିଲା ନାଁ: 5T ସଚିବଙ୍କ ହସ୍ତକ୍ଷେପ ପରେ ମିଳିଲା ମାଗଣା ଚିକିତ୍ସା
ଭୁବନେଶ୍ୱର: ବିଏସ୍‍କେୱାଇ ସ୍ମାର୍ଟ କାର୍ଡ ବର୍ତ୍ତମାନ ରାଜ୍ୟର ସାଧାରଣ ଲୋକଙ୍କ ଜୀବନରେଖା ସାଜିଛି। ଦୈନିକ ରାଜ୍ୟର କୋଣ ଅନୁକୋଣର ଗରିବ ଲୋକମାନେ ଏହାଦ୍ୱାରା ଉପକୃତ ହେଉଥିବା ବେଳେ ଏହା ଗରିବ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ସଞ୍ଜୀବନୀ ସାବ୍ୟସ୍ତ ହୋଇପାରିଛି। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ ଅଧୀନ ମହିତଙ୍ଗା ଗ୍ରାମରେ। ହରପ୍ରିୟା ନାମରେ ଜଣେ ୧୫ ବର୍ଷର ଝିଅର ନାମ ବିଏସ୍‍କେୱାଇ ସ୍ମାର୍ଟ କାର୍ଡରେ ନାମ ନ ଥିଲେ ମଧ୍ୟ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଫଳରେ ସେ ମାଗଣାରେ ଚିକିତ୍ସା ପାଇବାରେ ସଫଳ ହୋଇଛନ୍ତି। ଯାହାଫଳରେ ତାଙ୍କ ପୂରା ପରିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫-ଟି ସଚିବ ଭି. କେ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ମହିତଙ୍ଗା ଗ୍ରାମ ବିପିନ ବିହାରୀ ଡାକୁଆ ଏବଂ ରଞ୍ଜୁଲତା ଡାକୁଆଙ୍କ ଝିଅ ହେଲେ ହରପ୍ରିୟା। ଚଳିତ ବର୍ଷ ଦଶମ ଶ୍ରେଣୀ ପାସ୍‍ କରି ଯୁକ୍ତ ଦୁଇରେ ନାମ ଲେଖିଛନ୍ତି। ଗତ ୬ ଦିନ ପୂର୍ବେ ଘର ଛାତ ସିଡିରୁ ହରପ୍ରିୟା ଖସି ପଡ଼ିଥିବା ବେଳେ ତାଙ୍କ ଡାହାଣ ଗୋଡ଼ ଭାଙ୍ଗି ଯାଇଥିଲା। ଯାହା ପରେ ତାଙ୍କର ଚିକିତ୍ସା କିମ୍ସ ମେଡିକାଲରେ କରାଯାଇଥିଲା। ହସ୍ପିଟାଲରେ ପ୍ରାୟ ୯୦ ହଜାର ଟଙ୍କା ଖର୍ଚ୍ଚ ସରିଥିବା ବେଳେ ବାପା ଦିନ ମଜୁରିଆ ହୋଇଥିବା କାରଣରୁ ଝିଅର ଚିକିତ୍ସା ପାଇଁ ଆବଶ୍ୟକୀୟ ଟଙ୍କା ଖର୍ଚ୍ଚ କରିବାକୁ ସକ୍ଷମ ନଥିଲେ। ବିଏସ୍‍କେୱାଇ କାର୍ଡ ତାଙ୍କର ଥିଲେ ମଧ୍ୟ ସେଥିରେ ତାଙ୍କ ଝିଅ ନାମ କୌଣସି କାରଣରୁ ନଥିଲା। ଫଳରେ ସେ କାର୍ଡରେ ଉପଲବ୍ଧ ମାଗଣା ଚିକିତ୍ସା ମଧ୍ୟ ପାଇପାରି ନଥିଲେ।

ଯାଜପୁରର ଜଣେ ଯୁବ ସମାଜସେବୀ ପିଣ୍ଟୁ ସାହୁ ଏ ସମ୍ପର୍କରେ ୫-ଟି ସଚିବଙ୍କୁ ଟୁଇଟ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଦିଲ୍ଲୀ ଗସ୍ତରେ ଥିବା ୫-ଟି ସଚିବ ଭି.କେ.ପାଣ୍ଡିଆନ ହରପ୍ରିୟାଙ୍କ ଜାଣିବାକୁ ପାଇବା ପରେ ତତ୍‍କ୍ଷଣାତ ବିଭାଗୀୟ ଅଧିକାରୀ ଓ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ କଥାବାର୍ତ୍ତା କରିଥିଲେ। ଏହାପରେ ପରେ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଥିଲା ହରପ୍ରିୟାଙ୍କୁ ସହାୟତା ପ୍ରକ୍ରିୟା। ନୟାଗଡ଼ ଜିଲ୍ଲା ପ୍ରଶାସନ ଝିଅର ନାମ ରାସନ କାର୍ଡରେ ଯୋଡ଼ିବା ପାଇଁ ଲାଗି ପଡ଼ିଥିଲେ। ଏପଟେ ମେଡିକାଲ ସହ ଜିଲ୍ଲା ପ୍ରଶାସନର ଅଧିକାରୀ ମଧ୍ୟ ଯୋଗାଯୋଗ କରିଥିଲେ। ଶେଷରେ ରାସନ କାର୍ଡରେ ହରପ୍ରିୟାଙ୍କ ନାମ ଯୋଡ଼ା ଯିବା ସହ ମାଗଣାରେ ଚିକିତ୍ସା ମଧ୍ୟ କରାଯାଇଥିଲା। ହରପ୍ରିୟାଙ୍କ ଚିକିତ୍ସା ପରେ ଏବେ ଖୁସି ଅଛନ୍ତି ପୂରା ପରିବାର। ବିପଦ ସମୟରେ ତତ୍କାଳ ସାହାଯ୍ୟ କରିଥିବାରୁ ହରପ୍ରିୟାଙ୍କ ବାପା ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ପୌର ନିର୍ବାଚନ: ଭୋଟ ଦେଲେ ୫ଟି ସଚିବ ଭିକେ ପାଣ୍ଡିଆନ, ଧାଡିରେ ଛିଡା ହୋଇଥିବା ମହିଳାଙ୍କୁ ପ୍ରଥମେ ମତଦାନ ପାଇଁ ଦେଲେ ସୁଯୋଗ
ଭୁବନେଶ୍ବର: ସକାଳ ୮ ଟାରୁ ଆରମ୍ଭ ହୋଇଛି ପୌର ନିର୍ବାଚନ ପାଇଁ ଭୋଟିଂ। ନେତା ବାଛୁଛନ୍ତି ସହରବାସୀ । ଆଜି ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ୫-ଟି ସଚିବ ଭିକେ ପାଣ୍ଡିଆନ ୪୬ ନଂ ୱାର୍ଡରେ ନିଜର ମତସାବ୍ୟସ୍ତ କରିଛନ୍ତି । ପାଣ୍ଡିଆନଙ୍କ ସହ ତାଙ୍କ ପତ୍ନୀ ତଥା ମିଶନ ଶକ୍ତି ସଚିବ ସୁଜାତା କାର୍ତିକେୟ ପାଣ୍ଡିଆନ ମଧ୍ୟ ମତଦାନ କରିଛନ୍ତି । ଏହି ପାଣ୍ଡିଆନ ଦମ୍ପତି ୟୁନିଟ ୬ ସରକାରୀ ଉଚ୍ଚ ବିଦ୍ୟାଳୟ ୪୮୩ ନମ୍ବର ବୁଥରେ ଭୋଟ ଦେଇଛନ୍ତି । ସେମାନେ ସାଧାରଣ ଭୋଟରଙ୍କ ସହ ଧାଡିରେ ଛିଡା ହୋଇ ନିଜର ମତଦାନ କରିଥିବାର ଦେଖାଯାଇଛି । ୫-ଟି ସଚିବ ଭିକେ ପାଣ୍ଡିଆନ ଧାଡିରେ ଛିଡାହୋଇଥିବା ମହିଳାଙ୍କୁ ପ୍ରଥମେ ମତଦାନ ପାଇଁ ସୁଯୋଗ ଦେଇଥିଲେ। ଧାଡିରେ ଛିଡୋ ହୋଇ ନଜି ପାଳି ପଡିବା ଯାଏଁ ଅପେକ୍ଷା କରି ମତଦାନ କରିଥିଲେ।