Cyclone Biparjoy - The Sakala
ସ୍ଥଳଭାଗ ଛୁଇଁବା ପରେ ତାଣ୍ଡବ ରଚିଲା ‘ବିପର୍ଯ୍ୟୟ’; ପ୍ରବଳ ବର୍ଷା ଓ ପବନରେ ଭାଙ୍ଗିଲା ବଡ଼ବଡ଼ ଗଛ, ଉପୁଡ଼ିଗଲା ବିଦ୍ୟୁତ ଖୁଣ୍ଟ
ନୂଆଦିଲ୍ଲୀ: ପୂର୍ବ ନିର୍ଦ୍ଧାରିତ ଆକଳନ ଅନୁସାରେ ବାତ୍ୟା ‘ବିପର୍ଯ୍ୟୟ’ ଗୁରୁବାର ସନ୍ଧ୍ୟାରେ ଗୁଜରାଟ ଉପକୂଳରେ ସ୍ଥଳଭାଗ(ଲ୍ୟାଣ୍ଡଫଲ୍‌) ଛୁଇଁଛି। ଗୁଜରାଟର ଜଖଉ ବନ୍ଦର ନିକଟରେ ଏହା ସ୍ଥଳଭାଗରେ ପ୍ରବେଶ କରିଥିଲା ବେଳେ ଏହି ସମୟରେ ଘଣ୍ଟା ପ୍ରତି ପବନ ବେଗ ୧୨୫ ରୁ ୧୩୫ କିମି ରହିଥିଲା। ଏହା ପ୍ରଭାବରେ କଚ୍ଛ ଏବଂ ସୌରାଷ୍ଟ୍ର ଅଞ୍ଚଳରେ ଭୀଷଣରୁ ଅତି ଭୀଷଣ ବର୍ଷା ହୋଇଛି। ଗୁରୁବାର ମଧ୍ୟ ରାତ୍ର ପର୍ଯ୍ୟନ୍ତ ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିଥÒଲା। ଭାରତୀୟ ପାଣିବାଗ ବିଭାଗ (ଆଇଏମଡି ) ସୂୂଚନା ଅନୁସାରେ, ପ୍ରାୟ ୫୦ କିମି ପରିଧିରେ ଏହି ବାତ୍ୟା ଗତି କରୁଥିବାରୁ ଗୁଜରାଟର ବହୁ ଉପକୂଳବର୍ତ୍ତୀ ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ବଢିଛି। ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ମାଣ୍ଡଭି, ରାଜକୋଟ, କଚ୍ଛ, ଦ୍ବାରକା, ଜାମନଗର, ପୋରବନ୍ଦର ଆଦି ଅଞ୍ଚଳରେ ତାଣ୍ଡବ ସୃଷ୍ଟି ହୋଇଛି। ଏହିସବୁ ଅଞ୍ଚଳରେ ବ୍ୟାପକ ସଂଖ୍ୟାରେ ବିଦ୍ୟୁତ ଖୁଣ୍ଟ ଉପୁଡ଼ିଯିବା ସହିତ ବଡ଼ବଡ଼ ଗଛ ଉପୁଡ଼ିପଡ଼ିଛି। ବାତ୍ୟା ପ୍ରଭାବରେ ୨ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୨୨ ଜଣ ଆହତ ହୋଇଥିବାର ଖବର ମିଳିଛି । ବାତ୍ୟା ଏବେ ସୌରାଷ୍ଟ୍ର-କଛ ଅଞ୍ଚଳର ନାଲିଆ ଠାରୁ ୩୦ କିଲୋମିଟର ଦୂରରେ ରହିଛି । ବାତ୍ୟା ଯୋଗୁଁ ଟ୍ରେନ୍ ସେବା ମଧ୍ୟ ପ୍ରଭାବିତ ହୋଇଛି । ପଶ୍ଚିମ ରେଳବାଇ ପକ୍ଷରୁ କୁହାଯାଇଛି ଯେ, ୯୯ଟି ଟ୍ରେନର ଚଳାଚଳ ସାମୟିକ ଭାବେ ରଦ୍ଦ କରାଯାଇଛି ।
ବାତ୍ୟା ବିପର୍ଯ୍ୟୟର ପ୍ରଭାବକୁ ଦୃଷ୍ଟିରେ ରଖାଯାଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ବେଳେ ଗୁରୁବାର ସନ୍ଧ୍ୟା ସୁଦ୍ଧା ପ୍ରାୟ ,ଏକ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରକରାଯାଇଛି। ସେମାନଙ୍କୁ ଏବେ ଅସ୍ଥାୟୀ ଶିବିରରେ ରଖାଯାଇଛି।ଗୁଜରାଟର ୮ଟି ଜିଲ୍ଲାରେ ସେନା, ବାୟୁସେନା, ନୌସେନା, ତଟରକ୍ଷୀ ବାହିନୀ, ଏନଡିଆରଏଫ, ଏସଡିଆରଏଫ ଟିମ୍‌ ନିୟୋଜିତ ରହିଛନ୍ତି। ବାତ୍ୟା ପ୍ରଭାବକୁ ଦୃଷ୍ଟିରେ ରଖି ଗୁଜରାଟ ବ୍ୟତୀତ ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ ଏବଂ ରାଜସ୍ଥାନ ଭଳି ୮ରାଜ୍ୟରେ ମୋଟ ୪୨ ଟି ଏନଡିଆରଏଫ ଟିମକୁ ନିୟୋଜିତ କରାଯାଇଛି। ସବୁ ରାଜ୍ୟର ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସର୍ତକ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତ୍ୟେକ ମୁହୂର୍ତ୍ତରେ ସୂଚନା ନେଉଛନ୍ତି ।
ଗୁଜରାଟର ଅନକେ ସହରରେ ବିଦ୍ୟୁତ୍ ସମ୍ପର୍କ ଛିନ୍ନ ହୋଇଥିବାରୁ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ୮ରୁ ୧୦ ଫୁଟ ଉଚ୍ଚରେ ସାମୁଦ୍ରକ ଜୁଆର ଆସୁଥିବାରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୌରାଷ୍ଟ୍ର ଏବଂ କଚ୍ଛ ଉପକୂଳରେ ଏକ ରେଡ୍ଆର୍ଲଟ ଜାରି କରାଯାଇଛି। ବାତ୍ୟାକୁ ନେଇ ଗୁଜରାଟ ଏବଂ ମହାରାଷ୍ଟ୍ରର ବିଭିନ୍ନ ରୁଟ୍‌ରେ ଟ୍ରେନ ସେବା ମଧ୍ୟ ବ୍ୟାହତ ହୋଇଛି। କଚ୍ଛ, ଦ୍ୱାରକା ସମତେ ୮ଟି ଜିଲ୍ଲା ଦେଇ ଯାଉଥିବା ଯାତ୍ରୀ ଏବଂ ଏକ୍ସପ୍ରେସ ଟ୍ରେନ୍ ବାତିଲ ହୋଇଛି । ମୋଟ ୧୨୫ରୁ ଅଧିକ ଟ୍ରେନ୍ ବାତିଲ କରାଯାଇଛି। ଏଥିସହିତ, ଟ୍ରେନ ଗୁଡିକରେ ଔଷଧ ଏବଂ ରିଲିଫ୍ ସାମଗ୍ରୀ ମହଜୁଦ ରଖାଯାଇଛି। ସେହିଭଳି ରାଜ୍ୟର ବିଭିନ୍ନ ବିମାନବନ୍ଦର ମଧ୍ୟ ପ୍ରଭାବିତ ହୋଇଛି। ଜାମନଗର ବିମାନ ବନ୍ଦରରେ କୌଣସି ବିମାନ ଅବତରଣ ବନ୍ଦ ରଖାଯାଇଛି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ଦିଗରେ କଡ଼ା ନଜର ରଖାଯିବା ସହିତ ବିପର୍ଯ୍ୟୟ ସ୍ଥଳରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ପ୍ରସ୍ତୁତି କରାଯାଇଛି।
ଆରମ୍ଭ ହେଲା ଅତିଭୀଷଣ ବାତ୍ୟା ବିପର୍ଯ୍ୟୟର ଲ୍ୟାଣ୍ଡଫଲ ପ୍ରକ୍ରିୟା : ଗୁଜରାଟ ଉପକୂଳରେ ମଧ୍ୟରାତ୍ର ଯାଏ କରିବ ତାଣ୍ଡବ
ନୂଆଦିଲ୍ଲୀ : ଲ୍ୟାଣ୍ଡଫଲ କରୁଛି ଅତିଭୀଷଣ ବାତ୍ୟା ବିପର୍ଯ୍ୟୟ। ଗୁଜରାଟ ଉପକୂଳରେ ଏହା ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ କରିଛି। ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ବାତ୍ୟା ବିପର୍ଯ୍ୟୟର ଲ୍ୟାଣ୍ଡଫଲ ପ୍ରକ୍ରିୟା ମଧ୍ୟରାତ୍ର ଯାଏ ଚାଲୁ ରହିବ ବୋଲି ଭାରତୀୟ ପାଣିପାଗ ସୂଚନା ଦେଇଛି। ପାଣିପାଗ ବିଭାଗର ସୂଚନାର ଅନୁଯାୟୀ, ପୂର୍ବ ଆକଳନ ଅନୁସାରେ କଚ୍ଛ ଜିଲ୍ଲାର ଜଖୌ ପୋର୍ଟ ନିକଟରେ ଏହା ଲ୍ୟାଣ୍ଡଫଲ କରିଛି। କରାଚି ଓ ମାଣ୍ଡଭି ମଧ୍ୟରେ ଏହା ସ୍ଥଳ ଭାଗ ଅତିକ୍ରମ କରିବ। ବର୍ତ୍ତମାନ ବାତ୍ୟା ବିପର୍ଯ୍ୟୟ ପ୍ରଭାବରେ ପବନର ଘଣ୍ଟାପ୍ରତି ବେଗ ୮୦ରୁ ୧୦୦ କିମି ରହିଛି। ଏହାପରେ ଏହା ୧୨୦ରୁ ୧୪୦ କିମି ଛୁଇଁବ। ବାତ୍ୟାର ଆଖି ଏବେ ଧୀରେଧୀରେ ସ୍ଥଳ ଭାଗ ଆଡ଼କୁ ଆସୁଛି।
ଘଣ୍ଟାପ୍ରତି ଏହା ୧୫ କିମି ବେଗରେ ଗତି କରୁଛି। ସ୍ଥଳର ଭାଗ ଅତିକ୍ରମ କରିବାକୁ ବାତ୍ୟାର ଆଖିକୁ ପ୍ରାୟ ୫ ଘଣ୍ଟା ସମୟ ଲାଗିବ। ବାତ୍ୟା ସ୍ଥଳ ଭାଗକୁ ଯେତିକି ଅତିକ୍ରମ କରିବ ପବନ ଓ ବର୍ଷାର ପରିମାଣ ସେତିକି ବଢ଼ିବ। ବାତ୍ୟା ବିପର୍ଯ୍ୟୟ ସୌରାଷ୍ଟ୍ର ଓ କଚ୍ଛ ସହ ସମାନ୍ତରଳ ଭାବେ ପାକିସ୍ତାନ ଉପକୂଳ ଦେଇ ଜଖୌ ପୋର୍ଟ ମଧ୍ୟରାତ୍ର ସୁଦ୍ଧା ଅତିକ୍ରମ କରିବ ବୋଲି ବିଭାଗ ସୂଚନା ଦେଇଛି।
ଆଇଏମଡି ପକ୍ଷରୁ କୁହାଯାଇଛି ଯେ ଲାଣ୍ଡଫଲ୍ ପ୍ରକ୍ରିୟା ମଧ୍ୟରାତ୍ରି ପର୍ଯ୍ୟନ୍ତ ଚାଲିବ ଓ ଏହି ସମୟ ସବୁଠାରୁ ବିପଦପୂର୍ଣ୍ଣ ରହିବ । ଏଣୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ତେବେ ଲାଣ୍ଡଫଲ୍ ପରେ ଏହି ବାତ୍ୟା ଧୀରେ ଧୀରେ ଦୂର୍ବଳ ହୋଇଯିବ ଓ ଶୁକ୍ରବାର ସୁଦ୍ଧା ଏହାର ପ୍ରଭାବ ବିଶେଷ ରହିବ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ବାତ୍ୟା ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ କରି ବ୍ୟାପକ କ୍ଷୟକ୍ଷତି କରିଛି। ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ଆରମ୍ଭ ହୋଇଥିବା ବେଳେ ବିଦ୍ୟୁତ ଖୁଣ୍ଟ ମଧ୍ୟ ଭାଙ୍ଗି ଯାଇଛି। ସମୁଦ୍ରରେ ମଧ୍ୟ ବଡ଼ବଡ଼ ଜୁଆର ଉଠିବାରଆ ଲାଗିଛି। ଉପକୂଳ ଅଞ୍ଚଳରୁ ବାତ୍ୟାକୁ ଦୃଷ୍ଟିରେ ରଖି ୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ନୌସେନା, ଆର୍ମି ଓ ବାୟୁସେନା ମଧ୍ୟ ଆଲର୍ଟ ମୋଡରେ ରହିଛନ୍ତି।
ଅନ୍ୟପଟେ ବାତ୍ୟା ପାଇଁ ୯ଜିଲ୍ଲାକୁ ହାଇଆର୍ଲଟର ରଖାଯାଇଛି । ସେହିପରି ଏକଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଜୁନାଗଡ଼, ଜାମନଗର, ପୋରବନ୍ଦର, ଦ୍ୱାରାକା, ଗିର୍ ସୋମନାଥ,ମୋରବୀ, ରାଜକୋଟ ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହୋଇଛି । ସ୍ଥିତି ଉପରେ ନଜର ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ଏନଡିଆରଏଫ, ସେନା ପକ୍ଷରୁ ସ୍ଥିତି ସମୀକ୍ଷା ବୈଠକ କରାଯାଇଥିଲ । ସବୁପ୍ରକାର ସ୍ଥିତିରେ ମୁକାବିଲା ପାଇଁ ତିନ ସେନାକୁ ଆଲର୍ଟରେ ରଖାଯାଇଛି। ସମୁଦ୍ରନିକଟବର୍ତୀ ସ୍ଥାନକୁ ଖାଲି କରାଯିବା ସହ ୧୨୦ ଗାଁର ଲୋକଙ୍କୁ ସୁରକ୍ଷିତ ଭାବେ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଯାଇଥିଲା ଗୁଜରାଟରେ ମୋଟ ୧୮ଟି ଏନଡିଆରଏଫ ୧୨ଟି ଏସଡିଆରଏଫ ଟିମକୁ ନିୟୋଜିତ କରାଯାଇଥିବାବେଳେ ଦାମନ ଡିୟୁ, ମହାରାଷ୍ଟ୍ର, କର୍ଣ୍ଣାଟକ, ରାଜସ୍ଥାନରେ ମଧ୍ୟ ଏନଡିଆରଏଫ ଟିମକୁ ମୃତୟନ କରାଯାଇଛି । ଜୁନ ୧୬ ତାରିଖ ପର୍ଯ୍ୟନ୍ତ ଗୁଜରାଟର ବିମାନସେବା ବନ୍ଦ ରଖାଯାଇଥିବାବେଳେ ଟ୍ରେନର କିଛି ରୁଟରେ ପରିବର୍ତନ କରାଯାଇଛି । ସେହିପରିି ପ୍ରଭାବିତ ଅଂଚଳରେ ଥିବା ସମସ୍ତ ସ୍କୁଲକୁ ୧୬ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି ।
ଆଜି ଗୁଜରାଟରେ ସ୍ଥଳଭାଗ ଛୁଇଁବ ଭୀଷଣ ବାତ୍ୟା ‘ବିପର୍ଯ୍ୟୟ’, ଉପକୂଳବର୍ତ୍ତୀ ଜିଲ୍ଲାରେ ରେଡ୍‌ଆଲର୍ଟ
ନୂଆଦିଲ୍ଲୀ: ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ବିପର୍ଯ୍ୟୟ’ ବେଳକୁ ବେଳ ଭୀଣେ ରୂପ ନେବା ସହିତ ଗୁଜରାଟ ଉପକୂଳ ଆଡକୁ ମୁହାଁଇଛି। ବାତ୍ୟା ଯେତିକି ନିକଟବର୍ତ୍ତୀ ହେଉଛି ଏହାର ପ୍ରଭାବ ଗୁରୁତର ହେବାରେ ଲାଗିଛି। ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ସୂଚନା ଅନୁସାରେ ଏହା ଆଜି ସନ୍ଧ୍ୟା ସୁଦ୍ଧା କଚ୍ଛ ଏବଂ ମାଣ୍ଡଭି ଅଞ୍ଚଳର ମଧ୍ୟଭାଗରେ ସ୍ଥଳଭାଗ ଛୁଇଁବା ସହିତ ପାକିସ୍ତାନ ଆଡକୁ ଗତି କରିବ। ଏହି ସମୟରେ ଘଣ୍ଟାକୁ ୧୩୫ ରୁ ୧୪୦ କିମି ବେଗରେ ପବନ ବୋହିବ ଏବଂ ଭୀଷଣରୁ ଅତି ଭୀଷଣ ମାତ୍ରାରେ ବର୍ଷା ହେବ।
କିନ୍ତୁ ଏହା ପୂର୍ବରୁ ଗୁଜରାଟର କଚ୍ଛ ଓ ଦ୍ୱାରକା ଅଞ୍ଚଳରେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳୁଛି। ଗୁଜରାଟ ଉପକୂଳରେ ସମୁଦ୍ର ଆଶାନ୍ତ ହୋଇପଡ଼ିବା ସହିତ ବହୁ ଉଚ୍ଚତାରେ ଲହଡ଼ି ଦେଖାଯାଇଛି। ପୋରବନ୍ଦରରେ ବୁଧବାର ପ୍ରବଳ ପବନ ସହ ବର୍ଷା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଥିବା ବେଳେ ଅନେକ ଗଛ ଉପୁଡ଼ି ପଡ଼ିଛି। କଚ୍ଛ ଅଞ୍ଚଳର ୬୫ ଗାଁରେ ବିଜୁଳି ସେବା ବ୍ୟାହତ ହୋଇଛି। ବିଭିନ୍ନ ସ୍ଥାନରେ ପ୍ରାୟ ୧୨ ହଜାରରୁ ଅଧିକ ବିଜୁଳି ଖୁଣ୍ଟ କ୍ଷତିଗ୍ରସ୍ତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଅଞ୍ଚଳ ଦେଇ ଗତି କରୁଥିବା ୬୯ଟି ଟ୍ରେନର ଚଳାଚଳକୁ ବାତିଲ କରିଦିଆଯାଇଛି। ସେହିପରି ମୁମ୍ବାଇ ଉପକୂଳରେ ମଧ୍ୟ ସମୁଦ୍ରର ଭୟାନକ ରୂପ ଦେଖିବାକୁ ମିଳିଛି। ଗୁଜରାଟର ୭ ଜିଲ୍ଲାରେ ବାତ୍ୟା ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ନେଇ ଆଶଙ୍କା କରାଯାଉଛି। ଯାହାକୁ ଦୃଷ୍ଟିରେ ରଖି ଗୁଜରାଟ ଓ ମହାରାଷ୍ଟ୍ରର ଅନେକ ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି।
ଆଜି ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ କଚ୍ଛ, ଦ୍ୱାରକା, ପୋରବନ୍ଦର, ଜାମନଗର, ମୋରବୀ, ରାଜକୋଟ ଓ ଜୁନାଗଡ଼ରେ ତାଣ୍ଡବ ସୃଷ୍ଟି କରିପାରେ ବୋଲି ଆକଳନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି କଚ୍ଛ, ପୋରବନ୍ଦର, ଅମରେଲୀ, ଗିର ସୋମନାଥ ଓ ଦ୍ୱାରକା ଜିଲ୍ଲାର ସବୁ ସ୍କୁଲ ଓ ଅନ୍ୟାନ୍ୟ ଶିକ୍ଷଣାନୁଷ୍ଠାନକୁ ୨ ଦିନ ଯାଏ ବନ୍ଦ ଘୋଷଣା କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବୁଧବାର ତିନି ସେନା ମୁଖ୍ୟଙ୍କ ସହ କଥା ହୋଇ ବାତ୍ୟା ମୁକାବିଲା ପାଇଁ ସଶସ୍ତ୍ର ବାହିନୀର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଅନ୍ୟପକ୍ଷରେ ଗୁଜୁରାଟ କଚ୍ଛ ଜିଲ୍ଲାର ଜାଖାଉ ବନ୍ଦର ନିକଟରେ ଏହି ବାତ୍ୟା ସ୍ଥଳଭାଗ ଛୁଇଁବାକୁ ଥିବାରୁ ସଂପୃକ୍ତ ଅଞ୍ଚଳରୁ ୫୦ ହଜାର ଲୋକଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ଅଧ୍ୟକ୍ଷତାରେ ବୁଧବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବା ସହିତ ବାତ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ କିଭଳି ତ୍ବରାନ୍ବିତ କରାଯାଇପାରିବ ସେନେଇ ପ୍ରସ୍ତୁତି କରାଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ୧୮ଟି ଏନଡିଆରଏଫ ଟିମ୍‌ ସମେତ ୧୨ ଏସଡିଆରଏଫ ଟିମ୍‌କୁ ମୁତୟନ କରାଯାଇଛି। ଏହାବ୍ୟତୀତ ସେନା ଏବଂ ନୌସେନା ସମେତ ଭାରତୀୟ ତଟରକ୍ଷୀ ବାହିନୀକୁ ମଧ୍ୟ ସଜାଗ ରଖାଯାଇଛି। ବାତ୍ୟାକୁ ନଜରରେ ରଖି ଆଇଏମଡି ଗୁଜରାଟ ସମେତ ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ଗୋଆ, ତାମିଲନାଡୁ, ଡାମନ ଓ ଡ୍ୟୁ, ଦାଦରା ଓ ନଗର ହାବେଳି ଆଦି କେନ୍ଦ୍ର ଶାସିତ ଅଞ୍ଚଳକୁ ମଧ୍ୟ ସତର୍କ କରାଇ ଦେଇଛନ୍ତି।
ଗାନ୍ଧୀନଗର: ଆସନ୍ତାକାଲି ସନ୍ଧ୍ୟାରେ ଗୁଜୁରାଟର ସୌରାଷ୍ଟ୍ର ଏବଂ କଚ୍ଛ ଜିଲ୍ଲା ମଧ୍ୟଭାଗ ସହିତ ପାକିସ୍ତାନ ଉପକୂଳବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବାତ୍ୟା ବିପର୍ଯ୍ୟୟ ଲ୍ୟାଣ୍ଡଫଲ୍ କରିବ ନେଇ ଅନୁମାନ କରାଯାଇଛି। ବର୍ତ୍ତମାନ ଏହି ଘୂର୍ଣ୍ଣିବାତ୍ୟା ପୋରବନ୍ଦରଠାରୁ ପ୍ରାୟ ୩୫୦ କିଲୋମିଟର ଦୂର ଦକ୍ଷିଣ-ପଶ୍ଚିମ ଦିଗରେ ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଉପରେ ରହିଛି।ବାତ୍ୟାକୁ ଦେଖି ମଙ୍ଗଳବାର ସୁଦ୍ଧା ଗୁଜୁରାଟ ସରକାର ପାଖାପାଖି ୪୪,୦୦୦ ଲୋକଙ୍କୁ ଉପକୂଳବର୍ତ୍ତୀ ଅଞ୍ଚଳରୁ ଉଦ୍ଧାର କରି ଅସ୍ଥାୟୀ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିସାରିଛନ୍ତି।
ବାତ୍ୟା ଯୋଗୁ ପ୍ରବଳ ବର୍ଷା ହେବ। ତେଣୁ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ। ଏଥିପାଇଁ ଆର୍ମିକୁ ମଧ୍ୟ ଷ୍ଟାଣ୍ଡବାଇରେ ରଖାଯାଇଛି। ଭାରତୀୟ ପାଣିପାଗ ବିଭାଗ ସୌରାଷ୍ଟ୍ର ଓ କଚ୍ଛ ଜିଲ୍ଲାକୁ ରେର୍ଡ ଆଲର୍ଟ ଜାରି କରିଛି। ଏବେ ଠାରୁ ହିଁ ଉପକୂଳ ବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ପବନର ବେଗ ଧୀରେଧୀରେ ବଢ଼ିବା ଆରମ୍ଭ ହୋଇଛି। କାଲି ଠାରୁ ବିଭିନ୍ନ ସ୍ଥାନରେ ବର୍ଷା ମଧ୍ୟ ହେଉଛି।
ଅଧିକାରୀଙ୍କ ଅନୁଯାୟୀ, ଅନେକ ଏନ୍‌ଡିଆର୍‌ଏଫ୍‌ ଏବଂ ଏସ୍‌ଡିଆର୍‌ଏଫ୍‌ ଦଳ ଷ୍ଟାଣ୍ଡବାଇରେ ଅଛନ୍ତି। ରିଲିଫ୍ କାର୍ଯ୍ୟରେ ସହାୟତା କରିବାକୁ ସେନା ମଧ୍ୟ ପ୍ରସ୍ତୁତ ରହିଛି। ଏବଂ ପ୍ରଶାସନିକ ଅଧିକାରୀଙ୍କ ସହିତ ମିଶି ସମସ୍ତ କାର୍ଯ୍ୟ କରୁଛି।
ଅହମ୍ମଦାବାଦ ଆଇଏମଡି ନିର୍ଦ୍ଦେଶକ ମନୋରାମା ମହାନ୍ତିଙ୍କ କହିବା ଅନୁଯାୟୀ ,ଆସନ୍ତାକାଲି ସନ୍ଧ୍ୟାରେ ଜାଖାଓ ବନ୍ଦର ନିକଟରେ କଚ୍ଛର ମାଣ୍ଡୱି ଓ ପାକିସ୍ତାନର କରାଚି ମଧ୍ୟରେ ଘୂର୍ଣ୍ଣିବଳୟ ଅତିକ୍ରିମ କରିବ ପୂର୍ବାନୁମାନ କରାଯାଉଛି। ଏନେଇ ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବାତ୍ୟା ସମୀକ୍ଷା ବୈଠକ କରି ସ୍ଥିତି ପରଖିଥିଲେ। ଲୋକଙ୍କୁ ତଳିଆ ଅଞ୍ଚଳରୁ ଉଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ନୂଆଦିଲ୍ଲୀ:  ପଶ୍ଚିମ ସମୁଦ୍ର ଉପକୂଳରେ ଅତି ଭୀଷଣ ବାତ୍ୟାରେ ରୂପ ନେଇଛି ଘୂର୍ଣ୍ଣିଝଡ଼ ବିପର୍ଯ୍ୟୟ । ଆସନ୍ତା ୧୫ ତାରିଖରେ ଏହା ସ୍ଥଳଭାଗ ଛୁଇଁପାରେ। ଗୁଜରାଟର ମାଣ୍ଡଭି ଏବଂ ପାକିସ୍ତାନର କରାଚୀ ଅଞ୍ଚଳରେ ଲ୍ୟାଣ୍ଡଫଲ କରିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏବେ ମୁମ୍ବାଇ ଉପକୂଳଠାରୁ ୫୬୦ କିଲୋମିଟର ଏବଂ ଗୁଜରାଟର ପୋରବନ୍ଦର ଠାରୁ ୪୬୦ କିମି ଦୂରରେ ରହିଛି । ଘଣ୍ଟାପ୍ରତି ୬ କିମି ବେଗରେ ଅତିକ୍ରମ କରୁଛି ବାତ୍ୟା ବିପର୍ଯ୍ୟୟ। ଲ୍ୟାଣ୍ଡଫଲ ବେଳେ ବ୍ୟାପକ କ୍ଷତି ଘଟାଇପାରେ ବାତ୍ୟା ବିପର୍ଯ୍ୟୟ।  ସ୍ଥିତିକୁ ନେଇ ଗୁଜରାଟର ସୌରାଷ୍ଟ୍ର ଏବଂ ଏବଂ କଚ୍ଛ ଅଂଚଳରେ ଆଲର୍ଟ ଜାରି କରାଯାଇଛି।
ଆରବ ଉପକୂଳରେ ବଳ ଗୋଟାଇବା ପରେ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରୁଛି ବିପର୍ଯ୍ୟୟ। ଆସନ୍ତା ୧୪ ସକାଳ ପର୍ଯ୍ୟନ୍ତ ଉତ୍ତର ଦିଗରେ ଗତି କରି ପରବର୍ତ୍ତୀ ସମୟରେ ଏହା ଉତ୍ତର ପୂର୍ବ ମୁହାଁ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗୁଜରାଟର ସୌରାଷ୍ଟ୍ର, କଚ୍ଛ ଏବଂ ପାକିସ୍ତାନର କରାଚି ଉପକୂଳ ଦେଇ ବାତ୍ୟା ବିପର୍ଯ୍ୟୟ ସ୍ଥଳଭାଗ ଛୁଇଁବ। ଆସନ୍ତା ୧୫ ତାରିଖରେ ଅତି ଭୀଷଣରୁ ଭୀଷଣ ବାତ୍ୟାର ସ୍ଥିତିରେ ଏହା ଲ୍ୟାଣ୍ଡଫଲ କରିବ। ଲ୍ୟାଣ୍ଡଫଲ ସମୟରେ ପବନର ଗତି ସର୍ବାଧିକ ୧୫୦ କିମି ମଧ୍ୟରେ ରହିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ମୁମ୍ବାଇ: ଚଳିତ ବର୍ଷ ଆରବ ସାଗରରେ ସୃଷ୍ଟି ହୋଇଥିବା ପ୍ରଥମ ବାତ୍ୟା ‘ବିପଯ୍ୟୟ’ ଆରବ ସାଗରରେ ଆହୁରି ଶକ୍ତିଶାଳୀ ହେଉଛି । ଆଗାମୀ ତିନିଦିନ ଭିତରେ ଏହା ଅତି ଭୀଷଣ ବାତ୍ୟାର ରୂପ ନେଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ସମୁଦ୍ର ଭିତରେ ସ୍ଥଳଭାଗ ଆଡକୁ ବଢୁଛି ପ୍ରି-ମନସୁନ ବାତ୍ୟା। ପୂର୍ବ-ମଧ୍ୟ ଆରବସାଗରରେ ସୃଷ୍ଟ ବାତ୍ୟା ଉତ୍ତର-ପଶ୍ଚିମ ଆଡକୁ ମୁହାଁଉଛି ବୋଲି କହିଛି ଭାରତୀୟ ପାଣିପାଗ କେନ୍ଦ୍ର ।
ବିପର୍ଯ୍ୟୟ ଏବେ ଗୋଆ ଠାରୁ ୮୬୦ କିମି ଓ ମୁମ୍ବାଇଠାରୁ ୯୧୦ କିମି ଦୂରରେ ରହିଛି । କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର ଓ ଗୁଜରାଟ ଉପକୂଳରୁ ବାତ୍ୟା ଦୂରକୁ ଯାଉଥିଲେ ବି କିଛି ସ୍ଥାନରେ ଜୋରରେ ପବନ ବହିବା ସହ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ବୋଲି ଆଇଏମଡି ପକ୍ଷରୁ ସୂଚନା ମିଳିଛି । ପାକିସ୍ତାନରେ ବାତ୍ୟା ଲ୍ୟାଣ୍ଡଫଲ କରିବା ସମ୍ଭାବନା ରହିଛି । ତେବେ ଏନେଇ ଆଇଏମଡି କୌଣସି ପୂର୍ବାନୁମାନ କରିନି। ବାତ୍ୟା ଭାରତର କୌଣସି ରାଜ୍ୟରେ ଲ୍ୟାଣ୍ଡଫଲ କରିବାର ଆଶଙ୍କା ନାହିଁ। ହେଲେ ଏହା ପ୍ରଭାବ ଗୋଆ, କେରଳ, କର୍ଣ୍ଣାଟକା, ଗୁଜରାଟ ଓ ମହାରାଷ୍ଟ୍ରର କିଛି ସ୍ଥାନରେ ପଡ଼ିବ ବୋଲି ଅକାଳନ କରାଯାଇଛି। ଏଥିପାଇଁ ଏହି ସବୁ ରାଜ୍ୟଗୁଡ଼ିକ ଆଲର୍ଟରେ ରହିଛନ୍ତି।