Rajesh Khanna - The Sakala

ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
ବଲିଉଡର ଯୁବ ଅଭିନେତା ବେଦାଙ୍ଗ ରୈନା ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି। ନିକଟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଦିବଂଗତ ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ନାତୁଣୀ ନାଓମିକା ସରନଙ୍କ ସହ ନଜର ଆସିଛନ୍ତି। ଖୁସି କପୁରଙ୍କ ସହ ସମ୍ପର୍କ ଭାଙ୍ଗିବା ପରେ ଏବେ ବେଦାଙ୍ଗଙ୍କ ଜୀବନରେ ନୂଆ ପ୍ରେମର ଏଣ୍ଟ୍ରି ହୋଇଥିବା ନେଇ ବିଭିନ୍ନ ମହଲରେ ଆଲୋଚନା ଆରମ୍ଭ ହୋଇଛି।

ଥିଏଟର ବାହାରେ ସ୍ପଟ୍ ହେଲେ ଉଭୟ

ଗୁରୁବାର ସନ୍ଧ୍ୟାରେ ମୁମ୍ବାଇର ଏକ ଥିଏଟର ବାହାରେ ବେଦାଙ୍ଗ ଏବଂ ନାଓମିକାଙ୍କୁ ଏକାଠି ସ୍ପଟ୍ କରାଯାଇଥିଲା। ପାପାରାଜିଙ୍କ କ୍ୟାମେରା ଦେଖି ନାଓମିକା ଲାଜେଇ ଯାଇ ନିଜ ମୁହଁ ଲୁଚାଇବାକୁ ଚେଷ୍ଟା କରୁଥିବା ବେଳେ ବେଦାଙ୍ଗ ହସୁଥିବାର ନଜର ଆସିଥିଲେ। ଉଭୟ ଲିଫ୍ଟ ଭିତରେ ଖୁବ୍ ହସଖୁସିରେ କଥା ହେଉଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଦୁହିଁଙ୍କ ଡେଟିଂକୁ ନେଇ ଚର୍ଚ୍ଚା ଜୋର ଧରିଛି।

କିଏ ଏହି ନାଓମିକା ସରନ?

ଭାଇରାଲ ଭିଡିଓରେ ଥିବା ନାଓମିକା ସରନ ହେଉଛନ୍ତି ବଲିଉଡର ପ୍ରସିଦ୍ଧ ପରିବାରର ଝିଅ। ସେ ହେଉଛନ୍ତି ବଲିଉଡର ପ୍ରଥମ ସୁପରଷ୍ଟାର ରାଜେଶ ଖାନ୍ନା ଏବଂ ଡିମ୍ପଲ କପାଡିଆଙ୍କ ସାନ ଝିଅ ରିଙ୍କି ଖାନ୍ନାଙ୍କ କନ୍ୟା। ସମ୍ପର୍କରେ ସେ ଅଭିନେତା ଅକ୍ଷୟ କୁମାରଙ୍କ ଶାଳୀଙ୍କ ଝିଅ। ମିଳିଥିବା ସୂଚନା ଅନୁଯାୟୀ, ଖୁବଶୀଘ୍ର ନାଓମିକା ମ୍ୟାଡକ୍ ଫିଲ୍ମସ୍ ବ୍ୟାନରରେ ନିର୍ମିତ ଏକ ଫିଲ୍ମ ମାଧ୍ୟମରେ ବେଦାଙ୍ଗଙ୍କ ସହ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି।

ଖୁସି କପୁରଙ୍କ ସହ ହୋଇଥିଲା ବ୍ରେକଅପ୍

ଏହି ନୂଆ ସମ୍ପର୍କ ପୂର୍ବରୁ ବେଦାଙ୍ଗଙ୍କ ନାମ ପ୍ରସିଦ୍ଧ ଅଭିନେତ୍ରୀ ତଥା ଶ୍ରୀଦେବୀଙ୍କ ଝିଅ ଖୁସି କପୁରଙ୍କ ସହ ଯୋଡା ଯାଉଥିଲା। ଉଭୟ 'ଦି ଆର୍ଚିଜ୍' ଫିଲ୍ମରେ ଏକାଠି କାମ କରିବା ପରେ ପରସ୍ପରକୁ ଡେଟ୍ କରୁଥିଲେ। ତେବେ ଦୁଇ ବର୍ଷର ସମ୍ପର୍କ ପରେ ନିକଟରେ ସେମାନଙ୍କର ବ୍ରେକଅପ୍ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ବର୍ତ୍ତମାନ ବେଦାଙ୍ଗ ଓ ନାଓମିକାଙ୍କ ଅନ୍-ସ୍କ୍ରିନ୍ ଯୋଡିଙ୍କୁ ନେଇ ଯେତିକି ଚର୍ଚ୍ଚା ହେଉଛି, ତାଙ୍କ ଅଫ୍-ସ୍କ୍ରିନ୍ କେମେଷ୍ଟ୍ରୀ ମଧ୍ୟ ଦର୍ଶକଙ୍କ ମଧ୍ୟରେ ସେତିକି ଉତ୍କଣ୍ଠା ସୃଷ୍ଟି କରିଛି।

View this post on Instagram

A post shared by Tadka Bollywood (@tadka_bollywood_)

ଷ୍ଟାର୍‌ଡମ୍‌ ଚାଲିଯିବାର ଯନ୍ତ୍ରଣାକୁ ସହି ପାରି ନଥିଲେ ରାଜେଶ ଖାନ୍ନା
ହିନ୍ଦୀ ସିନେମାର ପ୍ରଥମ ସୁପରଷ୍ଟାର୍‌ ଥିଲେ ଦିବଂଗତ ଅଭିନେତା ରାଜେଶ ଖାନ୍ନା। ୧୯୬୦ ଓ ୭୦ ଦଶକରେ ରାଜେଶ ଖାନ୍ନାଙ୍କ ନାଁ ହିଁ ଚଳଚ୍ଚିତ୍ର ସଫଳତାର ଏକ ଗ୍ୟାରେଣ୍ଟି ଭାବରେ ବିବେଚନା କରାଯାଉଥିଲା। ଯୁବତୀମାନଙ୍କ ମଧ୍ୟରେ ତାଙ୍କର କ୍ରେଜ୍ ଏତେ ଥିଲା ଯେ, ତାଙ୍କ ପାଖକୁ ରକ୍ତରେ ଲେଖା ପ୍ରେମପତ୍ର ଆସୁଥିଲା। ସେହି ସମୟରେ କେତେକ ଯୁବତୀ ମଧ୍ୟ ତାଙ୍କ ଫଟୋକୁ ବିବାହ ମଧ୍ୟ କରିନେଇଥିଲେ। ରାଜେଶଙ୍କ ଜୀବନରେ ଏପରି ଏକ ସମୟ ଆସିଥିଲା,ଯେତେେବଳେ ତାଙ୍କ ଷ୍ଟାର୍‌ଡମ୍‌ କମିବାକୁ ଲାଗିଲା। ଏହାପରେ ସେ ଆଉ ଇଣ୍ଡଷ୍ଟ୍ରୀରେ ପୂର୍ବ ଭଳି ନିଜ ସଫଳତାକୁ ଦୋହରାଇ ପାରି ନଥିଲେ। ନିକଟରେ ବଲିଉଡ୍‌ର ଭେଟେରାନ୍ ଅଭିନେତା

ପ୍ରେମ୍‌ ଚୋପ୍ରା ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ରାଜେଶଙ୍କ ଜୀବନର ଉତ୍ଥାନପତନ ଉପରେ ଆଲୋଚନା କରିଥିଲେ। ପ୍ରେମ୍‌ ଚୋପ୍ରା ଓ ରାଜେଶ ଖାନ୍ନା ଏକାଠି ୧୯ଟି ଫିଲ୍ମରେ କାମ କରିଥିଲେ। ତନ୍ମଧ୍ୟରେ ‘ପ୍ରେମ୍‌ ନଗର’, ‘ଡୋଲି’, ‘କଟିପତଙ୍ଗ’ ‘ଦୋ ରାସ୍ତେ’, ‘ଦାଗ’, ‘ଅଜନବି’ ଆଦି ଫିଲ୍ମଗୁଡ଼ିକ ରହିଥିଲା। ପ୍ରେମ୍‌ଙ୍କ କହିବା ଅନୁସାରେ,‘ ସେ ରାଜେଶଙ୍କ ସହ କାମ କରି ଅନେକ କିଛି ଶିଖୀଛନ୍ତି। ସମୟ ଥିଲା, େଯତେେବଳେ ରାଜେଶ ଫିଲ୍ମ ସାଇନ୍‌ କରିବା ପାଇଁ ପ୍ରଯୋଜକମାନେ ଲମ୍ବା ଲାଇନ୍‌ ଲଗାଉ ଥିଲେ। ସେ ବହୁତ ଭାବପ୍ରବଣ ଥିଲେ। କିଛି କାରଣକୁ ନେଇ ସବୁବେଳେ ବ୍ୟତିବ୍ୟସ୍ତ ରହୁଥିଲେ। ଏଥିପାଇଁ ତାଙ୍କ କ୍ୟାରିୟର୍‌ ତଳକୁ ଚାଲିଯାଇଥିଲା।

ରାଜେଶଙ୍କ କ୍ୟାରିୟର ପତନ ସମୟରେ ସେ ମାନିବାକୁ ପ୍ରସ୍ତୁତ ନଥିଲେ ଯେ, ଲଗାତାର ତାଙ୍କ ଫିଲ୍ମଗୁଡ଼ିକ ଫ୍ଲପ୍‌ ହେଉଛି। ଯେଉଁ ମଣିଷ ତିନିବର୍ଷ ମଧ୍ୟରେ ଲଗାତାର ୧୫ଟି ହିଟ୍‌ ଫିଲ୍ମ ଦେଇଛନ୍ତି ତାଙ୍କ ଫିଲ୍ମ ଫ୍ଲପ୍‌ ହେଉଛି ବୋଲି ସେ ବା କିପରି ମାନି ନେବେ ! ଏହି ସମୟରେ ତାଙ୍କୁ କିଛି ଏଭଳି ଫିଲ୍ମ ମିଳିଥିଲା, ଯେଉଁଥିପାଇଁ ସେ ଆଦୌ ଫିଟ୍‌ ନଥିଲେ। ଯେଉଁ ଫିଲ୍ମଗୁଡ଼ିକ ରାଜେଶଙ୍କ ହାତରୁ ଚାଲିଯାଉଥିଲା, ତାହା ଅମିତାଭ ବଚ୍ଚନଙ୍କ ହାତକୁ ଚାଲିଯାଉଥିଲା। ଅମିତାଭ ମଧ୍ୟ ସେଥିରେ ଅଭିନୟ କରିବା ପାଇଁ ରାଜି ହୋଇଯାଇଥିଲେ।

ସେତେବେଳେ ଅମିତାଭ କେତେଗୁଡ଼ିଏ ଫିଲ୍ମରେ ସାଇଡ୍ ହିରୋ ଭାବେ ମଧ୍ୟ ନଜର ଆସିଥିଲେ। କିନ୍ତୁ ରାଜେଶ ସବୁବେଳେ ହିରୋ ଭୂମିକାରେ ଅଭିନୟ କରିବାକୁ ଚାହୁଁଥିଲେ। ଏହାପରେ ସେ ଅନେକଗୁଡ଼ିକ ଫିଲ୍ମରେ କାମ କରିବା ପାଇଁ ମନା କରି ଦେଇଥିଲେ। ଦେଖୁଦେଖୁ ରାଜେଶଙ୍କ ଷ୍ଟାରଡମ୍‌ କମିବାକୁ ଲାଗିଲା। ସେତେବେଳେ ସେ ଚାହିଁଥିଲେ ତାଙ୍କ ପ୍ରସିଦ୍ଧିକୁ ବଜାୟ ରଖୀପାରିଥାନ୍ତେ କିନ୍ତୁ ସେ ଧୀରେ ଧୀରେ ନିରାଶ ହେବାକୁ ଲାଗିଲେ। ଯଦି ଆପଣ ଫିଲ୍ମ ଇଣ୍ଡଷ୍ଟ୍ରୀ ସହିତ ଜଡ଼ିତ ତେବେ କାମ ନ ମିଳିବା କଥା ବି ଆପଣଙ୍କୁ ସହ୍ୟ କରିବାକୁ ହେବ। ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଏପରି ସମୟ ଆସିଥାଏ, ଯେତେେବଳେ ସେ ତଳକୁ ଖସିଥାଏ’।

ଏଠାରେ ପ୍ରକାଶ ଥାଉ କି, ରାଜେଶ ଏକ ସମୟରେ ବଲିଉଡ୍‌ର ସବୁଠୁ ଅଧିକ ପାରିଶ୍ରମିକ ନେଉଥିବା ଅଭିନେତା ଥିଲେ। ୧୯୭୦ରୁ ୧୯୮୭ ପର୍ଯ୍ୟନ୍ତ ତାଙ୍କ ଫିଲ୍ମଗୁଡ଼ିକ ବକ୍ସ ଅଫିସ୍‌ରେ ବେଶ୍ ଭଲ ବ୍ୟବସାୟ କରିଥିଲା। ଏହାପରେ ତାଙ୍କ କ୍ୟାରିୟରରେ ଅବନତି ଦେଖାଗଲା । ସେ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଧୀରେ ଧୀରେ ଦୂରେଇ ଗଲେ। ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ୨୦୧୨ରେ ତାଙ୍କର ମୃତ୍ୟୁ ହୋଇଥିଲା।