Rajinikanth - The Sakala

୪୭ ବର୍ଷ ପରେ ପୁଣି ଏକାଠି ହେଲେ ରଜନୀକାନ୍ତ ଓ କମଲ ହାସନ, ନେଲସନଙ୍କ ଫିଲ୍ମରେ ଦେଖିବାକୁ ମିଳିବ ଜଲୱା
ଭାରତୀୟ ସିନେମା ପାଇଁ ଆଜି ଏକ ଐତିହାସିକ ଦିନ। ଦୀର୍ଘ ୪୭ ବର୍ଷର ଅପେକ୍ଷା ପରେ ଦକ୍ଷିଣ ଭାରତୀୟ ସିନେମାର ଦୁଇ ମହାନାୟକ ରଜନୀକାନ୍ତ ଏବଂ କମଲ ହାସନ ପୁଣି ଥରେ ପରଦାରେ ଏକାଠି ନଜର ଆସିବେ। ଶନିବାର ଦିନ ଫିଲ୍ମ ନିର୍ମାତାମାନେ ଏହି ବଡ଼ ଘୋଷଣା କରିବା ସହ ଏକ ଦମଦାର ପ୍ରୋମୋ ଭିଡିଓ ଜାରି କରିଛନ୍ତି, ଯାହା ସୋସିଆଲ ମିଡିଆରେ ନିଆଁ ଲଗାଇ ଦେଇଛି।

ନେଲସନଙ୍କ ନିର୍ଦ୍ଦେଶନା ଓ ଅନିରୁଦ୍ଧଙ୍କ ସଙ୍ଗୀତ

ଏହି ମେଗା ବଜେଟ୍ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ଲୋକପ୍ରିୟ ନିର୍ଦ୍ଦେଶକ ନେଲସନ ଦିଲୀପକୁମାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ନେଲସନ ରଜନୀକାନ୍ତଙ୍କ ସହ 'ଜେଲର' ଭଳି ବ୍ଲକବଷ୍ଟର ଫିଲ୍ମ ଭେଟି ଦେଇଥିଲେ। ଏହି ଫିଲ୍ମର ସଙ୍ଗୀତ ପରିଚାଳନା କରିବେ 'ରକ୍ ଷ୍ଟାର' ଅନିରୁଦ୍ଧ ରବିଚନ୍ଦର। ରେଡ୍ ଜଏଣ୍ଟ ମୁଭିଜ୍ (Red Giant Movies) ବ୍ୟାନରରେ ନିର୍ମିତ ହେବାକୁ ଥିବା ଏହି ଫିଲ୍ମର ନାମ ବର୍ତ୍ତମାନ ପାଇଁ 'KHxRK' ରଖାଯାଇଛି।

ମଜାଦାର ପ୍ରୋମୋ ଭିଡିଓ ରିଲିଜ୍

ରିଲିଜ୍ ହୋଇଥିବା ପ୍ରୋମୋ ଭିଡିଓରେ ନିର୍ଦ୍ଦେଶକ ନେଲସନ ଏବଂ ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧଙ୍କୁ ଏକ ହୋଟେଲ କରିଡରରେ ଦେଖିବାକୁ ମିଳିଛି। କାହା ରୁମକୁ ପ୍ରଥମେ ଯିବେ ବୋଲି ନେଲସନ ଦ୍ୱନ୍ଦ୍ୱରେ ଥିବାବେଳେ, ଶେଷରେ ଦୁଇ ମହାନାୟକ ରଜନୀ ଓ କମଲ ରେଟ୍ରୋ ଲୁକ୍‌ରେ ଏକାଠି ବାହାରକୁ ଆସୁଛନ୍ତି। ଦୁହେଁ କଳା ଚଷମା ଓ ଷ୍ଟାଇଲିସ୍ ଜ୍ୟାକେଟ୍ ପିନ୍ଧି ନିଜର ପୁରୁଣା ଅନ୍ଦାଜ ଦେଖାଇଛନ୍ତି। ଭିଡିଓ ଶେଷରେ ଦୁହେଁ ନିର୍ଦ୍ଦେଶକଙ୍କୁ ପଚାରୁଛନ୍ତି, "ଆମ ଦୁହିଁଙ୍କ ଭିତରୁ ହିରୋ କିଏ?" ଯାହା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି।

୪ ଦଶନ୍ଧି ପରେ ମହାମିଳନ

ସୂଚନାଯୋଗ୍ୟ ଯେ, ରଜନୀକାନ୍ତ ଓ କମଲ ହାସନ ଶେଷଥର ପାଇଁ ୧୯୭୯ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ 'ଆଲାଉଦ୍ଦିନମ୍ ଅଲଭୁଥା ଭିଲାକ୍କୁମ୍' (Allauddinum Albhutha Vilakkum) ରେ ଏକାଠି ଅଭିନୟ କରିଥିଲେ। ୧୯୮୫ରେ ହିନ୍ଦୀ ଫିଲ୍ମ 'ଗିରଫ୍ତାର'ରେ ଉଭୟ ଥିଲେ ମଧ୍ୟ ସେମାନଙ୍କର ଏକାଠି କୌଣସି ଦୃଶ୍ୟ ନଥିଲା। ତେବେ ଦୀର୍ଘ ଦଶନ୍ଧି ପରେ ଏହି ଦୁଇ କିମ୍ବଦନ୍ତୀ କଳାକାରଙ୍କୁ ଗୋଟିଏ ଫ୍ରେମରେ ଦେଖିବା ପ୍ରଶଂସକଙ୍କ ପାଇଁ ସ୍ୱପ୍ନ ସତ ହେବା ପରି।

୩୨ ବର୍ଷ ପରେ ଏକାଠି ଆସିବେ ଅମିତାଭ-ରଜନୀକାନ୍ତ
ବଲିଉଡ୍‌ ସେହନସାହ ଅମିତାଭ ବଚ୍ଚନ ଓ ଦକ୍ଷିଣର ଲୋକପ୍ରିୟ ଅଭିନେତା ରଜନୀକାନ୍ତଙ୍କର ଏଯାଏଁ ବଲିଉଡ ହେଉ ଅବା ସାଉଥ୍‌ ଇଣ୍ଡଷ୍ଟ୍ରୀରେ ଦବ୍‌ଦବା ରହିଛି। ଏହି ଦୁଇ ଭେଟୋରାନ୍‌ ଅଭିନେତାଙ୍କର ଦେଶ ଓ ବିଦେଶରେ ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ଦୁହେଁ ଏକାଠି ‘ହମ’, ‘ଅନ୍ଧା କାନୁନ’ ଏବଂ ‘ଗିରଫଦାର୍‌’ ଆଦି ଫିଲ୍ମରେ କାମ କରିଥିଲେ। ଏହି ଯୋଡ଼ିଙ୍କ ଶେଷ ଫିଲ୍ମ ଥିଲା ୧୯୯୧ର ‘ହମ୍’। ଏବେ ଏହି ଦୁଇ ଅଭିନେତା ପୁଣି ଏକାଠି ବଡ଼ ପରଦାକୁ ଫେରିବେ। ୩୨ ବର୍ଷ ପରେ ଏହି ଦୁଇ ସୁପରଷ୍ଟାର୍‌ ଏକାଠି ‘ଥଲାଇଭର୍‌ ୧୭୦’ ଫିଲ୍ମରେ କାମ କରିବାକୁ ଯାଉଛନ୍ତି। ଏହି ଫିଲ୍ମରେ ବିଗ୍‌ ବିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଏବେ ଏହି ଦୁଇ ଭେଟେରାନ୍‌ ଅଭିନେତା ଏହାର ସୁଟିଂରେ ବ୍ୟସ୍ତ ଅଛନ୍ତି। ନିକଟରେ ବିଗ୍‌ ବି’ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ସେୟାର୍ କରିଛନ୍ତି। ଫଟୋରେ ସେ ପାଉଁଶିଆ ରଙ୍ଗର ଏକ ସୁଟ୍‌ ପିଦ୍ଧି ଏକ ଲେନ୍ସ ହାତରେ ଧରିଥିବାର ଦେଖାଯାଇଛି। ଫଟୋର କ୍ୟାପ୍‌ସନ୍‌ରେ ସେ ଲେଖୀଛନ୍ତି- ‘ଏହି ମୁହୂର୍ତ୍ତକୁ ବଡ଼ କରିବା ପାଇଁ ଚେଷ୍ଟା କରୁଛି। ୩୨ ବର୍ଷ ପରେ ରଜନୀକାନ୍ତ ସାର୍‌ଙ୍କ ସହ କାମ କରିବାର ପ୍ରଥମ ଦିନ।’ ଏହାସହ ବିଗ୍‌ ବି’ ରଜନୀକାନ୍ତଙ୍କ ସହିତ ଏକ ଫଟୋ ସେୟାର୍‌ ମଧ୍ୟ କରିଛନ୍ତି।

ଅଗ୍ରୀମ ଟିକେଟ ବୁକିଂରେ ରେକର୍ଡ ଭାଙ୍ଗିଲା ‘ଜେଲର’, ତାମିଲନାଡ଼ୁରେ ଫିଲ୍ମ ଦେଖିବାକୁ ବିଭିନ୍ନ ଅଫିସ ଛୁଟି ଘୋଷଣା
ବେଙ୍ଗାଲୁରୁ: ଦୁଇ ବର୍ଷ ପରେ ପୁଣି ପରଦାକୁ ଫେରୁଛନ୍ତି ସୁପରଷ୍ଟାର ରଜନୀକାନ୍ତ। ଫିଲ୍ମ ‘ଜେଲର’ରେ ରଜନୀକାନ୍ତଙ୍କ ସହ ଦକ୍ଷିଣ ଭାରତର ଅନ୍ୟତମ ସୁପରଷ୍ଟାର ମୋହନଲାଲ, ଶିବ ରାଜକୁମାର, ତମନ୍ନା ଭାଟିଆ, ରମ୍ୟା କ୍ରିଷ୍ଣନ ଏଥିରେ ଅଭିନୟ କରୁଛନ୍ତି ଏବଂ ଜ୍ୟାକି ଶ୍ରଫ୍‌‌ ଏଥିରେ ଖଳନାୟକ ଭୂମିକା ନିର୍ବାହ କରିଛନ୍ତି। ବିଶ୍ୱର ୪୫୦୦ ସିନେମା ହଲ୍‌‌ରେ ଏହି ଫିଲ୍ମ ଆସନ୍ତାକାଲି ମୁକ୍ତିଲାଭ କରିବ ଏବଂ ଏଥିପାଇଁ ୫ ଅଗଷ୍ଟରୁ ଟିକେଟ ବୁକିଂ ଆରମ୍ଭ ହୋଇଛି। ରିଲିଜ ପୂର୍ବରୁ ଆସନ୍ତାକାଲିଠାରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ସବୁ ଟିକେଟ ଅଗ୍ରୀମ ବୁକିଂ ହୋଇସାରିଛି। ଏପରିକି ଟ୍ୱିଟର ଓ ଅନ୍ୟ ସାମାଜିକ ଗଣମାଧ୍ୟମରେ ବ୍ଲାକ୍‌‌ରେ ଟିକେଟ ମିଳୁଛି, ଯାହାର ମୂଲ୍ୟ ୫୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ରଜନୀକାନ୍ତଙ୍କ ଏହି ଫିଲ୍ମକୁ ନେଇ ସାରା ଦକ୍ଷିଣ ଭାରତରେ ବିପୁଳ ଉତ୍ସାହ ସୃଷ୍ଟି ହୋଇଛି। ବହୁ କମ୍ପାନୀ ଆସନ୍ତାକାଲି ଛୁଟି ସହ କର୍ମଚାରୀଙ୍କୁ ମାଗଣା ଟିକେଟ୍‌‌ ବଣ୍ଟନ କରିଛନ୍ତି। ଚେନ୍ନାଇ ଓ ଅନ୍ୟ ସ୍ଥାନମାନଙ୍କରେ ତାଙ୍କ ପ୍ରଶଂସକମାନେ ରଜନୀକାନ୍ତଙ୍କ ପ୍ରତିମୂର୍ତ୍ତି ଓ କଟ୍‌‌ଆଉଟ୍‌‌କୁ କ୍ଷୀରରେ ଅଭିଷେକ କରାଯାଇଛି।

ଅଗ୍ରୀମ ଟିକେଟ ବୁକିଂର ସମସ୍ତ ରେକର୍ଡ ଅତିକ୍ରମ କରିଛି ଫିଲ୍ମ ‘ଜେଲର’। କେବଳ ବୁକ୍‌‌ ମାଇଁ ଶୋ ସାଇଟ୍‌‌ରେ ସୋମବାର ସୁଦ୍ଧା ସାତ ଲକ୍ଷ ପଚାଶ ହଜାର ଟିକେଟ ବିକ୍ରି ସରିଛି। ସମଗ୍ର ବିଶ୍ୱରେ ବୁଧବାର ସୁଦ୍ଧା ୨୦ କୋଟି ଟଙ୍କାର ଟିକେଟ ବିକ୍ରି ହୋଇଛି। ଯାହା ସାଉଥ୍‌‌ ସୁପରଷ୍ଟାର ବିଜୟଙ୍କ ଅଭିନୀତ ‘ବାରିସୁ’ର ୧୧.୪୫ କୋଟି ଓ ଜୟମ ରବିଙ୍କ ଅଭିନୀତ ‘ପୋନ୍ନିୟନ ସେଲଭମ’ର ୭.୫ କୋଟି ଟଙ୍କାର ଅଗ୍ରୀମ ବୁକିଂକୁ ଅତିକ୍ରମ କରିଛି। ତାମିଲନାଡୁରେ ସର୍ବାଧିକ ୨କୋଟି ୧୨ ଲକ୍ଷ ଅଗ୍ରୀମ ବୁକିଂ ହୋଇଛି ଏବଂ ଫିଲ୍ମଟି ରିଲିଜ ପୂର୍ବରୁ ଏହା ୧୨୨ କୋଟି ଟଙ୍କା ଆୟ କରିସାରିଛି। କେବଳ ତାମିଲନାଡୁରୁ ୬୨ କୋଟି, କର୍ଣ୍ଣାଟକରେ ୧୨ କୋଟି, କେରଳରେ ୫.୫ କୋଟି, ଅନ୍ୟ ରାଜ୍ୟରେ ୩ କୋଟି ଟଙ୍କାର ଓ ବିଦେଶରେ ୩୦ କୋଟି ଟଙ୍କା ବ୍ୟବସାୟ କରିଛି। ଜେଲରର କ୍ରେଜ କେବଳ ଭାରତରେ ନୁହେଁ ଆମେରିକାରେ ମଧ୍ୟ ଦେଖିବାକୁ ମିଳିଛି। ପୂର୍ବର ସବୁ ରେକର୍ଡ ଭାଙ୍ଗି ସୋମବାର ସୁଦ୍ଧା ୬୬୪ ହଜାର ଡଲାର ଟଙ୍କା ଅଗ୍ରୀମ ବୁକିଂ କରିଛି।

ଫିଲ୍ମ ରିଲିଜ ହେବା ପୂର୍ବରୁ ରଜନୀକାନ୍ତଙ୍କ ପ୍ରସଂଶକ ଛୁଟି ପାଇଁ ଅଫିସରେ ଆବେଦନ କରିଥାନ୍ତି। ଯାହାଦ୍ୱାରା ସେମାନେ ପ୍ରଥମ ଦିନ ପ୍ରଥମ ଶୋ ଦେଖି ପାରିବେ। ଚଳିତଥର ମଧ୍ୟ ଏହି ଧାରା ଜାରି ରହିଛି। ଚେନ୍ନାଇ ଓ ବାଙ୍ଗାଲୋରର କିଛି କମ୍ପାନୀ ଫିଲ୍ମ ରିଲିଜକୁ ଦୃଷ୍ଟିରେ ରଖି ୧୦ ତାରିଖକୁ ଘୋଷଣା କରିଛନ୍ତି। ମଦୁରାଇର ୟୁନୋ ଏକ୍ସୋ କେୟାର ନାମକ ଏକ କମ୍ପାନୀ ତାର ସମସ୍ତ ଶାଖାକୁ ଛୁଟି ଘୋଷଣା ସହ ସବୁ କର୍ମଚାରୀଙ୍କୁ ମାଗଣା ଟିକେଟ୍‌‌ ଦେଇଛି। ରଜନୀକାନ୍ତଙ୍କ ପୂର୍ବ ଫିଲ୍ମ ‘କବାଲି’ ଓ ‘କାଲା’ରେ ମଧ୍ୟ ପ୍ରଶଂସକଙ୍କ ମଧ୍ୟଷର ଏପରି ଦେଖିବାକୁ ମିଳିଥିଲା। ବେଙ୍ଗାଲୁରୁରେ ମଲଟିପ୍ଳେକ୍ସ ପ୍ରେକ୍ଷାଳୟ ଗୁଡିକରେ ଟିକେଟ ପିଛା ୮୦୦ ରୁ ୧୪୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। କିଛି ସ୍ଥାନରେ ଏହା ୨୫୦୦ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ୨୦୦ କୋଟି ଟଙ୍କା ବଜେଟ୍‌‌ରେ ପ୍ରସ୍ତୁତ ଏହି ଫିଲ୍ମ ପାଇଁ ସୁପରଷ୍ଟାର ରଜନୀକାନ୍ତ ୧୧୦ କୋଟି ଟଙ୍କା ନେଇଛନ୍ତି। ସେହିପରି ମୋହନଲାଲ ୮ କୋଟି, ଶିବ ରାଜକୁମାର, ଜ୍ୟାକି ଶ୍ରଫ୍‌‌ ଓ ତମନ୍ନା ଭାଟିଆ ୪ କୋଟି ଟଙ୍କା ଲେଖାଏଁ ପାରିଶ୍ରମିକ ନେଇଥିବା କୁହାଯାଉଛି।

ଅଭିନେତା ରଜନୀକାନ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର: ଦାଦା ସାହେବ ଫାଲକେ ପୁରସ୍କାର ପାଇଁ ମନୋନୀତ ହେବା ପରେ ରଜନୀକାନ୍ତଙ୍କୁ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନବୀନ ଟ୍ବିଟରେ ଲେଖିଛନ୍ତି ଯେ , ଦାଦା ସାହେବ ଫାଲକେ ପୁରସ୍କାର ପାଇଁ ମନୋନୀତ ହୋଇଥିବାରୁ ମହାନ୍ ଅଭିନେତା ରଜନୀକାନ୍ତଙ୍କୁ ଶୁଭେଚ୍ଛା । ଭାରତୀୟ ସିନେମାର ଅଭିବୃଦ୍ଧି ପାଇଁ ଅଭିନେତା ରଜନୀକାନ୍ତଙ୍କର ଅତୁଳନୀୟ ଅବଦାନ ରହିଛି । ଯେଉଁଥିପାଇଁ ଆଜି ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ୍ ଅଛନ୍ତି।

ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ନେଇ ଆଜି କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଘୋଷଣା କରିଛନ୍ତି । ରଜନୀକାନ୍ତ ୨୦୧୯ ଦାଦାସାହେବ ଫାଲକେ ପୁରସ୍କାର ପାଇବେ । ସେଥିପାଇଁ ମୁଁ ବହୁତ ଖୁସି । ଚଳିତବର୍ଷ ଦାଦା ସାହେବ ଫାଲକେର ୫ ଜଣ ଜୁରୀ ଆଶା ଭୋଁସଲେ, ସୁଭାଷ ଘାଇ, ମୋହନ ଲାଲ, ଶଙ୍କର ମହାଦେବନ ଏବଂ ବିଶ୍ୱଜିତ ଚାଟାର୍ଜୀଙ୍କୁ ନେଇ ଗଠିତ ପ୍ୟାନେଲ ସର୍ବସମ୍ମତି କ୍ରମେ ରଜନୀକାନ୍ତଙ୍କ ପାଇଁ ଏହି ପୁରସ୍କାର ସୁପାରିଶ କରିଛନ୍ତି । ଏନେଇ ପ୍ରକାଶ ଜାଭଡେକର ଟ୍ୱିଟ୍ କରି କହିଛନ୍ତି ।

ସିନେମାର ଗଡ ଫାଦର କୁହାଯାଉଥିବା ଦାଦାସାହେବ ଫାଲକେଙ୍କ ନାମରେ ଏହି ସର୍ବୋଚ୍ଚ ପୁରସ୍କାର ପ୍ରଦାନ କରାଯାଏ । ୧୯୬୯ ମସିହାରେ ଏହି ପୁରସ୍କାର ଆରମ୍ଭ ହୋଇଥିଲା ।