Tomato Price - The Sakala

ଆଜିଠାରୁ ଟମାଟୋ କିଲୋ ପିଛା ୫୦ ଟଙ୍କାରେ ବିକିବେ ସରକାର
ନୂଆଦିଲ୍ଲୀ: ସରକାର ଦେବେ ଶସ୍ତାରେ ଟମାଟୋ । ଅଗଷ୍ଟ ୧୫ ଠାରୁ ଟମାଟୋ କିଲୋ ପିଛା ୫୦ ଟଙ୍କାରେ ବିକିବେ ସରକାର । ଟମାଟୋ କିଲୋ ପିଛା ୫୦ ଟଙ୍କା ଦରରେ ଖୁଚୁରା ବଜାରରେ ବିକ୍ରି କରିବାକୁ କେନ୍ଦ୍ର ସରକାର ଜାତୀୟ ସମବାୟ ଉପଭୋକ୍ତା ମହାସଂଘ (ଏନସିସିଏଫ୍) ଏବଂ ଜାତୀୟ କୃଷି ସମବାୟ ବିପଣନ ମହାସଂଘ (ନାଫେଡ୍)କୁ ନିର୍ଦ୍ଦେଶ ଦେଇଛନ୍ତି। ହୋଲସେଲ ବଜାରରେ ଟମାଟୋ ଦର ହ୍ରାସକୁ ଦୃଷ୍ଟିରେ ରଖି ଖାଉଟି ବ୍ୟାପାର ବିଭାଗ ଏହି ନିଷ୍ପତ୍ତି ନେଇଛି।

ଖୁଚୁରା ବଜାରରେ ଟମାଟୋ ମୂଲ୍ୟ ହ୍ରାସ କରିବାକୁ କେନ୍ଦ୍ର ସରକାର ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏନ୍‌ସିସିଏଫ୍‌ ଓ ଏନ୍‌ଏଫ୍‌ଇଡି ଦିଲ୍ଲୀ ଏନ୍‌ସିଆର୍‌, ଜୟପୁର ଓ ରାଜସ୍ଥାନର କୋଟାରେ ଟମାଟୋ ବିକ୍ରି କରିବ। ସେହିପରି ଉତ୍ତର ପ୍ରଦେଶର ଲକ୍ଷ୍ନୌ, କାନପୁର, ବାରଣସୀ ଓ ପ୍ରୟାଗରାଜ ସମେତ ବିହାରର ପାଟନା, ମୁଜାଫରପୁର, ଅର୍ରାହ ଓ ବକ୍ସରରେ ଟମାଟୋ ୫୦ ଟଙ୍କାରେ ବିକ୍ରି ହେବ।

ଖାଉଟି ବ୍ୟାପାର ବିଭାଗର ନିର୍ଦ୍ଦେଶ ପରେ ଏନସିସିଏଫ୍ ଓ ନାଫେଡ୍ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ମହାରାଷ୍ଟ୍ରର ବଜାରରୁ ଟମାଟୋ କିଣିବା ଆରମ୍ଭ କରିଥିଲେ। ଅଗଷ୍ଟ ୧୩ ସୁଦ୍ଧା ଏନସିସିଏଫ ଓ ନାଫେଡ୍ ମୋଟ ୧୫ ଲକ୍ଷ କେଜି ଟମାଟୋ କିଣିଛନ୍ତି। ଏହି ଟମାଟର ସେସବୁ ଅଞ୍ଚଳକୁ ପଠାଯିବ, ଯେଉଁଠି ଟମାଟର ଦାମ୍‌ ଅଧିକ ରହିଛି ।

ଟମାଟୋର ସୁରକ୍ଷା ପାଇଁ ନିଯୁକ୍ତ ହେଲେ ବାଉନ୍ସର, ଟମାଟୋ ଛୁଇଁବାକୁ ଗ୍ରାହକଙ୍କୁ ମନା
ପ୍ରୟାଗରାଜ: ଦେଶରେ ଟମାଟୋ ମୂଲ୍ୟ ବଢ଼ିବା ପରେ ଏବେ ଏହାର ଚୋରି ଘଟଣା ବଢ଼ିବାରେ ଲାଗିଛି। କେବେ ଦୋକାନରୁ ତ ଆଉ କେବେ କ୍ଷେତରୁ ଏହାକୁ ଚୋର ଲୁଟି ନେଉଛନ୍ତି। ସ୍ଥିତି ଏପରି ହୋଇଛି ଯେ ଟମାଟୋର ସୁରକ୍ଷା ପାଇଁ ବାଉନ୍ସର ନିଯୁକ୍ତି କରିବାକୁ ପଡିଛି। ବାରାଣସୀ ପରିବା ବଜାରରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ପରିବା ବ୍ୟବସାୟୀ ନିଜ ଦୋକାନରେ ବାଉନ୍ସର ନିୟୋଜିତ କରିଛନ୍ତି। ଏମାନେ ଗ୍ରାହକଙ୍କୁ ଟମାଟୋ ଛୁଇଁବାକୁ ଦେଉନାହାନ୍ତି। ଟମାଟୋ ଏବଂ ଲଙ୍କା ଛୁଇଁଲେ ଘଉଡ଼ାଇ ଦେଉଛନ୍ତି। କିଣିବା ପୂର୍ବରୁ ପଇସା ଦେବାକୁ ଏବଂ ମୂଲଚାଲ ନ କରିବାକୁ ଲୋକଙ୍କୁ ପରାମର୍ଶ ଦେଉଛନ୍ତି। ଏହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ସମାଜବାଦୀ ପାର୍ଟି (ଏସ୍ପି) ମୁଖ୍ୟ ଅଖିଳେଶ ଯାଦବ ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି। ବିଜେପି ଟମାଟୋକୁ ‘ଜେଡ୍+’ ସୁରକ୍ଷା ଦେଇଛି ବୋଲି ସେ କଟାକ୍ଷ କରିଛନ୍ତି। ଏହି ମାମଲା ସାମ୍ନାକୁ ଆସିବା ପରେ ଜିଲ୍ଲା ପ୍ରଶାସନ ଏହାର ଯାଞ୍ଚ ପାଇଁ କମିଟି ଗଠନ କରିଛି।

ସୂଚନା ଅନୁଯାୟୀ ଏସ୍‌ପି କର୍ମୀ ଅଜୟ ଫୌଜୀ ନିଜ ପରିବା ଦୋକାନରେ ଏହି ବାଉନ୍ସର ମୁତୟନ କରିଛନ୍ତି। ସେ କହିଛନ୍ତି ଯେ ମୂଲ୍ୟ ବୃଦ୍ଧି ଯୋଗୁଁ ଟମାଟୋ ରାଗରେ ନାଲି ପଡ଼ିବାରେ ଲାଗିଛି। ଟମାଟୋ ଲୁଟେରା ସବୁଠି ସକ୍ରିୟ ହୋଇଯାଇଛନ୍ତି। ଲକ୍ଷ ଲକ୍ଷ ଟଙ୍କାର ଟମାଟୋ ଲୁଟି ନେଇ ଯାଉଛନ୍ତି। ଆମ ପାଖରେ ବି ୨୦ କେଜି ଟମାଟୋ ରହିଛି। ତେଣୁ ଏହାର ସୁରକ୍ଷା ପାଇଁ ବାଉନ୍ସର ଆଣିଛି। ବଜାରରେ ଟମାଟୋ କେଜି ୧୬୦ ଟଙ୍କା ରହିଛି। ଲୋକେ ଏବେ ଗୋଟେ କିମ୍ବା ୨ଟା ଟମାଟୋ କିଣୁଛନ୍ତି। କେନ୍ଦ୍ର ସରକାର କ’ଣ ଚାହୁଁଛନ୍ତି ତାହା ଲୋକେ ବୁଝିପାରୁ ନାହାନ୍ତି। ଟମାଟୋ ଦୋକାନରେ ମଧ୍ୟ ଅନେକ ପୋଷ୍ଟର ଲାଗିଛି।

ଦେଶରେ ଆକାଶଛୁଆଁ ଟମାଟୋ ଦର; ପିଜା, ବର୍ଗରରୁ ଗାଏବ୍‌ ହେଲା ଟମାଟୋ
ନୂଆଦିଲ୍ଲୀ: ଦେଶରେ ଆକାଶଛୁଆଁ ହୋଇଛି ଟମାଟୋ ଦର। ଫଳରେ ତରକାରୀକୁ ସୁସ୍ବାଦୁ କରୁଥିବା ଏହି ପରିବା ଏବେ ସାଧାରଣ ଲୋକଙ୍କ ରୋଷେଇ ଘରରୁ ଅଦୃଶ୍ୟ ହୋଇଯାଉଛି। ଖାଲି ରୋଷଶାଳ କାହିଁକି ଏମିତିକି ହୋଟେଲ ଏବଂ ରେସ୍ତୋରାଁଗୁଡିକରେ ଏବେ ପିଜା ବର୍ଗର ଓ ରାପ୍ସରୁ ଟମାଟୋ ଗାଏବ ହୋଇଗଲାଣି। ଏହାବ୍ୟତୀତ ଫାଷ୍ଟଫୁଡ୍‌ ରେସ୍ତୋରାଁ ଶୃଙ୍ଖଳ ଏବଂ ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭରୀ କମ୍ପାନୀଗୁଡିକ ଧୀରେ ଧୀରେ ଗ୍ରାହକଙ୍କୁ ସେମାନଙ୍କର ମେନୁରେ ଟମାଟୋ ଦେବାକୁ ଅମଙ୍ଗ ହେଲେଣି। ଏପରିକି ଦର ବୃଦ୍ଧି ପରେ ବର୍ତ୍ତମାନ ବିଶ୍ବର ଅଗ୍ରଣୀ ଫାଷ୍ଟଫୁଡ୍‌ ରେସ୍ତୋରାଁ ଶୃଙ୍ଖଳ ମ୍ୟାକଡୋନାଲ୍ଡସ ମଧ୍ୟ ଟମାଟୋ କିଣିବା ପାଇଁ ସଂଘର୍ଷ କରୁଥିବା ଜଣାଯାଇଛି। କମ୍ପାନୀ ଇତିମଧ୍ୟରେ ଏହାର ମେନୁରୁ ଟମାଟୋ ହଠାଇଦେଇଛି। ହେଲେ ଏବେ ଟମାଟୋ ସସ୍‌ରେ କାମ ଚଳୁଛି।

ବର୍ତ୍ତମାନ ଦେଶର ଖାଉଟି ବଜାରରେ ଦୈନିକ ଟମାଟୋ ଦର ବଢ଼ୁଛି। ଏମିତିକି ଉତ୍ତରାଖଣ୍ଡ ଭଳି କିଛି ସ୍ଥାନରେ ଟମାଟୋ କିଲୋ ପିଛା ୨୫୦ ଟଙ୍କା ଛୁଇଁଛି। ରାଜ୍ୟର ଗଙ୍ଗୋତ୍ରୀ ଏବଂ ଯମୁନେତ୍ରୀରେ ଟମାଟୋ କିଲୋ ପିଛା ୨୫୦ ଟଙ୍କା ଉପରେ ବିକ୍ରି ହେଉଛି। ତଥାପି ଅଧିକାଂଶ ରାଜ୍ୟରେ ଏବେ ବି ଟମାଟୋ କିଲୋ ପିଛା ୧୬୦ ଟଙ୍କାରେ ବିକ୍ରି ହେଉଛି। ବଜାର ସହ ଜଡିତ ବିଶେଷଜ୍ଞମାନଙ୍କର କହିବା ହେଉଛି ଏଭଳି ଉଚ୍ଚ ଦର ଆହୁରି ମାସେ ଯାଏ ବଜାୟ ରହିବ। ଉତ୍ପାଦନ ହ୍ରାସ ପାଇବା ଯୋଗୁ କର୍ଣ୍ଣାଟକରୁ ଯୋଗାଣ କମ୍ ହେବା ଫଳରେ ବଜାରରେ ଟମାଟୋ ଦର ବଢ଼ିଛି।

ଛୋଟ ଛୋଟ ହୋଟେଲ ଏବଂ ରେସ୍ତୋରାଁଗୁଡିକ ବିଭିନ୍ନ ଆଇଟମ୍‌ରେ ଟମାଟୋ ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି। ପ୍ରତିକ୍ରିୟାରେ ମ୍ୟାକଡୋନାଲ୍ଡସ କହିଛି ଯେ ଏହାର କିଛି ରେସ୍ତୋରାଁରେ କମ୍ପାନୀ ଟମାଟୋ ରହୁଥିବା ମେନୁ ପରିବେଷଣ କରିବାରେ ଅସମର୍ଥ ହୋଇଛି। କମ୍ପାନୀ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ ବର୍ତ୍ତମାନର ସମସ୍ୟା ଏକ ଋତୁକାଳୀନ ପ୍ରସଙ୍ଗ, ଯାହା ଖୁବ୍ ଶୀଘ୍ର ଶେଷ ହେବ। ତଥାପି ମୌସୁମୀ ଋତୁରେ ଭଲ ଗୁଣବତ୍ତା ଟମାଟୋ ଉପଲବ୍ଧ ନ ହେବା କାରଣରୁ ମେନୁରୁ ଟମାଟୋ ହଟାଇଦିଆଯାଇଛି। କମ୍ପାନୀ ଏବେ ଟମାଟୋ ଅଭାବଜନିତ ଗମ୍ଭୀର ସମସ୍ୟାର ସମ୍ମୁଖୀନ ହେଉନାହିଁ, ତଥାପି ଏହାର ୧୦-୧୫ ପ୍ରତିଶତ ରେସ୍ତୋରାଁରେ ଟମାଟୋ ରଖିବା ବନ୍ଦ କରିଦେଇଛି। କୌଣସି ଖାଦ୍ୟ ସାମଗ୍ରୀ କିଣିବାବେଳେ କମ୍ପାନୀ ଗୁଣବତ୍ତାକୁ ଗୁରୁତ୍ୱ ଦେଇଥାଏ। ବର୍ତ୍ତମାନ ବଜାରରେ ଉପଲବ୍ଧ ଟମାଟୋ କମ୍ପାନୀର କ୍ରୟ ମାନଦଣ୍ଡ ପୂରଣ କରୁନାହିଁ, ତେଣୁ ଏ ଟମାଟୋ କିଣିବା ବନ୍ଦ କରାଯାଇଛି। କମ୍ପାନୀ ଗ୍ରାହକଙ୍କୁ ଆଶ୍ୱାସନା ଦେଇ କହିଛି ଯେ ଏହା ଏକ ସାମୟିକ ସମସ୍ୟା ଏବଂ ଟମାଟୋର ଅଭାବ ଶୀଘ୍ର ଦୂର ହେବ।

ପରିବା ବଜାରରେ ନିଆଁ; ସପ୍ତାହକ ମଧ୍ୟରେ ଦୁଇ ଗୁଣ ବଢ଼ିଲା ଦର, ଶତକ ମାରିଲା ଟମାଟୋ
ଭୁବନେଶ୍ବର: ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି ବଜାର ଦର। ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍‌ ପରେ ଏବେ ପନିପରିବା ଦର ଆକାଶଛୁଆଁ ହୋଇଛି। ମୌସୁମୀର ପ୍ରବେଶ ସହ ହାଟ ବଜାରରେ ପନିପରିବା ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ବିଭିନ୍ନ ରାଜ୍ୟରେ ବର୍ଷା ବିତ୍ପାତ ଖୁଚୁରା ବଜାରକୁ ମହଙ୍ଗା କରିଦେଇଛି। ଗତ ସପ୍ତାହରେ ୫୦ ଟଙ୍କା ତଳେ ଥିବା ସବୁ ପରିବା ଦର ଏବେ ଶତକ ମୁହାଁ । ଏଥିରେ ବିନ୍ସ ଦର ସବୁ ରେକର୍ଡ ଟପିଯାଇଛି। ବଜାରରେ ବିନ୍ସ କିଲୋ ପିଛା ୨୦୦ ଟଙ୍କାରେ ବିକ୍ରି ହେଉଛି। ତେବେ ହଠାତ୍‌ ଟମାଟୋ କିଲୋ ପିଛା ୧୦୦ ଟଙ୍କା ଛୁଇଁବା ଏବେ ଖାଉଟିଙ୍କ ନିଦ ହଜାଇ ଦେଇଛି। ମାତ୍ର ମାସଟା ଭିତରେ ଅଦା ଓ ରସୁଣ ଦର ଯେଉଁଭଳି ଭାବେ ବଢ଼ିଛି ସେଥିରେ ଖାଉଟି କଲବଲ ହୋଇଥିବାବେଳେ ଏବେ ଅନ୍ୟ ପରିବା ଦର ବଢ଼ିବା ବେଡି ଉପରେ କୋରଡା ମାଡ଼ ସଦୃଶ ହୋଇଛି। ଚାହିଦା ଏବଂ ଯୋଗାଣ ଜନିତ ସମସ୍ୟା ଯୋଗୁ ଦର ବଢ଼ୁଥିବା ବ୍ୟବସାୟୀ କହୁଥିବାବେଳେ ବାହାର ରାଜ୍ୟରୁ ଆମଦାନୀ କମୁଥିବାରୁ ଯୋଗାଣ ବିଭାଗ ଦୋଷ ଦେଉଛି।

ବଜାରରେ ମାତ୍ର ସପ୍ତାହକ ମଧ୍ୟରେ ସବୁ ପରିବା ଦର ଦୁଇ ଗୁଣ ବଢ଼ିଯାଇଛି। ଏଥିରେ କେବଳ ଆଳୁ ଏବଂ ପିଆଜ ଦର ବାଦ୍‌ ପଡିଛି। ଖୁଚୁରା ବଜାରରେ ବିନ୍ସ କିଲୋ ପିଛା ୨୦୦, ସଜନା ଛୁଇଁ ୧୨୦, ଝୁଡଙ୍ଗ ୧୦୦, କଲରା ୧୦୦, ବାଇଗଣ ଏବଂ ପୋଟଳ ୮୦ ଟଙ୍କାରେ ବିକ୍ରି ହେଉଛି। ଦୀର୍ଘ ୩ ବର୍ଷ ହେବ କିଲୋ ପିଛା ୩୦ ଟଙ୍କାରେ ବିକ୍ରି ହୋଇଆସୁଥିବା ଅମୃତ ଭଣ୍ଡା ଦର ଏବେ କିଲୋ ପିଛା ୧୫ରୁ ୨୦ ଟଙ୍କା ବଢ଼ିଯାଇଛି। ପ୍ରସଙ୍ଗ ଉପରେ ମତ ରଖି ଓଡ଼ିଶା ରାଜ୍ୟ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ଯେ, ଓଡ଼ିଶାକୁ ପ୍ରମୁଖ ପରିବା ଯୋଗାଣକାରୀ ରାଜ୍ୟଗୁଡିକରେ ପ୍ରବଳ ବର୍ଷା ଯୋଗୁ ପରିବହନ ବାଧାପ୍ରାପ୍ତ ହୋଇଛି। ଏଥିଯୋଗୁ ବର୍ତ୍ତମାନ ବଜାରରେ ଦର ଉଚ୍ଚା ରହିଛି। ଚନ୍ଦ୍ରଶେଖରପୁର ଅଞ୍ଚଳର ଖାଉଟି ବୈଜୟନ୍ତୀ ସ୍ବାଇଁ କହିଛନ୍ତି ଯେ, ବର୍ତ୍ତମାନ ବଜାରରେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍‌ ଦର ମହଙ୍ଗା। ଏହାସହ ଏବେ ପନିପରିବା ଦର ଯେଉଁ ଭଳି ହେଲାଣି ଏଥିରେ ଚଳିବା ବେଶ କଷ୍ଟକର। ଏହାସାଙ୍ଗକୁ ଟମାଟୋ ଦର ଏବେ ଶହେ ଟଙ୍କା ଛୁଇଁବା ବେଶ କଷ୍ଟକର। ଅପରପକ୍ଷେ ରସୁଲଗଡ଼ର ଖୁଚୁରା ବ୍ୟବସାୟୀ ନାରାୟଣ ସାହୁ କହିଛନ୍ତି ଯେ, ଦୁଇ ଦିନ ହେବ ଆମକୁ ସବୁ ପରିବା କିଣା ଅଧିକ ପଡ଼ୁଛି। ତେଣୁ ଆମେ ତାହାକୁ ଅଧିକ ଦରରେ ବିକ୍ରି କରୁଛୁ। ମଣ୍ଡିରେ ଯୋଗାଣ କମୁଥିବା କୁହାଯାଉଛି, ତେଣୁ ଦର ଅଧିକ ପଡ଼ୁଥିବା ସେ କହିଛନ୍ତି। ମୌସୁମୀ ଆରମ୍ଭରୁ ସ୍ଥିତି ଏମିତି, ଆଗକୁ ଅଧିକ ବର୍ଷାରେ ବନ୍ୟା ହେଲେ ସେତେବେଳେ ଦରଦାମ୍‌ କେଉଁ ଅବସ୍‌ତାରେ ଥିବା ତାହା ଏବେଠାରୁ କହିବା ଅସମ୍ଭବ।

ଗତବର୍ଷ ଟମାଟୋ କିଲୋ ୪ ଟଙ୍କାରୁ କମ୍‌ ହେବା ଯୋଗୁ ନାସିକ୍‌ ଏବଂ ଔରଙ୍ଗାବାଦ୍‌ରେ ଚାଷୀମାନେ ରାସ୍ତାରେ ଟମାଟୋ ଫିଙ୍ଗି ଦେଇଥିଲେ। ଚଳିତବର୍ଷ ମଧ୍ୟ ଉତ୍ପାଦନ ସମୟରେ ପାଇକାରୀ ବଜାରରେ ଦର କିଲୋ ପିଛା ୬-୭ ଟଙ୍କା ରହିଥିଲା। ଏବେ ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ପଲଟିଯାଇଛି। କିଲୋ ଟମାଟୋ ପାଇଁ ଖାଉଟି ଏବେ ଗଣିବେ ୧୦୦ ଟଙ୍କା। ୧୫ ଦିନ ତଳେ ଟମାଟୋ କିଲୋ ପିଛା ୨୦ ଟଙ୍କା ରହିଥିଲା। ମାତ୍ର ସପ୍ତାହକ ମଧ୍ୟରେ ଟମାଟୋ କିଲୋ ପିଛା ତିନି ଗୁଣରୁ ଅଧିକ ହୋଇ ଶତକ ମାରିଛି। ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରୁ ଏବେ ଟମାଟୋ ଯୋଗାଣ ବନ୍ଦ ହୋଇଯାଇଛି। ଏବେ କେବଳ ବେଙ୍ଗାଲୁରୁ ଟମାଟୋ ଉପରେ ଭରସା। ତଥାପି ସେଠାରୁ ଯୋଗାଣ ପ୍ରଭାବିତ ହୋଇଛି। ବେଙ୍ଗାଲୁରୁଠାରେ ସୋମବାର ଟମାଟୋ କ୍ବିଣ୍ଟାଲ ପିଛା ହାରାହାରି ୭୦ ଟଙ୍କା ଉପରେ ରହିଛି। ଏହାର ପ୍ରଭାବ ସ୍ବରୂପ ଇତିମଧ୍ୟରେ ରାଜଧାନୀ ଭୁବନେଶ୍ବରର ହାଟ ବଜାରଗୁଡିକରେ ଟମାଟୋ କିଲୋ ପିଛା ୭୦ରୁ ହଠାତ୍‌ ୧୦୦ ଟଙ୍କାରେ ପହଞ୍ଚିଛି। ତେବେ ଦୁଇ ଦିନର ବ୍ୟବଧାନରେ ହଠାତ୍‌ ଟମାଟୋ କିଲୋ ପିଛା ଦୁଇ ଗୁଣ ହୋଇ ଖାଉଟିଙ୍କୁ ହତାଶ କରିଛି।