ratha Yatra 2023 - The Sakala

ବୃଦ୍ଧି ପାଇବ ବର୍ଷାର ପ୍ରକୋପ, ୭ ଓ ୮ ତାରିଖରେ ବର୍ଷା ଆଶଙ୍କା
ଭୁବନେଶ୍ୱର: ବଙ୍ଗୋପସାଗର ଉପରେ ରହିଥିବା ଘୂର୍ଣ୍ଣିବଳୟ ଯୋଗୁଁ ରାଜ୍ୟରେ ବର୍ଷା ଜାରି ରହିଛି। ରାଜ୍ୟର ଏକାଧିକ ସ୍ଥାନରେ ବର୍ଷା ହେଉଥିବା ବେଳେ ଧୀରେ ଧୀରେ ବର୍ଷାର ପ୍ରକୋପ ବୃଦ୍ଧି ପାଇବା ନେଇ ଆକଳନ କରାଯାଇଛି। ବିଶେଷ କରି ରଥଯାତ୍ରାରେ ପୁରୀ ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତିଙ୍କ କହିବା ଅନୁସାରେ ୬ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେଥିପାଇଁ ଏହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ୭ ତାରିଖରେ କନ୍ଧମାଳ, ଗଞ୍ଜାମ, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୧୨ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେହିପରି ମୟୂରଭଞ୍ଜ, କେନ୍ଦୁଝର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଜପତି, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଆସନ୍ତା ୭ ତାରିଖରେ ଦକ୍ଷିଣ ଓଡ଼ିଶା ଉପକୂଳରେ ସଂଲଗ୍ନ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ଏହା ୮ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶା ଓ ଛତିଶଗଡ଼ ଉପରେ ରହିବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହୋଇପାରେ। ତେବେ ଏହି ସମୟରେ ଭାରି ବର୍ଷାର ସମ୍ଭାବନା କମ୍‌ ରହିଛି। ପ୍ରତ୍ୟେକ ଦିନ ଅନେକ ସ୍ଥାନରେ ସ୍ୱଳ୍ପ, କେତେକ ସ୍ଥାନରେ ମଧ୍ୟମ ଓ ଗୋଟିଏ ଦୁଇଟି ସ୍ଥାନରେ ଭାରି ବର୍ଷା (୬୫ ମିମିରୁ ଅଧିକ) ହୋଇପାରେ। ତେବେ ୭ ଓ ୮ ଅର୍ଥାତ ରଥଯାତ୍ରାର ଉଭୟ ଦିନରେ ପୁରୀରେ ସମୁଦାୟ ୩୦-୩୫ ମିମି ଲେଖାଏଁ ବର୍ଷା ହୋଇପାରେ। ୭ ତାରିଖ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଝିପି ଝିପିରୁ ସ୍ୱଳ୍ପ ରାତି ପର୍ଯ୍ୟନ୍ତ ୮ରେ ସକାଳେ ଝିପିଝିପି ଓ ସନ୍ଧ୍ୟା ୬ ଟା ପରେ ଶୁଖିଲା ପାଗ ରହିବାର ସମ୍ଭାବନା ରହିଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ଅନ୍ୟପଟେ ୧୦ ତାରିଖରୁ ମୌସୁମୀ ଅଧିକ ସକ୍ରିୟ ହେବାରୁ ବର୍ଷାର ପ୍ରକୋପ ବଢ଼ିବ ବୋଲି ସେ କହିଛନ୍ତି। ୧୦-୧୫ ମଧ୍ୟରେ ଦକ୍ଷିଣ ଆଭ୍ୟନ୍ତର ଓ ଉପକୂଳରେ ଅନେକ ସ୍ଥାନରେ ମଧ୍ୟମ ଓ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଗଜପତି, ଗଞ୍ଜାମ, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ଖøାର୍ଦ୍ଧା, ପୁରୀ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଓ କଟକ ଜିଲ୍ଲାରେ ଅଧିକ ବର୍ଷା ହେବ। ବାଲେଶ୍ୱର, ଯାଜପୁକ, କେନ୍ଦ୍ରାପଡ଼ାରେ ସବୁଠୁ କମ୍‌ ବର୍ଷା ହେବା ନେଇ ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି। ଶୁକ୍ରବାର ଢେଙ୍କାନାଳରେ ୨୮ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ତାଳଚେର ୧୮, ପାରଳାଖେମୁଣ୍ଡି ୧୧ ମିମି ବର୍ଷା ରେକର୍ଡ କରାଯାଇଛି।

ସରିଲା ନୀଳାଦ୍ରିବିଜେ, ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ ପରେ ରତ୍ନବେଦୀକୁ ଫେରି ଗଲେ ମହାପ୍ରଭୁ
ପୁରୀ: ସରିଲା ମହାପ୍ରଭୁଙ୍କ ରଥଯାତ୍ରା। ସବୁ ଲୀଳାଖେଳା ସାରି ରତ୍ନବେଦୀକୁ ବାହୁଡ଼ିଛନ୍ତି ଶ୍ରୀଜିଉ। ଆଜି ଥିଲା ମହାପ୍ରଭୁଙ୍କର ନୀଳାଦ୍ରିବିଜେ। ରଥ ଉପରେ ରସଗୋଲା ଭୋଗ ସରିବା ପରେ ଆରମ୍ଭ ହୋଇଥିଲା ନୀଳାଦ୍ରି ବିଜେ ନୀତିକାନ୍ତି। ତେବେ ନୀଳାଦ୍ରି ବିଜେରେ ହୁଏ ଗୋଟି ପହଣ୍ଡି। ଗୋଟି ଗୋଟି କରି ଶ୍ରୀଜିଉ ଯାଆନ୍ତି ନୀଳକନ୍ଦରକୁ।

ପ୍ରଥମେ ଭଗବାନ ସୁଦରର୍ଶଙ୍କୁ ପହଣ୍ଡି କରି ମନ୍ଦିର ମଧ୍ୟକୁ ନିଆଯାଇଥିଲା। ସୁଦର୍ଶନଙ୍କ ପରେ ବଡ଼ ଭାଇ ବଳଭଦ୍ରଙ୍କୁ ପହଣ୍ଡି କରାଯାଇଥିଲା। ବଡ଼ ଠାକୁର ମନ୍ଦିର ଭିତରକୁ ଗଲାପରେ ସୁନା ଭଉଣୀ ସୁଭଦ୍ରାଙ୍କୁ ରତ୍ନବେଦୀକୁ ନିଆଯାଇଥିଲା। ସବୁଠାରୁ ଶେଷରେ ଟାହିଆ ହଲାଇ ଦୋହଲି ଦୋହଲି ହାତରେ ରସଗୋଲା ମିଠା ନେଇ ଆସିଥିଲେ କାଳିଆ ଠାକୁର। କିନ୍ତୁ ରତ୍ନବେଦୀକୁ ଦେଢ଼ଶୁର ଏବଂ ନଣନ୍ଦ ଗଲାପରେ ମା’ ଲକ୍ଷ୍ମୀ ସାଆନ୍ତାଣିଙ୍କ ହାବୁଡ଼ରେ ପଡ଼ିଲେ ମହାପ୍ରଭୁ।

ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ବୁଲିବାକୁ ଯାଇଥିଲେ ବୋଲି ରାଗରେ ପଞ୍ଚମ ହୋଇ ବାଟ ଜଗିଥିଲେ ମା’ ଲକ୍ଷ୍ମୀ। ଏହା ପରେ ସାଙ୍ଗରେ ଆଣିଥିବା ରସଗୋଲା ଦେଇ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ କରିଥିଲେ ମହାପ୍ରଭୁ। ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ ହେବା ପରେ ରତ୍ନବେଦୀକୁ ସାଙ୍ଗ ହୋଇ ଯାଇଥିଲେ କାଳିଆ ସାଆନ୍ତ ଏବଂ ଲକ୍ଷ୍ମୀ ସାଆନ୍ତାଣି।

ସରିଲା ପହଣ୍ଡି: ରଥାରୂଢ଼ ହେଲେ ଚତୁର୍ଦ୍ଧା ବିଗ୍ରହ
ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିରରେ ୭ ଦିନ ରହିବା ପରେ ବୁଧବାର ଭାଇ ଭଉଣୀଙ୍କୁ ସାଥୀରେ ଧରି ବାହୁଡ଼ିଲେ କାଳିଆ ଠାକୁର। ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦୀରୁ ଶ୍ରୀମନ୍ଦିର ଅଭିମୁଖେ ଯିବେ ଚତୁର୍ଦ୍ଧା ବିଗ୍ରହ । ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ଅପେକ୍ଷାରେ ଅଛନ୍ତି ତିନିରଥ । ବାହୁଡ଼ା ଯାତ୍ରା ଅବସରରେ ବଡ଼ ଠାକୁର ଓ ଦେବୀ ମା’ ସୁଭଦ୍ରାଙ୍କ ପହଣ୍ଡି ପରେ ଆରମ୍ଭ ହୋଇଛି ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ବିଜେ । ଧାଡ଼ି ପହଣ୍ଡିରେ ଶରଧାବାଲିରେ ଗହଳି ଲଗେଇ ରଥରେ ବିଜେ କରିଛନ୍ତି ଦାରୁବ୍ରହ୍ମ ।

ଦିବ୍ୟ ଟାହିଆରେ ଝୁଲିଝୁଲି ରଥାରୂଢ଼ ହୋଇଛନ୍ତି ମହାପ୍ରଭୁ । ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୧୮୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଆଇନ ଶୃଙ୍ଖଳା, ଟ୍ରାଫିକ ଓ ଶୃଙ୍ଖଳିତ ରଥଟଣା ଉପରେ ଫୋକସ କରାଯାଇଛି । ସ୍ବତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍ ଆପଣାଯାଇଛି । ଜରୁରୀକାଳୀନ ସେବା ପାଇଁ ଗ୍ରୀନ୍ କରିଡର ବ୍ୟବସ୍ଥା ହୋଇଛି । ସୁନାବେଶରେ ମଧ୍ୟ ଭକ୍ତଙ୍କ ସମାଗମକୁ ଲକ୍ଷ୍ୟ ରଖି ସ୍ୱତନ୍ତ୍ର ବ୍ୟାରିକେଡ୍ ଆଦିର ବ୍ୟବସ୍ଥା କରାଯିବ ।

ଆରମ୍ଭ ହେଲା ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ବିଜେ ନୀତି
ପୁରୀ: ଆଜି ପବିତ୍ର ବାହୁଡ଼ା ଯାତ୍ରା । ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦୀରୁ ଶ୍ରୀମନ୍ଦିର ଅଭିମୁଖେ ଯିବେ ଚତୁର୍ଦ୍ଧା ବିଗ୍ରହ । ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ଅପେକ୍ଷାରେ ଅଛନ୍ତି ତିନିରଥ । ବାହୁଡ଼ା ଯାତ୍ରା ଅବସରରେ ଆରମ୍ଭ ହୋଇଛି ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ବିଜେ । ଧାଡ଼ି ପହଣ୍ଡିରେ ଚକ୍ରରାଜ ସୁଦର୍ଶନଙ୍କୁ ପହଣ୍ଡି କରି ଆଣି ମା’ ସୁଭଦ୍ରାଙ୍କ ଦେବଦଳନ ରଥରେ ସ୍ଥାପନ କରିଛନ୍ତି ସେବାୟତମାନେ । ଘଣ୍ଟଘଣ୍ଟା, ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହେଉଛି ଶରଧାବାଲି । ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ପରେ ବଡ଼ଠାକୁରଙ୍କ ପହଣ୍ଡି ବିଜେ ନୀତି ଅନୁଷ୍ଠିତ ହେବ ।

ବାହୁଡ଼ା ଯାତ୍ରା ପାଇଁ ସ୍ବତନ୍ତ୍ର ନୀତି କାନ୍ତି, ୫ଟାରୁ ବନ୍ଦ ରହିବ ନବମୀ ସନ୍ଧ୍ୟା ଦର୍ଶନ
ପୁରୀ: ଆଡପ ମଣ୍ଡପରେ ନବମୀ ସନ୍ଧ୍ୟା ଦର୍ଶନ ଅପରାହ୍ନ ୫ ଟା ଯାଏଁ ଜାରି ରହିବ।  ସକାଳ ୭ଟା ରୁ ଅପରାହ୍ନ ୫ ଟା ଯାଏଁ ଦର୍ଶନ ଚାଲିବ। ଅପରାହ୍ନ ୫ଟା ପରେ ଆଉ ଦର୍ଶନ ମିଳିବ ନାହିଁ । ବାହୁଡ଼ା ଯାତ୍ରା ପାଇଁ ସ୍ବତନ୍ତ୍ର ନୀତି କାନ୍ତି ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୭ ତାରିଖରେ ପବିତ୍ର ନବମୀ ସନ୍ଧ୍ୟା ଦର୍ଶନ। ଏଥିପାଇଁ ଶ୍ରୀମନ୍ଦିର, ପୁଲିସ ଓ ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ତେବେ ଅପରାହ୍ନ ୫ଟା ପରେ ଶ୍ରୀଗୁଣ୍ଡିଚା ମନ୍ଦିର ଭିତରେ ଥିବା ଭକ୍ତ ଦର୍ଶନର ସୁଯୋଗ ପାଇବେ। ତେବେ ବଡ଼ଦାଣ୍ଡରେ କିମ୍ବା ବ୍ୟାରିକେଡ଼ରେ ଥିବା ଭକ୍ତ ଆଉ ଦର୍ଶନ କରିପାରିବେ ନାହିଁ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଓ ଦଇତାପତି ନିଯୋଗ ସମ୍ପାଦକ ଏ ନେଇ ସୂଚନା ଦେଇଛନ୍ତି ।

ଆଜି ହେରାପଞ୍ଚମୀ, ନନ୍ଦିଘୋଷ ରଥ ଭାଙ୍ଗିବେ ଲକ୍ଷ୍ମୀ ଠାକୁରାଣୀ
ପୁରୀ: ଶ୍ରୀଦେବୀ (ଲକ୍ଷ୍ମୀ ଠାକୁରାଣୀ)ଙ୍କୁ ଛାଡ଼ି ଜଗନ୍ନାଥ ମହାପ୍ରଭୁ ଭାଉ ଭଉଣୀଙ୍କୁ ସାଥୀରେ ଧରି ନବଦିନାତ୍ମକ ଯାତ୍ରା କରିଛନ୍ତି। ତାଙ୍କୁ ସାଙ୍ଗରେ ନ ଆଣିଥିବାରୁ ଅଭିମାନରେ ରହିଛନ୍ତି ଶ୍ରୀଦେବୀ। ତେଣୁ କାଳିଆ ଠାକୁରଙ୍କୁ ଫେରାଇ ନେବାକୁ ଗୁଣ୍ଡିଚା ମନ୍ଦିର ଆସନ୍ତି ଶ୍ରୀଦେବୀ। ହେଲେ ୯ ଦିନର ଯାତ୍ରା ନ ସରିବା ପର୍ଯ୍ୟନ୍ତ ମହାପ୍ରଭୁ ଶ୍ରୀମନ୍ଦିର ଫେରିବେ ନାହିଁ ବୋଲି ଶ୍ରୀଦେବୀଙ୍କୁ କୁହନ୍ତି। ଏଥିରେ ରାଗିଯାଇ ଫେରିବା ବେଳେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଭାଙ୍ଗି ଦେଇଯାନ୍ତି। ଏହି ପରମ୍ପରାକୁ ହେରାପଞ୍ଚମୀ କୁହାଯାଏ। ଶନିବାର ପାଳିତ ହେବ ଏହି ନୀତି।

ଶ୍ରୀମନ୍ଦିରରୁ ଶ୍ରୀଦେବୀ ଆସିବେ ଗୁଣ୍ଡିଚା ମନ୍ଦିର। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ଭୋର ୪ଟାରେ ଦ୍ୱାରଫିଟା ଯାଇ ୫ଟା ସୁଦ୍ଧା ମଙ୍ଗଳ ଆଳତି ବଢ଼ିବ। ମଇଲମ, ତଡ଼ପଲାଗି ନୀତି ପରେ ସକାଳ ୬ଟାରେ ଅବକାଶ ନୀତି ସମ୍ପନ୍ନ ହେବ। ସକାଳ ସାଢ଼େ ୬ଟାରୁ ସାଢ଼େ ୭ଟା ଘଣ୍ଟାଏ ସାହାଣମେଲା ଦର୍ଶନ ରହିଛି। ଏହାପରେ ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ହୋଇ ଠାକୁରଙ୍କ ବେଶ ବଢ଼ିବ। ପୂର୍ବାହ୍ନ ୧୦ଟାରୁ ୧୧ଟା ୩୦ ମଧ୍ୟରେ ସକାଳ ଧୂପ ଏବଂ ମଧ୍ୟାହ୍ନ ୧୨ଟା ୩୦ ସୁଦ୍ଧା ଭୋଗମଣ୍ଡପ ବଢ଼ିବ। ଏହାପରେ ମହାପ୍ରଭୁଙ୍କ ମଇଲମ, ଯାତ୍ରାଙ୍ଗୀ ମହାସ୍ନାନ, ଘଣ୍ଟଛତା ସର୍ବାଙ୍ଗ, ନୂଆଲୁଗା ଲାଗି ବେଶ ହେବ। ଅପରାହ୍ନ ୩ଟାରୁ ୪ଟା ୩୦ ମଧ୍ୟରେ ମଧ୍ୟାହ୍ନ ଧୂପ ନୀତି ବଢ଼ି ଅପରାହ୍ନ ୫ଟା ୩୦ ସୁଦ୍ଧା ଦ୍ୱିତୀୟ ଭୋଗମଣ୍ଡପ ବଢ଼ିବ। ଏହପରେ ମଇଲମ, ସନ୍ଧ୍ୟା ଆଳତି, ମହାପ୍ରଭୁଙ୍କ ବାଡ଼ରେ ମହାସ୍ନାନ, ତିନିବାଡ଼ରେ ଘଣ୍ଟଛତା ସର୍ବାଙ୍ଗ, ନୂଆଲୁଗା ଲାଗି ଏବଂ ଅଳଙ୍କାର ଲାଗି ଠାକୁରଙ୍କ ବେଶ ହେବ। ପରେ ସନ୍ଧ୍ୟା ଧୂପ ସମ୍ପନ୍ନ ହେବ। ସନ୍ଧ୍ୟାଧୂପ ପୂଜା ବସିଥିବା ସମୟରେ ରଥ ନିକଟରେ ନୀତି ସାରି ଶ୍ରୀଦେବୀ ରାତି ୯ଟା ୩୦ରେ ଜଗମୋହନକୁ ବିଜେ କରିବେ। ଏହାପରେ ଶ୍ରୀଦେବୀଙ୍କୁ ଆଜ୍ଞାମାଳ ଲାଗି ହେବା ପରେ ସନ୍ଧ୍ୟାଧୂପ ଟେରା ପଡ଼ିବ। ରାତି ୯ଟା ୫୦ ସୁଦ୍ଧା ସନ୍ଧ୍ୟାଧୂପ ବଢ଼଼଼଼ିବ। ପରେ ମଇଲମ, ଚନ୍ଦନଲାଗି ଓ ବଡ଼ସିଂହାର ହୋଇ ରାତ୍ର ୧ଟା ସୁଦ୍ଧା ପହୁଡ଼ ହେବାକୁ ନୀତି ନିର୍ଘଣ୍ଟ କରାଯାଇଛି।