bridge collapses - The Sakala

ଭୁଶୁଡ଼ିଲା ବ୍ରିଜ; ନଦୀରେ ଭାସିଗଲେ ୨୫ରୁ ଅଧିକ ପର୍ଯ୍ୟଟକ, ୨ ମୃତ
ପୁଣେ: ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ରବିବାର ଦିନ ଇନ୍ଦ୍ରାୟଣୀ ନଦୀ ଉପରେ ନିର୍ମିତ ଏକ ପୋଲ ଭୁଶୁଡ଼ି ପଡ଼ିଛି। ଯାହା ଫଳରେ ୨୫-୩୦ ଜଣ ପର୍ଯ୍ୟଟକ ଭାସି ଯାଇଥିବା ଆଶଙ୍କା କରାଯାଉଛି। ସେମାନଙ୍କ ମଧ୍ୟରେ ଅନେକ ଛୋଟ ପିଲା ଅଛନ୍ତି। ଏନଡିଆରଏଫ ଦଳ, ପୋଲିସ ଏବଂ ସ୍ଥାନୀୟ ଲୋକମାନେ ନଦୀରେ ଭାସିଯାଇଥିବା ଲୋକଙ୍କୁ ଖୋଜିବା ପାଇଁ ଯଥାସମ୍ଭବ ପ୍ରୟାସ କରୁଛନ୍ତି।

ମିଳିଥିବା ଖବର ଅନୁସାରେ, ବ୍ରିଜ ଭୁଶୁଡ଼ିବା ଯୋଗୁ ୨ ଜଣଙ୍କ ମୃତ ହୋଇଥିବା ବେଳେ ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ମାଭାଲର ପର୍ଯ୍ୟଟନସ୍ଥଳୀ କୁଣ୍ଡମାଲାରେ ଏହି ଦୁର୍ଘଟଣା ଘଟିଛି। ଗତ ଦୁଇ ଦିନ ଧରି ଏହି ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିବାରୁ ଇନ୍ଦ୍ରାୟଣୀ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଏହା ଏକ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ନଦୀ କୂଳରେ ବହୁ ସଂଖ୍ୟକ ଲୋକ ଜମା ହୋଇଥିଲେ।

ଦ୍ବିତୀୟ ଥର ପାଇଁ ଭୁଶୁଡ଼ିଲା ନିର୍ମାଣାଧୀନ ଭାଗଲପୁର ପୋଲ
ପାଟନା: ବିହାର ଭାଗଲପୁର ଜିଲ୍ଲାରେ ଗଙ୍ଗା ନଦୀ ଉପରେ ନିର୍ମାଣ କରାଯାଉଥିବା ପୋଲ ପୁଣିଥରେ ରବିବାର ଭୁଶୁଡ଼ି ପଡ଼ିଛି। ଅଗୁବାଣୀ ଏବଂ ସୁଲତାନଗଞ୍ଜକୁ ଯୋଡୁଥିବା ଏହି ପୋଲ ଖଗାରିଆ ଠାରେ ନିର୍ମାଣ କରାଯାଉଥିବା ବେଳେ ଦ୍ବିତୀୟ ଥର ପାଇଁ ଏହାର ଅନେକ ଅଂଶ ଖସିପଡ଼ିଛି। ମିଳିଥିବା ଖବର ଅନୁସାରେ ଅଗୁବାଣୀ ପଟରୁ ନିର୍ମାଣାଧିନ ପୋଲର ପ୍ରାୟ ୨୦୦ ମିଟର ଖସିଯାଇଛି। ପୋଲ କାର୍ଯ୍ୟ ଚାଲିଥିଲା ବେଳେ ଅଚାନକ ଭାବେ ପାହ୍ୟା ୧୦,୧୧ ଏବଂ ୧୨ ତଳକୁ ଖସି ନଦୀ ଗର୍ଭରେ ପଡିଥିବା ଦେଖାଯାଇଛି। ପୋଲର ଏହି ଅଂଶ ଖସୁଥିଲା ବେଳେ ଏହାର ଏକ ଭିଡିଓ ଦୃଶ୍ୟ ମଧ୍ୟ ଭାଇରାଲ ହୋଇଛି। ତେବେ ଏହି ଘଟଣାରେ କେହି ମୃତାହତ ହୋଇଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ। ଦ୍ବିତୀୟ ଥର ପାଇଁ ଏହି ପୋଲର ଅଂଶ ଖସିଥିବାରୁ ଏବେ ଏହାର ନିର୍ମାଣ ପ୍ରକ୍ରିୟା ଏବଂ ଏହାକୁ ନିର୍ମାଣ କରୁଥବା ସଂସ୍ଥାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି।

ଉଲ୍ଲେଖଯୋଗ୍ୟ ଯେ, ବିହାରର ଖଗାରିଆ ଏବଂ ଭାଗଲପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯୋଡିବା ଲାଗି ଗଙ୍ଗା ନଦୀ ଉପରେ ଏହି ପୋଲ ପ୍ରାୟ ୧୭ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଛି। କିନ୍ତୁ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପରେ ଗତବର୍ଷ ଏପ୍ରିଲ ମାସରେ ଏହାର ୧୦୦ ମିଟର ଲମ୍ବର ସୁପରଷ୍ଟ୍ରକଚର୍‌ ନଦୀ ମଧ୍ୟକୁ ଖସିପଡ଼ିଥିଲା। ସେତେବେଳେ ପ୍ରବଲ ବର୍ଷାକୁ ନେଇ ଏଭଳି ଘଟିଥିଲା ବୋଲି କୁହାଯାଇଥିଲେ ହେଁ ନିର୍ମାଣକାରୀ କମ୍ପାନୀକୁ ନେଇ ବିଭିନ୍ନ ମହଲରେ ହୋହଲ୍ଲା କରାଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ପୋଲର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ବେଳେ ବର୍ତ୍ତମାନ ସୁଦ୍ଧା ପୋଲର ୮୦ ପ୍ରତିଶତ ସୁପରଷ୍ଟ୍ରକଚର କାର୍ଯ୍ୟ ଶେଷ ହୋଇସାରିଥିଲା। ଏପରିକି ପୋଲ ସଂଲଗ୍ନ ରାସ୍ତା କାର୍ଯ୍ୟ ମଧ୍ୟ ପାଖାପାଖି ୫୦ ପ୍ରତିଶତ ଶେଷ ହୋଇସାରିଥିଲା। କିନ୍ତୁ ଏହାପରେ ଆଜି ପୁଣି ଥରେ ପୋଲ ଖସି ପଡ଼ିବା ଘଟଣା ସ୍ଥିତିକୁ ଅଧିକ ଜଟିଳ କରିଛି। ଏହି ପୋଲ କାର୍ଯ୍ୟ ୨୦୧୫ରୁ ଆରମ୍ଭ ହୋଇଥିଲେ ହେଁ ବାରମ୍ବାର ଏଭଳି ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।