awas yojana - The Sakala
ସହରାଞ୍ଚଳ ବସ୍ତିବାସିନ୍ଦାକୁ ମିଳିଲା ନୂଆ ଠିକଣା, ମୁଖ୍ୟମନ୍ତ୍ରୀଙ୍କ ହାତରୁ ଘର ଚାବି ଗ୍ରହଣ କଲେ ହିତାଧିକାରୀ
ଭୁବନେଶ୍ବର: ସହରାଞ୍ଚଳ ବସ୍ତିବାସିନ୍ଦାକୁ ମିଳିଲା ନୂଆ ଠିକଣା । ବସ୍ତିବାସିନ୍ଦାଙ୍କ ପାଇଁ ୩ଟି ଆବାସ ପ୍ରକଳ୍ପ ଉଦଘାଟିତ । ଆଜି ସନ୍ଧ୍ୟାରେ ଉଦଘଟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସହରାଞ୍ଚଳ ଆବାସ ଯୋଜନାରେ ବସ୍ତିବାସିନ୍ଦା ଘର ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ହାତରୁ ଘର ଚାବି ଗ୍ରହଣ କରିଛନ୍ତି ହିତାଧିକାରୀ । ଚନ୍ଦ୍ରଶେଖରପୁର, ଶାନ୍ତିନଗର ଓ ସୁବୁଦ୍ଧିପୁରରେ ୩ଟି ପ୍ରକଳ୍ପ ଉଦଘାଟିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆପଣଙ୍କୁ ନୂଆ ଘର ମିଳିଲା, ଆପଣମାନେ ଖୁସି ତ । ଏହାର ଉତ୍ତରରେ ହଁ ଖୁସି ବୋଲି ହିତାଧିକାରୀମାନେ କହିଥିଲେ। ମୁଁ ବି ବହୁତ ଖୁସି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେମାନଙ୍କ ଦୀର୍ଘଦିନର ଆଶା ପୂରଣ ହୋଇଛି ବୋଲି ହାତିଧିକାରୀମାନେ କହିଥିଲେ।
ସରକାରୀ ଓ ଘରୋଇ ଭାଗିଦାରିତାରେ ଏହି ତିନୋଟି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଚନ୍ଦ୍ରଶେଖରପୁର ବୁଦ୍ଧବିହାର ଆବାସ ଯୋଜନାରେ ପାଞ୍ଚ ମହଲା ବିଶିଷ୍ଟ ଆପାର୍ଟମେଣ୍ଟରେ ମୋଟ ୨୬୦୦ ବସ୍ତିବାସନ୍ଦାଙ୍କୁ ଘର ଯୋଗାଇ ଦିଆଯିବ । ସେ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୮୨୦ଟି ଘର ନିର୍ମାଣ ସଂପୂର୍ଣ୍ଣ ହୋଇ ବିଡିଏକୁ ହସ୍ତାନ୍ତର କରାଯାଇଛି । ବିଡିଏକୁ ହସ୍ତାନ୍ତର ହୋଇଥିବା ଫ୍ଲାଟ ମଧ୍ୟରୁ ୩୦୩ ଜଣ ହିତାଧିକାରୀଙ୍କୁ ଘର ଆଲର୍ଟ କରାଯାଇଛି । ବିଭିନ୍ନ ବସ୍ତିରୁ ଉଚ୍ଛେଦ ହୋଇ ଟ୍ରାନଜିଟ ହାଉସରେ ରହୁଥିବା ବସ୍ତିବସିନ୍ଦାଙ୍କ ସହ ନାରାୟଣୀ ବସ୍ତି, ତେଲୁଗୁ ବସ୍ତି, ଶ୍ରୀକୃଷ୍ଣ ନଗର ବସ୍ତି, ସରସ୍ବତୀ ବସ୍ତି, ଭେଙ୍କଟେଶ୍ବର ବସ୍ତି, ସାଲିଆସାହିର ଶକ୍ତି ବିହାରର ବସ୍ତିବସିନ୍ଦାଙ୍କୁ ଏଠାରେ ଘର ପ୍ରଦାନ କରାଯିବ । ଆବାସ ଯୋଜନାରେ ବିଏମସି ହିତାଧିକାରୀଙ୍କୁ ଚୟନ କରୁଛି । ସେମାନଙ୍କ ପାଇଁ ବିଡିଏ ପକ୍ଷରୁ ଘର ପ୍ରଦାନ କରାଯାଉଛି ।
ଏହି ଘରେ ଗୋଟିଏ ପରିବାର ଚଳିବା ଭଳି ବ୍ୟବସ୍ଥା ରହିଛି। ଆପାର୍ଟମେଣ୍ଟରେ ଯେଉଭଳି ବ୍ୟବସ୍ଥା ରହିଥାଏ ବିଶେଷ କରି ସୋସାଇଟି, କମ୍ୟୁନିଟି ହଲ, ମାର୍କେଟ କମ୍ପ୍ଲେକ୍ସ ଆଦି ଏଥିରେ ରହିଛି । ଚନ୍ଦ୍ରଶେଖରପୁର ହାଇସିଂ ପ୍ରକଳ୍ପ ସମେତ ଶାନ୍ତିନଗର ପ୍ରକଳ୍ପରେ ମୋଟ ୧୩ଶହ ବସ୍ତିବାସିନ୍ଦାଙ୍କୁ ସୁଲଭ ମୂଲ୍ୟରେ ଘର ଯୋଗାଇ ଦିଆଯିବ । ସେମଧ୍ୟରୁ ପ୍ରଥମ ପର୍ୟ୍ୟାୟରେ ୫୬୦ ଘର ନିର୍ମାଣ ସରିଥିବା ବେଳେ ୩୨୬ ଜଣଙ୍କୁ ଘରି ଆଲର୍ଟ ସରିଛି । ସେହିଭଳି ସବୁଦ୍ଧିପୁରରେ ୩୪୨ଟି ଫ୍ଲାଟ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେ ମଧ୍ୟରୁ ୩୦ଟି ଘର ନିର୍ମାଣ ସରିଛି । ଆଉ କିଛି ସମୟପରେ ମୁଖ୍ୟମନ୍ତ୍ରୀ ତିନୋଟି ଯାକ ହାଇସିଂ ପ୍ରକଳ୍ପକୁ ଲୋକାର୍ପଣ କରିବେ ।
ଏହିସବୁ ହାଉସିଂ ପ୍ରକଳ୍ପରେ ସ୍ବେରେଜ, ଡ୍ରେନେଜ, ଷ୍ଟ୍ରିଟ ଲାଇଟ ସହ ବହୁମୁଖି ଆମେନିଟି ସେଣ୍ଟର ଓ ନେବରହୁଡ ସପିଂ ବ୍ୟବସ୍ଥା ରହିଛି । ବହୁମୁଖି ଆମେନିଟି ସେଣ୍ଟରରେ ହିତାଧିକାରୀଙ୍କ ପାଇଁ ଷ୍ଟଡି ରୁମ, ଲାଇବ୍ରେରୀ ଓ ଚିକିତ୍ସା କେନ୍ଦ୍ରର ବ୍ୟବସ୍ଥା ରହିଛି । ଭୁବନେଶ୍ବରରେ ୩୨୦ ବର୍ଗ ଫୁଟର ୱାନ ବିଏଚକେ ଘରର ମୁଲ୍ୟ ୩୦ ଲକ୍ଷରୁ ଅଧିକ ହୋଇଥିବା ବେଳେ ଲୋକଙ୍କୁ ଦେଢ ଲକ୍ଷ ଟଙ୍କାରେ ଘର ଯୋଗାଇ ଦିଆଯାଉଛି । ବସ୍ତିବାସିନ୍ଦା ଦୁଇଟି ପର୍ୟ୍ୟାୟରେ ଏହି ଅର୍ଥ ପୈଠ କରିବେ । ଯେଉଁମାନେ ଦେଢ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଅସମର୍ଥ ହେବେ ବିଡିଏ ସେମାନଙ୍କୁ ବ୍ୟାଙ୍କରୁ ଋଣ କରିବାରେ ସହଯୋଗ କରିବ ।
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ପାଇଁ ବାଧକ ସାଜିଛି ବର୍ଷା। ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ମିଳିବା ପରେ ହିତାଧିକାରୀ ଘର କାମ ଆରମ୍ଭ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ହେଲେ ନିର୍ମାଣ କାର୍ଯ୍ୟରେ ବର୍ଷା ଦାଉ ସାଜିଛି। ବର୍ଷା ଦିନରେ ଘର କାର୍ଯ୍ୟ ପାଇଁ କାର୍ଯ୍ୟାଦେଶ ମିଳିଥିବାରୁ ନିର୍ମାଣ କାର୍ଯ୍ୟ ପାଇଁ ବଡ଼ ଆହ୍ୱାନ ସୃଷ୍ଟି ହୋଇଛି। ଅନ୍ୟପଟେ ୪ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କଲେ ହିତାଧିକାରୀଙ୍କୁ ରାଜ୍ୟ ସରକାର ୨୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରୁଥିବା ବେଳେ ବର୍ଷା ଯୋଗୁଁ ନିର୍ଦ୍ଧାରିତ ସମୟରେ ଘର କାର୍ଯ୍ୟ ସରିବକି ନାହିଁ ସେନେଇ ହିତାଧିକାରୀମାନେ ଚିନ୍ତାରେ ପଡ଼ିଛନ୍ତି। ଯଦି ଏମିତି ହୁଏ ତେବେ ହିତାଧିକାରୀମାନେ ବୋନସ ଅର୍ଥ ହରାଇବାର ଆଶଙ୍କା ସୃଷ୍ଟି ହୋଇଛି। ଯାହାକୁ ନେଇ ଅନେକ ହିତାଧିକାରୀ ଚିନ୍ତାରେ ପଡ଼ିବା ସହିତ ବର୍ଷା ଯୋଗୁଁ ଏହି କ୍ଷେତ୍ରରେ ରାଜ୍ୟ ସରକାର କୋହଳ ମନୋଭାବ ଅବଲମ୍ବନ କରିବା ପାଇଁ ଦାବି କରିଛନ୍ତି।
କେବଳ ଗୃହ କାର୍ଯ୍ୟରେ ସମସ୍ୟା ନୁହେଁ ବର୍ଷାଦିନରେ ଗୃହ ନିର୍ମାଣ ସାମଗ୍ରୀ ମିଳିବା ମଧ୍ୟ କଷ୍ଟକର ହେଉଛି। ନଦୀଗୁଡ଼ିକରୁ ବାଲି ଉଠାଇବାରେ ସମସ୍ୟା ହେବା ସହିତ ସିମେଣ୍ଟ ଓ ଇଟା ଆଦି ସାମଗ୍ରୀ କ୍ରୟ କରିବାରେ ସମସ୍ୟା ସୃଷ୍ଟି ହେଉଛି। ତେଣୁ ନିର୍ମାଣ ସମୟ ସୀମା ବଢ଼଼ାଇବା ପାଇଁ ବିଭିନ୍ନ ଜିଲ୍ଲାରୁ ହିତାଧିକାରୀମାନେ ଦାବି କରିଛନ୍ତି। କାର୍ଯ୍ୟାଦେଶ ସହିତ ହିତାଧିକାରୀମାନଙ୍କୁ ପ୍ରଥମ କିସ୍ତିରେ ୪୦ ହଜାର ଟଙ୍କା ଦିଆଯାଇଛି। ପରବର୍ତ୍ତୀ ୨ଟି କିସ୍ତିକୁ ମିଶାଇ ମୋଟ୍‌‌ ୧ ଲକ୍ଷ ୨୦ ହଜାର ଟଙ୍କା ଦେବାର ବ୍ୟବସ୍ଥା ରହିଛି। ଏହି ଅର୍ଥକୁ ଛାଡ଼ି ଯଦି ହିତାଧିକାରୀ ନିଜର ଗୃହ କାର୍ଯ୍ୟ ୪ ମାସରେ ଶେଷ କରନ୍ତି ତେବେ ବୋନସ୍‌‌ ଭାବେ ଅତିରିକ୍ତ ୨୦ ହଜାର ଓ ଯେଉଁ ହିତାଧିକାରୀ ଗୃହ କାର୍ଯ୍ୟ ୬ ମାସରେ ସାରିବେ ତାଙ୍କୁ ୧୦ ହଜାର ଟଙ୍କାର ବୋନ୍‌‌ସ ଦେବା ପାଇଁ ସରକାର ଘୋଷଣା କରିଛନ୍ତି। ଏହି ଅର୍ଥ ପାଇବା ଲକ୍ଷ୍ୟରେ ହିତାଧିକାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ ଘର ନିର୍ମାଣ କରିବା ସହିତ ସରକାରୀ ପ୍ରୋତ୍ସାହନ ରାଶି ପାଇବାକୁ ଲକ୍ଷ୍ୟ ରଖିଛନ୍ତି। ମାତ୍ର ସେମାନଙ୍କ ପାଇଁ ମୌସୁମୀ ବର୍ଷା ବାଧକ ଭାବେ ଠିଆ ହୋଇଛି। ବର୍ଷା ସାଙ୍ଗକୁ ରାଜ୍ୟରେ ଖରିଫ ଚାଷ କାର୍ଯ୍ୟ ଆରମ୍ଭ ହୋଇଯାଇଥିବାରୁ ଶ୍ରମିକ ମଧ୍ୟ ମିଳୁନାହାନ୍ତି। ଅଧିକାଂଶ ଶ୍ରମିକ ନିଜ କାର୍ଯ୍ୟରେ ନିୟୋଜିତ ହୋଇଥିବାରୁ ଘର ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେଉଥିବା ଶ୍ରମିକଙ୍କ ସଂଖ୍ୟା ଅଭାବ ହେଉଛି। ଏଥିପାଇଁ ହିତାଧିକାରୀଙ୍କ ଚିନ୍ତା ବଢ଼଼ିଛି।
ଅନ୍ୟପଟେ, ଗତ ୧୮ ପରଠାରୁ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା ଥିବା ବେଳେ ଜୁଲାଇ ଶେଷ ସୁଦ୍ଧା ୨ଟି ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ରହିଛି। ଏହି ଲଘୁଚାପଗୁଡ଼ିକ ଶକ୍ତିଶାଳୀ ହୋଇ ଅବପାତରେ ପରିଣତ ହେବାର ସମ୍ଭବନା ଥିବାରୁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ବର୍ଷା ବଢ଼଼ିଲେ ହିତାଧିକାରୀଙ୍କ ପାଇଁ ଚିନ୍ତା ଆହୁରି ଦ୍ୱିଗୁଣିତ ହେବାର ଆଶଙ୍କା ସୃଷ୍ଟି ହୋଇଛି।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେପି ନେତା ଓ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ବାସୀଙ୍କୁ ଭ୍ରମିତ କରୁଛନ୍ତି
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସକୁ ନେଇ ବିଜେପି ନେତା ଓ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ବାସୀଙ୍କୁ ଭ୍ରମିତ କରୁଛନ୍ତି। ବିଜେପି ସାଂସଦ ଓ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କଲା ବିଜେଡି। ବାସଗୃହ ହେଉଛି ମୌଳିକ ଆବଶ୍ୟକତା। ସମ୍ମାନ ର ସହିତ ବଂଚିବା ପାଇଁ ଘରର ଆବଶ୍ୟକତା। ଆବାସ ଯୋଜନାରେ ବିଗତ ବର୍ଷ ବିଭିନ୍ନ ରାଜ୍ୟରେ ଲୋକ ଘର ପାଉଥିଲେ। ୨୦୧୯ ରେ ଓଡ଼ିଶାରେ ବିଜେପି ଶୋଚନୟ ପରାଜୟ କଲା ବିଜେପି। ପରାଜୟକୁ ସହିପାରିଲା ନାହିଁ ବିଜେପି। ଘର ପାଇବାରୁ ବଞ୍ଚିତ ପାଇଁ ବିଜେପି ସାଂସଦ ଓ କେନ୍ଦ୍ରମନ୍ତ୍ରୀ ଷଡଯନ୍ତ୍ର କଲେ। ଓଡ଼ିଶାର ସ୍ୱାର୍ଥ ପାଇଁ ସଂସଦ ବିଜେପି ସାଂସଦ ଦାବି ରଖିବା କଥା କିନ୍ତୁ ସେମାନେ ଏବଂ ନିର୍ଦ୍ଧିଷ୍ଟ କେନ୍ଦ୍ର ମନ୍ତ୍ରୀ କେନ୍ଦ୍ର ଗ୍ରାମୀଣ ମନ୍ତ୍ରୀଙ୍କୁ ଭେଟି ଓଡିଶାକୁ ଘରନ ଦେବାକୁ ଚାପ ପକାଇଲେ।
ଯାହାଫଳରେ ୩ ବର୍ଷ କାଳ ୨୦୧୯-୨୨ ପର୍ଯ୍ୟନ୍ତ ସେମାନେ ସଫଳ ହେଲେ ଆଉ ଓଡିଶାକୁ ଘର ମିଳିଲା ନାହିଁ। ଆବାସ ପୋର୍ଟାଲ ଓଡ଼ିଶା ପାଇଁ ବନ୍ଦ କରି ଦେଲେ। ଓଡ଼ିଶା ବିଜେପି ସାଂସଦ ମାନେ ଏବଂ କେନ୍ଦ୍ରମନ୍ତ୍ରୀ ନିକଟରେ ଓଡ଼ିଶା ଆସିଥିବା ବିଜେପି ରାଷ୍ଟ୍ରୀୟ ସଭାପତିଙ୍କୁ ଭୁଲ ତଥ୍ୟ ଦେଇଛନ୍ତି। ରାଷ୍ଟ୍ରୀୟ ସଭାପତିଙ୍କ ମୁହଁରେ ମିଛ କୁହାଇଲେ। ୭୫ ଲକ୍ଷ ଘର ଆସିଛି ଏହି ଭୁଲ ତଥ୍ୟ ଦେଇ ସଭାପତିଙ୍କୁ କଠିନ ଓ ଲଜ୍ଜ୍ୟା ଜନକ ସ୍ତିତିକୁ ଠେଲି ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଓଡିଶାକୁ ୨୬ ଲକ୍ଷ ଘର ମିଳିଛି। ଅତୀତରେ ଯେଉଁ ଷଡଯନ୍ତ୍ର କରିଥିଲେ ଏବେବି ସେୟା ଅବ୍ୟାହତ ରଖିଛନ୍ତି। ମୁଖ୍ୟମନ୍ତ୍ରୀ, ବିଜେଡି ସାଂସଦ, ପଞ୍ଚାୟତି ରାଜ ମନ୍ତ୍ରୀ ବାରମ୍ବାର ଚିଠି ଲେଖିବା ପରେ ୧୫ ଲକ୍ଷ ଜାଗାରେ ୮ ଲକ୍ଷ ଘର ଦେଲେ।
୭ ଲକ୍ଷ ଲୋକ ଘର ପାଇବାରୁ ବଞ୍ଚିତ ହେଲେ। ସାମାନ୍ୟତମ ସହାନୁଭୂତି ଥିଲେ ନିଜ ବିବେକକୁ ପଚାରନ୍ତୁ ବିଜେପି ସାଂସଦ। ଗରିବ ଲୋକଙ୍କୁ ଘର ଯୋଗାଇବା ବଦଳରେ ଘର ଅଟକାଉଛନ୍ତି ଶ୍ରେୟ ରାଜ୍ୟ ସରକାରଙ୍କୁ ଚାଲିଯିବ ସେଥିପାଇଁ ଷଡଯନ୍ତ୍ର କରୁଛି ବିଜେପି। ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ ଓଡ଼ିଶାକୁ କେନ୍ଦ୍ର ସରକାର ପୁରସ୍କୃତ କରିଛନ୍ତି ତେବେ ବିଜେପି ସାଂସଦଙ୍କ କଥାରେ ପଡି ଘର ବନ୍ଦ କରିଛନ୍ତି। ଜିଏ ଭଲ ପଦର୍ଶନ କରିଛି ଆହୁରି ଅଧିକ ଘର ଦେବା କଥା। ଲୋକଙ୍କୁ ଭ୍ରମିତ କରୁଛି ବିଜେପି। ବିଜେପି ସାଂସଦ ଓ କେନ୍ଦ୍ରମନ୍ତ୍ରୀଙ୍କ ଚକ୍ରାନ୍ତକୁ ଫଣ୍ଡ କରିବା ପାଇଁ ମୋ ଘର ଯୋଜନା ଘୋଷଣା କରିଛନ୍ତି ରାଜ୍ୟ ସରକାର। ବଞ୍ଚିତ ୭ ଲକ୍ଷରୁ ଅଧିକ ହିତାଧିକାରୀ ଘର ପାଇବେ।