Goods Train Accident - The Sakala

ପଶ୍ଚିମବଙ୍ଗ ବାଙ୍କୁରାରେ ୨ ମାଲବାହୀ ଟ୍ରେନ ମଧ୍ୟରେ ଧକ୍କା, ଟ୍ରାକରୁ ଲାଇନ୍‌ଚ୍ୟୁତ ହେଲା ୧୨ ବଗି
ପଶ୍ଚିମବଙ୍ଗ: ପୁଣି ଟ୍ରେନ ଦୁର୍ଘଟଣା । ପଶ୍ଚିମବଙ୍ଗର ବାଙ୍କୁଡ଼ା ନିକଟରେ ୨ଟି ମାଲବାହୀ ଟ୍ରେନ୍‌ ମଧ୍ୟରେ ହୋଇଛି ଧକ୍କା । ଦୁର୍ଘଟଣାରେ ୧୨ଟି ବଗି ଟ୍ରାକରୁ ଲାଇନଚ୍ୟୁତ ହୋଇଛି। ଭୋର ୪ଟା ସମୟରେ ଆଣ୍ଟୋ ଷ୍ଟେସନ ନିକଟରେ ଘଟିଛି ଏହି ଟ୍ରେନ ଦୁର୍ଘଟଣା। ଦୁର୍ଘଟଣାରେ ଗୋଟିଏ ଟ୍ରେନର ଲୋକ ପାଇଲଟ୍ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୋଟିଏ ଗାଡ଼ି ଅନ୍ୟ ଏକ ଗାଡ଼ିକୁ ପଛପଟୁ ଧକ୍କା ମାରିବାରୁ ଏହି ଦୁର୍ଘଟଣା ଘଟିଛି । ଖଡ଼ଗପୁର-ବାଙ୍କୁରା-ଆଦ୍ରା ଲାଇନ୍‌ରେ ରେଳ ଚଳାଚଳ ବ୍ୟାହତ ହୋଇଛି। ଦୁର୍ଘଟଣା ସ୍ଥଳରେ ରେଳ ଅଧିକାରୀମାନେ ପହଞ୍ଚିଛନ୍ତି। ଦୁର୍ଘଟଣା କେମିତି ଘଟିଲା, ତାହା ସ୍ପଷ୍ଟ କରାଯାଇନାହିଁ।

ଘଟଣା ପରେ ଅଦ୍ରା ଡିଭିଜନରେ ଟ୍ରେନ ସେବା ପ୍ରଭାବିତ ହୋଇଛି। ଅଦ୍ରା ଡିଭିଜନ ଅଧୀନରେ ପଶ୍ଚିମବଙ୍ଗର ପଶ୍ଚିମ ମେଦିନାପୁର, ବଙ୍କୁରା, ପୁରୁଲିଆ ଓ ବୃନ୍ଦାବନ ରହିଥିବା ବେଳେ ଝାରଖଣ୍ଡର ଧନବାନ, ବୋକାରୋ ଓ ସିଂହଭୂମୀ ରହିଛି। ଏହି ସବୁ ଜିଲ୍ଲାରେ ଟ୍ରେନ ସେବା ପ୍ରଭାବିତ ହୋଇଛି। ରେଳ ଅଧିକାରୀମାନେ ସ୍ଥିତିକୁ ସ୍ୱାଭାବିକ କରିବାକୁ ଚେଷ୍ଟା କରୁଛନ୍ତି। ଖୁବଶୀଘ୍ର ଯାତାୟାତ ସ୍ୱାଭାବିକ ହେବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।