Sim Card Scam - The Sakala

ପାକିସ୍ତାନୀ ଏଜେଣ୍ଟଙ୍କୁ ଓଟିପି ସେୟାରିଂ ମାମଲା: ପଶ୍ଚିମବଙ୍ଗ ଯିବ ଓଡ଼ିଶା ଏସ୍‌ଟିଏଫ୍ ଟିମ୍
ଭୁବନେଶ୍ୱର: ପାକିସ୍ତାନ ଆଇଏସଆଇ ଏଜେଣ୍ଟକୁ ଓଡ଼ିଶାର ସିମ୍ କାର୍ଡ ଓଟିପି ସେୟାରିଂ ମାମଲାର ତଦନ୍ତ ପାଇଁ ପଶ୍ଚିମବଙ୍ଗ ଯିବ ଓଡ଼ିଶା ଏସଟିଏଫ ଟିମ୍ । ଏନେଇ ସୂଚନା ଦେଇଛନ୍ତି ଏସଟିଏଫ୍ ଏସପି କିଶୋର ପାଣିଗ୍ରାହୀ। ପୂର୍ବରୁ ପଶ୍ଚିମବଙ୍ଗ ଏସଟିଏଫ ଗିରଫ କରିଥିବା ଗୁଡୁ କୁମାରକୁ ଜେରା କରିବାପାଇଁ ଓଡ଼ିଶା ଏସଟିଏଫର ସ୍ୱତନ୍ତ୍ର ଟିମ୍ ପଶ୍ଚିମବଙ୍ଗ ଯିବ ।

ସୂଚନାଯୋଗ୍ୟ, ଅଫିସିଆଲ ସିକ୍ରେଟ୍ ଆକ୍ଟ ଓ ଅପରାଧିକ ଷଡ଼ଯନ୍ତ୍ର ମାମଲାରେ ଗୁଡୁ କୁମାରକୁ ଗିରଫ କରିଥିଲା ପଶ୍ଚିମବଙ୍ଗ ଏସଟିଏଫ୍ ଟିମ୍। ଏନେଇ ନିଉ ଜଲପାଇଗୁଡ଼ି ଥାନାରେ ମଧ୍ୟ ମାମଲା ହୋଇଛି । ତଦନ୍ତ ସମୟରେ ପଠାଣି ଓ ଗୁଡୁ କୁମାରର ଲିଙ୍କ ଥିବା ଜଣାପଡିଛି ।

ଅନ୍ୟପଟେ ପଶ୍ଚିମବଙ୍ଗ ଏସଟିଏଫର ଦୁଇ ବରିଷ୍ଠ ସଦସ୍ୟ ଭୁବନେଶ୍ୱର ଏସଟିଏଫ୍ କାର୍ଯ୍ୟାଳୟରେ ପହଞ୍ଚି ଅଭିଯୁକ୍ତ ପ୍ରୀତମକୁ ପଚରାଉଚରା କରିଥିବା ଜଣାଯାଇଛି। ଖାଲି ସେତିକି ନୁହେଁ, ଉଭୟେ ଓଡ଼ିଶା ସିମକାର୍ଡକୁ ପାକିସ୍ତାନରେ ଅପରେଟ ଘଟଣାର ମାଷ୍ଟରମାଇଣ୍ଡ ପଠାଣିସାମନ୍ତ ଲେଙ୍କା ଓ ତାର ଅନ୍ୟ ସହଯୋଗୀଙ୍କୁ ମଧ୍ୟ ଝାରପଡ଼ା ଜେଲରେ ଜେରା କରିଛନ୍ତି। ଏହି ମାମଲାରେ ଅନ୍ୟ କେଉଁମାନେ ସଂପୃକ୍ତ ଅଛନ୍ତି, ସେନେଇ ବି ଖୋଳତାଡ଼ କରୁଛି ପଶ୍ଚିମବଙ୍ଗ ଏସଟିଏଫ୍ ଟିମ୍।

ସୂଚନାଯୋଗ୍ୟ, କୋଟି କୋଟି ଟଙ୍କା ନେଇ ପାକ୍‌ ଗୁଇନ୍ଦା ଏଜେଣ୍ଟଙ୍କୁ ଓଟିପି ସେୟାର କରିବା ଅଭିଯୋଗରେ ଓଡ଼ିଶାର ୩ ଜଣ ଗିରଫ ହୋଇଥିଲେ । ପାକିସ୍ତାନ ଗୁଇନ୍ଦା ଅଧିକାରୀ ଓ ଆଇଏସଆଇକୁ ଲିଙ୍କ୍‌ ଜେନେରେଟ କରି ତଥ୍ୟ ଦେଉଥିଲେ ଅଭିଯୁକ୍ତ । ଓଡ଼ିଶା ସିମକାର୍ଡକୁ ପାକିସ୍ତାନରେ ଅପରେଟ ଘଟଣାର ମାଷ୍ଟରମାଇଣ୍ଡ ପଠାଣି ସାମନ୍ତ ଲେଙ୍କାର ଦୁଇ ସହଯୋଗୀଙ୍କୁ ଅଟକ ରଖିଥିଲା ଏସଟିଏଫ୍। ଦେଶଦ୍ରୋହୀ କାର୍ଯ୍ୟ କରୁଥିବା ଅଭିଯୋଗରେ ଯାଜପୁରରୁ ଦୁଇଜଣଙ୍କୁ ଏସଟିଏଫ୍ ଉଠାଇଥିଲା।