rathayatra2023 - The Sakala

ଶରଧାବାଲି ଅଭିମୁଖେ ଗଡ଼ିଲା କଳିଆର ନନ୍ଦିଘୋଷ ରଥ, ଘଣ୍ଟାଘଣ୍ଟ ଧ୍ୱନିରେ ଗଗନପବନ ପ୍ରକମ୍ପିତ
ପୁରୀ : ଶେଷ ହୋଇଛି ଭକ୍ତର ପ୍ରତୀକ୍ଷା। ବଡ ଦାଣ୍ଡରେ ଦର୍ଶନ ଦେଉଛି କଳାଠାକୁର। ବଡଦାଣ୍ଡରେ ଗଡିଛି ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରାଯିବା ପରେ ମହାବାହୁଙ୍କ ରଥ ଟଣା କାର୍ୟ୍ୟ ଆରମ୍ଭ ହୋଇଯାଇଛି। ବିଶ୍ବ ନିୟନ୍ତା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷକୁ ଭକ୍ତମାନେ ଶ୍ରଦ୍ଧାର ସହିତ ଟାଣି ନେଉଛନ୍ତି। ଘଣ୍ଟାଘଣ୍ଟ,ହରିବୋଲ ଓ ହୁଳହୁଳି ଧ୍ୱନିରେ ଗଗନପବନ ପ୍ରକମ୍ପିତ ହେଉଛି ।

ଜଗାର ରଥକୁ ଟାଣି ନେଉଛନ୍ତି ଲକ୍ଷଲକ୍ଷ ଭକ୍ତ । ଆଗରେ ବଡ ଭାଇ ଭଳଭଦ୍ର ପରେ ଭଉଣୀ ସୁଭଦ୍ରା ବାହାରିବା ପରେ ଏବେ ପଛରେ ମାଡିଚାଲିଛି ମହାପ୍ରଭୁ ଜଗନ୍ନାଙ୍କ ନନ୍ଦିଘୋଷ ରଥ । ବିଭିନ୍ନ ନୀତିକାନ୍ତି ପରେ ନିର୍ଦ୍ଧାରିତ ସମୟ ଅନୁସାରେ ନନ୍ଦିଘୋଷ ରଥ ମାଉସୀ ମା’ ଅଭିମୁଖେ ଗଡିଛି । ଡାହୁକ ରଥ ଉପରେ ଛିଡା ହୋଇ ଳମ୍ବା ବେତ ଧରି ଭକ୍ତ ମାନଙ୍କୁ ରଥ ଟାଣିବାକୁ ଉତ୍ସାହିତ କରୁଛନ୍ତି ।

ପ୍ରଶାସନ ପକ୍ଷରୁ ରଥଟଣା କାମ ୪ଟାରୁ ଆରମ୍ଭ ହେବାକୁ ଥିବା ବେଳେ, ନୀତିନିର୍ଘଣ୍ଟ ଆଗୁଆ ଶେଷ ହୋଇଯାଇଥିବାରୁ ଅପରାହ୍‌ଣ ୩ଟା ୪ ମିନିଟରେ ରଥଟଣା ଆରମ୍ଭ ହୋଇଯାଇଥିଲା। ପ୍ରଥମେ ବଡ଼ ଭାଇ ବଳଭଦ୍ରଙ୍କ ରଥଟଣା ଆରମ୍ଭ ହୋଇଥିଲା। ଏହାପରେ ୩ଟା ୫୫ ମିନିଟରେ ଦର୍ପଦଳନକୁ ଟାଣାଯାଉଛି। ଭକ୍ତଙ୍କ ହରିବୋଲ, ହୁଳହୁଳି ଡାକ ସହ ଘଣ୍ଟଘଣ୍ଟି ଧ୍ବନିରେ ବଡ଼ଦାଣ୍ଡ ଉଛୁଳି ପଡୁଛି। ଅପରାହ୍‌ଣ ୪ଟା ୫୦ରେ ନନ୍ଦିଘୋଷ ରଥକୁ ଭକ୍ତମାନେ ଶରଧାବାଲି ଅଭିମୁଖେ ଟାଣି ନେଇଛନ୍ତି।  ଲକ୍ଷ ଲକ୍ଷ ଲୋକଙ୍କ ଗହଣରେ ଗଡ଼ିଚାଲିଛି ତିନି ରଥ । ଉତ୍ସାହର ରଥ ଟାଣି ନେଉଛନ୍ତି ଶ୍ରଦ୍ଧାଳୁ । ମାଉସୀ ମାଆ ଘର ଅଭିମୁଖେ ରଥରେ ବସି ଯାତ୍ରା ଆରମ୍ଭ କରିଛନ୍ତି ଶ୍ରୀଜିଉ।

ବଡ଼ଦାଣ୍ଡରରେ ଲକ୍ଷଲକ୍ଷ ଲୋକ ତିନିଠାକୁରଙ୍କ ଟିକିଏ ଝଲକ ପାଇ ତୃପ୍ତ ଅନୁଭବ କରିଛନ୍ତି । ବର୍ଷକ ପରେ ପ୍ରଭୁ ନିଜେ ଭକ୍ତଙ୍କୁ ଦେଖାଦେବାକୁ ଲୋକଙ୍କ ଗହଣକୁ ଆସିଛନ୍ତି । ରତ୍ନବେଦୀ ଛାଡ଼ି ମାଉସୀ ମା ଅଭିମୁଖେ ଯାତ୍ରା କରୁଛନ୍ତି ଚତୁର୍ଦ୍ଧାମୂରତୀ । ଭକ୍ତଙ୍କ ହରିବୋଲ, ହୁଳହୁଳି ଡାକ ସହ ଘଣ୍ଟଘଣ୍ଟି ଧ୍ବନିରେ ବଡ଼ଦାଣ୍ଡ ଉଛୁଳି ପଡୁଛି। ଭକ୍ତମାନେ ଶ୍ରଦ୍ଧାର ସହିତ ତାଳଧ୍ବଜକୁ ଶରଧାବାଲି ଅଭିମୁଖେ ଟାଣି ନେଉଛନ୍ତି।  ରାଜ୍ୟରେ ଗ୍ରୀଷ୍ମ ଲହର ଜାରି ଥିବା ବେଳେ ପୁରୀରେ ଆଜି ୩୪ ଡିଗ୍ରୀ ତାପମାତ୍ରା ରହିଛି। ହେଲେ ଏହାକୁ ଖାତିର ନକରି ଭକ୍ତମାନେ ରଥଯାତ୍ରାରେ ସାମିଲ ହୋଇଛନ୍ତି। ଭଗବାନଙ୍କ ପାଖରେ ଭକ୍ତି ଥିବାରୁ ଭକ୍ତମାନଙ୍କୁ ଖରାର ‌ପ୍ରକୋପ ପ୍ରଭାବିତ କରିପାରି ନାହିଁ।