Ekamra Project - The Sakala

ଏକାମ୍ର ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ
ଭୁବନେଶ୍ୱର: ଦ୍ରୁତଗତିରେ ଆଗେଇ ଚାଲିଛି ଏକାମ୍ର ପ୍ରକଳ୍ପର ରୂପାନ୍ତରଣ କାମ। ଆଜି ସକାଳୁ ସକାଳୁ ଏକାମ୍ର ବିକାଶ ପ୍ରକଳ୍ପର ଟିକନିକ୍ ସମୀକ୍ଷା କରିଛନ୍ତି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସକାଳ ୬.୩୦ରୁ ୭.୩୦ ପର୍ଯ୍ୟନ୍ତ ପ୍ରକଳ୍ପ ବୁଲିଦେଖିବା ସହ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଭକ୍ତଙ୍କ ସୁବିଧା ଓ ଏକାମ୍ରକ୍ଷେତ୍ରରେ ଆଧ୍ୟାତ୍ମିକ ପରିବେଶ କିପରି ସୃଷ୍ଟି କରାଯାଇପାରିବ, ପରିକ୍ରମା କରିଡରରେ ଉଦ୍ୟାନ ଓ ପଥର କାରୁକାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି। ନୂଆବର୍ଷ ଅର୍ଥାତ୍‌ ୨୦୨୫ ସୁଦ୍ଧା ଏହି ପ୍ରକଳ୍ପର କାର୍ଯ୍ୟ ଶେଷ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ। କାମରେ ଯେତେ ବାଧାବିଘ୍ନ ଆସିଲେ ସୁଦ୍ଧା ଧାର୍ଯ୍ୟ ସମୟ ପୂର୍ବରୁ ପ୍ରକଳ୍ପର କାମ ଶେଷ କରିବାକୁ ପ୍ରକଳ୍ପ ଅଧିକାରୀଙ୍କୁ ଉତ୍ସାହିତ କରିଛନ୍ତି ୫-ଟି ଅଧ୍ୟକ୍ଷ।

ସାନିଟାରିୟମ ଛକ ନିକଟ ଉତ୍ତର ପାର୍କିଂଠାରୁ ଆରମ୍ଭ କରି ସମସ୍ତ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ବସ୍‌ ପାର୍କିଂ, କାର୍‌ ପାର୍କିଂ ବ୍ୟତୀତ ପର୍ଯ୍ୟଟନ ସୁବିଧା, ଭେଣ୍ଡିଂ ଜୋନ୍‌ ଏବଂ ଲିଙ୍ଗରାଜ ପୋଲିସ୍‌ ଷ୍ଟେସନ ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିଲେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ମନ୍ଦିର ପାଶ୍ୱର୍ରେ ଥିବା ଦୋକାନୀ ଏବଂ ବିକ୍ରେତାଙ୍କ ପୁନର୍ବାସ ଉପରେ ଧ୍ୟାନ ଦେଇ ସେ କହିଛନ୍ତି ସମସ୍ତ ଉପାୟରେ ସେମାନଙ୍କ ଜୀବିକା ନିଶ୍ଚିତ ହେବା ଆବଶ୍ୟକ।

ଏହାପରେ ସମାନ୍ତରାଳ ଭାବେ କୋଟିତୀର୍ଥେଶ୍ୱରରୁ ବିନ୍ଦୁସାଗର ଯାଏଁ ହେବାକୁ ଥିବା ବିକଳ୍ପ ରାସ୍ତା ବୁଲି ଦେଖିଥିଲେ। ଏଥିପାଇଁ ଜମି ଅଧିଗ୍ରହଣ ଓ ଡ୍ରେନ ନିର୍ମାଣ ନେଇ ଅଧରକାରୀଙ୍କ ସହ ଆଲୋଚନା କରିଥିଲେ ୫-ଟି ଅଧ୍ୟକ୍ଷ। ଡ୍ରେନ ନିର୍ମାଣ ପାଇଁ ଆବଶ୍ୟକ ଜମି ଯୋଗାଇ ଦେବାକୁ ବିଏମସିକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଅନନ୍ତ ବାସୁଦେବ ମନ୍ଦିର ପଛପଟେ ଥିବା ଭଜନ ମଣ୍ଡପ, ଓ ଲିଙ୍ଗରାଜ ପ୍ଲାଜା ମଧ୍ୟ ବୁଲି ଦେଖିଥିଲେ। ଶିବରାତ୍ରି ବେଳେ ଯେପରି କୌଣସି ଟ୍ରାଫିକ ସମସ୍ୟା ନ ସୃଷ୍ଟି ହୁଏ ସେଥିପାଇଁ ମୂଳଢାଂଚାରେ କୌଣସି ପରିବର୍ତ୍ତନ ନକରି ଧାଡ଼ି ପରିଚାଳନା କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି। ଏକାମ୍ର ପରିସରରେ ଆଧୁନିକ ଉପାୟରେ ଟ୍ରାଫିକ ପରିଚାଳନାକୁ ଫୋକସ୍‌ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ। ସ୍ୱଚ୍ଛ ପରିବେଶ ପାଇଁ ବ୍ୟାଟେରୀ ଚାଳିତ ଗାଡ଼ି ବ୍ୟବହାର କରିବାକୁ ସେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ସେ ଦକ୍ଷିଣ ପାଶ୍ୱର୍ ପରିକ୍ରମା ଓ ବଢେ଼ଇବାଙ୍କରେ ହେବାକୁ ଥିବା ବିକଳ୍ପ ବାଇପାସ୍‌ ରାସ୍ତାର ବୁଲି ଅନୁଧ୍ୟାନ କରିଥିଲେ।

‘ଏକାମ୍ର’ ପ୍ରକଳ୍ପ ଅଗ୍ରଗତି ସମୀକ୍ଷା କଲେ ୫-ଟି ସଚିବ : ଖୁବ୍‌ଶୀଘ୍ର କାମ ଆରମ୍ଭ କରି ସଠିକ୍‌ ସମୟରେ ସାରିବାକୁ ନିର୍ଦ୍ଦେଶ
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫ଟି ସଚିବ ଭିକେ ପାଣ୍ଡିଆନ୍‌ ଆଜି ‘ଏକାମ୍ର’ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିଛନ୍ତି। ସୋମବାର ସନ୍ଧ୍ୟାରେ ୫-ଟି ସଚିବ ଶ୍ରୀଲିଙ୍ଗରାଜ ମନ୍ଦିରରେ ପହଞ୍ଚି କାର୍ଯ୍ୟସ୍ଥଳୀ ପରିଦର୍ଶନ କରିବା ସହ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରି କାର୍ଯ୍ୟାରମ୍ଭ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଖୁବ୍‌ ଶୀଘ୍ର ଏହି କାର୍ଯ୍ୟ ଆରମ୍ଭ କରି ସଠିକ୍‌ ସମୟରେ ଶେଷ କରିବାକୁ ଲକ୍ଷ୍ୟ ରଖା ଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ପ୍ରକଳ୍ପ ଏକାମ୍ର ପ୍ରକଳ୍ପ ୨୦୧୯ରେ ରୂପରେଖ ନେଇଥିଲା ଏବଂ ଗତ ଜୁନ ୨୮ ତାରିଖରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ।

‘ଏକାମ୍ର’ ପ୍ରକଳ୍ପରେ ପାର୍କିଂସ୍ଥଳୀ ସାଙ୍ଗକୁ ମନ୍ଦିରକୁ ଯାଇଥିବା ପ୍ରମୁଖ ରାସ୍ତାର ଚିତ୍ର ବଦଳିବ । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସହ ସବୁ ଭିତ୍ତିଭୂମୀ ବିକାଶ ହେବ ।ପ୍ରକଳ୍ପ ସମୀକ୍ଷା ପରେ ଶ୍ରୀ ପାଣ୍ଡିଆନ୍‌ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରକଳ୍ପ ଅଧୀନରେ ବିଭିନ୍ନ କାର୍ଯ୍ୟ ଆରମ୍ଭ କରିବାକୁ ସେ କହିଛନ୍ତି । ଏହି ଗସ୍ତ ସମୟରେ କାର୍ଯ୍ୟ ଦାୟିତ୍ୱରେ ଥିବା ଏଜେନ୍ସି ଦ୍ୱାରା ପ୍ରସ୍ତୁତ କାର୍ଯ୍ୟସୂଚୀ ସମୀକ୍ଷା କରିବା ପରେ ଶ୍ରୀ ପାଣ୍ଡିଆନ୍‌ ସମସ୍ତ ସବିଶେଷ ଡିଜାଇନ୍‌ ଚୂଡ଼ାନ୍ତ କରିବା ସହ ସାମଗ୍ରୀ ଏବଂ ଯନ୍ତ୍ରପାତି ଆଣି ତୁରନ୍ତ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ତାଳେଶ୍ୱରରୁ କୋଟିତିର୍ଥେଶ୍ୱର ରାସ୍ତା, ସାନାଟାରିୟମ୍‌ ଛକରୁ ତାଳେଶ୍ୱର ପର୍ଯ୍ୟନ୍ତ ବକ୍ସ ଡ୍ରେନ୍‌ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଗକୁ ଉତ୍ତର ପାର୍କିଂ ଏବଂ ବାହ୍ୟ ପ୍ରବେଶ ରାସ୍ତାରେ କାର୍ଯ୍ୟ ସହ ପୂର୍ବଦ୍ୱାର ଛକ ରାସ୍ତାର ଉଭୟ ପାଶ୍ୱର୍ରେ ଲୋକଙ୍କ ବ୍ୟବାହାର୍ଯ୍ୟ ପାଇଁ ଭିତ୍ତିଭୂମୀ ସହ ଲିଙ୍ଗରାଜ ପଛ ଓ ଦକ୍ଷିଣ ପଶ୍ଚିମ ପାର୍କିଂ କାର୍ଯ୍ୟ ମଧ୍ୟ ଆରମ୍ଭ କରିବାକୁ କୁହାଯାଇଛି । ଏହି କାର୍ଯ୍ୟ ସଠିକ୍‌ ସମୟରେ ଶେଷ କରିବାକୁ ଶ୍ରୀ ପାଣ୍ଡିଆନ୍‌ ନିର୍ଦ୍ଦେଶ ଦେଇଛନ୍ତି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଏକାମ୍ର କ୍ଷେତ୍ରର ସୁବିଧା ଏବଂ ସ୍ମାରକୀ ପୁନର୍ଜୀବନ କାର୍ଯ୍ୟ ଯୋଜନା ମାଧ୍ୟମରେ ସହରାଞ୍ଚଳ ଡିଜାଇନ୍‌ ଦ୍ୱାରା କାର୍ଯ୍ୟ କରାଯିବ । ପୁରୁଣା ଭୁବନେଶ୍ୱରର ମୂଳ ଐତିହ୍ୟ ମୂଲ୍ୟକୁ ଗୁରୁତ୍ୱ ଦେଇ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏଥିେ ଐତିହ୍ୟ ପୁନର୍ଜୀବିତ କରାଯିବ ଓ ସୁବିଧା ସୁଯୋଗ ଉପଲବ୍ଧ କରାଯିବ । ଏକ ଜୀବନ୍ତ ଐତିହ୍ୟ ସହର ଭାବେ ପରିଚୟ ପାଇଥିବା ଏକାମ୍ରକ୍ଷେତ୍ରରେ ବହୁ ମନ୍ଦିର, ପବିତ୍ର ଜଳାଶୟ ଓ ପୁରୋହିତମାନଙ୍କର ପାରମ୍ପାରିକ ସମ୍ପ୍ରଦାୟ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକଳାପ ଏବଂ ଅଭ୍ୟାସ ରହିଛି । ପୁରୁଣା ଭୁବନେଶ୍ୱର ଅଞ୍ଚଳର ଐତିହ୍ୟ ସ୍ଥଳଗୁଡିକ ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ସର୍ବଦା ଆଗ୍ରହୀ ଥିଲେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ବିନ୍ଦୁ ସାଗରର ପୁନରୁଦ୍ଧାର ଏବଂ ଏକାମ୍ରବନ ପ୍ରକଳ୍ପ ପ୍ରତିଷ୍ଠା କରିଥିଲେ । ୫-ଟି ସଚିବଙ୍କ ଗସ୍ତ ସମୟରେ ପୂର୍ତ୍ତ ବିଭଗ ପ୍ରମୁଖ ଶାସନ ସଚିବ ଭିଭି ଯାଦବ, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ବିଏମସି କମିସନର ବିଜୟ ଅମୃତା କୁଲାଙ୍ଗେ, ଖୋର୍ଦ୍ଧା ଜିଲ୍ଲାପାଳ, ଓବିବିସିସି ଏମ୍‌ଡିଙ୍କ ସହିତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଏକାମ୍ର ଐତିହ୍ୟ ପ୍ରକଳ୍ପ ପାଇଁ ଭୂମିପୂଜନ ଆରମ୍ଭ, ୨୮ରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଏକାମ୍ର ପ୍ରକଳ୍ପ ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଭୂମି ପୂଜନ। ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଏହି ପ୍ରକଳ୍ପ ପାଇଁ ତିନିଦିନ ପୂଜା ଚାଲିବ । ଆସନ୍ତା ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିବେ । ଆସନ୍ତାକାଲି ଯଜ୍ଞରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଯୋଗଦେବେ। ପ୍ରକଳ୍ପ ଭୂମି ପୂଜନ ପାଇଁ ଆଲୋକମାଳାରେ ସଜ୍ଜିତ ହୋଇଛି ଲିଙ୍ଗରାଜ ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର, ମୁକ୍ତେଶ୍ବର ଓ ଅନ୍ୟାନ୍ୟ ମନ୍ଦିର।

ଶ୍ରୀଲିଙ୍ଗରାଜ ମନ୍ଦିରରେ ନିର୍ମିତ ହୋଇଛି ବିରାଟ ଯଜ୍ଞସ୍ଥଳୀ । ସନ୍ଧ୍ୟାରେ ଅଙ୍କୁର ରୋପଣ ପରେ ରାତି ୧୧ଟାରେ ମଣ୍ଡଳକରଣ । ମଙ୍ଗଳବାର ଭୋର୍ ୪ଟାରୁ ଜଳାଧିବାସ, ୬ଟା ୩୦ରେ ମନ୍ଦିର ଓ ଯଜ୍ଞବେଦୀ ପ୍ରଦକ୍ଷିଣ କରାଯିବ । ଏହା ପରେ ଘଟ ଓ ଦୀପ ସ୍ଥାପନ, ଗୁରୁ ପୂଜନ, ପଞ୍ଚାମୃତ, ପଞ୍ଚଗବ୍ୟ ଶୋଧନ କରାଯାଇ ସୂର୍ଯ୍ୟ ପୂଜା ସହ ଆରମ୍ଭ ହେବ ଯଜ୍ଞ । ତିନିଦିନ ଧରି ବିଏମସି ମାର୍କେଟ କମ୍ପ୍ଲେକ୍ସରେ ସ୍କାଏ ପ୍ରୋଜେକ୍ସନ, ଆଲୋକ ଓ ଶବ୍ଦ ପ୍ରଦର୍ଶନ ସହ ନୃତ୍ୟ ଆୟୋଜନ କରାଯାଇଛି ।

ପ୍ରୋଜେକ୍ଟ ମଡେଲ ଓ ସୂଚନା ପ୍ରଦର୍ଶନୀ ଜରିଆରେ ଏକାମ୍ର କ୍ଷେତ୍ରର ବିକାଶ ସମ୍ପର୍କରେ ପର୍ଯ୍ୟଟକଙ୍କୁ ଅବଗତ କରାଯାଉଛି । ଜୁନ୍ ୨୭ ଓ ୨୮ରେ ହରିହରଣ, ଅନନ୍ତ ସୁବ୍ରମଣି, ଅଭିଲିପସା ପଣ୍ଡା, ଆନନ୍ଦ ନନ୍ଦ, ନୀଳାଦ୍ରି କୁମାରଙ୍କ ପରି ଦେଶର ନାମୀଦାମୀ କଳାକାର ସନ୍ଧ୍ୟା ୫ଟା ୩୦ରୁ ରାତି ୧୦ଟା ଯାଏଁ ଭଜନ ପରିବେଷଣ କରିବେ ।