Weather Upadate - The Sakala
ଆଜି ସୃଷ୍ଟି ହେବ ଲଘୁଚାପ; ଶକ୍ତିଶାଳୀ ବାତ୍ୟା ପାଇଁ ପାଗ ଅନୁକୂଳ, ଓଡ଼ିଶାରେ ସ୍ଥଳଭାଗ ଛୁଇଁବା ନେଇ ସମ୍ଭାବନା
ଭୁବନେଶ୍ୱର:  ମାଲେସିଆ ନିକଟବର୍ତ୍ତୀ ମଲ୍ଲାକାରେ ସମୁଦ୍ରପତ୍ତନ ଠାରୁ ୫.୮ କି.ମି ବିସ୍ତୀର୍ଣ୍ଣ ଅଞ୍ଚଳରେ ପରିବ୍ୟାପ୍ତ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଶନିବାର ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଘନୀଭୂତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଅଗ୍ରସର ହୋଇ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ  ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ଅନ୍ୟପକ୍ଷରେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ମଲ୍ଲାକା ଷ୍ଟ୍ରିଟ୍‌ରେ ଏକ ଦୁର୍ବଳ ଲଘୁଚାପ ସୃଷ୍ଟି ହୋଇ ସାରିଛି। ଶନିବାର ସକାଳ ସୁଦ୍ଧା ଏହା ସଦୃଶ ଲଘୁଚାପରେ ପରିଣତ ହେବ। ୨୬ ତାରିଖ ବେଳକୁ ଏହା ବାତ୍ୟାର ରୂପ ନେଇପାରେ। ଏହା ଶୀଘ୍ର ଘନୀଭୂତ ହୋଇ ଉତ୍ତର ବା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତ କରିବ। ୨୮ରେ ଏହା ଅଧିକ ଶକ୍ତିଶାଳୀ ହୋଇ ଏକ ଭୀଷଣ ବାତ୍ୟାରେ ରୂପ ନେବ ଓ ୨୯ କିମ୍ବା ୩୦ ଏବା ଅତି ଭୀଷଣ ବାତ୍ୟାରେ ପରିଣତ ହେବା ନେଇ ମଧ୍ୟ କିଛି ମଡେଲ୍‌ ଆକଳନ କରୁଛନ୍ତି। ଅତି ଭୀଷଣ ବାତ୍ୟାରେ ପରିଣତ ହେବା ପରେ ଏହା ଦକ୍ଷିଣ-ପଶ୍ଚିମ ଓ ପଶ୍ଚିମ-କେନ୍ଦ୍ରୀୟ ସଂଲଗ୍ନ ବଙ୍ଗୋପସାଗରକୁ ମୁହାଁଇବ। ବାତ୍ୟା ଅଧିକ ଘନୀଭୂତ ହେବାର ଯଥେଷ୍ଟ ଆଶଙ୍କା ରହିଛି।
ଏହାର କାରଣ ଦର୍ଶାଇ ପ୍ରଫେସର ପଶୁପାଳକ କହିଛନ୍ତି ଯେ, ଏହା ଆର୍ଦ୍ର, ଉପ-ଉଷ୍ମ ମଣ୍ଡଳରେ ଅବସ୍ଥିତ ହେବା ସହ ଶୁଷ୍କ ବାୟୁର ମଧ୍ୟ ପ୍ରବାହ ହେଉ ନାହିଁ। ଏହାସହିତ ଉତ୍ତରରେ ଗୁରୁଚାପ ବଳୟ ରହିଥିବା ବେଳେ ଊର୍ଦ୍ଧ୍ବଗାମୀ ବାୟୁର ଘର୍ଷଣ କମ୍‌ ରହୁଛି। ଏଭଳି କାରଣମାନ ବାତ୍ୟାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରୁଛି। ଅନ୍ୟପଟେ ବାତ୍ୟାଟି ଆନ୍ଧ୍ର/ଓଡ଼ିଶା ମୁହାଁଇବାର ସମ୍ଭାବନା ଏହାର ଉତ୍ତରରେ ପଶ୍ଚିମପ୍ରଶାନ୍ତ ମହାସାଗରରୁ ଉତ୍ତର-ପୂର୍ବ ଭାରତ ଦେଇ ମିଆଁମାର ପର୍ଯ୍ୟନ୍ତ ଏକ ଶକ୍ତିଶାଳୀ ଗୁରୁଚାପ ବଳୟ ରହିଛି। ଏହା ବାତ୍ୟାକୁ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗକୁ ଠେଲିବ। ତେଣୁ ଦୁଇ ରାଜ୍ୟ ଉପରେ ଅଧିକ ପ୍ରଭାବ ଆଶଙ୍କା କରାଯାଉଛି। ନିର୍ଦ୍ଦିଷ୍ଟ ଭାବେ ଯଦିଓ ସ୍ଥଳଭାଗ ଛୁଇଁବାର ସମୟ ଓ ସ୍ଥାନ କହିବା ବର୍ତ୍ତମାନ ସମ୍ଭବ ନୁହେଁ, ମାତ୍ର ସମ୍ଭାବ୍ୟ ବାତ୍ୟା ଯେଉଁଠାରେ ସ୍ଥଳଭାଗ ଅତିକ୍ରମ କଲେ ମଧ୍ୟ ରାଜ୍ୟରେ ବର୍ଷା ଆଶଙ୍କା ନିଶ୍ଚିତ ରହିଛି। ଏଣୁ ଧାନ ଅମଳ ସହିତ ଅନ୍ୟାନ୍ୟ ଫସଲର ସୁରକ୍ଷା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିବା ଉପରେ ପ୍ରଫେସର ପଶୁପାଳକ ଗୁରୁତ୍ୱ ଦେଇଛନ୍ତି।
ପାଣିପାଗ କେନ୍ଦ୍ର ପକ୍ଷରୁ ଯଦିଓ ବର୍ଷା କେବେଠାରୁ ଆରମ୍ଭ ହେବ ତାହା କୁହାଯାଇ ନାହିଁ। ହେଲେ ବାତ୍ୟା ହେବା ଏକ ପ୍ରକାର ସୁନିଶ୍ଟିତ ହୋଇ ସାରିଥିବା ବେଳେ ଓଡ଼ିଶାରେ ସ୍ଥଳଭାଗ ଛୁଇଁବାର ଆଶଙ୍କାକୁ ମଧ୍ୟ ଏଡ଼ାଯାଇ ନ ପାରେ। ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ବାତ୍ୟାଟି ଅଧିକ ଘନୀଭୂତ ହୋଇପାରେ। ଏହି ବାତ୍ୟା ସୃଷ୍ଟି ହେବା ପାଇଁ ସବୁ ପ୍ରକାର ପାଣିପାଗ ସ୍ଥିତି ଅନୁକୂଳ ରହିଥିବା ବେଳେ ଏହାକୁ ଶକ୍ତିଶାଳୀ କରାଇବା ପାଇଁ ମଧ୍ୟ ପରିସ୍ଥିତି ସୁହାଉଛି। ତେଣୁ ସମ୍ଭାବ୍ୟ ବାତ୍ୟା ଦ୍ୱାରା ଓଡ଼ିଶା ଓ ଆନ୍ଧ୍ରରେ ଅଧିକ ପ୍ରଭାବ ଆଶଙ୍କା କରାଯାଉଛି।
ଆସୁଛି ଆଉ ଏକ ଲଘୁଚାପ; ନବମୀ, ଦଶମୀରେ ବର୍ଷା ଆଶଙ୍କା
ଭୁବନେଶ୍ୱର: ଦୁର୍ଗାପୂଜାରେ ଓଡ଼ିଶା ଉପରେ ରହିବ ପୁଣି ଗୋଟିଏ ଲଘୁଚାପର ପ୍ରଭାବ। ଅକ୍ଟୋବର ପହିଲାରେ ପୁଣି ଏକ ଲଘୁଚାପ ଯୋଗୁଁ ରାଜ୍ୟରେ ସୃଷ୍ଟି ହେବ ବର୍ଷା ସ୍ଥିତି। ଫଳରେ ଅନେକ ସ୍ଥାନରେ ପୂଜା ଫିକା ପଡ଼ିବ। ବିଶେଷକରି, ନବମୀ ଓ ଦଶମୀରେ ଅନେକ ସ୍ଥାନରେ ବର୍ଷା ଆଶଙ୍କା ରହିଥିବାରୁ ଏଥର ପାର୍ବଣ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି।
ପାଣିପାଗ କେନ୍ଦ୍ର ଆଶଙ୍କା କରୁଛି ଯେ, ସେପ୍ଟେମ୍ୱର ୩୦ ତାରିଖ ମଙ୍ଗଳବାର ଦିନ ଉତ୍ତର ଆଣ୍ଡାମାନସାଗରରେ ଏକ ଉପର ବାୟୁମଣ୍ଡଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ପ୍ରଭାବରେ ଅକ୍ଟୋବର ୧ ତାରିଖ (ବୁଧବାର) ପାଖାପାଖି ଉତ୍ତର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ପ୍ରଭାବରେ ମହାଷ୍ଟମୀଠାରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହେବ।
ଅନ୍ୟପଟେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ୩୦ ତାରିଖ ଦିନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇ ଅକ୍ଟୋବର ୨ ସୁଦ୍ଧା ଏହା ଅବପାତରେ ପରିଣତ ହେବ। ଏହା କ୍ରମଶଃ ଦକ୍ଷିଣ-ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇପାରେ। ତଥାପି ଉପକୂଳରୁ ଦୂରରେ ରହିବ। ସମ୍ଭବତଃ ୩ ତାରିଖରେ ଦକ୍ଷିଣ ଓଡ଼ିଶା ଉପକୂଳ ଏବଂ ସଂଲଗ୍ନ ଉତ୍ତର ଆନ୍ଧ୍ର ଉପକୂଳକୁ ଏହା ସ୍ପର୍ଶ କରିବ। ରାଜ୍ୟରେ ୩୦ ତାରିଖରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ମାତ୍ର ଅକ୍ଟୋବର ୧ (ନବମୀ)ରେ ଉତ୍ତର ଉପକୂଳରେ ବିକ୍ଷିପ୍ତ ଏବଂ ପୁରୀ ଓ ଗଞ୍ଜାମ ଜିଲ୍ଲା, ନୟାଗଡ଼ ଓ ଗଜପତିରେ ସ୍ୱଳ୍ପ ବର୍ଷା ହୋଇପାରେ। ସେହିପରି ଅକ୍ଟୋବର ୨ରେ (ଦଶମୀ)ରେ ମଧ୍ୟାହ୍ଣ ପର୍ଯ୍ୟନ୍ତ ପୁରୀ ଓ ଗଞ୍ଜାମ ଜିଲ୍ଲା ଓ ସମୁଦ୍ର ସଂଲଗ୍ନ ଅଞ୍ଚଳରେ ବିକ୍ଷିପ୍ତ ବର୍ଷା ହୋଇପାରେ। ମଧ୍ୟାହ୍ନ ପରେ ବର୍ଷା ବଢ଼ିପାରେ। ଅକ୍ଟୋବର ୩ରେ ରାଜ୍ୟରେ ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ ବୋଲି ପ୍ରଫେସର୍‌ ପଶୁପାଳକ କହିଛନ୍ତି।
ପୂର୍ବ ଲଘୁଚାପର ପ୍ରଭାବ କମିବା ପରେ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ହୋଇଛି। ତେଣୁ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ ବୋଲି ଜଳସମ୍ପଦ ବିଭାଗ ସ୍ପଷ୍ଟ କରିଛି। ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି ଯେ ବର୍ତ୍ତମାନ କୌଣସି ସ୍ଥାନରେ କି କୌଣସି ନଦୀରେ ବନ୍ୟା ଭୟ ନାହିଁ। ବର୍ଷାର ପ୍ରଭାବ କମିଛି। ଗତକାଲି କେବଳ ୩ଟି ବ୍ଲକ ସଦର ମହକୁମାରେ ୫୦ ମିଲିମିଟର ବର୍ଷା ହୋଇଛି। ସମସ୍ତ ନଦୀ ବିପଦ ସଂକେତ ତଳେ ପ୍ରବାହିତ ହେଉଛି।
ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ଉତ୍ତର ଓଡ଼ିଶାର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇ ବାଲେଶ୍ୱରରେ ପୁଣି ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଏହି ସ୍ଥିତିରେ ପଛକୁ ପଛ ଆଉ ଦୁଇଟି ଲଘୁଚାପ ଆସୁଥିବାରୁ ଆଗାମୀ ସପ୍ତାହରେ ସାରା ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧ। ପାଇବ। ଆସନ୍ତା ୧୩ ତାରିଖରେ ଗୋଟିଏ ଏବଂ ୨୩ ତାରିଖରେ ଆଉ ଗୋଟିଏ ଲଘୁଚାପ ସମ୍ଭାବନା ଥିବାରୁ ରାଜ୍ୟର ନଦୀ ଗୁଡ଼ିକରେ ବନ୍ୟା ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି।
ପାଣିପାଗ ବିଶେଷଜ୍ଞ ପ୍ରଫେସର୍‌ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ବର୍ଷା କମିଯାଇଛି। କାଁଭାଁ ସ୍ଥାନକୁ ଛାଡ଼ି ଉପକୂଳରେ ୭ ତାରିଖରୁ ପ୍ରାୟ ବର୍ଷା ନାହିଁ। ଆସନ୍ତା ୨ଦିନ ରାଜ୍ୟରେ କାଁଭାଁ ସ୍ୱଳ୍ପ ବର୍ଷା ହେବ। ତେବେ ୧୩ ତାରିଖରେ ଏକ ଲଘୁଚାପ ସୃଷ୍ଟି ହୋଇ ଉତ୍ତର ସୀମାନ୍ତବର୍ତ୍ତୀ ଜିଲ୍ଲା କେନ୍ଦୁଝର ଓ ଭଦ୍ରକରେ ଅପେକ୍ଷାକୃତ ଅଧିକ ବର୍ଷା କରାଇବ। ୧୩ ଓ ୧୪ ତାରିଖରେ ରାଜ୍ୟରେ ମଧ୍ୟମଧରଣର ଏବଂ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।
୧୫ରୁ ବର୍ଷା କ୍ରମଶଃ କମିବ। ପୁଣି ୨୩ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ବର୍ଷା ପରିମାଣ ବଢ଼ିପାରେ। ଆଜିଠାରୁ ୨୨ ପର୍ଯ୍ୟନ୍ତ ଘଡ଼ଘଡ଼ି ସହ ବଜ୍ରପାତର ସମ୍ଭାବନା ଅଧିକ ରହିଛି। ଆସନ୍ତା ୨୨ ପର୍ଯ୍ୟନ୍ତ ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡିରେ ଯାହା ବର୍ଷା ହେବ, ତାହା କୃଷି ପାଇଁ କମିବ ନାହିଁ। ତେବେ ଅନ୍ୟାନ୍ୟ ସ୍ଥାନରେ ବିଶେଷକରି ଦକ୍ଷିଣ ଉପକୂଳରେ ବର୍ଷା ଚାଷ ପାଇଁ ନିଅଁଟିଆ ରହିବ ବୋଲି ପ୍ରଫେସର୍‌ ପଶୁପାଳକ କହିଛନ୍ତି।
ଅନ୍ୟପକ୍ଷରେ ହୀରାକୁଦ ଜଳଭଣ୍ଡାରର ବନ୍ୟାଜଳ ମହାନଦୀରେ ପ୍ରବାହିତ ହେଉଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା କଟକର ମୁଣ୍ଡଳୀଠାରେ ୩ଲକ୍ଷ ୭୮ ହଜାର ୫୦୦ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି।
ଭୁବନେଶ୍ୱର: ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେବାରେ ଲାଗିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କୋହଲା ପାଗକୁ ଝିପିଝିପି ବର୍ଷା ହେଇଛି । ଆଗାମୀ ୧୨ ଘଣ୍ଟାରେ ଅବପାତର ରୂପ ପରିଣତ ହେବାର ସମ୍ଭାବନା ରହିଥିବା ବେଳେ ପରବର୍ତ୍ତୀ ୨୪ ଘଣ୍ଟାରେ ଗୋଟିଏ ଅବପାତ ଭାବେ ଉତ୍ତର-ଉତ୍ତର ପୂର୍ବ ଆଡକୁ ଗତି କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ୨୦ ଏବଂ ୨୧ ରେ ମେଘୁଆ ପାଗ ସହ ବର୍ଷାର ପ୍ରଭାବ ରହିବ।
ଆଜି ଉପକୂଳ ଓଡିଶାରେ ମେଘୁଆ ପାଗ ସହ କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, କଟକ, ଯାଜପୁର, କେଉଁଝର, ମୟୁରଭଞ୍ଜ, ଢେଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, କନ୍ଧମାଳ, ଅନୁଗୋଳ ଆଦି ଜିଲ୍ଲା ମାନଙ୍କରେ କିଛି କିଛି ସ୍ଥାନରେ ମଧ୍ୟମ ବର୍ଷା ଓ ଗୋଟିଏ କିମ୍ବା ଦୁଇଟି ଜାଗାରେ ମଧ୍ୟମ ଧରଣର ବୃଷ୍ଟିପାତ ସମ୍ଭାବନା ରହିଛି।
ଭୁବନେଶ୍ବର: ଆସନ୍ତା ୨୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ୨୨ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। କ୍ରମେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହେବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ଏହାର ପ୍ରଭାବରେ ୨୩ ଓ ୨୪ ତାରିଖରେ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ ଏ ନେଇ କୌଣସି ୱାର୍ଣିଂ ଦିଆଯାଇନାହିଁ। ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ଚିତ୍ର ଆହୁରି ସ୍ପଷ୍ଟ ହେବ ବୋଲି ମନୋରମା କହିଛନ୍ତି। ତେବେ ବାତ୍ୟା ନେଇ କୌଣସି ସୂଚନା ନାହିଁ।
ରାଜ୍ୟରେ ଜାରି ରହିବ ବର୍ଷା, ଆଜି ପାଇଁ ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଶନିବାରଠାରୁ ବର୍ଷାର ପ୍ରକୋପ ଆରମ୍ଭ ହୋଇଥିବା ବେଳେ ଏହି ସ୍ଥିତି ଆଗକୁ ମଧ୍ୟ ଜାରି ରହିବାର ସମ୍ଭାବନା ରହିଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି। ତେବେ ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟ ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି କେନ୍ଦ୍ର କହିଛି। ୧୬ରେ ବର୍ଷାର ପ୍ରକୋପ ସାମାନ୍ୟ ହ୍ରାସ ହେବାକୁ ଥିବା ବେଳେ ୧୭ରୁ ପୁଣି ବର୍ଷାର ପ୍ରକୋପ ବଢ଼଼ିବ ବୋଲି ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ଡଃ ମନୋରମା ମହାନ୍ତି କହିଛନ୍ତି।
ସୂଚନା ଥାଉ କି ରବିବାର ନବରଙ୍ଗପୁରରେ ୬୫ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ହୀରାକୁଦରେ ୬୫, ଭୁବନେଶ୍ୱର ୫୭, କୋରାପୁଟରେ ୫୬, ବଲାଙ୍ଗିରରେ ୩୬, ବରଗଡ଼ରେ ୩୩, ମାଲକାନଗିରିରେ ୪୦ ମିମି ବର୍ଷା ରେକର୍ଡ କରାଯାଇଛି।
୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା
ଭୁବନେଶ୍ବର: ରାଜ୍ୟରେ ଆସନ୍ତା ୪୮ ଘଣ୍ଟା ପାଇଁ ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ବର୍ଷା ସମ୍ଭାବନା ରହିଥିବା ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ମୟୂରଭଞ୍ଜ ଓ କେନ୍ଦୁଝରରେ ମଧ୍ୟ ବର୍ଷାର ପରିମାଣ ଅଧିକ ରହିବାର ସମ୍ଭାବନା ରହିଛି।
୧୩ ତାରିଖରେ କୋରାପୁଟ , ରାୟଗଡ଼ା, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡିରେ ପ୍ରବଳ ବର୍ଷା ହେବ କ୍ଷ ୧୩ ତାରିଖ ପରେ ବର୍ଷା ପରିମାଣ ସାମାନ୍ୟ କମିବ। ଗତ ୨୪ ଘଣ୍ଟାରେ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଥିବା ବେଳେ ସର୍ବାଧିକ ରାୟଗଡ଼ାରେ ୫୨ ମିମି ରେକର୍ଡ କରାଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୧୬.୫ ମିମି ରେକର୍ଡ କରାଯାଇଛି । ହେଲେ ଏହି ସମୟ ମଧ୍ୟରେ ୨୫୫ ମିମି ସ୍ଵାଭାବିକ ବର୍ଷା ହେବା କଥା କ୍ଷ ବର୍ତ୍ତମାନ ରାଜ୍ୟରେ ୨୭ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି।
ରଜରେ କଲବଲ କରିବ ଗରମ ଓ ଗୁଳୁଗୁଳି
ଭୁବନେଳଶ୍ବର: ରଜରେ କଲବଲ କରିବ ଗରମ ଓ ଗୁଳୁଗୁଳି। ୧୪, ୧୫ ଓ ୧୬ ତାରିଖ ରଜ ତିନିଦିନ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗୁଳୁଗୁଳି ହୋଇପାରେ। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ଏହି ସୂଚନା ଦେଇଛନ୍ତି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମାଲକାନଗିରି, କୋରାପୁଟରେ ପ୍ରବେଶ କରିଥିଲେ ମଧ୍ୟ ମୌସୁମୀ ଅଗ୍ରସର ହେଉନି। ଅନ୍ୟ ଅଞ୍ଚଳକୁ ୩ରୁ ୪ ଦିନରେ ଅଗ୍ରସର ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ତେବେ ଆଗାମୀ ୫ ଦିନ ଯାଏଁ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା ରହିଛି। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁରକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି।
ରାଜ୍ୟରେ ଆସନ୍ତା ୫ ଦିନ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା, ୧୯ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର: ପୂର୍ବାହ୍ନରେ ଖରା, ଅପରାହ୍ନରେ କାଳବୈଶାଖୀ। ରାଜ୍ୟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିବ। ବିଶେଷ କରି ଉପକୂଳ, ଉତ୍ତର ଓ ଆଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି। କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏ ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଆସନ୍ତାକାଲି ସକାଳ ସାଢ଼େ୮ଟାରୁ ୧୧ତାରିଖ ସକାଳ ସାଢ଼େ ୧୧ଟା ପର୍ଯ୍ୟନ୍ତ ୧୯ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ପ୍ରବଳ ବର୍ଷା, ପବନ ଓ ବଜ୍ରପାତ ନେଇ ୪ଦିନ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ଆସନ୍ତା ୨୪ ଘଣ୍ଟା ପାଇଁ ୬ ଜିଲ୍ଲା ମୟୁରଭଞ୍ଜ, ଭଦ୍ରକ, କେନ୍ଦୁଝର, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହିସବୁ ଜିଲ୍ଲା ଗୁଡ଼ିକରେ ବିଜୁଳି ଘଡଘଡି ସହିତ ବର୍ଷା ହେବା ସହ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।
ଟ୍ୱିନସିଟିରେ ୪୦ ଡିଗ୍ରୀ ସେଲସିୟସ ତଳେ ରହିବ ପାରଦ। ଅପରାହ୍ନରେ ଘଡଘଡି ସହିତ ବର୍ଷା ହେବ ତା ସାଙ୍ଗକୁ ୪୦-୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହୁଛି । ସମୁଦ୍ରରୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ସ୍ଥଳଭାଗକୁ ଆସୁଥିବା ଯୋଗୁଁ ବର୍ଷା ହେଉଛି ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା । ଆଜିଠୁ ୧୨ ତାରିଖ ଯାଏ ଉତ୍ତର ଉପକୂଳ ସଂଲଗ୍ନ ଅଞ୍ଚଳରେ ବର୍ଷା ସମ୍ଭାବନା। ସେହିପରି ଦକ୍ଷିଣ ଓଡିଶାରେ ୧୦, ୧୨ ଓ ୧୪ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଦକ୍ଷିଣ ଆଭ୍ୟନ୍ତରରେ ୧୨ ଯାଏ ଓ ଉତ୍ତର ଆଭ୍ୟନ୍ତରରେ ୧୩ ଯାଏ ହାଲୁକା ବର୍ଷା ହେବ। ଦକ୍ଷିଣ ଆଭ୍ୟନ୍ତରରେ ବୌଦ୍ଧ, ନୂଆପଡା, ସୋନପୁର, ବଲାଙ୍ଗୀର, କଳାହାଣ୍ଡିରେ ୧୧ରୁ ତାତି ବଢିବ। ଏଠାରେ ତାପମାତ୍ରା ୪୨ରୁ ୪୩ ଡିଗ୍ରୀ ରହିପାରେ।
ଦିନ ୧୧ ଟା ୩୦ ସୁଦ୍ଧା ୪୧ ଡିଗ୍ରୀ ପାର କଲା ଝାରସୁଗୁଡା ଓ ଭୁବନେଶ୍ୱରର ତାପମାତ୍ରା
ଭୁବନେଶ୍ବର: ସକାଳୁ ଆରମ୍ଭ ହୋଇଛି ଅସହ୍ୟ ତାତି। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ୪୧ ଡିଗ୍ରୀ ଉପରେ ରହିଛି୨ ସହରର ତାପମାତ୍ରା। ୪୧.୪ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡା ଦିନ ୧୧ଟା ୩୦ ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ଭୁବନେଶ୍ୱରର ତାପମାତ୍ରା ୪୧.୨ ଡିଗ୍ରୀ ରେକର୍ଡ କରାଯାଇଛି।  ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଅନୁଯାୟୀ, ଆଜି ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା-
ଝାରସୁଗୁଡା: ୪୧.୪°C
ଭୁବନେଶ୍ୱର: ୪୧.୨°C
କେନ୍ଦୁଝର: ୪୦.୬°C
ବାଲେଶ୍ୱର: ୪୦.୧°C
ସମ୍ବଲପୁର: ୪୦°C
ଚାନ୍ଦବାଲି: ୩୯.୬°C
ହୀରାକୁଦ: ୩୯°C
ରାଉରକେଲା: ୩୮.୬°C
ଗୋପାଳପୁର: ୩୪.୪°C
ପୁରୀ: ୩୪.୪°C
ପାରାଦୀପ: ୩୩.୫°C
ରାଜ୍ୟରେ ଅସହ୍ଯ ତାତି: ଦିନ ୧୧ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ପାର କଲା ତାପମାତ୍ରା
ଭୁବନେଶ୍ବର: ସକାଳୁ ଆରମ୍ଭ ହୋଇଛି ଅସହ୍ୟ ତାତି। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ଦିନ ୧୧ ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ପାର କରିଛି ୨ ସହରର ତାପମାତ୍ରା। ଭୁବନେଶ୍ବର ଓ ବାଲେଶ୍ୱରର ତାପମାତ୍ରା ୪୦.୬ ଡ଼ିଗ୍ରୀ ରେକର୍ଡ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଅନୁଯାୟୀ ଆଜି ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ ହୋଇଥିବା ତାପମାତ୍ରା-
ଭୁବନେଶ୍ୱର: 40.6°C
ବାଲେଶ୍ୱର: 40.6°C
ଚାନ୍ଦବାଲି: 40°C
ଝାରସୁଗୁଡା:40°C
ସମ୍ବଲପୁର: 39.7°C
କେନ୍ଦୁଝର: 39°C
ହୀରାକୁଦ: 38.6°C
ରାଉରକେଲା: 37.9°C
ଗୋପାଳପୁର:35.1°C
ପୁରୀ: 34.5°C
ପାରାଦ୍ୱୀପ: 34.5°C
୨୪ ଘଣ୍ଟା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ହିଟୱେଭ୍‌ ଆଲର୍ଟ ଜାରି
ଭୁବନେଶ୍ୱର: ଆକାଶରୁ ବର୍ଷୁଛି ନିଆଁ, ଝାଞ୍ଜିରେ ଜଳି ଯାଉଛି ଦେହ । ବାହାରୁ ଘର ପର୍ଯ୍ୟନ୍ତ ସବୁଠୁ ପ୍ରଚଣ୍ଡ ତାତି।  ନିଆଁ ବର୍ଷା ଖରା ସାଙ୍ଗକୁ ପ୍ରଚଣ୍ଡ ତାତିରେ ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି। ଆଜି ମଧ୍ୟ ସାରା ରାଜ୍ୟରେ ଏଭଳି ଗରମ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାଗୁଡ଼ିକୁ ହିଟ ୱେଭ୍‌ ଆଲର୍ଟ ଜାରି କରାଯାଇଛି। କଟକ, ଭଦ୍ରକ, ନୟାଗଡ଼, ମୟୁରଭଞ୍ଜ, କଳାହାଣ୍ଡି, ମାଲକାନାଗିରି, ନୂଆପଡ଼ା, ନବରଙ୍ଗପୁର, କନ୍ଧମାଳ ଓ ବଲାଙ୍ଗୀର ଜିଲ୍ଲାକୁ ଖରା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ମୟୁରଭଞ୍ଜ, କେନ୍ଦୁଝର, ସମ୍ବଲପୁର, ସୋନପୁର, ସୁନ୍ଦରଗଡ଼, କନ୍ଧମାଳ , ବୌଦ୍ଧ ଓ ନୟାଗଡ଼ ଜିଲ୍ଲାରେ ମଧ୍ୟ ରାତିରେ ଗରମ ଅନୁଭୂତ ( ୱାର୍ମ ନାଇଟ କଣ୍ଡିସନ) ହେବ ବୋଲି ଆକଳନ କରାଯାଇଛି।
ଅନ୍ୟପଟେ-  ଗଜପତି, ବାଲେଶ୍ବର, ଖୋର୍ଦ୍ଧା ଏବଂ ପୁରୀ ଆଦି ଜିଲ୍ଲାରେ ଉଷ୍ମ ଓ ଆଦ୍ର ସ୍ଥିତି ସମ୍ଭାବନା ଅଧିକ ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି।