rathayatra - The Sakala

କେନ୍ଦୁଝରରେ ପହଣ୍ଡି ଶେଷ, ଚତୁର୍ଦ୍ଧା ମୂର୍ତ୍ତୀ ହେଲେ ରଠାରୁଢ଼, ଆଉ ଅଳ୍ପ ସମୟ ପରେ ରଥଟଣା
କେନ୍ଦୁଝର: କେନ୍ଦୁଝରରେ ପହଣ୍ଡି ଶେଷ,ଚତୁର୍ଦ୍ଧା ମୂର୍ତ୍ତୀ ହେଲେ ରଥାରୁଢ଼, ଆଉ ଅଳ୍ପ ସମୟ ପରେ ରଥଟଣା। ବିଶ୍ୱର ସର୍ଵ ବୃହତ ରଥରେ ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀ ଗୁଣ୍ଡିଚା ଅଭିମୁଖେ ଯାତ୍ରା କରିବେ। ରଥ ଯାତ୍ରାପାଇଁ ପ୍ରାତଃ 4 ଘଟିକାରୁ ଅବକାଶ ନୀତିପରେ 5 ଘଟିକାରେ ଲୁଗାଲାଗି, 8 ଘଟିକାରେ ପ୍ରାତଃ ଧୂପ,  10 ଘଟିକାରେ ପୁଷ୍ପାଞ୍ଜଳି ପରେ ଧାଡି ପହଣ୍ଡିରେ ଶ୍ରୀ ଜୀଉ ମାନେ ରଥକୁ ଯାଇଥିଲେ। ପ୍ରଥମେ ପ୍ରଭୁ ସୁଦର୍ଶନ, ପରେ ବଳଦେବଜୀଉ, ତାଙ୍କ ପରେ ମାତା ଶୁଭଦ୍ରା ଶେଷରେ ଜଗତର ନାଥ ଜଗନ୍ନାଥ ଝୁଲିଝୁଲି ଯାଇ ରଥ ପରିକ୍ରମା ପରେ ଚାରମାଳ ଦେଇ ରଠାରୁଢ଼ ହୋଇଥିଲେ। ଠାକୁର ମାନଙ୍କର ପହଣ୍ଡି ସମୟରେ ଭକ୍ତ ମାନଙ୍କର ହୁଳହୁଳି ଏବଂ ହରିବୋଲରେ ବଡ଼ଦାଣ୍ଡ ପ୍ରକମ୍ପିତ ହୋଇଥିଲା।

ପହଣ୍ଡି ସମୟରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ପହଣ୍ଡି ସମୟରେ କେନ୍ଦୁଝର ରାଜା ଧନଞ୍ଜୟ ନାରାୟଣ ଭଞ୍ଜଦେଓ, ବଡ଼ ପଣ୍ଡା ରାଜକିଶୋର ପଣ୍ଡା, ଏସ୍ପି ନିତିନ କୁଶଲକର, ଡି ଏଫ ଓ ଧନରାଜ ଏଚଡି, ଅତିରିକ୍ତ ଜିଲ୍ଲାପାଳ ସୁଷମା ବିଲୁଙ୍ଗ ଏବଂ ଯଦୁମଣି ମହଲା, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ରାମଚନ୍ଦ୍ର କିସ୍କୁ, ପୌରପାଳିକା ନିର୍ବାହୀ ଅଧିକାରୀ ଡ଼ଃ ମଧୁସ୍ମିତା ସାମନ୍ତରାୟ, ପୋଲିସ ଉପଖଣ୍ଡ ଅଧିକାରୀ ମହେନ୍ଦ୍ର ମୁର୍ମୁ, ସୂଚନା ଲୋକ ସମ୍ପର୍କ ବିଭାଗ ଉପ ନିର୍ଦ୍ଦେଶକ ସଞ୍ଜୀବ ବାରିକ, ଟାଉନ ଥାନା ଅଧିକାରୀ ସୁନୀଲ କର ପ୍ରମୁଖ ଉପସ୍ଥିତ ଥିଲେ।

ଆଉ ଅଳ୍ପ ସମୟ ପରେ ରଥଟଣା ଆରମ୍ଭ ହେବାକୁଥିବାବେଳେ ଲକ୍ଷାଧିକ ଭକ୍ତଙ୍କ ସମାଙ୍ଗମ ହେବାର ଅନୁମାନ କରି 17 ପ୍ଲାଟୁନ ପୋଲିସ ଫୋର୍ସ, 50 ରୁ ଅଧିକ ପୋଲିସ ଅଧିକାରୀଙ୍କୁ ମୃତୟନ କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇ ସମ୍ପୂର୍ଣ୍ଣ ବଡ଼ଦାଣ୍ଡକୁ ସି ସି ଟିଭି ବଳୟରେ ରଖାଯାଇଛି। ଟ୍ରାଫିକ ସମସ୍ୟାର ସୁଧାର ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇ ବିଭିନ୍ନ ଦିଗରୁ ଆସୁଥିବା ଗାଡି ମୋଟର ଙ୍କ ପାଇଁ 5 ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପହଣ୍ଡି ଏବଂ ରଥଯାତ୍ରାର ଧାରା ବିବରଣୀରେ ପ୍ରଚାର କରାଯାଇଛି। ଏବର୍ଷ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଗୋଟିଏ ଦଉଡିରେ ଟାଣିବାର ବ୍ୟବସ୍ତା ହୋଇଥିବାରୁ ମହିଳା ଭକ୍ତଙ୍କ ମହଲରେ ଉତ୍ସଚୁକତା ଦେଖା ଦେଇଥିବାବେଳେ ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବଡ଼ଦାଣ୍ଡ ଲୋକାରଣ୍ୟ ହୋଇ ଉଠିଛି।

ଚଳଚଞ୍ଚଳ ଶ୍ରୀକ୍ଷେତ୍ର : ଅପରାହ୍ନ ୪ଟାରୁ ଗଡିବ ରଥ, ସକାଳ ସାଢ଼େ ୯ଟାରୁ ଶ୍ରୀଜିଉଙ୍କ ପହଣ୍ଡି
ପୁରୀ : ରାତି ପାହିଲେ କାଳିଆର ରଥ ଯାତରା। ଶ୍ରୀମନ୍ଦିରରୁ ଆସି ରଥାରୂଢ଼ ହେବେ ଚତୁର୍ଦ୍ଧାମୂର୍ତ୍ତି। ନବଦିନାତ୍ମକ ଯାତ୍ରାରେ ମାଉସୀଘରକୁ ଯିବେ ଶ୍ରୀଜିଉ। ବଡ଼ଦାଣ୍ଡରେ ଗଡିବ ତିନିରଥ । ଏଥିପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ । ଦେଶବିଦେଶରୁ ଲକ୍ଷ ଲକ୍ଷ ଭକ୍ତଙ୍କ ଆଗମନ ହେବାରେ ଲାଗିଛି। ମହାପ୍ରଭୁଙ୍କ ରଥରେ ବିରାଜମାନ ହେବାର ଦୃଶ୍ୟ ସ୍ୱଚକ୍ଷୁରେ ଦେଖିବାକୁ ସମସ୍ତେ ଚାହିଁ ବସିଛନ୍ତି। ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଛି । ରଥଯାତ୍ରା ନୀତି କାନ୍ତି ଠିକ୍ ସମୟରେ ସମ୍ପନ୍ନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି।

ମଙ୍ଗଳବାର ସକାଳ ସାଢ଼େ ୯ଟାରେ ଶ୍ରୀଜିଉମାନଙ୍କର ପହଣ୍ଡି ଆରମ୍ଭ ହେବ। ପ୍ରଭୁ ସୁଦର୍ଶନ, ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥ ଗୋଟି ପହଣ୍ଡିରେ ଆସି ରଥ ଉପରେ ବିରାଜମାନ କରିବେ। ପହଣ୍ଡି କାର୍ଯ୍ୟକ୍ରମ ଦିନ ସାଢ଼େ ୧୨ଟା ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ତିନି ରଥ ଅପରାହ୍‌ଣ ୪ଟାରେ ଗଡ଼ିବା ଆରମ୍ଭ କରିବ।

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ନୀତି) ପକ୍ଷରୁ ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇସାରିଥିବା ସୂଚନା ଦିଆଯାଇଛି। ମଙ୍ଗଳବାର ସକାଳ ୬ଟାରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ହେବ। ୬ଟା ୧୦ରେ ମଇଲମ, ୬ଟା ୩୦ରେ ତଡ଼ପ ଲାଗି, ରୋଷହୋମ ଓ ୭ଟାରେ ଅବକାଶ ପରେ ୭ଟା ୧୦ରେ ସୂର୍ଯ୍ୟପୂଜା, ସାଢ଼େ ୭ଟାରେ ଦ୍ବାରପାଳ ପୂଜା ଏବଂ ବେଶ ଶେଷ କରାଯିବ। ସେହିପରି ସକାଳ ୮ଟାରୁ ୯ଟା ଯାଏଁ ଗୋପାଳ ବଲ୍ଲଭ ଓ ସକାଳ ଧୂପ ନୀତି ପରେ ୯ଟା ୧୫ରେ ମଙ୍ଗଳାର୍ପଣ କରାଯିବ। ପହଣ୍ଡି ଶେଷ ହେଲା ପରେ ଦିନ ୨ଟା ୩୦ରୁ ୩ଟା ୩୦ ଯାଏଁ ଛେରାପହଁରା, ୩ଟାରୁ ୪ଟା ପର୍ଯ୍ୟନ୍ତ ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଲଗାଯିବ। ଏହାପରେ ରଥଟଣା ହେବ ।

ଅନ୍ୟପଟେ ରଥଯାତ୍ରା ବେଳେ ପୁରୀକୁ ଜଗିବେ ୧୮୦ ପ୍ଲାଟୁନ୍ ପୁଲିସ ଫୋର୍ସ । ସିସିଟିଭି କ୍ୟାମେରା ଓ କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ସହର ଉପରେ ରଖାଯିବ ତୀକ୍ଷ୍ଣ ନଜର । ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ଓ ପୁଲିସ ସେବା ମନୋଭାବ ନେଇ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପ୍ରାଥମିକତା ଦିଆଯାଇଛି । ରେଳବାଇ ଓ ତଟ ସୁରକ୍ଷା ସହ, ପହଣ୍ଡି, ରଥଟଣା, ଜନଗହଳି ନିୟନ୍ତ୍ରଣ, ଭିଆଇପିଙ୍କ ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା ପରିଚାଳନା ପାଇଁ ବଛା ବଛା ୧୦୦୦ରୁ ଉର୍ଦ୍ଧ ଅଧିକାରୀ ମୁତୟନ କରାଯିବ । ଅନ୍ୟପଟେ ଟ୍ରାଫିକ ବ୍ୟବସ୍ଥା ସୁପରିଚାଳନା ପାଇଁ ସ୍ୱତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ କରାଯାଇଛି ।

ରଥଯାତ୍ରାରେ ପ୍ରବଳ ଜନସମାଗମ ହେବ। ତେବେ କେମିତି ପୁରୀରେ ଟ୍ରାଫିକ ନିୟନ୍ତ୍ରଣ ସୁରୁଖୁରୁରେ ହେବ ସେନେଇ ସୁବ୍ୟବସ୍ଥା କରାଯାଇଛି । ଟ୍ରାଫିକ ନିୟନ୍ତ୍ରଣ ପାଇଁ ୪୪ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ମୋଟ୍ ୨୪ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ହୋଇଛି। ଟ୍ରାଫିକ୍ ନିୟନ୍ତ୍ରଣକୁ ୩ ଭାଗରେ ବିଭକ୍ତ କରାଯାଇଛି । କୁମ୍ଭାରପଡ଼ା ଥାନାରେ ରହିବ ଟ୍ରାଫିକ୍ କଣ୍ଟ୍ରୋଲ ରୁମ୍ । ମୋଟ ୨୪ ସ୍ଥାନରେ ହୋଇଛି ପାର୍କିଂ ବ୍ୟବସ୍ଥା । ଟୁରିଷ୍ଟ ବସ୍ ସବୁ ମାଳତୀପାଟପୁର ବସଷ୍ଟାଣ୍ଡରେ ରହିବ । କୋଣାର୍କ ଆଡ଼ୁ ଆସୁଥିବା ଗାଡ଼ି ତାଳବଣିଆରେ ରହିବ । ୪ ଚକିଆ ଗାଡ଼ି ତାଳବଣିଆର ୬ ପାର୍କିଂ ପ୍ଲେସରେ ରହିବ ଓ ବ୍ରହ୍ମଗିରି ଆଡୁ ଆସୁଥିବା ଗାଡ଼ି ଲୋକନାଥ ମନ୍ଦିର ପାଖେ ରହିବ ବୋଲି ଏଡିଜି ସୂଚନା ଦେଇଛନ୍ତି। ଦୁଇ ଚକିଆ ଗାଡ଼ି ସବୁ ଜଗନ୍ନାଥବଲଭ ପାର୍କିଂ, ମାଟିତୋଟା କ୍ରିକେଟ ଫିଲ୍ଡ, ମଶାଣି ଚଣ୍ଡୀ,ନୀଳାଚଳ ହୋଟେଲ ଓ ବ୍ଲୁ ଫ୍ଲାଗ୍ ବିଚ୍ ପାର୍କିଂରେ ରହିବ । ଭିନ୍ନକ୍ଷମ ଓ ବୟସ୍କଙ୍କ ପାଇଁ ମାଗଣା ଇ-ଯାନ ବ୍ୟବସ୍ଥା କରାଯାଇଛି। ଏହାଛଡା ରଥଯାତ୍ରା ପାଇଁ ୨୪ ଘଣ୍ଟିଆ ହେଲ୍ପଲାଇନ ନମ୍ବର ବି ଜାରି କରାଯାଇଛି। ସେହି ନମ୍ବର ହେଲା ୬୩୭୦୯୬୭୧୦୦ । ଆମ୍ବୁଲାନ୍ସ ପାଇଁ ଇ-କରିଡର ବ୍ୟବସ୍ଥା କରାଯାଇଛି। ଏଥି ସହିତ ବଡ଼ଦାଣ୍ଡରେ ଜରୁରୀ ସେବା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି।