Nirmala Sitaraman - The Sakala

ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତାକୁ ଅର୍ଥମନ୍ତ୍ରୀଙ୍କ “ ନା ”, ବିଜେପିକୁ ଟାର୍ଗେଟ କଲେ ପ୍ରଣବ ପ୍ରକାଶ
ଭୁବନେଶ୍ୱର: ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତିକ୍ରିୟା। ବିଜେପିକୁ ଟାର୍ଗେଟ କଲେ ପ୍ରଣବ ପ୍ରକାଶ ଦାସ। ଇସ୍ତାହାରରେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା କଥା ଦଳ ଲେଖିଥିଲା। ଧର୍ମେନ୍ଦ୍ର ପ୍ରଧାନ ଉନ୍ମୋଚନ କରିଥିଲେ। କିନ୍ତୁ କେନ୍ଦ୍ର ଅର୍ଥମନ୍ତ୍ରୀ ଓଡିଶା ମାଟିରେ ଏ ଦାବିକୁ ମନା କରିଦେଲେ। ଯାହା ଓଡ଼ିଶାବାସୀଙ୍କୁ କ୍ଷୁବ୍ଧ କରିଥିବା କହିଛନ୍ତି ପ୍ରଣବ। ପ୍ରଣବ କହିଛନ୍ତି, ବିଜେପି ନିର୍ବାଚନୀ ଇସ୍ତାହାରରେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ମିଳିବ ବୋଲି ଆପଣ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବିଡ଼ମ୍ବନା ହେଲା, ମାନ୍ୟବର କେନ୍ଦ୍ର ଅର୍ଥମନ୍ତ୍ରୀ ଓଡ଼ିଶା ମାଟିରେ ଠିଆ ହୋଇ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାକୁ ରୋକଠୋକ୍ ମନା କରିଦେଲେ। ଏହା ଓଡ଼ିଶାବାସୀଙ୍କୁ ଚକିତ ଏବଂ କ୍ଷୁବ୍ଧ କରିଛି।

ଓଡ଼ିଶା ବିଜେପିକୁ ମୁଁ ଆହ୍ଵାନ ଦେବାକୁ ଚାହେଁ, ରାଜ୍ୟବାସୀ ଆପଣଙ୍କୁ ଆଠ ଜଣ ସାଂସଦ ଦେଇଛନ୍ତି। ଓଡ଼ିଶାରୁ ତିନିଜଣ କେନ୍ଦ୍ରମନ୍ତ୍ରୀ ବି ଅଛନ୍ତି। ତେଣୁ ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରନ୍ତୁ। ମାଟି ପାଇଁ ପାର୍ଟି ଆଗରେ ମୁଣ୍ଡ ନ ନୁଆଁଇ ଓଡ଼ିଶାର ହକ୍ ପାଇଁ ଲଢ଼ନ୍ତୁ। ପ୍ରତିଶ୍ରୁତି ଦେଇ ଧୋକା ଦେଲେ, ଓଡ଼ିଶାବାସୀ ଆପଣଙ୍କୁ କେବେ କ୍ଷମା ଦେବେ ନାହିଁ। କେନ୍ଦ୍ର ସରକାର ଭଲ ଭାବରେ ଜାଣନ୍ତି- ବାତ୍ୟା, ବନ୍ୟା, ମରୁଡ଼ି ଭଳି ପ୍ରାକୃତ୍ରିକ ବିପର୍ଯ୍ୟୟ ଓଡ଼ିଶାର ଚିର ସହଚର ସାଜିଥିବାରୁ ପ୍ରତିବର୍ଷ ଓଡ଼ିଶାବାସୀ ପ୍ରଭୂତ କ୍ଷତି ସହି ଆସୁଛନ୍ତି। ସେ ଦୃଷ୍ଟିରୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ପାଇବା ଆମର ହକ୍। ଏହା ହାସଲ କରିବା ଲାଗି ବିଜୁ ଜନତା ଦଳ ଯେଉଁ ସଂଗ୍ରାମ ଜାରି ରଖିଛି, ଆଗାମୀ ଦିନରେ ତାକୁ ଆହୁରି ଶାଣିତ କରିବ ବୋଲି ଟ୍ୱିଟ କରି କହିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ।

ଦୁଇ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ
ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ପୋଷ୍ଟ ବଜେଟ ଆଲୋଚନାରେ ଯୋଗ ଦେବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ଭୁବନେଶ୍ବର ଆସି ପହଞ୍ଚିଛନ୍ତି। ଆସନ୍ତାକାଲି ସେ ହୋଟେଲ ‘ମେ ଫେୟାର’ରେ ଆୟୋଜିତ ପୋଷ୍ଟ ବଜେଟ ଆଲୋଚନା ଚକ୍ରରେ ଭାଗ ନେବେ ନିର୍ମଳା ସୀତାରମଣ। ପରେ ପରେ ଖୋର୍ଦ୍ଧା ଅରୁଗୁଳସ୍ଥିତ ଆଇଆଇଟିରେ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିବେ।

କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର ଦାବି କରି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର: କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ପ୍ୟାକେଜ ଘୋଷଣା କରିବା ପରେ ସେମାନଙ୍କ ହିତ ପାଇଁ ଆଉ ଏକ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦୁପତ୍ର ଉପରେ ନିର୍ଭରଶୀଳ ରାଜ୍ୟର ୮ଲକ୍ଷ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦୁପତ୍ର ଉପରୁ ଜିଏସଟି ହଟାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ଜିଏସଟି ପରିଷଦର ଅଧ୍ୟକ୍ଷା ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ।

କେନ୍ଦୁପତ୍ର ଉପରେ ନିର୍ଭରଶୀଳ ତୋଳାଳି, ବନ୍ଧାଳୀ ଓ ସିଜନାଲ ୱାର୍କର ମୁଖ୍ୟତଃ ଆର୍ଥିକ ଦୂର୍ବଳ ଓ ଜନଜାତି ଶ୍ରେଣୀର। କେନ୍ଦୁପତ୍ର ସେମାନଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ କରିଥାଏ। କେନ୍ଦୁପତ୍ର ତୋଳି ତାକୁ ବିକ୍ରୀ କରିବା ସେମାନଙ୍କ ଜଙ୍ଗଲ ଅଧିକାର ଅନ୍ତର୍ଭୁକ୍ତ। ଏଭଳି ସ୍ଥିତିରେ କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ କରିବା ସେମାନଙ୍କୁ ବହୁ ମାତ୍ରାରେ ପ୍ରଭାବିତ କରୁଛି। ଏହାଦ୍ୱାରା କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଓ ସିଜନାଲ ୱାର୍କରଙ୍କ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦୁପତ୍ର ଉପରୁ ଜିଏସଟି ହ୍ରାସ କରାଯାଉ ବୋଲି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୧୮ ପ୍ରତିଶତ ଜିଏସଟି କେନ୍ଦୁପତ୍ର ବ୍ୟବସାୟକୁ ଗଭୀର ଭାବେ ପ୍ରଭାବିତ କରୁଛି ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି। ଜିଏସଟି ଦ୍ବାରା ଅନେକ ଜୀବନଜୀବିକା ପ୍ରଭାବିତ ହେଉଛି । ଏଥିସହ ତୋଳାଳୀ ଓ ଶ୍ରମିକମାନଙ୍କ ପାଇଁ ସାମାଜିକ ସୁରକ୍ଷା ଓ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବା ମଧ୍ୟ ପ୍ରଭାବିତ ହେଉଛି ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ ଜିଏସଟି ପ୍ରତ୍ୟାହାର ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

କେନ୍ଦ୍ର ବଜେଟ୍ ୨୦୨୩ : ଆଜିଠୁ ଆରମ୍ଭ ହେବ ବଜେଟ୍‌ ପ୍ରସ୍ତୁତି ପ୍ରକିୟା
ନୂଆଦିଲ୍ଲୀ : ୨୦୨୩-୨୪ ଆର୍ଥିକବର୍ଷ ପାଇଁ ସାଧାରଣ ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟା ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି। ଆଗାମୀ ବଜେଟ୍‌ରେ ସରକାରଙ୍କ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ଉପରେ ଅଧିକ ଧ୍ୟାନ ଦିଆଯିବ। ଚଳିତ ଆର୍ଥିକବର୍ଷ ୨୦୨୨-୨୩ ପାଇଁ ବ୍ୟୟର ସଂଶୋଧିତ ଆକଳନ ଏବଂ ୨୦୨୩-୨୪ ପାଇଁ ପାଣ୍ଠିର ଆବଶ୍ୟକତା ଉପରେ ବିଭିନ୍ନ ମନ୍ତ୍ରାଳୟ ଏବଂ ବିଭାଗ ସହ ଆଲୋଚନା ସହିତ ବଜେଟ୍ ପ୍ରକ୍ରିୟା ଆରମ୍ଭ ହେବ। ସୋମବାର ବଜେଟ୍‌ ପ୍ରସ୍ତୁତି ବୈଠକର ପ୍ରଥମ ଦିନରେ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ, ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରାଳୟ, ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ, ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ବୟନ ମନ୍ତ୍ରାଳୟ ଏବଂ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରାଳୟସହ ସଂଶୋଧିତ ଆକଳନ ଉପରେ ବୈଠକାରେ ଆଲୋଚନା ହେବ।

ଚଳିତ ଆର୍ଥିକବର୍ଷ ପାଇଁ ସଂଶୋଧିତ ଆକଳନ ଏବଂ ୨୦୨୩-୨୪ ପାଇଁ ବଜେଟ୍ ଆକଳନ ଉପରେ ଅଧିକାଂଶ ବୈଠକ ଅର୍ଥ ସଚିବ ଏବଂ ବ୍ୟୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ବଜେଟ୍ ବିଭାଗର କହିବାନୁଯାୟୀ, ଏକ ମାସ ଯାଏ ଚାଲିବାକୁ ଥିବା ଏହି ବଜେଟ୍‌ ପ୍ରସ୍ତୁତି ବୈଠକ ନଭେମ୍ବର ୧୦ରେ କୃଷି ଏବଂ କୃଷକ କଲ୍ୟାଣ ବିଭାଗ, କୃଷି ଅନୁସନ୍ଧାନ ବିଭାଗ ଏବଂ ଶିକ୍ଷା, ସଡକ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ, ରେଳ ମନ୍ତ୍ରାଳୟ ଏବଂ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ସହ ଶେଷ ହେବ। ପ୍ରାକ୍‌ ବଜେଟ୍ ବୈଠକ ପରେ ୨୦୨୩-୨୪ ପାଇଁ ବଜେଟ୍ ଆକଳନ ସାମୟିକ ଭାବେ ଚୂଡାନ୍ତ କରାଯିବ।

ଏହି ବୈଠକ ସେହି ସମୟରେ ହେବାକୁ ଯାଉଛି ଯେତେବେଳେ ରିଜର୍ଭ ବ୍ୟାଙ୍କ ଏବଂ ବିଶ୍ବ ବ୍ୟାଙ୍କ ଭଳି ଅନେକ ପ୍ରତିଷ୍ଠାନ ଭାରତର ଅଭିବୃଦ୍ଧି ହାରକୁ ଯଥାକ୍ରମେ ୭ ପ୍ରତିଶତ ଏବଂ ୬.୫ ପ୍ରତିଶତକୁ ହ୍ରାସ ଘଟାଇଛନ୍ତି। ଏହା ନରେନ୍ଦ୍ର ମୋଦୀ ୨.୦ ସରକାର ଏବଂ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ୫ମ ବଜେଟ୍‌ ହେବ। ତେବେ ୨୦୨୪ ଏପ୍ରିଲ୍-ମେ’ ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ଏହା ହେଉଛି ଶେଷ ପୂର୍ଣ୍ଣ ବଜେଟ୍। ନିର୍ବାଚନ ବର୍ଷରେ ସରକାର ଏକ ସୀମିତ ସମୟ ଲେଖାନୁଦାନ ଆଗତ କରିଥାନ୍ତି। ଏହାପରେ ଜୁଲାଇରେ ବଜେଟ୍ ଉପସ୍ଥାପନ କରାଯାଇଥାଏ। ୨୦୨୩-୨୪ ଆର୍ଥିକବର୍ଷ ପାଇଁ ବଜେଟ୍ ୨୦୨୩ ଫେବୃଆରୀ ପହିଲାରେ ଆଗତ କରାଯିବା ଆଶା କରାଯାଉଛି।

ଖାଦ୍ୟ ସାମଗ୍ରୀ ଆବଶ୍ୟକ କରୁଥିବା ଦେଶଗୁଡ଼ିକୁ ଖାଦ୍ୟଶସ୍ୟ ରପ୍ତାନୀ କରିବାକୁ ଭାରତକୁ ଅନୁମତି ଦେବାକୁ ଡବ୍ଲ୍ୟୁଟିଓରେ ନିର୍ମଳାଙ୍କ ପ୍ରସ୍ତାବ
ନୂଆଦିଲ୍ଲୀ: ବର୍ତ୍ତମାନ ସାରା ବିଶ୍ବରେ ଦେଖାଯାଇଥିବା ଖାଦ୍ୟ ସଙ୍କଟକୁ ନେଇ ମିଳିତ ଜାତିସଂଘ ଚିନ୍ତା ପ୍ରକଟ କରିଛି। ଖାଦ୍ୟ ସଙ୍କଟ କାରଣରୁ ଏବେ ଗୃହ ଯୁଦ୍ଧ ଭଳି ପରିସ୍ଥିତିର ସାମ୍ନା କରୁଥିବା ଦେଶ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଦେଶଗୁଡ଼ିକରେ ଖାଦ୍ୟ ସାମଗ୍ରୀ ଅଭାବ ଦେଖାଦେଇଛି। ତେଣୁ ଅତି ଜରୁରୀ ଭାବେ ଖାଦ୍ୟ ସାମଗ୍ରୀ ଆବଶ୍ୟକ କରୁଥିବା ଦେଶଗୁଡ଼ିକୁ ଖାଦ୍ୟଶସ୍ୟ ରପ୍ତାନୀ କରିବାକୁ ଭାରତକୁ ଅନୁମତି ଦିଆଯାଉ ବୋଲି ବିଶ୍ୱ ବାଣିଜ୍ୟିକ ସଂଗଠନ(ଡବ୍ଲ୍ୟୁଟିଓ)କୁ କହିଛି ଭାରତ। ବିଶ୍ୱର ଏହି ବୃହତ୍‌ ସଂଗଠନର ବୈଠକରେ ଏହିଭଳି ପ୍ରସ୍ତାବ ଉଠାଇଛନ୍ତି ଭାରତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ବିଶ୍ୱ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ବାଧକ ସାଜୁଥିବା ସମସ୍ୟାର ମୁକାବିଲା ପାଇଁ ବୈଶ୍ୱିକ ସହଯୋଗକୁ ମଜଭୁତ କରିବା ଉଦ୍ଦେଶ୍ୟରେ ଇଣ୍ଡୋନେସିଆର ବାଲିରେ ଜି-୨୦ ଦେଶଗୁଡ଼ିକର ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରଙ୍କ ତୃତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଯୋଗଦେଇ ଜି-୨୦ ପ୍ରତିନିଧିମାନଙ୍କ ସମ୍ମୁଖରେ ଭାରତ ଏହି ପ୍ରସ୍ତାବ ରଖିଛି । ଡବ୍ଲ୍ୟୁଟିଓ ନିୟମ ଅନୁସାରେ, ରାଷ୍ଟ୍ରଗୁଡ଼ିକରେ ଲୋକମାନଙ୍କ ପାଇଁ ଗଚ୍ଛିତ ଥିବା ଖାଦ୍ୟଶସ୍ୟକୁ ରପ୍ତାନୀ କରିବାକୁ ଦିଆଯାଏନାହିଁ। କାରଣ ସେଗୁଡ଼ିକ ସବ୍‌ସିଡି ମୂଳ୍ୟରେ କିଣାଯାଇଥାଏ। ଏ ନେଇ ସୀତାରମଣ କହିଛନ୍ତି ଯେ, ଏଭଳି କିଣାଯାଇଥିବା ଖାଦ୍ୟଶସ୍ୟଗୁଡ଼ିକୁ ରପ୍ତାନୀ କରିବାରେ ଡବ୍ଲ୍ୟୁଟିଓ ପ୍ରତିବନ୍ଧକ ରହିଛି। ଭାରତ ବାରମ୍ବାର ଏହା କହିସାରିଛି ଯେ ଆମ ପାଖରେ ଖାଦ୍ୟଶସ୍ୟ ଅଧିକ ରହିଛି। ତେବେ ଭାରତର ଛୋଟ ଛୋଟ କୃଷକଙ୍କ ପାଇଁ କଣ ବ୍ୟବସ୍ଥା ହୋଇଛି। ଆମେ ବ୍ୟବସାୟ କାରବାର କରିବାକୁ ଇଚ୍ଛୁକ। ବିଶ୍ୱରେ କ୍ଷୁଧା ଦୂର କରିବା ଓ ଖାଦ୍ୟ ସୁରକ୍ଷା ଜନିତ ସମସ୍ୟାକୁ ଦୂର କରିବାରେ ଭାରତ ସହଯୋଗ କରିପାରିବ,କିନ୍ତୁ ଡବ୍ଲ୍ୟୁଟିଓରେ କିଛି ଦେଶ ଏ ନେଇ ଏଥିରେ ଅରାଜି ଥିବା ସୀତାରମଣ କହିଛନ୍ତି । ରୁଷ-ୟୁକ୍ରେନ୍ ଯୁଦ୍ଧରେ ପରିବହନ ବଡ ପ୍ରତିବନ୍ଧକ ସାଜି ଥିବାରୁ ବର୍ତ୍ତମାନ ଅନେକ ଦେଶରେ ଖାଦ୍ୟଶସ୍ୟର ଅଭାବ ଦେଖାଦେଇଛି। ତେଣୁ ସିଙ୍ଗାପୁର ନେତୃତ୍ୱରେ ୭୦-୮୦ଟି ଦେଶର ଏକ ଗୋଷ୍ଠୀ ଡବ୍ଲ୍ୟୁଟିଓର ସଦସ୍ୟ ଦେଶଗୁଡ଼ିକୁ ଖାଦ୍ୟଶସ୍ୟ ରପ୍ତାନୀ ଉପରେ ପ୍ରତିବନ୍ଧକ ନ ଲଗାଇବାକୁ ଦାବି କରିଛନ୍ତି। ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ(ଡବ୍ଲ୍ୟୁଇଏଫ୍‌) ମାଧ୍ୟମରେ କିଣାଯାଉଥିବା ଖାଦ୍ୟଶସ୍ୟ ରପ୍ତାନୀ ଉପରେ ପ୍ରତିବନ୍ଧକ ନ ବଢ଼ାଇବା ପାଇଁ ବୈଠକେର ଅନୁରୋଧ କରାଯାଉଛି।

ବଜେଟ ୨୦୨୨- ୨୩: ଜାଣନ୍ତୁ କେଉଁ ମନ୍ତ୍ରଣାଳୟକୁ ମିଳିଲା କେତେ ଟଙ୍କା
ନୂଆଦିଲ୍ଲୀ: ବର୍ଷ ୨୦୨୨-୨୩ ପାଇଁ ସଂସଦରେ ଆଗତ ହୋଇଛି ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ୪ର୍ଥ ଥର ପାଇଁ ବଜେଟ ଆଗତ କରିଛନ୍ତି । ତେବେ ଏହି ବଜେଟରେ କେଉଁ ବିଭାଗକୁ କେତେ ପରିମାଣର ଅର୍ଥ ବ୍ୟୟବରାଦ ହୋଇଛି ।  ଗତବର୍ଷ ତୁଳନାରେ ଚଳିତ ବର୍ଷ ବଜେଟ ପରିମାଣ ପ୍ରାୟ ୧୪% ଅଧିକ। ଚଳିତ ବର୍ଷ ବଜେଟର ପରିମାଣ ୩୯,୪୪,୯୦୯ କୋଟି ଟଙ୍କା ରହିଛି।

ଜାଣନ୍ତୁ କେଉଁ ବିଭାଗକୁ କେତେ ପରିମାଣର ଅର୍ଥ ବ୍ୟୟବରାଦ:

ପ୍ରତିରକ୍ଷା- ୩,୮୫,୩୭୦ କୋଟି

ପେନସନ- ୨,୦୭,୧୩୨ କୋଟି

ପ୍ରମୁଖ ସବସିଡି- ୩,୧୭,୮୬୬ କୋଟି

କୃଷି ଓ ତା’ ସହିତ ଜଡ଼ିତ କାର୍ୟ୍ୟକ୍ରମ- ୧,୫୧,୫୨୧ କୋଟି

ବାଣିଜ୍ୟ ଓ ଶିଳ୍ପ- ୫୩,୧୧୬ କୋଟି

ଉତ୍ତର ପୂର୍ବର ରାଜ୍ୟର ବିକାଶ- ୨,୮୦୦ କୋଟି

ଶିକ୍ଷା- ୧,୦୪,୨୭୮ କୋଟି

ଶକ୍ତି: ୪୯,୨୨୦ କୋଟି

ବୈଦେଶିକ ବ୍ୟାପାର: ୧୭,୨୫୦ କୋଟି

ଅର୍ଥ:୨୧,୩୫୪ କୋଟି

ସ୍ୱାସ୍ଥ୍ୟ: ୮୬,୬୦୬ କୋଟି

ସ୍ୱରାଷ୍ଟ୍ର ବ୍ୟାପାର: ୧,୨୭,୦୨୦

ସୁଧ: ୯,୪୦,୬୫୧ କୋଟି

ଆଇଟି ଓ ଟେଲିକମ: ୭୯,୮୮୭ କୋଟି

ଯୋଜନା ଓ ପରିସଂଖ୍ୟନ: ୫,୭୨୦ କୋଟି

ଗ୍ରାମୀଣ ବିକାଶ: ୨,୦୬,୨୯୩ କୋଟି

ବିଜ୍ଞାନଭିତ୍ତିକ ବିଭାଗ: ୩୦,୫୭୧ କୋଟି

ସାମାଜିକ କଲ୍ୟାଣ: ୫୧,୭୮୦ କୋଟି

ଟିକସ ଆଡମିନଷ୍ଟ୍ରେସନ: ୧,୭୧,୬୭୭ କୋଟି

ରାଜ୍ୟଗୁଡ଼ିକର ଭାଗ: ୩,୩୪,୩୩୯ କୋଟି

ପରିବହନ: ୩,୫୧,୮୫୧ କୋଟି

କେନ୍ଦ୍ର ଶାସିତ ଅଞ୍ଚଳ: ୫୮,୭୫୭ କୋଟି

ସହରାଞ୍ଚଳ ବିକାଶ: ୭୬,୫୪୯ କୋଟି

ଅନ୍ୟାନ୍ୟ ଖର୍ଚ୍ଚ: ୧,୧୩,୩୦୧ କୋଟି ଟଙ୍କା

ସୁଧହାର ହ୍ରାସ ନେଇ କେନ୍ଦ୍ର ସରକାରଙ୍କ ୟୁ-ଟର୍ଣ୍ଣ : କାଲି ନିଷ୍ପତ୍ତି, ଆଜି ପ୍ରତ୍ୟାହାର
ନୂଆଦିଲ୍ଲୀ :  କ୍ଷୁଦ୍ର ସଞ୍ଚୟ ଯୋଜନାଗୁଡ଼ିକ ଉପରେ ସୁଧହାର ହ୍ରାସ କରିବାର ନିଷ୍ପତ୍ତିକୁ ୨୪ ଘଣ୍ଟା ନ ପୂରୁଣୁ କେନ୍ଦ୍ର ସରକାର ୟୁ-ଟର୍ଣ୍ଣ କରିଛନ୍ତି। ଗତ କାଲି ସରକାର ସୁଧହାର ହ୍ରାସ ପାଇଁ ନିଷ୍ପତ୍ତି ନେଇଥିବାବେଳେ ଆଜି ତାହାକୁ ଫେରାଇ ନେଇଛନ୍ତି। ସୁଧହାର ହ୍ରାସ ପାଇଁ ଭୁଲ ବଶତଃ ଆଦେଶ ଜାରି ହୋଇଥିଲା ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ସମସ୍ତ ଯୋଜନାଗୁଡ଼ିକରେ ପୁରୁଣା ସୁଧହାର ପୂର୍ବପରି ରହିବ, ଯାହା ଗତବର୍ଷ ମାର୍ଚ୍ଚ ତ୍ରୈମାସିକରେ ରହିଥିଲା। ସଞ୍ଚୟ ଜମାଖାତାରେ ବାର୍ଷିକ ୪% ସୁଧ ମିଳିବ।

Interest rates of small savings schemes of GoI shall continue to be at the rates which existed in the last quarter of 2020-2021, ie, rates that prevailed as of March 2021.
Orders issued by oversight shall be withdrawn. @FinMinIndia @PIB_India

— Nirmala Sitharaman (@nsitharaman) April 1, 2021

ସୂଚନାଯୋଗ୍ୟ, ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (ପିପିଏଫ୍‌), ନ୍ୟାଶନାଲ ସେଭିଙ୍ଗସ୍‌ ସ୍କିମ୍ (ଏନ୍‌ଏସ୍‌ସି) ଓ ଅନ୍ୟାନ୍ୟ କ୍ଷୁଦ୍ର ସଞ୍ଚୟ ଜମା ଉପରେ ମିଳୁଥିବା ସୁଧ ହାରକୁ ସରକାର ହ୍ରାସ କରିଥିଲେ। ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଅର୍ଥାତ୍‌ ଏପ୍ରିଲ ୧ରୁ ଏହି ସଂଶୋଧିତ ସୁଧ ହାର ଲାଗୁ ହେବ ବୋଲି ବିଜ୍ଞପ୍ତି ଜାରି କରାଯାଇଥିଲା

ବିଜ୍ଞପ୍ତି ଅନୁଯାୟୀ, ପିପିଏଫ୍‌ ସୁଧ ହାର ୭.୧%ରୁ ୬.୪%କୁ ହ୍ରାସ କରାଯାଇଥିଲା। ସେହିପରି ଏନ୍‌ଏସସି ସୁଧ ହାର ୬.୮%ରୁ ୫.୯%କୁ ହ୍ରାସ କରାଯାଇଥିଲା। କିଷାନ ବିକାଶ ପତ୍ର (କେଭିପି) ସୁଧ ହାର ୬.୯%ରୁ ୬.୨%କୁ, ସୁକନ୍ୟା ସମୃଦ୍ଧି ଯୋଜନା ୭.୬%ରୁ ୬.୯%କୁ ଓ ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା ସୁଧ ହାର ୭.୪%ରୁ ୬.୫%କୁ ହ୍ରାସ କରାଯାଇଥିଲା। ଏକ ବର୍ଷିୟା ସଞ୍ଚୟ ଯୋଜନା ଉପରେ ସୁଧହାରକୁ ସର୍ବାଧିକ ୧.୧ ପ୍ରତିଶତ ହ୍ରାସ କରାଯାଇ ୪.୪% କରାଯାଇଥିଲା। କିନ୍ତୁ ସରକାର ଆଦେଶ ପ୍ରତ୍ୟାହାର କରିନେବା ପରେ ସୁଧହାର ଅପରିବର୍ତ୍ତିତ ରହିବ।