Digapahandi Bus Accident - The Sakala

OSRTC ବସ୍ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ହୋଇଥିଲା ଦିଗପହଣ୍ଡି ଦୁର୍ଘଟଣା: ବ୍ରହ୍ମପୁର ଏସପି
ଗଞ୍ଜାମ: ବସ୍‌ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ବଡ଼ ଦୁର୍ଘଟଣା । ଏ ନେଇ ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ ସୂଚନା ଦେଇଛନ୍ତି। ଦିଗପହଣ୍ଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତନାଘନା ଚିଲିଛି । ପଚରାଉଚରା ପରେ OSRTC ବସ ଡ୍ରାଇଭର ମାନସ ପ୍ରଧାନଙ୍କୁ ଗିରଫ କରିଛି ପୁଲିସ । ଘଟଣାର ତଦନ୍ତ କରୁଥିଲେ ଚିକିଟି ଏସଡିପିଓ ଓ ଦିଗପହଣ୍ଡି ଥାନା ଅଧିକାରୀ । ଗତକାଲି ରାତିରେ ଡ୍ରାଇଭର ସହ ତଦନ୍ତକାରୀ ଟିମ୍ ମଧ୍ୟ ଆଲୋଚନା କରିଥିଲେ । ଆଜି ଡ୍ରାଇଭରଙ୍କୁ କୋର୍ଟ ଚାଲାଣ କରାଯିବ । ଦୁର୍ଘଟଣାର ଆଜି ରିପୋର୍ଟ ଦେବେ ତଦନ୍ତକାରୀ ଟିମ୍ ।

ଦୁଇ ଜଣ ଇଞ୍ଜିନିୟର ଜଣେ ଅଭିଜ୍ଞ ଡାକ୍ତରଙ୍କ ସମେତ ଏନଫୋର୍ସମେଣ୍ଟ ଡିଏସପି ଏହି ଟିମରେ ସାମିଲ ଅଛନ୍ତି । ସେହିପରି ଏମକେସିଜି ମେଡିକାଲରେ ଥିବା ଘରୋଇ ମିନି ବସର ଡ୍ରାଇଭରଙ୍କୁ ଭେଟିଛନ୍ତି ତଦନ୍ତକାରୀ ଟିମ । ଘରୋଇ ମିନି ବସର ପରମିଟ ନଥିବା ବେଳେ ଇନସ୍ୟୁରାନ୍ସ ଅବଧୀ ସରିଯାଇଥିଲା । ମିନି ବସ ମାଲିକକୁ ଚିହ୍ନଟ କରାଯାଇଥିବା ବେଳେ, ତାଙ୍କୁ ଖୋଜୁଛି ପୁଲିସ । ଗତକାଲି ଭୟଙ୍କର ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୯ ଜଣଙ୍କର ଚିକିତ୍ସା ଚାଲିଛି । ସେପଟେ ମୃତକଙ୍କ ପରିବାରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ଦିଗପହଣ୍ଡି ଦୁର୍ଘଟଣା: OSRTC ବସ୍ ଡ୍ରାଇଭରକୁ ଭୁବନେଶ୍ୱରରୁ ଉଠାଇନେଲା ପୋଲିସ
ଦିଗପହଣ୍ଡି: ଦିଗପହଣ୍ଡି ବସ୍ ଦୁର୍ଘଟଣା ମାମଲା । ଭୁବନେଶ୍ୱରରୁ ବସ୍ ଡ୍ରାଇଭରକୁ ଉଠାଇନେଲା ପୋଲିସ । OSRTC ଡ୍ରାଇଭରକୁ ଉଠାଇନେଲା ଦିଗପହଣ୍ଡି ପୋଲିସ । ଭୁବନେଶ୍ୱର ଖଣ୍ଡଗିରି OSRTC ଡିପୋରେ ଥିଲା ଡ୍ରାଇଭର । ଖବର ପାଇ ଭରତପୁର ପୋଲିସ ସହାୟତାରେ ଉଠାଇନେଲା । ଦିଗପହଣ୍ଡିରେ ଗତକାଲି ବିଲମ୍ବିତ ରାତିରେ ଏକ କନ୍ୟା ଯାତ୍ରୀ ବସକୁ ଏକ ଓଏସଆରଟିସି ବସ୍ ଧକ୍କା ଦେଇଥିଲା। ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା। ତେବେ ଏହି ଘଟଣାରେ ପଚରାଉଚରା ପାଇଁ ଓଏସଆରଟିସି ବସ ଡ୍ରାଇଭରକୁ ଉଠାଇ ନେଇଛି ପୋଲିସ।

ଅନ୍ୟପଟେ ବସ୍ ଦୁର୍ଘଟଣା ନେଇ ଦିଗପହଣ୍ଡି ଥାନାରେ ଏତଲା ଦିଆଯାଇଛି । ଦୁର୍ଘଟଣାଗ୍ରସ୍ତ ମିନି ବସର ନଥିଲା ପରମିଟ୍ । ୨୫ ବର୍ଷ ତଳର ପୁରୁଣା ଗାଡ଼ି ଗାଇଡଲାଇନର ଉଲ୍ଲଂଘନ କରି ଚାଲୁଥିଲା। ଯାତ୍ରୀ ନେବା ପାଇଁ ମିନି ବସକୁ ଅନୁମତି ନଥିଲା। ଯେଉଁ ରୁଟରେ ଗାଡ଼ି ଗଡୁଥିଲା, ତାହା ସମ୍ପୂର୍ଣ୍ଣ ବେଆଇନ ଥିଲା । ପୁରୁଣା ଗାଡ଼ି ଯୋଗୁଁ ବସର ଆକ୍ସିଲ ଭାଙ୍ଗି ଯାଇଥିଲା।

ବସ ମାଲିକଙ୍କ ଖାମ ଖିଆଲି ମନୋଭାବ ଯୋଗୁ ଅନେକ ଲୋକଙ୍କ ଜୀବନ ଯାଇଛି। ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଛି। ବିନା ପରମିଟରେ ଚାଲୁଥିବା ଗାଡ଼ି ଉପରେ ନଜର ରଖିବା ସହ ଖୁବଶୀଘ୍ର ଆସିପାରେ ଗାଇଡଲାଇନ ।

ଭଉଣୀ ବିବାହରେ କାଲି ଖୁସିରେ ହାତଗଣ୍ଠି ଫିଟାଇଥିଲେ ରୁପାଲି, ମାତ୍ର ଆଜି ଦୁର୍ଘଟଣାରେ ଚାଲିଗଲା ଜୀବନ
ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ୧୧ ଜଣଙ୍କର ଜୀବନ। ବିବାହ ଉତ୍ସବର ଘଣ୍ଟାଏ ପରେ ଦୁର୍ଘଟଣା ଖବର ଶୁଣି ପରିବାର ଲୋକଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ଭଉଣୀ ବିବାହରେ ଯୋଗଦେବା ପାଇଁ ବହୁ ଖୁସିରେ ଯାଇଥିଲେ, ହେଲେ କିଏ ଜାଣିଥିଲା ଭଉଣୀଙ୍କ ବିବାହ ସାନ ଭଉଣୀ ରୂପାଲିଙ୍କ ପାଇଁ ଶେଷ ଖୁସି ହେବ । ଭଉଣୀ ବିବାହରେ ହାତଗଣ୍ଠି ଫିଟାଇଥିଲେ ସୋନାଲିଙ୍କ ସାନ ଭଉଣୀ ରୂପାଲି ପ୍ରଧାନ। ହେଲେ ବସ ଦୁର୍ଘଟଣାରେ ତାଙ୍କ ପ୍ରାଣ ଚାଲି ଯାଇଛି।

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ କେବଳ ରୂପାଲି ନୁହେଁ ବଡ଼ ଭଉଣୀ ଶିବାନୀ ପ୍ରଧାନଙ୍କର ବି ମୃତ୍ୟୁ ହୋଇଛି। ଶିବାନୀ ଶିକ୍ଷକତା କରୁଥିଲେ । ଭଉଣୀ ବିବାହ ରିସେପସନରେ ଯୋଗଦେବାକୁ ଯାଇଥିଲେ ହେଲେ ଫେରିଲା ତାଙ୍କ ମୃତଦେହ। ବଡ଼ବାପା ତ୍ରିପତି ପ୍ରଧାନ, କକା ରମେଶ ପ୍ରଧାନ ଓ ସମ୍ପର୍କୀୟ କକା ସୀତାରାମଙ୍କର ମଧ୍ୟ ଜୀବନ ଯାଇଛି। ବଡ଼ବାପା ଝିଅ ଭଉଣୀ ସୁଜ୍ଞାନୀ ପ୍ରଧାନ, ୩ବର୍ଷର ପୁତୁରା ଦେବାଂଶୁ ଓ ବର୍ଷକର ଆଦ୍ବିକଙ୍କର ବି ମୃତ୍ୟୁ ହୋଇଛି । ସେପଟେ ସୁଜ୍ଞାନୀଙ୍କ ସ୍ବାମୀ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି ।

ସୂଚନାଯୋଗ୍ୟ, ବ୍ରହ୍ମପୁର ବ୍ରହ୍ମାନଗରରେ ବାହାଘର ଉତ୍ସବରେ ଯୋଗଦେବା ପାଇଁ ଯାଇଥିଲେ କନ୍ୟାଯାତ୍ରୀ । ପାଟପୁର ଥାନା ଅନ୍ତର୍ଗତ ଖଣ୍ଡଦେଉଳି ଗାଁରୁ କନ୍ୟାଯାତ୍ରୀ ଦଳ ଯାଇଥିଲେ । କନ୍ୟାକୁ ଛାଡିବା ପରେ ଭୋଜି ଖାଇ ଏକ ମିନି ବସରେ ପ୍ରାୟ ୩୦ ଜଣ ଫେରୁଥିଲେ ।ରାତି ପ୍ରାୟ ସାଢେ ଗୋଟାଏ ବେଳେ ମଳାଭଂଜା ନିକଟରେ ମିନି ବସଟି ପହଞ୍ଚିଥିଲା । ବିପରୀତ ଦିଗରୁ ଆସୁଥିବା ଓଏସଆରଟିସି ବସ୍ ଦ୍ରୁତ ଗତିରେ ମିନି ବସକୁ ଧକ୍କା ଦେଇଥିଲା ।

ଦିଗପହଣ୍ଡି ବସ୍‌ ଦୁର୍ଘଟଣା: ଶୋକ ପ୍ରକାଶ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ନିଜର ଟୁଇଟରରେ ନିଜର ଶୋକବାର୍ତ୍ତରେ ଲେଖିଛନ୍ତି, ଗଞ୍ଜାମରେ ଏକ ସଡ଼କ ଦୁର୍ଘଟଣାରେ ଲୋକେ ପ୍ରାଣ ହରାଇଥିବା ଖବର ଶୁଣି ମୁଁ ଗଭୀର ଭାବରେ ଦୁଃଖିତ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଁ ସମବେଦନା ଜଣାଉଛି ଏବଂ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି।

ଗଞ୍ଜାମରେ ଏକ ସଡ଼କ ଦୁର୍ଘଟଣାରେ ଲୋକେ ପ୍ରାଣ ହରାଇଥିବା ଖବର ଶୁଣି ମୁଁ ଗଭୀର ଭାବରେ ଦୁଃଖିତ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଁ ସମବେଦନା ଜଣାଉଛି ଏବଂ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।

— President of India (@rashtrapatibhvn) June 26, 2023