ahara kendra - The Sakala

ଲକଡାଉନରେ ଖୋଲା ରହିବ ଆହାର କେନ୍ଦ୍ର, କେବଳ ପାର୍ସଲ ନେଇପାରିବେ ଲୋକେ
ଭୁବନେଶ୍ୱର: ରାଜ୍ୟରେ ଦିନକ ପରେ ଆରମ୍ଭ ହେଉଥିବା ଲକଡାଉନ ସମୟରେ ଖୋଲା ରହିବ ଆହାର କେନ୍ଦ୍ର । କିନ୍ତୁ ଆହାର କେନ୍ଦ୍ରରେ ବସି ଖାଇବାକୁ ଅନୁମିତି ଦିଆଯିବ ନାହିଁ । ଆହାର କେନ୍ଦ୍ରରୁ ପାର୍ସଲ ନେଇପାରିବେ ଲୋକେ । ଏନେଇ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ।

ଦିନକ ପରେ କଟକଣା ଲାଗୁ ହେବାକୁ ଥିବାବେଳେ ତେବେ ଏଥିପାଇଁ ସ୍ବତନ୍ତ୍ର ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ତେବେ ଏହି ସମୟରେ ରାଜ୍ୟର ସମସ୍ତ ଆଇଆଇଟି, ଆଇଆଇଏମଏସ ହଷ୍ଟଲ ଗୁଡିକ କୋଭିଡ ଗାଇଡଲାଇନ ଅନୁଯାୟୀ ଖୋଲା ରହିବ । ପିପିଲି ଉପନିର୍ବାଚନ ପାଇଁ ସମସ୍ତ କାର୍ଯ୍ୟକ୍ରମକୁ କଟକଣାରୁ ବାଦ୍ ଦିଆଯାଇଛି । ୫ ତାରିଖରୁ ୧୯ ତାରିଖ ଯାଏଁ ଲାଗୁ ହେବ ଲକଡାଉନ୍ କଟକଣା ।

୬ ବର୍ଷରେ ଲୋକପ୍ରିୟ ‘ଆହାର’ : ଦିନକୁ ଲକ୍ଷେ ମୁହଁରେ ଦାନା
ଭୁବନେଶ୍ୱର : ପ୍ରତିଦିନ ବିଭିନ୍ନ କାର୍ଯ୍ୟ ପାଇଁ ଲୋକମାନେ ସହରାଞ୍ଚଳକୁ ଆସିଥାନ୍ତି। ଏହି ସମୟରେ ଅଧିକ ଟଙ୍କା ଖର୍ଚ୍ଚ କରି ସାଧାରଣ ଲୋକମାନେ ହୋଟେଲ୍‌ରେ  ଖାଇବା ପାଇଁ ଅସମର୍ଥ ହୋଇଥାନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ‘ଆହାର’ ଯୋଜନା ଆରମ୍ଭ କରିଥିଲେ। ଲକ୍ଷ୍ୟ ଥିଲା ସହରକୁ ଆସୁଥିବା ସାଧାରଣ ଲୋକଙ୍କ ପେଟକୁ ୫ ଟଙ୍କାରେ ଦାନା ପହଞ୍ଚାଇବା ଓ ସହରାଞ୍ଚଳରେ ରହୁଥିବା ଲୋକଙ୍କ ସାହାରା ପାଲଟିବା। ୨୦୧୫ ମସିହା ଏପ୍ରିଲ୍‍ ୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଆରମ୍ଭ ହୋଇଥିଲା।

ଉତ୍କଳ ଦିବସରୁ ଆରମ୍ଭ ହୋଇଥିବା ଏହି ଯୋଜନା ପ୍ରଥମେ ଓଡ଼ିଶାର ପ୍ରମୁଖ ୫ଟି ସହର ଯଥା ଭୁବନେଶ୍ୱର, କଟକ, ସମ୍ୱଲପୁର, ବ୍ରହ୍ମପୁର ଓ ରାଉରକେଲାରେ ମହାନଗର ନିଗମରୁ ଆରମ୍ଭ ହୋଇଥିଲା। ଧୀରେଧୀରେ ଏହା ମହାନଗର ନିଗମରୁ ରାଜ୍ୟର ସମସ୍ତ ଜିଲ୍ଲା ଓ ପରବର୍ତ୍ତି ସମୟରେ ଅନ୍ୟ ପୌରାଞ୍ଚଳରେ ଏହି କେନ୍ଦ୍ରଗୁଡ଼ିକ ଖୋଲାଯାଇଛି।

ବର୍ତ୍ତମାନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୫୮ ଟି କେନ୍ଦ୍ରରେ ପ୍ରତିଦିନ ଲୋକମାନେ ଆହାର ଖାଉଛନ୍ତି। ଦୈନିକ ପ୍ରାୟ ୧ ଲକ୍ଷ ଲୋକଙ୍କୁ ଏହି ଯୋଜନା ମାଧ୍ୟରେ ୫ ଟଙ୍କାରେ ଭାତ, ଡାଲମା ଓ ଆଚାର ଯୋଗାଇ ଦିଆଯାଉଛି। ଏହି ଆହାରକେନ୍ଦ୍ରଗୁଡ଼ିକ ବିଶେଷ କରି ସହରର ବସଷ୍ଟାଣ୍ଡ, ରେଳ ଷ୍ଟେସନ, ହସ୍ପିଟାଲ ଆଦି ଜନଗହଳି ପୁର୍ଣ୍ଣ ସ୍ଥାନମାନଙ୍କରେ ଖୋଲାଯାଇଛି। ଗରିବ ଶ୍ରେଣୀର ଲୋକମାନଙ୍କୁ ୫ ଟଙ୍କାରେ ଭାତ ଡାଲମା ଯୋଗାଇ ଦିଆଯାଉଥିବା ବେଳେ ବିଭିନ୍ନ ମୁନିସିପାଲିଟିର ସ୍ୱାସ୍ଥ୍ୟ ନିରୀକ୍ଷକ ଆହାର କେନ୍ଦ୍ରରେ ଦିଆଯାଉଥିବା ଖାଦ୍ୟର ମାନ ପରୀକ୍ଷା କରୁଛନ୍ତି। ଦିନ ୧୧ ଟାରୁ ଅପରାହ୍ଣ ୩ ଟା ପର୍ଯ୍ୟନ୍ତ ଆହାରକେନ୍ଦ୍ରଗୁଡ଼ିକ ଖୋଲା ରହୁଥିବା ବେଳେ ଟୋକ୍‍ନ୍‍ ସିଷ୍ଟମ ମାଧ୍ୟରେ ଲୋକମାନଙ୍କୁ ଖାଦ୍ୟ ପରଶାଯାଉଛି।

ସେହିପରି ଇତି ମଧ୍ୟରେ ଅନେକ ସ୍ଥାନରେ ରାତ୍ରିରେ ବି ଆହାର ସେବା ଆରମ୍ଭ କରାଯାଇଛି। ବିଶେଷ କରି ରାଜ୍ୟର ପ୍ରାୟ ହସ୍ପିଟାଲ୍‍ ନିକଟରେ ଥିବା ୫୬ ଟି ଆହାର କେନ୍ଦ୍ରରେ ରାତ୍ରିରେ ଆହାର ଯୋଗାଣା ହେଉଛି। ଦିନବେଳା ଆହାର କେନ୍ଦ୍ରକୁ ଯେତିକ୍‍ ମିଲ୍‍ ଯୋଗାଣ ହେଉଥିଲା, ରାତ୍ରିବେଳେ ଏଠାରେ ତାହାର ଅଧା ମିଲ୍‍ ଦିଆଯାଉଛି। ପ୍ରତିଦିନ ଏହି ରାତ୍ରୀକାଳୀନ ଆହାର ଯୋଜନାରେ ପ୍ରାୟ ୧୫ ହଜାର ଲୋକଙ୍କୁ ରିହାତି ମୁଲ୍ୟରେ ଖାଦ୍ୟ ଯୋଗାଇ ଦିଆଯାଉଛି। ତେବେ ଏହି ଆହାର କେନ୍ଦ୍ର ମାଧ୍ୟମରେ ଲୋକମାନଙ୍କୁ ଖାଦ୍ୟ ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଳ୍ପ ସଂସ୍ଥାମାନଙ୍କୁ ଆହ୍ୱାନ କରାଯାଇଛି। ଏହାସହିତ ଜନ୍ମଦିନ ଓ ବିଭାହ ଉତ୍ସବ ଭଳି ଉତ୍ସବରେ ବି ଲୋକମାନେ ଚାହିଁଲେ ଆହାର କେନ୍ଦ୍ର ଜରିଆରେ ଖାଦ୍ୟ ବଣ୍ଟନ କରିପାରେବେ ବୋଲି ରାଜ୍ୟ ସରକାର ଯୋଜାନା କରିଛନ୍ତି।

ରାଜ୍ୟରେ ଥିବା ଆହାର କେନ୍ଦ୍ରଗୁଡ଼ିକୁ ବିଭିନ୍ନ ସଂଗଠନକୁ ପରିଚାଳନା ଦାୟିତ୍ୱ ଦିଆଯାଇଥିବା ବେଳେ ଅନେକ ସ୍ଥାନରେ ଏସ୍‍ଏଚ୍‍ଜି ମହିଳାମାନେ ମଧ୍ୟ ଆହାର କେନ୍ଦ୍ରର ପରିଚାଳନା ଦାୟିତ୍ୱ ନେଇଛନ୍ତି। ସେହିପରି ଆହାର କେନ୍ଦ୍ରରେ ଦିଆଯାଉଥିବା ଆଚାର ମଧ୍ୟ ଏସ୍‍ଏଚ୍‍ଜି ମହିଳାମାନେ ପ୍ରସ୍ତୁତ କରୁଛନ୍ତି। ଏହି ବ୍ୟବସ୍ଥାକୁ ଆହୁରି ମଜଭୁତ କରିବା ପାଇଁ ନିକଟରେ ଏସ୍‍ଏଚ୍‍ଜି ମହିଳାମାନଙ୍କ ଏକ୍‍ ଟିମ୍‍ ମହୀଶୂର ଗସ୍ତ କରିଥିଲେ। ଏଠାରେ ଆଚାର ପ୍ରସ୍ତୁତି ପ୍ରଶିକ୍ଷଣ ନେବା ସହିତ ଆହାର କେନ୍ଦ୍ରକୁ ଆଚାର ଯୋଗାଣ ପାଇଁ ଦାୟିତ୍ୱ ନେଇଥିଲେ।