Go-Mitra - The Sakala

ଖାଲିଥିବା ଆଟେଣ୍ଡାଣ୍ଟ ଗ୍ରୁପ୍‌-ଡି ପଦବୀରେ ନିଯୁକ୍ତ ହେବେ ଗୋମିତ୍ର
ଭୁବନେଶ୍ୱର:  କାର୍ଯ୍ୟରତ ଗୋମିତ୍ରମାନଙ୍କୁ ପ୍ରାଣିସଂପଦ ବିକାଶ ଅଧିନସ୍ଥ କାର୍ଯ୍ୟାଳୟ ଗୁଡ଼ିକରେ ଖାଲିଥିବା ଆଟେଣ୍ଡାଣ୍ଟ ଗ୍ରୁପ୍‌-ଡି ପଦବୀରେ ନିଯୁକ୍ତି ଦେବା ନିମନ୍ତେ ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅନୁମୋଦନ କ୍ରମେ ଆଜି ବିଭାଗ ପକ୍ଷରୁ ୨୦୧୭ ମସିହାରେ ଜାରି କରାଯାଇଥିବା ସଂକଳ୍ପରେ ଆବଶ୍ୟକ ସଂଶୋଧନ କରାଯାଇଛି ।

ସଂଶୋଧିତ ସଂକଳ୍ପ ଅନୁଯାୟୀ ଗ୍ରୁପ୍‌-ଡି ଆଟେଣ୍ଡାଣ୍ଟ ପଦବୀରେ ଗୋମିତ୍ରମାନଙ୍କୁ ନିଯୁକ୍ତି ଦେବା ନିମନ୍ତେ ସଂକଳ୍ପରେ ଗୋଟିଏ ଥର ପାଇଁ କୋହଳ ନୀତି ଅବଲମ୍ବନ କରାଯାଇ ସର୍ବୋଚ୍ଚ ବୟସସୀମା ୪୫ ବର୍ଷରୁ ୫୫ ବର୍ଷକୁ କୋହଳ କରାଯାଇଛି । ନିଯୁକ୍ତି ନିମନ୍ତେ ଗୋମିତ୍ରମାନଙ୍କର ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ଏବଂ ଅଭିଜ୍ଞତା ଥିବ ଏବଂ ନିଯୁକ୍ତି କମିଟିର ବୈଠକ ବସିବା ବର୍ଷର ଜାନୁଆରୀ ମାସ ପହିଲା ସୁଦ୍ଧା ୫୫ ବର୍ଷ ମଧ୍ୟରେ ହୋଇଥିଲେ ସେମାନଙ୍କୁ ଖାଲିଥିବା ଆଟେଣ୍ଡାଣ୍ଟ ପଦବୀ ପୂରଣ ନିମନ୍ତେ ଅଗ୍ରାଧିକାର ପ୍ରଦାନ କରାଯିବ । ପୂର୍ବରୁ ଏହି ବୟସସୀମା ୪୫ ବର୍ଷ ରଖାଯାଇଥିଲା । ଜିଲ୍ଲାରେ ଗୋମିତ୍ରମାନଙ୍କୁ ଆଟେଣ୍ଡାଣ୍ଟ ପଦବୀରେ ନିଯୁକ୍ତ କରାଯିବା ପରେ ମଧ୍ୟ ଯଦି କୌଣସି ବଳକା ଗୋମିତ୍ର ରହିଯାଇ ଥାଆନ୍ତି, ତେବେ ଗୋମିତ୍ରଙ୍କ ସମ୍ମତି କ୍ରମେ ଅନ୍ୟ ଜିଲ୍ଲାର ଖାଲିଥିବା ଆଟେଣ୍ଡାଣ୍ଟ ପଦବୀରେ ମଧ୍ୟ ନିଯୁକ୍ତି ଦିଆଯାଇପାରିବ । ଏହା ଦ୍ୱାରା ଗୋମିତ୍ରମାନଙ୍କର ଦୀର୍ଘଦିନରୁ ଥିବା ଦାବି ପୂରଣ ହୋଇଛି ।