Cyclonic Storm Biparjoy - The Sakala

ବାତ୍ୟା ‘ବିପର୍ଯ୍ୟୟ’ ଉତ୍ତରମୁହାଁ: ଗୁଜରାଟ ଠାରୁ ପାକିସ୍ତାନ ଯାଏ ହାଇ ଆଲର୍ଟ, ୧୫ରେ ଛୁଇଁବ ସ୍ଥଳଭାଗ
ନୂଆଦିଲ୍ଲୀ:  ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ବିପର୍ଯ୍ୟୟ’ ଏବେ ଭୀଷଣ ବାତ୍ୟାର ରୂପ ନେଇ ଉତ୍ତରମୁହାଁ ହୋଇଥିବା ବେଳେ ଆସନ୍ତା ୧୫ ତାରିଖରେ ଏହା ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଗୁଜରାଟ କଚ୍ଛ ଜିଲ୍ଲାର ମାଣ୍ଡଭି ଏବଂ ପାକିସ୍ତାନର କରାଚି ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ।

କିନ୍ତୁ ଏହାପୂର୍ବରୁ ଜୁନ୍‌ ୧୪ରେ ଏହା ଗୁଜରାଟର କଚ୍ଛ ଏବଂ ସୌରାଷ୍ଟ୍ର ଅଞ୍ଚଳ ଦେଇ ଗତି କରିବାକୁ ରହିଥିବା ବେଳେ ଏହି ସମୟରେ ବିପର୍ଯ୍ୟୟ ସୃଷ୍ଟି କରିବା ଆଶଙ୍କାରେ ସାରା ରାଜ୍ୟରେ ପୂର୍ଣ୍ଣ ସତର୍କତା ସହିତ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୨୫ରୁ ୧୩୫ କିମି ରହିବା ସହିତ ବେଳେବେଳେ ଏହା ୧୫୦ ମଧ୍ୟ ଛୁଇଁପାରେ। ବିଶେଷକରି କଚ୍ଛ ଏବଂ ପାକିସ୍ତାନର କରାଚି ଅଞ୍ଚଳରେ ଏହି ବାତ୍ୟା ବିପୁଳ କ୍ଷତି ପହଞ୍ଚାଇବା ଆଶଙ୍କାରେ ଏହିସବୁ ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇଛି। କଚ୍ଛ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ବର୍ତ୍ତମାନ ସୁଦ୍ଧା ଗୁଜରାଟର ବିଭିନ୍ନ ଅଞ୍ଚଳରେ ୧୫ଟି ଏନଡିଆରଏଫ ଟିମ୍‌କୁ ମୁତୟନ କରାଯିବା ସହିତ ଓଡ଼ିଶା, ତାମିଲନାଡୁ ଏବଂ ପଞ୍ଜାବରେ ଥିବା ଏନଡିଆରଏଫ ଟିମ୍‌କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ସେହିପରି ଭାରତୀୟ ତଟରକ୍ଷୀ ବାହିନୀକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ଗୁଜରାଟ ଏବଂ ମହାରାଷ୍ଟ୍ରର ଉପକୂଳ ଅଞ୍ଚଳରେ କୌଣସି ଡଙ୍ଗା କିମ୍ବା ମୋଟର ଚାଳିତ ବୋଟ୍‌କୁ ସମୁଦ୍ର ମଧ୍ୟକୁ ନଯିବାକୁ କଡ଼ା ନିୋର୍ଦ୍ଦଶ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଗୁଜରାଟ ଉପକୂଳରେ ପ୍ରାୟ ୨୧ ହଜାରରୁ ଅଧିକ ବୋଟ୍‌ ଅଟକି ରହିଛନ୍ତି। ସେହିପରି ମହାରାଷ୍ଟ୍ରରେ ହାଇଆଲର୍ଟ ଜାରି କରାଯାଇଥିଲା ବେଳେ ସେଠାରେ ୫ଟି ଏନଡିଆରଏଫ ଟିମ୍‌ ମୁତୟନ ହୋଇଛନ୍ତି। ଏନଡିଆରଏଫ ଟିମ୍‌ ବ୍ୟତୀତ ଭାରତୀୟ ସେନା ଏବଂ ନୌସେନାକୁ ମଧ୍ୟ ସଜାଗ ରଖାଯାଇଛି। ବାତ୍ୟା ବିପର୍ଯ୍ୟୟ ସ୍ଥଳ ଭା ଛୁଇଁବା ସମୟରେ ଉତ୍ତରଭାରତର ବିଭିନ୍ନ ରାଜ୍ୟରେ ବର୍ଷା ହେବାର ଆଶଙ୍କା ରହିଛି। ଦିଲ୍ଲୀ ସମେତ ପଶ୍ଚିମ ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଆଶଙ୍କାକୁ ନେଇ ଏହିସବୁ ରାଜ୍ୟରେ ମଧ୍ୟ ସତର୍କତା ଜାରି କରାଯାଇଛି।

ବାତ୍ୟା ମୁକାବିଲା ପାଇଁ ପ୍ରଶାସିକ ସ୍ତରରେ ନିଆଯାଇଥିବା ପ୍ରସ୍ତୁତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ସବୁ ବିଭାଗ ମଧ୍ୟରେ ଉତ୍ତମ ସମନ୍ବୟ ରକ୍ଷା କରି ବିପର୍ଯ୍ୟୟ ମୁକାବିଲା କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏହାପୂର୍ବରୁ କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକରେ ମଧ୍ୟ ସ୍ଥିତି ସମୀକ୍ଷା କରାଯାଇଥିଲା। ଗୁଜରାଟ ସରକାରଙ୍କ ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ସମନ୍ବୟ ରଖି କାର୍ଯ୍ୟ କରିବାକୁ ଏହି ବୈଠକରେ କୁହାଯାଇଛି।