Mukhya Mantri Sadak Yojana - The Sakala

ରାଜ୍ୟ ଅର୍ଥନୀତିକୁ ସମୃଦ୍ଧ କରିବ ଉତ୍ତମ ଗମନାଗମନ ବ୍ୟବସ୍ଥା, ଅପହଞ୍ଚ ଅଞ୍ଚଳକୁ ‘ମୁଖ୍ୟମନ୍ତ୍ରୀ ସଡ଼କ’
ଭୁବନେଶ୍ୱର: ଅର୍ଥନୀତିକୁ ସମୃଦ୍ଧ କରିବାରେ ଉନ୍ନତ ଗମନାଗମନ ବ୍ୟବସ୍ଥା ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛି। ଏଥିନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱାରୋପ କରି ଆସୁଛନ୍ତି। ବିଜୁ ଏକ୍ସପ୍ରେସ ୱେ’ଠାରୁ ଆରମ୍ଭ କରି ରାଜ୍ୟବ୍ୟାପୀ ଗ୍ରାମାଞ୍ଚଳରେ ସବୁଦିନିଆ ରାସ୍ତା ନିର୍ମାଣକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଏହିକ୍ରମରେ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ସମ୍ପର୍କିତ ମୋଟ ୪ଟି ବଡ଼ ଏବଂ ପ୍ରଭାବଶାଳୀ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ସମସ୍ତ ଅପହଞ୍ଚ ଅଞ୍ଚଳକୁ ଯୋଡ଼ିବ ‘ମୁଖ୍ୟମନ୍ତ୍ରୀ ସଡ଼କ’। ଗଁାରୁ ସହର ପର୍ଯ୍ୟନ୍ତ ଗମନାଗମନ ବ୍ୟବସ୍ଥାକୁ ସୁଗମ କରିବା ସହ ଏହି ସଡ଼କ ମୁଖ୍ୟ ରାଜପଥକୁ ସଂଯୋଗ କରିବ।

ଆନ୍ତଃରାଜ୍ୟ, ଆନ୍ତଃଜିଲ୍ଲା ଓ ଆନ୍ତଃବ୍ଲକ ମଧ୍ୟରେ ଅସଂଯୋଜିତ ରାସ୍ତାଗୁଡ଼ିକୁ ମୁଖ୍ୟ ରାସ୍ତାସହ ସଂଯୋଗୀକରଣ ପାଇଁ ୧୧୬୦ କୋଟି ଟଙ୍କା ବ୍ୟୟକୁ ଅନୁମୋଦନ ଦେଇଛନ୍ତି। ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ ଏବଂ ଆସନ୍ତା ୨୦୨୪-୨୫ ପାଇଁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅଧୀନରେ ହସ୍ତାନ୍ତରିତ ରାସ୍ତାଗୁଡ଼ିକର ଉନ୍ନତିକରଣ ପାଇଁ ୧୮୯୩ କୋଟି ଟଙ୍କା ଅନୁମୋଦିତ କରାଯାଇଛି। ସେହିପରି ଦୁର୍ଗମ ଅଞ୍ଚଳରେ ଅସଂଯୋଜିତ ଗ୍ରାମଗୁଡ଼ିକର ସଂଯୋଗୀକରଣ ପାଇଁ ଏହି ୨ ବର୍ଷରେ ୯୭୬ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ଗ୍ରାମ୍ୟ ଉନ୍ନୟନ ଅଧିନସ୍ଥ ରାସ୍ତାଗୁଡ଼ିକର ଉନ୍ନତିକରଣ ପାଇଁ ୯୧୮ କୋଟି ଟଙ୍କାର ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେଇଛି।

ଅତଏବ ଉପରୋକ୍ତ ଏହି ୪ଟି ଯୋଜନା ବାବଦରେ ରାଜ୍ୟ ସରକାର ଆସନ୍ତା ୨ ବର୍ଷ ପାଇଁ ମୋଟ ୪୯୪୭ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହାଦ୍ୱାରା ମୋଟ ୩୪୦୪ କିମି ନୂତନ ରାସ୍ତା ନିର୍ମାଣ ଏବଂ ଚାଲୁ ରହିଥିବା ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ନେଇ ଲକ୍ଷ୍ୟ ରଖାଯାଇଛି। ପଞ୍ଚାୟତିରାଜ ଏବଂ ଅନ୍ୟ ସରକାରୀ ବିଭାଗ ଗୁଡ଼ିକରୁ ହସ୍ତାନ୍ତରିତ ହୋଇଥିବା ରାସ୍ତା ଗୁଡ଼ିକର ଉନ୍ନତିକରଣ କରିବାପାଇଁ ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା-ହସ୍ତାନ୍ତରିତ ରାସ୍ତାଗୁଡ଼ିକର ଉନ୍ନତିକରଣ’ ଯୋଜନା ପ୍ରଣୟନ କରିଛନ୍ତି। ଗ୍ରାମାଞ୍ଚଳରେ ଥିବା ଚିକିତ୍ସାଳୟ, ଶିକ୍ଷାନୁଷ୍ଠାନ, ମୁଖ୍ୟ ବଜାର, ପର୍ଯ୍ୟଟନ ସ୍ଥଳ, ବ୍ୟବସାୟ କେନ୍ଦ୍ର ଇତ୍ୟାଦିକୁ ନିକଟବର୍ତ୍ତୀ ମୁଖ୍ୟ ରାସ୍ତା ସହ ସଂଯୋଗ କରିବା ଏବଂ ମୁଖ୍ୟସ୍ରୋତରୁ ବଞ୍ଚିତ ରହିଥିବା ସ୍ଥାନୀୟ ବାସିନ୍ଦାଙ୍କର ଜୀବନଶୈଳୀର ଉନ୍ନତିକରଣ ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ।

ରାଜ୍ୟ କ୍ୟାବିନେଟ ଏହି ଯୋଜନାଟିକୁ ୨୦୨୩-୨୪ ଏବଂ ୨୦୨୪-୨୫ ଆର୍ଥିକ ବର୍ଷରେ କାର୍ଯ୍ୟକାରୀ କରିବା ପାଇଁ ମୋଟ ୧୮୯୩ କୋଟି ଟଙ୍କାର ବ୍ୟୟବରାଦକୁ ଅନୁମୋଦନ ଦେଇଛନ୍ତି। ଏହାଦ୍ୱାରା ପ୍ରାୟ ୧୮୧୪.୯୨ କିଲୋମିଟର ନୂତନ ରାସ୍ତା ନିର୍ମାଣ ଏବଂ ଚାଲୁ ରହିଥିବା ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ସମ୍ପୂର୍ଣ୍ଣ ସମ୍ଭବ ହୋଇପାରିବ। ସେହିପରି ଆନ୍ତଃରାଜ୍ୟ, ଆନ୍ତଃଜିଲ୍ଲା ଏବଂ ଆନ୍ତଃବ୍ଲକ ମଧ୍ୟରେ ଥିବା ଅସଂଯୋଜିତ ରାସ୍ତାଗୁଡ଼ିକୁ ମୁଖ୍ୟ ରାସ୍ତା ସହ ଯୋଡ଼ିବା ପାଇଁ ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା- ଆନ୍ତଃରାଜ୍ୟ, ଆନ୍ତଃଜିଲ୍ଲା ଏବଂ ଆନ୍ତଃବ୍ଲକ ମଧ୍ୟରେ ଥିବା ଅସଂଯୋଜିତ ରାସ୍ତାଗୁଡ଼ିକୁ ମୁଖ୍ୟ ରାସ୍ତା ସହ ସଂଯୋଗୀକରଣ’ ପ୍ରଣୟନ କରିଛନ୍ତି।

ଏହି ଯୋଜନା ଦ୍ୱାରା ସମ୍ପୃକ୍ତ ଅଞ୍ଚଳରେ ଗମାନଗମନର ଉନ୍ନତିକରଣ ତଥା ବିଭିନ୍ନ ବ୍ଲକ, ଜିଲ୍ଲା ତଥା ପଡ଼ୋଶୀ ରାଜ୍ୟଗୁଡ଼ିକ ମଧ୍ୟରେ ଥିବା ଦୂରତାକୁ ହ୍ରାସ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ପ୍ରରିପେକ୍ଷୀରେ ରାଜ୍ୟ କ୍ୟାବିନେଟ ଆଜି ଏହି ଯୋଜନାରେ ୨ ଆର୍ଥିକ ବର୍ଷ ପାଇଁ ମୋଟ ୧୧୬୦ କୋଟି ଟଙ୍କା ବ୍ୟୟବରାଦକୁ ଅନୁମୋଦନ ଦେଇଛନ୍ତି। ଏହି ଅର୍ଥ ଦ୍ୱାରା ୬୭୩.୪୯ କିଲୋମିଟର ନୂତନ ରାସ୍ତା ତଥା ସେତୁ ନିର୍ମାଣ ଏବଂ ଚାଲି ରହିଥିବା ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିବ। ତୃତୀୟ ବଡ଼ ନିଷ୍ପତ୍ତି ସ୍ୱରୂପ ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା-ଦୁର୍ଗମ ଅଞ୍ଚଳରେ ଅସଂଯୋଜିତ ଗ୍ରାମଗୁଡ଼ିକର ସଂଯୋଗୀକରଣ’ ଯୋଜନାରେ ୯୭୬ କୋଟି ଟଙ୍କାର ବ୍ୟୟବରାଦକୁ ଅନୁମୋଦନ ଦେଇଛନ୍ତି।

ଏହାଦ୍ୱାରା ୩୬୧.୩୪ କିଲୋମିଟର ନୂତନ ରାସ୍ତା ନିର୍ମାଣ ଏବଂ ଚାଲୁ ରହିଥିବା ପ୍ରକଳ୍ପ ଗୁଡ଼ିକ ସମ୍ପୂର୍ଣ୍ଣ କରାଯାଇପାରିବ ବୋଲି ଲକ୍ଷ୍ୟ ରଖାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଦୁର୍ଗମ ପାର୍ବତ୍ୟ ଅଞ୍ଚଳ, ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଜିଲ୍ଲାରେ ଥିବା ଅପହଞ୍ଚ ଏବଂ ଅସଂଯୋଜିତ ଗ୍ରାମ ଏବଂ ଅନ୍ୟାନ୍ୟ ଜିଲ୍ଲାରେ ଥିବା ଅସଂଯୋଜିତ ଦ୍ୱୀପ ଗୁଡ଼ିକୁ ନିକଟବର୍ତ୍ତୀ ମୁଖ୍ୟ ରାସ୍ତା ସହ ଯୋଡ଼ିବା ଏହି ଯୋଜନାର ମୂଳ ଲକ୍ଷ୍ୟ।ସେହିପରି ‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା-ଗ୍ରାମ୍ୟ ଉନ୍ନୟନ ଅଧିନସ୍ଥ ରାସ୍ତାଗୁଡ଼ିକର ଉନ୍ନତିକରଣ’ ଯୋଜନାରେ ୨୦୨୩-୨୪ ଏବଂ ୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟ ସରକାର ମୋଟ ୯୧୮ କୋଟି ଟଙ୍କା ଖର୍ଚ୍ଚ କରିବେ।

ଏହାଦ୍ୱାରା ୫୫୪.୬୭ କିମି ନୂତନ ରାସ୍ତା ନିର୍ମାଣ ଏବଂ ଚାଲୁ ରହିଥିବା ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ନେଇ ଲକ୍ଷ୍ୟ ରଖାଯାଇଛି। କ୍ୟାବିନେଟ ଏ ସମ୍ପର୍କିତ ପ୍ରସ୍ତାବ ଉପରେ ମୋହର ମାରିଛି। ସୂଚନାଯୋଗ୍ୟ ଯେ ଗ୍ରାମାଞ୍ଚଳରେ ବର୍ଦ୍ଧିତ ଗମନାଗମନ ଓ ଯୋଗାଯୋଗର ଆବଶ୍ୟକତାକୁ ପୂରଣ କରିବା ଲକ୍ଷ୍ୟନେଇ ରାଜ୍ୟ ସରକାର ଏହି ଯୋଜନାର ପ୍ରଣୟନ କରିଛନ୍ତି।