State Transport Authority - The Sakala
ସ୍ଥଗିତ ରହିଲା ବସ୍‌ ଧର୍ମଘଟ, STA କମିଶନରଙ୍କ ସହ ଆଲୋଚନା ପରେ ବସ୍ ମାଲିକ ସଂଘର ନିଷ୍ପତ୍ତି
କଟକ: ସ୍ଥଗିତ ରହିଲା ବସ୍‌ ଧର୍ମଘଟ । ୧୦ ତାରିଖରେ ହେବାକୁ ଥିବା ବସ୍‌ ଧର୍ମଘଟକୁ ସ୍ଥଗିତ ରହିଲା ଘରୋଇ ବସ୍ ମାଲିକ ସଂଘ । ଆଜି ପରିବହନ କମିଶନରଙ୍କ ସହିତ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପରେ ଘରୋଇ ବସ୍ ମାଲିକ ସଂଘ ଏହି ନିଷ୍ପତ୍ତି ନେଇଛି।
ସୂଚନା ଅନୁଯାୟୀ, ବସ୍ ମାଲିକ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ସେମାନଙ୍କର ଦାବି ପୂରଣ କରିବା ପାଇଁ ଆସନ୍ତା ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଯଦି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସରକାର ସେମାନଙ୍କର ସମସ୍ୟାର ସମାଧାନ ନକରନ୍ତି, ତେବେ ପୁଣିଥରେ ଧର୍ମଘଟ ଆରମ୍ଭ କରାଯିବ ବୋଲି ସଂଘ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି।
ଘରୋଇ ବସ୍ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସଂଘ ପକ୍ଷରୁ ୧୪ଟି ମାନଦଣ୍ଡ ଆଧାରରେ ବସ୍ ଭଡ଼ା ବୃଦ୍ଧି ପାଇଁ ପ୍ରସ୍ତାବ ଦିଆଯାଇଛି। ଏହି ପ୍ରସ୍ତାବ ଉପରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (STA) ବିଚାର କରିବେ ଏବଂ ଏହା ପରେ ବସ୍ ଭଡ଼ା ପରିବର୍ତ୍ତନ ନେଇ ରାଜ୍ୟ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବେ।
ପୁଣି ବସ୍‌ ଭଡ଼ା ବଢ଼ାଇଲେ ରାଜ୍ୟ ସରକାର; ସାଧାରଣ ଓ ଏକ୍ସପ୍ରେସରେ କିଲୋମିଟର ପିଛା ଭଡ଼ା ୨ ପଇସା ବୃଦ୍ଧି
ଭୁବନେଶ୍ୱର: ପୁଣି ବସ୍‌ ଭଡ଼ା ବଢ଼ାଇଲେ ରାଜ୍ୟ ସରକାର । ଡିଜେଲ ଦରରେ ଅହେତୁକ ବୃଦ୍ଧି ପରେ ଓଡ଼ିଶା ସରକାର ରାଜ୍ୟରେ ସମସ୍ତ ବର୍ଗର ବସ୍ ଭଡ଼ା ବୃଦ୍ଧି କରିଛନ୍ତି। ସାଧାରଣ ଓ ଏକ୍ସପ୍ରେସରେ କିଲୋମିଟର ପିଛା ଭଡ଼ା ୨ ପଇସା ବୃଦ୍ଧି ହୋଇଛି । ଡିଲକ୍ସ, ଏସି ଡିଲକ୍ସ ବସରେ କିଲୋମିଟର ପିଛା ୪ ପଇସା ଭଡ଼ା ବଢିଛି । ସେହିପରି ସୁପର ଡିଲକ୍ସ ବସ ଭଡା କିଲୋମିଟର ପିଛା ୬ ପଇସା ବଢିଛି । ଜୁନ୍ ୨ ତାରିଖରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (STA) ପକ୍ଷରୁ ଜାରି କରାଯାଇଥିବା ଏକ ନିର୍ଦ୍ଦେଶନାମା ଅନୁଯାୟୀ ଏହି ନୂତନ ଦର ଲାଗୁ ହୋଇଛି। ତେବେ ଟାଉନ୍ ବସ୍ ଗୁଡ଼ିକୁ ବାଦ୍ ଦେଲେ ରାଜ୍ୟରେ ଚଳାଚଳ କରୁଥିବା ଅନ୍ୟ ସମସ୍ତ ଷ୍ଟେଜ୍ କ୍ୟାରେଜ୍ କ୍ଷେତ୍ରରେ ଏହି ବର୍ଦ୍ଧିତ ଭଡ଼ା ଲାଗୁ ହେବ।
ବିଗତ କିଛି ଦିନ ମଧ୍ୟରେ ଡିଜେଲ ଦରରେ ବ୍ୟାପକ ବୃଦ୍ଧି ଘଟିଛି। ଗତ ମେ ୧୫ ତାରିଖରେ ଡିଜେଲ ଦର ଲିଟର ପିଛା ୯୫.୮୭ ଟଙ୍କା ଥିବାବେଳେ ମେ ୩୧, ୨୦୨୬ ସୁଦ୍ଧା ଏହା ୧୦୦.୬୮ ଟଙ୍କାରେ ପହଞ୍ଚିଥିଲା। ଫଳରେ ଲିଟର ପିଛା ପ୍ରତ୍ୟକ୍ଷ ଭାବେ ୪.୮୧ ଟଙ୍କା ବୃଦ୍ଧି ପାଇବା କାରଣରୁ ବସ୍ ମାଲିକମାନଙ୍କ ଉପରେ ଆର୍ଥିକ ବୋଝ ପଡ଼ିଥିଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବସ୍ ଭଡ଼ା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।
ସଂଶୋଧିତ ତାଲିକା ଅନୁଯାୟୀ, ବର୍ତ୍ତମାନ ସାଧାରଣ ବା ଅର୍ଡିନାରୀ ବସ୍ ଭଡ଼ା କିଲୋମିଟର ପିଛା ୯୦ ପଇସା ବଦଳରେ ୯୨ ପଇସା ଆଦାୟ କରାଯିବ। ସେହିପରି ଏକ୍ସପ୍ରେସ୍ ବସ୍ ଗୁଡ଼ିକରେ କିଲୋମିଟର ପିଛା ଭଡ଼ା ୯୪ ପଇସାରୁ ବୃଦ୍ଧି ପାଇ ୯୬ ପଇସା ହୋଇଛି।
ଅନ୍ୟପକ୍ଷରେ ଡିଲକ୍ସ ଏବଂ ଏସି ବସ୍ ଗୁଡ଼ିକର ଭଡ଼ା ମଧ୍ୟ ସମାନୁପାତିକ ଭାବେ ବୃଦ୍ଧି ପାଇଛି। ଡିଲକ୍ସ ବସ୍ ଭଡ଼ା କିଲୋମିଟର ପିଛା ୧.୩୧ ଟଙ୍କାରୁ ବଢ଼ି ୧.୩୫ ଟଙ୍କା ହୋଇଥିବା ବେଳେ, ଏସି ଡିଲକ୍ସ ଭଡ଼ା ୧.୫୯ ଟଙ୍କାରୁ ୧.୬୩ ଟଙ୍କା ଏବଂ ସୁପର୍ ଡିଲକ୍ସ ବସ୍ ଭଡ଼ା ୨.୪୭ ଟଙ୍କାରୁ ବୃଦ୍ଧି ପାଇ ୨.୫୩ ଟଙ୍କାରେ ପହଞ୍ଚିଛି।
ପରିବହନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଇନ୍ଧନ ମୂଲ୍ୟରେ କ୍ରମାଗତ ବୃଦ୍ଧି ଏବଂ ବସ୍ ମାଲିକମାନଙ୍କ ବ୍ୟବସାୟିକ ସ୍ଥିରତାକୁ ଦୃଷ୍ଟିରେ ରଖି ଏହି ସମନ୍ୱୟ ରକ୍ଷା କରାଯାଇଛି। ନିର୍ଦ୍ଦେଶନାମା ପ୍ରକାଶ ପାଇବା କ୍ଷଣି ଏହି ନୂତନ ଭଡ଼ା ତୁରନ୍ତ ଲାଗୁ ହେବ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ପରିବହନ ମନ୍ତ୍ରୀଙ୍କ ସମୀକ୍ଷା: ରଥଯାତ୍ରାରେ ପ୍ରତି ବ୍ଲକରୁ ପୁରୀକୁ ଗଡିବ ବସ୍
ଭୁବନେଶ୍ବର: ଶେଷ ହେଲା ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ସମୀକ୍ଷା। ପରିବହନ ଭବନରେ ବିଭାଗୀୟ ସଚିବ, ଓଏସଆରଟିସି ଅଧିକାରୀଙ୍କ ଉପସ୍ଥିତିରେ ସମୀକ୍ଷା ହୋଇଛି। ତିନି ଘଣ୍ଟାରୁ ଅଧିକ ସମୟ ଧରି ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା କଲେ ମନ୍ତ୍ରୀ। ଅଧିକ ଇଲେକ୍ଟ୍ରିକ ବସ ଚଳାଚଳକୁ ଗୁରୁତ୍ୱ। ପରିବେଶ ସୁରକ୍ଷା ପାଇଁ ଅଧିକ ଇଲେକ୍ଟ୍ରିକ ବସ ଚଳାଇବା ଉପରେ ଗୁରୁତ୍ୱ।
ରଥଯାତ୍ରାରେ ପ୍ରତି ବ୍ଲକରୁ ପୁରୀକୁ ଗଡିବ ବସ୍। ଦେଶର ପ୍ରମୁଖ ଧର୍ମସ୍ଥଳୀକୁ ମଧ୍ୟ ବସ ଚଳାଚଳ ନେଇ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ଅଯୋଧ୍ୟା, ବୃନ୍ଦାବନ, ତିରୁପତି, ମହାକାଳେଶ୍ୱର, ବାରଣାସୀକୁ ଓଡ଼ିଶାରୁ ଚାଲିବ ବସ। ରାଜ୍ୟର ବିଭିନ୍ନ ସ୍ଥାନରୁ ଏସବୁ ତୀର୍ଥକ୍ଷେତ୍ରକୁ ଗଡିବ ବସ। ବସ ସେବା ଲୋକଙ୍କୁ ଦିଆଯିବ। ଲକ୍ଷ୍ମୀ ବସ ସମ୍ପର୍କରେ ତର୍ଜମା ଚାଲିଛି। ବସ ସେବା ସମସ୍ତଙ୍କୁ ମିଳିବ। ରାଜ୍ୟର ସବୁ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ କରିବା କୁବିଭାଗ ଯୋଜନା କରୁଥିବା କହିଛନ୍ତି ପରିବହନ ମନ୍ତ୍ରୀ।
ବିନା ପାଲରେ ଗଡ଼ୁଛି ବାଲି ବୋଝେଇ ଗାଡ଼ି: ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ, ଆଖିରେ ପଡୁଛି ବାଲି
ଭୁବନେଶ୍ୱର: ବାଲି, ଗୋଡ଼ି ଏବଂ ପଥର ଚାଲାଣ କରୁଥିବା ହାଇୱା ଡାଇଭରମାନେ ଏବେ ଉପରମୁହାଁ ହୋଇପଡ଼ିଛନ୍ତି। ରାତି ହେଲେ ଏମାନଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ଦୃତଗତି, ବେପରୁଆ ଗାଡ଼ି ଚାଳନା ଯୋଗୁଁ ବିଭିନ୍ନ ସମୟରେ ଯାତ୍ରୀମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ଅକାରଣରେ ଲୋକଙ୍କ ଜୀବନ ଯାଉଛି। ସେପଟେ ବାଲି, ଗୋଡ଼ି ଏବଂ ପଥର ଚାଲାଣବେଳେ ସରକାରୀ ନିୟମ ସବୁକୁ ଫୁ’ କରିଦେଉଛନ୍ତି। ହାଇୱା ଏବଂ ଟିପ୍ପରଗୁଡ଼ିକ ବାଲି ଚାଲାଣ କଲାବେଳେ ଗାଡ଼ି ଡାଲା ଉପରେ ଏକ ପଲିଥିନ୍‌‌ କିମ୍ବା ଅଖା କିମ୍ବା ପାଲ ପକାଇ ଭଲ ଭାବେ ଢାଙ୍କିବାର ନିୟମ ରହିଛି। ଯାହାଫଳରେ ସେମାନଙ୍କ ଡାଲାରୁ ଆଉ ବାଲି, ଗୋଡ଼ି କିମ୍ବା ଧୂଳି ବାହାରିବନି। ରାସ୍ତାରେ ଯାଉଥିବା ଅନ୍ୟ ଯାତ୍ରୀମାନେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ଅଖିରେ ବାଲି ପଡ଼ିବ ନାହିଁ। ହେଲେ କିଛି ହାଇୱା ଡ୍ରାଇଭର ଏହି ନିୟମକୁ ମାନୁନାହାନ୍ତି। ଆଉ କିଛି ନିୟମକୁ ଆଖିଠାର ମାରି ଜରିମାନାରୁ ବଞ୍ଚିବାକୁ ଲୋକଦେଖାଣିଆ ଭାବେ ଅଧା ଘୋଡ଼ାଇ ରାସ୍ତାରେ ଯାଉଛନ୍ତି। ବିଭିନ୍ନ ସମୟରେ ଏଥିପାଇଁ ସେମାନଙ୍କ ଉପରେ ପରିବହନ ବିଭାଗ ଏବଂ ପୁଲିସ ଜରିମାନା କରୁଛି। ହେଲେ ଜରିମାନା ସେମାନଙ୍କ ଉପରେ କୌଣସି ଅସର ପକାଇ ପାରୁନାହିଁ। ପରିସ୍ଥିତି ଯାହାକୁ ସେଇଆ ହେଉଛି। ଅନ୍ୟପକ୍ଷରେ ବାଲି ଉଡ଼ିବା ଦ୍ୱାରା ରାସ୍ତା କଡ଼ରେ ବାଲି ଜମା ହେଉଛି। ବାଇକ୍‌‌ଚାଳକମାନେ ରାସ୍ତା କଡ଼ରେ ଜମା ହୋଇଥିବା ବାଲି ସଂସ୍ପର୍ଶରେ ଆସି ଖସିପଡୁଛନ୍ତି। ଯାହାଫଳରେ ଦୁର୍ଘଟଣା ଘଟୁଛି।
ଏହାକୁ ଦୃଷ୍ଟିରେ ଗତ ଜୁନ୍‌‌ ମାସରେ ପରିବହନ ବିଭାଗ ବିଭିନ୍ନ ଟ୍ରକ୍‌‌ ମାଲିକଙ୍କୁ ବାଲି ଚାଲାଣବେଳେ ପାଲ ପକାଇବାକୁ ଅନୁରୋଧ କରିଥିଲା। ଯଦି କେହି ଏହି ନିୟମକୁ ଉଲ୍ଲଂଘନ କରେ, ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଆର୍‌‌ଟିଓ ଅଧିକାରୀମାନଙ୍କୁ କୁହାଯାଇଥିଲା। ପ୍ରତ୍ୟୁଷ ମିଶ୍ର ନାମକ ଜଣେ କାର୍‌‌ଚାଳକ କହିଛନ୍ତି, ବାଲି ତ ସବୁ ସମୟରେ ଉଡୁଛି। ଯାହାଦ୍ୱାରା ବାଇକ୍‌‌ ବିଶେଷ ଭାବେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗାଡ଼ି ଚାଳନାବେଳେ ଆଖିରେ ବାଲି ପଡ଼ିବାରୁ ଦୁର୍ଘଟଣା ଘଟୁଛି। ହେଲେ ଏବେ ବିଭିନ୍ନ ହାଇୱା ଏବଂ ଟିପ୍ପରରୁ ଗୋଡ଼ି ଗଳୁଛି। ଏହି ଗୋଡ଼ି ବିଭିନ୍ନ ସମୟରେ ଟ୍ରକ୍‌‌ ପଛରେ ଯାଉଥିବା ଯାତ୍ରୀଙ୍କ ଦେହରେ ବାଜୁଛି। ଯାହାଫଳରେ ସେମାନେ ଆହତ ହେଉଛନ୍ତି। ଗାଡ଼ି ଭାଙ୍ଗିବା ସହ ଗାଡ଼ିରେ ଦାଗ ହେଉଛି। ଡ୍ରାଇଭରମାନଙ୍କୁ ଏ ସମ୍ପର୍କରେ ପଚାରିବାରୁ ଓଲଟା ଗାଳିଗୁଲଜ କରୁଛନ୍ତି।
ତ୍ରିଶୂଳିଆରୁ-ବାରଙ୍ଗ ରାସ୍ତାରେ ଉଲ୍ଲଂଘନକାରୀଙ୍କ ସଂଖ୍ୟା ଅଧିକ
ତ୍ରିଶୂଳିଆରୁ ଜଟଣୀ ରାସ୍ତାରେ ଏହି ନିୟମ ସବୁକୁ ବିଶେଷ ଭାବେ ଉଲ୍ଲଂଘନ କରାଯାଉଛି। ଏଠାରେ ଉଲ୍ଲଂଘନକାରୀ ସଂଖ୍ୟା ଅଧିକ। ଏହି ରାସ୍ତା ଦୁଇ ସହରର ଉପକଣ୍ଠରେ ହୋଇଥିବାରୁ ବ୍ଲକିଂ ଚେକିଂକୁ ସେତେଟା କଡ଼ାକଡ଼ି କରାଯାଉ ନାହିଁ ବୋଲି ଅଭିଯୋଗ ହୋଉଛି। ଯାହାଫଳରେ ଏଭଳି ସ୍ଥିତି ହୋଇଛି ବୋଲି ସ୍ଥାନୀୟ ଲୋକେ ଏବଂ ବାଇକ୍‌‌ଚାଳକ ଅଭିଯୋଗ କରିଛନ୍ତି।
ଓଭର୍‌‌ଲୋଡିଂରୁ ସମସ୍ୟା
ସେହିପରି କଟକରୁ ଭୁବନେଶ୍ୱର ଆସୁଥିବା ବାଲିବୋଝେଇ ହାଇୱାଗୁଡ଼ିକ ସକାଳ ସମୟରେ ଯଦିଓ ତାର୍ପୁଲିନ୍‌‌ ପକାଉଛନ୍ତି, ହେଲେ ଏହି ତାର୍ପୁଲିନ୍‌‌ ସମ୍ପୂର୍ଣ୍ଣ ଭାବେ ଢାଙ୍କି ହେଉନାହିଁ। ଅନ୍ୟପକ୍ଷରେ ଏହି ରାସ୍ତାରେ ଅଧିକାଂଶ ଟ୍ରକ୍‌‌ ଅବଶ୍ୟକତାଠାରୁ ଅଧିକ ବୋଝେଇ ଦ୍ୱାରା ବାଲି ଉଡୁଛି। ଏହାକୁ ପୁଲିସ କିମ୍ବା ପରିବହନ ବିଭାଗ ଦୃଷ୍ଟି ଦେବା ଆବଶ୍ୟକ ବୋଲି କୁହାଯାଉଛି।
‘ଦ୍ରୁତ ଗାଡ଼ି ଚଲାଅ, ନ ହେଲେ ଚାକିରି ନାହିଁ’
ଭୁବନେଶ୍ୱରକୁ ବହୁ ସଂଖ୍ୟାରେ ବାଲି ଟ୍ରକ୍‌‌ କଟକରୁ ଆସୁଛି। ହେଲେ ଟ୍ରାଫିକ୍‌‌ କଟକଣା ଯୋଗୁଁ ଏମାନେ ଦିନରେ ସହର ଭିତରକୁ ଗାଡ଼ି ଆଣିପାରୁ ନାହାନ୍ତି। ରାତିରେ ଗାଡ଼ି ଚାଳନା କରୁଛନ୍ତି। ମାଲିକମାନେ ଏମାନଙ୍କୁ ଟାର୍ଗେଟ ଦେଉଛନ୍ତି। ଯେପରି ଗୋଟିଏ ରାତିରେ ଅଧିକ ଥର ବାଲି ଚାଲାଣ ହୋଇପାରିବ। ତେଣୁ ସ୍ୱଳ୍ପ ସମୟ ମଧ୍ୟରେ ଦୃତ ଚାଳନା ଦ୍ୱାରା ଅଧିକ ଥର ବାଲି ଚାଲାଣ କରିହେବ। ଆମେ ଦୃତ ଗାଡ଼ି ଚାଳନା କରିବାକୁ ବାଧ୍ୟ। ନ ହେଲେ ମାଲିକ ଚାକିରିରେ ରଖିବେନି ବୋଲି ସେ ତାଙ୍କ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି।
ଭୁବନେଶ୍ବର: ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଏହି ବର୍ଷା ସମୟରେ ଦ୍ରୁତ ବେଗରେ ଗାଡ଼ି ଚଳାଉଥିବା କେତେକ ଅମାନିଆଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍‌ଟିଏ) ଏକ ନିଆରା ଅନ୍ଦାଜରେ ଟ୍ବିଟ କରି ଅମାନିଆଙ୍କ ପାଇଁ ସତର୍କ ସୂଚନା ଜାରି କରିଛି । ବର୍ଷା ସମୟରେ ଧୀରେ ଗାଡ଼ି ଚଲାଇବା ପାଇଁ ପରାମର୍ଶ ଦେଇଛି ।
ଧନ ଲୋ ଟିକେ ଧୀରେ !
ବର୍ଷା ଦିନ ରେ ସତର୍କତାର ସହିତ ଗାଡି ଚଳେଇଲେ ସୁରକ୍ଷିତ ଭାବେ ଗନ୍ତବ୍ୟ ସ୍ଥଳରେ ପହଂଚି ପାରିବେ I
Hope all of you are enjoying this mesmerizing #rainyweather but don’t let this distract you on the road.
Drive carefully, to live joyfully!#RainDayDrivingTips#RoadSafety pic.twitter.com/C9ktJzO0Op
— State Transport Authority, Odisha (@STAOdisha) August 2, 2023
ଏଥିସହ ଟ୍ବିଟ କରି ଏସ୍‌ଟିଏ ପକ୍ଷରୁ କୁହାଯାଇଛି ଯେ, ଧନ ଲୋ ଟିକେ ଧୀରେ ! ବର୍ଷା ଦିନରେ ସତର୍କତାର ସହିତ ଗାଡି ଚଲାଇଲେ ସୁରକ୍ଷିତ ଭାବେ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବେ। ଆପଣ ସମସ୍ତେ ବର୍ଷାକୁ ଉପଭୋଗ କରୁଛନ୍ତି। ହେଲେ ଚଳାଇବା ବେଳେ ବିଭ୍ରାନ୍ତ ହୁଅନ୍ତୁ ନାହିଁ। ବର୍ଷା ଦିନରେ ଅନିଶୟ ବେଗରେ ଗାଡ଼ି ଚଲାଇଲେ ଦୁର୍ଘଟଣା ସମ୍ଭାବନା ଅଧିକ। ସତର୍କତାର ସହିତ ଗାଡି ଚାଳନା କରନ୍ତୁ ଓ ଆନନ୍ଦରେ ବଞ୍ଚନ୍ତୁ ବୋଲି ଏସ୍‌ଟିଏ ପକ୍ଷରୁ ଟ୍ବିଟ କରି କୁହାଯାଇଛି।
ଆସନ୍ତାକାଲିଠୁ ପରିବହନ ବିଭାଗ ପକ୍ଷରୁ ଆରମ୍ଭ ହେବ ସ୍ଵତନ୍ତ୍ର ଡ୍ରାଇଭ, ୧୬ ବର୍ଷରୁ କମ ଗାଡ଼ି ଚାଳକଙ୍କ ଉପରେ ରହିବ ନଜର
କଟକ: ପରିବହନ ବିଭାଗ ପକ୍ଷରୁ ଆସନ୍ତାକାଲିଠୁ ରାଜ୍ୟରେ ଆରମ୍ଭ ହେବ ସ୍ଵତନ୍ତ୍ର ଡ୍ରାଇଭ । ୧୬ ବର୍ଷରୁ କମ ଗାଡ଼ି ଚାଳକଙ୍କ ଉପରେ ରହିବ ସ୍ଵତନ୍ତ୍ର ନଜର। ସମସ୍ତ ଘରୋଇ ସ୍କୁଲରେ ବ୍ୟବହୃତ ଗାଡ଼ି ଗୁଡ଼ିକୁ କରାଯିବ କଡାକଡି ଯାଞ୍ଚ । ଦିଗପହଣ୍ଡି ବସ୍ ଦୁର୍ଘଟଣା ପରେ ଘରୋଇ ବସ୍ ଗୁଡ଼ିକୁ ଆସନ୍ତାକାଲିଠୁ କଡାକଡି ଯାଞ୍ଚ କରାଯିବ ।  ଯଦି ଏହି ଯାଞ୍ଚରେ କେହି ଧରା ପଡନ୍ତି ତେବେ ମୋଟର ଯାନ ଅନୁଯାୟୀ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠନ। ଏ ନେଇ ସୂଚନା ଦେଇଛନ୍ତି ପରିବହନ ବିଭାଗର ଅତିରିକ୍ତ କମିଶନର ଲାଲ୍ ମୋହନ ସେଠୀ ।
ରଥଯାତ୍ରା ପାଇଁ ପରିବହନ ବିଭାଗର ସ୍ବତନ୍ତ୍ର ବ୍ୟବସ୍ଥା: ପୁରୀକୁ ଗଡ଼ିବ ୨ ହଜାରରୁ ଅଧିକ ବସ୍‌, ଯାତ୍ରୀଙ୍କଠାରୁ ଭଡା ଅଧିକ ନେଲେ ବାତିଲ ହେବ ପରମିଟ୍
ଭୁବନେଶ୍ବର: ରଥଯାତ୍ରା ପାଇଁ ପରିବହନ ବିଭାଗ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି। ପୁରୀକୁ ପ୍ରାୟ ୨ ହଜାରରୁ ଅଧିକ ବସ ଗଡିବ ବୋଲି ସୂଚନା ଦିଆଯାଇଛି। କୌଣସି ପରିସ୍ଥିତିରେ ବସ ମାଲିକ ଯେପରି ବସଭଡା ଅଧିକ ନେଇପାରିବେନି ସେ ନେଇ ଧ୍ୟାନ ଦିଆଯାଇଛି। ପ୍ରତ୍ୟେକ ବସରେ ପର୍ଯ୍ୟାପ୍ତ ପିଇବା ପାଣିର ସୁବିଧା ରହିବ।  ବସରେ ଧାର୍ଯ୍ୟ ସଂଖ୍ୟା ଠାରୁ ଅଧିକ ଯାତ୍ରୀ ନ ନେବାକୁ ନିର୍ଦେଶ ଦେଇଛି ପରିବହନ ବିଭାଗ । ରାଜ୍ୟର ବିଭିନ୍ନ ଜାଗାରେ ରହିବେ ୨୫ ଟି ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡ। ନିର୍ଦେଶ ଖିଲାପ କଲେ ଉକ୍ତ ବସର ପରମିଟ ବାତିଲ ହେବ ବୋଲି ପରିବହନ ବିଭାଗର ଅତିରିକ୍ତ କମିଶନର ସୂଚନା ଦେଇଛନ୍ତି।