Happy Rajo - The Sakala

ରଜପର୍ବ ପାଇଁ ଉତ୍ସବମୁଖର ହୋଇପଡ଼ିଲାଣି ଗାଁଠୁ ସହର, ଦିନକ ପୂର୍ବରୁ ଆଜି ସମସ୍ତେ ସଜବାଜରେ ମସଗୁଲ
ଭୁବନେଶ୍ୱର: ଆସନ୍ତାକାଲି ରଜ, ଆଜି ସଜବାଜ । ରଜର ମହକରେ ମହକି ଉଠୁଛି ପୁରପଲ୍ଲୀ । ରଜପର୍ବ ପାଇଁ ଉତ୍ସବମୁଖର ହୋଇପଡ଼ିଲାଣି ଗାଁଠୁ ସହର । ରଜର ଦିନକ ପୂର୍ବରୁ ଆଜି ସମସ୍ତେ ସଜବାଜରେ ମସଗୁଲ । ସଜେଇ ହେଉଛନ୍ତି କୁଆଁରୀମାନେ । ପରସ୍ପରକୁ ଅଳତା, କୁଂକୁମ, ମେହେନ୍ଦୀ ଲଗାଇ ଦେବା ସହ ଦୋଳି ଖେଳିବା ପାଇଁ ପ୍ରସ୍ତୁତ ହେଲେଣି । ରଜ ସଜବାଜରୁ ହିଁ ଗାଁରେ ତାସ୍, ଲୁଡୁ ଏବଂ ଚେସ୍ ଖେଳର ଆସର ଜମିଲାଣି । ଗାଁ ଗାଁରେ ଜମିବ ପିଠାପଣା ସାଙ୍ଗକୁ ଦୋଳିଖେଳର ଆସର । ଗାଁ ଦାଣ୍ଡରେ ଦୋଳି ଲଗା ସରିଛି । ସମସ୍ତଙ୍କ ଘରେ କୁଣିଆ ଆସି ପହଁଚି ଗଲେଣି । ଗାଁ ଝିଅମାନେ ବିଭିନ୍ନ ପ୍ରକାରର ନାଚ ଗୀତର ଅଭ୍ୟାସ କରୁଛନ୍ତି । ଏହାସହ ତାସର ଆସର ଜମିଲାଣି । ଦୋଳିଖେଳ ସାଙ୍ଗକୁ ନାଚଗୀତର ଆସର ଦେଖିବାକୁ ମିଳିବ ।

ଜ୍ୟେଷ୍ଠ ମାସ ଶେଷ ଓ ଆଷାଢ଼ର ପହିଲି ପୁଲକରେ ଆସେ ରଜ ପର୍ବ । ଆଜି ସଜବାଜ ହୋଇଥିବାବେଳେ କାଲି ପହିଲି ରଜ, ଦ୍ବିତୀୟ ଦିନ ରଜ ସଂକ୍ରାନ୍ତି, ତୃତୀୟ ଦିନ ଭୂମିଦାହ ବା ଭୂମି ଦହନ ଓ ଚତୁର୍ଥ ଦିନ ବସୁମତୀ ସ୍ନାନ ଭାବେ ପାଳନ କରାଯାଏ ।

ଆଷାଢର ପ୍ରଥମ ଜଳରେ ମା’ ମାଟି ହୁଏ ରଜସ୍ବଳା । ଏଥିପାଇଁ ଏହିଦିନ କୃଷିକର୍ମ ନିଷେଧ କରାଯାଇଥାଏ । ରଜ ପର୍ବରେ କୁଆଁରୀ ଝିଅ ଓ ବୋହୂ ମାକୁ ସମ୍ମାନ ଦିଆଯାଇଥାଏ । ତେଣୁ ଏହି ୪ ଦିନ ସେମାନେ କୌଣସି କାମ କରିବାକୁ ବାରଣ କରାଯାଇଛି । ଏପରିକି ଫୁଙ୍ଗୁଳା ପାଦ ଧରିତ୍ରୀ ଉପରେ ରଖିବା ବି ମନା । ଏଥିପାଇଁ ଝିଅମାନେ ପାଦରେ ବାନ୍ଧିଥାନ୍ତି କଦଳି ପାଟୁକା । ରଜରେ ପାରମ୍ପରିକ ପିଠା ଖାଇ ଦୋଳିରେ ଝୁଲନ୍ତି କୁମାରୀ । ଗାଁ ଗାଁରେ ରଜଗୀତ ସାଙ୍ଗକୁ ରଜ ପାନରେ ମହକିବ ପରିବେଶ । ସଜେଇ ହୋଇ ଫୁଲ ଦୋଳିରେ ଝୁଲି ଝୁଲି ଭାଇର ମଙ୍ଗଳ ମନାସିବେ ଭଉଣୀ ।

ହଲ୍‌‌ମୁହାଁ ହେବେ ଦର୍ଶକ; ଏଥର ରଜ ବଜାରକୁ ଆସୁଛି ଦୁଇ ନୂଆ ଓଡ଼ିଆ ସିନେମା ‘ଲଭ ଇନ୍‌‌ ଲ୍‌‌ଣ୍ଡନ୍‌‌’ ଓ ‘ଗୁଡ୍ଡୁ ଗ୍ୟାଙ୍ଗଷ୍ଟର’
ଭୁବନେଶ୍ୱର: ଦୀର୍ଘ ଦୁଇବର୍ଷ ପରେ ଏଥର ରଜ ବଜାରକୁ ଆସୁଛି ଦୁଇ ନୂଆ ଓଡ଼ିଆ ସିନେମା ‘ଲଭ ଇନ୍‌‌ ଲ୍‌‌ଣ୍ଡନ୍‌‌’ ଓ ‘ଗୁଡ୍ଡୁ ଗ୍ୟାଙ୍ଗଷ୍ଟର’। ରଜ ଉପଲକ୍ଷେ ଏହି ଦୁଇଟି ସିନେମା ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଯୋଗାଇବ ବୋଲି ଉଭୟ ପ୍ରଯୋଜକ ଓ ନିର୍ଦ୍ଦେଶକ ଆଶା ରଖିଛନ୍ତି। ପହିଲି ରଜରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବାକୁ ଥିବା ଏହି ଦୁଇଟି ସିନେମାର ଆଗୁଆ ଟିକଟ ବୁକିଂ ମଧ୍ୟ ହୋଇଥିବା ଜଣାପଡ଼ିଛି।

ପାରମ୍ପରିକ ଭାବେ ଓଡ଼ିଶାର ଗଣପର୍ବ ରଜରେ ସିନେମା ହଲ୍‌‌ରେ ଭିଡ଼ ଦେଖିବାକୁ ମିଳେ। କିନ୍ତୁ କରୋନା ପରଠୁ ସିନେମା ହଲ୍‌‌ଗୁଡ଼ିକ ପ୍ରାୟ ବନ୍ଦ ପଡ଼ିଥିଲା। ମାତ୍ର ଏଥର ହଲ୍‌‌ରେ ଭରପୂର ଦର୍ଶକଙ୍କୁ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି। ସେହିପରି ରଜ ଉପଲକ୍ଷେ ଚଳିତ ବର୍ଷ ୨ଟି ଓଡ଼ିଆ ସିନେମା ଭୁବନେଶ୍ୱରର ବିଭିନ୍ନ ପ୍ରେକ୍ଷାଳୟରେ ଦେଖିବାର ସୁଯୋଗ ମିଳିବ। ଏଥିପାଇଁ ସପ୍ତାହେ ଆଗରୁ ଟିକଟ୍‌‌ ବୁକିଂ ହୋଇଥିବା ଜଣାପଡ଼ିଛି।

ବଲିଉଡ୍‌‌ର ବାସ୍ନା

‘ଲଭ୍‌‌ ଇନ୍‌‌ ଲଣ୍ଡନ୍‌‌’ ସିନେମାଟି ବଲିଉଡ୍‌‌ ସିନେମାର ଅନୁଭବ ଦେବ ବୋଲି ନିର୍ଦ୍ଦେଶକ ତାପସ ସରଗରିଆ କହିଛନ୍ତି। ସିନେମାଟି ଲଣ୍ଡନରେ ସୁଟିଂ ହୋଇଥିବା ବେଳେ ଏହାର ଗ୍ରାଫିକ୍ସ ପାଇଁ ସମୟ ଦେବାକୁ ପଡ଼ିଛି ବୋଲି କହିଛନ୍ତି ନିର୍ଦ୍ଦେଶକ। ଏଥିରେ ଅଭିନେତା ଅନୁଭବ ମହାନ୍ତି ମୁଖ୍ୟ ଆକର୍ଷଣ ସାଜିଥିବାବେଳେ ଗୀତଗୁଡ଼ିକ ମଧ୍ୟ ପୂର୍ବରୁ ଲୋକପ୍ରିୟତା ହାସଲ କରିଥିବା ସେ କହିଛନ୍ତି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅନୁଭବଙ୍କ ବିପକ୍ଷରେ ସ୍ୱପ୍ନା ପ୍ରିଦର୍ଶନୀ, ସୌମ୍ୟା ସଚଦେବଙ୍କ ସହିତ ଅନ୍ୟ ବରିଷ୍ଠ କଳାକାରମାନେ ମଧ୍ୟ ଅଭିନୟ କରିଛନ୍ତି। ଜେ ବି ଫିଲ୍ମ ଆଣ୍ଡ୍‌‌ ଅମର ଷ୍ଟୁଡିଓଜ୍‌‌ ବ୍ୟାନରେ ନିର୍ମିତ ଏହି ସିନେମାର କୋରିଓଗ୍ରାଫର୍‌‌ରେ ଗିରିଶ ମହାନ୍ତି ରହିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାସ, ଆସଦ୍‌‌ ନିଜାମ୍‌‌, ଡ. ବିନୟ ଏବଂ ସୋମେଶ।

ସପରିବାର ଦେଖିପାରିବେ

ସେହିପରି ଅଶୋକ ପତିଙ୍କ ନିର୍ଦ୍ଦେଶିତ ସିନେମା ‘ଗୁଡ୍ଡୁ ଗ୍ୟାଙ୍ଗଷ୍ଟର’ ମଧ୍ୟ ଦର୍ଶକଙ୍କୁ ଏକ ଭିନ୍ନ ଅନୁଭୂତି ଦେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି। ଜଣେ ୧୩୦ କିଲୋ ଓଜନର ମୋଟା ମଣିଷ ଉପରେ ସିନେମାଟି ନିର୍ମିତ ହୋଇଥିବା ବେଳେ ମୋଟାପଣ କିଭଳି ଜୀବନକୁ ପ୍ରଭାବିତ କରେ ଏବଂ ପରବର୍ତ୍ତୀ ସମୟରେ ମୋଟାରୁ ପତଳା ହେବାର ଯାତ୍ରାକୁ ଦର୍ଶାଯାଇଛି। ଏଥିରେ ସିଦ୍ଧାନ୍ତ ମହାପାତ୍ର ଓ ଶୈଳେନ୍ଦ୍ର ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ଅନ୍ୟ ବରିଷ୍ଠ କଳାକାରମାନଙ୍କୁ ମଧ୍ୟ ଦେଖିବାକୁ ପାଇବେ ଦର୍ଶକ। ଏହି ସିନେମାଟି ଦର୍ଶକମାନେ ପରିବାର ସହ ଦେଖିପାରିବେ ବୋଲି ନିର୍ଦ୍ଦେଶକ ଅଶୋକ ପତି କହିଛନ୍ତି। ଏଥିରେ ରହିଥିବା ୫ଟି ଗୀତ ରହିଥିବାବେଳେ ୧୩ ତାରିଖରେ ସାରା ଓଡ଼ିଶାରେ ବିଭିନ୍ନ ସିନେମା ହଲ୍‌‌ରେ ଏହା ମୁକ୍ତିଲାଭ କରିବ ବୋଲି ଶ୍ରୀ ପତି କହିଛନ୍ତି।