Brijbhushan Singh - The Sakala

ବଢ଼ିଲା ବ୍ରିଜଭୂଷଣ ସିଂଙ୍କ ଅଡୁଆ, ଯୌନଶୋଷଣ ମାଲାରେ ଚାର୍ଜଫ୍ରେମ କରିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ
ନୂଆଦିଲ୍ଲୀ: ବଢ଼ିଲା ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ଅଡୁଆ । ତାଙ୍କ ବିରୋଧରେ ଚାଲିବ ଯୌନ ନିର୍ଯାତନା ମାମଲା । ବ୍ରିଜ ଭୂଷଣଙ୍କ ବିରୋଧରେ ୬ ମହିଳା କୁସ୍ତି ଖେଳାଳିଙ୍କ ଦ୍ୱାରା ଦାଖଲ ଯୌନ ନିର୍ଯାତନା ମାମଲାରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଚାର୍ଜଫ୍ରେମ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ (ଏସିଏମ୍) ପ୍ରିୟଙ୍କା ରାଜପୁତ ଏହି ନିର୍ଦ୍ଦେଶ ଦେଇଛନ୍ତି। କୁସ୍ତି ମହାସଂଘର ମୁଖ୍ୟ ଥିବା ସମୟରେ ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯ୍ୟାତନା ଦେଉଥିବା ନେଇ ବ୍ରିଜଭୂଷଣଙ୍କ ନାଁରେ ଆସିଥିଲା ଅଭିଯୋଗ । ଏନେଇ ପୋଲିସ ବ୍ରିଜ୍ଭୂଷଣଙ୍କ ବିରୋଧରେ ଚାର୍ଜସିଟ୍ ମଧ୍ୟ ଦାଖଲ କରିଥିଲା ।

କୋର୍ଟ କହିଛନ୍ତି ଯେ, ଆଇପିସି ଦଫା ୩୫୪ (ମହିଳାଙ୍କ ସହ ଅଶ୍ଳୀଳ ବ୍ୟବହାର) ଏବଂ ୩୫୪-ଏ (ଯୌନ ନିର୍ଯାତନା) ଏବଂ ଧାରା ୫୦୬ (ଅପରାଧିକ ଧମକ) ଅନୁଯାୟୀ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି। ବ୍ରିଜ ଭୂଷଣଙ୍କ ବ୍ୟତୀତ କୋର୍ଟ କୁସ୍ତି ମହାସଂଘର ପୂର୍ବତନ ସହକାରୀ ସଚିବ ବିନୋଦ ତୋମାରଙ୍କ ବିରୋଧରେ ମଧ୍ୟ ଚାର୍ଜଫ୍ରେମ୍ କରିଛନ୍ତି। ତୋମାରଙ୍କ ବିରୋଧରେ ଆଇପିସି ଦଫା ୫୦୬ ଅଧୀନରେ ଚାର୍ଜ ଫ୍ରେମ କରାଯାଇଛି। ଚାର୍ଜଫ୍ରେମ୍ କରାଯିବା ଅର୍ଥ ଏହି ମାମଲାର ପ୍ରଥମ ପର୍ଯ୍ୟାୟ ଶୁଣାଣି ଆରମ୍ଭ ହେବ ।

ସୂଚନାଯୋଗ୍ୟ, ଭାରତର ଅନେକ ପଦକ ବିଜେତା ମହିଳା କୁସ୍ତି ଖେଳାଳି ଯୌନ ନିର୍ଯାତନା ଅଭିଯୋଗ କରି ଦିଲ୍ଲୀର ଜନ୍ତର ମନ୍ତରରେ ବ୍ରିଜ ଭୂଷଣଙ୍କ ବିରୋଧରେ ଦୀର୍ଘ ଦିନ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଯୌନ ନିର୍ଯାତନା ମାମଲାରେ ବ୍ରିଜଭୂଷଣ ସିଂହଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ଦିଲ୍ଲୀ କୋର୍ଟ
ନୂଆଦିଲ୍ଲୀ: ଯୌନ ନିର୍ଯାତନା ମାମଲାରେ ବ୍ରିଜଭୂଷଣ ସିଂହଙ୍କୁ ବଡ ଆଶ୍ବସ୍ତି । ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଉତ୍ପୀଡନ ମାମଲାରେ ଭାରତୀୟ କୁସ୍ତି ମହାସଂଘର ସଭାପତି ତଥା ବିଜେପିର ହେଭିୱେଟ ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କୁ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ବ୍ରିଜଭୂଷଣଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ବ୍ରିଜ ଭୂଷଣ ଶରଣ ସିଂହ ଏବଂ ସଚିବ ବିନୋଦ ତୋମାରଙ୍କୁ ୨୫,୦୦୦ ଟଙ୍କା ଲେଖାଏଁ ବ୍ୟକ୍ତିଗତ ବଣ୍ଡରେ ଦିଲ୍ଲୀର ରାଉଜ୍‌ ଆଭେନ୍ୟୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଜାମିନ ପ୍ରଦାନ ବେଳେ କୋର୍ଟ ସର୍ତ୍ତ ରଖିଛନ୍ତି କି କୋର୍ଟଙ୍କ ବିନା ଦିର୍ଦ୍ଦେଶରେ ବ୍ରିଜଭୂଷଣ ଦେଶ ବାହାରକୁ ଯାଇପାରିବେ ନାହିଁ । ଏହାସହ ସାକ୍ଷୀମାନଙ୍କୁ ପ୍ରଭାବିତ ନକରିବାକୁ ବ୍ରିଜଭୂଷଣଙ୍କୁ କୋର୍ଟ ସତର୍କ କରାଇଛନ୍ତି ।

ସୂଚନାଯୋଗ୍ୟ, ବ୍ରିଜ ଭୂଷଣଙ୍କ ବିରୋଧରେ ଭାରତର ୬ ଜଣ ମହିଳା କୁସ୍ତିଯୋଦ୍ଧା ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ଭିନେଶ ଫୋଗଟ, ସାକ୍ଷୀ ମଲ୍ଲିକ ଓ ବଜରଙ୍ଗ ପୁନିଆଙ୍କ ନେତୃତ୍ୱରେ ଅନେକ କୁସ୍ତିଯୋଦ୍ଧା ୨ମାସ ଧରି ଦିଲ୍ଲୀରେ ଧାରଣା ଦେବା ପରେ ସରକାରଙ୍କ ଆଶ୍ୱାସନା ପାଇଁ ଧାରଣା ଭଙ୍ଗ କରିଥିଲେ । ଦିଲ୍ଲୀ ପୋଲିସ୍ ଏହି ମାମଲାରେ ଆଇପିସିର ବିଭିନ୍ନ ଧାରା ଅନୁଯାୟୀ ଜୁନ୍ ୧୫ରେ ବ୍ରିଜ ଭୂଷଣ ଓ ତେମରଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା ।

ନାବାଳିକା କୁସ୍ତିଯୋଦ୍ଧାଙ୍କୁ ଯୌନ ଉତ୍ପୀଡନ ମାମଲାରେ ବ୍ରିଜଭୂଷଣ ସିଂଙ୍କୁ କ୍ଲିନଚିଟ୍
ନୂଆଦିଲ୍ଲୀ: ନାବାଳିକା କୁସ୍ତିଯୋଦ୍ଧାଙ୍କୁ ଯୌନ ଉତ୍ପୀଡନ ମାମଲାରେ କୁସ୍ତିଯୋଦ୍ଧା ସଭାପତି ବ୍ରିଜଭୂଷଣ ସିଂଙ୍କୁ ଦିଲ୍ଲୀ ପୋଲିସ ତରଫରୁ କ୍ଲିନଚିଟ୍ ଦିଆଯାଇଛି । ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ କୌଣସି ବଳିଷ୍ଠ ପ୍ରମାଣ ନାହିଁ, ତାଙ୍କ ବିରୋଧରେ ଦାୟର ପୋକ୍ସୋ ଏଫଆଇଆରକୁ ରଦ୍ଦ କରିବା ଲାଗି ରିପୋର୍ଟ ଦାଖଲ ହୋଇଛି ବୋଲି କହିଛି ଦିଲ୍ଲୀ ପୋଲିସ । ବ୍ରିଜଭୂଷଣଟଙ୍କ ବିରୋଧରେ ୭ଜଣ କୁସ୍ତିଯୋଦ୍ଧା ଆଣିଥିବା ଅଭିଯୋଗ ଉପରେ ଯାଂଚ କରି ଦୁଇଟି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି । ଏହି ରିପୋର୍ଟ ଦାଖଲ କରିବା ଲାଗି ଦିଲ୍ଲୀ ପୁଲିସ ଅଧିକାରୀମାନେ ଆଜି ପାଟିଆଲା ହାଉସ୍‌ କୋର୍ଟରେ ହାଜର ହୋଇଥିଲେ। କୌଣସି ବଳିଷ୍ଠ ପ୍ରମାଣ ନ ମିଳିବା ଦର୍ଶାଇ ଏହି ମାମଲା ଖାରଜ କରିବା ପାଇଁ ୫୦୦ ପୃଷ୍ଠାବିଶିଷ୍ଟ ଏହି ରିପୋର୍ଟ ଦାଖଲ କରାଯାଇଛି।

ସୂଚନାଯୋଗ୍ୟ, ୭ଜଣ ମହିଳା କୁସ୍ତିଯୋଦ୍ଧା ଏପ୍ରିଲ ୨୧ ତାରିଖରେ ଦିଲ୍ଲୀ ପୋଲିସ ନିକଟରେ ବ୍ରିଜଭୂଷଣଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଥିଲେ । ଏହି ମାମଲାରେ ଦିଲ୍ଲୀ ପୋଲିସ ୨୮ ଏପ୍ରିଲରେ ବ୍ରିଜଭୂଷଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ପ୍ରଥମ ମାମଲା ୬ଜଣ ସାବାଳିକା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଆଧାରରେ ରୁଜୁ ହୋଇଥିବା ବେଳେ ଦ୍ୱିତୀୟ ମାମଲା ଜଣେ ନାବାଳିକା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଆଧାରରେ ରୁଜୁ ହୋଇଥିଲା ।