Folk Art - The Sakala
ଜଗତସିଂହପୁର(ରଶ୍ମୀରଞ୍ଜନ ମହାପାତ୍ର): ଉତ୍କୃଷ୍ଟ କଳାର କ୍ଷେତ୍ର ଉତ୍କଳର ବହୁ ଲୋକକଳା, ଲୋକ ସଙ୍ଗୀତ ଓ ଲୋକନୃତ୍ୟ ଆଜି ଜାତୀୟ ଓ ଆନ୍ତର୍ଜାତିକ କ୍ଷେତ୍ରରେ ସୁନାମ ଅର୍ଜନ କରିଛି। ତନ୍ମଧ୍ୟରୁ ଜଗତସିଂହପୁର ଜିଲ୍ଲାର ବାଣୀକ୍ଷେତ୍ର ଝଙ୍କଡ଼ ଶାରଳା ପୀଠରେ ବହୁ କାଳରୁ ପ୍ରଚଳିତ ହୋଇଆସିଥିବା ଘଟନୃତ୍ୟ ରାଜ୍ୟ ତଥା ଦେଶ ବିଦେଶରେ ଆମ ସଂସ୍କୃତି ଓ ପରମ୍ପରାକୁ ଗୌରବାନ୍ୱିତ କରିଛି। ଉପଯୁକ୍ତ ପ୍ରୋତ୍ସାହନ ଅଭାବରୁ ଏହି ଲୋକନୃତ୍ୟ ଏବେ ହଜିଯିବାକୁ ବସିଛି।
ପ୍ରସିଦ୍ଧ ଝାମୁଯାତ୍ରାର ମାସକ ପୂର୍ବରୁ ଶାରଳା ମନ୍ଦିରର ରାଉଳ ସେବକ ଘଟନୃତ୍ୟ ମାଧ୍ୟମରେ ମା’ଙ୍କ ମହିମା ପ୍ରଚାର କରିଥା’ନ୍ତି।ଏକ କାଠଦାଣ୍ଡ ଉପରେ ଜଳପୂର୍ଣ୍ଣ ଘଟକୁ ସ୍ଥାପନ କରାଯାଇ ଏହାକୁ ଫୁଲରେ ସଜ୍ଜିତ କରାଯାଏ। ରାହୁଳ ସେବକ ନାରୀ ବେଶରେ ଶାଢ଼ି, ଖଡୁ, ସିନ୍ଦୁର ଓ କଜ୍ୱଳ ପିନ୍ଧି ଉକ୍ତ ଘଟକୁ ମସ୍ତକରେ ଧାରଣ କରି ନୃତ୍ୟ କରିଥା’ନ୍ତି। ଯାହାକୁ ଘଟନୃତ୍ୟ କୁହାଯାଏ। ରାଜ୍ୟର ଦୂରଦୁରାନ୍ତରେ ଏହି ଘଟନୃତ୍ୟ ପରିବେଷଣ କରିବା ପାଇଁ ପୂର୍ବକାଳରେ ଘଟପାଟୁଆ ଦୀର୍ଘପଥ ଅତିକ୍ରାନ୍ତ କରିବାକୁ କାଠ ନିର୍ମିତ ଗୋଡ଼କୁ ବ୍ୟବହାର କରୁଥିଲେ। ଏହାକୁ ‘ରଣପା’ କୁହାଯାଉଥିଲା। ଚୈତ୍ର ମାସର ମୀନସଂକ୍ରାନ୍ତିଠାରୁ ଏହି ଘଟନୃତ୍ୟ ପରମ୍ପରାର ଶୁଭାରମ୍ଭ ହୋଇ ବୈଶାଖ ମାସ ମହାବିଷୁବ ପଣା ସଂକ୍ରାନ୍ତି ଝାମୁଯାତ୍ରା ଦିନ ଉଦ୍‌‌ଯାପିତ ହୋଇଥାଏ। ଏହି ଘଟପାଟୁଆଙ୍କୁ ଦୈବୀଶକ୍ତିର ପ୍ରତୀକ ଭାବେ ଗ୍ରହଣ କରି ପୁରପଲ୍ଲୀରେ ମହିଳାମାନେ ହଳଦୀପାଣିରେ ଏମାନଙ୍କର ଗୋଡ଼ ଧୋଇ ଦେଇଥାଆନ୍ତି। ସେମାନେ ଶ୍ରଦ୍ଧାଳୁଙ୍କଠାରୁ ଚାଉଳ, ଡାଲି, ପନିପରିବା, ଶାଢ଼ୀ, ବସ୍ତ୍ର ଓ ଅର୍ଥ ଆଦି ଦକ୍ଷିଣା ଆଦାୟ କରିଥା’ନ୍ତି। ସେହି ଆୟରେ ପରିବାର ପ୍ରତିପୋଷଣ କରିଥା’ନ୍ତି।
ଘଟପାଟୁଆ ହବିଷ ପାଳନ କରି ଦୀର୍ଘ ଏକମାସ ପରେ ଝାମୁଯାତ୍ରା ଦିନ ଖାଲିପାଦରେ ଜଳନ୍ତା ନିଅାଁରେ ଚାଲି ଚାଲି ଅଗ୍ନି ପରୀକ୍ଷା ଦେଇଥା’ନ୍ତି। ତେବେ ଘଟନୃତ୍ୟ ମାଧ୍ୟମରେ ସେମାନେ ମାତୃଶକ୍ତିର ଉପାସନା ଓ ମା’କୁ ସମ୍ମାନ ପ୍ରଦାନ ବାର୍ତ୍ତା ପ୍ରଚାର କରିଥାନ୍ତି। କାଳକ୍ରମେ ଏହି ଘଟନୃତ୍ୟର ମହାର୍ଘ୍ୟ ପରମ୍ପରା ବିଲୀନ ହେବାକୁ ବସିଛି। ଏହାକୁ ବଞ୍ଚାଇ ରଖିବାକୁ ହେଲେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରିବାର ଆବଶ୍ୟକତା ରହିଛି। ଜଗତସିଂହପୁର ଜିଲ୍ଲାର ଶାରଳା ପୀଠ କନକପୁର ଗ୍ରାମରେ ଏହି ଘଟନୃତ୍ୟ ବିଶ୍ୱ ପ୍ରସିଦ୍ଧ ହୋଇଥିବାରୁ ଏହି ଗ୍ରାମକୁ ଶିଳ୍ପୀ ଗ୍ରାମ ନାମରେ ଘୋଷଣା କରାଯାଇଛି। ମାତ୍ର ଏଥିନିମନ୍ତେ କୌଣସି ଆର୍ଥିକ ଅନୁଦାନର ବ୍ୟବସ୍ଥା କରାଯାଇନାହିଁ। ଏଠାରେ ଘଟନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର ଖୋଲିବା ନିମନ୍ତେ ବର୍ଷ ବର୍ଷ ଧରି ଦାବି ହୋଇଆସୁଥିଲେ ମଧ୍ୟ ଏଥିପ୍ରତି ଯଥାର୍ଥ ଭାବେ ଦୃଷ୍ଟି ଦିଆଯାଉନାହିଁ। ମୁଣ୍ଡଉପରେ ଘଟଦଣ୍ଡ ମୁଣ୍ଡାଇ, ହାତରେ ନ ଧରି ନୃତ୍ୟ ପରିବେଷଣ କରିବା ବାସ୍ତବିକ ଆଶ୍ଚର୍ଯ୍ୟଜନକ ଓ ବିସ୍ମୟକର। ଏଥିରେ ବ୍ୟବହୃତ ବାଦ୍ୟ, ବେଶ ପୋଷାକ ଓ ନୃତ୍ୟଶୈଳୀ ଦର୍ଶକଙ୍କୁ ସହଜରେ ମନ୍ତ୍ରମୁଗ୍ଧ କରିଥାଏ।
ଏହି ଘଟନୃତ୍ୟକୁ ଅଭିନବ ରୂପରେଖ ଦେଇଥିବା ନୃତ୍ୟଗୁରୁ ଭୋଲାନାଥ ରାଉଳ, ମୁଖ୍ୟ ନୃତ୍ୟଶିଳ୍ପୀ ନଟବର ରାଉଳ, ଗୌରାଙ୍ଗ ଚରଣ ରାଉଳ ଓ କୈଳାସ ଚନ୍ଦ୍ର ନାୟକ ପ୍ରମୁଖ କଳାକାରଙ୍କ ଜୀବନଦୀପ ଲିଭିଗଲାଣି। କଳାକାର ରବୀନ୍ଦ୍ର ନାଥ ରାଉଳ ଓ ଜନାର୍ଦ୍ଦନ ରାଉଳ ପ୍ରମୁଖ ବହୁ ଘଟନୃତ୍ୟ କଳାକାର ସ୍ୱାସ୍ଥ୍ୟଗତ କାରଣରୁ ଭାଙ୍ଗିପଡ଼ିଲେଣି। ଏହି କଳାକାରଙ୍କ ଜୀବନଜୀବିକା ଏବେ ବିପଦରେ। ପ୍ରୋତ୍ସାହନ ଅଭାବରୁ ପରବର୍ତ୍ତୀ ପିଢ଼ିଙ୍କ ଏହି ନୃତ୍ୟ ପ୍ରତି ଆଗ୍ରହ କମିଯାଉଥିବା କଥା ସେମାନେ କରିଛନ୍ତି। ଶାରଳା ଘଟନୃତ୍ୟ ପରମ୍ପରା ବଜାୟ ରଖିବାକୁ ରାଜ୍ୟ ସଂସ୍କୃତି ବିଭାଗ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଝଙ୍କଡ଼ ଅଞ୍ଚଳର ବହୁ କଳପ୍ରେମୀ, ସଂସ୍କୃତିପ୍ରେମୀ ଓ ବୁଦ୍ଧିଜୀବୀ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ପଚାରିବାରୁ ସେ କୁହନ୍ତି, ଏହି କଳାର ପ୍ରଚାର ପ୍ରସାର ପାଇଁ ଅନ୍ୟାନ୍ୟ ଲୋକକଳା ସହ ଘଟନୃତ୍ୟ କଳା ପରିବେଷଣ ପାଇଁ ବିଭିନ୍ନ ସ୍ଥାନରେ ବ୍ୟବସ୍ଥା କରାଯାଇଛି। ପ୍ରଶିକ୍ଷଣ କେନ୍ଦ୍ର ଖୋଲିବାକୁ ହେଉଥିବା ଦାବି ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଏହି ପ୍ରସ୍ତାବ ବିଚରାଧୀନ ରହିଛି।
ବଡ଼ କୋଦଣ୍ଡା ଗ୍ରାମର ବିଶ୍ୱ ପ୍ରସିଦ୍ଧ ଡେରା ବେଶ, ଲୋକକଳା, ସଂସ୍କୃତି ଓ ଐତିହ୍ୟର ଜୀବନ୍ତ ପ୍ରଦର୍ଶନ
ଭଞ୍ଜନଗର(ଜୟକୃଷ୍ଣ ପଟ୍ଟନାୟକ): ଗଞ୍ଜାମ ଜିଲ୍ଲାର ଭଞ୍ଜ ମାଟି ନିଜ ସ୍ୱତନ୍ତ୍ରତା ଯୋଗୁଁ କଳା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ଗାଥାକୁ ଆଜି ମଧ୍ୟ ବିଶ୍ୱ ଦରବାରରେ ବଜାୟ ରଖିଛି । ଯାହାକୁ ନେଇ ଏ ମାଟି ଆଜି ଗର୍ବିତ । ନିଜର ଉତ୍କର୍ଷତା ଲାଗି ଦେଶ ବିଦେଶରେ ଏହାର ବହୁ ସୁନାମ ରହିଛି । ସଂଘର୍ଷମୟ ଜୀବନରେ ପୁରାତନ କଳାକୁ ବଞ୍ଚାଇ ରଖି ଆଜିବି ବହୁତ କଳାକାର ଏଠାରେ ରହିଛନ୍ତି ।
ଭଞ୍ଜନଗର ନିକଟରେ ଥିବା ବଡ଼ କୋଦଣ୍ଡା ହେଉଛି ଲୋକକଳା ଓ ଐତିହ୍ୟ ସମ୍ପନ୍ନ କଳାକାରଙ୍କ ଗ୍ରାମ । କେଉଁ ଆବହମାନ କାଳରୁ ଏଠାକାର କଳାକାରମାନେ ଲୋକକଳା,ପଶୁମୁଖା ନୃତ୍ୟ, କଣ୍ଢେଇ ନାଚକୁ ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରଦର୍ଶନ କରି ଗ୍ରାମ ପାଇଁ ଗୌରବ ଆଣିଛନ୍ତି । ଶହ ଶହ ବର୍ଷ ଧରି କାର୍ତ୍ତିକ ପୂର୍ଣ୍ଣିମା ଦିନ ବଡ଼ କୋଦଣ୍ଡା ଗ୍ରାମରେ ବିଶ୍ୱ ପ୍ରସିଦ୍ଧ ଡେରାବେଶ ପ୍ରଦର୍ଶିତ ହୋଇ ଆସୁଛି । ପୂର୍ବ ଦିନ ରାତ୍ରୀ ଠାରୁ ଗ୍ରାମ ବଡଦାଣ୍ଡର ଉଭୟ ପାଶ୍ୱର୍ରେ ଅବସ୍ଥିତ ଶ୍ରୀଶ୍ରୀଜଗନ୍ନାଥ ମନ୍ଦିର ଓ ଶ୍ରୀଶ୍ରୀ ଗୋପୀନାଥ ମନ୍ଦିର ତରଫରୁ କଳାକାର ଓ କାରିଗରମାନେ ବେଶ ଗୁଡିକୁ ଆଖଡା ଘରୁ ବାହାର କରି ସେଗୁଡିକ କାଠ, ବାଉଁଶ ସାହାଯ୍ୟରେ ଡେରିବା ଆରମ୍ଭ କରିଥାନ୍ତି । ଏହି ବେଶ ଗୁଡିକ ସମ୍ପୂର୍ଣ୍ଣ ଭାବେ ପ୍ରଦର୍ଶିତ ହେବା ପାଇଁ ସେସବୁକୁ ଅନ୍ୟ ଉପରେ ଡେରା ଯାଉଥିବାରୁ ତାହାକୁ ‘ଡେରା ବେଶ’ ବୋଲି କୁହାଯାଏ ।ଏହାକୁ ଦେଖିବା ପାଇଁ ଆଖ ପାଖ ଅଞ୍ଚଳ ସମେତ ରାଜ୍ୟ ଓ ରାଜ୍ୟ ବାହାରର ବହୁ ଶ୍ରଦ୍ଧାଳୁ ଏହି ମନ୍ଦିର ମାଳିନୀ ଗ୍ରାମକୁ ଆସି ଦେବ ଦର୍ଶନ କରିବା ସହ କଳା,ସଂସ୍କୃତି ଓ ଐତିହ୍ୟକୁ ଉପଭୋଗ କରି ଡେରାବେଶ ବୁଲି ଦେଖିଥାନ୍ତି ।ଏହି ସବୁ ବେଶ ପ୍ରସ୍ତୁତ କରିବା ପାଇଁ କାରୀଗରମାନେ ବାଉଁଶ, ବେତ, କାଠ,କାଗଜ ,ଅଠା, ରଙ୍ଗୀନ୍‌ କପଡା,ଛୋଟ କାଚ ଦର୍ପଣ,ରଙ୍ଗ ବେରଙ୍ଗର ମାଳି,ପୋହଳା ଆଦିରେ ତିଆରି ହାତୀ,ଘୋଡା, ବାଘ, ସିଂହ,ନବଗୁଞ୍ଜର, କଳଘୋଡା, ବୃଷଭ,ରାମ, ଲକ୍ଷ୍ମଣ, ହନୁମାନ, ରାବଣ, ଇନ୍ଦ୍ରଜିତ,ମେଘନାଦ, ରାଜା,ରାଣୀ,ମୟୁର ଭଳି ବଡ ବଡ କଣ୍ଢେଇ ମୂର୍ତ୍ତି ଶଗଡ ଉପରେ ରଖି ସର୍ବସାଧରଣଙ୍କ ନିମିତ୍ତ କାର୍ତ୍ତିକ ପୂର୍ଣ୍ଣିମାରେ ପ୍ରଦର୍ଶନ କରିବାର ପରମ୍ପରା ରହିଛି ।
ସେହିପରି ବଡକୋଦଣ୍ଡା ଗ୍ରାମର ଅନ୍ୟ ଏକ ପରିଚୟ ହେଉଛି ଏହା ସୂତା କଣ୍ଢେଇ ନାଚର ଏନ୍ତୁଡି ଶାଳ । ଏଠାକାର କାରିଗର ଓ କଳାକାରଙ୍କ ପ୍ରଚେଷ୍ଟାରେ ଏପରି ଏକ ଲୋକକଳା ବଞ୍ଚି ରହିଛି ବୋଲି ବାସ୍ତୁଶାସ୍ତ୍ରବିଦ୍‌ ତଥା କଣ୍ଢେଇ ଗବେଷକ ଓ ସଂଗ୍ରାହକ ଡକ୍ଟର ସନ୍ନାସୀ ମହାରଣା ଏବଂ ଅନ୍ୟମାନେ ମତବ୍ୟକ୍ତ କରିଛନ୍ତି ।
କଳାପ୍ରେମୀଙ୍କୁ ନବରସରେ ଭିଜାଇ ଦିଏ ଗଞ୍ଜାମର ଅନନ୍ୟ ଲୋକକଳା ସୁଭଦ୍ରା ପରିଣୟ ବା ‘ଭାରତ ଲୀଳା’
ଛତ୍ରପୁର (ପ୍ରଶାନ୍ତ ମହାରଣା): ଲୋକକଳାର ମାଟି ଗଞ୍ଜାମ। ଆଧୁନିକତା ଯୋଗୁ ଅନେକ ଲୋକକଳା ଲୋପ ପାଇଛି। କିନ୍ତୁ ଗଞ୍ଜାମରେ ଅନେକ ଲୋକକଳା ଏବେ ବି ବଞ୍ଚି ରହିଛି; ଯାହା କଳାପ୍ରେମୀଙ୍କୁ ଆମୋଦିତ କରେ, ହସାଏ, କନ୍ଦାଏ; ଗୋଟିଏ ବାକ୍ୟରେ କହିବାକୁ ଗଲେ ନବରସରେ ଭିଜାଇ ଦିଏ। ଚମକ ହରାଇ ନ ଥିବା ଏକ ଲୋକକଳାର ଉଦାହରଣ ସୁଭଦ୍ରା ପରିଣୟ ବା ‘ଭାରତ ଲୀଳା’।
ସାରଳା ମହାଭାରତର ମଧ୍ୟପର୍ବରେ ବର୍ଣ୍ଣିତ ଅର୍ଜୁନ ସୁଭଦ୍ରା ପରିଣୟ ଉପାଖ୍ୟାନକୁ ନେଇ ଏହା ପରିବେଷଣ କରାଯାଇଥାଏ। ଏହି ନାଟକ ଗଦ୍ୟ ଏବଂ ପଦ୍ୟର ମିଶ୍ରଣ। ଭାରତଲୀଳାର ଗୁରୁମାନେ କହନ୍ତି, ଏହି ନାଟକ ପ୍ରଥମେ ତତ୍କାଳୀନ ବ୍ରହ୍ମଦେଶ ରେଙ୍ଗୁନରୁ ଆରମ୍ଭ ହୋଇଥିଲା। ପରେ ଏହା ଗଞ୍ଜାମର ପୁରପଲ୍ଲୀରେ ପ୍ରସାରିତ ହୋଇଥିଲା। ସେ ସମୟରେ ଡାଳ ଛାମୁଟିଆର ତଳେ ଏହି ନୃତ୍ୟ ପରିବେଷଣ ହେଉଥିଲା। ବିଜୁଳି ଆଲୁଅ ନ ଥିବା ଯୋଗୁଁ ବିହୁଡି ଓ ପେଟ୍ରୋମାକ୍ସ ଲାଇଟ୍‌‌ ଜଳାଇ ନାଟକ ପରିବେଷଣ କରୁଥିଲେ। ଅନ୍ୟ ନାଟକ ଅପେକ୍ଷା ଏହି ନାଟକରେ ନବ ରସ ଯଥା-ଶୃଙ୍ଗାର, ବୀର, କରୁଣ, ହାସ୍ୟ, ଭୟାନକ, ରୌଦ୍ର, ଶାନ୍ତ, ଅଦଭୁତ, ବୀଭତ୍ସକୁ ନେଇ ନାଟକ ପରିବେଷଣ କରାଯାଏ। ମହାଭାରତର କଥାବସ୍ତୁକୁ ଆଧାର କରି ଏହି ନୃତ୍ୟ ପରିବେଷଣ କରାଯାଉଥିବାରୁ ଏହାକୁ ଭାରତଲୀଳା ବୋଲି ମଧ୍ୟ କୁହାଯାଇଛି। ଦୀନବନ୍ଧୁ ଦାସ ହେଉଛନ୍ତି ଏହାର ଆଦି ସ୍ରଷ୍ଟା।
ପୂର୍ବରୁ ଏହି ନୃତ୍ୟ ପ୍ରଦର୍ଶନ କରିବା ପାଇଁ ବିରାଟ ମଞ୍ଚର ଆବଶ୍ୟକତା ପଡୁଥିବା ବେଳେ ବର୍ତ୍ତମାନ ଏହି ନୃତ୍ୟ ଖୋଲାମଞ୍ଚରେ ପରିବେଷଣ କରାଯାଉଛି। ଗଞ୍ଜାମ ଜିଲ୍ଲାରେ ପ୍ରାୟ ୧୦୦ଟି ଦଳ ଏହି ନୃତ୍ୟ ପରିବେଷଣ କରୁଛନ୍ତି। ଏହି ନାଚରେ ଦ୍ୱାରୀ, ଅର୍ଜୁନ, ସତ୍ୟଭାମା, ସୁଭଦ୍ରା ଅଭିନୟରେ ୪ ଜଣ ରହୁଥିଲେ ଏବଂ ବାଦ୍ୟ ଯନ୍ତ୍ରରେ ହାରମନିୟମ, ଢୋଲକ, ମର୍ଦ୍ଧଳ ଏବଂ ତାଳକୁ ନେଇ ପରିବେଷଣ କରାଯାଉଥିଲା।
ଏଥିରେ ଦ୍ୱାରୀର ଭୂମିକା ଅତ୍ୟନ୍ତ ବିଚିତ୍ର ହୋଇଥାଏ। ଦ୍ୱାରୀ ସବୁବେଳେ ସୁକଣ୍ଠ ଓ ଶାସ୍ତ୍ରଜ୍ଞ ହୋଇଥିବା ଆବଶ୍ୟକ। ଅଧାପେଣ୍ଟ, ରଙ୍ଗିନ କୁର୍ତ୍ତା, ତା’ ଉପରେ ଜାକେଟ୍‌‌ ଏବଂ ମୁଣ୍ଡରେ ପୁଚ୍ଛ ଓ ପାଦରେ ଘୁଙ୍ଗୁର ବାନ୍ଧି ପୁରାଣ ବସ୍ତୁକୁ ଆଧାର କରି ବିଭିନ୍ନ ଗୀତ ଓ ନୃତ୍ୟ ପ୍ରଦର୍ଶନ କରି ଦର୍ଶକଙ୍କୁ ଆଧ୍ୟାତ୍ମିକ ଶିକ୍ଷା ଦେବା ସହ ନାଟକକୁ ଜମାଇ ଦେଇଥାନ୍ତି। ସେହିପରି ସୁଭଦ୍ରା ଓ ସତ୍ୟଭାମା ମଧ୍ୟ ଗୋଟିପୁଅ ବେଶରେ ସୁନ୍ଦର ସୁନ୍ଦର ବେଶ ପୋଷାକ ଓ ଅଳଙ୍କାର ପିନ୍ଧି ମଞ୍ଚରେ ନୃତ୍ୟ ପରିବେଷଣ କରିଥାନ୍ତି। ଏହି ନୃତ୍ୟରେ ମୁଖ୍ୟତଃ ବାଦ୍ୟଯନ୍ତ୍ର ଭାବେ ହାର୍‌‌ମୋନିୟମ, ମର୍ଦ୍ଧଳ, ଢୋଲକି, ଜାକସେଟ, ପେଡ୍‌‌, ତାଳ ଝୁମୁକାକୁ ବ୍ୟବହାର କରାଯାଇଥାଏ।
ଭାରତ ଲୀଳାର ସବୁଠାରୁ ଲୋକପ୍ରିୟ ଚରିତ୍ରକୁ ୧୯୮୮ ମସିହାରେ ଯୋଡ଼ିଥିଲେ ପ୍ରଖ୍ୟାତ ଗୁରୁ ତଥା ଜିଲ୍ଲା କଳା ସଂସ୍କୃତି ସଂଘର ଉପ ସଭାପତି ସନ୍ତୋଷ କୁମାର ପାଢ଼ୀ। ଏହି କଳାକ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ସନ୍ତୋଷ ପାଢ଼ୀଙ୍କୁ ୨୦୧୫ରେ ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ମିଳିଥିଲା। ସନ୍ତୋଷ ଏକ ଅନୁଷ୍ଠାନ କରି କଳାକାରମାନଙ୍କୁ ଭାରତ ଲୀଳା ଶିଖାଉଛନ୍ତି। ସେହିପରି ଗୁରୁ ଲିଙ୍ଗରାଜ ବିଷୋୟୀ ବି ଏହି କଳାକୁ ବଞ୍ଚାଇ ରଖିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।