ATM Lootera - The Sakala

ଏଟିଏମରୁ ଟଙ୍କା ଉଠାଉଥିଲେ ସାବଧାନ: ସାହାଯ୍ୟ ଆଳରେ ଚୂନ ଲଗାଉଛନ୍ତି ବିହାରୀ ଗ୍ୟାଙ୍ଗ
ଭୁବନେଶ୍ବର: ସାଇବର ଅପରାଧର ନୂଆ ତରିକା । ଆଖି ପିଛୁଳାକେ ଗାଏବ ହୋଇଯାଉଛି ଟଙ୍କା । ଏଟିଏମକୁ ଯାଉଥିବା ବେଳେ ଟିକେ ହୋଇଯାନ୍ତୁ ସାବଧାନ। ନହେଲେ ଆପଣ ହୋଇପାରନ୍ତି ଲୁଟର ଶିକାର।

ସାଇବର ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ – ଚିନ୍ମୟ କୁମାର ଷଢଙ୍ଗୀ ନାମକ ଜଣେ ବ୍ୟକ୍ତି ଏଟିଏମ୍ ଲୁଟର ଶିକାର ହୋଇଥିଲେ। ଚିନ୍ମୟ ନାମକ ଜଣେ ଯୁବକ ଏଟିଏମକୁ ଟଙ୍କା କାଢ଼ିବାକୁ ଯାଇଥିବା ବେଳେ, ଏଟିଏମ ମେସିନରେ କାର୍ଡ ଲାଖି ରହି ଯାଇଥିଲା । ପାଖରେ ଛିଡା ହୋଇଥିବା ଜଣେ ଅଜଣା ବ୍ଯକ୍ତି ଏନେଇ ତାଙ୍କୁ ଗାଇଡ଼ କରିବା ଆରମ୍ଭ କରି ଦେଇଥିଲେ। ଏଟିଏମ ଭିତରେ ପୂର୍ବରୁ ଲାଗିଥିବା ଏକ ଫେକ ହେଲ୍ପ ଲାଇନ ନମ୍ବରରେ କଲ କରିବା ପାଇଁ କହିଥିଲେ। ତେବେ ଚିନ୍ମୟ ହେଲ୍ପ ଲାଇନକୁ କଲ କରିବା ପରେ ଠକ ମାନେ କାର୍ଡର ଡାଟା ମାଗିବା ସହ , ପିନ କୋଡ଼ ମଧ୍ୟ ଏଣ୍ଟ୍ରି କରିବାକୁ କହିଥିଲେ। ଏହାପରେ ଘରକୁ ଆସି ଦେଖିଲା ବେଳକୁ ମୋବାଇଲକୁ ଗୋଟିଏ ପରେ ଗୋଟିଏ ମେସେଜ ଆସିଥିଲା । ହଠାତ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଯାଇଥିଲା ।

ତେବେ ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଥିଲା ଯେ, ବିହାରୀ ଗ୍ୟାଙ୍ଗ ଏବେ ଓଡ଼ିଶା ମୁହାଁ ହୋଇଛନ୍ତି । ଆଉ ଟିକିଏ ସୁଯୋଗ ପାଇଲେ ଟଙ୍କା ଲୁଟି ନେଉଛନ୍ତି । ଏମାନେ ବିଶେଷକରି ରିମୋଟ କଣ୍ଟ୍ରୋଲ ଡିଭାଇସକୁ ଏଟିଏମରେ ଲଗାଇ ଦେଉଥିଲେ। ଯେଉଁଠାରେ କାର୍ଡ ଭର୍ତି କରିବା ମାତ୍ରେ ସେଠାରେ କାର୍ଡଟି ଲେଖାଇଯାଏ । ଆଉ ତା ସାହାଯ୍ୟରେ ଲୁଟି ନେଉଥିଲେ ଟଙ୍କା। ଏହି ଘଟଣାରେ ଅଭିଯୁକ୍ତ ଅସଦ ଅଲ୍ଲୀକୁ କୁ ଗିରଫ କରାଯାଇଛି । ତାଠାରୁ ୪୦ ହଜାର ସହ ଏଟିଏମ କାର୍ଡ ଜବତ କରାଯାଇଛି । ସେପଟେ ପୁଲିସ କହିଛି -ଏଟିଏମକୁ ଯାଉଥିବା ବେଳେ ଯଦି ଆପଣମାନେ କୌଣସି ଅସୁବିଧାର ସମୁଖୀନ ହେଉଛନ୍ତି ତେବେ କେବେ ହେଲେ ଅଜଣା ବ୍ୟକ୍ତିର ସହଜ୍ୟ ନିଅନ୍ତୁ ନାହିଁ ।

ପୁଲିସ ଜାଲରେ ଦୁଇ ଅନ୍ତଃରାଜ୍ୟ ଏଟିଏମ ଲୁଟେରା
ବ୍ରହ୍ମପୁର: ଅନ୍ତଃରାଜ୍ୟ ଦୁଇ ଏଟିଏମ ଲୁଟେରାଙ୍କୁ କାବୁ କରିଛି ରମ୍ଭାଥାନା ପୁଲିସ । ସେମାନେ ହେଲେ ଚମାଖଣ୍ଡି ଥାନା ଅଞ୍ଚଳର ହରିହର ରେଡ଼ି ଓ ଲକ୍ଷ୍ମୀପୁର ଗ୍ରାମର ରଘୁନାଥ ରେଡ଼ି । ସେମାନଙ୍କ ନିକଟରୁ ପୁଲିସ ୯୨ ହଜାର ଟଙ୍କା ଓ ୧୨ଟି ଏଟିଏମ କାର୍ଡ ଜବତ ହୋଇଥିବା ଜଣାପଡିଛି । ଏଟିଏମ ଲୁଟର ମାଷ୍ଟରମାଇଣ୍ଡର ହେଉଛି ହରିହର ରେଡି । ଏମାନେ ଆନ୍ଧ୍ର ଓ ଓଡିଶାର ଗଞ୍ଜାମ, ଗଜପତି, ପୁରୀ ସମେତ ବିଭିନ୍ନ ବିଭିନ୍ନ ଜିଲ୍ଲାରେ ରାତାରାତି ଏଟିଏମରୁ ଲକ୍ଷାଧିକ ଟଙ୍କା ଲୁଟ କରିଥିବା ଜଣାପଡିଛି । ରମ୍ଭା ଅଞ୍ଚଳରେ ତିନୋଟି ଏଟିଏମ ଲୁଟ ଘଟଣାରେ ସମ୍ପୃକ୍ତ ଥିବାବେଳେ ବେଲଗୁଣ୍ଠାରେ ମଧ୍ୟ ଗୋଟିଏ ଏଟିଏମରୁ ଲକ୍ଷାଧିକ ଟଙ୍କା ଲୁଟିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।