odisha day - The Sakala

ଓଡ଼ିଶା ଦିବସରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ
ଭୁବନେଶ୍ୱର: ଓଡ଼ିଶା ଦିବସ ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ କରି ନବୀନ କହିଛନ୍ତି ଯେ ଓଡ଼ିଶା ଦିବସ କେବଳ ଏକ ଉତ୍ସବ ନୁହେଁ; ଏହା ହେଉଛି ଆବେଗ। ଏହା ପ୍ରତିଟି ଓଡ଼ିଆଙ୍କ ସ୍ୱାଭିମାନ ଓ ପ୍ରଗତିର ପରିଚୟ। ଭାଷା ଭିତ୍ତିରେ ଦେଶର ପ୍ରଥମ ରାଜ୍ୟ ଭାବେ ଆଜିର ଦିନରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲା। ଏହି ଅବସରରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକମାନଙ୍କ ପ୍ରତି ନବୀନ ସମ୍ମାନ ଜଣାଇଛନ୍ତି। ଏହାସହ ମାତୃଭାଷାର ଗୌରବକୁ ବଜାୟ ରଖି, ସଭିଙ୍କୁ ସାଥିରେ ନେଇ ବିକାଶର ସବୁ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନବୀନ ରାଜ୍ୟବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି।

ଆଜି ଉତ୍କଳ ଦିବସ: କାହିଁକି ପାଳନ ହୁଏ ଏହି ମହାନ ଦିନ? ଏମିତି ଗଠନ ହୋଇଥିଲା ଆମ ଓଡ଼ିଶା
ଆପଣମାନେ ସମସ୍ତେ ଜାଣିଛନ୍ତି ଏପ୍ରିଲ ୧ ତାରିଖରେ ଉତ୍କଳ ଦିବସ ପାଳନ କରାଯାଏ। କିନ୍ତୁ ଆପଣ ଜାଣିଛନ୍ତି କି ଆଜିର ଏହି ବିଶାଳ ଓଡ଼ିଶା ପ୍ରଦେଶ କିପରି ଗଠନ ହୋଇଥିଲା? କେତେ ସଂଗ୍ରାମ ଓ ତ୍ୟାଗ ପରେ ଭାଷା ଭିତ୍ତିରେ ଗଠିତ ଦେଶର ପ୍ରଥମ ରାଜ୍ୟ ହୋଇଥିଲା ଆମ ଓଡ଼ିଶା। ଆସନ୍ତୁ ଜାଣିବା ଆମ ମାଟିର ଏହି ଗର୍ବ ଆଉ ଗୌରବର ପ୍ରେରଣାଦାୟକ କାହାଣୀ।

ପ୍ରିୟ ଓଡ଼ିଶାବାସୀ ଆଜି ହେଉଛି ଏପ୍ରିଲ ଏକ ତାରିଖ ଅର୍ଥାତ ଆମର ପ୍ରିୟ ଉତ୍କଳ ଦିବସ। ଏହି ଦିନ ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି କାହିଁକି ଏହି ଦିନଟି ଏତେ ଗୁରୁତ୍ୱପୂର୍ଣ୍ଣ? ଥରେ ଭାବି ଦେଖନ୍ତୁ ଏମିତି ଏକ ସମୟ ଥିଲା ଯେତେବେଳେ ଆମର ନିଜର କୌଣସି ସ୍ୱତନ୍ତ୍ର ପରିଚୟ ନଥିଲା। ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକ ବଙ୍ଗ ମାନ୍ଦ୍ରାଜ ଏବଂ ମଧ୍ୟପ୍ରଦେଶ ସହିତ ଯୋଡି ହୋଇ ରହିଥିଲା। ଆମ ଭାଷା ଓ ସଂସ୍କୃତି ନିଜ ମାଟିରେ ହିଁ ଅବହେଳିତ ହେଉଥିଲା।

ସେହି ଅନ୍ଧକାର ସମୟରେ ଆଲୋକର ବର୍ତ୍ତିକା ସାଜି ଆଗକୁ ଆସିଥିଲେ କିଛି ମହାନ ସଂଗ୍ରାମୀ। ମଧୁସୂଦନ ଦାସ ଫକୀର ମୋହନ ସେନାପତି ଗୋପବନ୍ଧୁ ଦାସ ଏବଂ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଭଳି ବରପୁତ୍ରମାନେ ଅନୁଭବ କଲେ ଯେ ଯେପର୍ଯ୍ୟନ୍ତ ଆମର ନିଜର ଏକ ସ୍ୱତନ୍ତ୍ର ରାଜ୍ୟ ନାହିଁ ସେପର୍ଯ୍ୟନ୍ତ ଆମ ଜାତିର ଉନ୍ନତି ଅସମ୍ଭବ। ସେମାନେ ଉତ୍କଳ ସମ୍ମିଳନୀ ଗଠନ କଲେ ଏବଂ ଓଡ଼ିଆ ଜାତିକୁ ଏକାଠି କରିବା ପାଇଁ ଅଣ୍ଟା ଭିଡିଲେ। ସେମାନଙ୍କର ଏହି ସ୍ୱପ୍ନ କେବଳ ଏକ ରାଜନୈତିକ ଦାବି ନଥିଲା ବରଂ ଥିଲା ଏକ ମହାନ ଜାତୀୟ ଆନ୍ଦୋଳନ।

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ତୀବ୍ର ରୂପ ନେଲା। ସେ ବ୍ରିଟିଶ ସରକାରଙ୍କ ସହ ଲଢ଼େଇ କଲେ ଏବଂ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଯୁକ୍ତି ବାଢିଲେ। ଗାଁ ଗାଁ ବୁଲି ଉତ୍କଳମଣି ଗୋପବନ୍ଧୁ ଦାସ ଲୋକଙ୍କ ମନରେ ଜାତୀୟତାର ନିଆଁ ଜଳାଇଲେ। ଏହି ସଂଗ୍ରାମ କାହାଣୀ କେବଳ ନେତାମାନଙ୍କର ନଥିଲା ଏଥିରେ ସାମିଲ ଥିଲେ ଆମର ଅଗଣିତ ପୂର୍ବପୁରୁଷ ଯେଉଁମାନେ ନିଜ ମାତୃଭାଷା ପାଇଁ ସବୁକିଛି ତ୍ୟାଗ କରିବାକୁ ପ୍ରସ୍ତୁତ ଥିଲେ। ଏହା ଥିଲା ଆମର ମାତୃଭୂମିର ଅସ୍ମିତାର ଏକ ନିରବଚ୍ଛିନ୍ନ ଲଢ଼େଇ।

ଶେଷରେ ଦୀର୍ଘ ତିନି ଦଶନ୍ଧିର କଠୋର ସଂଗ୍ରାମ ପରେ ବ୍ରିଟିଶ ସରକାର ମୁଣ୍ଡ ନୁଆଁଇବାକୁ ବାଧ୍ୟ ହେଲେ। ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଭାରତ ଇତିହାସରେ ଏକ ନୂଆ ଏବଂ ସୁବର୍ଣ୍ଣ ଅଧ୍ୟାୟ ଯୋଡି ହେଲା। ଭାଷା ଭିତ୍ତିରେ ଗଠିତ ହେଲା ଦେଶର ପ୍ରଥମ ସ୍ୱତନ୍ତ୍ର ରାଜ୍ୟ ଆମ ଓଡ଼ିଶା। ହଁ ଆଜ୍ଞା କେବଳ ଭାଷାକୁ ନେଇ ଗୋଟିଏ ନୂଆ ପ୍ରଦେଶ ଗଠନ ହେବା ଏକ ସାଧାରଣ କଥା ନଥିଲା। ଏହା ଥିଲା ଆମ ଓଡ଼ିଆ ଜାତିର ଦୃଢ଼ ଇଚ୍ଛାଶକ୍ତି ଏବଂ ଅଦମ୍ୟ ସାହସର ବିଜୟ। ସେହି ଐତିହାସିକ ବିଜୟକୁ ମନେ ରଖିବା ପାଇଁ ଆମେ ଉତ୍କଳ ଦିବସ ପାଳନ କରୁ।

ଆଜି ଯେତେବେଳେ ଆମେ ବନ୍ଦେ ଉତ୍କଳ ଜନନୀ ଗାନ କରୁ ଆମ ଦେହର ଲୋମ ଟାଙ୍କୁରି ଉଠେ। ଉତ୍କଳ ଦିବସ କେବଳ ଏକ ସାଧାରଣ ଛୁଟି ଦିନ ନୁହେଁ। ଏହା ହେଉଛି ଆମର ପରିଚୟ ଆମ ଗର୍ବ ଏବଂ ଆମ ପୂର୍ବଜମାନଙ୍କ ବଳିଦାନର ଏକ ପବିତ୍ର ସ୍ମାରକୀ। ଯେଉଁ ଓଡ଼ିଆ ଭାଷା ପାଇଁ ସେମାନେ ନିଜର ସମ୍ପୂର୍ଣ୍ଣ ଜୀବନ ଉତ୍ସର୍ଗ କଲେ ଆଜି ଆମର ଦାୟିତ୍ୱ ହେଉଛି ସେହି ଭାଷା ଓ ସଂସ୍କୃତିକୁ ଆହୁରି ଆଗକୁ ନେବା। ଆମ କଳା ସାହିତ୍ୟ ଏବଂ ସଂସ୍କୃତି ବିଶ୍ୱ ଦରବାରରେ ଆଜି ନିଜର ଏକ ଅନନ୍ୟ ସ୍ଥାନ ସୃଷ୍ଟି କରିପାରିଛି।

ତେଣୁ ଆସନ୍ତୁ ଆଜିର ଏହି ପବିତ୍ର ଉତ୍କଳ ଦିବସରେ ଆମେ ସମସ୍ତେ ମିଶି ଏହି ଶପଥ ନେବା ଯେ ଆମେ ଆମର ମାତୃଭାଷା ଓଡ଼ିଆକୁ ସବୁବେଳେ ସମ୍ମାନ କରିବା ଏବଂ ଓଡ଼ିଶାର ସର୍ବାଙ୍ଗୀନ ବିକାଶରେ ନିଜର ପୂର୍ଣ୍ଣ ଯୋଗଦାନ ଦେବା। ଆମର ଆଗାମୀ ପିଢ଼ିକୁ ଆମର ଏହି ଗୌରବମୟ ଇତିହାସ ବିଷୟରେ ଜଣାଇବା। କାରଣ ଯେଉଁ ଜାତି ନିଜର ଇତିହାସକୁ ଭୁଲିଯାଏ ସେ କେବେବି ନିଜର ଭବିଷ୍ୟତ ଗଢିପାରେ ନାହିଁ। ଆପଣମାନଙ୍କୁ ସମସ୍ତଙ୍କୁ ଉତ୍କଳ ଦିବସର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ବନ୍ଦେ ଉତ୍କଳ ଜନନୀ।

ରାଜ୍ୟର ସବୁ ନିର୍ବାଚନମଣ୍ଡଳୀରେ ଓଡ଼ିଶା ଦିବସ ପାଳିବ ବିଜେଡି
ଭୁବନେଶ୍ୱର : ଏପ୍ରିଲ ୧ ତାତିଖ ଦିନ ୮୯ତମ ଓଡିଶା ଦିବସ ପାଳିତ ହେବାକୁ ଯାଉଥିବା ବେଳେ ବିଜୁ ଜନତା ଦଳ ରାଜ୍ୟବ୍ୟାପୀ ଏହି ଦିବସଟିକୁ ପାଳିବ ବୋଲି ଦଳର ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ଓ ଦଳର ସଭ୍ୟ ସଂଗ୍ରହ ଅଭିଯାନ କମିଟିର ଆବାହକ ଅତନୁ ସବ୍ୟସାଚୀ ନାୟକ ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ, ଓଡ଼ିଶାର ଅନେକ ବରପୁତ୍ର ମାନଙ୍କ ସଂଘର୍ଷ, ତ୍ୟାଗ ବଳିଦାନ ଫଳରେ ୧୯୩୬ ମସିହା ଏପ୍ରିଲ ୧ ତାରିଖ ଦିନ ଭାଷା ଭିତ୍ତିରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ହୋଇଥିଲା । କଳା, ଭାସ୍କର୍ଯ୍ୟ ଓ ଐତିହ୍ୟ ପାଇଁ ଓଡ଼ିଶାର ପ୍ରସିଦ୍ଧି ରହିଛି। ଏହାକୁ ସ୍ମରଣୀୟ କରିବା ପାଇଁ ଏହି ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ଚିର ସ୍ମରଣୀୟ ହୋଇ ରହିବା ସହିତ ଓଡିଶା ଦିବସ ଭାବେ ପାଳିତ ହୋଇଆସୁଛି ।

ଅତନୁ ସବ୍ୟସାଚୀ ନାୟକ କହିଥିଲେ, ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ, ରାଜ୍ୟର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ତଥା ଜିଲ୍ଲା କାର୍ଯ୍ୟାଳୟରେ ବିଜୁ ଜନତା ଦଳ ତରଫରୁ ଓଡିଶା ଦିବସ ପାଳନ କରିବା ପାଇଁ ହୋଇଥିବା ନିଷ୍ପତ୍ତି ଦଳ ତରଫରୁ ସମନ୍ୱୟ କମିଟି ଅଧ୍ୟକ୍ଷ  ଦେବୀ ପ୍ରସାଦ ମିଶ୍ର ଓ କାର୍ଯ୍ୟକ୍ରମ ରୂପାୟନ କମିଟି ଆବାହକ  ସଞ୍ଜୟ ଦାସବର୍ମା ସୂଚିତ କରିଛନ୍ତି।

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିବା ବରପୁତ୍ର ମାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ସହିତ ଆଲୋଚନା ଚକ୍ର କାର୍ଯ୍ୟକ୍ରମ କରାଯିବ। ତାଛଡା, ନିଜ ଅଞ୍ଚଳରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ଦଳ ତରଫରୁ ମାଲ୍ୟାର୍ପଣ କାର୍ଯ୍ୟକ୍ରମ କରାଯିବ। ବିଜୁ ଜନତା ଦଳର ଭୁବନେଶ୍ୱର ଜିଲ୍ଲା ବିଜେଡି ଆନୁକୂଲ୍ୟରେ ଶଙ୍ଖ ଭବନରେ ଓଡ଼ିଶା ଦିବସ କାର୍ଯ୍ୟକ୍ରମ ପାଳନ କରାଯିବ। ଏଥିରେ ଦଳର ସଭାପତି ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ରାଜ୍ୟବାସୀଙ୍କୁ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର : ଆଜି ଉତ୍କଳ ଦିବସ। ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଭାଷାଭିତ୍ତିରେ ଓଡ଼ିଶା ରାଜ୍ୟ ଗଠନ ହୋଇଥିଲା। ଆଜି ଓଡ଼ିଆ ତଥା ଓଡ଼ିଶାବାସୀଙ୍କ ଲାଗି ଏକ ଗର୍ବ କରିବାର ଦିନ। ଯେଉଁମାନଙ୍କର ଅଦମ୍ୟ ସାଧନା, ପ୍ରଚେଷ୍ଟା ଲାଗି ଓଡ଼ିଶା ଭାଷାଭିତ୍ତିରେ ସ୍ୱତନ୍ତ୍ର ପରିଚୟ ପାଇପାରିଛି ସେମାନଙ୍କୁ ଆଜି ସମସ୍ତେ ମନେପକାଉଛନ୍ତି।  ଏହି ଅବସରରେ ରାଜ୍ୟବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଟ୍ୱିଟ୍ କରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ରାଜ୍ୟବାସୀଙ୍କୁ #ଓଡ଼ିଶାଦିବସ ର ଆନ୍ତରିକ ଶୁଭେଚ୍ଛା। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସହ ଆମ ଭାଷା, ସାହିତ୍ୟ ଓ ସଂସ୍କୃତିର ଗୌରବ ବୃଦ୍ଧି କରିଥିବା ମହାପୁରୁଷମାନଙ୍କ ପ୍ରତି ମୋର ସମ୍ମାନ ଜଣାଉଛି। ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ସ୍ୱତନ୍ତ୍ର ପରିଚୟକୁ ବଜାୟ ରଖିବା ସହ ଏହାକୁ ଆହୁରି ପରିବ୍ୟାପ୍ତ କରିବା ପାଇଁ ଆସନ୍ତୁ ସଂକଳ୍ପବଦ୍ଧ ହେବା pic.twitter.com/SUmog0leo7

— Naveen Patnaik (@Naveen_Odisha) April 1, 2021

ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସହ ଆମ ଭାଷା, ସାହିତ୍ୟ ଓ ସଂସ୍କୃତିର ଗୌରବ ବୃଦ୍ଧି କରିଥିବା ମହାପୁରୁଷମାନଙ୍କୁ ସେ ସମ୍ମାନ ଜଣାଇଛନ୍ତି। ମହାପୁରୁଷମାନେ ଭାଷା, ସାହିତ୍ୟ, ସଂସ୍କୃତିର ଗୌରବ ବୃଦ୍ଧି କରିଛନ୍ତି । ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ସ୍ବତନ୍ତ୍ର ପରିଚୟକୁ ବଜାୟ ରଖିବା ସହ ଏହାକୁ ଆହୁରି ପରିବ୍ୟାପ୍ତ କରିବା ପାଇଁ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

୨୦୩୬ରେ ଆମେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୧୦୦ବର୍ଷ ପାଳନ କରିବା। ସେତେବେଳେ ଓଡ଼ିଶାକୁ ସବୁ କ୍ଷେତ୍ରରେ ସାରା ଦେଶ ତଥା ବିଦେଶର ଏକ ବିକଶିତ ଓ ଆଦର୍ଶ ରାଜ୍ୟ ଭାବେ ଗଠନ କରିବା ଆମ ଲକ୍ଷ୍ୟ ହେବା ଉଚିତ। ଏଥିପାଇଁ ଆସନ୍ତୁ ଆମେ ସମସ୍ତେ ସଂକଳ୍ପବଦ୍ଧ ଭାବେ ଏକ ହୋଇ ଆଗକୁ ବଢ଼ିବା। #ଓଡ଼ିଶାଦିବସ #ବନ୍ଦେଉତ୍କଳଜନନୀ

— Naveen Patnaik (@Naveen_Odisha) April 1, 2021

ଆଜି ଓଡ଼ିଶା ମାଟି ମା’ର ଜନ୍ମ ଦିବସ
ଏପ୍ରିଲ ୧କୁ ‘ଉତ୍କଳ ଦିବସ’ ରୂପେ ପାଳନ କରିବା ହେଉଛି ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ୧୯୩୬ ମସିହା ଏପ୍ରିଲ୍ ୧ ତାରିଖରେ ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ଜନ୍ମ ନେଇଥିଲା। ପୂର୍ବରୁ ଉତ୍କଳ ଖଣ୍ଡ ବିଖଣ୍ଡିତ ହୋଇ ପଡି ରହିଥିଲା। ପଶ୍ଚିମରେ ସମ୍ବଲପୁର ମଧ୍ୟପ୍ରଦେଶ ସହିତ ମିଶିଥିବାବେଳେ ଉତ୍ତରରେ ବାଲେଶ୍ବରରେ ବଙ୍ଗଳାର ପ୍ରଭାବ, କେତେକ ଅଞ୍ଚଳ ବିହାରରେ, ଦକ୍ଷିଣରେ ଗଞ୍ଜାମ ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ଥିଲା।

ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ବ୍ୟାସକବି ଫକୀରମୋହନ ସେନାପତି, ରାଧାନାଥ ରାୟ, ସ୍ବଭାବକବି ଗଙ୍ଗାଧର ମେହେରଙ୍କ ପରି ଓଡ଼ିଶାର ବୀରପୁତ୍ରମାନେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ସଂଘର୍ଷ କରିଥିଲେ। ଏହି ବୀରପୁତ୍ରମାନଙ୍କ ଉଦ୍ୟମରେ ୧୯୦୩ରେ ପ୍ରଥମେ ଗଠନ ହେଲା ‘ଉତ୍କଳ ସମ୍ମିଳନୀ’। ଅବିଶ୍ରାନ୍ତ ସଂଗ୍ରାମ ପରେ ୧୯୩୬ ମସିହା ଏପ୍ରିଲ୍ ୧ରେ ଗଠନ ହେଲା ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ। ପ୍ରଥମେ ଓଡ଼ିଶା ରାଜ୍ୟ ୬ଟି ଜିଲ୍ଲା କଟକ, ପୁରୀ, ବାଲେଶ୍ବର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ତିଆରି କରାଯାଇଥିଲା। ସାର୍ ଅଷ୍ଟିନ୍ ହବାକ୍ ଓଡ଼ିଶାର ପ୍ରଥମ ରାଜ୍ୟପାଳ ଭାବେ ଶପଥ ନେଇଥିଲେ। ୧୯୫୦ ମସିହା ଜାନୁୟାରୀ ୨୬ ତାରିଖରେ ଓଡ଼ିଶାରେ ଆଉ ୭ଟି ଜିଲ୍ଲା ଯୋଗ ହୋଇ ମୋଟ ୧୩ଟି ଜିଲ୍ଲା ହେଲା। ୧୯୯୨ ମସିହାରେ ଓଡ଼ିଶାର ୧୩ଟି ଜିଲ୍ଲାକୁ ପୁର୍ନବିଭାଜନ କରି ୩୦ଟି ଜିଲ୍ଲାରେ ବିଭକ୍ତ କରାଗଲା। ପ୍ରତିବର୍ଷ ଏପ୍ରିଲ୍ ପହିଲା ଦିନଟିକୁ ‘ଉତ୍କଳ ଦିବସ’ ଭାବେ ପାଳନ କରାଯାଇ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାରମାନଙ୍କୁ ସମ୍ମାନ ଅର୍ପଣ କରାଯାଏ।