West Bengal Chief Minister Mamata Banerjee - The Sakala

କେନ୍ଦ୍ରରୁ ବିଜେପି କ୍ଷମତାଚ୍ୟୁତ ନହେବା ଯାଏଁ ‘ଖେଲୋ ହୋବେ’ : ମମତା ବାନାର୍ଜୀ
କୋଲକାତା : ବଙ୍ଗରେ ବାଜି ମାରିବା ପରେ ଏବେ ଦେଶରେ ଦବଦବା ଜାହିର କରିବାକୁ ପ୍ରସ୍ତୁତ ହେଉଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ(ଟିଏମସି) ମୁଖ୍ୟ ମମତା ବାନାର୍ଜୀ । ମମତାଙ୍କ ଏହି ପ୍ରସ୍ତୁତିକୁ ୨୦୨୪ ରଣ ସହ ଯୋଡି ଦେଖାଯାଇପାରେ । ଜାତୀୟ ସ୍ତରରେ ସକ୍ରିୟ ରାଜନୀତିକୁ ଓହ୍ଲାଇବା ସହ ଭାରତୀୟ ଜନତା ପାର୍ଟିକୁ ସିଧା ଟକ୍କର ଦେବାକୁ ପ୍ରୟାସ କରୁଛନ୍ତି ଦିଦି । ବିଜେପି ଦେଶକୁ ଅନ୍ଧକାରକୁ ନେଇ ଯାଇଛି। କେନ୍ଦ୍ର କ୍ଷମତାରୁ ସରକାରଙ୍କୁ ବେଦଖଲ କରିବା ପର୍ୟ୍ୟନ୍ତ ‘ଖେଲା ହୋବେ’। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ(ଟିଏମସି) ମୁଖ୍ୟ ମମତା ବାନାର୍ଜୀ ବୁଧବାର ଶହିଦ ଦିବସ ପାଳନ ଅବସରରେ ଏହି ଆହ୍ୱାନ ଦେଇଛନ୍ତି।

ମମତା ବାନାର୍ଜୀ ବୁଧବାର (ଜୁଲାଇ ୨୧) ଶହୀଦ ଦିବସ ପାଳନ କରିଛନ୍ତି। ଏଥର ଶହୀଦ ଦିବସରେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଥିଲା। ଏହା ପ୍ରଥମ ଥର ଥିଲା ଯେ ମମତା ବାନାର୍ଜୀଙ୍କ ଭାଷଣ ଜୁଲାଇ ୨୧ରେ ରାଜ୍ୟ ସୀମା ବାହାରେ ଥିବା ଅନ୍ୟ ରାଜ୍ୟକୁ ପ୍ରସାରିତ ହୋଇଥିଲା। ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ଗୁଜୁରାଟର ପାର୍ଟି ମୁଖ୍ୟାଳୟ ବାହାରେ ଏଲଇଡି ଟିଭିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଷଣ ଶୁଣିବାକୁ ମିଳିଥିଲା। ଦିଲ୍ଲୀ କାର୍ୟ୍ୟକ୍ରମରେ ଅନ୍ୟ ରାଜନୈତିକ ଦଳଗୁଡ଼ିକର ନେତାମାନଙ୍କୁ ବି ଦେଖିବାକୁ ମିଳିଥିଲା।

ଦଳୀୟ କାର୍ୟ୍ୟକ୍ରମକୁ ସମ୍ବୋଧିତ କରି ବେଙ୍ଗଲ ଜନତା ଧନବଳକୁ ବେଖାତିର କରି ମା,ମାଟି ଓ ମଣିଷକୁ ବାଛିଛନ୍ତି। ବିଜେପି ଏବେ ଏକଛତ୍ରବାଦକୁ ଓହ୍ଲାଇ ଆସିଛି। ତ୍ରିପୁରାରେ ଆମ କାର୍ୟ୍ୟକ୍ରମକୁ ରୋକାଗଲା ଏହା କଣ ଗଣତନ୍ତ୍ର ବୋଲି ମମତା ପ୍ରଶ୍ନ କରିଛନ୍ତି। ଦେଶ ସଂସ୍ଥାଗୁଡିକ ବିଜେପି ନଷ୍ଟ କରିବାରେ ଲାଗିଛି। ଏବେ ମୋଦି ସରକାରକୁ ପ୍ଲାଷ୍ଟର କରାଯିବା ଜରୁରି ଯାହାର କାମ ଆମେ ଆରମ୍ଭ କରିଦେଇଛେ ବୋଲି ମମତା କହିଛନ୍ତି।

ମମତା କହିଛନ୍ତି ଯେ ବିଜେପି ଏକଛତ୍ରବାଦୀ ଶାସନ ଚଳାଉଛି। ତ୍ରିପୁରାରେ ଆମର କାର୍ୟ୍ୟକ୍ରମ ବନ୍ଦ ହୋଇଯାଇଛି। ଏହା ଏକ ଗଣତନ୍ତ୍ର କି? ସେମାନେ ଦେଶର ଅନୁଷ୍ଠାନଗୁଡ଼ିକୁ ନଷ୍ଟ କରୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ କରୋନାର ଦ୍ୱିତୀୟ ଓ୍ବେଭରେ ଦେଶରେ ଗଙ୍ଗା ନଦୀରେ ମୃତଦେହ ଭାସୁଥିବା ଦେଖାଯାଇଛି। ଅମ୍ଳଜାନ ଅଭାବରୁ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି ଏବଂ ସରକାର କହିଛନ୍ତି ଯେ ଅମ୍ଳଜାନ ଅଭାବରୁ କେହି ମରୁନାହାନ୍ତି। ବିଜେପିକୁ କ୍ଷମତାଚ୍ୟୁତ ନ କରିବା ଯାଏଁ ଖେଳ ହେବ ବୋଲି ମମତା କହିଛନ୍ତି।

ବିଜେପି ବିରୋଧରେ ଏକତ୍ରିତ ହେବାକୁ ସୋନିଆ, ନବୀନଙ୍କ ସମେତ ୧୫ଟି ବିରୋଧୀ ଦଳର ନେତାଙ୍କୁ ଚିଠି ଲେଖିଲେ ମମତା
ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଉଷ୍ମତା ମଧ୍ୟରେ ବିଜେପି ବିରୋଧରେ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ଆହ୍ୱାନ ଦେଇ ଆଜି ବିରୋଧୀ ଦଳର ବରିଷ୍ଠ ନେତାମାନଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଭଳି ଆହ୍ବାନ ଦେଇଛନ୍ତି। କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧି, ଏନସିପି ମୁଖ୍ୟ ଶରଦ ପୱାର, ଡିଏମକେ ମୁଖ୍ୟ ଏମ.କେ ଷ୍ଟଲିନ, ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ, ଆରଜେଡି ମୁଖ୍ୟ ତେଜସ୍ୱୀ ଯାଦବ, ଏସପି ମୁଖ୍ୟ ଅଖିଳେଶ ଯାଦବ, ଏନସି ମୁଖ୍ୟ ଫାରୁକ ଅବଦୁଲ୍ଲା ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ ସମେତ ୧୫ଜଣ ଅଣ-ବିଜେପି ନେତାଙ୍କୁ ଏହି ଚିଠି ଲେଖିଛନ୍ତି ଦିଦି।

ସେ କହିଛନ୍ତି, ମୋର ଦୃଢ ବିଶ୍ୱାସ ଯେ ବର୍ତ୍ତମାନ ସମୟ ଆସିଯାଇଛି ବିଜେପିର ଗଣତନ୍ତ୍ର ଓ ସମ୍ବିଧାନ ଉପରେ ହମଲା ବିରୋଧରେ ଏକଜୁଟ ହେବା। ଚିଠିରେ ମମତା କହିଛନ୍ତି, ଯେଉଁଭଳି ବିଜେପି ଏନସିଆର ବିଲ ପାସ କରିବାକୁ ଚେଷ୍ଟା କରିଥିଲା ତା ବିରୋଧରେ ସ୍ୱର ଉଠାଇବା ଆବଶ୍ୟକ। ସେ କହିଛନ୍ତି ଯେ ବିଜେପି ଏକ ପ୍ରାଧିକରଣ ଦଳ।

ମମତା ୧୫ ବିରୋଧୀ ଦଳର ନେତାମାନଙ୍କୁ ଲେଖିଥିବା ଚିଠିରେ  ଲଖାଯାଇଛି ଯେ, ଭାରତରେ ଗଣତନ୍ତ୍ର ତଥା ସାମ୍ବିଧାନିକ ସଂଘବାଦ ଉପରେ କେନ୍ଦ୍ରରେ ବିଜେପି ଏବଂ ଏହାର ସରକାରଙ୍କ ଦ୍ୱାରା ହୋଇଥିବା ଆକ୍ରମଣକୁ ନେଇ ମୁଁ ଗୁରୁତର ଚିନ୍ତା ପ୍ରକଟ କରୁଛି। ମୋଟାମୋଟି ଭାବେ, କେନ୍ଦ୍ର-ରାଜ୍ୟ ସମ୍ପର୍କ ଏବଂ କେନ୍ଦ୍ରରେ ଥିବା ଶାସକ ଦଳ ଏବଂ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଥିବା ସମ୍ପର୍କ, ସ୍ୱାଧୀନ ଭାରତ ଇତିହାସରେ କେବେ ବି ଖରାପ ନଥିଲା। ଏହା ପ୍ରଧାନମନ୍ତ୍ରୀଙ୍କ କ୍ଷମତାସୀନ ଆଚରଣ ପାଇଁ ହେଉଛି। ଚିଠିରେ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଦ୍ବାରା ପାରିତ କରାଯାଇଥିବା ବିଲକୁ ବିରୋଧ କରି ବିଜେପି ବିରୋଧରେ ଏକଜୁଟ ହେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହା ସହ ୭ ପୃଷ୍ଠା ବିଶିଷ୍ଟ ଏହି ଚିଠିରେ ଆହୁରି ଲେଖାଯାଇଛି ଯେ, ବିରୋଧୀ ବିଜେପିକୁ ଶାସନ କ୍ଷମତାରୁ ହଟାଇବାର ସମୟ ଆସିଛି। ଏହା କରିବାକୁ ହେଲେ ସମସ୍ତ ବିରୋଧୀଦଳମାନଙ୍କୁ ଏକାଠି ହୋଇ ସଂଘର୍ଷ କରିବାକୁ ପଡିବ । ଯାହାଦ୍ୱାରା ଲୋକତନ୍ତ୍ର ଓ ସମ୍ବିଧାନକୁ ରକ୍ଷା କରାଯାଇପାରିବା ସହ ଲୋକମାନଙ୍କ ସାମ୍ନାରେ ଏକ ଶକ୍ତ ଓ ବିଶ୍ୱସନୀୟ ବିକଳ୍ପ ଠିଆ କରାଯାଇପାରିବ ।