Union Minister - The Sakala
ଦଳୀୟ ନେତାଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପରାମର୍ଶ, ୧୦ ପ୍ରତିଶତ ନ ମିଳିଲେ ୫ ପ୍ରତିଶତ କମିଶନରେ କାମ ଚଳାଅ...
ପାଟନା: ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ମୁଖ୍ୟ ତଥା କେନ୍ଦ୍ର ମନ୍ତ୍ରୀ ଜିତନ ରାମ ମାନ୍‌ଝୀ  ନିଜ ଦଳର ବିଧାୟକ ଏବଂ ସାଂସଦଙ୍କୁ କମିଶନ ନେବାକୁ ପରାମର୍ଶ ଦେଇଛନ୍ତି। ୧୦% ନ ମିଳିଲେ ୫ ପ୍ରତିଶତ କମିଶନରେ ଚଳାଇବାକୁ କହିଛନ୍ତି। ତାଙ୍କର ଏହି ମନ୍ତବ୍ୟ କ୍ଷମତାସୀନ ଏନ୍‌ଡିଏ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିଛି। ଏହାକୁ ନେଇ ବିରୋଧୀ ଦଳ ସରକାରଙ୍କୁ ସମାଲୋଚନା କରିଛନ୍ତି। ଦିଲ୍ଲୀରୁ ପାଟନା ପର୍ଯ୍ୟନ୍ତ ଦୁର୍ନୀତି ଏବଂ କମିଶନର କଳାକାରନାମା ଚାଲିଛି ବୋଲି ଆରଜେଡି ଅଭିଯୋଗ କରିଛି।
ସୂଚନା ଅନୁଯାୟୀ, ଗୟାଜୀର କଳା ସଂସ୍କୃତି କେନ୍ଦ୍ରରେ ନବନିର୍ବାଚିତ ବିଧାୟକଙ୍କ ସମ୍ମାନରେ ରବିବାର ଆୟୋଜିତ କାର୍ଯ୍ୟକ୍ରମରେ ମାନ୍‌ଝୀ ସାମିଲ ହୋଇଥିଲେ। ଏଠାରେ ସେ ନିଜ ପୁଅ ସନ୍ତୋଷ କୁମାର ସୁମନ ପାଇଁ ରାଜ୍ୟସଭା ସିଟ୍‌ ଦାବି କରିଥିଲେ। ଏହା ନ ମିଳିଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାରର ମନ୍ତ୍ରୀ ପଦ ଛାଡ଼ିଦେବାକୁ ପରାମର୍ଶ ଦେଇଥିଲେ। ଆଉ କହିଥିଲେ ଯେ ସାଂସଦ ଏବଂ ବିଧାୟକ କମିଶନ ନେଉଛନ୍ତି। ସାଂସଦଙ୍କୁ ୫ କୋଟି ଟଙ୍କାର ପାଣ୍ଠି ମିଳୁଛି। ଏଥିରୁ ୧୦ ପ୍ରତିଶତ କମିଶନ ନେବା ସାଧାରଣ କଥା। ସେ ନିଜେ ୪୦ ଲକ୍ଷ ଟଙ୍କା କମିଶନ ନେଇ ଦଳୀୟ ପାଣ୍ଠିକୁ ଦାନ କରି ଦେଇଥିଲେ। ଯଦି ୧୦ ପ୍ରତିଶତ କମିଶନ ନ ମିଳୁଛି ତେବେ ୫ ପ୍ରତିଶତ ନେଇଯିବା କଥା। ଏବେ ଆମ ଦଳରେ ଜଣେ ସାଂସଦ ଅଛନ୍ତି। ତେଣୁ ୪୦ ଲକ୍ଷ ଟଙ୍କା କମିଶନ ମିଳୁଛି। ସାଂସଦ ସଂଖ୍ୟା ଦୁଇ ହୋଇଗଲେ ୮୦ ଲକ୍ଷ ଟଙ୍କା ମିଳିବ। ଏହା ସହିତ ମାନଝୀ କମିଶନ ବାବଦ ଅର୍ଥକୁ ଦଳକୁ ଦାନ କରିବା ପାଇଁ ବିଧାୟକମାନଙ୍କୁ କହିଛନ୍ତି।
ଦେଶରେ ହେବ ଜାତିଭିତ୍ତିକ ଜନଗଣନା
ନୂଆଦିଲ୍ଲୀ: ଏଥରକ କେନ୍ଦ୍ର ସରକାର କରିବେ ଜାତିଭିତ୍ତିକ ଜନଗଣନା। ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ଆଗାମୀ ଜନଗଣନାରେ ଜାତି ଆଧାରରେ ଜନଗଣନା କରାଯିବ। ଜାତିଭିତ୍ତିକ ଜନଗଣନା ପାଇଁ ପୂର୍ବରୁ ବିଜେଡି ସମେତ ଅନ୍ୟ ରାଜନୈତିକ ଦଳ ଦାବି କରି ଆସୁଥିଲେ। କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଜାତିଭିତ୍ତିକ ଜନଗଣନା ପାଇଁ ବିଜେଡି ପକ୍ଷରୁ ଦାବି ହୋଇ ଆସୁଥିଲା। ଗତ ବିଧାନସଭା ଅଧିବେଶନରେ ୪ ଦିନ ଧରି ଏ ସମ୍ପର୍କରେ ଆଲୋଚନା ଦାବି କରିଥିଲା ବିଜେଡି। ବିଧାନସଭା ପରିକ୍ରମା କରିବା ସହ ଏଜି ଛକରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲା ବିଜେଡି। ଜାତିଭିତ୍ତିକ ଜନଗଣନା ହେଲେ ପ୍ରକୃତରେ କିଏ ପଛୁଆ ବର୍ଗ ଓ କିଏ ଆର୍ଥିକ ଅନଗ୍ରସର ଅଛନ୍ତି, ସେମାନଙ୍କୁ ଚିହ୍ନଟ କରାଯାଇ ପାରିବ।
ମୁମ୍ବଇ : ମହାରାଷ୍ଟ୍ରର ଜଲଗାଓଁରେ ବିଜେପି ନେତ୍ରୀ ତଥା କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ରକ୍ଷା ଖାଡ଼ସେଙ୍କ ଝିଅକୁ ଅସଦାଚରଣ ସହିତ ନିର୍ଯାତନା ଦିଆଯିବା ଘଟଣାରେ ରାଜନୈତିକ ବିବାଦ ଜୋର ଧରିଛି। ଏହି ଘଟଣାକୁ ନେଇ ମହାରାଷ୍ଟ୍ର ଆଇନ ଶୃଙ୍ଖଳା ବ୍ୟବସ୍ଥା ସମ୍ପର୍କରେ ଖୋଦ କେନ୍ଦ୍ରମନ୍ତ୍ରୀ ରକ୍ଷା ପ୍ରଶ୍ନ ଉଠାଇଥିଲା ବେଳେ ବିରୋଧୀ ମଧ୍ୟ ଏହାକୁ ନିଶାଣ କରି ସମାନ ପ୍ରଶ୍ନ ଉଠାଇଛନ୍ତି। ଯେଉଁଠି ମହାରାଷ୍ଟ୍ର ଭଳି ଏକ ବିଜେପି ଶାସିତ ରାଜ୍ୟରେ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଝିଅ ସୁରକ୍ଷିତ ନୁହେଁ ସେଠାରେ ଅନ୍ୟମାନଙ୍କ ସ୍ଥିତି କ’ଣ ହେବ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି। ତେବେ ରକ୍ଷାଙ୍କ ଏତଲା ଅନୁସାରେ ପୁଲିସ ଘଟଣାର ପ୍ରାଥମିକ ଯାଞ୍ଚ କରି ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଅଭିଯୁକ୍ତ ବିରୋଧରେ ପକ୍ସୋ ଆଇନ ଅନୁସାରେ ମାମଲା ରୁଜୁ ହେବା ସହିତ ସେ କେନ୍ଦ୍ରମନ୍ତ୍ରୀଙ୍କ ଝିଅର ଫଟୋ ଜୋର ଜବରଦସ୍ତି ଉଠାଇଥିବାରୁ ଆଇଟି ଆଇନ ଅନୁସାରେ ମଧ୍ୟ ମାମଲା ରୁଜୁ କରାଯାଇଥିବା ପୁଲିସ କହିଛି।
କେନ୍ଦ୍ରମନ୍ତ୍ରୀ ରକ୍ଷା ଦେଇଥିବା ଏତଲା ଅନୁସାରେ ଶିବରାତ୍ରୀରେ କୋଥାଲିରେ ପ୍ରତି ବର୍ଷ ଏକ ମେଳା ଆୟୋଜନ କରାଯାଇଥିଲା ବେଳେ ଚଳିତ ବର୍ଷ ମେଳା ଦେଖିବାକୁ ତାଙ୍କ ଝିଅ ପୂର୍ବଦିନ କୋଥାଲି ଯାଇଥିଲେ। କିନ୍ତୁ ସେଠାରେ ତାଙ୍କୁ କିଛି ଯୁବକ ଅସଦାଚରଣ କରିଥିଲେ। ଅଭିଯୁକ୍ତ ଜଣକ କେବଳ କେନ୍ଦ୍ରମନ୍ତ୍ରୀଙ୍କ ଝିଅ ନୁହେଁ, ବରଂ ମେଳାକୁ ଆସିଥିବା ଅନ୍ୟ କିଛି ଝିଅଙ୍କୁ ମଧ୍ୟ ହଇରାଣ ହରକତ୍‌ କରିଥିଲେ ବୋଲି ମୁକ୍ତିନଗର ଡେପୁଟି ଏସପି କହିଛନ୍ତି।
ବର୍ତ୍ତମାନ ଜଣଙ୍କୁ ଗିରଫ କରାଯାଇଥିଲା ବେଳେ ଏହି ମାମଲାରେ ଜଡ଼ିତ ଥିବା ଅନ୍ୟମାନଙ୍କୁ ଖୋଜା ଚାଲିଛି ବୋଲି ସେ କହିଛନ୍ତି। ତେବେ ଏଭଳି ଘଟଣାରେ କେନ୍ଦ୍ରମନ୍ତ୍ରୀ ରକ୍ଷା ଖାଡ଼ସେ ମହାରାଷ୍ଟ୍ର ସରକାରଙ୍କ ପ୍ରତି ଅଙ୍ଗୁଳି ଉଠାଇଛନ୍ତି। ବିଶେଷକରି ଆଇନ ଶୃଙ୍ଖଳାକୁ ନେଇ ସେ ପ୍ରଶ୍ନ ଉଠାଇବା ସହିତ ସାଧାରଣ ଲୋକଙ୍କ ଅବସ୍ଥା କ’ଣ ରହିଥିବ ବୋଲି ପ୍ରଶ୍ନ ଉଠାଇଛନ୍ତି। ତେବେ ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସ୍‌ କହିଛନ୍ତି ଯେ, ଯେଉଁମାନେ ଏଭଳି କାର୍ଯ୍ୟରେ ଲିପ୍ତ ଥିଲେ ସେମାନେ ଏକ ରାଜନୈତିକ ଦଳର ଛତ୍ରଚାୟା ତଳେ ରହିଛନ୍ତି। ଏହି ଘଟଣାକୁ ସେ ଦୃଢ ନିନ୍ଦା କରିବା ସହିତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ଏହି ଘଟଣାକୁ ନିନ୍ଦା କରି ଅଭିଯୁକ୍ତମାନେ ନିୟମିତ ଅପରାଧ କରି ଆସୁଥିବାର ତଥ୍ୟ ରହିଛି ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି।
୯ବର୍ଷ ଧରି କେନ୍ଦ୍ରମନ୍ତ୍ରୀ ପଦରେ ଥାଇ ବି ଜନ୍ମମାଟିକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଣଦେଖା: ବିଜେଡି
ଭୁବନେଶ୍ବର: ଜନ୍ମମାଟିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଣଦେଖା। ବାରମ୍ବାର ଢେଙ୍କାନାଳ, ଅନୁଗୁଳ ଗସ୍ତ କରୁଛନ୍ତି। ହେଲେ ନିଜ ଜନ୍ମଭୂମିରେ କିଛି ବି ବିକାଶ କାମ କରିନାହାନ୍ତି ଧର୍ମେନ୍ଦ୍ର ପ୍ରଧାନ। ୯ବର୍ଷ ଧରି କେନ୍ଦ୍ରମନ୍ତ୍ରୀ ପଦରେ ଥାଇ ବି ଜନ୍ମମାଟିକୁ କିଛି ଦେଇନାହାନ୍ତି ବୋଲି କହିଛି ବିଜେଡି। ଦେଶକୁ ତାଳଚେର ସର୍ବାଧିକ ରାଜସ୍ୱ ଦେଉଛି। ହେଲେ ତାଳଚେର କୋଇଲା ଖଣିର ଉତ୍ପାଦନ ଅନୁସାରେ ମିଳିନି ନିଯୁକ୍ତି। ତାଳଚେର-ବିମଳାଗଡ଼ ରେଳଲାଇନ କାମ ସଂପୂର୍ଣ୍ଣ ହୋଇପାରିଲାନି।
ଏହା ମାଲବାହୀ ଷ୍ଟେସନ ହୋଇ ରହିଗଲା। ଏନଡିଏ ୨୦୧୪ରେ କ୍ଷମତାକୁ ଆସିବା ପରେ ଆକାଂକ୍ଷା ଜିଲ୍ଲା ଢେଙ୍କାନାଳରେ ମେଡିକାଲ କଲେଜ ହୋଇପାରିଲାନି। କେନ୍ଦ୍ରମନ୍ତ୍ରୀ କିଛି ସଫଳ କାର୍ଯ୍ୟକ୍ରମ କରିନାହାନ୍ତି। ନିର୍ବାଚନ ଆସିଲା ବୋଲି ସେକଥା କହିବା ଆରମ୍ଭ କରିଥିବା ବିଜେଡି କହିଛି। ଢେଙ୍କାନାଳ, ଅନୁଗୁଳ ସର୍ବାଧିକ ରାଜସ୍ୱ ଦେଉଥିବା ସତ୍ତ୍ବେ, ସ୍ୱତନ୍ତ୍ର ଦୃଷ୍ଟି ଦେଇନାହାନ୍ତି କେନ୍ଦ୍ରମନ୍ତ୍ରୀ ।
5Tରେ ଯେଉଁ ପରି ସ୍କୁଲ ରୂପାନ୍ତର ହେଉଛି, ସେ ନିଜ ଗାଁ ସ୍କୁଲ ପାଇଁ କଣ ରୂପାନ୍ତର କରିଛନ୍ତି କି ବୋଲି ବିଜେଡି ପ୍ରଶ୍ନ କରିଛି। କେନ୍ଦ୍ର ଅଧୀନରେ ଢେଙ୍କାନାଳ ଅନୁଗୁଳରେ କେତେ ସ୍କୁଲ କରିଛନ୍ତି? ଟେଲିକମରେ ଇଣ୍ଟେନେଟ ସୁବିଧା ନାହିଁ। ବ୍ୟଙ୍କିଙ୍ଗ ସୁବିଧା ନଥିବାରୁ ବୟସ୍କ ଲୋକ ଭତ୍ତା ପାଇଁ ହଇରାଣ ହେଉଛନ୍ତି। ବିହାର ଓ ମଧ୍ୟପ୍ରଦେଶରୁ ରାଜ୍ୟସଭା ଯାଇଥିବାରୁ ବୋଧେ କେନ୍ଦ୍ରମନ୍ତ୍ରୀଙ୍କ ଆନ୍ତରିକତା ଏହି ଦୁଇ ରାଜ୍ୟ ପାଇଁ ରହିଛି। ନିର୍ବାଚନ ଆସିଲେ ତାଙ୍କର ଢେଙ୍କାନାଳ ଅନୁଗୁଳ କଥା ମନେପଡେ ବୋଲି ବିଜେଡି କହିଛି ।