Australia vs India - The Sakala
ଭାରତ-ଅଷ୍ଟ୍ରେଲିଆ ୫ମ ଟି-୨୦: ଆଜି ସିରିଜ୍‌ ନିର୍ଣ୍ଣାୟକ ଲଢ଼େଇ, ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଭାରତ...
ବ୍ରିସବେନ: ଭ୍ରମଣକାରୀ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚଳିତ ଟି-୨୦ ସିରିଜର ଅନ୍ତିମ ତଥା ନିର୍ଣ୍ଣାୟକ ୫ମ ମୁକାବିଲା ଶନିବାର ବ୍ରିସବେନରେ ଖେଳାଯିବ। ଉଭୟ ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ପାଇଁ ଏହି ମ୍ୟାଚ୍‌ ବେଶ୍‌ ଗୁରୁତ୍ୱବହନ କରୁଛି। ୨-୧ରେ ଅଗ୍ରଣୀ ଥିବା ଭାରତ ଏହି ମ୍ୟାଚ୍‌ ଜିତି ସିରିଜ ବିଜୟୀ ହେବା ଲକ୍ଷ୍ୟରେ ରହିଛି। ଅପରପକ୍ଷରେ ମିଚେଲ ମାର୍ଶଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ପାଇଁ ‘କର ବା ମର’ ସ୍ଥିତି ସୃଷ୍ଟି କରିଛି। ସିରିଜରେ ପଛୁଆ ଥିବା କଙ୍ଗାରୁ ଦଳ ଏଠାରେ ବିଜୟୀ ହୋଇ ଡ୍ର ରଖିବା ଲକ୍ଷ୍ୟରେ ରହିଛି। ଯଦି ଅଷ୍ଟ୍ରେଲିଆ ପରାସ୍ତ ହୁଏ ତେବେ ସିରିଜ ମଧ୍ୟ ହାତଛଡ଼ା କରିବ। ତେଣୁ ଭାରତ ଅପେକ୍ଷା ଅଷ୍ଟ୍ରେଲିଆ ନିଶ୍ଚିତ ଭାବେ ଏହି ମ୍ୟାଚରେ ଚାପରେ ରହିବ।
ପୂର୍ବରୁ ସିରିଜର କାନବେରାରେ ଖେଳାଯାଇଥିବା ସିରିଜର ପ୍ରଥମ ମ୍ୟାଚ୍‌ ବର୍ଷା ଲାଗି ବାତିଲ ହୋଇଥିଲା। ଏହାପରେ ମେଲବୋର୍ଣ୍ଣ ମୁକାବିଲାକୁ ୪ ୱିକେଟରେ ଜିତି ଅଷ୍ଟ୍ରେଲିଆ ୧-୦ରେ ଅଗ୍ରଣୀ ଲାଭ କରିଥିଲା। କିନ୍ତୁ ଭ୍ରମଣକାରୀ ଭାରତ ୩ୟ ଓ ୪ର୍ଥ ମୁକାବିଲାରେ ଦମ୍‌ଦାର ପ୍ରଦର୍ଶନ କରି ଯଥାକ୍ରମେ ୫ ୱିକେଟ୍‌ ଓ ୪୮ ରନରେ ବିଜୟୀ ହୋଇଥିଲା। ଫଳରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତ ବର୍ତ୍ତମାନ ୨-୧ରେ ଆଗୁଆ ରହିଛି। ଆସନ୍ତାକାଲି ମଧ୍ୟ ଟିମ୍‌ ଇଣ୍ଡିଆ ଏହି ବିଜୟଧାରାକୁ ବଜାୟ ରଖିବା ସହ ଦୁଇଟି ଉପଲବ୍ଧି ହାସଲ କରିବା ଲକ୍ଷ୍ୟରେ ରହିଛି। ପ୍ରଥମତଃ ଅଷ୍ଟ୍ରେଲିଆ ମାଟିରେ ଦୀର୍ଘ ୧୭ ବର୍ଷ ହେଲା ଟି-୨୦ ସିରିଜ ପରାସ୍ତ ନ ହେବାର ରେକର୍ଡ ବଜାୟ ରଖିବ। ଦ୍ୱିତୀୟରେ ଗତ ଦିନିକିଆ ସିରିଜ ପରାଜୟର ପ୍ରତିଶୋଧ ମଧ୍ୟ ଟି-୨୦ରେ ନେବାକୁ ଭାରତୀୟ ଦଳ ଲକ୍ଷ୍ୟ ରଖିଛି। ତେଣୁ ସୂର୍ଯ୍ୟକୁମାର ଓ ତାଙ୍କ ଦଳ ଟି-୨୦ ସିରିଜକୁ ଦମ୍‌ଦାର ଭାବେ ଫିନିଶ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବେ।
ଚତୁର୍ଥ ଟି-୨୦ରେ ଭାରତର ରୋମାଞ୍ଚକର ବିଜୟ, ଅଷ୍ଟ୍ରେଲିଆକୁ ୪୮ ରନ୍‌ରେ ହରାଇ ସିରିଜ୍‌ରେ ଆଗୁଆ...
ଗୋଲ୍ଡ କୋଷ୍ଟ: ଆଜି ଖେଳାଯାଇଥିବା ଚତୁର୍ଥ ଟି-୨୦ରେ ଭାରତ ୪୮ ରନରେ ଅଷ୍ଟ୍ରେଲିଆକୁ ହରାଇଛି। ଏହି ବିଜୟ ସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ୨-୧ର ଅଗ୍ରଣୀ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୧୬୭ ରନ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୧୮.୨ ଓଭର ଖେଳି ମାତ୍ର ୧୧୯ ରନ୍‌ କରି ଅଲ୍‌ ଆଉଟ ହୋଇଯାଇଛି।
୧୬୮ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଅଷ୍ଟ୍ରେଲିଆର ଦୁଇ ଓପନର ମିଚେଲ୍ ମାର୍ଶ ଓ ମାଥ୍ୟୁ ସର୍ଟ ୩୭ ରନ ଯୋଡ଼ିଥିଲେ। ସର୍ଟ(୨୫ ରନ)ଙ୍କୁ ଆଉଟ୍ କରି ଅକ୍ଷର ପଟେଲ୍ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏହାପରେ ମିଚେଲ ମାର୍ଶ ବଡ଼ ଶଟ୍ ଖେଳି ରନ ଗତି ଆଗକୁ ବଢ଼ାଇବାକୁ ଚେଷ୍ଟା କରିଥିଲେ। ହେଲେ ଶିବମ ଦୁବେଙ୍କ ବଲ୍‌ରେ ମିଚେଲ ମାର୍ଶ(୩୦) ୱିକେଟ୍ ଯାଇଥିଲା। ଏହାପରେ ଅଷ୍ଟ୍ରେଲିଆର କୌଣସି ବ୍ୟାଟର ୨୦ ରନ୍ ବି କରିପାରି ନଥିଲେ। ଦଳ ପକ୍ଷରୁ ଜସ ଇଂଲିସ ୧୨ ରନ୍, ଟିମ ଡେଭିଡ୍ ୧୪, ଜସ ଫିଲିପ ୧୦,ମାର୍କସ ଷ୍ଟୋଇନିସ ୧୭ ରନ୍ କରିଥିଲେ। ମାକ୍ସୱେଲ୍ ମଧ୍ୟ ୫ ରନ୍ କରି ଆଉଟ୍ ହୋଇଯାଇଥିଲେ।
ଭାରତ ପକ୍ଷରୁ ୱାଶିଂଟନ ସୁନ୍ଦର ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଶିବମ ଦୁବେ,ଅକ୍ଷର ପଟେଲ ଦୁଇଟି ଲେଖାଏ ୱିକେଟ ନେଇଥିଲେ। ସେହିପରି ଅର୍ଶଦୀପ ସିଂହ, ଜସପ୍ରୀତ ବୁମ୍ରା ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ଗୋଟିଏ ଲେଖାଏ ସଫଳତା ମିଳିଥିଲା।
ଆଜି ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟି-୨୦; ସିରିଜ୍‌ ଅଗ୍ରଣୀ ଲକ୍ଷ୍ୟରେ ଖେଳିବ ଭାରତ, ଦଳରେ ନାହାନ୍ତି କୁଲଦୀପ...
ଗୋଲ୍ଡ କୋଷ୍ଟ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୫ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ବରାବର ସ୍ଥିତିରେ ରହିଛି। ସିରିଜ୍‌ରେ ୩ଟି ମ୍ୟାଚ ପରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତି ସମାନ ଅବସ୍ଥାରେ ରହିଛନ୍ତି। ଏହା ମଧ୍ୟରେ ଗୁରୁବାର ଚତୁର୍ଥ ଏବଂ ଶନିବାର ପଞ୍ଚମ ତଥା ଶେଷ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ଜିତି ଉଭୟ ଦଳ ଅଗ୍ରଣୀ ନେବା ଲକ୍ଷ୍ୟରେ ରହିଛନ୍ତି। ବିଶେଷ କରି ଘରୋଇ ଦଳର ପ୍ରତିଷ୍ଠିତ ଖେଳାଳି ଜୋଶ ହାଜ୍‌ଲେଉଡ୍‌,  ଟ୍ରାଭିସ ହେଡ ଓ ସିନ ଆବଟ ଦଳରେ ନାହାନ୍ତି। ଏମାନେ ସମସ୍ତେ ପର୍ଥରେ ନଭେମ୍ବର ୨୧ରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଆସେସ ସିରରିଜ୍‌ର ପ୍ରଥମ ଟେଷ୍ଟ ଲାଗି ଦଳରେ ସାମିଲ ହୋଇଛନ୍ତି। ଏହି ଦଳରେ ସାମିଲ ହୋଇଥିବା କେବଳ ଜଣେମାତ୍ର ଖେଳାଳି ୱିକେଟରକ୍ଷକ ଜୋଶ ଇଂଲିଶ ଏବେ ଟି-୨୦ ଦଳରେ ଖେଳୁଛନ୍ତି। ଅନ୍ୟ ପକ୍ଷରେ ଆସନ୍ତାକାଲିଠାରୁ ଦକ୍ଷିଣ ଆଫ୍ରିକା-ଏ’ ସହ ଦ୍ୱିତୀୟ ଅନ୍‌ଅଫିସିଆଲ ଟେଷ୍ଟ ଖେଳିବାକୁ କୁଲଦୀପ ଯାଦବ ଭାରତରେ ପହଞ୍ଚି ପ୍ରସ୍ତୁତ ହୋଇଛନ୍ତି। ଶୁବମନ ଗିଲ୍‌ ଟେଷ୍ଟ ଦଳର ନେତୃତ୍ୱ ନେଉଥିଲାବେଳେ ଏଠାରେ ସଂଘର୍ଷ କରୁଛନ୍ତି। ଦୁଇ ସ୍ପିନର ଅକ୍ଷର ପଟେଲ ଓ ୱାଶିଂଟନ ସୁନ୍ଦର କିମ୍ବା ଫାଷ୍ଟ ବୋଲର ଯଶପ୍ରୀତ୍‌ ବୁମ୍‌ରା ନଭେମ୍ବର ୧୪ରୁ ଆରମ୍ଭ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ସ୍ଥାନ ପାଇପାରନ୍ତି। କିନ୍ତୁ ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତିରେ ଭାରତ ଏଠାରେ ଆଉ ଏକ ସିରିଜ୍‌ ଜିତିବାକୁ ସୁଯୋଗ ପାଇଛି। ଅଷ୍ଟ୍ରେଲିଆ ମାଟିରେ ଭାରତ ୨୦୦୮ ପରଠାରୁ ଟି-୨୦ ଫର୍ମାଟରେ ସିରିଜ୍‌ ହାରିନାହିଁ।
ଗିଲ୍‌ଙ୍କ ଉପରେ ନଜର
ଏହି ସିରିଜ୍‌ରେ ଟି-୨୦ ଦଳର ଉପଅଧିନାୟକ ଶୁବମନ ଗିଲ୍‌ ରନ୍‌ ଲାଗି ସଂଘର୍ଷ କରୁଛନ୍ତି। ଏହି ସିରିଜ୍‌ର ପ୍ରଥମ ୩ଟି ମ୍ୟାଚ୍‌ରେ ଇନିଂସ ଓପନ କରି ଯଥାକ୍ରମେ ଅପରାଜିତ ୩୭, ୫ ଓ ୧୫ ରନ୍‌ କରିବାକୁ ସମର୍ଥ ହୋଇଛନ୍ତି। ଏହାକୁ ନେଇ ସମର୍ଥକମାନେ କ୍ଷୁବ୍ଧ ହୋଇଥିଲେ ମଧ୍ୟ ଗିଲ ଦଳରେ ତିଷ୍ଠି ରହିଛନ୍ତି। ଅଷ୍ଟ୍ରେଲିଆ ଭଳି ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ ଲାଗି ଘରୋଇ ମାଟିରେ ପ୍ରସ୍ତୁତି କରିବାର ଆବଶ୍ୟକତା ରହିଥିଲା। କିନ୍ତୁ ତାହା ସେ ନ କରି ଟି-୨୦ ଫର୍ମାଟରେ ସଘର୍ଷ କରୁଥିଲେ ମଧ୍ୟ ଖେଳୁଛନ୍ତି। ଗିଲ୍‌ଙ୍କୁ ଦଳରେ ସାମିଲ କରାଯାଇଥିବାରୁ ସେ ଆଉ ଜଣେ ପ୍ରତିଭାବାନ ଖେଳାଳିଙ୍କ ରାସ୍ତା ବନ୍ଦ କରିଥିଲାବେଳେ ଆଉ ଜଣେ ଖେଳାଳିଙ୍କ କ୍ୟାରିୟର ଶେଷ କରିଦେଇଛନ୍ତି ବୋଲି ସିଧାସଳଖ ଅଭିଯୋଗ ଆଣିଛନ୍ତି ଭାରତର କିଂବଦନ୍ତୀ କ୍ରିକେଟର କେ. ଶ୍ରୀକାନ୍ତ। ଦଳରେ ଗିଲ ସାମିଲ ହୋଇଥିବାରୁ ଓପନର ଯଶସ୍ୱୀ ଜୟସ୍ୱାଲଙ୍କୁ ଦଳରେ ନିଆଯାଉନାହିଁ। ସେହିପରି ଗିଲ ଇନିଂସ ଓପନ କରିବା ଫଳରେ ସଞ୍ଜୁ ସାମସନଙ୍କ କ୍ୟାରିୟର ମଧ୍ୟ ଏକପ୍ରକାର ଶେଷ ହୋଇଯାଇଛି। ଏଭଳି ସ୍ଥିତିରେ ତାଙ୍କ ଉପରେ ନଜର ରହିବା ସ୍ୱାଭାବିକ୍‌। ଏହା ମଧ୍ୟରେ ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡୀ ଫିଟ୍‌ ହୋଇଯାଇଛନ୍ତି। ବୋଲିଂ କୋଚ୍‌ ମୋର୍ଣ୍ଣ ମୋର୍କେଲଙ୍କ କହିବା ଅନୁଯାୟୀ ବ୍ୟାଟିଂ, ଫିଲ୍ଡିଂ ଓ ବୋଲିଂ କରିବାରେ ରେଡ୍ଡୀ କୌଣସି ଅସୁବିଧାର ସମ୍ମୁଖୀନ ହୋଇନାହାନ୍ତି। କିନ୍ତୁ ସେ କେତେ ପରିମାଣରେ ମ୍ୟାଚ୍‌ ଫିଟ୍‌ ଅଛନ୍ତି ତାହାକୁ ଜାଣିବା ପରେ ଦଳରେ ସାମିଲ କରାଯିବ କି ନାହିଁ ସ୍ଥିର ହେବ। ତୃତୀୟ ଟି-୨୦ରେ ଭାରତ ଅଭିଷେକ ଶର୍ମାଙ୍କୁ ଶୀଘ୍ର ହରାଇଥିଲେ ମଧ୍ୟ ଅନ୍ୟମାନଙ୍କ ମିଳିତ ସଫଳତା ଯୋଗୁ ଭାରତ ମ୍ୟାଚ୍‌ ଜିତିଥିଲା। ବିଶେଷ କରି ପ୍ରଥମ ମ୍ୟାଚ୍‌ ଖେଳି ୱାଶିଂଟନ ସୁନ୍ଦର ବଡ଼ ବଡ଼ ସଟ୍‌ ଖେଳି ସର୍ବାଧିକ ସ୍କୋର କରିଥିଲାବେଳେ ସାମସନ୍‌ଙ୍କ ସ୍ଥାନରେ ଖେଳିଥିବା ଜିତେଶ ଶର୍ମାଙ୍କ ଆତ୍ମବିଶ୍ୱାସଭରା ବ୍ୟାଟିଂ ତାଙ୍କୁ ଦଳରେ ରଖିବାକୁ ବାଧ୍ୟ କରିଛି। ବୋଲିଂରେ ଦଳର ସେପରି କିଛି ପରିବର୍ତ୍ତନ ହେବ ବୋଲି ଆଶା କରାଯାଉନାହିଁ। ଅଲରାଉଣ୍ଡର ଶିବମ ଦୁବେଙ୍କ ସ୍ଥାନରେ ଫିଟ୍‌ ହୋଇଥିଲେ ନୀତୀଶଙ୍କୁ ସାମିଲ କରାଯିବାର ସମ୍ଭାବନା ରହିଛି।
ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଦଳରୁ ହାଜ୍‌ଲେଉଡ୍‌, ହେଡ୍‌ ଓ ସିନ ଆବଟଙ୍କୁ ପ୍ରତ୍ୟାହାର କରିନିଆଯାଇଛି। ଏମାନଙ୍କ ସ୍ଥାନରେ ବେନ୍‌ ଡ୍ୱାରଶୁଇସ୍‌ ଓ ଗ୍ଲେନ୍‌ ମ୍ୟାକ୍ସୱେଲଙ୍କୁ ସାମିଲ କରାଯାଇଛି। ଉଭୟ ମ୍ୟାଚ୍‌ ଫିଟ୍‌ ନାହାନ୍ତି। ଏଣୁ ସେମାନଙ୍କୁ ଦଳରେ ସାମିଲ କରାଯିବ କି ନାହିଁ ତାହା ଶେଷ ମୁହୂର୍ତ୍ତରେ ସ୍ଥିର ହେବ। ତୃତୀୟ ମୁକାବିଲାରେ ଟିମ୍‌ ଡେଭିଡ୍‌ଙ୍କ ବିଗ୍‌ ହିଟିଂ ଓ ମାର୍କସ ଷ୍ଟୋଇନିସ୍‌ଙ୍କ ଚମକ୍ରାର ଇନିଂସ ଅଷ୍ଟ୍ରେଲିଆକୁ ଫାଇଦାରେ ରଖିବ। ହେଡ୍‌ଙ୍କ ଅନୁପସ୍ଥିତିରେ ମାଥ୍ୟୁ ସର୍ଟ ଇନିଂସ ଓପନ କରିବେ। ଉପରୋକ୍ତ ଦୁଇ ଖେଳାଳିଙ୍କୁ ନେଇ ଦଳ ପରିବର୍ତ୍ତନ ହୋଇପାରେ।
ଭାରତ - ଅଭିଷେକ ଶର୍ମା, ଶୁବମନ ଗିଲ୍‌, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଳକ ବର୍ମା, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ଜିତେଶ ଶର୍ମା (ୱିକେଟରକ୍ଷକ), ଶିବମ ଦୁବେ, ଅର୍ଶଦୀପ ସିଂହ, ଯଶପ୍ରୀତ୍‌ ବୁମ୍‌ରା ଓ ବରୁଣ ଚକ୍ରବର୍ତ୍ତୀ।
ଅନ୍ୟ ଖେଳାଳି- ନୀତୀଶ କୁମାର ରେଡ୍ଡୀ, ସଞ୍ଜୁ ସାମସନ, ରିଙ୍କୁ ସିଂ, ହର୍ଷିତ ରାଣା।
ପ୍ରସାରଣ : ଷ୍ଟାରସ୍ପୋର୍ଟ୍ସ ନେଟ୍‌ୱର୍କ, ଆରମ୍ଭ: ଅପରାହ୍ଣ ୧ଟା ୪୫
ଅଷ୍ଟ୍ରେଲିଆ - ମାଥ୍ୟୁ ସର୍ଟ, ମିଚେଲ ମାର୍ଶ (ଅଧିନାୟକ), ଜୋଶ ଇଂଲିଶ (ୱିକେଟ ରକ୍ଷକ), ଟିମ୍‌ ଡେଭିଡ୍‌, ମିଚେଲ ଓଏନ, ମାର୍କସ ଷ୍ଟୋଇନିସ, ଗ୍ଲେନ୍‌ ମ୍ୟାକ୍ସୱେଲ, ଜାଭିୟର ବାର୍ଟଲେଟ, ବେନ୍‌ ଡ୍ୱାରଶୁଇସ୍‌, ନାଥାନ ଏଲିସ, ମାଥ୍ୟୁ କୁନେମାନ୍‌।
ଅନ୍ୟ ଖେଳାଳି- ମାହଲି ବିୟର୍ଡମ୍ୟାନ୍‌, ତନ୍‌ବୀର ସାଙ୍ଗା, ଜୋଶ ଫିଲିପ୍‌।
ଆଜିଠାରୁ ୫ ମ୍ୟାଚ୍‌ ବିଶିଷ୍ଟ ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିିରିଜ୍‌ ...
କାନବେରା:  ବିଶ୍ୱର ନଂ-୧ ତଥା ବିଶ୍ୱ ଚାମ୍ପିଅନ ଟିମ୍‌ ଭାରତ ଓ ନଂ-୨ ଟିମ୍‌ ତଥା ଆୟୋଜକ ଅଷ୍ଟ୍ରେଲିଆ ମଧ୍ୟରେ ବୁଧବାରଠାରୁ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଖେଳାଯିବ। ଏହା ପୂର୍ବରୁ ଦୁଇ ଦେଶ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଖେଳାଯାଇଥିଲା। ଏଥିରେ ଅଷ୍ଟ୍ରେଲିଆ ୨-୧ରେ ବିଜୟୀ ହୋଇଥିଲା। କିନ୍ତୁ ଟି-୨୦ ଫର୍ମାଟରେ ଭାରତର ଶକ୍ତି ଅଧିକ। ଏପରିକି ୨୦୦୮ ପରଠାରୁ ଅଷ୍ଟ୍ରେଲିଆରେ ଭାରତ ସିରିଜ୍‌ ହାରିନାହିଁ। ରେକର୍ଡ ଯାହା ହେଉ ପଛେ ଦଳର ତାରକା ବୋଲର ଯଶପ୍ରୀତ୍‌ ବୁମ୍‌ରା ଏହି ସିରିଜ୍‌ ଖେଳିବାକୁ ମନୋନୀତ ହୋଇଛନ୍ତି। ଏଣୁ ଭାରତର ଶକ୍ତି ବୃଦ୍ଧି ଘଟିଛି ଓ ଦଳର ସନ୍ତୁଳନକୁ ନେଇ ମ୍ୟାନେଜମେଣ୍ଟର ଚିନ୍ତା ମଧ୍ୟ ବଢ଼ିଛି। ଆସନ୍ତାବର୍ଷ ଭାରତ ଓ ଶ୍ରୀଲଙ୍କାରେ ଖେଳାଯିବ ଟି-୨୦ ବିଶ୍ୱକପ୍‌। ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ନିଜକୁ ପ୍ରସ୍ତୁତ କରିନେବାକୁ ଉଭୟ ଦଳ ଯୋଜନାବଦ୍ଧ ଭାବେ ଉଦ୍ୟମ କରିବେ। ଏପରିକି ଦଳର ଦକ୍ଷତା, ସନ୍ତୁଳନ, ଦୁର୍ବଳତାକୁ ମଧ୍ୟ ସଜାଡ଼ିନେବାକୁ ଉଭୟ ଦଳ ଚେଷ୍ଟା କରିବେ। ଟି-୨୦ ଫର୍ମାଟରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ବିଶ୍ୱର ଟପ୍‌-୨ ଦଳ ହୋଇଥିବାରୁ ଏହି ସିରିଜ୍‌ର ପ୍ରତ୍ୟେକ ମ୍ୟାଚ୍‌ ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।
ଭାରତରେ ଖେଳାଯିବାକୁ ଥିବା ବିଶ୍ୱକପ୍‌ର ପିଚ୍‌ କିମ୍ବା ଭେନ୍ୟୁ ସହ ଅଷ୍ଟ୍ରେଲିଆର ପିଚ୍‌ର ବ୍ୟବହାର ସମ୍ପୂର୍ଣ୍ଣ ଭିନ୍ନ। କିନ୍ତୁ ଏବେ ସବୁ ଦଳର ନଜର ରହିଛି ବିଶ୍ୱକପ୍‌ ପୂର୍ବରୁ ନିଜର ଶ୍ରେଷ୍ଠ ଟିମ୍‌ ଚୟନ କରିବା। ଏହି ସିରିଜ୍‌ ଭାରତ ଓ ଅଷ୍ଟ୍ରେଲିଆକୁ ଶ୍ରେଷ୍ଠ ଦଳ ଚୟନ ଓ ଦଳର ସନ୍ତୁଳନ ସଜାଡିବାକୁ ବଡ଼ ସୁଯୋଗ ଦେଇଛି। ଉଭୟଙ୍କ ମଧ୍ୟରେ ଲଢେ଼ଇରୁ ଯେଉଁ ଫଳ ମିଳିବ ତାହା ନିଶ୍ଚିତପକ୍ଷେ ଲାଭଦାୟକ ହେବ। ଏହା ପୂର୍ବରୁ ଭାରତ ଟି-୨୦ ଫର୍ମାଟରେ ଏସିଆ କପ୍‌ ଖେଳି ଚାମ୍ପିଅନ ହୋଇଥିଲା। ଏଥିରେ ଦଳ ଅପରାଜେୟ ଥିଲାବେଳେ ଶ୍ରୀଲଙ୍କା ବିପକ୍ଷ ସୁପର-୪’ର ଏକ ମ୍ୟାଚ୍‌କୁ ବାଦ୍‌ ଦେଲେ ଅନ୍ୟ ସବୁଥିରେ ସହଜ ବିଜୟ ହାସଲ କରିଥିଲା। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଏକାଧିକ ପ୍ରତିଭାବାନ ଖେଳାଳି ଆଇପିଏଲ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ କରି ଅନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ ହୋଇଛନ୍ତି। ଭାରତ ନିକଟରେ ଏତେ ପ୍ରତିଭା ରହିଛି ଯେ ୧୫ ଜଣିଆ ହେଉ କିମ୍ବା ୧୧ ଜଣିଆ ଦଳ ଚୟନ କରିବା କଷ୍ଟକର।  ଟି-୨୦ ସିରିଜ୍‌ ଲାଗି ଯଶ୍‌ପ୍ରୀତ୍‌ ବୁମ୍‌ରାଙ୍କ ପ୍ରତ୍ୟାବର୍ତ୍ତନ ଦଳକୁ ଅଧିକ ମଜଭୁତ କରିଛି। ଅର୍ଶଦୀପ ସିଂହଙ୍କୁ ପାର୍ଟନର କରି ସେ ନିଶ୍ଚିତଭାବେ ଅଷ୍ଟ୍ରେଲୀୟ ବ୍ୟାଟରଙ୍କୁ ଅସୁବିଧାରେ ପକାଇବେ। ନିକଟରେ ସିଡନୀ ଦିନିକିଆରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ହର୍ଷିତ ରାଣା କିମ୍ବା ଶିବମ ଦୁବେ ପେସ୍‌ ବୋଲିଂ ଯୋଡି ବୁମ୍‌ରା-ଅର୍ଶଦୀପ୍‌ଙ୍କୁ ସାହାଯ୍ୟ କରିବେ। ଏସିଆ କପ୍‌ରେ ଭାରତ ସ୍ପିନରଙ୍କୁ ନେଇ ଚାମ୍ପିଅନ ହୋଇଥିଲା। ଅଷ୍ଟ୍ରେଲିଆ ବିପକ୍ଷରେ ସ୍ପିନରଙ୍କ ଭୂମିକା ଅଧିକ ନ ରହିଲେ ମଧ୍ୟ ଏମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ। ଦଳରେ ୪ଜଣ ସ୍ପିନରଙ୍କୁ ନିଆଯାଇଛି। ଅକ୍ଷର ପଟେଲ, କୁଲଦୀପ ଯାଦବ, ୱାଶିଂଟନ ସୁନ୍ଦର ଓ ବରୁଣ ଚକ୍ରବର୍ତ୍ତୀଙ୍କ ମଧ୍ୟରୁ ୨ଜଣ ଖେଳିବା ନିଶ୍ଚିତ।  ଦିନିକିଆରେ ଏମାନେ ଅଷ୍ଟ୍ରେଲିଆ ପିଚ୍‌ରେ ସଂଘର୍ଷ କରିଥିଲେ। ଟି-୨୦ରେ କିପରି ପ୍ରଦର୍ଶନ କରିବେ ତାହା ଉପରେ ଦଳର ସଫଳତା ନିର୍ଭର କରୁଛି। ଭାରତ ୨୦୨୪ରେ ବିଶ୍ୱକପ୍‌ ଜିତିବା ପରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଖେଳି ମାତ୍ର ୩ଟି ମ୍ୟାଚ୍‌ରେ ପରାଜିତ ହୋଇଛି। ଏହି ରେକର୍ଡ ବଜାୟ ରଖିବ ବୋଲି ଭାରତୀୟ ସମର୍ଥକ ଓ କର୍ମକର୍ତ୍ତା ଆଶା ରଖିବା ସ୍ୱାଭାବିକ୍‌।
ଖେଳ ଆରମ୍ଭ : ଅପରାହ୍ଣ ୧ଟା ୪୫ ମିନିଟ୍‌
ପ୍ରସାରଣ : ଷ୍ଟାର ସ୍ପୋର୍ଟ୍ସ ନେଟ୍‌ୱର୍କ, ଜିଓ ହଟ୍‌ଷ୍ଟାର
ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଗତ ଦୁଇଟି ବିଶ୍ୱକପ୍‌ରେ ସଅଳ ବିଦାୟ ନେବା ସହ ସମସ୍ତଙ୍କୁ ନିରାଶ କରିଥିଲା। କିନ୍ତୁ ୨୦୨୪ ବିଶ୍ୱକପ୍‌ ପରେ ଦଳର ତାହାର ରଣନୀତି ଓ ଦୃଷ୍ଟିକୋଣରେ ପରିବର୍ତ୍ତନ ଆଣିଛି। ଯାହା ଫଳରେ ୧୧ଟି ମ୍ୟାଚ୍‌ ଖେଳି ମାତ୍ର ୨ଟିରେ ପରାଜିତ ହୋଇଛି। ମିଚେଲ ମାର୍ଶଙ୍କ ନେତୃତ୍ୱରେ ପାୱାର ହିଟରଙ୍କୁ କେବଳ ଦଳରେ ସ୍ଥାନ ମିଳିଛି। ଟ୍ରାଭିସ ହେଡ୍‌, ଜୋଶ ଇଂଲିଶ, କାମେରନ ଗ୍ରୀନ୍‌ (ଏହି ସିରିଜ୍‌ରେ ଖେଳୁନାହାନ୍ତି), ଟିମ୍‌ ଡେଭିଡ୍‌, ମିଚେଲ ଓଏନ୍‌ ଓ ଗ୍ଲେନ୍‌ ମ୍ୟାକ୍ସୱେଲ (ଶେଷ ୩ଟି ମ୍ୟାଚ୍‌ ଖେଳିବେ)ଙ୍କୁ ନେଇ ଦଳର ବ୍ୟାଟିଂ ଲାଇନ୍‌ ବେଶ ସଫଳ ହୋଇଛି। ମାର୍କସ ଷ୍ଟୋଇନିସଙ୍କ ନେତୃତ୍ୱରେ ଏକାଧିକ ଅଲରାଉଣ୍ଡର ଅଷ୍ଟ୍ରେଲିଆର ସଫଳତାରେ ଭାଗୀଦାରି ହେଉଛନ୍ତି।
ସମ୍ଭାବ୍ୟ ଦଳ
ଭାରତ- ଅଭିଷେକ ଶର୍ମା, ଶୁବମନ ଗିଲ୍‌, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଳକ ବର୍ମା, ସଞ୍ଜୁ ସାମସନ (ୱିକେଟରକ୍ଷକ), ରିଙ୍କୁ ସିଂ, ଅକ୍ଷର ପଟେଲ, ଶିବମ ଦୁବେ/ ହର୍ଷିତ ରାଣା, କୁଲଦୀପ ଯାଦବ/ ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂହ, ଯଶ୍‌ପ୍ରୀତ୍‌ ବୁମ୍‌ରା।
ବେଞ୍ଚ- ୱାଶିଂଟନ ସୁନ୍ଦର, ନୀତୀଶ କୁମାର ରେଡ୍ଡୀ।
ଅଷ୍ଟ୍ରେଲିଆ - ମିଚେଲ ମାର୍ଶ (ଅଧିନାୟକ), ଟ୍ରାଭିସ ହେଡ୍‌, ଜୋଶ ଇଂଲିଶ (ୱିକେଟରକ୍ଷକ), ଟିମ୍‌ ଡେଭିଡ୍‌, ଜୋଶ ଫିଲିପ୍‌, ମିଚେଲ ଓଏନ, ମାର୍କସ ଷ୍ଟୋଇନିସ୍‌, ସିନ୍‌ ଆବଟ/ ଜାଭିୟର ବାର୍ଟଲେଟ, ନାଥାନ ଏଲିସ୍‌, ମ୍ୟାଟ କୁନେମାନ, ଜୋଶ ହାଜ୍‌ଲେଉଡ୍‌।
ବେଞ୍ଚ୍‌- ମାଥ୍ୟୁ ସର୍ଟ, ଜୋଶ ଫିଲିପ୍‌, ତନବୀର ସାଙ୍ଗା ଓ ବେନ୍‌ ଡ୍ୱାରଶୁଇସ୍‌।
ବର୍ଡର-ଗାଭାସ୍କର ଟ୍ରଫି: ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୮୧ ରନରେ ଅଲଆଉଟ, ଭାରତ ୪ ରନରେ ଅଗ୍ରଣୀ
ସିଡନୀ: ଭାରତ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିର ପଞ୍ଚମ ତଥା ଅନ୍ତିମ ଟେଷ୍ଟ୍‌ ଗତକାଲିଠାରୁ  ସିଡ୍‌ନିରେ ଆରମ୍ଭ ହୋଇଛି।  ଅଷ୍ଟ୍ରେଲିଆ ବିପକ୍ଷ ଏହି ଟେଷ୍ଟର ପ୍ରଥମ ଦିନରେ ଭାରତ ପ୍ରଥମ ଇନିଂସରେ ୧୮୫ ରନ୍‌ରେ ଅଲଆଉଟ ହୋଇଥିଲା । ପରେ ଅଷ୍ଟ୍ରେଲିଆ ଟମ୍ ବ୍ୟାଟିଂ କରିବାକୁ ଆସିଥିଲା। କଙ୍ଗାରୁଦଳ ପ୍ରଥମ ଇନିଂସରେ ୧୮୧ ରନରେ ଅଲଆଉଟ ହୋଇଯାଇଛି। ଭାରତ ୪ ରନରେ ଅଗ୍ରଣୀ ହୋଇଛି। ଯଶ୍‌ପ୍ରୀତ୍‌ ବୁମ୍‌ରା ଆହତ କାରଣରୁ ବର୍ତ୍ତମାନ ଏହି ମ୍ୟାଚରେ ବିରାଟ କୋହଲି ଅଧିନାୟକ ଦାୟିତ୍ବ ତୁଲାଉଛନ୍ତି।
ଅଷ୍ଟ୍ରେଲିଆ ପକ୍ଷରୁ ପ୍ରଥମ ଇଂନିସରେ ସାମ କୋନଷ୍ଟାସ ୨୩ ରନ, ଉସମାନ ଖାୱାଜା ୨ ରନ, ମାର୍ନସ ଲାବୁଶେନ ୨ ରନ, ଷ୍ଟିଭ ସ୍ମିଥ ୩୩ ରନ, ଟ୍ରାଭିସ ହେଡ୍‌ ୪ ରନ, ୱେବଷ୍ଟର ୫୭ ରନ, ଆଲେକ୍ସ କେରୀ ୨୧ ରନ , ପାଟ କମିନ୍ସ ୧୦ ରନ, ମିଚେଲ ଷ୍ଟାର୍କ ୧ ରନ,  ସ୍କଟ ବୋଲାଣ୍ଡ ୯ ରନ କରି ଆଉଟ ହୋଇଥିବାବେଳେ ନାଥନ ଲାୟନ ୭ ରନ କରି ଅପରାଜିତ ରହିଥିଲେ।
ପ୍ରଥମ ଇଂନିସରେ ଭାରତ ପକ୍ଷରୁ ବୋଲିଂରେ ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣା ୩ଟି ଲେଖାଏଁ ୱିକେଟ ନେଇଥିଲେ। ସେହିପରି ଯଶ୍‌ପ୍ରୀତ୍‌ ବୁମ୍‌ରା ଓ ନୀତିଶ ରେଡ୍ଡୀ ୨ଟି ଲେଖାଏଁ ୱିକେଟ ନେଇଛନ୍ତି।
ସେହିପରି ଭାରତ ପ୍ରଥମ ଇଂନିସରେ ଗତକାଲି ପ୍ରଥମେ ବ୍ୟାଟିଂ କରି ୧୮୫ ରନ କରି ଆଲଆଉଟ ହୋଇଥିଲା। ଯଶସ୍ବୀ ଜୟସ୍ବାଲ ୨୬ ବଲରେ ୧୦ ରନ, କେଏଲ୍ ରାହୁଲ୍ ୧୪ ବଲରେ ୪ ରନ, ଶୁବମନ ଗିଲ୍ ୬୪ ବଲରେ ୨୦ ରନ, ବିରାଟ କୋହଲି ୬୯ ବଲରେ ୧୭ ରନ କରି ଆଉଟ ହୋଇଥିଲେ। ପରେ ଋଷଭ ପନ୍ତ୍‌ ଓ ରବୀନ୍ଦ୍ର ଜାଡ଼େଜା ପାରିକୁ ସମ୍ଭାଳିଥିଲେ।ଋଷଭ ପନ୍ତ୍‌ ୯୮ ବଲରେ ୪୦ ରନ କରି ଆଉଟ ହୋଇଥିବାବେଳେ ରବୀନ୍ଦ୍ର ଜାଡ଼େଜା ୯୫ ବଲରେ ୨୬ ରନ କରି ଆଉଟ ହୋଇଥିଲେ। ନୀତୀଶ କୁମାର ରେଡ୍ଡୀ କୌଣସି ରନ ନ କରି ଆଉଟ ହୋଇଥିଲେ। ୱାଶିଙ୍ଗଟନ ସୁନ୍ଦର ୩୦ ବଲରେ ୧୪ ରନ, ଯଶପ୍ରୀତ୍ ବୁମ୍‌ରା ୧୭ ବଲରେ ୨୨ ରନ କରି ଆଉଟ ହୋଇଥିଲେ। ମହମ୍ମଦ ସିରାଜ ୧୬ ବଲରେ ୭ ରନ କରି ଅପରାଜିତ ରହିଥିବାବେଳେ ପ୍ରସିଦ୍ଧ କୃଷ୍ଣ ୧୦ ବଲରେ ୩ ରନ କରି ଆଉଟ ହୋଇଥିଲେ।
ଅଷ୍ଟ୍ରେଲିଆ ପକ୍ଷରୁ ସ୍କଟ ବୋଲାଣ୍ଡ ସର୍ବାଧିକ ୪ଟି ୱିକେଟ ନେଇଥିବାବେଳେ ମିଚେଲ ଷ୍ଟାର୍କ ୩ଟି ୱିକେଟ ନେଇଥିବାବେଳେ ପାଟ କମିନ୍ସ ୨ଟି ଓ ନାଥନ ଲାୟନ  ଗୋଟିଏ ୱିକେଟ ନେଇଥିଲେ।
ସିଡନୀ: ଭାରତ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିର ପଞ୍ଚମ ତଥା ଅନ୍ତିମ ଟେଷ୍ଟ୍‌ ଆଜିଠାରୁ  ସିଡ୍‌ନିରେ ଖେଳାଯାଉଛି। ରୋହିତ ଶର୍ମା ଅନ୍ତିମ ଟେଷ୍ଟ ମ୍ୟାଚରେ ବାଦ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଯଶପ୍ରୀତ୍ ବୁମ୍‌ରା ଅଧିନାୟକ ଦାୟିତ୍ବ ତୁଲାଉଛନ୍ତି। ପୁଣି ଥରେ ଟିମ୍ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି। ଭାରତ ପ୍ରଥମ ଇଂନିସରେ ପ୍ରଥମେ ବ୍ୟାଟିଂ କରି ୧୮୫ ରନ କରି ଆଲଆଉଟ ହୋଇଛି। ଯଶସ୍ବୀ ଜୟସ୍ବାଲ ୨୬ ବଲରେ ୧୦ ରନ, କେଏଲ୍ ରାହୁଲ୍ ୧୪ ବଲରେ ୪ ରନ, ଶୁବମନ ଗିଲ୍ ୬୪ ବଲରେ ୨୦ ରନ, ବିରାଟ କୋହଲି ୬୯ ବଲରେ ୧୭ ରନ କରି ଆଉଟ ହୋଇଥିଲେ। ପରେ ଋଷଭ ପନ୍ତ୍‌ ଓ ରବୀନ୍ଦ୍ର ଜାଡ଼େଜା ପାରିକୁ ସମ୍ଭାଳିଥିଲେ।ଋଷଭ ପନ୍ତ୍‌ ୯୮ ବଲରେ ୪୦ ରନ କରି ଆଉଟ ହୋଇଥିବାବେଳେ ରବୀନ୍ଦ୍ର ଜାଡ଼େଜା ୯୫ ବଲରେ ୨୬ ରନ କରି ଆଉଟ ହୋଇଥିଲେ। ନୀତୀଶ କୁମାର ରେଡ୍ଡୀ କୌଣସି ରନ ନ କରି ଆଉଟ ହୋଇଥିଲେ। ୱାଶିଙ୍ଗଟନ ସୁନ୍ଦର ୩୦ ବଲରେ ୧୪ ରନ, ଯଶପ୍ରୀତ୍ ବୁମ୍‌ରା ୧୭ ବଲରେ ୨୨ ରନ କରି ଆଉଟ ହୋଇଥିଲେ। ମହମ୍ମଦ ସିରାଜ ୧୬ ବଲରେ ୭ ରନ କରି ଅପରାଜିତ ରହିଥିବାବେଳେ ପ୍ରସିଦ୍ଧ କୃଷ୍ଣ ୧୦ ବଲରେ ୩ ରନ କରି ଆଉଟ ହୋଇଥିଲେ।
ଅଷ୍ଟ୍ରେଲିଆ ପକ୍ଷରୁ ସ୍କଟ ବୋଲାଣ୍ଡ ସର୍ବାଧିକ ୪ଟି ୱିକେଟ ନେଇଥିବାବେଳେ ମିଚେଲ ଷ୍ଟାର୍କ ୩ଟି ୱିକେଟ ନେଇଥିବାବେଳେ ପାଟ କମିନ୍ସ ୨ଟି ଓ ନାଥନ ଲାୟନ  ଗୋଟିଏ ୱିକେଟ ନେଇଥିଲେ।
ମେଲବର୍ଣ୍ଣରେ ନିରାଶ ଟିମ୍ ଇଣ୍ଡିଆ: ୧୮୪ ରନରେ ଭାରତକୁ ପରାସ୍ତ କଲା ଅଷ୍ଟ୍ରେଲିଆ..
ମେଲବର୍ଣ୍ଣ: ମେଲବର୍ଣ୍ଣରେ ନିରାଶ ଟିମ୍ ଇଣ୍ଡିଆ । ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟର ଆଜି ଶେଷ ଦିନ ରହିଥିଲା। ଶେଷ ଦିନରେ ଭାରତ ଆଗରେ ବିଜୟ ପାଇଁ ୩୪୦ ରନ୍‌ର ଲକ୍ଷ୍ୟ ରହିଥିଲା। ହେଲେ ଭାରତ ୧୫୫ ରନ କରି ଆଲଆଉଟ ହୋଇ ଯାଇଛି। ଫଳରେ ଆୟୋଜକ ଅଷ୍ଟ୍ରେଲିଆ ୧୮୪ ରନରେ ଭାରତକୁ ପରାସ୍ତ କରି ସିରିଜରେ ୨-୧ରେ ଆଗରେ ରହିଛି । ଜୟସୱାଲ (୮୪) ଏବଂ ରିଷଭ ପନ୍ତ (୩୦)ଙ୍କୁ ଛାଡ଼ି ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ଛୁଇଁପାରି ନ ଥିଲେ ।
ସେହିପରି ଅଷ୍ଟ୍ରେଲିଆର ପ୍ୟାଟ କମିନ୍ସନ, ସ୍କଟ୍ ବୋଲାଣ୍ଡ୍ ୩ଟି ଲେଖାଏଁ ୱିକେଟ ନେଇଥିବାବେଳ ନାଥାନ ଲାୟନ ୨ଟି, ମିଚେଲ ଷ୍ଟାର୍କ ଓ ଟ୍ରାଭିସ ହେଡ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।।
ବର୍ଡର-ଗାଭାସ୍କର ଟ୍ରଫି: ୧୦୪ରେ ଅଷ୍ଟ୍ରେଲିଆ ଅଲ୍ ଆଉଟ୍, ୪୬ ରନରେ ଆଗୁଆ ଭାରତ
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପର୍ଥରେ ଖେଳା ଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିରେ କମାଲ୍ କରିଛନ୍ତି ବୋଲର୍। ୧୦୪ରେ ଘରୋଇ ଦଳକୁ ଅଲ୍ ଆଉଟ୍ କରିଛି ଟିମ୍ ଇଣ୍ଡିଆ। ଗତକାଲି ଆରମ୍ଭ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ। ମାତ୍ର ୧୫୦ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଥିଲା ଟିମ୍ ଇଣ୍ଡିଆ। ଏହାପରେ ମାତ୍ର ୧୦୪ ରନରେ ଅଲ୍ ଆଉଟ୍ ହୋଇ ଯାଇଛନ୍ତି କଙ୍ଗାରୁ ବାହିନୀ। ଫଳରେ ଭରତ ୪୬ ରନ୍ ଆଗରେ ରହିଛି। ଗତକାଲି ଷ୍ଟମ୍ପ୍ ଅପସାରଣ ପୂର୍ବରୁ ଅଷ୍ଟ୍ରେଲିଆ ୭ ୱିକେଟ ହରାଇ ୬୭ ରନ୍ କରିଥିଲା। ଆଜି ଦ୍ୱିତୀୟ ଦିନ ଖେଳରେ ଅବଶିଷ୍ଟ ୱିକେଟ୍ ହରାଇ ୩୭ ରନ୍ କରିଛି।
ଭାରତ ପକ୍ଷରୁ ଯଶପ୍ରୀତ ବୁମରା ସର୍ବାଧିକ ୫ଟି ୱିକେଟ୍ ନେଇ ଥିବାବେଳେ ହର୍ଷିତ ରାଣା ୩ଟି ଏବଂ ମହମ୍ମଦ ସିରାଜ ୨ଟି ଲେଖାଏଁ ୱିକେଟ ନେଇଛନ୍ତି।
ଭାରତକୁ ହରାଇ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ଟ୍ରଫି ହାସଲ କଲା ଅଷ୍ଟ୍ରେଲିଆ
ଲଣ୍ଡନ: ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ଟ୍ରଫି ହାସଲ କଲା ଅଷ୍ଟ୍ରେଲିଆ। ଲଣ୍ଡନର ଦ ଓଭାଲ ଗ୍ରାଉଣ୍ଡରେ ଖେଳା ଯାଇଥିବା ଡବ୍ଲ୍ୟୁଟିସିର ଫାଇନାଲ୍ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଶୋଚନୀୟ ଭାବେ ଭାରତୀୟ ଦଳକୁ ୨୦୯ ରନରେ ହରାଇଛି।
ଅଷ୍ଟ୍ରେଲିଆ ଦ୍ଵାରା ଧାର୍ଯ୍ୟ ୪୪୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତୀୟ ଦଳ ପଞ୍ଚମ ଦିନର ପ୍ରଥମ ସେସନରେ ହିଁ ୨୩୪ ରନରେ ଅଲଆଉଟ୍ ହୋଇଛି। ନାଥନ ଲାୟନ ୪ ଏବଂ ସ୍କଟ ବୋଲାଣ୍ଡ ୩ ଓ୍ଵିକେଟ୍ ନେଇ ଅଷ୍ଟ୍ରେଲିଆ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଏଥିସହ ଅଷ୍ଟ୍ରେଲିଆ ବିଶ୍ଵର ପ୍ରଥମ ଦଳ ଭାବେ ଆଇସିସିର ସମସ୍ତ ଫର୍ମାଟ୍‌ରେ ଟ୍ରଫି ଜିତିବାର ରେକର୍ଡ କରିଛି। ଫାଇନାଲ୍ ମୁକାବିଲାରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୬୯ ରନ କରିଥିବା ବେଳେ ଭାରତ ପ୍ରଥମ ଇନିଂସରେ ୨୯୬ ରନରେ ଅଲଆଉଟ୍ ହୋଇଥିଲା। ଏହା ପରେ କଙ୍ଗାରୁ ଦଳ ଦ୍ଵିତୀୟ ଇନିଂସରେ ୨୭୦/୮ରେ ପାଳି ସମାପ୍ତି ଘୋଷଣା କରିଥିଲା।
ଖବର ଅନୁଯାୟୀ, ଏହା ପୂର୍ବରୁ କଙ୍ଗାରୁ ଦଳ ଦିନିକିଆ ବିଶ୍ଵକପ୍, ଚାମ୍ପିଅନ୍ସ ଟ୍ରଫି, ଟି-୨୦ ଟ୍ରଫି ଜିତିଥିଲା।