Jawan - The Sakala
ପୁଣି ଏନକାଉଣ୍ଟର, ଯବାନଙ୍କ ଗୁଳିରେ ଟଳିଲେ ୭ ମାଓବାଦୀ...
ନୂଆଦିଲ୍ଲୀ: ଆନ୍ଧ୍ର ମାରେଡମଲ୍ଲୀ ଜଙ୍ଗଲରେ ପୁଣି ଏନକାଉଣ୍ଟର। ୭ ମାଓବାଦୀଙ୍କ ମୃତ୍ୟୁ ସୂଚନା। ଘଟଣା ସ୍ଥଳରେ ଯବାନଙ୍କ ଜୋରଦାର ସର୍ଚ୍ଚ ଅପରେଶନ ଜାରି ରହିଛି। ମୃତକଙ୍କ ମଧ୍ୟରେ ମାଓନେତା ଥିପୂରି ତିରୁପତି ରହିଥିବା ସୂଚନା। ଏକେ ୪୭ ବନ୍ଧୁକ ସହ ୮ଟି ବନ୍ଧୁକ ଓ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ମୃତକଙ୍କ ମଧ୍ୟରେ ୪ପୁରୁଷ ଓ ୩ ମହିଳା ମାଓବାଦୀ ରହିଥିବା ଜଣାପଡ଼ିଛି। ମାଓନେତା ଟେକ ଶଙ୍କର, ସୀତା ଡିଭିସିଏମ କ୍ୟାଡର ମାଓବାଦୀ ସହ ମୋଟ ୫ଜଣ କୁଖ୍ୟାତ ମାଓବାଦୀ ଥିବା ଜଣାପଡିଛି। ଗତକାଲି ହିଡମା ଓ ତାଙ୍କ ପତ୍ନୀଙ୍କ ସମେତ ୬ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା।
ନୂଆଦିଲ୍ଲୀ: ଦିଲ୍ଲୀରେ ଶୁକ୍ରବାର ୭୧ତମ ଜାତୀୟ ପୁରସ୍କାର ଘୋଷଣା କରାଯାଇଛି। ଶାହରୁଖ ଖାନଙ୍କୁ ଫିଲ୍ମ ‘ଜବାନ୍‌’ ଓ ବିକ୍ରାନ୍ତ ମେସିଙ୍କୁ ‘12th ଫେଲ୍‌’ ପାଇଁ ଶ୍ରେଷ୍ଠ ଅଭିନେତା ଭାବରେ ଘୋଷଣା କରାଯାଇଛି। ଫିଲ୍ମ ‘ମିସେଜ୍‌ ଚଟର୍ଜୀ ଭର୍ସେସ୍‌ ନରୱେ’ ପାଇଁ ରାଣୀ ମୁଖାର୍ଜୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି। ‘କଠାଲ’ ଫିଲ୍ମକୁ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ପୁରସ୍କାର ମିଳିଛି।
ସେହିପରି, ‘ପୁଷ୍କରା’ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ମନୋନୀତ ହୋଇଛି। ଶୁଭ୍ରାଂଶୁ ଦାଶଙ୍କ ନିର୍ଦ୍ଦେଶିତ ‘ପୁଷ୍କରା’ର ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ ସବ୍ୟସାଚୀ ମିଶ୍ର।
ଆଇଇଡି ବିସ୍ଫୋରଣରେ ଜଣେ ଯବାନ ସହିଦ
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା କୋଇଡା ସୀମାନ୍ତ ସରଣ୍ଡା ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ମାଓବାଦୀ ଆଇଇଡି ବିସ୍ଫୋରଣ କରିଛନ୍ତି । ଆଇଡି ବିସ୍ଫୋରଣରେ ଜଣେ ଯବାନ ସହିଦ ହୋଇଛନ୍ତି । ଯବାନ ଉତ୍ତରପ୍ରଦେଶର ସତ୍ୟବାନ ସିଂହ ବୋଲି ଜଣାଯାଇଛିl ତାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସେକ୍ଟର ୧୯ ସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଯବାନଙ୍କ ମରଶରୀରକୁ ରାଉରକେଲାରୁ ସ୍ୱତନ୍ତ୍ର ହେଲିକେପଟର ଯୋଗେ ଝାରଖଣ୍ଡ ରାଞ୍ଚିନିକଟସ୍ଥ ୧୬୪ ସିଆର ପି ଏଫ ବାଟାଲିୟନ ମୁଖ୍ୟ କାର୍ଯ୍ୟାଳୟକୁ ନିଆଯାଇଛି।
ସୁରକ୍ଷାବାହିନୀକୁ ବଡ଼ ସଫଳତା: ୧୩୧ ଦିନରେ ନିପାତ ହେଲେଣି ୧୦୩ ମାଓବାଦୀ
ମାଲକାନଗିରି: ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ମାଓବାଦୀ ଓ ପୁଲିସ ମଧ୍ୟରେ ଶୁକ୍ରବାର ବଡ଼ଧରଣର ଗୁଳିବିନିମୟ ହୋଇଛି। ଏଥିରେ ୧୨ ଜଣ ମାଓବାଦୀ ନିହତ ହୋଇଛନ୍ତି। ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ସଂଘର୍ଷରେ ଏସ୍‌ଟିଏଫ୍‌ ଏବଂ ଡିଆରଜିର ୨ ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳରେ ତଲାସୀ ଅଭିଯାନ ଜାରି ରହିଛି। ସୂଚନାଯୋଗ୍ୟ ଯେ ଏହାକୁ ମିଶାଇ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ୧୩୧ ଦିନ ମଧ୍ୟରେ ୧୦୩ ମାଓବାଦୀ ନିପାତ ହେଲେଣି।
ସୂଚନା ଅନୁଯାୟୀ, ଛତିଶଗଡ଼ ବିଜାପୁର ଜିଲ୍ଲାର ଗାଙ୍ଗାଲୁର ଥାନା ଅନ୍ତର୍ଗତ ପିଡ଼ିଆ ଅଞ୍ଚଳର ଏକ ଜଙ୍ଗଲରେ ଦୁର୍ଦ୍ଦାନ୍ତ ମାଓବାଦୀ ଲିଙ୍ଗା, ପାପାରାଓ ବଡ଼ ନେତା ତାଙ୍କ ୧୦୦ରୁ ଊର୍ଦ୍ଧ୍ବ ସମର୍ଥକଙ୍କ ସହ ଏକ ବୈଠକ କରୁଥିବା ନେଇ ଗୁଇନ୍ଦା ବିଭାଗକୁ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା। ମାଓବାଦୀମାନେ ବଡ଼ଧରଣର ହିଂସାକାଣ୍ଡ ଭିଆଇବା ସହ ଆଗାମୀ ୧୩ ତାରିଖ ଦିନ ଓଡ଼ିଶା ସୀମାନ୍ତରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ମଧ୍ୟ ଟାର୍ଗେଟ କରି ବାଧା ସୃଷ୍ଟି ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ନେଇ ଠୋସ୍ ସୂଚନା ପାଇବା ପରେ ତିନି ଜିଲ୍ଲା ବିଜାପୁର, ଦାନ୍ତେୱାଡ଼ା, ସୁକମାର ଫୋର୍ସ ମିଳିତ ଅଭିଯାନ ଆରମ୍ଭ କରିଥିଲେ। ଡିଆରଜି, ଏସ୍‌ଟିଏଫ ଏବଂ ସିଆରପିଏଫ୍‌ର କୋବ୍ରା ବାଟାଲିୟନ ସମେତ ୧୨୦୦ରୁ ଊର୍ଦ୍ଧ୍ବ ଯବାନ ସକାଳୁ ଅଞ୍ଚଳକୁ ଘେରି ରଖିଥିଲେ। ଦୀର୍ଘ ସମୟର ତଲାସୀ ଅଭିଯାନ ପରେ ଯବାନମାନେ ମାଓକ୍ୟାମ୍ପ ନିକଟତର ହେଉଥିବାବେଳେ ମାଓବାଦୀମାନେ ଯବାନଙ୍କୁ ଦେଖି ଗୁଳିମାଡ଼ କରିଥିଲେ। ପରେ ଯବାନମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ। ଉଭୟ ପକ୍ଷ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳିବିନିମୟ ଜାରି ରହିଥିଲା। ମାଓବାଦୀମାନେ ଲୁଚି ପଳାଇବାକୁ ପ୍ରୟାସ କରୁଥିବା ସତ୍ତ୍ବେ ସୁରକ୍ଷାକର୍ମୀ ମାଓକ୍ୟାମ୍ପକୁ ଘେରାବନ୍ଦୀ କରି ତଲାସୀ ଅଭିଯାନକୁ ଜୋରଦାର କରିଥିଲେ।
ଅଧିକାରୀଙ୍କ ସୂଚନା ଅନୁଯାୟୀ ମାଓବାଦୀଙ୍କ ପଶ୍ଚିମ ଡିଭିଜନ କମିଟି ସହ ଯବାନଙ୍କ ସଂଘର୍ଷ ହୋଇଥିଲା। ଡିଆଇଜି କମଲଲୋଚନ କଶ୍ୟପ କହିଛନ୍ତି ଯେ ମାଓବାଦୀମାନେ ବିଜିଏଲ୍‌ ମାଡ଼ କରିଥିଲେ। ଜଣେ ଯବାନ ଏହା ସଂସ୍ଫର୍ଶରେ ଆସି ଯାଇଥିଲେ। ସେହିପରି ଅନ୍ୟ ଜଣେ ଯବାନ ଆଇଇଡି ବିସ୍ଫୋରଣରେ ଆହତ ହୋଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ତଲାସୀ ଅଭିଯାନ ଜାରି ରହିଥିବାରୁ କେତେ ମାଓବାଦୀ ନିପାତ ହୋଇଛନ୍ତି ତାହାର ପ୍ରକୃତ ତଥ୍ୟ ଆସିନାହିଁ। ଟିମ୍‌ ଫେରିବା ପରେ ସଠିକ୍‌ ସୂଚନା ଦିଆଯିବ ବୋଲି ସେ କହିଛନ୍ତି।
ଜୋରଦାର ହେଲା ମାଓ ନିପାତ ଅଭିଯାନ, ବୌଦ୍ଧ ଓ କନ୍ଧମାଳ ଉଭୟ ପଟୁ କୁମ୍ବିଂ ଅପରେସନ ଜାରି
ବୌଦ୍ଧ: ବୌଦ୍ଧରେ ଜୋରଦାର ହେଲା ମାଓ ନିପାତ ଅଭିଯାନ । ମାଓବାଦୀଙ୍କ ବିରୋଧରେ ବଡ଼ ଅପରେସନ। ଜଙ୍ଗଲରେ ଲାଲବାହିନୀକୁ ଘେରିବାକୁ ସ୍ପେଶାଲ ପ୍ଲାନ। ଗତକାଲି ମନମୁଣ୍ଡା ଥାନା ପେନାଜୋର ଜଙ୍ଗଲରେ ମାଓବାଦୀ ଓ ଏସଓଜି ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଆଜି ବୌଦ୍ଧ ଓ କନ୍ଧମାଳ ଉଭୟ ପଟୁ କୁମ୍ବିଂ ଅପରେସନ ଜାରି ରହିଛି। କନ୍ଧମାଳପଟୁ ୭ଟି ଓ ବୌଦ୍ଧପଟୁ ୫ଟି ଟିମ୍ ଅପରେସନରେ ସାମିଲ ହୋଇଛନ୍ତି । ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିବା ବୌଦ୍ଧ ଏସପି ସୂଚନା ଦେଇଛନ୍ତି।
ଗତକାଲି ଶଗଡା ଅଞ୍ଚଳର ନଳୀକୁପା ଗାଁ ପାଖ ପେନାଜୋର ଜଙ୍ଗଲରେ ମାଓବାଦୀ ଓ ଏସଓଜି ଯବାନଙ୍କ ମଧ୍ୟରେ ୨ଘଣ୍ଟାରୁ ଅଧିକ ସମୟ ଧରି ଗୁଳିବିନିମୟ ହୋଇଥିଲା । ଏଥିରେ ସୁରକ୍ଷା ବାହିନୀର କୌଣସି ଯବାନଙ୍କ ମୃତ୍ୟୁ ହୋଇନଥିବା ଏସପି ସୂଚନା ଦେଇଛନ୍ତି। ବୌଦ୍ଧ-କନ୍ଧମାଳ ସୀମାନ୍ତ ନଳୀକୁପା, ବଲମତୁମ୍ବା, ଅଡ଼ସିଂ ଓ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ମାଲାକିରା, ଗଙ୍ଗରମା ଓ କୁମ୍ଭାରୁଆ ଆଦି ଅଞ୍ଚଳରେ ମାଓ ଗତିବିଧି ରହିଥିବା ସୂଚନା ମିଳିଛି। କିଛିଦିନ ପୂର୍ବରୁ ଶଗଡ଼ା ଫାଣ୍ଡି ତିଲପଙ୍ଗା ଅଂଚଳରେ ମାଓ ପୋଷ୍ଟର ମଧ୍ୟ ଲାଗିଥିଲା।
ସେହିପରି ଗତ ମାସ ୧୯ ତାରିଖରେ ମନମୁଣ୍ଡା ଥାନା ଶଗଡ଼ା ଫାଣ୍ଡି ରାବଣେଶ୍ବର ଜଙ୍ଗଲରେ ୩୫ରୁ ୪୦ ଜଣ ମାଓବାଦୀ ବୁଲୁଥିବା ସୂଚନା ମିଳିଥିଲା। ବୌଦ୍ଧ ଡିଭିଏଫ ଓ ଏସଓଜି ଯବାନ କୁମ୍ବିଂ ଅପରେସନ କରିବା ବେଳେ ମାଓବାଦୀ ମାନେ ବୋମା ପକାଇଥିଲେ। ପରେ ଉଭୟ ପଟୁ ଗୁଳି ବିନିମୟ ହୋଇଥିଲା । ଶେଷରେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେବା ସହ ସୁରକ୍ଷା ବାହିନୀ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରଥିଲା ।
ମୁମ୍ବାଇ: ରିଲିଜ ପୂର୍ବରୁ ଆଡଭାନ୍ସ ବୁକିଂରେ ରେକର୍ଡ କଲେକ୍ସନ କଲାଣି ଫିଲ୍ମ ‘ଯବାନ’ । ଆଡଭାନ୍ସ ବୁକିଂରେ ୯ କୋଟି ଟଙ୍କା କମାଇଲାଣି ଶାହାରୁଙ୍କ ‘ଯବାନ’ ଫିଲ୍ମ । ଏବେସୁଦ୍ଧା ପ୍ରାୟ ୫ଲକ୍ଷରୁ ଅଧିକ ଟିକେଟ ବୁକିଂ ହୋଇଛି । ସାରାଦେଶରେ ଆଡଭାନ୍ସ ବୁକିଂ ଆରମ୍ଭ ହୋଇଥିବା ବେଳେ କିଛି ହଲରେ ଟିକେଟ ୨୪ଶହ ଟଙ୍କାରେ ବିକ୍ରି ହେଉଛି।
ଓପନିଂ ଡେ’ ରେ ଫିଲ୍ମ ଶହେ କୋଟି ରୋଜଗାର କରିବା ଆଶା ରଖିଛନ୍ତି ମେକର୍ସ । ରେଡ୍ ଚିଲ୍ଲିଜ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଫିଲ୍ମ ଯବାନର ନିର୍ଦ୍ଦେଶନା ଦେଇଛନ୍ତି ମଟଲି କୁମାର । ଫିଲ୍ମରେ ଶାହରୁଖ ଖାନଙ୍କ ସମେତ ସାଉଥର ସୁପରଷ୍ଟାର ନୟନତାରା, ବିଜୟ ସେଥୁପତି, ସୁନୀଲ ଗ୍ରୋବର, ରିଧି ଡୋଗ୍ରା ପ୍ରମୁଖ ଅଭିନୟ କରିଛନ୍ତି । ଦୁଇ ଦିନ ପରେ ରିଲିଜ ହେବ କିଙ୍ଗ ଖାନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ଯବାନ । ଟ୍ରେଲର ରିଳିଜ ହେବାର କିଛି ସମୟ ଭିତରେ ମିଲିଅନ୍ସ ଭିଉଜ ହୋଇଥିଲା ଫିଲ୍ମ ।
ମୁମ୍ବାଇ: ରିଲିଜ ହେଲା କିଙ୍ଗ ଖାନ୍‌ ଶାହାରୁଖ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ `ଯବାନ୍’ର ଟ୍ରେଲର । ଜବରଦସ୍ତ ଆକ୍ସନ, ଦମଦାର ଡାଇଲଗ୍ ନେଇ ଆସୁଥିବା ଫିଲ୍ମ ‘ଯବାନ’ର ଟ୍ରେଲର ଆଜି ରିଲିଜ୍ ହୋଇଛି। ରୋମାଣ୍ଟିକ, ଷ୍ଟାଇଲିସ ଓ ଡ୍ୟାସିଂ ହିରୋଙ୍କ ଏପରି ଲୁକ୍ସ ଫିଲ୍ମ ଲଭରଙ୍କୁ ଖୁବ୍ ପସନ୍ଦ ଆସିଛି। ଟ୍ରେଲରରେ ଶାହରୁଖ ଟ୍ରେନ୍ ହାଇଜାକ୍ କରୁଥିବା ନଜର ଆସିଛି । ଏଟ୍‌ଲିଙ୍କ ନିର୍ଦ୍ଦେଶିତ `ଯବାନ୍‌’ ସେେପ୍ଟମ୍ବର ୭ରେ ରିଲିଜ୍‌ ହେବ।
ଏହି ଫିଲ୍ମରେ ଶାହାରୁଖ୍‌ଙ୍କ ସହ ନୟନତାରା, ପ୍ରିୟାମଣି, ସାନ୍ୟା ମଲହୋତ୍ରା, ବିଜୟ ସେତୁପତୀ ପ୍ରମୁଖ ଦେଖାଯିବେ। ଏଥିରେ ଦୀପିକା ପାଦ୍ୟୁକୋନ୍‌ ଅତିଥି କଳାକାର ଭାବେ ଦେଖାଯିବେ। ଫିଲ୍ମରେ ପୋଲିସ କ୍ୟାରେକ୍ଟର ପ୍ଲେ କରୁଛନ୍ତି ସାଉଥ ସୁନ୍ଦରୀ ନୟନତାରା । ତାଙ୍କର ଧୂଆଁଧାର ଆକ୍ସନ ଫିଲ୍ମରେ ଲଗାଇଛି ଚାରଚାନ୍ଦ । ଫିଲ୍ମରେ ଶାହରୁଖଙ୍କ ମିଶନର ମୁଦ୍ଦା ହୋଇଥିବା ଭିଲେନ୍ ବିଜୟ ସେତୁପତିଙ୍କୁ ବଲିଉଡ଼ରେ ଦେଖିବାକୁ ଫ୍ୟାନ୍ ବି ୱେଟ୍ କରିଛନ୍ତି । ଶାହରୁଖ ଓ ବିଜୟ ସେତୁପତିଙ୍କର ଦମଦାର ଟକ୍କର ହେବ ବୋଲି ଫିଲ୍ମର ଟ୍ରେଲରରୁ ବାରି ହୋଇପଡ଼ୁଛି । ଇତିମଧ୍ୟରେ ଫିଲ୍ମର ଗୀତ ‘ ଜିନ୍ଦା ବନ୍ଦା’ ଓ ‘ଚଲେୟା’ ରିଲିଜ୍‌ ହୋଇଛି। ନୟନତାରା ଓ ଶାହାରୁଖ୍‌ଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। ‘ଯବାନ୍‌’ ମଧ୍ୟ ‘ପଠାନ୍’ ଭଳି ହିଟ୍‌ ହେବ ବୋଲି ଶାହାରୁଖ୍‌ଙ୍କ ପ୍ରଶଂସକମାନେ ଆଶା ରଖିଛନ୍ତି ।
ଚାପରେ CAPF ଯବାନ: ୫ ବର୍ଷରେ ୫୦ ହଜାରରୁ ଉର୍ଦ୍ଧ୍ବ ଯବାନ ଚାକିରି ଛାଡିବା ସହ ୬୫୪ ଜଣ କଲେଣି ଆତ୍ମହତ୍ୟା
ନୂଆଦିଲ୍ଲୀ: ଗତ ୪୮ ଘଣ୍ଟା ମଧ୍ୟରେ ଦୁଇଟି ବଡ଼ ଘଟଣା ଘଟିଛି । ପ୍ରଥମ ଘଟଣା ଦିଲ୍ଲୀର ଦ୍ୱାରକା ଜିଲ୍ଲାରେ ଅବସ୍ଥିତ ଆଇଟିବିପିର ଛୱଲା କ୍ୟାମ୍ପରେ ଦେଖିବାକୁ ମିଳିଥିଲା। ସେକେଣ୍ଡ ଇନ କମାଣ୍ଡାଣ୍ଟ ‘ଟୁଆଇସି’ଙ୍କ ଘରେ ତାଙ୍କ ପୁଅଙ୍କ ଗୁଳିମାଡ଼ରେ ଯବାନଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଦ୍ୱିତୀୟ ଖବର ରାଜସ୍ଥାନର ଚୁରୁ ଜିଲ୍ଲାରୁ ଆସିଛି। ବିଏସଏଫ ଯବାନ ସୁରେଶ ବେନିୱାଲଙ୍କ ଦେହାନ୍ତ ହୋଇଛି।
ସୁରେଶଙ୍କ ସମ୍ପର୍କୀୟ କହିଛନ୍ତି ଯେ, କମାଣ୍ଡାଣ୍ଟ ତାଙ୍କୁ ପାଟନାରେ ଥିବା ତାଙ୍କ ଘରକୁ ପଠାଇଥିଲେ। ସେଠାରେ ଘର ମରାମତି ଚାଲିଥିଲା। କିଛି କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁର କାରଣ ଅନୁସନ୍ଧାନ ନ ହେବା ପର୍ଯ୍ୟନ୍ତ ସେମାନେ ଯବାନଙ୍କ ମୃତଦେହ ନେବେ ନାହିଁ ବୋଲି  କହିଛନ୍ତି। ଏହାପୂର୍ବରୁ ଏଭଳି ଘଟଣାରେ CRPF ର ଦୁଇ କମାଣ୍ଡାଣ୍ଟଙ୍କ ନାମ ମଧ୍ୟ ଆସିଛି। ସେ ଅନାଧିକୃତ ଭାବରେ ଯାବାନମାନଙ୍କୁ ବାଧ୍ୟତାମୂଳକ ଭାବେ ଦୂର ସ୍ଥାନକୁ ପୋଷ୍ଟିଂ ଦେଉଥିଲେ। କନଫେଡରେସନ୍ ଅଫ୍ ଏକ୍ସ ପାରାମିଲିଟାରୀ ଫୋର୍ସ ଶହୀଦ କଲ୍ୟାଣ ସଂଘର ମହାସଚିବ ରଣବୀର ସିଂ କହିଛନ୍ତି ଯେ, ଯବାନଙ୍କ ସହ କିଛି ଠିକ୍ ଚାଲିନାହିଁ। ଅନେକ କାରଣରୁ ସେମାନେ ଦୁଃଖରେ ଓ ଟେନସନରେ ରହୁଛନ୍ତି।  ଯଦି ସବୁ ଠିକ୍ ହୋଇଥାନ୍ତା, ପାଞ୍ଚ ବର୍ଷ ମଧ୍ୟରେ ୫୦୧୫୫ ସେଣ୍ଟ୍ରାଲ୍ ପାରାମିଲିଟାରୀ ଫୋର୍ସ କର୍ମଚାରୀ ଚାକିରି ଛାଡି ନଥାନ୍ତେ ଏବଂ ୬୫୪ ସୈନିକ ଆତ୍ମହତ୍ୟା କରିବାର ସାଂଘାତିକ ପଦକ୍ଷେପ ନେଇ ନଥାନ୍ତେ ବୋଲି ସେ କହିଛନ୍ତି।
ଅଧିକାରୀଙ୍କ ଘରେ ଦୁଇ ଯବାନଙ୍କ ମୃତ୍ୟୁ…
ଆଇଟିବିପି କ୍ୟାମ୍ପରେ ଅଧିକାରୀଙ୍କ ବାସଭବନରେ ନିହତ ହୋଇଥିବା ଯବାନଙ୍କୁ ଭୁପେନ୍ଦ୍ର ସିଂ (୩୬) ବୋଲି ଜଣାପଡିଛି। ସେ ଯବାନ କ୍ୟାମ୍ପରେ ‘ରୋଷେଇ’ ଭାବରେ କାମ କରୁଥିଲେ। ତାଙ୍କ ଶରୀରରେ ଅନେକ ଗୁଳି ଲଗିଛି। ହତ୍ୟା ମାମଲା ପଞ୍ଜିକରଣ କରିବା ପରେ ଦିଲ୍ଲୀ ପୁଲିସ ‘ଟୁଆଇସି’ଙ୍କ ପୁଅ ଦିଗବିଜୟଙ୍କୁ ଗିରଫ କରିଛି। ସେ ତାଙ୍କ ପିତାଙ୍କ ଲାଇସେନ୍ସ ପିସ୍ତଲରେ ଯବାନଙ୍କ ଉପରକୁ ଗୁଳି ଚଳାଇଥିବା ଜଣାପଡ଼ିଛି।
ଦ୍ୱିତୀୟ ଘଟଣା ବିଏସ୍ଏଫ୍ ସହିତ ଜଡିତ। ରାଜସ୍ଥାନର ଚୁରୁ ଜିଲ୍ଲାର ହାମିରୱାସ୍ ପୁଲିସ୍ ଷ୍ଟେସନ ପରିସରରେ ଥିବା ରାବୋଡି ଗାଁର ବାସିନ୍ଦା ସୁରେଶ ବେନିୱାଲ ବିଏସଏଫରେ ଜଣେ କନଷ୍ଟେବଳ ଭାବରେ କାର୍ଯ୍ୟ କରୁଥିଲେ। ସୁରେଶଙ୍କ ବଡ ଭାଇ ରାମ  ସ୍ବରୂପଙ୍କ କହିବା ଅନୁଯାୟୀ, ଏହି ଘଟଣାରେ ନିରପେକ୍ଷ ତଦନ୍ତ ହେବା ଉଚିତ। ବିଏସଏଫ କହିବା  ଅନୁଯାୟୀ,  ଜୁନ୍ ୧୦ରୁ ସୁରେଶ ଛୁଟିରେ ଥିଲ। ଯଦି ସେ ଛୁଟିରେ ଥିଲେ ତେବେ ସେ କାହିଁକି ଘରକୁ ଆସିଲେ ନାହିଁ । ମୁଁ ୧୭ ଜୁନ୍ ରେ ସୁରେଶଙ୍କ ସହ କଥା ହୋଇଥିଲି ବୋଲି ସୁରେଶଙ୍କ ବଡ ଭାଇ କହିଛନ୍ତି।  ସେ ପାଟନାରେ କମାଣ୍ଡାଣ୍ଟଙ୍କ ଘରେ ଅଛନ୍ତି। ହେଲେ ତାଙ୍କର ଡ୍ୟୁଟି ଅନ୍ୟ କିଛି ରାଜ୍ୟରେ ଥିବା ସୁରେଶଙ୍କ ଭାଇ ଅଭିଯୋଗ କରିଛନ୍ତି।
ଅଧିକାରୀଙ୍କ ଘରେ ପେଣ୍ଟିଂ ଏବଂ ମରାମତି କାମ ଚାଲିଛି ବୋଲି ସୁରେଶ କହିଥିବା କଥା ତାଙ୍କ ଭାଇ କହିଛନ୍ତି। ଜୁନ୍ ୧୮ରେ ସୁରେଶଙ୍କ ବଡ ଭାଇ ରାମ ସ୍ବରୂପ ଏକ କଲ ପାଇଥିଲେ ଯେ, ତାଙ୍କୁ ସୁରେଶଙ୍କ ପତ୍ନୀ ସୁଶୀଲାଙ୍କ ନମ୍ବର ଦେବାକୁ କହିଥିଲେ। ଅଳ୍ପ ସମୟ ମଧ୍ୟରେ ଏହା ଜଣା ପଡିଲା ଯେ ସୁରେଶ ଏହି ଦୁନିଆରେ ଆଉ ନାହାଁନ୍ତି।  ଜୁନ୍୧୦ରୁ ଜୁଲାଇ ୧୧ ପର୍ଯ୍ୟନ୍ତ ସୁରେଶଙ୍କ ଛୁଟିଥିବା ବିଏସ୍ଏଫ୍ କହିଛି। ଯଦି ସେ ଛୁଟିରେ ଥିଲେ କମାଣ୍ଡିଙ୍ଗ ଅଫିସରଙ୍କ ଘରେ ସେ କ’ଣ କରୁଥିଲେ।  ସୁରେଶଙ୍କ ନକଲି ଛୁଟି ଦେଖାଯାଇଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି। ପୋଷ୍ଟମର୍ଟମ କରିବା ପୂର୍ବରୁ ବିଏସଏଫ ସମ୍ପର୍କୀୟଙ୍କୁ ମଧ୍ୟ ଜଣାଇ ନ ଥିଲା। ଏହି ବିଷୟ BSF ର ୧୭ତମ ବାଟାଲିୟନ ସହିତ ସମ୍ବନ୍ଧିତ। ଏହାର କମାଣ୍ଡିଙ୍ଗ ଅଫିସର ଅଜିତ କୁମାର ବୋଲି କୁହାଯାଉଛି।
CRPF କମାଣ୍ଡାଣ୍ଟ ନୀରଜ ପାଣ୍ଡେଙ୍କ ବିଷୟରେ ମଧ୍ୟ ଏକ ନକଲି ଖବର ମଧ୍ୟ ସାମ୍ନାକୁ ଅସିଥିଲା। ସେ ନୋଏଡାସ୍ଥିତ ତାଙ୍କର ଏକ ବ୍ୟବସାୟ ସ୍ଥାନରେ ତିନି ଜଣ ଯବାନ ବିଜୟ ଦହିୟା, ପ୍ରେମ ଚନ୍ଦ୍ର ଗୌତମ ଏବଂ ପ୍ରଦୀପ କୁମାର ଭଟ୍ଟଙ୍କୁ ନିୟୋଜିତ କରିଥିଲେ। ଫାଇଲଗୁଡ଼ିକରେ, ସେହି ଯବାନଙ୍କ ନିୟୋଜନ ଲକ୍ଷ୍ନୌ ମୁଖ୍ୟାଳୟରେ ଥିଲା । କିନ୍ତୁ ବାସ୍ତବରେ ଏହି ଯବାନମାନେ ଅଧିକାଂଶ ସମୟରେ ନୋଏଡାଠାରେ ରହୁଥିଲେ। ୧୩୦ ତମ ବାଟାଲିୟନର କମାଣ୍ଡାଣ୍ଟ ଦୀନେଶ ସିଂ ଚାନ୍ଦେଲ ମଧ୍ୟ ଏଭଳି ଅଭିଯୋଗର ସମ୍ମୁଖୀନ ହୋଇଥିଲେ। ତାଙ୍କ ବାଟାଲିୟନର ଡ୍ରାଇଭର ‘ହାଭାଲଦାର’ ମୋ. ତାରିକ୍ ଦୀର୍ଘ ସମୟ ଧରି ଆହ୍ଲାବାଦରେ ପୋଷ୍ଟିଂ କରାଯାଇଥିଲା। ଆଇନ ଅନୁଯାୟୀ, ଛତିଶଗଡରେ ପୋଷ୍ଟ ହୋଇଥିବା ତାଙ୍କ ବାଟାଲିୟନ ସହିତ ସେ ସେଠାରେ ରହିବା ଉଚିତ୍। ତେବେଳେ ଏହି କଥା ସାମ୍ନାକୁ ଆସିଲା ଜଣାପଡିଲା ଯେ, ବ୍ୟକ୍ତିଗତ ବିବାଦରେ ତାରିକ ତାଙ୍କ ପଡ଼ୋଶୀଙ୍କ ଉପରକୁ ଗୁଳି ଚଳାଇଥିଲେ। ପୁଲିସ ମାମଲା ରୁଜୁ କରିଥିଲା। ତଦନ୍ତ ଆରମ୍ଭ ହେବା ପରେ ମାମଲା ସାମ୍ନାକୁ ଆସିଥିଲା।
କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ ପ୍ରତି ଯବାନ ଓ କ୍ୟାଡର ଅଧିକାରୀମାନେ କାହିଁକି ନିରାଶ ହେଉଛନ୍ତି ? ସେମାନେ କାହିଁକି ଅଧାରୁ ଚାକିରି ଛାଡି ଯାଉଛନ୍ତି। ଯଦି ଆମେ ଗତ ପାଞ୍ଚ ବର୍ଷ ବିଷୟରେ କଥା ହେବା,  CRPF, BSF, ITBP, SSB, CISF ଏବଂ ଆସାମ ରାଇଫଲ୍ସରୁ ୫୦୧୫୫ କର୍ମଚାରୀ ଚାକିରି ଛାଡି ସାରିଲେଣି। କେବଳ ଏତିକି ନୁହେଁ  ଆତ୍ମହତ୍ୟା ମାମଲା ମଧ୍ୟ ବୃଦ୍ଧି ପାଉଛି। ଗୃହ ବିଭାଗ ଉପରେ ସଂସଦୀୟ ସ୍ଥାୟୀ କମିଟି ଏହି ପ୍ରସଙ୍ଗକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛି। କମିଟି ଏହାର ୨୪୨ତମ ରିପୋର୍ଟରେ ସ୍ପଷ୍ଟ ଭାବେ କହିଛି ଯେ ଯବାନ ଏବଂ ଅଧିକାରୀଙ୍କ ଦ୍ୱାରା ଚାକିରି ଛାଡ଼ିବା ସେନାର ମନୋବଳ ଉପରେ ସିଧାସଳଖ ପ୍ରଭାବ ପକାଉଛି। ଯେଉଁମାନେ ଚାକିରି ଛାଡି ଯାଉଛନ୍ତି ସେମାନଙ୍କୁ ସାକ୍ଷାତକାରିବା ସଗ ଏକ ସର୍ଭେ ରିପୋର୍ଟ ପ୍ରସ୍ତୁତ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛି।  ଏହା ମାଧ୍ୟମରେ ଯାବାନ ଏବଂ ଅଧିକାରୀମାନଙ୍କ ଚାକିରି ଛାଡିବାର କାରଣ ଜାଣିବା ସମ୍ଭବ ହେବ।  ଏହା ପରେ ଆବଶ୍ୟକୀୟ ପରିବର୍ତ୍ତନ କରାଯାଇ ପାରିବି। ଫଳରେ ଚାକିରି ଛାଡୁଥିବା ଲୋକଙ୍କ ସଂଖ୍ୟା କମିବା ଆରମ୍ଭ ହେବ।
ସେଣ୍ଟ୍ରାଲ୍ ପାରାମିଲିଟାରୀ ଫୋର୍ସ CRPF, BSF, ITBP, SSB, CISF, ଆସାମ ରାଇଫଲ୍ସ ଏବଂ ନ୍ୟାସନାଲ ସିକ୍ୟୁରିଟି ଗାର୍ଡରେ ସୈନିକ ଏବଂ ଅଧିକାରୀଙ୍କ ଆତ୍ମହତ୍ୟା ମାମଲା ହ୍ରାସ ପାଉନାହିଁ। ଗତ ପାଞ୍ଚ ବର୍ଷ ମଧ୍ୟରେ କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସର ୬୫୪ କର୍ମଚାରୀ ଆତ୍ମହତ୍ୟା କରିଛନ୍ତି। ଯେଉଁମାନେ ଆତ୍ମହତ୍ୟା କରିଛନ୍ତି ସେମାନଙ୍କ ମଧ୍ୟରେ ୨୩୦ CRPF, ୧୭୪ ଜଣ BSF, ୮୯ ଜଣ CISF, ୬୪ ଜଣ SSB,  ୫୧ ଜଣ ITBP, ୪୩ ଜଣ ଆସାମ ରାଇଫଲ ଏବଂ ୩ NSG କର୍ମଚାରୀ ଅଛନ୍ତି।
ସଂସଦୀୟ କମିଟି କହିଛି ଯେ, ଆତ୍ମହତ୍ୟା ମାମଲା ସେନାବଳର କାର୍ଯ୍ୟ ସ୍ଥିତିକୁ ପ୍ରଭାବିତ କରିଥାଏ। ସେବାର ନିୟମରେ ଉନ୍ନତି ଆଣିବାର ଆବଶ୍ୟକତା ରହିଛି। ଯାହାକି ସୈନିକମାନଙ୍କୁ ଉତ୍ସାହିତ କରିବ। ରୋଟେସନ ନୀତି ଅନୁଯାୟୀ ପୋଷ୍ଟିଂ ଦିଆଯିବା ଉଚିତ୍। ଦୀର୍ଘ ସମୟ ପାଇଁ ଗୋଟିଏ ଯାଗାରେ ପୋଷ୍ଟିଂ ଦିଅନ୍ତୁ ନାହିଁ । ସ୍ଥାନାନ୍ତର ନୀତି ଏପରି କରାଯିବା ଉଚିତ ଯେ ଯବାନମାନେ ନିଜ ପସନ୍ଦର ଡ୍ୟୁଟି ସ୍ଥାନ ପାଇବେ । ଯଦି ଏପରି ପଦକ୍ଷେପ ନିଆଯାଏ ତେବେ ଚାକିରି ଛାଡୁଥିବା ଲୋକଙ୍କ ସଂଖ୍ୟା ହ୍ରାସ ହୋଇପାରେ ବୋଲି ଆକଳନ କରାଯାଇଛି।
ଯବାନମାନଙ୍କୁ ମିଳୁନାହିଁ  ‘100’ ଦିନ ଛୁଟି:
୨୦୧୯ ଶେଷରେ ଘୋଷଣା କରାଯାଇଥିଲା ଯେ, CAPF ଯବାନମାନେ ପ୍ରତିବର୍ଷ ୧୦୦ ଦିନ ଛୁଟି ପାଇବେ। ବର୍ତ୍ତମାନ ଚତୁର୍ଥ ବର୍ଷରେ ମଧ୍ୟ ଏହି ଯୋଜନା କାର୍ଯ୍ୟକାରୀ ହୋଇପାରି ନାହିଁ । ଏହି ଯୋଜନାରେ କୁହାଯାଇଥିଲା ଯେ, ଏହା ଲାଗୁ ପରେ କୌଣସି ଯବାନ ତାଙ୍କ ପରିବାର ସହିତ ୧୦୦ ଦିନ ବିତାଇ ପାରିବେ। ୨୦୨୧ ମସିହାରେ, ଆରଟିଆଇ ମାଧ୍ୟମରେ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ କନଫେଡେରେସନ୍ ଅଫ୍ ଏକ୍ସ ପାରାମିଲିଟାରୀ ଫୋର୍ସ ଶହୀଦ କଲ୍ୟାଣ ସଂଘ ଦ୍ୱାରା ପଚରାଯାଇଥିଲା ଯେ, ଗୋଟିଏ ବର୍ଷରେ କେତେଜଣ ଯବାନଙ୍କୁ ୧୦୦ ଦିନ ଛୁଟି ମିଳିଛି। କିଛି ନିୟମ ଦର୍ଶାଇ ଏହି ପ୍ରଶ୍ନରଉତ୍ତର ଦିଆଯାଇନଥିଲା ।
ଗତ ସଂସଦ ଅଧିବେଶନରେ ଏହି ପ୍ରସଙ୍ଗରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ, CAPF କର୍ମଚାରୀମାନେ ପ୍ରତିବର୍ଷ ଅତି କମରେ ୧୦୦ଦିନ ନିଜ ପରିବାର ସହିତ ବିତାଇବା ପାଇଁ ପ୍ରୟାସ ଜାରି ରହିଛି।
ଯବାନଙ୍କ ଅଭିଯୋଗକୁ ଅଣଦେଖା
‘କନଫେଡରେସନ୍ ଅଫ୍ ଏକ୍ସ ପାରାମିଲିଟାରୀ ଫୋର୍ସ ଶହୀଦ କଲ୍ୟାଣ ସଂଘ’ର ମହାସଚିବ ରଣବୀର ସିଂ କହିବା ଅନୁଯାୟୀ, ସୈନିକମାନଙ୍କ ଘରେ କୌଣସି ଅସୁବିଧା ନାହିଁ। ଯାହାକି ସରକାର ମିଛ କହୁଛନ୍ତି। ଡ୍ୟୁଟିରେ ସେମାନେ କେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେ ବିଷୟରେ ସରକାର ଆଲୋଚନା କରନ୍ତି ନାହିଁ। ଯବାନମାନେ ପୁରୁଣା ପେନସନରୁ ବାଦ ଦିଆଯାଇଛି। କନଷ୍ଟେବଳଙ୍କ ଠାରୁ କ୍ୟାଡର ଅଧିକାରୀଙ୍କ ପର୍ଯ୍ୟନ୍ତ ପଦୋନ୍ନତି ବହୁତ ସମୟ ନେଉଛି। ଫଳସ୍ୱରୂପ, ଯବାନମାନେ ଟେନସନରେ ଜୀବନଯାପନ କରୁଛନ୍ତି। କେନ୍ଦ୍ରୀୟ ସେନାବାହିନୀକୁ ଭାରତୀୟ ସେନା ସହିତ ସହିଦ ମାନ୍ୟତା ମଧ୍ୟ ଦିଆଯାଉ ନାହିଁ।
ପୂର୍ବତନ ବିଏସଏଫ ଏଡିଜି ସଞ୍ଜୀବ କୃଷ୍ଣ ସୁଦ କହିଛନ୍ତି ଯେ, ଅନେକ ସ୍ଥାନରେ କାର୍ଯ୍ୟ ଭାର ଅଧିକ ରହିଥାଏ। ଯାବାନମାନେ ସଠିକ୍ ଭାବରେ ଶୋଇପାରୁ ନାହାଁନ୍ତି । ଯେତେବେଳେ ସେମାନେ ସେମାନଙ୍କର ସମସ୍ୟାକୁ କାହା ସାମ୍ନାରେ ରଖନ୍ତି, ସେଠାରେ କୌଣସି ଉପଯୁକ୍ତ ଶୁଣାଣି ହୁଏ ନାହିଁ । ଏହି ଜିନିଷଗୁଡ଼ିକ ଯବାନମାନଙ୍କୁ ଟେନସନ ଆଡକୁ ନେଇଥାଏ। କେତେକ ସ୍ଥାନରେ ବାରାକ ଏବଂ ଅନ୍ୟାନ୍ୟ ସୁବିଧା ଅଭାବ ରହିଛି। ଅନେକ ଥର ସିନିୟରଙ୍କ ଗାଳିଗୁଲଜ ମଧ୍ୟ ଯବାନମାନଙ୍କ ଆତ୍ମହତ୍ୟାର କାରଣ ପାଲଟିଥାଏ। ଠିକ୍ ସମୟରେ ପଦୋନ୍ନତି କିମ୍ବା ପଦବୀ ନ ପାଇବା ଦ୍ବାରା ଯବାନମାନେ ମଧ୍ୟ ଚାପଗ୍ରସ୍ତ ରହିଥାନ୍ତି ବୋଲି ସେ କହିଛନ୍ତି।