Bahanaga train accident - The Sakala
ବାହାନଗା ଟ୍ରେନ୍‌ ଟ୍ରାଜେଡି : ଗିରଫ ୩ ରେଳ ଅଧିକାରୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ କଲା ସିବିଆଇ
ଭୁବନେଶ୍ବର :ବାଲେଶ୍ୱର ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ମାମଲାରେ ଏବେ ସିବିଆଇ ଚାର୍ଜସିଟ୍ ଦାଖଲ କରିଛି। ଟ୍ରେନ୍ ଦୁର୍ଘଟଣା ମାମଲାରେ ଗିରଫ ୩ ରେଳ ଅଧିକାରୀଙ୍କ ନାଁରେ ଭୁବନେଶ୍ୱରରେ ସ୍ପେଶାଲ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି  ତଦନ୍ତକାରୀ ସଂସ୍ଥା ସିବିଆଇ । ସୂଚନା ଅନୁଯାୟୀ ଏହି ତିନି ରେଳ ଅଧିକାରୀଙ୍କ ବିରୋଧରେ ପ୍ରମାଣ ନଷ୍ଟ ଏବଂ ଉଦ୍ଦେଶ୍ୟ ବିହୀନ ହତ୍ୟା ଅଭିଯୋଗ ରୁଜୁ ହୋଇଛି ।
ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ସିବିଆଇ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଆମିର ଖାନ ଏବଂ ଟେକ୍ନିସିଆନ ପପୁ କୁମାରଙ୍କୁ ସିଆରପିସି ଦଫା ୩୦୪ ଏବଂ ୨୦୧ ଅଧୀନରେ ଗିରଫ କରିଥିଲା । ଟ୍ରେନ୍ ଦୁର୍ଘଟଣାର ତଦନ୍ତରୁ ସ୍ପଷ୍ଟ ହୋଇଥିଲା ଯେ ସିଗନାଲ୍ ଏବଂ ଯୋଗାଯୋଗ ବିଭାଗର କର୍ମଚାରୀଙ୍କ ଭୁଲ ଏବଂ ଅବହେଳା ଯୋଗୁଁ ଜୁନ୍ ୨ରେ ଏହି ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଥିଲା ।
ଚଳିତ ବର୍ଷ ଜୁନ୍ ୨ ସନ୍ଧ୍ୟାରେ ବାଲେଶ୍ବର ଜିଲ୍ଲାର ବାହାନାଗା ବଜାର ଷ୍ଟେସନରେ କରମଣ୍ଡଳ ଏକ୍ସପ୍ରେସ ହଠାତ୍ ଲୁପଲାଇନରେ ପଶି ସେଠାରେ ଠିଆ ହୋଇଥିବା ଏକ ମାଲ୍ ଗାଡ଼ିକୁ ଧକ୍କା ଦେଇଥିଲା। ସେହି ସମୟରେ ଡାଉନ୍ ଲାଇନରେ ଆସୁଥିବା ବେଙ୍ଗାଲୁରୁ-ହାଓ୍ବଡା ଏକ୍ସପ୍ରେସର ଶେଷ ଦୁଇ କୋଚ୍ ଓଲଟି ପଡ଼ିଥିବା କରମଣ୍ଡଳ ଏକ୍ସପ୍ରେସର କୋଚ୍‌ ସହ ଧକ୍କା ହୋଇଥିଲା । ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ୨୯୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିଲା । କେନ୍ଦ୍ର ରେଳ ମନ୍ତ୍ରଣାଳୟ ଏହି ଟ୍ରେନ ଟ୍ରାଜେଡି ପଛରେ ଷଡ଼ଯନ୍ତ୍ର ସନ୍ଦେହ କରି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।
ସିବିଆଇ କୋର୍ଟରେ ହାଜର ହେଲେ ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ ଗିରଫ ହୋଇଥିବା ୩ ଅଭିଯୁକ୍ତ
ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାରେ ୩ ଜଣ ରେଳ କର୍ମଚାରୀଙ୍କୁ ଗିରଫ କରିଛି ସିବିଆଇ । ବାଲେଶ୍ୱର ଜିଲା ବାହାନଗାର ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ମାମଲାର ତଦନ୍ତ କରୁଥିବା ସିବିଆଇ ଆଜି ବରିଷ୍ଠ ​ସେକ୍ସନ୍‌ ଇଂଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ୍‌ ଇଂଜିନିୟର ମହମ୍ମଦ ଅମୀର ଖାନ ଏବଂ ଟେକ୍‌ନିସିଆନ୍‌ ପପୁ କୁମାରଙ୍କୁ ଗିରଫ କରିଥିଲା । ଏହି ତିନି ଅଭିଯୁକ୍ତଙ୍କୁ ପ୍ରଥମେ କଡ଼ା ସୁରକ୍ଷା ମଧ୍ୟରେ କ୍ୟାପିଟାଲ ଡାକ୍ତରଖାନାରେ ଡାକ୍ତରୀ ଯାଞ୍ଚ ପରେ ସିବିଆଇ କୋର୍ଟରେ ହାଜର କରାଯାଇଛି । ତିନି ଅଭିଯୁକ୍ତଙ୍କୁ ୫ ଦିନ ରିମାଣ୍ଡରେ ନେବାପାଇଁ କୋର୍ଟରେ ଆବେଦନ କରିଛି ସିବିଆଇ । ଦୁର୍ଘଟଣାର ଠିକ୍ ୩୫ ଦିନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସିବିଆଇ । ସିଆରପିସି ୩୦୪ ଓ ୨୦୧ ଧାରାରେ ସେମାନଙ୍କୁ ଗିରଫ କରାଯାଇଛି । ମାମଲାରେ ସିବିଆଇ ତଦନ୍ତ କରୁଥିବା ବେଳେ ଏହା ପ୍ରଥମ କାର୍ଯ୍ୟାନୁଷ୍ଠାନ । ସେମାନଙ୍କ ବିରୋଧରେ ଗୁରୁତର ଅବହେଳାରୁ ସଙ୍ଗୀନ ଦୁର୍ଘଟଣା ଏବଂ ପ୍ରମାଣ ନଷ୍ଟ କରିଥିବା ଅଭିଯୋଗ ରହିଛି ।
ସିଗନାଲିଂ ତ୍ରୁଟି ଯୋଗୁଁ ଏଭଳି ଘଟଣା ଘଟିପାରେ ବୋଲି ତିନି ଅଭିଯୁକ୍ତ ପୂର୍ବରୁ ଜାଣିଥିଲେ । ତଥାପି ଏହାର ଠିକ୍ ପରିଚାଳନା ନେଇ ଦାୟିତ୍ବବାନ ନଥିଲେ । ଗତ ଜୁନ ୨ ତାରିଖ ସଂଧ୍ୟାବେଳେ କରମଣ୍ଡଳ ଏକ୍ସପ୍ରେସ ବାହାନଗାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସିଗନାଲିଂ ଭୁଲ ଥିବାରୁ ଏକ ମାଲଗାଡିକୁ ଧକ୍କା ଦେଇଥିଲା ଟ୍ରେନ୍ । ଏଥିରେ ୨୯୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଦେଶର ସବୁଠୁ ବଡ଼ ଦୁର୍ଘଟଣା ମଧ୍ୟରୁ ଏହି ଦୁର୍ଘଟଣା ଅତି ଭୟଙ୍କର ଥିଲା । ଏଭଳି ଘଟଣାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ରେଳ ମନ୍ତ୍ରାଳୟ ସୁପାରିସ କରିଥିଲା । ତାପରଠାରୁ ସିବିଆଇ ବାହାନଗା ଆସିବା ସହ ବିଭିନ୍ନ ଦିଗରୁ ତଦନ୍ତ ଜାରି ରହିଥିଲା ।
ବାହାନଗା ଟ୍ରେନ୍ ଟ୍ରାଜେଡି: ୩ ଜଣଙ୍କୁ ଗିରଫ କଲା CBI
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ ଦୁର୍ଘଟଣା ମାମଲାରେ ୩ ଜଣ ରେଳ କର୍ମଚାରୀଙ୍କୁ ଗିରଫ କଲା ସିବିଆଇ । ଦୁଇ ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ମହମ୍ମଦ ଅମିର ଖାନ୍‌ ଓ ଟେକନିସିଆନ ପପୁ କୁମାର ଗିରଫ ହୋଇଥିବା ସୂଚନା ମିଳିଛି । ସିଆରପିସି ୩୦୪ ଓ ୨୦୧ ଧାରାରେ ଏହି ୩ ଜଣଙ୍କୁ ସିବିଆଇ ଗିରଫ କରିଛି । ଗତ ଜୁନ ୨ ତାରିଖରେ ବାଲେଶ୍ୱର ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲା । ଏହି ହୃଦୟ ବିଦାରକ ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ମୋଟ ୨୯୩ ଜଣଙ୍କ ମୃତ୍ୟୁ ଘଟିଛି ।
ବାହାନଗା ଟ୍ରେନ୍ ଟ୍ରାଜେଡି: ଆସିଲା ତଦନ୍ତ ରିପୋର୍ଟ, ସିଗନାଲିଂ ଓ ଟେଲିକମ୍ୟୁନିକେସନ୍‌‌ ବିଭାଗର ଏକାଧିକ ତ୍ରୁଟି ଯୋଗୁଁ ଘଟିଲା ଦୁର୍ଘଟଣା
ଭୁବନେଶ୍ୱର: ସିଗାନଲ ଓ ଟେଲିକମ୍ୟୁନିକେସନ୍‌‌ ବିଭାଗର ଏକାଧିକ ତ୍ରୁଟି ଯୋଗୁଁ ବାହାନଗା ବଜାର ଷ୍ଟେସନ୍‌‌ରେ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଲା। ଅତୀତରେ ସିଗ୍‌‌ନାଲ ବ୍ୟବସ୍ଥା ମରାମତି ସମୟରେ ସିଗ୍‌‌ନାଲିଂ ସର୍କିଟ୍‌‌ ଏପଟ ସେପଟ କରାଯିବା ହେତୁ ଜୁନ୍‌‌ ୨ ତାରିଖ ସଂଧ୍ୟାରେ ତ୍ରୁଟିପୂର୍ଣ୍ଣ ସିଗ୍‌‌ନାଲ ମିଳିଥିଲା ଏବଂ କରମଣ୍ଡଳ ଟ୍ରେନ୍‌‌ ଭୁଲ ଲାଇନ୍‌‌ରେ ମାଡ଼ି ଯାଇ ଲୁପ୍‌‌ ଲାଇନ୍‌‌ରେ ପୂର୍ବରୁ ଛିଡ଼ା ହୋଇଥିବା ମାଲଗାଡ଼ୀ ସହିତ ଧକ୍କା ଖାଇଥିଲା। ବାହାନଗା ବଜାର ଟ୍ରେନ୍‌‌ ଦୁର୍ଘଟଣାର ତଦନ୍ତ କରି ରେଳ ସୁରକ୍ଷା ଆୟୁକ୍ତ ରେଳବୋର୍ଡକୁ ଦେଇଥିବା ରିପୋର୍ଟରେ ଏହା ଉଲ୍ଲେଖ କରିଛନ୍ତି। ଜୁନ୍‌‌ ୨୮ ତାରିଖ ଦିନ ଆୟୁକ୍ତ ବୋର୍ଡକୁ ତଦନ୍ତ ରିପୋର୍ଟ ପ୍ରଦାନ କରିଥିଲେ। ଆୟୁକ୍ତ ନିଜ ରିପୋର୍ଟରେ ଦୁର୍ଘଟଣାର କାରଣ ଉଲ୍ଲେଖ କରିବା ସହିତ କିଛି ପ୍ରତିକାର ପାଇଁ ସୁପାରିଶ କରିଛନ୍ତି।
ତଦନ୍ତ ରିପୋର୍ଟରେ ରେଳ ସୁରକ୍ଷା ଆୟୁକ୍ତ ବିଭିନ୍ନ ଦିଗ ଉପରେ ଅଙ୍ଗୁଳି ଉଠାଇଛନ୍ତି। ସୁରକ୍ଷିତ ଟ୍ରେନ୍‌‌ ଚଳାଚଳ ପାଇଁ ତ୍ରୁଟିବିହୀନ ସିଗ୍‌‌ନାଲ ବ୍ୟବସ୍ଥା ଏକାନ୍ତ ଆବଶ୍ୟକ। କିନ୍ତୁ ବାହାନଗା ବଜାର ଷ୍ଟେସନ୍‌‌ ପାଇଁ ଅନୁମୋଦିତ ସର୍କିଟ ଡାୟାଗ୍ରାମ୍‌‌ ଯୋଗାଣ ହୋଇ ନ ଥିଲା। ଇଏଲ୍‌‌ବି ପରିବର୍ତ୍ତନରେ ଏହି ସର୍କିଟ ଡାୟାଗ୍ରାମ୍‌‌ ଜରୁରୀ। ତେବେ ଏହି ନିୟମକୁ ଅଣଦେଖା କରାଯାଇଥିଲା। ସେଠାରେ ଥିବା ଲେବୁଲ କ୍ରସିଂ ଗେଟ୍‌‌ ସହିତ ଉକ୍ତ ସିଗନାଲ ବ୍ୟବସ୍ଥା ଜଡିତ। ଏହାର ମରାମତି ସମୟରେ ହିଁ ସବୁ ଗଡ଼ବଡ଼ ହୋଇଥିଲା। ସେହିପରି କ୍ଷେତ୍ର ପରିଦର୍ଶନ ଦାୟିତ୍ୱରେ ଥିବା କର୍ମଚାରୀଙ୍କ କାର୍ଯ୍ୟରେ ଅବହେଳା ମଧ୍ୟ ଏଥିପାଇଁ ଦାୟୀ। ବାହାନଗା ବଜାର ଷ୍ଟେସନ୍‌‌ର ଉତ୍ତର ଗୁମ୍‌‌ଟିରେ ମରାମତି ସମୟରେ ବ୍ୟାପକ ଅବହେଳା ହୋଇଥିବା କୁହାଯାଇଛି। ତଦନ୍ତ ରିପୋର୍ଟରେ ଦୁର୍ଘଟଣାଗ୍ରସ୍ତ ଟ୍ରେନ୍‌‌ର ଚାଳକ ଓ ସହଚାଳକ ଦେଇଥିବା ବୟାନକୁ ଉଲ୍ଲେଖ କରାଯାଇଛି। କେବଳ ସିଗାନଲ ବ୍ୟବସ୍ଥାରେ ଏପଟ ସେପଟ କରିବା ଏବଂ କାର୍ଯ୍ୟ ଠିକ୍‌‌ ଭାବେ ହୋଇ ନ ଥିବାରୁ ଏହି ଦୁର୍ଘଟଣା ଘଟିଲା। ଏଥିରେ ଟ୍ରାକ୍‌‌ରେ ତ୍ରୁଟି ନ ଥିଲା କିମ୍ବା ଦୁର୍ଘଟଣାରେ ତାହା କିଛି ଭୂମିକା ନାହିଁ ବୋଲି କୁହାଯାଇଛି। କ୍ରସ୍‌‌ଓଭରରେ ବାରମ୍ବାର ଅସ୍ୱାଭାବିକ ସ୍ଥିତି ସମ୍ପର୍କରେ ବାହାନଗା ବଜାର ଷ୍ଟେସନ୍‌‌ର ଷ୍ଟେସନ୍‌‌ ମାଷ୍ଟର ସେଠାକାର ସିଗ୍‌‌ନାଲ ଓ ଟେଲିକମ୍ୟୁନିକେସନ୍‌‌ କର୍ମଚାରୀଙ୍କୁ ଅବଗତ କରି ନ ଥିଲେ। ଏହା କରିଥିଲେ ହୁଏତ ତାହାର ମରାମତି ହୋଇପାରିଥାନ୍ତା ଏବଂ ଏତେ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରିଥାନ୍ତା। ତ୍ରୁଟିପୂର୍ଣ୍ଣ ସିଗନାଲ ହେତୁ କରୋମଣ୍ଡଳ ଏକ୍ସପ୍ରେସ୍‌‌ ଲୁପ୍‌‌ ଲାଇନ୍‌‌ରେ ମାଡ଼ିଯାଇ ମାଲବାହୀ ଟ୍ରେନ୍‌‌କୁ ଧକ୍କା ଦେଇ ପଡ଼ି ଯାଇଥିଲା। ଫଳରେ ବିପରିତ ଦିଗରୁ ଆସୁଥିବା ବେଙ୍ଗାଲୁରୁ ଏକ୍ସପ୍ରେସ୍‌‌ର ପଛ ଦୁଇ ବଗିକୁ ମଧ୍ୟ ଦେଇଥିଲା।
ରିପୋର୍ଟରେ କୁହାଯାଇଛି ଯେ ଏପରି ଦୁର୍ଘଟଣା ପରେ ପ୍ରଶମନ ପଦକ୍ଷେପ ଆହୁରି ତ୍ୱରାନ୍ୱିତ ହେବା ଜରୁରୀ। ରେଳ ଜୋନ୍‌‌ ମଧ୍ୟରେ ବିପର୍ଯ୍ୟୟ ପରିଚାଳନା ନେଇ ଉଦ୍ଦିଷ୍ଟ ବ୍ୟବସ୍ଥାର ସମୀକ୍ଷା କରିବା ପାଇଁ ରେଳ ବୋର୍ଡ ପଦକ୍ଷେପ ନେବା ଆବଶ୍ୟକ ବୋଲି କୁହାଯାଇଛି। ନିଜ ରିପୋର୍ଟରେ ଆୟୁକ୍ତ କିଛି ଗୁରୁତ୍ୱପୂର୍ଣ୍ଣ ସୁପାରିଶ କରିଛନ୍ତି। ରେଳ ବୋର୍ଡକୁ ଆୟୁକ୍ତ କହିଛନ୍ତି ଯେ ସିଗ୍‌‌ନାଲ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରିହେବା ଆବଶ୍ୟକ। ବ୍ୟବହୃତ ସିଗ୍‌‌ନାଲିଂ ସର୍କିଟରେ ପରିବର୍ତ୍ତନ କିରବା ପୂର୍ବରୁ ସର୍କିଟ୍‌‌ଗୁଡ଼ିକୁ ଭଲ ଭାବେ ଯାଞ୍ଚ କରାଯିବା ସହ ଅନୁମୋଦିତ ସର୍କିଟ୍‌‌ ଯୋଗାଣ ହେବା ଉଚିତ। ଏହି ସମୟରେ ବରିଷ୍ଠ ଅଧିକାରୀ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବେ। ଏହା ପରେ ସିଗ୍‌‌ନାଲ ଠିକ୍‌‌ ଭାବେ କାମ କରୁଛି କି ନାହିଁ ତାହା ସୁନିଶ୍ଚିତ କରିବା ନିମନ୍ତେ ଆଉ ଏକ ବିଶେଷଜ୍ଞ ଦଳଙ୍କୁ ଦାୟିତ୍ୱ ଦିଆଯିବା ଆବଶ୍ୟକ। ସିଗ୍‌‌ନାଲ ମରାମତି କାମରେ ନିୟୋଜନ ପୂର୍ବରୁ ସମ୍ପୃକ୍ତ କର୍ମଚାରୀଙ୍କୁ ବିସ୍ତୃତ ତାଲିମ ପ୍ରଦାନ କରିବା ସହ ଦକ୍ଷ କର୍ମଚାରୀଙ୍କ ପାଇଁ ପ୍ରମାଣପତ୍ର ଜାରି କରାଯାଉ। କେବଳ ପ୍ରମାଣପତ୍ର ଥିବା କର୍ମଚାରୀଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ ସମ୍ପର୍କରେ ରେଳବୋର୍ଡ ପଦକ୍ଷେପ ନେଉ। ସେହିପରି ଷ୍ଟେସନ୍‌‌ ଡାଟା ଲଗ୍‌‌ ବୁକ୍‌‌ରେ ଭିନ୍ନ ଭିନ୍ନ ରେକର୍ଡ ରହିବା ଉଚିତ ବୋଲି କୁହାଯାଇଛି।
ବାହାନଗା ପରେ ମାନସମନ୍ଥନ: ସମୟାନୁବର୍ତ୍ତିତା ଅପେକ୍ଷା ସୁରକ୍ଷାକୁ ଅଗ୍ରାଧିକାର, ପ୍ରତ୍ୟେକ ଡିଭିଜନରେ ସୁରକ୍ଷା ପରାମର୍ଶଦାତା ପଦବୀ ହେବ ପୂରଣ
ଭୁବନେଶ୍ୱର: ବାହାନଗାଠାରେ ରଳେ ଦୁର୍ଘଟଣାପରେ କେନ୍ଦ୍ର ରେଳ ମନ୍ତ୍ରାଳୟ ପକ୍ଷରୁ ରେଳ ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଏନେଇ ଗତ ୬ ତାରିଖରେ ରେଳ ବୋର୍ଡର ଅଧ୍ୟକ୍ଷ/ସିଇଓ ଏବଂ ବୋର୍ଡ ସଦସ୍ୟଙ୍କ ଦ୍ୱାରା ଭିସି ଯୋଗେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି।ନିଷ୍ପତ୍ତି ଅନୁଯାୟୀ ଏଣିକି ରେଳ ମରାମତି ପାଇଁ ଆବଶ୍ୟକୀୟ ପର୍ଯ୍ୟାପ୍ତ ସମୟ ବା ବ୍ଲକ ପିରିୟଡ ରେଳ କର୍ମଚାରୀଙ୍କୁ ମିଳିବ। ଏଥିପାଇଁ ଡିଭିଜିଓନାଲ ରେଲୱେ ମ୍ୟାନେଜର(ଡିଆରଏମ) କ୍ଷେତ୍ରସ୍ତରରେ କାମ କରୁଥିବା ଯନ୍ତ୍ରୀମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ଆବଶ୍ୟକୀୟ ବ୍ଲକ ପିରିଡୟ ଯୋଗାଇଦେବେ। ସେହିପରି ରେଳ ଚଳାଚଳ ବେଳେ କୌଣସି ବିପଦ କିମ୍ବା ଅସୁରକ୍ଷିତ ପରିସ୍ଥିତିର ଅନୁଭବ କଲେ ରେଳବାଇର ଯେକୌଣସି କର୍ମଚାରୀ ସମ୍ପୃକ୍ତ ରେଳକୁ ଅଟକାଇ ପାରିବେ ବୋଲି ନିଷ୍ପତ୍ତି ହୋଇଛି। ଏହାର ଅନୁପାଳନ କରିବାକୁ ରେଳବୋର୍ଡ ପକ୍ଷରୁ ନିର୍ଦ୍ଦେଷନାମା ଜାରି ହୋଇଛି।
ସୂଚନାଯୋଗ୍ୟ ଯେ, ଟ୍ରେନ କିମ୍ବା ଟ୍ରାକରେ ମରାମତି ବେଳେ ଯେଉଁ ସମୟ ଆବଶ୍ୟକ ହୋଇଥାଏ, ତାହାକୁ ବ୍ଲକ ପିରିୟଡ କୁହାଯାଇଥାଏ। ଏହି ବ୍ଲକ ପିରିୟଡ ସମୟରେ କୌଣସି ରେଳ ଚଳାଚଳ କରିନଥାଏ। ତେବେ ପୂର୍ବରୁ ଟ୍ରେନ ଚଳାଚଳରେ ସମୟାନୁବର୍ତ୍ତିତା ରକ୍ଷା କରିବା ପାଇଁ ଆବଶ୍ୟକ ହେଉଥିବା ବ୍ଲକ ପିରିୟଡଠାରୁ କମ୍‌‌ ସମୟ ଯନ୍ତ୍ରୀମାନଙ୍କୁ ମିଳୁଥିଲା। ଯାହାଫଳରେ ମରାମତି କାର୍ଯ୍ୟ କରିବା କଷ୍ଟସାଧ୍ୟ ହୋଇ ପଡୁଥିଲା। ତେବେ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ଯାଇ ଏଣିକି ପର୍ଯ୍ୟାପ୍ତ ମାତ୍ରାରେ ବ୍ଲକ ପିରିୟଡ ଯୋଗାଇ ଦିଆଯିବ ବୋଲି ରେଳବୋର୍ଡ ନିଷ୍ପତ୍ତି ନେଇଛି। ସେହିପରି ରେଳ ଚଳାଚଳରେ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ରେଳବୋର୍ଡ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ରେଳ ଚଳାଚଳ ବେଳେ ଯଦି କୌଣସି କର୍ମଚାରୀଙ୍କ ମନରେ ସୁରକ୍ଷା ନେଇ କୌଣସି ସନ୍ଦେହ ପ୍ରକାଶ ପାଏ ଅଥବା ସେମାନେ କୌଣସି ବିପଦ ଅନୁଭବ କରନ୍ତି ତାହେଲେ ସେମାନେ ରେଳ ଚଳାଚଳ ବନ୍ଦ କରିପାରିବେ। ଏକ୍ଷେତ୍ରରେ କର୍ମଚାରୀ ଜଣକ ଯେତେ ତଳିଆ ହେଲେବି ଟ୍ରେନ ବନ୍ଦ ସମ୍ପର୍କିତ ନିଷ୍ପତ୍ତି ଗ୍ରହଣ କରିପାରିବେ। ଯଦି ସେମାନଙ୍କ ସନ୍ଦେହ ସତରେ ପରିଣତ ହୁଏ, ତାହେଲେ ସେମାନଙ୍କୁ ପୁରସ୍କୃତ କରାଯିବ ବୋଲି ବୈଠକରେ ସ୍ଥିରୀକୃତହୋଇଛି। ସେହିପରି ଅନ୍ୟ ଏକ ନିଷ୍ପତ୍ତି ଅନୁଯାୟୀ ରେଳବାଇର ବରିଷ୍ଠ ଅଧିକାରୀମାନେ ଆସନ୍ତା ଦୁଇ ସପ୍ତାହ ଧରି ରେଳବାଇର ବିଭିନ୍ନ ସ୍ଥାନ, ଡିପୋକୁ ପରିଦର୍ଶନରେ ଯିବେ। ସେଠାରେ ସେମାନେ କ୍ଷେତ୍ର ସ୍ତରୀୟକର୍ମଚାରୀଙ୍କ ସହ ସମୟ ବିତାଇବା ସହ ଆବଶ୍ୟକୀୟ ପରାମର୍ଶ ପ୍ରଦାନ କରିବେ। କ୍ଷେତ୍ର ସ୍ତରରେ ଯଦି କିଥି ସମସ୍ୟା ଥାଏ, ତାହେଲେ ନିରୀକ୍ଷଣ ଅଧିକାରୀ ତାହାକୁ ସମାଧାନ କରିବାକୁ କୁହାଯାଇଥିବା ବେଳେ କୌଣସି ସମସ୍ୟା ଥିଲା ତାହାକୁ ତୁରନ୍ତ ଡିଆରଏମ କିମ୍ବା ଜିଏମଙ୍କ ଦୃଷ୍ଟିକୁ ଆଣିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ସେହିପରି ରେଳବାଇ ବୋର୍ଡ ଦ୍ୱାରା ପ୍ରତିଦିନ ନିରୀକ୍ଷଣ କାର୍ଯ୍ୟ କରାଯିବା ସହ ଏ ସଂକ୍ରାନ୍ତୀୟ ରିପୋର୍ଟ ଡିଜି(ସୁରକ୍ଷା)ଙ୍କ ନିକଟକୁ ପ୍ରଦାନ କରିବାକୁ କୁହାଯାଇଛି। ଅପରପକ୍ଷେ ରେଳବାଇର ସମସ୍ତ ଜୋନ୍‌‌ ଆସନ୍ତା ଦୁଇସପ୍ତାହ ପାଇଁ ନିରୀକ୍ଷଣ ସଂକ୍ରାନ୍ତୀୟ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା ସହ ଏନେଇ ଡିଜି(ସୁରକ୍ଷା)ଙ୍କ ନିକଟକୁ ପ୍ରଦାନ କରିବାକୁ ସିଆର୍‌‌ବି ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ରେଳ ଜୋନ୍‌‌ ପକ୍ଷରୁ ଆନ୍ତଃ-ଉପଖଣ୍ଡସ୍ତରୀୟ ଅଡିଟ ପାଇଁ ସ୍ୱତନ୍ତ୍ର ଡ୍ରାଇଭ ଚାଲିବ. ଏନେଇ କାର୍ଯ୍ୟସୂଚୀ ସୁରକ୍ଷା(ଡିଜି)ଙ୍କ ନିକଟକୁ ପଠାଯିବ। ସେହିପରି କୌଣସି ମରାମତି ସମୟରେ ସମୟ ଅପେକ୍ଷା ଗୁଣବତ୍ତାକୁ ଅଧିକ ଗୁରୁତ୍ୱ ଦିଆଯିବାକୁ ସିଆର୍‌‌ବି/ସିଇଓ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବୈଠକରେ ରେଳ ବୋର୍ଡ ପକ୍ଷରୁ ମଧ୍ୟ କେତେକ ପରାମର୍ଶ ଦିଆଯାଇଛି। ପ୍ରମୁଖ ପରାମର୍ଶ ମଧ୍ୟରେ କୌଣସି ଅସୁରକ୍ଷିତ ସ୍ଥିତି କାରଣରୁ ରେଳ ଚଳାଚଳ ବନ୍ଦ ହେଲେ, ସମୟାନୁବର୍ତ୍ତିତାକୁ ଗୁରୁତର ସହ ନିଆଯିବ ନାହିଁ କିମ୍ବା ଏନେଇ କୌଣସି କର୍ମଚାରୀଙ୍କୁ ପ୍ରଶ୍ନ କରାଯିବ ନାହିଁ। ୱାଗନ ଡୋର ମରାମତି ପାଇଁ ମାସିକ ଲକ୍ଷ୍ୟ ଧାର୍ଯ୍ୟ ହେବ। ରେଳବାଇର ପ୍ରମୁଖ ସୁରକ୍ଷା ଅଧିକାରୀ ଆସନ୍ତା ୧୩ ତାରିଖ ସୁଦ୍ଧା ରେଳ ଡିଭିଜନମାନଙ୍କରେ ଏଡିଏସଓ ନିଯୁକ୍ତି ସୁନିଶ୍ଚିତ କରିବେ। ଏବଂ ଏନେଇ ଡୂଡ଼ାନ୍ତ ରିପୋର୍ଟ ସମାନ ତାରିଖ ସୁଦ୍ଧା ବୋର୍ଡକୁ ଜଣାଇବେ। ସେହିପରି ପ୍ରତ୍ୟେକ ଡିଭିଜନରେ ସୁରକ୍ଷା ପରାମର୍ଶଦାତା ପଦବୀ ପୂରଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଡିଆରଏମ ଏନେଇ ସୁନିଶ୍ଚିତ କରିବାକୁ କୁହାଯାଇଛି।
ଭଙ୍ଗାଯାଉଛି ବାହାନଗା ହାଇସ୍କୁଲ, ଟ୍ରେନ ଦୁର୍ଘଟଣା ପରେ ରଖାଯାଇଥିଲା ମୃତଦେହ
ବାଲେଶ୍ବର: ଭଙ୍ଗାଯାଉଛି ବାହାନଗା ହାଇସ୍କୁଲ ଘର । ଦୁର୍ଘଟଣା ପରେ ମୃତଦେହ ରଖାଯାଇଥିବା ସ୍କୁଲ ଘର ଭଙ୍ଗାଯାଉଛି । ପିଲାମାନେ ଡରୁଥିବାରୁ ସଂପୃକ୍ତ ସ୍କୁଲ ଘରକୁ ଭାଙ୍ଗୁଛି ପ୍ରଶାସନ । ଭଙ୍ଗା କାର୍ଯ୍ୟରେ ୨ ଜେସିବି ନିୟୋଜିତ ହୋଇଛି। ତହସିଲଦାର ଓ ପୁଲିସ ଉପସ୍ଥିତିରେ ଭଙ୍ଗା ଯାଉଛି ସ୍କୁଲ ଘର। ସ୍କୁଲରୁ ମୃତଦେହ ନିଆଯିବା ପରେ ସ୍କୁଲ ସାନିଟାଇଜ୍ ହୋଇଛି । ହେଲେ ପିଲା ଦେଖିଥିବା ସେଦିନ ରାତିର ଛାତିଥରା ଦୃଶ୍ୟ ମନରୁ ଲିଭିନି। ଫଳରେ ଶବ ରହୁଥିବାରୁ ସ୍କୁଲ ଆସିବାକୁ ଡରୁଥିଲେ ଛାତ୍ରଛାତ୍ରୀ।
ସୂଚନା ଅନୁଯାୟୀ, ଆସନ୍ତାକାଲି ଜିଲ୍ଲାପାଳ ଓ ଅଭିଭାବକଙ୍କ ମଧ୍ୟରେ ବୈଠକ ହୋଇଥିଲା । ବାହାନଗା ହାଇସ୍କୁଲରେ ଜିଲ୍ଲାପାଳ ପହଞ୍ଚି ଶବ ରଖିବା ସ୍ଥାନ ଅଧୁଧ୍ୟାନ କରିବା ସହ ଶିକ୍ଷକ ଓ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ। ପୁରାତନ ସ୍କୁଲ ହୋଇଥିବାରୁ  ସ୍କୁଲ ଘର ଭଙ୍ଗାଯାଇପାରେ, ଖୁବଶୀଘ୍ର ରାଜ୍ୟ ସରକାର ଯାହା ନିଷ୍ପତ୍ତି ନେବେ ସେହି ଅନୁସାରେ କାମ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ । ଗତକାଲି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ । ଶବ ଥିବାରୁ ଛାତ୍ରଛାତ୍ରୀଙ୍କ ମନରେ ସୃଷ୍ଟି ହୋଇଛି ଭୟର ବାତାବରଣ । ଭୟ ଦୂର କରି ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆଣିବାକୁ ଉଦ୍ୟମ ଚାଲିଛି ।
ବାହାନଗା ଟ୍ରେନ ଟ୍ରାଜେଡ଼ି: ମୃତକଙ୍କ ଚିହ୍ନଟ ପାଇଁ ଭୁବନେଶ୍ୱର ଏମ୍‌ସରେ ଡିଏନ୍‌ଏ ଟେଷ୍ଟିଂ ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ଚିହ୍ନଟ ପାଇଁ ଭୁବନେଶ୍ୱର ଏମ୍ସରେ  ଡିଏନଏଟେଷ୍ଟିଂ ଜାରି ରହିଛି। କୌଣସି ମୃତଦେହ ଚିହ୍ନଟ ନେଇ ଦ୍ୱନ୍ଦ୍ୱ ଦେଖାଦେଲେ ମୃତଦେହର ଡିଏନଏ ଟେଷ୍ଟ କରାଯିବ । ଭୁବନେଶ୍ୱର ଏମ୍ସରେ ଡିଏନଏ ଟେଷ୍ଟ ପାଇଁ ସ୍ୱତନ୍ତ୍ର ଡେକ୍ସ ଖୋଲଯାଇଛି । ମୃତଦେହ ଚିହ୍ନଟ ହୋଇନପାରିଲେ ସମ୍ପର୍କୀୟଙ୍କ ଡିଏନଏ ପରୀକ୍ଷା କରାଯିବ । ମୃତଦେହର ଡିଏନଏ ସାମ୍ପୁଲ ସହ ମେଳ ଖାଇଲେ ମୃତଦେହ ହସ୍ତାନ୍ତର କରାଯିବ । ସେପଟେ ରେଲୱେ ପକ୍ଷରୁ ଜାରି ହେଲା ହେଲ୍ପ ଲାଇନ୍ ନମ୍ବର । ମୃତ ଏବଂ ଆହତଙ୍କ ପରିଚୟ ଠାବ ପାଇଁ ନମ୍ବର ଜାରି ହୋଇଛି । ଭାରତୀୟ ରେଳବାଇର ୧୩୯ ନମ୍ବରକୁ କଲ କରି ଜାଣି ହେବ ତଥ୍ୟ । ମୃତ ଏବଂ ଆହତଙ୍କ ପାଇଁ ବିଏମସି ପକ୍ଷରୁ ଏହି ହେଲ୍ପ ଲାଇନ ନମ୍ବର ଜାରି ହୋଇଛି । ୧୦ରୁ ଅଧିକ ପରିବାର ମୃତଦେହ ଚିହ୍ନଟ ପାଇଁ ସାମ୍ପଲ ଦେଇଛନ୍ତି । ଭୁବନେଶ୍ବରକୁ ମୋଟ୍ ୧୯୩ ମୃତଦେହ ଅଣାଯାଇଛି । ସେଥିମଧ୍ୟରୁ ୧୨୩ ମୃତଦେହ ଏମ୍‌ସରେ ରଖାଯାଇଛି ଏଯାବତ୍ ୯୬ଟି ମୃତଦେହ ହସ୍ତାନ୍ତର କରାଯାଇଛି ।
ବାହାନଗା ଟ୍ରେନ ଟ୍ରାଜେଡ଼ି: ରେଳଲାଇନ ପାର୍ଶ୍ବରୁ ୪୮ ଘଣ୍ଟା ପରେ ଉଦ୍ଧାର ହେଲେ ଜଣେ ଜୀବିତ ଯୁବକ
ବାଲେଶ୍ୱର/ବାହାନଗା/ସୋର: ମର୍ମନ୍ତୁଦ ବାହାନଗା ରେଳ ଦୁର୍ଘଟଣାକୁ ୪୮ ଘଣ୍ଟା ବିତିଲାଣି। ଉଦ୍ଧାର କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଥିଲା; କିନ୍ତୁ ବାହାନଗା ରେଳଲାଇନ ପାର୍ଶ୍ବରୁ ଜୀବିତ ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି। କଥାରେ ଅଛି ‘ରଖେ ହରି, ମାରେ କିଏ’? ଆଜି ଅପରାହ୍ଣରେ ହଠାତ୍‌‌ ରେଳ ସୁରକ୍ଷା ବାହିନୀ ନଜରରେ ପଡ଼ିଥିଲେ ଯୁବକ ଜଣକ; କିନ୍ତୁ ଦୁର୍ଘଟଣା ଭୟରେ ଯୁବକ ଜଣକ ନିର୍ବାକ ହୋଇଯାଇଥିଲେ। କଥା ହେବାକୁ ଶକ୍ତି ମଧ୍ୟ ନ ଥିଲା। ହେଲେ ରେଳ ଲାଇନ କଡ଼ରେ ପଡ଼ିଥିବା ଯୁବକଙ୍କୁ ଦେଖିଥିଲେ କାମ କରୁଥିବା କର୍ମଚାରୀ। ପରେ ଯୁବକ ଜଣକୁ ଆରପିଏଫ ଉଦ୍ଧାର କରି ପ୍ରଥମେ ନିକଟସ୍ଥ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରାଯାଇଛି। ଦୀର୍ଘ ୪୮ ଘଣ୍ଟା କାଳ ଯୁବକ ଜଣକ ନଖାଇ ନପିଇ ଜୀବନ ମରଣ ସହ ସଂଗ୍ରାମ କରୁଥିଲେ।
ଯୁବକ ଜଣକ ଆସାମର ହାଉରାଘାଟ ଥାନା ଉତ୍ତର ବରବିଲ ଅଞ୍ଚଳର ଧୋଲାଲ ବୋଲି ଜଣାପଡ଼ିଛି। ସେ ଜଣେ ନିର୍ମାଣ ଠିକାଦାରଙ୍କ ପାଖରେ କାମ କରିବାକୁ ୬/୭ ଜଣ ଯୁବକ ସହିତ ଯାଉଥିଲେ। ସେମାନେ ହାୱଡ଼ାରୁ କରମଣ୍ଡଳ ଏକ୍ସପ୍ରେସ୍‌‌ରେ ଆସୁଥିଲେ। କିନ୍ତୁ ବାହାନଗା ନିକଟରେ ଟ୍ରେନ ଦୁର୍ଘଟଣା ପରେ ସେମାନେ ଅଲଗା ହୋଇଯାଇଥିଲେ। ଅନ୍ୟ ସାଥୀମାନେ କୁଆଡ଼େ ଗଲେ ସେନେଇ ତାଙ୍କ ପାଖରେ କିଛି ସୂଚନା ମଧ୍ୟ ନାହିଁ। ତାଙ୍କୁ ସୋର ଡାକ୍ତରଖାନାରୁ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତେବେ ଯୁବକ ଜଣକ ଦୁର୍ଘଟଣା ପରେ ଭୟଭୀତ ହୋଇଯାଇଥିବାରୁ ସହାୟତା ପାଇଁ କାହାକୁ ଡାକି ପାରି ନ ଥିଲେ। ଉଦ୍ଧାର କାର୍ଯ୍ୟ ସରିଥିବା ନେଇ ରେଳ ବିଭାଗ କହୁଥିବା ବେଳେ ଜଣେ ଜୀବନ୍ତ ଯାତ୍ରୀ ଦୁର୍ଘଟଣାସ୍ଥଳରୁ ଉଦ୍ଧାର ହେବା ଘଟଣା ସମସ୍ତଙ୍କୁ ଚକିତ କରିଛି।
ବାହାନଗା ଟ୍ରେନ ଟ୍ରାଜେଡ଼ି: ମୃତକଙ୍କ ପିଲାଙ୍କ ପାଠପଢ଼ା ଦାୟିତ୍ବ ନେବ ଆଦାନୀ ଗ୍ରୁପ୍‌, ବୀରେନ୍ଦ୍ର ସେହୱାଗ ଯୋଗାଇବେ ମାଗଣା ଶିକ୍ଷା
ନୂଆଦିଲ୍ଲୀ: ବାହାନଗା ରେଳ ଦୁର୍ଘଟଣାର ଦୁଇ ଦିନ ପରେ ଆଦାନୀ ଗ୍ରୁପ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ଶିଳ୍ପପତି ତଥା ଆଦାନୀ ଗ୍ରୁପର ମୁଖ୍ୟ ଗୌତମ ଆଦାନୀ ରେଳ ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରି ଏଥିରେ ପିତାମାତାଙ୍କୁ ହରାଇଥିବା ପିଲାମାନଙ୍କୁ ମାଗଣାରେ ବିଦ୍ୟାଳୟ ଶିକ୍ଷା ପ୍ରଦାନ କରିବା ନେଇ ଘୋଷଣା କରିଛନ୍ତି। ଆଦାନୀ ଏକ ଟୁଇଟ୍ ଜରିଆରେ କହିଛନ୍ତି ଯେ ପୀଡ଼ିତା ଏବଂ ସେମାନଙ୍କ ପରିବାରକୁ ସାହାଯ୍ୟ କରିବା ଏବଂ ପିଲାମାନଙ୍କୁ ଆସନ୍ତାକାଲି ଏକ ଭଲ ମଣିଷ ହେବାକୁ ଦେବା ସମସ୍ତଙ୍କ ଦାୟିତ୍ୱ। ଏଥିପାଇଁ ତାଙ୍କ ଗ୍ରୁପ ଏହି ପିଲାମାନଙ୍କର ପାଠପଢ଼ା ଖର୍ଚ୍ଚ ବହନ କରିବ।
ସେହିପରି, ବାହାନଗା ରେଳ ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହୱାଗ। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପିଲାମାନଙ୍କୁ ତାଙ୍କ ବିଦ୍ୟାଳୟରେ ମାଗଣା ଶିକ୍ଷା ପ୍ରଦାନ କରିବା ନେଇ ଘୋଷଣା କରିଛନ୍ତି ସେହୱାଗ୍‌।
ସେହୱାଗ ଏକ ଟ୍ବିଟରେ ଲେଖିଛନ୍ତି ଯେ, ଦୁର୍ଘଟଣାର ଏହି ଚିତ୍ର ଆମକୁ ଏକ ଦୀର୍ଘ ସମୟ ଧରି ଡରାଇବ। ଏହି ଦୁଃଖଦ ସମୟରେ ସେ କେବଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପିଲାମାନଙ୍କୁ ଶିକ୍ଷା ଆକାରରେ ସାହାଯ୍ୟ କରିପାରିବେ। ବୋର୍ଡିଂ ସୁବିଧା ଥିବା ସେହୱାଗ୍‌ ଇଣ୍ଟରନ୍ୟାସନାଲ ସ୍କୁଲରେ ଏହି ପିଲାମାନଙ୍କୁ ମାଗଣା ଶିକ୍ଷା ପ୍ରଦାନ କରାଯିବ ବୋଲି ସେହୱାଗ୍‌ କହିଛନ୍ତି।
ରେଳ ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନାରେ ଭେଟିଲେ ରେଳମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ
ଭଦ୍ରକ: ଆଜି ମଧ୍ୟାହ୍ନରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରେଳ ଦୁର୍ଘଟଣାରେ ଚିକିତ୍ସାଧୀନ ଥିବା ଆହତଙ୍କୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭେଟି ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଲେ। ଆହତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ପାଇଁ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ। ଅନ୍ୟପକ୍ଷରେ ସୁସ୍ଥ ହେଉଥିବା ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ତାଙ୍କ ଘରକୁ ନେବା ପାଇଁ ରେଳ ବିଭାଗ ତରଫରୁ ବ୍ୟବସ୍ଥା କରାଯାଉଛି।
ଚିକିତ୍ସା ସେବାରେ ନିୟୋଜିତ ଥିବା ଡାକ୍ତର, ନର୍ସ, ପାରା ମେଡିକାଲ କର୍ମଚାରୀ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ଏବଂ ଆହତଙ୍କ ମନୋବଳକୁ ମଜଭୂତ୍ କରିବାରେ ସହଯୋଗୀ ହୋଇଥିବା ବାଲେଶ୍ୱର ଓ ଭଦ୍ରକର ଜନସାଧାରଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଥିଲେ। ମନ୍ତ୍ରୀ ଙ୍କ ସହ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ଡାକ୍ତର ପ୍ରଦୀପ ନାୟକ ଓ ବଦ୍ରୀ ଧଳ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ରେଳ ଦୁର୍ଘଟଣାରେ ଶିକାର ହୋଇ ୧୨୬ଆହତ ଯାତ୍ରୀ ଭଦ୍ରକ ଡାକ୍ତରଖାନାରେ ଦାଖଲ ହୋଇଥିଲେ। ଏବେ ୩୭ଜଣ ଚିକିତ୍ସାଧୀନ ଅଛନ୍ତି।
ଭୁବନେଶ୍ବର: ବାହାନଗା ଟ୍ରେନ ଦୁର୍ଘଟଣା ନେଇ ପ୍ରେସମିଟ୍ କରିଛନ୍ତି ରେଲୱେ ବୋର୍ଡ । ଦୁର୍ଘଟଣାର କାରଣ ଦର୍ଶାଇଛନ୍ତି ବୋର୍ଡ ସଦସ୍ୟା ଜୟା ବର୍ମାସିହ୍ନା । କରମଣ୍ଡଳ ଏକ୍ସପ୍ରେସ୍ ମାଲବାହୀ ସହ ଧକ୍କା ହୋଇଥିଲା । ଲୁପ୍ ଲାଇନରେ ୨ଟି ମାଲବାହୀ ଗାଡି ଛିଡା ହୋଇଥିଲା । କରମଣ୍ଡଳ ବଗି ଅନ୍ୟ ଟ୍ରାକରେ ଯାଇ ପଡିଥିଲା । ୧୨୮ କିଲୋମିଟର ବେଗରେ ଯାଉଥିଲା କରମଣ୍ଡଳ । ଦୁଇଟିଯାକ ଟ୍ରେନ ପାଇଁ ଗ୍ରୀନ ସିଗନାଲ ଥିଲା । ଅନ୍ୟପଟେ ୧୨୬ କିଲୋମିଟର ବେଗରେ ଯାଉଥିବା ଯଶୱନ୍ତପର ଏକ୍ସପ୍ରେସ୍ କରମଣ୍ଡଳର ବିକ୍ଷିପ୍ତ ବଗି ସହ ବାଡେଇ ହୋଇ ଲାଇନଚ୍ୟୁତ ହୋଇଥିଲା । ଫଳରେ ଯଶୱନ୍ତପୁରୀ ଏକ୍ସପ୍ରେସର ୨ଟି ବଗି ଗୁରୁତର ଭାବେ କ୍ଷତିଗ୍ରସ୍ତ ହେଇଥିଲା । ୨୦ ମିନିଟ ଭିତରେ ପହଞ୍ଚିଥିଳେ ଉଦ୍ଧାରକାରୀ ଦଳ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛି ରେଲୱେ ବୋର୍ଡ ।
ବାହାନଗା ଟ୍ରେନ୍ ଦୁର୍ଘଟଣା: ଗୁରୁତରଙ୍କୁ ଚିକିତ୍ସା ସେବା ଯୋଗାଇବା ପାଇଁ ଭୁବନେଶ୍ବରରେ ପହଞ୍ଚିଲେ ସ୍ବତନ୍ତ୍ର ଡାକ୍ତରୀ ବିଶେଷଜ୍ଞ ଟିମ୍
ଭୁବନେଶ୍ବର: ବାହାନଗା ଟ୍ରେନ ଦୁର୍ଘଟଣାରେ ଆହତଙ୍କ ଜୀବନ ବଞ୍ଚାଇବାକୁ ଚାଲିଛି ସମସ୍ତ ପ୍ରକାର ଚେଷ୍ଟା । ଦିଲ୍ଲୀ ଏମ୍ସ ସମେତ ବିଭିନ୍ନ ପ୍ରତିଷ୍ଠାନରୁ ବିଶେଷଜ୍ଞ ଡାକ୍ତରୀ ଟିମ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ।
ସେ କହିଛନ୍ତି ଯେ, ‘ଦିଲ୍ଲୀ ଏମ୍ସ, ଲେଡି ହାର୍ଡିଂସ ତଥା ଅନ୍ୟାନ୍ୟ ପ୍ରତିଷ୍ଠାନର ବିଶେଷଜ୍ଞମାନେ ଅତ୍ୟାଧୁନିକ ଯନ୍ତ୍ରପାତି ସହ ଭୁବନେଶ୍ବରରେ ପହଞ୍ଚି ସାରିଛନ୍ତି । ବିଶେଷଜ୍ଞ ଟିମ ସହ ସବିଶେଷ ଆଲୋଚନା ହୋଇଛି । କେଉଁ ସ୍ଥାନରେ କେଉଁ ବିଶେଷଜ୍ଞ ଡାକ୍ତର ନିୟୋଜିତ ହେବେ ତାହାର ନିର୍ଦ୍ଧାରଣ କରାଯାଇଛି । ଏଥିଲାଗି ଓ୍ବାର୍କିଂ ପ୍ଲାନ ମଧ୍ୟ କରାଯାଇଛି । ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ହେଉଥିବା ରୋଗୀଙ୍କୁ ଚିକିତ୍ସାରେ ସହଯୋଗ କରିବେ । ଏହାସହ ମୃତ ଶରୀର ଚିହ୍ନଟ ପ୍ରକ୍ରିୟାରେ ମଧ୍ୟ ସହଯୋଗ କରିବେ । ସାଙ୍ଗରେ ପର୍ଯ୍ୟାପ୍ତ ପରିମାଣର ଔଷଧ ଏବଂ ଅତ୍ୟାଧୁନିକ ସରଂଜାମ ନେଇ ଆସିଛନ୍ତି। ୧୦୦ରୁ ଅଧିକ ଆହତଙ୍କ ଲାଗି କ୍ରିଟିକାଲ କେୟାର ବ୍ୟବସ୍ଥା ଜରୁରୀ ହୋଇଛି । ଅଧିକରୁ ଅଧିକ ଲୋକଙ୍କ ଜୀବନ ରକ୍ଷା ଲାଗି ଶତଚେଷ୍ଟା କରାଯାଉଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି।