joranda mahima gadi - The Sakala
ଆଜିଠୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା, ଶୁଭିବ ବ୍ରହ୍ମ ମହାମହିମା ଧ୍ବନି
ଗଁଦିଆ: ଆଜିଠୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା ଆରମ୍ଭ ହୋଇଛି । ଯୋରନ୍ଦା ମେଳା ପାଇଁ ଚଳଚଞ୍ଚଳ ହୋଇଉଠିଛି ଢେଙ୍କାନାଳ ଯୋରନ୍ଦା ପୀଠ । ୪ ଦିନ ବ୍ୟାପୀ ଚାଲିବ ମେଳା । ଶୁଭିବ ବ୍ରହ୍ମ ମହାମହିମା ଧ୍ବନି । ମାଘ ଚତୁର୍ଦ୍ଦଶୀରେ ଏକତ୍ରିତ ହେବେ ମହିମା ସାଧୁସନ୍ଥ ଓ ସନ୍ନ୍ୟାସୀ। ସେମାନଙ୍କ ଅନୁଗାମୀ ଭକ୍ତ ଶିଷ୍ୟ ଲକ୍ଷାଧିକ ସଂଖ୍ୟାରେ ଯୋରନ୍ଦା ମେଳାରେ ଗୁରୁଙ୍କ ସାନ୍ନିଧ୍ୟ ଓ ଆଶୀର୍ବାଦ ଲାଭ କରିବେ । ସନ୍ଧ୍ୟା ୫ଟା ୧୫ରେ ଗାଦି ମନ୍ଦିରର ଚାରିଦ୍ୱାରରେ ଝାଡ଼ଦୀପ ପ୍ରଜ୍ୱଳନ କାରାଯାଇଛି । ଜଗତ ଭକତର ମଙ୍ଗଳ ପାଇଁ ମହିମା ସନ୍ନ୍ୟାସୀମାନେ ଝାଡ଼ଦୀପ ପ୍ରଜ୍ୱଳନ କରିଛନ୍ତି । ମହିମା ଗାଦିରେ ଯୋରନ୍ଦା ମେଳା ପାଇଁ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ବିହାର, ଛତିଶଗଡ଼, ପଶ୍ଚିମବଙ୍ଗ ଆଦି ଅଞ୍ଚଳରୁ ହଜାର ହଜାର ସଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇସାରିଲାଣି। ମାନସିକ କରିଥିବା ଶିଶୁମାନଙ୍କ କେଶ ମୁଣ୍ଡନ କରି ଅଭିଭାବକମାନେ ମେଳା ଭ୍ରମଣ ଆରମ୍ଭ କରିଦେଲେଣି।
ଶନିବାର ଭୋର୍‌ ସାଢେ଼ ୩ଟାରେ ଗାଦି ମନ୍ଦିର, ଶୂନ୍ୟ ମନ୍ଦିର, ଧୂନୀ ମନ୍ଦିର ସମେତ ଅନ୍ୟାନ୍ୟ ଉପାସନା ପୀଠରେ ନୀତି ଆରମ୍ଭ ହୋଇଛି । ବ୍ରାହ୍ମ ମୁହୂର୍ତ୍ତରେ ମନ୍ଦିର ଚାରିଦ୍ୱାର ଖୋଲାଯାଇ ରୁପାଗରାରେ ପାଣି ମନ୍ଦିର ଚତୁଃପାଶ୍ୱର୍ରେ ସିଞ୍ଚନ କାରାଯାଇଛି । ଅଗୁର, କର୍ପୂର ଓ ଚନ୍ଦନ ପାଣି ସିଞ୍ଚନ ପରେ ଛେରାପହଁରା କାରାଯାଇଛି। ତ୍ରିସନ୍ଧ୍ୟା ପୂଜା ପରେ ୫ଟା ୧୫ରେ ଝାଡ଼ଦୀପ ପ୍ରଜ୍ୱଳିତ ହୋଇଛି । ସକାଳ ୫ଟା ସୁଦ୍ଧା ପ୍ରଭୁଙ୍କ ଅବକାଶ ସ୍ତୁତି ପ୍ରାର୍ଥନା, ଭିକ୍ଷାଭଜନ ଆଦି ପାଠ ପରେ ଶୂନ୍ୟପ୍ରଭୁଙ୍କ ନିକଟରେ ଅମୁଣିଆ ପ୍ରସାଦ ଅର୍ପଣ କରାଯାଇ ବାଳକ, ବାଳିକା ତଥା ସର୍ବସାଧାରଣଙ୍କୁ ମହାପ୍ରସାଦ ବିତରଣ କରାଯାଇଛି। ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ପ୍ରତେକ ମନ୍ଦିରର ନୀତିସେବକ ସନ୍ନ୍ୟାସୀ ନିଜ କାର୍ଯ୍ୟ ସମ୍ପାଦନ କରିବା ସହ ଜଗତ ଭକତର ମଙ୍ଗଳ କାମନା କରିବେ।
ମେଳା ପଡ଼ିଆରେ ଅସ୍ଥାୟୀ ଦୋକାନଗୁଡ଼ିକ ପସରା ମେଲାଇଛନ୍ତି। ଅନୁକୂଳ ପାଗ ଯୋଗୁଁ ବିଭିନ୍ନ ପ୍ରାନ୍ତରୁ ମହିମା ସନ୍ନ୍ୟାସୀ, ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛି। ମନୋରଞ୍ଜନ ପାଇଁ ରାତିରେ ବିଭିନ୍ନ ଅପେରା ନାଟକ ପରିବେଷଣ କରିବା ବ୍ୟବସ୍ଥା ହୋଇଛି। ଏଥିସହ ବିଭିନ୍ନ ରକମର ଦୋଳି, ମିନାବଜାର, ଭଳିକି ଭଳି ଖାଦ୍ୟ ସାମଗ୍ରୀ ଷ୍ଟଲ ଖୋଲାଯାଇଛି। ଆଞ୍ଚଳିକ ଶିଳ୍ପକାଳର ହସ୍ତଶିଳ୍ପ ପ୍ରଦର୍ଶନୀ ଶ୍ରଦ୍ଧାଳୁଙ୍କୁ ବେଶ୍‌ ଆକୃଷ୍ଟ କରିବ ବୋଲି କୁହାଯାଉଛି। ଫେବୃଆରୀ ୧ରେ ମୁଖ୍ୟମନ୍ତୀ ଆସୁଥିବାରୁ ସୁରକ୍ଷା ବ୍ୟବସ୍ଥା ତଦାରଖ କରିବାକୁ ଜିଲ୍ଲା ପ୍ରଶାସନ ଅଧିକାରୀମାନେ ବାରମ୍ବାର ପରିଦର୍ଶନରେ ଆସୁଛନ୍ତି।
ଢେଙ୍କାନାଳ: ବଜ୍ରପାତରେ ଯୋରନ୍ଦା ମହିମାଗାଦିର ଦଧିନଉତି ଭାଙ୍ଗିଯାଇଛି । ଢେଙ୍କାନାଳ ଜିଲ୍ଲା ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମରପୀଠ ମହିମାଗାଦି ଯୋରନ୍ଦାରେ ବଜ୍ରପାତ ପଡି ଗାଦି ମନ୍ଦିର ପୂର୍ବ ମୁଖଶାଳା ଦଧିନଉତି ସମ୍ପୂର୍ଣ୍ଣ ଭାଙ୍ଗିଛି । ଘଟଣା ସମ୍ପର୍କରେ ଜାଣିବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଆଲୋଚନା ଜୋର ଧରିଛିକି କିଛି ଭୟଙ୍କର ବିପଦ ମାଡି ଆସିବ କି? ଦଧିନଉତି ଭାଙ୍ଗିବା ଅଶୁଭ ବୋଲି ସାଧାରଣରେ ଚର୍ଚ୍ଚା କରାଯାଉଛି।
ଭାରତର ଧାର୍ମିକ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବ ଯୋରନ୍ଦା: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଢେଙ୍କାନାଳ ମହିମାଗାଦି ଉନ୍ନତିକରଣ ପ୍ରକଳ୍ପର ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି ଯେ, ଦେବଭୂମି ଓଡ଼ିଶା, ପୁଣ୍ୟଭୂମି ଓଡ଼ିଶା । ମହିମା ଧର୍ମ ଯୋରନ୍ଦା ମାଟିକୁ ପବିତ୍ର ଓ ପ୍ରସିଦ୍ଧ କରିଛି। ଏ ମାଟିରେ ଆପଣମାନଙ୍କ ସହ ମିଶି ବହୁତ ଖୁସି ଲାଗୁଛି।  ସରଳ ଜୀବନ ଯାପନରେ ବିଶ୍ବସ କରେ ମହିମା ଧର୍ମ । ସେବା ଓ ଜଗତକଲ୍ୟାଣର ବାର୍ତ୍ତା ଦେଇଥାଏ ମହିମା ଧର୍ମ । ବିଶ୍ବକୁ ଏକ ପରିବାର ଭାବେ ବିଶ୍ବାସ କରେ ଏହି ଧର୍ମ । ମହାନ ସନ୍ଥ ଭୀମ ଭୋଇଙ୍କ ବାର୍ତ୍ତା ଆମ ସମସ୍ତଙ୍କ ପାଇଁ ପ୍ରେରଣା ।  ଯୋରନ୍ଦା ପୀଠର ଉନ୍ନତି ପାଇଁ ୧୧୨ କୋଟି ଟଙ୍କା ମଞ୍ଜୁର ହୋଇଛି। ୩ ବର୍ଷ ମଧ୍ୟରେ ସବୁ ଉନ୍ନତିକରଣ କାମ ଶେଷ ହେବ । ଭାରତର ଧାର୍ମିକ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବ ଯୋରନ୍ଦା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିସହ ମାଘ ମେଳା ପାଇଁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
ପ୍ରକଳ୍ପ ଦ୍ବାରା ଯୋରନ୍ଦା ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ ଭାବେ ସଭିଙ୍କ ଦୃଷ୍ଟି ଆକର୍ଷଣ କରିବ। ମହିମା ଧର୍ମର ଆହୁରି ପ୍ରଚାର ପ୍ରସାର ହେବ। ମହିମା ସାଧୁଙ୍କ ସହ ଶ୍ରଦ୍ଧାଳୁମାନେ ମଧ୍ୟ ଉପକୃତ ହେବେ। ରୂପାନ୍ତରଣ ପ୍ରକଳ୍ପରେ ପୀଠର ସାମଗ୍ରିକ ବିକାଶ ସହ ଶ୍ରଦ୍ଧାଳୁଙ୍କ ସୁବିଧାକୁ ଗୁରୁତ୍ବ ଦିଆଯାଇଛି। ପ୍ରକଳ୍ପରେ ୨୦ରୁ ଅଧିକ କ୍ଷେତ୍ରର ବିକାଶ କରାଯିବ। ପିଲିଗ୍ରିମ ହଲ୍, ପିଲିଗ୍ରିମ୍ ରେଷ୍ଟ୍ ସେଡ, ଓ୍ବେଟିଂ ହଲ୍, ଶୂନ୍ୟ ମଣ୍ଡପ ଗେଟ୍, ଭିକ୍ଷା ମଣ୍ଡପ ଓ ବେଢ଼ା, ଅଖଣ୍ଡ ବତୀ ମଣ୍ଡପ, ଭଜନ ମଣ୍ଡପ, ଅଖଣ୍ଡ ଧୂନି, ଅମଣିଆ ମଣ୍ଡପ, ମୁଖ୍ୟ ନୀତି, ପୂଜକ ଘର, ଚନ୍ଦନ ଘର, ମଠ ନୀତି ଘର, ସରଞ୍ଜାମ ଘର, ରୋଷେଇ ଘର, ଭେକ ବାନା ମଣ୍ଡପ, ପୋଖରୀ, ଭକ୍ତଙ୍କ ରାତ୍ରୀ ଯାପନ ପାଇଁ ଘର, ପାର୍କିଂ ବ୍ୟବସ୍ଥା, ମହିମା ଗାଦିକୁ ସଂଯୋଗ କରୁଥିବା ରାସ୍ତା, ନୂଆ ଶୂନ୍ୟ ମଣ୍ଡପ ଆଦିର ନିର୍ମାଣ ଏବଂ ଉନ୍ନତିକରଣ କରାଯିବ  ।
ମହିମା ଗାଦିର ରୂପାନ୍ତରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
ଢେଙ୍କାନାଳ : ଆଜି ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ମହିମାପୀଠ ପାଇଁ ଐତିହାସିକ ଦିନ। ସାକାର ହେବ ଦୀର୍ଘ ବର୍ଷର ସ୍ବପ୍ନ। ମହିମାଗାଦି ଚତୁଃପାର୍ଶ୍ବର ଉନ୍ନତିକରଣ, ଭବ୍ୟ ମହିମାଗାଦି ଶୂନ୍ୟ ମଣ୍ଡପ ଏବଂ ଉପାସନା ପୀଠ ଓ ବତୀ ମଣ୍ଡପ ନିର୍ମାଣ ପ୍ରକଳ୍ପର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହେବ। ଏହି ଅବସରରେ ଯୋରନ୍ଦା ଯାଇ ମହିମା ଗାଦିର ରୂପାନ୍ତରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଦିନ ୧୧ଟାରେ ଯୋରନ୍ଦାରେ ପହଞ୍ଚିବା ନେଇ ସୂଚନା ରହିଛି। ସେଠାରେ ପହଞ୍ଚି ମହିମାଶୂନ୍ୟ ମନ୍ଦିର ପରିସରକୁ ଯାଇ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହାପରେ ମହିମା ସାଧୁସନ୍ଥଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।
ତେବେ ଯୋରନ୍ଦା ରୂପାନ୍ତରଣ ପାଇଁ ୧୧୨ କୋଟି ଟଙ୍କା ଅନୁମୋଦନ କରିଛନ୍ତି ରାଜ୍ୟ ସରକାର। ପ୍ରକଳ୍ପ ଦ୍ବାରା ଯୋରନ୍ଦା ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ ଭାବେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବ। ମହିମା ଧର୍ମର ଆହୁରି ପ୍ରଚାରପ୍ରସାର ହେବ। ମହିମା ସାଧୁଙ୍କ ସହ ଶ୍ରଦ୍ଧାଳୁମାନେ ମଧ୍ୟ ଉପକୃତ ହେବେ। ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ପ୍ରାୟ ୨୦ ହଜାର ସାଧୁସନ୍ଥଙ୍କ ସହ ୪୦ ହଜାରରୁ ଅଧିକ ଜନସାଧାରଣ ଉତ୍ସବରେ ଯୋଗଦାନ କରୁଛନ୍ତି। ସୁରକ୍ଷା ଦୃଷ୍ଟିରୁ ୧୫ ପାଟୁନ ପୋଲିସ ପୋର୍ସ, ୨ ଜଣ ଅତିରିକ୍ତ ଏସପି, ୮ ଜଣ ଡିଏସପି, ୧୯ ଜଣ ଇନ୍ସପେକ୍ଟର ମୁତୟନ ହୋଇଛନ୍ତି।
ସେହିପରି ପୀଠର ସାମଗ୍ରିକ ବିକାଶ ସହ ଶ୍ରଦ୍ଧାଳୁଙ୍କ ସୁବିଧାକୁ ଗୁରୁତ୍ବ ଦିଆଯାଇଛି। ପ୍ରକଳ୍ପରେ ୨୦ରୁ ଅଧିକ କ୍ଷେତ୍ରର ବିକାଶ କରାଯିବ। ଯେପରିକି ପିଲିଗ୍ରିମ ହଲ୍, ପିଲିଗ୍ରିମ୍ ରେଷ୍ଟ୍ ସେଡ, ଓ୍ବେଟିଂ ହଲ୍, ଶୂନ୍ୟ ମଣ୍ଡପ ଗେଟ୍, ଭିକ୍ଷା ମଣ୍ଡପ ଓ ବେଢ଼ା, ଅଖଣ୍ଡ ବତୀ ମଣ୍ଡପ, ଭଜନ ମଣ୍ଡପ, ଅଖଣ୍ଡ ଧୂନି, ଅମଣିଆ ମଣ୍ଡପ, ଭିକ୍ଷା ମଣ୍ଡପ, ମୁଖ୍ୟ ନୀତି,  ପୂଜକ ଘର, ମୁଖ୍ୟ ନୀତି ସହ ପୂଜକ ଘର, ଚନ୍ଦନ ଘର, ମଠ ନୀତି ଘର, ସରଞ୍ଜାମ ଘର, ଭିକ୍ଷା ମଣ୍ଡପ, ରୋଷେଇ ଘର, ଭେକ ବାନା ମଣ୍ଡପ, ପୋଖରୀ, ଭକ୍ତଙ୍କ ରାତ୍ରୀ ଯାପନ ପାଇଁ ଘର, ପାର୍କିଂ ବ୍ୟବସ୍ଥା, ମହିମା ଗାଦିକୁ ସଂଯୋଗ କରୁଥିବା ରାସ୍ତା, ନୂଆ ଶୁନ୍ୟ ମଣ୍ଡପ ଆଦିର ନିର୍ମାଣ ଏବଂ ଉନ୍ନତିକରଣ କରାଯିବ।
ମହିମା ପୀଠର ହେବ ସମ୍ପୂର୍ଣ୍ଣ ରୁପାନ୍ତର : ୧୧୨ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ଭୁବନେଶ୍ବର : ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ଗାଦି ପୀଠର ହେବ ସମ୍ପୂର୍ଣ୍ଣ ରୁପାନ୍ତର। କାୟାକଳ୍ପରେ ଆସିବ ପୁରା ପରିବର୍ତ୍ତନ। ଗତ ମେ ୨୯ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ସଚିବ 5T ଭି କେ ପାଣ୍ଡିଆନ୍ ମହିମା ପୀଠ ପରିଦର୍ଶନ କରି ସାଧୁ ସନ୍ଥ ଓ ଭକ୍ତ ମାନଙ୍କ ସହିତ ପୀଠର ସମ୍ପୂର୍ଣ୍ଣ ରୁପାନ୍ତର ବିଷୟରେ ଆଲୋଚନା କରିଥିଲେ ଏବଂ ୧୫ ଦିନ ଭିତରେ ପ୍ରକଳ୍ପ ରିପୋର୍ଟ ଦେବା ପାଇଁ ପରାମର୍ଶ ଦେଇଥିଲେ । ଏହି ପରାମର୍ଶ ଅନୁସାରେ ଜିଲ୍ଲାପାଳ ଆଜି ୧୧୨ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରିଥିଲେ। ଯାହାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି।
ଏଥିରେ ପୀଠର ସର୍ବାଙ୍ଗୀନ ବିକାଶ ସହିତ ଭକ୍ତ ମାନଙ୍କ ପାଇଁ ବିଭିନ୍ନ ସୁବିଧା ଉପରେ ଗୁରୁତ୍ଵ ଦିଆଯାଇଛି । ଏଥିରେ ସମାଧି ମନ୍ଦିରର ପୁନଃ ନିର୍ମାଣ, ପ୍ରାର୍ଥନା ଗୃହ, ପାଚେରୀ, ପୁଷ୍କରିଣୀ ପୁନରୁଦ୍ଧାର, ବସ ଷ୍ଟାଣ୍ଡ, କୌପୀନ ଧାରି ମହିମା ସମାଜ ପୀଠ ପୁନ ନିର୍ମାଣ, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଆଦି ନିର୍ମାଣ କରାଯିବ। ପୀଠ ଭିତରେ ଆଭ୍ୟନ୍ତରୀଣ ସଡ଼କ ସହିତ ପୁରା ସ୍ଥାନର ଆଲୋକି କରଣ କରାଯିବ। ଜଗନ୍ନାଥ ମନ୍ଦିର ଠାରୁ ସ୍କୁଲ ପଡିଆ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯିବ। ସୌନ୍ଦର୍ଯ୍ୟ କରଣ ପାଇଁ ପୂର୍ବ ପଟ ବଡ ପୋଖରୀର ପୁନରୁଦ୍ଧାର ସହିତ ୨୦୦ ତାଳ ଗଛ ଓ ୨୦୦ ବର ଗଛ ଲଗାଯିବ। ଆଲୋକିକରଣ ସହିତ ପ୍ରମନେଡ ତିଆରି କରାଯିବ। ସାଧୁ ଓ ଭକ୍ତ ମାନଙ୍କ ପାଇଁ ୨୦୦ ପାଇଖାନା ନିର୍ମାଣ କରାଯିବ। ପୁରା ପ୍ରକଳ୍ପରେ ସାଧୁ ସନ୍ଥ, ଭକ୍ତ, ଓ ଅତିଥି ମାନଙ୍କ ପାଇଁ ସବୁ ପ୍ରକାର ସୁବିଧା ସୁଯୋଗ ରହିବ। ସୌନ୍ଦର୍ଯ୍ୟ କରଣ ସହିତ ଏହା ଜିଲ୍ଲାର ଏକ ପ୍ରମୁଖ ତୀର୍ଥସ୍ଥଳୀ ଓ ପର୍ଯ୍ୟଟନ କେନ୍ଦ୍ର ହେବା ପାଇଁ ସବୁ ପଦକ୍ଷେପ ନିଆଯିବ।