ChatGPT - The Sakala
ଆଜିକାଲି ପ୍ରାୟ ସମସ୍ତେ ଚାଟ୍‌ଜିପିଟିର ବ୍ୟବହାର ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ କରୁଛନ୍ତି। ବେଳେ ବେଳେ ଏଥିରେ ଅଜଣାତରେ ବି ଲୋକମାନେ ବ୍ୟକ୍ତିଗତ ତଥ୍ୟ ସେୟାର୍ କରନ୍ତି। ଯାହାକି ଗୋପନୀୟତା ପ୍ରତି ବିପଦ ସୃଷ୍ଟି କରିଥାଏ। ତେବେ ଚାଟ୍‌ଜିପିଟି ସହିତ କ’ଣ ସବୁ ସେୟାର୍ କରିବା ଅନୁଚିତ, ସେ ସମ୍ପର୍କରେ ଜାଣିବା।
-ଚାଟ୍‌ଜିପିଟିରେ ସୋସିଆଲ ମିଡିଆ ପାସ୍‌ୱାର୍ଡ ଏବଂ ଇମେଲ୍ ଆଦି ବାବଦରେ ସେୟାର୍ କରନ୍ତୁ ନାହିଁ।
-ଏଥିରେ ବ୍ୟାଙ୍କ ତଥା କ୍ରେଡିଟ୍ କାର୍ଡ ବିବରଣୀ ପ୍ରଦାନ କରନ୍ତୁ ନାହିଁ।
-ସେହିପରି ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଏବଂ ପ୍ୟାନ୍ କାର୍ଡ ତଥ୍ୟ ପ୍ରଦାନରୁ ଦୂରେଇ ରୁହନ୍ତୁ।
-କାମ କରୁଥିବା ସ୍ଥାନ ସମ୍ପର୍କରେ କୌଣସି ସୂଚନା ପ୍ରଦାନ କରନ୍ତୁ ନାହିଁ।
-ଚାଟ୍‌ଜିପିଟିରୁ ବ୍ୟକ୍ତିଗତ ତଥ୍ୟ ଲିକ୍‌ ହେବାର ଭୟ ଥାଏ। ତେଣୁ ବ୍ୟକ୍ତିଗତ ତଥ୍ୟ ପ୍ରଦାନ ନ କରିବା ଭଲ।
-ଚାଟ୍‌ଜିପିଟି ବ୍ୟବହାର କରିବା ସମୟରେ ପ୍ରାଇଭେସି ପଲିସିକୁ ଧ୍ୟାନରେ ପଢ଼ନ୍ତୁ। ଏହାର ବ୍ୟବହାର କେବଳ ଅଫିସିଆଲ ୱେବ୍‌ସାଇଟ୍ ଏବଂ ଆପ୍‌ ଦ୍ବାରା କରନ୍ତୁ।
ନୂଆଦିଲ୍ଲୀ: ଷ୍ଟୁଡିଓ ‘ଘିବ୍‌ଲି’କୁ ନେ ଏବେ ସାରା ଦୁନିଆରେ ଚର୍ଚ୍ଚା। ପିଲାଠାରୁ ବୁଢ଼ା ସମସ୍ତେ ‘ଘିବ୍‌ଲି’ରେ ଫଟୋ ବନାଇ ସୋସିଆଲ ମିଡିଆରେ ଛାଡିବାରେ ବ୍ୟସ୍ତ। ଲୋକମାନେ ସେମାନଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମରେ ମୂଳ ଏବଂ ‘ଘିବ୍‌ଲୀ’ ଫଟୋଗୁଡ଼ିକୁ ଏକାଠି ସେୟାର କରୁଛନ୍ତି। କିଛି ଦିନ ପୂର୍ବେ, ଚାର୍ଟଜିପିଟି ‘ଘିବ୍‌ଲୀ’ ଶୈଳୀରେ ଫଟୋ ତିଆରି କରି ସମସ୍ତଙ୍କୁ ବହୁତ ମଜା ଦେଉଥିଲା। ଏହି ଫିଚର ଲଞ୍ଚ ହେବାର କିଛି ଘଣ୍ଟା ମଧ୍ୟରେ, ସୋସିଆଲ ମିଡିଆ ‘ଘିବ୍‌ଲୀ’ ଷ୍ଟାଇଲ୍ ଫଟୋରେ ପରିପୂର୍ଣ୍ଣ ହୋଇଗଲା। ‘ଘିବ୍‌ଲୀ’ ଶୈଳୀରେ ଫଟୋ ସୃଷ୍ଟି କରୁଥିବା ଏଆଇର ଆଉ କାର୍ଯ୍ୟ ସାମ୍ନାକୁ ଆସିଛି। ଷ୍ଟୁଡିଓ ‘ଘିବ୍‌ଲୀ’ ମାଧ୍ୟମରେ ଏବେ ଠକେଇ ଆରମ୍ଭ ହୋଇଯାଇଛି। ଏଆଇ ଆପ୍ ଚାର୍ଟଜିପିଟି ଏବେ ‘ଘିବ୍‌ଲୀ’ରୁ ଆଗକୁ ଯାଇ ନକଲି ଆଧାର ଏବଂ ପାନ କାର୍ଡ ତିଆରି କରୁଛି। ଏହି ଆଧାର କାର୍ଡଗୁଡ଼ିକ ମୂଳ କାର୍ଡ ସହିତ ଏତେ ମେଳ ଖାଉଛି ଯେ ସେଗୁଡ଼ିକୁ ଚିହ୍ନଟ କରିବା କଷ୍ଟକର ହୋଇପଡୁଛି। ଯେମିତି ଲୋକମାନେ ସୋସିଆଲ ମିଡିଆରେ ସେମାନଙ୍କର ଫଟୋ ସେୟାର କରିଥିଲେ। ସେହିପରି, ଏବେ ଏଆଇ ବ୍ୟବହାର କରି ତିଆରି ହୋଇଥିବା ଆଧାର କାର୍ଡ ଏବଂ ପାନ କାର୍ଡର ଫଟୋ ସେୟାର କରାଯାଉଛି।
ଚାର୍ଟଜିପିଟି ଏବେ ଏହାର ନୂତନ ଇମେଜ୍ ଜେନେରେଟରକୁ ପ୍ରଚଳନ କରିଛି। ଗତ ସପ୍ତାହ ମଧ୍ୟରେ, ଏଆଇ ଇମେଜ୍ ଜେନେରେଟର ବ୍ୟବହାର କରି ଲୋକମାନେ ୭୦୦ ନିୟୁତ ‘ଘିବ୍‌ଲୀ’ ଫଟୋ ସୃଷ୍ଟି କରିଛନ୍ତି। କିନ୍ତୁ ଏବେ କିଛି ଲୋକ ଏହା ମାଧ୍ୟମରେ ଆଧାର କାର୍ଡ ଏବଂ ପାନ କାର୍ଡ ମଧ୍ୟ ତିଆରି କରିଛନ୍ତି। ସୋସିଆଲ ମିଡିଆରେ ଅନେକ ବ୍ୟବହାରକାରୀ ସେମାନଙ୍କର ଅସଲି ଏବଂ ନକଲି ଆଧାର କାର୍ଡ ସହିତ ଫଟୋ ସେୟାର କରିଛନ୍ତି। ଏହାବ୍ୟତୀତ ଚାର୍ଟଜିପିଟି ସାହାଯ୍ୟରେ ଲୋକମାନେ ଆଧାର କାର୍ଡ ସହିତ ପାନ କାର୍ଡ ମଧ୍ୟ ତିଆରି କରୁଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ଲୋକେ ଏଆଇ ମାଧ୍ୟମରେ ତିଆରି ପାନ କାର୍ଡ ଏବଂ ଆଧାର କାର୍ଡର ଫଟୋ ସେୟାର କରି ଲେଖୁଛନ୍ତି ଯେ ଏଆଇ ତୁରନ୍ତ ପାନ୍‌ ଏବଂ ଆଧାର କାର୍ଡ ତିଆରି କରୁଛି, ଯାହା ଭବିଷ୍ୟତରେ ଏକ ବିପଦ ହୋଇପାରେ।
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ଉପଯୋଗ ଏବେ ପ୍ରତ୍ୟେକ କ୍ଷେତ୍ରରେ ଦେଖିବାକୁ ମିଳୁଛି। ଏହା ଶିକ୍ଷା କ୍ଷେତ୍ରରୁ ମଧ୍ୟ ବାଦ୍ ପଡ଼ି ନାହିଁ। ତେବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ଯଦି ଠିକ୍‌ ଭାବେ ଉପଯୋଗ କରାଯିବ, ତେବେ କ’ଣ କଲେ ଏହାକୁ ସୁଧାରି ହେବ, ସେ ବିଷୟରେ ଜାଣନ୍ତୁ।
-ଚାଟ୍‌ଜିପିଟି ପଢ଼ା ଶୈଳୀ ଅନୁଯାୟୀ କଣ୍ଟେଣ୍ଟ ପ୍ରସ୍ତୁତ କରିଥାଏ। ଏହା ଦ୍ବାରା କଷ୍ଟକର ବିଷୟ ବୁଝିବାରେ ସହଜ ହୁଏ।
-ଚାଟ୍‌ଜିପିଟି ସାହାଯ୍ୟରେ ପଢ଼ା ସମ୍ବନ୍ଧିତ ଦ୍ବନ୍ଦ୍ବକୁ ତୁରନ୍ତ ଦୂର କରିପାରିବେ।
-ଏହା ମାଧ୍ୟମରେ ଅଭ୍ୟାସ ପାଇଁ ପ୍ରଶ୍ନପତ୍ର ମଧ୍ୟ ପ୍ରସ୍ତୁତ କରିପାରିବେ।
-ଚାଟ୍‌ଜିପିଟି ସାହାଯ୍ୟରେ ପଢ଼ା ପାଇଁ ଯୋଜନା ମଧ୍ୟ କରିପାରିବେ।
-ଏହା ମାଧ୍ୟମରେ କୌଣସି ପ୍ରସଙ୍ଗକୁ ବିଭିନ୍ନ ଉପାୟରେ ବୁଝିପାରିବେ।
-ଆସାଇନ୍‌ମେଣ୍ଟ ପାଇଁ ମଧ୍ୟ ଏହାକୁ ଉପଯୋଗ କରିପାରିବେ।
-ପରୀକ୍ଷା ସମୟରେ ପଢ଼ା ଟିପ୍ସ ଦେଇ ଏହା ପ୍ରୋତ୍ସାହିତ କରିବାକୁ ସକ୍ଷମ ହୋଇଥାଏ।
-ପରୀକ୍ଷା ପ୍ରସ୍ତୁତିକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ଏହାକୁ ଟୁଲ୍‌ ଭାବେ ମଧ୍ୟ ଉପଯୋଗ କରାଯାଇପାରିବ।
ଓପନ୍‌ ଏଆଇର ସିଇଓ ପଦରୁ ବହିଷ୍କୃତ ହେଲେ ସାମ୍ ଅଲ୍ଟମ୍ୟାନ
ନୂଆଦିଲ୍ଲୀ: ଚାଟ୍-ଜିପିଟି ପ୍ରସ୍ତୁତ କରିଥିବା ଓପନ୍‌ ଏଆଇର ସିଇଓ ପଦରୁ ସାମ୍ ଅଲ୍‌ଟମ୍ୟାନ୍ ବହିଷ୍କୃତ । ଚାଟ୍‌ଜିପିଟି ଭଳି ଆପ୍ ଲଞ୍ଚ କରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିବା ‘ଓପନ୍ଏଆଇ’ କମ୍ପାନୀ ଏହାର ପ୍ରତିଷ୍ଠାତା ତଥା ସିଇଓ ସାମ୍ ଅଲ୍ଟମ୍ୟାନଙ୍କୁ ବରଖାସ୍ତ କରିଛି । ସେ କମ୍ପାନୀର କୋ-ଫାଉଣ୍ଡର ମଧ୍ୟ ଥିଲେ।
କମ୍ପାନୀର ସୂଚନା ଅନୁଯାୟୀ, ଓପନ ଏଆଇ ବୋର୍ଡକୁ ଅଲ୍ଟମ୍ୟାନଙ୍କ ଉପରେ ଆଉ ବିଶ୍ୱାସ ନାହିଁ। ତାଙ୍କର ନେତୃତ୍ୱ ଦକ୍ଷତା ଉପରେ ବୋର୍ଡର ବିଶ୍ୱାସ ନଥିଲା। ଯେଉଁଥିପାଇଁ ପଦରୁ ହଟାଇ ଦିଆଯାଇଛି । ତେବେ ସାମଙ୍କ ପରେ କମ୍ପାନୀର ପ୍ରମୁଖ ଟେକ୍ନୋଲୋଜି ଅଫିସର ମିରା ମୁର୍ତ୍ତୀଙ୍କୁ ମଧ୍ୟବର୍ତ୍ତୀ କାଳୀନ ସିଇଓ ଭାବରେ ନିଯୁକ୍ତ କରାଯାଇଛି। ଖୁବ୍ ଶୀଘ୍ର ସ୍ଥାୟୀ ସିଇଓଙ୍କୁ ଚୟନ କରାଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି । ଅଲ୍ଟମ୍ୟାନଙ୍କ ବରଖାସ୍ତ ସମଗ୍ର ଟେକ୍ନୋଲୋଜି ଜଗତକୁ ଆଶ୍ଚର୍ଯ୍ୟ କରିଛି।
ସାମ ଅଲ୍ଟମ୍ୟାନଙ୍କ ବହିଷ୍କାର ପରେ କମ୍ପାନୀର ସହ-ପ୍ରତିଷ୍ଠାତା ତଥା ପ୍ରେସିଡେଣ୍ଟ ଗ୍ରେଗ ବ୍ରୋକମ୍ୟାନ ମଧ୍ୟ OpneAIରୁ ଇସ୍ତଫା ଦେଇଛନ୍ତି। ସାମ୍‌ ଅଲ୍‌ଟ୍‌ମ୍ୟାନ୍‌ଙ୍କୁ ବହିଷ୍କାର କରାଯିବାର ଅଳ୍ପ କେତେ ଘଣ୍ଟା ପରେ ‘ଓପେନ୍‌ଏଆଇ’ର ସହ-ସଂସ୍ଥାପକ ଗ୍ରେଗ୍‌ ବ୍ରୋକ୍‌ମ୍ୟାନ୍‌ ଇସ୍ତଫା ଦେଇଛନ୍ତି।
୨୦୨୨ରେ ଚାଟ୍‌ଜିପିଟି ଲଞ୍ଚ କରି ୩୮ ବର୍ଷୀୟ ଅଲ୍ଟମ୍ୟାନ୍ ପୂରା ବିଶ୍ୱରେ ଚହଳ ସୃଷ୍ଟି କରିଥିଲେ | ଅତି କମ୍ ସମୟ ମଧ୍ୟରେ ଚାଟ୍‌ଜିପିଟି ଲୋକପ୍ରିୟ ହୋଇପାରିଥିଲା | ଚାଟ୍‌ଜିପିଟି କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଧାରିତ ଏକ ଚାଟ୍‌ବଟ୍ ଯାହା କିଛି ସେକେଣ୍ଡ ମଧ୍ୟରେ ପ୍ରାୟ ସବୁ ବିଷୟ ସମ୍ପର୍କିତ ଉତ୍ତର ଦେଇପାରିବ ।
ଆଇଟି କମ୍ପାନୀରେ ବାଧ୍ୟତାମୂଳକ ହେବାକୁ ଯାଉଛି ଚାଟ୍‌‌ ଜିପିଟି ଟୁଲ୍‌‌, ପ୍ରତି ୧୦ ଜଣରୁ ୬ ଜଣ ହରାଇପାରନ୍ତି ଚାକିରି
ଭୁବନେଶ୍ୱର : ରାଜ୍ୟର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଚାଟ୍‌‌ ଜିପିଟି ଭଳି କୃତ୍ରିମ ବୁଦ୍ଧିମତା(ଏଆଇ) ଟୁଲ୍‌‌ର ପ୍ରୟୋଗ ବାଧ୍ୟତାମୂଳକ ହେବାକୁ ଯାଉଛି। ଆଇବିଏମ୍‌‌ ଓ ଉଇପ୍ରୋ ଭଳି ପ୍ରତିଷ୍ଠିତ ଆଇଟି କମ୍ପାନୀଗୁଡ଼ିକ କର୍ମଚାରୀମାନଙ୍କୁ ଚାଟ୍‌‌ ଜିପିଟି ଭଳି ଏଆଇ ଟୁଲ୍‌‌ର ବ୍ୟବହାର ସମ୍ପର୍କିତ ପ୍ରଶିକ୍ଷଣ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଚାଟ୍‌‌ ଜିପିଟିର ପ୍ରୟୋଗ ରାଜଧାନୀର ପ୍ରମୁଖ ଆଇଟି କମ୍ପାନୀଗୁଡ଼ିକରେ କାର୍ଯ୍ୟରତ ମାନବ ସମ୍ବଳକୁ ପ୍ରଭାବିତ କରିବା ନେଇ ଆଶଙ୍କା ଦେଖାଦେଇଛି।
ବିଶେଷ କରି ରାଜ୍ୟରେ ସକ୍ରିୟ ଥିବା ଅଧିକାଂଶ ଆଇଟି କମ୍ପାନୀଗୁଡ଼ିକ ସଫ୍ଟୱେରଜନିତ ସମସ୍ୟାର ସମାଧାନ ଦିଗରେ ଏଆଇର ପ୍ରୟୋଗ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଏନେଇ କର୍ମଚାରୀମାନଙ୍କୁ ମେଲ୍‌‌ ମଧ୍ୟ କରି ଦିଆଯାଇଛି। ଏଭଳି ସ୍ଥିତିରେ ଏଆଇର ପ୍ରୟୋଗ କମ୍ପାନୀଗୁଡ଼ିକ ପାଇଁ ଲାଭଦାୟକ ହେବାକୁ ଯାଉଥିବା ବେଳେ କର୍ମଚାରୀମାନଙ୍କ ମଧ୍ୟରେ ଭାଳେଣୀ ପଡ଼ିଥିବା ଦେଖିବାକୁ ମିଳିଲାଣି। ଜନୈକ ଆଇଟି କମ୍ପାନୀ ମ୍ୟାନେଜର ଏସମ୍ପର୍କରେ କହିଛନ୍ତି ଯେ ବିଶେଷକରି ଏକ ସଫ୍ଟୱେର ବିକଶିତ କରି ତାହାକୁ ବିକ୍ରି କରି ଦିଆଯିବା ପରେ ଆଇଟି କମ୍ପାନୀ ଉକ୍ତ ସଫ୍ଟୱେର ଦେଖାଦେଉଥିବା ଦୈନନ୍ଦିନ ସମସ୍ୟାର ସମାଧାନରେ ଲାଗିଥାଏ। ସଫ୍ଟୱେରର ବ୍ୟବହାର ବଡ଼ ଧରଣରେ କରାଯାଉଥିବା ହେତୁ ପ୍ରତି ଦିନ ଶହ ଶହ ସମସ୍ୟାର ସମାଧାନ କରିବାକୁ ପଡ଼ିଥାଏ। ଏଭଳି ସ୍ଥଳେ କମ୍ପାନୀଗୁଡ଼ିକ ବହୁ ସଂଖ୍ୟାରେ ଆଇଟି ଏକ୍ସପର୍ଟମାନଙ୍କୁ ନିଯୁକ୍ତ ଦେଇଥାଆନ୍ତି।
ତେବେ ଏହି ସମସ୍ୟା ସମାଧାନ କ୍ଷେତ୍ରରେ ସମ୍ପ୍ରତି ଏଆଇ ଟୁଲ୍‌‌ର ବ୍ୟବହାର କରାଯିବ ବୋଲି କମ୍ପାନୀଗୁଡ଼ିକ କର୍ମଚାରୀଙ୍କୁ ସୂଚନା ଦେଉଛନ୍ତି। ଯାହା ଫଳରେ ଜଣେ କର୍ମଚାରୀ ଏଆଇ ଟୁଲ୍‌‌ର ବ୍ୟବହାର କରି ଏକାଧିକ ସମସ୍ୟାର ସମାଧାନ ଅପେକ୍ଷାକୃତ ଭାବେ କମ୍‌‌ ସମୟରେ କରିଦେଇପାରିବ। ଏଣୁ ଏଆଇର ପ୍ରୟୋଗ ହେଲେ କାହାର ଚାକିରି ରହିବ ଓ କାହାର ଚାକିରି ଯିବ ସେନେଇ କର୍ମଚାରୀମାନେ ଭୟଭୀତ ରହିଛନ୍ତି। ଆଇବିଏମ୍‌‌ର ଜନୈକ ଅଧିକାରୀ ଏସମ୍ପର୍କରେ କହିଛନ୍ତି ଯେ ସଫ୍ଟୱେରଗୁଡ଼ିକ କ୍ଷେତ୍ରରେ ଅନେକ ସମସ୍ୟା ଏଭଳି ରହିଛି ଯାହା ପ୍ରତିଦିନ ଦେଖାଯାଏ। ସମ୍ପୃକ୍ତ ସମସ୍ୟା ପାଇଁ କୋଡିଂଗୁଡ଼ିକୁ ସହଜରେ ଏଆଇ ମାଧ୍ୟମରେ କରି ହେବ।
ଅନ୍ୟପକ୍ଷରେ କ୍ଲିଷ୍ଟ ସମସ୍ୟାର ସମାଧାନ ଦାୟିତ୍ୱ ଅଭିଜ୍ଞ ମାନବ ସମ୍ବଳ ଉପରେ ନିର୍ଭରଶୀଳ ରହିବ। ଏଭଳି ସ୍ଥିତିରେ କମ୍ପାନୀରେ ଥିବା ଅନଭିଜ୍ଞ କର୍ମଚାରୀମାନେ ଚାକିରି ହରାଇ ପାରନ୍ତି। ଯେଉଁ କାମ ଏଆଇ ଦ୍ୱାରା କରାଯାଇପାରିବ ତାହାଠାରୁ ଅଧିକ କାମ କରିପାରୁଥିବା ଲୋକେ ହିଁ ଚାକିରିରେ ରହିବେ। ମୋଟୋମୋଟି ଭାବେ କହିବାକୁ କଲେ ଗୋଟିଏ କମ୍ପାନୀରେ ପ୍ରତି ୧୦ ଜଣ କର୍ମଚାରୀ ବଦଳରେ ମାତ୍ର ୪ ଜଣ ଲୋଡ଼ାପଡ଼ିବେ; ଯେଉଁମାନେ ଏଆଇ ଟୁଲ୍‌‌ର ବ୍ୟବହାରରେ ଅନ୍ୟ ୬ ଜଣଙ୍କ କାମ କରିଦେଇ ପାରିବେ। ଏଣୁ ଉକ୍ତ ୬ ଜଣ ଅନଭିଜ୍ଞ କର୍ମଚାରୀ ଚାକିରି ହରାଇବାକୁ ପଡ଼ିପାରେ। କମ୍ପାନୀଗୁଡ଼ିକ ଖୁବଶୀଘ୍ର ଏଭଳି ପଲିସି ଆପଣାଇବାକୁ ଯାଉଛନ୍ତି। ଅନ୍ୟପକ୍ଷରେ ସମ୍ପ୍ରତି ଏଆଇର ଭର୍ସନ୍‌‌ ୧କୁ ଆମେ ଦେଖୁଛେ। ଏହା ମଧ୍ୟ ଧୀରେ ଧୀରେ ବିକଶିତ ହେଉଛି। ତେବେ ସମ୍ପ୍ରତି ରାଜଧାନୀରେ ପ୍ରବେଶ କରିବାକୁ ଏଆଇ ଟୁଲ ମଧ୍ୟରେ, ଡିପ୍‌‌ କୋଡ୍‌‌, ଟ୍ୟାବ୍‌‌ ଲାଇନ୍‌‌, ଗିଟ୍‌‌ ହବ୍‌‌ କୋପାଇଲଟ୍‌‌, ମିଲଟଲିଭାଏ ଓ ଚାଟ୍‌‌ ଜିପିଟି। ଏଗୁଡ଼ିକ ବଡ଼ ବଡ଼ ଆପ୍ଲିକେସନ୍‌‌ର କୋଡ୍‌‌ ବେସ୍‌‌କୁ ସୁରକ୍ଷା ଦେବା, କୋଡ୍‌‌ ଲେଖିବା, କୋଡିଂ କରିବା ପରେ ଏହାକୁ ସଂକ୍ଷିପ୍ତ କରିବା, ଡିକୋଡ୍‌‌ ଓ ଡକ୍ୟୁମେଣ୍ଟେସନ୍‌‌ କରିବାରେ ସହାୟକ ହେବ।