Debit Card - The Sakala

ବିନା ଡେବିଟ୍ କାର୍ଡରେ ଏଟିଏମ୍‌ରୁ ଉଠିବ ଟଙ୍କା, କ୍ୟୁଆର କୋଡ୍‌ ସ୍କାନ୍‌ କରି ଟଙ୍କା ଉଠାଇବେ ଗ୍ରାହକ
ନୂଆଦିଲ୍ଲୀ: ପରିବର୍ତ୍ତିତ ଟେକ୍ନୋଲୋଜିରେ ଆଗକୁ ଏଟିଏମରୁ ଟଙ୍କା ଉଠାଇବା ଲାଗି ଆଉ ଡେବିଟ୍ କାର୍ଡର ଆବଶ୍ୟକତା ପଡିବନାହିଁ। ଏଣିକି ଗ୍ରାହକ ନିଜ ଫୋନ ମାଧ୍ୟମରେ ଏଟିଏମରୁ ଟଙ୍କା ଉଠାଇପାରିବେ। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ବିନା ଏଟିଏମ କାର୍ଡରେ ଏଟିଏମରୁ ଅର୍ଥ ଉଠାଣ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି।

ଏସ୍‌ବିଆଇ ଏଟିଏମରୁ ଟଙ୍କା ଉଠାଇବା ଲାଗି ଆଗକୁ ଆଉ କାର୍ଡର ଆବଶ୍ୟକତା ପଡିବନାହିଁ। ଏଥ ପାଇଁ ଆପଣଙ୍କ ପାଖରେ କେବଳ ଏକ ସ୍ମାର୍ଟଫୋନ୍‌ ଥିବା ଆବଶ୍ୟକ, ଯାହା ଦ୍ୱାରା ୟୁପିଆଇକୁ ଉପଯୋଗ କରି ଅର୍ଥ ଉଠାଇ ହେବ। ତେବେ ବିନା ଡେବିଟ୍‌ କାର୍ଡରେ ଟଙ୍କା ଉଠାଇବାକୁ ହେଲେ ଏଟିଏମରେ ଆପଣଙ୍କୁ ଦୁଇଟି ବିକଳ୍ପ ମିଳିବ, ପ୍ରଥମଟି ୟୁପିଆଇ ଓ ଦ୍ୱିତୀୟଟି ନଗଦ ଅର୍ଥ। ଆପଣ ୟୁପିଆଇରେ କ୍ଲିକ୍ କଲେ ସେଥିରେ କେତେ ନଗଦ କ୍ୟାଶ ଦରକାର ମେସିନ ପଚାରିବ। ସେଥିରେ ନିର୍ଦ୍ଧିଷ୍ଟ ଅର୍ଥ ପରିମାଣ ଏଣ୍ଟର କରିବା ପରେ ସ୍କ୍ରିନରେ କ୍ୟୁଆର କୋଡ୍‌ ଆସିବ। ଏହି କ୍ୟୁଆର କୋଡ୍‌କୁ ଫୋନରେ ଥିବା ଭୀମ୍‌, ପେଟିଏମ୍‌, ଗୁଗୁଲ୍‌ ପେ’ ଅଥବା ଫୋନ ପେ’ ଯେକୌଣସି ଆପ୍‌ରେ ସ୍କାନ କରି ବ୍ୟାଙ୍କକୁ ଚିହ୍ନଟ କରି ପିନ୍‌ ଦେବାକୁ ପଡିବ। ଏହାପରେ ଗ୍ରାହକ ଟଙ୍କାେ ଉଠାଇ ପାରିବେ। ଏଟିଏମ୍‌ କାର୍ଡରେ ଟଙ୍କା ଉଠାଇବାବେଳେ ଅନେକ ସମୟରେ ଗ୍ରାହକଙ୍କ ସହ ଠକେଇର ମାମଲା ମଧ୍ୟ ସାମ୍ନାକୁ ଆସୁଛି। ତେବେ କାର୍ଡ ସ୍କିମିଂ ଓ କାର୍ଡ କ୍ଲୋନିଂ ଭଳି ଠକେଇରୁ ଏହି ଭଳି ଉପାୟରେ ରକ୍ଷା ମିଳିପାରିବ।

ଅକ୍ଟୋବରରୁ ଡେବିଟ୍ ଓ କ୍ରେଡିଟ୍ କାର୍ଡ ପୋର୍ଟେବିଲିଟି, ଗ୍ରାହକଙ୍କୁ ମିଳିବ ନିଜ ପସନ୍ଦର ନେଟ୍‌ୱର୍କ ଚୟନ ସୁବିଧା
ନୂଆଦିଲ୍ଲୀ: ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ବ୍ୟବହାରକୁ ନେଇ ଆଗାମୀ ଦିନରେ ଗ୍ରାହକମାନଙ୍କୁ ଆଉ ଏକ ବଡ଼ ସୁବିଧା ମିଳିବ। ମୋବାଇଲ୍ ଫୋନ୍ ଉପଭୋକ୍ତାମାନେ ଯେଭଳି ନିଜ ନମ୍ବରକୁ ନ ବଦଳାଇ ଅପରେଟର ବଦଳାଇପାରୁଛନ୍ତି ଡେବିଟ୍ ଓ କ୍ରେଡିଟ୍ କାର୍ଡ କ୍ଷେତ୍ରରେ ମଧ୍ୟ ସେମାନଙ୍କୁ ସେଭଳି ସୁବିଧା ମିଳିପାରିବ। ଏଥିପାଇଁ ଆଗାମୀ ଅକ୍ଟୋବର ମାସରୁ ଭାରତୀୟ ରିଜର୍ଭ ବ୍ୟାଙ୍କ କାର୍ଡ ପୋର୍ଟେବିଲିଟି ସୁବିଧା ଆରମ୍ଭ କରିବାକୁ ଯାଉଛନ୍ତି। ଏହା ଦ୍ବାରା ଗ୍ରାହମାନଙ୍କ ପାଇଁ ନିଜ ପସନ୍ଦର ସଂସ୍ଥା ଚୟନ କରିବାର ସ୍ବାଧୀନତା ରହିବ। ଏନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ତାହା ଉପରେ ମତାମତ ଲୋଡାଯାଇଛି।

ବର୍ତ୍ତମାନ ରୁପେ କାର୍ଡ ସମେତ ଭିସା ଏବଂ ମାଷ୍ଟରକାର୍ଡ ନେଟୱର୍କକୁ ନେଇ ଡେବିଟ୍, କ୍ରେଡିଟ୍ ଓ ପ୍ରିପେଡ୍ କାର୍ଡ ବ୍ୟବହାର କରାଯାଉଛି। କିନ୍ତୁ ପୋର୍ଟେବିଲିଟଇ ବ୍ୟବସ୍ଥା ଆରମ୍ଭ ହେବା ପରେ ଗ୍ରାହକମାନେ ସେମାନଙ୍କ ପସନ୍ଦର ନେଟୱର୍କ ଚୟନ କରିପାରିବେ। ଏବେ କୌଣସି ବ୍ୟାଙ୍କ କିମ୍ବା ଅର୍ଥଲଗାଣକାରୀ ସଂସ୍ଥା ଗ୍ରାହକମାନଙ୍କୁ ଯେଉଁ ନେଟୱର୍କର ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ଦେଇଥାଆନ୍ତି ତାହାକୁ ଗ୍ରାହକମାନେ ବ୍ୟବହାର କରିବାକୁ ବାଧ୍ୟ ହୋଇଥାଆନ୍ତି। କିନ୍ତୁ ନୂଆ ବ୍ୟବସ୍ଥାରେ ସେମାନେ ସ୍ବାଧୀନ ଭାବେ ନିଜର ନେଟୱର୍କ ଚୟନ କରିବାକୁ ସୁବିଧା ପାଇପାରିବେ।ଏନେଇ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ବିଜ୍ଞପ୍ତିକୁ ନେଇ ଉପଭୋକ୍ତାମାନେ ଅଗଷ୍ଟ ୪ ତାରିଖ ସୁଦ୍ଧା ସୁଦ୍ଧା ନିଜ ମତାମତ ଦେଇପାରିବେ ବୋଲି କୁହାଯାଇଛି।

ସବୁ ଚାଷୀଙ୍କୁ ମିଳିବ ସମବାୟ ବ୍ୟାଙ୍କ ଡେବିଟ୍‌‌ କାର୍ଡ
ଭୁବନେଶ୍ୱର: ସମବାୟ ବ୍ୟାଙ୍କଗୁଡ଼ିକରେ ଏଟିଏମ୍‌‌ ବ୍ୟବସ୍ଥାର ପୁନରୁଦ୍ଧାର ନିମନ୍ତେ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ପ୍ରତି ସମବାୟ ସମିତିରେ ଗୋଟିଏ ଲେଖାଏଁ ମାଇକ୍ରୋ ଏଟିଏମ୍‌‌ ବ୍ୟବସ୍ଥା କରିବାକୁ ଯୋଜନା ହୋଇଛି। ଏଟିଏମ୍‌‌ ବ୍ୟବସ୍ଥାର ପୁନରୁଦ୍ଧାର ନିମନ୍ତେ ହେଉଥିବା ଦୀର୍ଘ ଦିନର ଦାବି ଉପରେ ବିଭାଗ ଏଭଳି ପଦକ୍ଷେପ ନେଇଛି। ତେବେ ମାଇକ୍ରୋ ଏଟିଏମ୍‌‌ରୁ ଚାଷୀମାନେ ସର୍ବାଧିକ ୫ ହଜାର ଟଙ୍କାର ନଗଦ ରାଶି ଉଠାଇ ପାରିବେ। ଏହାଠାରୁ ଅଧିକ ଟଙ୍କା ଉଠାଇବାକୁ ହେଲେ ଅନ୍ୟ ରାଷ୍ଟ୍ରାୟାତ୍ତ ବ୍ୟାଙ୍କଗୁଡ଼ିକ ଏଟିଏମ୍‌‌ର ସୁବିଧା ନେଇପାରିବେ। ସମବାୟ ବିଭାଗ ପକ୍ଷରୁ ମିଳିଥିବା ଡେବିଟ୍‌‌ କାର୍ଡକୁ ଅନ୍ୟ ବ୍ୟାଙ୍କର ଏଟିଏମ୍‌‌ କିଓସ୍କୋରେ ବ୍ୟବହାର କରାଯାଇପାରିବ।

ଏନେଇ ସମବାୟ ବ୍ୟାଙ୍କଗୁଡ଼ିକ ଅନ୍ୟ ସମସ୍ତ ରାଷ୍ଟ୍ରାୟାତ୍ତ ବ୍ୟାଙ୍କ ସହ ଅନୁବନ୍ଧିତ ହେବ। ଘରୋଇ ବ୍ୟାଙ୍କଗୁଡ଼ିକର ଏଟିଏମ୍‌‌ରୁ ଟଙ୍କା ଉଠାଇବା ନେଇ ବ୍ୟବସ୍ଥା ହେବ ନା ନାହିଁ ତାହା ସମ୍ପ୍ରତି ଜଣାପଡ଼ିନାହିଁ ବୋଲି ସମବାୟ ବିଭାଗର ଜନୈକ ଅଧିକାରୀ କହିଛନ୍ତି। ସେହିଭଳି ଏଟିଏମ୍‌‌ ସୁବିଧା ପାଇଁ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ଏକ ବିସ୍ତୃତ ନିର୍ଦ୍ଦେଶନାମା ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ ସମବାୟ ବ୍ୟାଙ୍କଗୁଡ଼ିକରେ ଚାଷୀମାନେ ଆକାଉଣ୍ଟ ଖୋଲୁଥିଲେ ମଧ୍ୟ ବଡ଼ ପରିମାଣର ଟଙ୍କା ଜମା କରୁନାହାଁନ୍ତି। ଏହା ପଛର ଏକ ବଡ଼ କାରଣ ହେଉଛି – ଏଟିଏମ୍‌‌ ସୁବିଧା ନମିଳିବା। ଏଟିଏମ୍‌‌ ସୁବିଧା ନମିଳିବା ହେତୁ ଚାଷୀମାନଙ୍କୁ ଟଙ୍କା ଉଠାଇବାକୁ ପଡ଼ିଲେ ସେମାନେ ବାଧ୍ୟ ହୋଇ ଶାଖା ବ୍ୟାଙ୍କକୁ ଯାଉଛନ୍ତି।

ଯାହା ଫଳରେ ଚାଷୀମାନେ ବାରମ୍ବାର ମାନୁଆଲ ପଦ୍ଧତିରେ ନଗଦ ରାଶି ଉଠାଇବାକୁ ଆଗ୍ରହ ଦେଖାଉନାହାଁନ୍ତି। ସେହିଭଳି ବ୍ୟାଙ୍କଗୁଡ଼ିକର ଆର୍ଥିକ କାରବାର ନ ବଢ଼ିଲେ ବ୍ୟାଙ୍କଗୁଡ଼ିକର ବିତ୍ତୀୟ ସ୍ଥିତିରେ ଉନ୍ନତି ଆସିବ ନାହିଁ ବିଭାଗ ଅନୁଭବ କରିଛି। ଏଣୁ ଚାଷୀମାନେ କିଭଳି ଏଟିଏମ୍‌‌ ଯୋଗେ ସମବାୟ ବ୍ୟାଙ୍କରୁ ଟଙ୍କା ଉଠାଇବେ ଓ ସମବାୟ ବ୍ୟାଙ୍କ ଖାତାକୁ ଅର୍ଥ ସଞ୍ଚୟ ଓ ଆର୍ଥିକ କାରବାରର ପ୍ରମୁଖ ମାଧ୍ୟମ ଭାବେ ଗ୍ରହଣ କରିବେ ସେନେଇ ବିଭାଗ ଧ୍ୟାନ କେନ୍ଦ୍ରୀଭୂତ କରିଛି। ସେହିଭଳି ପୁରୀ-ନିମାପଡ଼ା କୋଅପରେଟିଭ୍‌‌ ବ୍ୟାଙ୍କର ଜନୈକ ଅଧିକାରୀ କହିଛନ୍ତି ଯେ ଚାଷୀଙ୍କୁ ପୂର୍ବରୁ କିଛି ଡେବିଟ୍‌‌ କାର୍ଡ ମିଳିଥିଲା। ସେଗୁଡ଼ିକୁ ସମ୍ପ୍ରତି ଅକାମୀ କରିଦିଆଯାଇଛି।

ଏଟିଏମ୍‌‌ ବ୍ୟବସ୍ଥା ଲାଗୁ ହେଲେ ଏହାକୁ ସାନି କାର୍ଯ୍ୟକ୍ଷମ କରିବା ସହ ନୂଆ ଆବେଦନକାରୀଙ୍କୁ ଏଟିଏମ୍‌‌ କାର୍ଡ ପ୍ରଦାନ କରାଯିବ। ଜନୈକ ଚାଷୀ ଅବିନାଶ ପାତ୍ର କହିଛନ୍ତି ଯେ ସମବାୟ ବ୍ୟାଙ୍କରେ ମିଳୁଥିବା ସୁଧ ରିହାତି ତଥା ଅନ୍ୟ ସୁବିଧା ସୁଯୋଗ ଅନ୍ୟ ବ୍ୟାଙ୍କ ତୁଳନାରେ ଯଥେଷ୍ଟ ଭଲ। ମାତ୍ର ବ୍ୟାଙ୍କର ଅନଲାଇନକରଣ ସଠିକ ଭାବେ କରାଯାଇପାରୁନାହିଁ। ଏଟିଏମ୍‌‌ ସୁବିଧା ନମିଳିଲେ ପ୍ରତିଦିନ ଆର୍ଥିକ କାରବାରରେ ମଧ୍ୟ ଅସୁବିଧା ହେଉଛି। ଏଟିଏମ୍‌‌ ସୁବିଧା କାର୍ଯ୍ୟକ୍ଷମ ହେଲେ ଅଧିକ ଚାଷୀ ସମବାୟ ବ୍ୟାଙ୍କ ସହ ଯୋଡ଼ି ହେବେ।