Bahuda Yatra 2023 - The Sakala

ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆଜି ଗଡିବ ନନ୍ଦିଘୋଷ ଓ ଦର୍ପଦଳନ
ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ପରମ୍ପରା ଅନୁଯାୟୀ ଆଜି ବାହୁଡା ଯାତ୍ରା । ମାଉସୀମା’ଙ୍କ ମନ୍ଦିରରେ ବୁଧବାର ଚତୁର୍ଦ୍ଧାମୂର୍ତ୍ତିଙ୍କର ଆଡ଼ପମଣ୍ଡପରେ ସୁନାବେଶ ସାଙ୍ଗକୁ ବାହୁଡ଼ା ପହଣ୍ଡି କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟାରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଗୋଟି ପହଣ୍ଡିରେ ନିଆଯାଇ ରଥାରୂଢ଼ କରାଯାଇଛି । ପୂର୍ବ ଦିନ ମାନଙ୍କ ପରି ବୁଧବାର ସମସ୍ତ ନୀତି ପରେ ଦିଅଁଙ୍କ ବେଶକାର୍ଯ୍ୟ ଆରମ୍ଭ ହୋଇଥିଲା । ସକାଳୁ ପହଡ଼ ଭଙ୍ଗାପରେ ମଙ୍ଗଳ ଆଳତୀ ହୋଇଥିଲା । ତା’ପରେ ମହାସ୍ନାନ ଓ ଅବକାଶ ନୀତି ସମ୍ପନ୍ନ ହେବା ପରେ ତିନିଠାକୁରଙ୍କ ଦ୍ୱାରିକାଧୀଶ ସୁନାବେଶ ଅନୁଷ୍ଠିତ ହୋଇଥିଲା । ଏହି ବେଶ ଦେଖିବା ପାଇଁ ପୂର୍ବାହ୍ଣରେ ପ୍ରବଳ ଭିଡ଼ ହୋଇଥିଲା । ମନ୍ଦିର ପରିଚ୍ଛା ଦୂର୍ଗାଚରଣ ଜିତବାବୁ ପୁଷ୍ପଭେଟି ଓ ଅତରଲାଗି କରି ଠାକୁରଙ୍କ ପାଖରୁ ଆଜ୍ଞାମାଳ ନେଇ ଘଣ୍ଟ, ଘଣ୍ଟା, ଶଙ୍ଖ, କାହାଳୀ ଓ ସଂକୀର୍ତ୍ତନ ଦଳଙ୍କ ସହିତ ମନ୍ଦିର ବେଢ଼ା ପ୍ରଦକ୍ଷଣ କରିଥିଲେ । ଆରତୀ ଦର୍ଶନ ପରେ ଦଶମୀ ପୂଜାନୀତି ସମ୍ପନ୍ନ ପରେ ପରମ୍ପରା ଅନୁଯାୟୀ ପାଣିଆଖେଚୁଡ଼ି ଲାଗିପରେ ଭକ୍ତଗଣ ସେବନ କରିଥିଲେ । ଠାକୁରଙ୍କ ବେଶ ପରିବର୍ତ୍ତନ ପରେ ଅଁଳାଭେଟି, ତା’ପରେ ଚକାଛଡ଼ା କାର୍ଯ୍ୟ ଆରମ୍ଭ ହୋଇ ସନ୍ଧ୍ୟାରେ ବାହୁଡ଼ା ପହଣ୍ଡି ହୋଇଥିଲା । ଚତୁର୍ଦ୍ଧାମୂର୍ତ୍ତି ମନ୍ଦିରର ଦକ୍ଷିଣ ଦ୍ୱାର ଦେଇ ବନ୍ଦାପନା (ବିଭୀଷଣ ଦର୍ଶନ) ଗୀତ ଶୁଣାଇ ଫୁଲ ସୁସଜ୍ଜିତ ଟାହିଆ ପରିଧାନ ପୂର୍ବକ ପହଣ୍ଡିରେ ଯାଇ ରଥାରୂଢ଼ ହୋଇଥିଲେ । ବାଟରେ କର୍ପୁର ଲାଗି ଓ ବାଟପୂଜା ହୋଇଥିଲା । ଏହାପରେ ଭକ୍ତଙ୍କୁ ପୂଜକ ଓ ପହଣ୍ଡିଆ ମାନେ ଶିରକପଡ଼ା ପ୍ରଦାନ କରିଥିଲେ । ରାତିରେ ରଥାରୂଢ଼ ଦିଅଁ ରୂପାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ପରମ୍ପରା ଅନୁଯାୟୀ ରଥଯାତ୍ରା ପରି ବାହୁଡ଼ା ଯାତ୍ରା ମଧ୍ୟ ପହଣ୍ଡି ପର ଦୁଇଦିନ ଆଜି ଓ ଆସନ୍ତାକାଲି ଶୁକ୍ରବାର ଅନୁଷ୍ଠିତ ହେବ ।

ତେବେ ବାହୁଡା ଯାତ୍ରାରେ ପ୍ରଥମେ ଜଗନ୍ନାଥ ବାହୁଡିବେ । ଆଜି ଅପରାହ୍ନ ୨ଟା ୩୦ମିନିଟରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯିବା ସହିତ ଶ୍ରୀମନ୍ଦିର ପହଞ୍ଚିବା ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଅଧାବାଟ (ଟାଉନଥାନା) ପର୍ଯ୍ୟନ୍ତ ମହିଳା ଶ୍ରଦ୍ଧାଳୁଙ୍କ ଦ୍ୱାରା ଟଣାଯିବ । ଶୁକ୍ରବାର ଅପରାହ୍ନ ୨ଟା୩୦ମିନିଟରେ ସେଠାରୁ ମହିଳା ଶ୍ରଦ୍ଧାଳୁ ଦର୍ପଦଳନକୁ ଟାଣି ଶ୍ରୀମନ୍ଦିରରେ ପହଞ୍ଚାଇବା ପରେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣାଯାଇ ଶ୍ରୀମନ୍ଦିରରେ ପହଞ୍ଚିବ । ଏଥିପାଇଁ ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅନୁରୂପ ସାନ ଜଗନ୍ନାଥ ମନ୍ଦିରରେ ମଧ୍ୟ ମହାପ୍ରଭୁଙ୍କର ସୁନାବେଶ ସାଙ୍ଗକୁ ପହଣ୍ଡି ସମ୍ପନ୍ନ ହେବାପରେ ରଥାରୂଢ଼ ହୋଇଛନ୍ତି । ରଥାରୂଢ ଦିଅଁ ଦର୍ଶନ ପାଇଁ ସକାଳେ ବର୍ଷା ସତ୍ତ୍ବେ ଭକ୍ତଙ୍କ ଗହଳି ଲାଗିଛି ।

ରଥଟଣା ବେଳେ ଅଘଟଣ: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୬ମୃତ, ୧୫ ଆହତ
ତ୍ରିପୁରା: ରଥଟଣା ବେଳେ ଅଘଟଣ। ତ୍ରିପୁରାର ୟୁନାକୋଟି ଜିଲ୍ଲାରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ରଥ ଜଳିଗଲା। ଏହି ଅଘଟଣରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ଅହରାହ୍ନ ବେଳେ ଏହି ଘଟଣା ଘଟିଛି। କୁମାଘାଟ ଅଞ୍ଚଳରେ ବାହୁଡ଼ାଯାତ୍ରା ଚାଲିଥିଲା। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥରେ ବସାଇ ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିରକୁ ଶ୍ରଦ୍ଧାଳୁମାନେ ଆଣୁଥିଲେ। ରଥଯାତ୍ରାରେ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା।

ବାହୁଡ଼ିଲେ ମହାବାହୁ: ସିଂହଦ୍ୱାର ସାମ୍ନାରେ ଲାଗିଲା ତିନି ରଥ, ବଡଦାଣ୍ଡରେ ଭକ୍ତିମୟ ପରିବେଶ
ଭୁବନେଶ୍ବର: ସିଂହଦ୍ୱାରରେ ଲାଗିଛି ୩ ରଥ । ଜୟ ଜଗନ୍ନାଥ ଧ୍ବନୀରେ କମ୍ପୁଛି ବଡ଼ଦାଣ୍ଡ ।  ଶରଧାବାଲିରୁ ବାହାରିବା ପରେ ୩ ରଥ ଶେଷରେ ସିଂହଦ୍ୱାର ସମ୍ମୁଖରେ ଲାଗିଛନ୍ତି । ତାଳଧ୍ୱଜ ଏବଂ ଦର୍ପଦଳନ ରଥ ପରେ ଶେଷରେ ସିଂହଦ୍ୱାରର ନନ୍ଦିଘୋଷ ରଥ ପହଞ୍ଚିଥିଲା।  ବାହୁଡ଼ା ଯାତ୍ରାର ମହାପର୍ବ ଲକ୍ଷ୍ମୀନାରାୟଣ ଭେଟ ସମ୍ପନ୍ନ ହୋଇଥିଲା । ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ଭେଟିଲେ ମହାପ୍ରଭୁ । ଗଜପତିଙ୍କ ଉପସ୍ଥିତିରେ ଏହି ଲକ୍ଷ୍ମୀନାରାୟଣ ଭେଟ ସମ୍ପନ୍ନ ହୋଇଥିଲା।

ମହାରାଜା ଗଜପତି ଦିବ୍ୟସିଂହ ଦେବ ତିନି ରଥରେ ଛେରାପହଁରା କରିବା ପରେ ରଥରୁ ଚାରମାଳ ଫିଟାଯାଇଥିଲା । ଏହା ପରେ ତିନି ରଥରେ ଅଶ୍ୱ ଯୋଖା ହୋଇଥିଲା । ରଥରେ ଅଶ୍ୱଯୋଖା ହେବା ପରେ ଆରମ୍ଭ ହୋଇଥିଲା ରଥଟଣା । ଶରଧାବାଲିରେ ଗଡ଼ିଲା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ । ତାଳଧ୍ୱଜ ରଥ ପ୍ରଥମେ ଶରଧାବାଲିରେ ଗଡ଼ିବା ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣା ଆରମ୍ଭ ହୋଇଥିଲା । ଶେଷରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଟଣା ଆରମ୍ଭ ହୋଇଥିଲା । ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା ଶରଧାବାଲି ।

ଶରଧାବାଲିରେ ଜନସମୁଦ୍ର: ୩ ରଥକୁ ଭକ୍ତିର ସହ ଟାଣି ନେଉଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ
ପୁରୀ: ତିନି ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଛେରାପହଁରା ପରେ ଆରମ୍ଭ ହୋଇଛି ରଥଟଣା । ମହାରାଜା ଗଜପତି ଦିବ୍ୟସିଂହ ଦେବ ତିନି ରଥରେ ଛେରାପହଁରା କରିବା ପରେ ରଥରୁ ଚାରମାଳ ଫିଟାଯାଇଥିଲା । ଏହା ପରେ ତିନି ରଥରେ ଅଶ୍ୱ ଯୋଖା ହୋଇଥିଲା । ରଥରେ ଅଶ୍ୱଯୋଖା ହେବା ପରେ ଆରମ୍ଭ ହୋଇଥିଲା ରଥଟଣା । ଶରଧାବାଲିରେ ଗଡ଼ିଲା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ । ତାଳଧ୍ୱଜ ରଥ ପ୍ରଥମେ ଶରଧାବାଲିରେ ଗଡ଼ିବା ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣା ଆରମ୍ଭ ହୋଇଥିଲା । ଶେଷରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଟଣା ଆରମ୍ଭ ହୋଇଛି । ତିନିଠାକୁରଙ୍କ ରଥ ଦଉଡି ଛୁଇଁବା ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି । ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହେଉଛି ଶରଧାବାଲି ।

ନାକଚଣା ଦ୍ୱାରରେ ପ୍ରସ୍ତୁତ ତିନିରଥ, ଆଜି ବାହୁଡ଼ିବେ ଦାରୁବ୍ରହ୍ମ
ପୁରୀ : ଜନ୍ମବେଦୀରେ ଶେଷ ହୋଇଛି ଚତୁର୍ଦ୍ଧାବିଗ୍ରହଙ୍କ ଲୀଳା। ଏବେ ରତ୍ନବେଦୀକୁ ବାହୁଡ଼ିବାକୁ ପ୍ରସ୍ତୁତ ହେଉଛନ୍ତି ମହାପ୍ରଭୁ। ଶ୍ରୀଗୁଣ୍ଡିଚା ମନ୍ଦିରରେ ୭ ଦିନ ରହଣି ପରେ ବୁଧବାର ଭାଇ ଭଉଣୀଙ୍କୁ ସାଥୀରେ ଧରି ବାହୁଡ଼ିବେ କାଳିଆ ଠାକୁର। ଏଥିପାଇଁ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାରରେ ଦାରୁବ୍ରହ୍ମଙ୍କୁ ଅପେକ୍ଷା କରିରହିଛନ୍ତି ତିନିରଥ। ବୁଧବାର ରଥାରୁଢ଼ ହୋଇ ଦାରୁବିଗ୍ରହ ଯିବେ ଶ୍ରୀମନ୍ଦିର ଅଭିମୁଖେ। ତେବେ ଦକ୍ଷିଣମୋଡ଼ ହୋଇ ନାକଚଣା ଦ୍ୱାରରେ ଲାଗିଥିବା ତିନିରଥକୁ ମହାରଣା ସେବକ ଓ ରଥ ବିଶେଷଜ୍ଞ କମିଟି ଯାଞ୍ଚ କରିସାରିଛନ୍ତି। ଅନ୍ୟପକ୍ଷରେ ବାହୁଡ଼ା ଯାତ୍ରା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି। ମଙ୍ଗଳବାର ଥିଲା ସନ୍ଧ୍ୟା ଦର୍ଶନ। ସକାଳୁ ଆରମ୍ଭ ହୋଇଯାଇଥିଲା ଭକ୍ତଙ୍କ ଗହଳି।

ଲମ୍ବା ଧାଡ଼ିରେ ବ୍ୟାରିକେଡ ମଧ୍ୟ ଦେଇ ଶ୍ରଦ୍ଧାଳୁମାନେ ଜନ୍ମବେଦୀରେ ଦାରୁଦିଅଁଙ୍କୁ ଦର୍ଶନ କରିଥିଲେ। ଅନ୍ୟପକ୍ଷରେ ନୀତି ବି ସଅଳ ଚାଲିଥିଲା। ଏଥିସହ ଆଡ଼ପ ଅବଢ଼଼ା ବି ସଅଳ ବାହାରିଥିଲା। ଶେଷ ଆଡ଼ପ ଅବଢ଼଼ା ପାଇଁ ଭକ୍ତମାନେ ବେଶ୍‌‌ ଭିଡ଼ ଜମାଇଥିଲେ।

ବାହୁଡ଼ା ଯାତ୍ରା ପ୍ରସ୍ତୁତି ପାଇଁ ସନ୍ଧ୍ୟା ଦର୍ଶନ ଅପରାହ୍ନ ୫ଟା ୨୦ ମିନିଟ୍‌‌ରେ ବନ୍ଦ କରାଯାଇଥିଲା। ଆଡ଼ପମଣ୍ଡପରେ ଚତୁର୍ଦ୍ଧାବିଗ୍ରହଙ୍କ ପହୁଡ଼ ଆଳତି ସରିବା ପରେ ଶ୍ରୀମୁଖ ଖଣ୍ଡୁଆ ନୀତି ସମ୍ପନ୍ନ ହୋଇଥିଲା। ଏହାପରେ ମହାପ୍ରଭୁଙ୍କ ବାହୁଟକଣ୍ଟ, ଚାରବନ୍ଧା ଓ କୁସୁମି ଲାଗି ନୀତି ପାଇଁ ଆରମ୍ଭ ହୋଇଥିଲା ପ୍ରସ୍ତୁତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ, ବୁଧବାର ଭୋର ୪ଟାରେ ମଙ୍ଗଳ ଆଳତି ହେବ।

ଠାକୁର ଖେଚୁଡ଼ି ଭୋଗ ଖାଇସାରି ଶ୍ରୀମନ୍ଦିର ଅଭିମୁଖେ ବାହାରିବେ। ପୂର୍ବାହ୍ନ ୧୧ଟା ୪୫ରେ ମଙ୍ଗଳାର୍ପଣ ହୋଇ ମଧ୍ୟାହ୍ନ ୧୨ଟାରେ ବାହୁଡ଼ା ପହଣ୍ଡି ଆରମ୍ଭ ହେବ। ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଛେରାପହଁରା ନୀତି ବଢ଼଼ି ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ କରାଯିବା ଲାଗି ନୀତି ନିର୍ଘଣ୍ଟ ହୋଇଛି। ରଥଟଣା ସରିବା ପରେ ରଥ ଉପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ। ବାହୁଡ଼ା ପରଦିନ ଅର୍ଥାତ୍‌‌ ଗୁରୁବାର ସୁନାବେଶ ରହିଛି। ତେଣୁ ବାହୁଡ଼ା ଦିନ ହିଁ ସିଂହଦ୍ୱାରରେ ତିନିରଥ ପହଞ୍ଚାଇବା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ଦାରୁବିଗ୍ରହଙ୍କ ବାହୁଡ଼ା ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ କରିବା ଲାଗି ପୁଲିସ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି। ପଞ୍ଚସ୍ତରୀୟ ସୁରକ୍ଷା ବଳୟରେ ରହିଛି ପୁରୀ ସହର।