Energy Department - The Sakala

OERCର ନୂଆ ସଦସ୍ୟ ଭାବେ ସୁଧାଂଶୁ ଶେଖର ବରପଣ୍ଡାଙ୍କୁ ନିଯୁକ୍ତ କଲେ ରାଜ୍ୟ ସରକାର
ଭୁବନେଶ୍ୱର: ରାଜ୍ୟ ସରକାର ସୁଧାଂଶୁ ଶେଖର ବଡପଣ୍ଡାଙ୍କୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (OERC)ର ନୂତନ ସଦସ୍ୟ ଭାବେ ନିଯୁକ୍ତ କରିଛନ୍ତି। ଏନେଇ ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗ୍ରୀଡ୍ କଣ୍ଟ୍ରୋଲର ଅଫ୍ ଇଣ୍ଡିଆର ନିର୍ଦ୍ଦେଶକ ଥିଲେ ସୁଧାଂଶୁ ବଡପଣ୍ଡା । ସରକାରୀ ସୂଚନା ଅନୁଯାୟୀ, ବିଦ୍ୟୁତ ଆଇନ, ୨୦୦୩ର ଧାରା ୮୨ର ଉପଧାରା (୫) ଅନୁଯାୟୀ ପ୍ରଦତ୍ତ କ୍ଷମତାର ପ୍ରୟୋଗ କରି ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।

ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ଯେ, ଶ୍ରୀ ବଡପଣ୍ଡା ଯେଉଁ ଦିନ ନିଜ ପଦବୀର ଦାୟିତ୍ୱ ଗ୍ରହଣ କରିବେ, ସେହି ଦିନଠାରୁ ତାଙ୍କର ଏହି ନିଯୁକ୍ତି କାର୍ଯ୍ୟକାରୀ ହେବ। ରାଜ୍ୟର ବିଦ୍ୟୁତ ନିୟନ୍ତ୍ରଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଏବଂ ଗ୍ରାହକମାନଙ୍କ ସ୍ୱାର୍ଥ ରକ୍ଷା କରିବା ଦିଗରେ ତାଙ୍କର ଏହି ନିଯୁକ୍ତି ବିଶେଷ ସହାୟକ ହେବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।

OERCର ଅଧ୍ୟକ୍ଷ ପଦରୁ ପ୍ରଦୀପ ଜେନା ଇସ୍ତଫା ଦେବା ପରେ ଏହା ପ୍ରଶାସନିକ ସଙ୍କଟ ଦେଇ ଗତି କରୁଛି । ପ୍ରଥମ ଥର ପାଇଁ ୩୦ ବର୍ଷର ପୁରୁଣା ଆୟୋଗ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି । ରାଜ୍ୟରେ ଏକ ବଡ଼ ଧରଣର ବିଦ୍ୟୁତ ବିଭ୍ରାଟ ଓ ଆଇନଗତ ଅଚଳାବସ୍ଥାର ଆଶଙ୍କା ଦେଖାଦେଇଛି । ଏହି ଜରୁରୀ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ତତ୍ପରତା ପ୍ରକାଶ କରି ଆୟୋଗରେ ଜଣେ ନୂତନ ସଦସ୍ୟଙ୍କୁ ନିଯୁକ୍ତି ଦେଇଛନ୍ତି ।

ବିଦ୍ୟୁତ ଦେୟ ନିୟମରେ ବଡ଼ ପରିବର୍ତ୍ତନ; ଏଣିକି ଉପଭୋକ୍ତାଙ୍କୁ ଦିନ ଅପେକ୍ଷା ରାତିରେ ଅଧିକ ପଇଠ କରିବାକୁ ପଡ଼ିବ
ଭୁବନେଶ୍ୱର: ବିଦ୍ୟୁତ ଦେୟ ନିୟମରେ ହୋଇଛି ବଡ଼ ପରିବର୍ତ୍ତନ। ଏଣିକି ଦିନ ଅପେକ୍ଷା ରାତିରେ ଦେବାକୁ ପଡିବ ଅଧିକ ବିଦ୍ୟୁତ ଦେୟ । ବିଦ୍ୟୁତ ଉପଭୋକ୍ତା ଅଧିକାର ନିୟମକୁ ସଂଶୋଧନ କରି ନୂଆ ବିଦ୍ୟୁତ ଉପଭୋକ୍ତା ଅଧିକାର ନିୟମ- ୨୦୨୩ ନେଇ ଗେଜେଟ ବିଜ୍ଞପ୍ତି ଜାରି କରିଛି କେନ୍ଦ୍ର ଶକ୍ତି ମନ୍ତ୍ରାଳୟ। ବିଦ୍ୟୁତ ଉପଭୋକ୍ତା ନିୟମରେ ହୋଇଛି ଆଉ ଏକ ପରିବର୍ତ୍ତନ । ସୌରଶକ୍ତିକୁ ଅଧିକ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ନିୟମରେ ଏଭଳି ପରିବର୍ତ୍ତନ ହୋଇଛି । ଦିନରେ ସୌରଶକ୍ତି ଉତ୍ପାଦନ ହେଉଥିବାରୁ ଏହା ପାରମ୍ପରିକ ଶକ୍ତିର ଭରଣା କରିବ ।

୨୦୨୪ ଏପ୍ରିଲ ପହିଲାରୁ ୧୦ କିଲୋୱାଟ୍‌ରୁ ଅଧିକ ବିଜୁଳି ବ୍ୟବହାର କରୁଥିବା ବାଣିଜ୍ୟିକ ଓ ଶିଳ୍ପାଞ୍ଚଳ ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଲାଗୁ ହେବ ଟାଇମ ଅଫ ଡେ’ ଟାରିଫ। କୃଷି ବ୍ୟତୀତ ଅନ୍ୟ ସମସ୍ତ ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଏହି ନିୟମ କାର୍ଯ୍ୟକାରୀ ହେବ। ଏହା ଅଧୀନରେ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ଗୁଡ଼ିକ ଗୋଟିଏ ଦିନକୁ ସୋଲାର ଆୱାର, ପିକ ଆୱାର ଓ ନର୍ମାଲ ଆୱାର ଭଳି ତିନିଟି ଭାଗରେ ବିଭକ୍ତ କରିବେ।

ନିୟମ ଅନୁସାରେ, ରାତି ବେଳା ଅଧିକ ବିଜୁଳି ବ୍ୟବହାର ହେଉଥିବାରୁ ଉପଭୋକ୍ତାଙ୍କୁ ଦିନ ଅପେକ୍ଷା ରାତିରେ ଅଧିକ ପଇଠ କରିବାକୁ ପଡ଼ିବ । ସ୍ମାର୍ଟ ମିଟରିଂ ଜରିଆରେ ବିଜୁଳି ଉପଯୋଗ ହେଉନଥିଲେ, ଗ୍ରାହକ ବାହାରେ ରହି ମଧ୍ୟ ଏହାକୁ ନିୟନ୍ତ୍ରଣ କରିପାରିବେ । ସମୟ ଓ ବାର ଦେଖି ବିଜୁଳିର ବ୍ୟବହାର ନେଇ ଦର ଏପଟ ସେପଟ ରହିବ । ଏହାକୁ ବିଶେଷଜ୍ଞ ମାନେ ସ୍ବାଗତ କରିଥିବା ବେଳେ ସୌରଶକ୍ତିର ଆବଶ୍ୟକତା ମଧ୍ୟ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ।