OAV - The Sakala
ଓଏଭି ଦିଶାହୀନ; ୮୨ ପ୍ରତିଶତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାହାନ୍ତି ସ୍ଥାୟୀ ଅଧ୍ୟକ୍ଷ, ମୋଟ ଶିକ୍ଷକ ପଦରୁ ୩୮ପ୍ରତିଶତ ଖାଲି
ଭୁବନେଶ୍ୱର: ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ରେ ଖାଲି ପଡ଼ିଛି ଅଧ୍ୟକ୍ଷ ଓ ଶିକ୍ଷକ ପଦ ଖାଲି। ଅର୍ଦ୍ଧାଧିକ ବିଦ୍ୟାଳୟରେ ନିୟମିତ ଅଧ୍ୟକ୍ଷ ନାହାନ୍ତି। ବିଭିନ୍ନ ବିଷୟରେ ପାଠ ପଢ଼ାଇବାକୁ ମଧ୍ୟ ଶିକ୍ଷକ ନାହାନ୍ତି। ୩୮ ପ୍ରତିଶତରୁ ଅଧିକ ପଦ ଖାଲି ପଡ଼ିଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଏପରିକି ନିୟମିତ ଅଧ୍ୟକ୍ଷ ନ ଥିବାରୁ ପ୍ରଶାସନିକ ଅଚଳାବସ୍ଥା ମଧ୍ୟ ସୃଷ୍ଟି ହୋଇଛି। ଫଳରେ ରାଜ୍ୟର ଏହି ଅନନ୍ୟ ଏବଂ ପ୍ରଥମ ସରକାରୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶିକ୍ଷାଦାନ ଲକ୍ଷ୍ୟଭ୍ରଷ୍ଟ ହେଉଛି। କୌତୂହଳର କଥା ହେଉଛି ୩୧୫ଟି ବିଦ୍ୟାଳୟରେ ମାତ୍ର ଜଣେ ଲାଇବ୍ରେରିଆନ୍‌ ନିଯୁକ୍ତ ହୋଇଛନ୍ତି।
ରାଜ୍ୟରେ ମୋଟ୍‌ ୩୧୫ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ସହିତ ୫ଟି ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ (ଓଏମ୍‌ଏଭି) ରହିଛି। ସମୁଦାୟ ୩୨୦ଟି ବିଦ୍ୟାଳୟ ମଧ୍ୟରୁ ୨୬୫ଟି ରେ ନିୟମିତ ଅଧ୍ୟକ୍ଷ ନାହାନ୍ତି। ଅର୍ଥାତ୍‌ ୮୨ ପ୍ରତିଶତ ଅଧ୍ୟକ୍ଷ ପଦ ଖାଲି ପଡ଼ିଛି। ସେହିପରି ମୋଟ୍‌ ୭୩୭୦ଟି ମଞ୍ଜୁରୀପ୍ରାପ୍ତ ପଦ ମଧ୍ୟରୁ ୨୮୦୫ଟି ପଦ ଖାଲି ପଡ଼ିଛି। ଶିକ୍ଷା ସହିତ ପିଲାଙ୍କୁ କଳା କ୍ଷେତ୍ରରେ ମଧ୍ୟ ଦକ୍ଷ କରିବା ପାଇଁ ଆର୍ଟ ଓ ସଂଗୀତ ଶିକ୍ଷକ ପଦ ସୃଷ୍ଟି କରାଯାଇଥିଲା। ହେଲେ ଏସବୁ ବାଟବଣା ହୋଇଛି। ୩୧୪ଟି ଲେଖାଏଁ ପଦରୁ ୧୦୧ଟି ଆର୍ଟ ଶିକ୍ଷକ ଖାଲି ପଡ଼ିଥିବା ବେଳେ ୨୩୪ଟି ସଂଗୀତ ଶିକ୍ଷକ ପଦରେ କେହି ନାହାନ୍ତି। ଅନୁରୂପ ଭାବେ ଛାତ୍ରଛାତ୍ରୀଙ୍କ ପଠନ କ୍ଷମତା ବଢ଼ାଇବା ଏକାଧିକ ପଦକ୍ଷେପ ନିଆଯାଉଥିବା ବେଳେ ପିଲାଙ୍କୁ ବହି ଯୋଗାଇବାକୁ ଉଦ୍ଦିଷ୍ଟ ଲାଇବ୍ରେରିଆନ୍‌ ପଦ ମଧ୍ୟ ଫାଙ୍କା ରହିଛି। ୩୧୫ଟି ଓଏଭିରେ ମାତ୍ର ଜଣେ ଲାଇବ୍ରେରିଆନ୍‌ ନିଯୁକ୍ତ ହୋଇଥିବା ବେଳେ ୩୧୪ଟିରେ କେହି ନାହାନ୍ତି। ୬୬୩ଟି ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ (ଟିଜିଟି) ଏବଂ ୮୯୧ଟି ସ୍ନାତକୋତ୍ତର ଶିକ୍ଷକ (ପିଜିଟି) ମଧ୍ୟ ଖାଲି ପଡ଼ିଥିବାରୁ ଶିକ୍ଷାଦାନ ଏକ ପ୍ରକାର ବାଟବଣା ହୋଇ ଯାଇଛି। ୮୨ ପ୍ରତିଶତ ବିଦ୍ୟାଳୟରେ ଅଧ୍ୟକ୍ଷ ଏବଂ ୩୮ ପ୍ରତିଶତ ଶିକ୍ଷକ ପଦ ଖାଲି ପଡ଼ିଥିବାରୁ ଅଭିଭାବକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି। ସମସ୍ତ ପଦ ପୂରଣ କରି ଶିକ୍ଷାଦାନ ବ୍ୟବସ୍ଥା ସୁବ୍ୟବସ୍ଥିତ କରିବାକୁ ଅଭିଭାବକଙ୍କ ସମେତ ଶିକ୍ଷାବିତ୍‌ମାନେ ଦାବି କରିଛନ୍ତି।
ଓଏଭିକୁ ପୁଣି ସର୍ବଭାରତୀୟ ଶ୍ରେଷ୍ଠ ବିଦ୍ୟାଳୟ ମାନ୍ୟତା : ଦେବଗଡ଼ର ବୁଢ଼ାପାଳ ଅଷ୍ଟମ ଓ ମୟୂରଭଞ୍ଜର ରାଣୀଭୋଳ ନବମ
ଭୁବନେଶ୍ବର : ସର୍ବଭାରତୀୟସ୍ତରରେ ଶ୍ରେଷ୍ଠ ସ୍କୁଲ୍‌ ତାଲିକାରେ ଓଡ଼ିଶାର ଦୁଇଟି ଆଦର୍ଶ ବିଦ୍ୟାଳୟ (ଓଏଭି) ସ୍ଥାନ ପାଇଛି। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର ବୁଢ଼ାପାଳ ଓଏଭି ଦେଶରେ ଅଷ୍ଟମ ସ୍ଥାନ ଅଧିକାର କରିଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ବାରିପଦାର ରାଣୀଭୋଳ ଓଏଭି ନବମ ସ୍ଥାନରେ ରହିଛି। ଇଡବ୍ଳୁ ପୋର୍ଟାଲ ଦ୍ୱାରା ପ୍ରକାଶିତ ‘ଇଣ୍ଡିଆ ସ୍କୁଲ ରାଙ୍କିଙ୍ଗ୍‌ ୨୦୨୩-୨୪’ ତାଲିକାର ଶ୍ରେଷ୍ଠ ୧୦ଟି ସରକାରୀ ଆବାସିକ ସ୍କୁଲ ମଧ୍ୟରେ ଓଡ଼ିଶାର ଏହି ଦୁଇଟି ସ୍କୁଲ ସ୍ଥାନ ପାଇ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ଏହି ତାଲିକାରେ ଦେଶର ମୋଟ ୧୧ଟି ସ୍କୁଲ ସ୍ଥାନ ପାଇଛି। ସେଥି‌ମଧ୍ୟରେ ଉତ୍ତରାଖଣ୍ଡ, କେରଳ, ହିମାଚଳପ୍ରଦେଶ, କର୍ଣ୍ଣାଟକ, ହରିୟାନା, ବିହାର ଏବଂ ଓଡ଼ିଶାର ସ୍କୁଲ ରହିଛି।
It is a matter of great pride for the state government of Odisha that Odisha Adarsha Vidyalaya (OAV), Budhapal of Deogarh district has secured 8th rank in the Education World India School rankings for the year 2023-24 @CMO_Odisha ,@SMEOdisha ,@MoSarkar5T ,@MarndiSudam pic.twitter.com/YjHKnoZakR
— Odisha Adarsha Vidyalaya Sangathan (@OAVS_Official) October 14, 2023
ରାଣୀଭୋଳ ୧୧୨୬ ମାର୍କ ପାଇ ତାଲିକାର ୯ମ ସ୍ଥାନରେ ରହିଛି। ଗତବର୍ଷ ଏହି ବିଦ୍ୟାଳୟ ୧୦ମ ସ୍ଥାନରେ ରହିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିକଳ୍ପନାର ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଶିକ୍ଷାଦାନର ମାନ ବୃଦ୍ଧି ଘଟିଥିବା ବେଳେ ବହୁ ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତମ ରେଜଲ୍ଟ ଆଣିପାରୁଛନ୍ତି। ଗତ ୨୦୧୬ ମସିହାରେ ରାଣୀଭୋଳ ଓଏଭି ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଚଳିତ ୨୦୨୩-୨୪ ଶିକ୍ଷାବର୍ଷରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୬୦୦ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ୧୦୦ଜଣ ଛାତ୍ରୀଙ୍କ ନିମନ୍ତେ ଏଠାରେ ଆବାସିକ ବ୍ୟବସ୍ଥା ରହିଛି। ଶିକ୍ଷାଦାନ ନିମନ୍ତେ ପ୍ରଧାନ ଶିକ୍ଷକଙ୍କ ସହ ୨୨ଜଣ ଶିକ୍ଷୟିତ୍ରୀ ଶିକ୍ଷକ ନିଯୁକ୍ତ ହୋଇଛନ୍ତି। ବିଗତ ୩ବର୍ଷ ଧରି ମାଟ୍ରିକ୍‌ ଓ ଏକାଦଶ ପରୀକ୍ଷାରେ ଶତପ୍ରତିଶତ ରେଜଲ୍ଟ ହାସଲ କରି ଛାତ୍ରଛାତ୍ରୀ ବିଦ୍ୟାଳୟର ଗୌରବ ବଢ଼ାଇ ଚାଲିଛନ୍ତି।
Similarly, OAV Ranibhol of Mayurbhanj district has been adjudged as the 9th best school under the category of government boarding school.@CMO_Odisha ,@MarndiSudam ,@SMEOdisha ,@MoSarkar5T ,@upendratripathy pic.twitter.com/z5eIUPLnSF
— Odisha Adarsha Vidyalaya Sangathan (@OAVS_Official) October 14, 2023
ସେହିପରି ସ୍କୁଲ ପରିସର ପରିଷ୍କାର ପରିଚ୍ଛନ୍ନତା, ବୈଜ୍ଞାନିକ ମେଧା ଅନ୍ୱେଷା କାର୍ଯ୍ୟକ୍ରମ ସହ ସ୍କୁଲରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଉତ୍କୃଷ୍ଟ ପ୍ରଦର୍ଶନ କରି ଜିଲ୍ଲା ତଥା ରାଜ୍ୟସ୍ତରରେ ସୁନାମ ଆଣୁଛନ୍ତି। ଶିକ୍ଷକ କଲ୍ୟାଣ ଓ ଉନ୍ନତି, ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କ ପାରଦର୍ଶିତା, ଶିକ୍ଷାନୁଷ୍ଠାନର ଖ୍ୟାତି, ସହଶିକ୍ଷା କାର୍ଯ୍ୟକ୍ରମ, ଅନଲାଇନ୍‌ ଶିକ୍ଷାଦାନର ପ୍ରତିଫଳନ, ଶିକ୍ଷାର୍ଥୀଙ୍କ ପ୍ରତି ବ୍ୟକ୍ତିଗତ ଧ୍ୟାନ, ଉତ୍ତମମାନର ନେତୃତ୍ୱ ଓ ପରିଚାଳନା, ଅଭିଭାବକଙ୍କ ସହଭାଗିତା, ସ୍କୁଲର ଆବଶ୍ୟକ ଭିତ୍ତିଭୂମି, ମାନସିକ ଓ ଭାବପ୍ରବଣର ଯଥାର୍ଥିତ ସେବା, ଶିକ୍ଷାର ସ୍ୱତନ୍ତ୍ର ଆବଶ୍ୟକତା, ସରକାରୀ ଅନୁଦାନର ଉଚିତ ବିନିଯୋଗ ଓ ଗୋଷ୍ଠୀଗତ ସେବା ପ୍ରଦାନରେ ଉଲ୍ଲେଖନୀୟ ଅବଦାନ ରହିଥିବାରୁ ସ୍କୁଲ ସର୍ବଭାରତୀୟ ରାଙ୍କିଙ୍ଗ୍‌ ତାଲିକାରେ ସ୍ଥାନ ପାଇପାରିଛି। ବିଦ୍ୟାଳୟର ଏହି ଉପଲବ୍ଧି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ‘୫-ଟି’ ସଚିବ ଭି.କେ ପାଣ୍ଡିଆନ୍‌, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରକଳ୍ପ ନିର୍ଦ୍ଦେଶକ ଯାମିନୀ ଷଡ଼ଙ୍ଗୀ ଓ ମୟୂରଭଂଜ ଜିଲ୍ଲାପାଳ ବିନୀତ ଭରଦ୍ବାଜ ଅଭିନନ୍ଦନ ଜଣାଇଛନ୍ତି। ଅପରପକ୍ଷେ ଏହି ସଫଳତା ପାଇଁ ପ୍ରଧାନଶିକ୍ଷକ ବିଭୂତି ଭୂଷଣ ମଣ୍ଡଳ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶ୍ରେୟ ଦେଇଛନ୍ତି।
ଭୁବନେଶ୍ୱର: ରାଜ୍ୟରେ ଶିକ୍ଷା ଭିତ୍ତିଭୂମି ସୁଦୃଢ଼ କରୁଛି ଓଡ଼ିଶା ଆଦର୍ଶ ବିଦ୍ୟାଳୟ । ସାରା ଦେଶରେ ରୋଲ ମଡେଲ ସାଜିବ ଓଡ଼ିଶା ଆଦର୍ଶ ବିଦ୍ୟାଳୟ । ଗଢାହେବ ଗ୍ରାମାଞ୍ଚଳର ମେଧାବୀ ଛାତ୍ରଛାତ୍ରୀଙ୍କ ସୁନେଲି ଭବିଷ୍ୟତ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ୧୩ଟି ଶିକ୍ଷାସୌଧ ଓ ୨୮ଟି ଛାତ୍ରାବାସ ଉଦଘାଟନ କରିବା ଅବସରରେ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ୨୭୬ଟି ହଷ୍ଟେଲର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତ ନୂଆ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ଶିକ୍ଷା ଭିତ୍ତିଭୂମି ଦୃଢ଼ କରୁଛି ଓଏଭି ।
ଉତ୍ତମ ଶିକ୍ଷା ପ୍ରଦାନ ଲକ୍ଷ୍ୟରେ ଓଏଭି ସ୍ଥାପନ କରାଯାଇଥିଲା । ଯାହାକି ଆଜି ସାକାର ହୋଇଛି । ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହା ମାଧ୍ୟମରେ ଉତ୍ତମ ଶିକ୍ଷା ପ୍ରଦାନ କରାଯାଉଛି । ଗ୍ରାମାଞ୍ଚଳର ମେଧାବୀ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରୁଛି ଓଏଭି । ନିଟ୍, ଜି ଆଡଭାନ୍ସ ଓ ଜାତୀୟସ୍ତରୀୟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ମେଧାବୀଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଛା ଜଣାଇଛନ୍ତି । ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି ରାଜ୍ୟରେ ୩୧୫ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନ ହୋଇଛି । ଏଥିରେ ୩୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ବଡ଼ ହେବା ପାଇଁ ଦୃଢ଼ ଇଚ୍ଛାଶକ୍ତି ଆବଶ୍ୟକ । ସମୟକୁ ବିନିଯୋଗ କରି କଠୋର ପରିଶ୍ରମ କରିବାକୁ ସେ ପିଲାମାନଙ୍କୁ ପରାମର୍ଶ ଦେଇଛନ୍ତି ।