West Odisha - The Sakala

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ, ପୁଣି ନିରାଶ କଲା କେନ୍ଦ୍ର
ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ପୁଣିଥରେ ନିରାଶ କରିଛନ୍ତି କେନ୍ଦ୍ର ସରକାର। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବନାହିଁ ବୋଲି ପରୋକ୍ଷରେ ସୂଚାଇ ଦେଇଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘବାଲ। କେନ୍ଦ୍ରମନ୍ତ୍ରୀଙ୍କ ଏହି ଟିପ୍ପଣୀକୁ କଂଗ୍ରେସ କଟୁ ସମାଲୋଚନା କରିଛି। ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ ପଶ୍ଚିମଓଡ଼ିଶାବାସୀଙ୍କୁ ନିରାଶ କରିିଛି ବୋଲି କହିଛି ବିଜେଡି। ମଙ୍ଗଳବାର ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ମେଘବାଲ କହିଛନ୍ତି ଯେ ଏବେ ସାରା ଦେଶରେ ‘ଇ-କୋର୍ଟ’ ବ୍ୟବସ୍ଥା ବେଶ୍‌ ଭଲରେ କାମ କରୁଛି। ଓଡ଼ିଶା ‘ଇ-କୋର୍ଟ’ ବ୍ୟବସ୍ଥା କାର୍ଯ୍ୟକାରୀରେ ସବୁଠାରୁ ଆଗରେ ରହିଛି। ଏହି ବ୍ୟବସ୍ଥା ଅଧୀନରେ ଜିଲ୍ଲାସ୍ତରରେ ଭର୍ଚୁଆଲରେ ସମସ୍ତ ସୁବିଧା ମିଳୁଛି, ଯାହା ହାଇକୋର୍ଟ ବେଞ୍ଚ ସହ ସମାନ। ତେଣୁ ଏବେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ସେତେଟା ମହତ୍ୱପୂର୍ଣ୍ଣ ନୁହେଁ ବୋଲି ବୋଲି ସେ ସ୍ପଷ୍ଟ କରିଛନ୍ତି।

କେନ୍ଦ୍ରମନ୍ତ୍ରୀଙ୍କ ଏହି ଟିପ୍ପଣୀକୁ ନେଇ କଂଗ୍ରେସ ତୀବ୍ର ସମାଲୋଚନା କରିଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କେନ୍ଦ୍ର ଆଇନମନ୍ତ୍ରୀ ଶ୍ରୀ ମେଘବାଲଙ୍କୁ ଆଇନପାଠ ପଢ଼ିବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ଯଦି ଭର୍ଚୁଆଲରେ ସବୁ ହୋଇପାରୁଛି ତେବେ କୌଣସି କୋର୍ଟ ରହିବା ଆବଶ୍ୟକତା ନାହିଁ। ଓକିଲମାନେ ନିଜ ଘରୁ କାମ କରନ୍ତୁ। ସୁପ୍ରିମକୋର୍ଟ କିମ୍ୱା ହାଇକୋର୍ଟ ଯିବାର ମଧ୍ୟ ଆବଶ୍ୟକତା ନାହିଁ। ଏଭଳି ମନ୍ତବ୍ୟ ଦେବା ପରେ ମନ୍ତ୍ରୀ ପଦରେ ରହିବାର ତାଙ୍କର କୌଣସି ଯଥାର୍ଥତା ନାହିଁ। କେନ୍ଦ୍ର ସରକାର ପଶ୍ଚିମ ଓଡ଼ିଶାବାସୀଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି । ସେହିପରି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ମଧ୍ୟ କେନ୍ଦ୍ର ଆଇନମନ୍ତ୍ରୀଙ୍କ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି। ଦୀର୍ଘଦିନ ଧରି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଦାବି ହୋଇଆସୁଛି। ପଶ୍ଚିମ ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ଜଳଜଳ ଦିଶୁଛି। ପଶ୍ଚିମ ଓଡ଼ିଶାବାସୀ ଏହାର ଜାବବ ଦେବେ ବୋଲି ସେ କହିଛନ୍ତି ।

ସେହିପରି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ଏନେଇ ନିଜର ମତ ରଖିଛନ୍ତି। ସେ କହିଛନ୍ତି ଯେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଦୀର୍ଘଦିନରୁ ଦାବି ହୋଇ ଆସୁଛି। କୋଟି କୋଟି ପଶ୍ଚିମ ଓଡ଼ିଶାବାସୀଙ୍କ ଦାବି କେନ୍ଦ୍ର ସରକାର ପୂରଣ କରିବା ନେଇ ଆମେ ଆଶା ରଖିଛୁ ବୋଲି ସେ କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଲାଗି ଅଞ୍ଚଳବାସୀ ଦୀର୍ଘଦିନ ଧରି ଦାବି କରି ଆସୁଛନ୍ତି। ମାତ୍ର କେନ୍ଦ୍ରମନ୍ତ୍ରୀଙ୍କ ଏପରି ବୟାନ ସେମାନଙ୍କ ଦାବିର ଭବିଷ୍ୟତକୁ ଅନିଶ୍ଚିତତା ମଧ୍ୟକୁ ଟାଣି ନେଇଥିବା ବେଳେ ଏନେଇ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବୁଦ୍ଧିଜୀବୀମାନେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା, ଆସନ୍ତା ୩ ଦିନ ପର୍ଯ୍ୟନ୍ତ ମିଳିବନି ନିସ୍ତାର
ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ମିଳିବନି ନିସ୍ତାର। ୧୧, ୧୨, ୧୩ରେ ସିଭିୟର ହିଟଓ୍ବେଭ୍ ଆଲର୍ଟ। ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ। ସୋନପୁର, ବଲାଙ୍ଗୀର, କେଉଁଝର, ଝାରସୁଗୁଡା, ସୁନ୍ଦରଗଡ଼, ବୌଦ୍ଧ, କନ୍ଧମାଳ , ବରଗଡ଼, ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି। ୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କଲା ପାଣିପାଗ କେନ୍ଦ୍ର। ସୁନ୍ଦରଗଡ, ନୂଆପଡା, କଳାହାଣ୍ଡି, ନୟାଗଡ଼, ମୟୂରଭଞ୍ଜ, ଅନୁଗୁଳ ଏବଂ ଦେବଗଡ଼ କୁ ସତର୍କତା। କାଳବୈଶାଖୀର ପ୍ରଭାବ ନଥିବାରୁ ବୃଦ୍ଧି ପାଉଛି ତାପମାତ୍ରା। ଅଧିକାଂଶ ସ୍ଥାନରେ ସ୍ବାଭାବିକ ଠାରୁ ୬ ରୁ ୭ ଡିଗ୍ରୀ ଅଧିକ ରହୁଛି ପାରା। ଉପକୂଳ ଓଡିଶାରେ ଜାରି ରହିବ ଅସହ୍ୟ ଗୁଳୁଗୁଳି। ତାତି ସହ ୫୦ ପ୍ରତିଶତରୁ ଅଧିକ ଆର୍ଦ୍ରତା ପାଇଁ ଅସ୍ତବ୍ୟସ୍ତ ଜନଜୀବନ।