Bahanga Train Accident - The Sakala
ରେଲୱେ ସେଫ୍ଟି କମିଶନରଙ୍କ ରିପୋର୍ଟରୁ ମିଳିଲା ସାଂଘାତିକ ତଥ୍ୟ, ରିଲେ ରୁମ ଷ୍ଟାଫ୍‌ଙ୍କ ତ୍ରୁଟି ପାଇଁ ବାହାନଗା ରେଳ ଦୁର୍ଘଟଣା !
ନୂଆଦିଲ୍ଲୀ : ରିଲେ ରୁମରେ ତ୍ରୁଟି ପାଇଁ ବାହାନଗା ରେଳ ଦୁର୍ଘଟଣା ଘଟିଲା ବୋଲି ତଦନ୍ତ ପରେ କମିଶନ ଅଫ ରେଲୱେ ସେଫ୍ଟି ରେଳ ବିଭାଗରେ ଦାଖଲ କରିଥିବା ରିପୋର୍ଟରୁ ଜଣାପଡ଼ିଛି।
ରିପୋର୍ଟ ଅନୁସାରେ, ସିଗନାଲିଂ ଓ ଟେଲି କମ୍ୟୁନିକେସନ୍ ବିଭାଗରେ ଷ୍ଟାଫଙ୍କ ତ୍ରୁଟି ଯୋଗୁଁ ଏପରି ହୋଇଛି। ସିବିଆଇ ତଦନ୍ତ ଚାଲୁଥିବାରୁ ରିପୋର୍ଟକୁ ସାର୍ବଜନୀନ କରାଯାଇନାହିଁ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ, ଦୁର୍ଘଟଣାର ମାସେ ପରେ ପଦରୁ ହଟିଛନ୍ତି ଦକ୍ଷିଣ- ପୂର୍ବ ରେଳପଥର ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀ। ତାଙ୍କ ସ୍ଥାନରେ ଅନୀଲ କୁମାର ମିଶ୍ରଙ୍କୁ ନୂଆ ଜେନେରାଲ ମ୍ୟାନେଜର ଭାବେ ନିଯୁକ୍ତି ଦେବାକୁ କ୍ୟାବିନେଟ ନିଯୁକ୍ତି ଅନୁମତି ଦେଇଛି ବୋଲି ଭାରତୀୟ ରେଳବାଇ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।
ପ୍ରକାଶ ଯେ, ବାହାନଗା ରେଳ ଦୁର୍ଘଟଣାରେ ୨୯୩ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିତିବା ବେଳେ ପ୍ରାୟ ହଜାରେରୁ ଅଧିକ ଲୋକ ଆହତ ହୋଇଥିଲେ।
ବାହାନଗା ଟ୍ରେନ୍ ଟ୍ରାଜେଡ଼ି: ଚିକିତ୍ସାଧୀନ ଅବସ୍ଥାରେ ଜଣେ ଆହତଙ୍କ ମୃତ୍ୟୁ
କଟକ: ବାଲେଶ୍ବର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଗଲା ଆଉ ଜଣଙ୍କ ଜୀବନ । ଚିକିତ୍ସାଧୀନ ଅବସ୍ଥାରେ ଏସସିବିରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ବିହାରର ବିଜୟ ଦର୍ଶନ । ସେଣ୍ଟ୍ରାଲ ଆଇସିୟୁରେ ଚିକିତ୍ସିତ ହେଉଥିଲେ ବିଜୟ । ମୃତଦେହକୁ ପ୍ରଶାସନ ଗାଡ଼ି ଯୋଗେ ବିହାର ପଠାଇବ । ଗତ ଜୁନ୍ ୨ ତାରିଖ ଶୁକ୍ରବାର ସନ୍ଧ୍ୟାରେ ହୋଇଥିଲା ଭୟଙ୍କର ଟ୍ରେନ୍ ଦୁର୍ଘଟଣା । ଦୁର୍ଘଟଣାର ୧୨ ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ବିଜୟଙ୍କ ମୃତ୍ୟୁ  ଘଟିଛି । ଏଥିସହ ୨୮୯କୁ ମୃତକଙ୍କ ସଂଖ୍ୟା ବୃଦ୍ଧି ହୋଇଛି।
5T ଉପକ୍ରମରେ ବାହାନଗା ହାଇସ୍କୁଲକୁ ଏକ ମଡେଲ ସ୍କୁଲ ଭାବରେ ଗଢାହେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର:  ‍ବାଲେଶ୍ୱର ଜିଲ୍ଲାର ବାହାନଗା ହାଇସ୍କୁଲ ତଥା ସ୍କୁଲ ପରିସରରେ ଥିବା ପ୍ରାଥମିକ ଓ elementary ସ୍କୁଲ ସମ୍ପୂର୍ଣ୍ଣ  ଭଙ୍ଗାଯିବ। ୫ଟି ଉପକ୍ରମ ରେ ଏହାର ପୁନଃନିର୍ମାଣ କରାଯିବା ସହିତ ଏହାକୁ ଏକ ଆଦର୍ଶ ସ୍କୁଲ ଭାବରେ ଗଢିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ୨ ତାରିଖରେ ବାହନଗା ରେଳ ଷ୍ଟେସନ ଠାରେ ସଂଗଠିତ ଭୟାବହ ରେଳ ଦୂର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ମରଶରୀରକୁ ସମୟିକ ଭାବରେ ବାହନଗା ହାଇସ୍କୁଲରେ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ଶବ ଗୁଡିକୁ ଅନ୍ୟତ୍ର ନିଆଯାଇ ସ୍କୁଲ ବିଶୋଧନ କରାଯାଇଥିଲେ ମଧ୍ୟ ଛାତ୍ରଛାତ୍ରୀ, ଶିକ୍ଷକ, ଜନସାଧାରଣଙ୍କ ମଧ୍ୟରେ ଭୟ ରହିଛି । ତେଣୁ ସ୍କୁଲ ଭାଙ୍ଗି ଏହାର ପୁନଃନିର୍ମାଣ ସମ୍ପର୍କରେ ବିଭିନ୍ନ ମହଲରେ ଦାବି ହୋଇଥିଲା ।
ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ନିର୍ଦ୍ଦେଶକ୍ରମେ ମୁଖ୍ୟ ସାଚନ ସଚିବ ଶ୍ରୀ ପ୍ରଦୀପ ଜେନା, ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି.କେ. ପାଣ୍ଡିଆନ, ସ୍କୁଲ ଗଣଶିକ୍ଷା ସଚିବ ଏସ୍. ଅଶ୍ୱସ୍ତି ଭିଡିଓ କନ୍‌ ଫରେନ୍ସିଂ ଯୋଗେ ବାଲେଶ୍ୱର ଜିଲ୍ଲାପାଳ, ସ୍କୁଲ ପରିଚାଳନା କମିଟିର ସଦସ୍ୟବୃନ୍ଦ, ପଞ୍ଚାୟତ ପ୍ରତିନିଧୀ, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ । ସମସ୍ତଙ୍କର ମତାମତ ନେଇଥିଲେ । ଯେହେତୁ ଛାତ୍ରଛାତ୍ରୀ ଅଭିବାବକ ଓ ଶକ୍ଷକ ଶିକ୍ଷୟତ୍ରୀ ମଧ୍ୟରେ ସେ ଦିନର ଭୟଙ୍କର ଦୃଶ୍ୟ ଏବେବି ସେମାନଙ୍କ ମନରେ ଭୟ ସୃଷ୍ଟି କରିଛି ଏବଂ ସେମାନେ ସମସ୍ତେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ତେଣୁ ପିଲାମାନଙ୍କର ମାନସିକ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ବାହନଗା ହାଇସ୍କୁଲ ଓ ଏହାର ପରିସରରେ ଥିବା ପ୍ରାଥମିକ ଓ elementary ସ୍କୁଲ କୁ ଭାଙ୍ଗି ତା’ର ପୁନଃନିର୍ମାଣ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।
ବାହାନଗା ଟ୍ରେନ୍ ଟ୍ରାଜେଡ଼ି: ୬୬୧ ପରିବାରକୁ ମିଳିଲାଣି ସହାୟତା ରାଶି
ବାଲେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାର ସପ୍ତାହେ ପରେ ସ୍ବାଭାବିକ ହୋଇଛି ଟ୍ରେନ୍ ଚଳାଚଳ । ମରାମତି ଓ ପୁନରୁଦ୍ଧାର ପରେ ୪ଟି ଲେନରେ ଟ୍ରେନ୍ ଚଳପ୍ରଚଳ ଚାଲିଛି । ବାହାନଗା ରେଳ ଧାରଣାରେ ମରାମତି ଚାଲିଥିବାରୁ କିଛି ଟ୍ରେନକୁ ବାତିଲ କରାଯାଇଛି । ଅଧିକାଂଶ ଟ୍ରେନ୍ ଚାଲୁଛି । ଖୁବଶୀଘ୍ର ସବୁ ଟ୍ରେନ୍ ଚଳପ୍ରଚଳ କରିବ ବୋଲି କହିଛନ୍ତି ଦକ୍ଷିଣ ପୂର୍ବ ରେଳପଥର ସିପିଆରଓ ଆଦିତ୍ୟ କୁମାର ଚୌଧୁରୀ ।
ସେପଟେ ଏପର୍ୟ୍ୟନ୍ତ ମୃତକଙ୍କ ପରିବାର ଓ ଆହତଙ୍କୁ ମିଶାଇ କରମଣ୍ଡଳ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ୬୬୧ ଜଣଙ୍କୁ କ୍ଷତିପୂରଣ ଦିଆସରିଲାଣି । ୩୩୧ ସାମାନ୍ୟ ଆହତ, ୧୫୦ ଗୁରୁତର ଆହତ ଏବଂ ମୃତକଙ୍କ ପରିବାରକୁ ୨୨.୬୬ କୋଟି ଟଙ୍କାର କ୍ଷତିପୂରଣ ରେଲୱେ ପକ୍ଷରୁ ଦିଆସରିଛି । ଗତ ୨ ତାରିଖରେ କରମଣ୍ଡଳ ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଥିଲା ।
ଭୁବନେଶ୍ବର: ବାହାନଗା ଟ୍ରେନ ଟ୍ରାଜେଡି । ଦୁର୍ଘଟଣା ସ୍ଥଳରେ ପହଞ୍ଚିଲା CBI ଟିମ୍‌  । ଦୁର୍ଘଟଣାର ଖୋଳତାଡ଼ କରିବାକୁ ପହଞ୍ଚିଛନ୍ତି ସିବିଆଇ ଅଧିକାରୀ । ବାହାନଗା ବଜାର ଷ୍ଟେସନ୍‌‌ ରେଳ ଦୁର୍ଘଟଣାରେ ଗତକାଲିଠାରୁ ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି। ଦୁର୍ଘଟଣାସ୍ଥଳରେ ରେଳ ସୁରକ୍ଷା ଆୟୁକ୍ତ (ଆରଏସ୍‌‌ସି) ଦୁର୍ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିବା ସହ ଅଧିକାରୀ ଓ କର୍ମଚାରୀଙ୍କୁ ଘଟଣା ସଂପର୍କରେ ପଚରାଉଚରା କରୁଛନ୍ତି। ସିବିଆଇ ମଧ୍ୟ ଆଜି ବିଭିନ୍ନ ସ୍ଥାନରୁ ତଥ୍ୟ ସଂଗ୍ରହ କରିଛି। ଷ୍ଟେସନର ସିଗନାଲ ରୁମରେ ଖୋଳତାଡ଼ ଆରମ୍ଭ ହୋଇଛି।
ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା କରମଣ୍ଡଳ ଏକ୍ସପ୍ରେସ୍‌‌ର ଦୁଇ ଚାଳକ ଗୁଣନିଧି ମହାନ୍ତି, ସହକାରୀ ଲୋକୋ ପାଇଲଟ୍‌‌ ହଜାରି ବେହେରା ଓ ଗାର୍ଡ ରେଳ ସୁରକ୍ଷା ଆୟୁକ୍ତଙ୍କୁ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ବାହାନଗା ଷ୍ଟେସନ୍‌‌ରେ ମାଲ ଗାଡ଼ି ଛିଡ଼ା ହୋଇଥିବା ଲୁପ୍‌‌ ଲାଇନ୍‌‌ରେ ଯିବା ପାଇଁ କରମଣ୍ଡଳ ଏକ୍ସପ୍ରେସ୍‌‌କୁ ସବୁଜ ସଙ୍କେତ ମିଳିଥିଲା। ନିୟମ ଅନୁସାରେ ଲୁପ୍‌‌ଲାଇନ୍‌‌ରେ ଲାଲ୍‌ବତି ଜଳିବା କଥା; କିନ୍ତୁ ସେଠାରେ ସବୁଜ ବତି ଜଳୁଥିଲା। ସେହିପରି ଟ୍ରେନ୍‌‌ ବି ନିର୍ଦ୍ଧାରିତ ବେଗରେ ଚାଲୁଥିଲା। ରେଳବାଇର ସିଗନାଲ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ସ୍ୱୟଂଚାଳିତ ହୋଇଥିବା ବେଳେ ଏଥିରେ ତ୍ରୁଟିର ସମ୍ଭାବନା ଆଦୌ ନାହିଁ। ଏପରିସ୍ଥଳେ ଲାଲ୍‌‌ ସିଗନାଲ ବଦଳରେ ସବୁଜ ସିଗନାଲ ଦିଆଯିବା ଅପରାଧିକ ଷଡ଼ଯନ୍ତ୍ର ଦିଗକୁ ଇଙ୍ଗିତ କରୁଛି। ଲୋକୋ ପାଇଲଟ୍‌‌ ଓ ସହକାରୀ ଲୋକୋ ପାଇଲଟ୍‌‌ ଏବେ ଭୁବନେଶ୍ୱରରେ ଥିବା ଏକ ଘରୋଇ ଡାକ୍ତରଖାନାର ଚିକିତ୍ସିତ ହେଉଛନ୍ତି।
ଅପରପକ୍ଷେ କୋଲକାତା, ହାଇଦ୍ରାବାଦ ଓ ନୂଆଦିଲ୍ଲୀରୁ ଆସିଥିବା ଫରେନସିକ୍‌‌ ଟିମ୍‌‌ ବାହାନଗା ଷ୍ଟେସନ୍‌‌ରେ ପହଞ୍ଚି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରମାଣ ସଂଗ୍ରହ କରିଛନ୍ତି। ସେହିପରି ସିବିଆଇ ବିଧିବଦ୍ଧ ଭାବେ ତଦନ୍ତ ଆରମ୍ଭ କରି ନ ଥିଲେ ମଧ୍ୟ ସଂସ୍ଥା ପକ୍ଷରୁ ସୋମବାର ବାହାନଗା ଏଏସ୍‌ଏମ୍‌ଙ୍କ ଶଶିଭୂଷଣ ମହାନ୍ତିଙ୍କଠାରୁ ପ୍ରାରମ୍ଭିକ ଭାବେ ତଥ୍ୟ ସଂଗ୍ରହ ପାଇଁ ଖୋଳତାଡ଼ ଆରମ୍ଭ କରାଯାଇଛି।
ସୋମବାର ଅପରାହ୍ନରେ ରେଳ ସୁରକ୍ଷା ଆୟୁକ୍ତ ଶୈଳେନ୍ଦ୍ର କୁମାର ପାଠକ ବାହାନଗା ଷ୍ଟେସନ୍‌‌ରେ ଠାରେ ପହଞ୍ଚି ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ଦୁର୍ଘଟଣାସ୍ଥଳରେ ତନ୍ନ ତନ୍ନ ଯାଞ୍ଚ କରିବା ସହିତ ରେଳ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।
ରେଳବାଇ ସୂତ୍ରରୁ ହସ୍ତଗତ ସୂଚନା ଅନୁସାରେ. କରମଣ୍ଡଳ ଟ୍ରେନ୍‌‌ ସର୍ବାଧିକ ୧୩୦ କିମି ବେଗରେ ଯିବା ପାଇଁ ଅନୁମତି ପାଇଥିବା ବେଳେ ଦୁର୍ଘଟଣା ସମୟରେ ଗାଡ଼ିର ବେଗ ଘଣ୍ଟାପ୍ରତି ୧୨୮ କିମି ଥିଲା। କମ୍ପ୍ୟୁଟରକୃତ ସ୍ପିଡୋ ମିଟରରେ ଟ୍ରେନ୍‌‌ର ଏହି ବେଗ ରେକର୍ଡ ହୋଇଛି। ସେହିପରି ମାଲଗାଡ଼ି ଛିଡ଼ା ହୋଇଥିବା ଲୁପ୍‌‌ ଲାଇନ୍‌‌ରେ ଲାଲ୍‌‌ ସିଗନାଲ ବଦଳରେ ସବୁଜ ସିଗନାଲ ଥିବା ନେଇ କମ୍ପ୍ୟୁଟରରେ ତଥ୍ୟ ରେକର୍ଡ ହୋଇଛି। ତେଣୁ ଏଥିରେ କୌଣସି ହସ୍ତକ୍ଷେପ ଯୋଗୁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି।ଏଥିରେ ଦୁଇ ଜଣଙ୍କ ସମ୍ପୃକ୍ତି ଆଶଙ୍କା କରାଯାଉଛି। ଗତକାଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ମାନବଜନିତ ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟିଛି ବୋଲି କହିଥିଲେ। ଇଲେକ୍ଟ୍ରୋନିକ୍‌‌ ଇଣ୍ଟରଲକିଂ ଓ ପଏଣ୍ଟ ମେସିନ୍‌‌ରେ ଉଦ୍ଦେଶ୍ୟମୂଳକ ପରିବର୍ତ୍ତନ କରାଯାଇଥିବାରୁ ଦୁର୍ଘଟଣା ଘଟିଲା ବୋଲି କୁହାଯାଇଛି। ଖୋର୍ଦ୍ଧା ଡିଆର୍‌ଏମ୍ ରିଙ୍କେଶ ରଏ କହିଛନ୍ତି ବୈଷୟିକ ତ୍ରୁଟି ହୋଇ ନାହିଁ ବରଂ କେହି ଉଦ୍ଦେଶ୍ୟମୂଳକ ଭାବେ ସିଷ୍ଟମରେ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଛି।
ରେଳ ସୁରକ୍ଷା ଆୟୁକ୍ତ ସବୁ ଦିଗ ଉପରେ ଅନୁଧ୍ୟାନ କରିବା ସହିତ ରେଲୱେ ଅପରେଟିଂ ସିଷ୍ଟମ୍‌‌ ଏବଂ ସିଗନାଲିଂ ସିଷ୍ଟମ୍‌‌ ଅନୁଧ୍ୟାନ କରିଛନ୍ତି। ସେହିପରି ରେଲୱେ ଟ୍ରାକ୍‌‌, କୋଚ୍‌‌ ଓ ମେସିନ୍‌‌ ରିଡିଂ ଆଦିକୁ ନେଇ ଅନୁସନ୍ଧାନ କରିଛନ୍ତି। ଏହି ସବୁଦିଗ ଉପରେ ତଦନ୍ତ କରାଯାଇ ଦୁର୍ଘଟଣା ଦିନ ସମଗ୍ର ଅପରେଟିଂ ସିଷ୍ଟମ୍‌‌ କିଭଳି କାର୍ଯ୍ୟ କରୁଥିଲା ତଥା ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କ ବୟାନ ରେକର୍ଡ କରାଯାଇ ସାମଗ୍ରିକ ରିପୋର୍ଟ ପ୍ରସ୍ତୁତ କରାଯିବ। ତେବେ କମିଶନରଙ୍କ ତଦନ୍ତ ଏବେ ପ୍ରାଥମିକ ପର୍ଯ୍ୟାୟରେ ରହିଛି। ସବିଶେଷ ତଦନ୍ତ ରିପୋର୍ଟ ଆସିବା ପରେ ଏହାକୁ ସାର୍ବଜନୀନ କରାଯିବ ବୋଲି ଦକ୍ଷିଣପୂର୍ବ ରେଳବାଇର ସିପିଆରଓ ଆଦିତ୍ୟ ଚୌଧୁରୀ ସୂଚନା ଦେଇଛନ୍ତି। ରେଲୱେ ସେଫ୍ଟି କମିଶନରଙ୍କ ରିପୋର୍ଟ ସହ ସିବିଆଇ ମଧ୍ୟ ସ୍ୱତନ୍ତ୍ର ଭାବେ ଏହି ଦୁର୍ଘଟଣାର ତଦନ୍ତ କରିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ଆଜି ସଂଧ୍ୟା ସୁଦ୍ଧା ରେଳ ସୁରକ୍ଷା କମିଶନରଙ୍କ ନେତୃତ୍ୱରେ ତଦନ୍ତକାରୀ ଦଳ ଦୁର୍ଘଟଣା ଦିନ ବାହାନଗା ଷ୍ଟେସନରେ କାର୍ଯ୍ୟରତ ଥିବା ସିଗନାଲ୍‌‌ ମ୍ୟାନ, ଷ୍ଟେସନ ମାଷ୍ଟର, କ୍ୟାବିନ ମ୍ୟାନ୍‌‌ ଓ ଅନ୍ୟାନ୍ୟ ରେଳ କର୍ମଚାରୀମାନଙ୍କ ବୟାନ ରେକର୍ଡ କରିଛି।
ଅନ୍ୟପଟେ ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣା ନେଇ ଏତଲା ହୋଇଛି। ବାଲେଶ୍ୱର ଜିଆର୍‌ପି ଥାନାରେ ଏସ୍‌‌ଆଇ ପପୁ ନାୟକଙ୍କ ପକ୍ଷରୁ ଏତଲା ହୋଇଛି। ରେଲୱେର ଦାୟିତ୍ୱହୀନତା ପାଇଁ ଦୁର୍ଘଟଣା ଘଟିଥିବା ଏତଲାରେ ଉଲ୍ଲେଖ କରାଯାଇଛି। ଏହି ଏତଲା ପରେ ବାଲେଶ୍ୱର ଜିଆରପି ଥାନାରେ ଆଇପିସି ଦଫା ୩୩୭(ରସ୍‌‌ ଡ୍ରାଇଭିଂ), ୩୩୮(ଅବହେଳା ପାଇଁ ବଡ ଦୁର୍ଘଟଣା), ୩୦୪-କ(ଅବହେଳା ପାଇଁ ମୃତ୍ୟୁ), ୩୪(ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି), ରେଲୱେ ଆକ୍ଟ ୧୫୩, ୧୫୪ ଓ ୧୭୫ରେ ମାମଲା ରୁଜୁ ହୋଇଛି। ଏହି ମାମଲାର ତଦନ୍ତ ଦାୟିତ୍ୱ ଡିଏସ୍‌‌ପି ରଞ୍ଜିତ ନାୟକଙ୍କୁ ଦିଆଯାଇଛି। ବାଲେଶ୍ୱର ଜିଆରପି ନିକଟରେ ମୃତ ବ୍ୟକ୍ତିଙ୍କ ଏକାଧିକ ମୋବାଇଲ୍‌‌ ଫୋନ୍‌‌, ବ୍ୟାଗ୍‌‌ ଏବଂ ଅନ୍ୟାନ ସାମଗ୍ରୀ ରହିଛି। ରଖାଯାଉଥିବା ସମସ୍ତ ମୋବାଇଲ୍‌‌ ଫୋନ୍‌‌କୁ ଅନ୍‌‌ କରାଯାଇଛି। ଯେଉଁ ମୋବାଇଲ୍‌‌କୁ କଲ୍‌‌ ଆସୁଛି, ତାହାକୁ ଜିଆରପି ପୁଲିସ ଉଠାଇ ବାଲେଶ୍ୱର ଆସି ମୃତଦେହକୁ ନେବାକୁ କହୁଛନ୍ତି।
ଅନ୍ୟପଟେ ଉଭୟ ଅପ୍ ଓ ଡାଉନ ଲାଇନ ମରାମତି କାର୍ଯ୍ୟ ଶେଷ ହେବା ପରେ ପ୍ରଥମେ ରବିବାର ରାତ୍ର ୧୦ଟା ୪୦ ସମୟରେ ଡାଉନ ଲାଇନ୍‌‌ରେ ପରୀକ୍ଷାମୂଳକ ଭାବେ ଏକ ମାଲବାହୀ ଟ୍ରେନ ଗଡ଼ିଥିଲା। ଏହାପରେ ରାତ୍ର ୧୨ଟା ବେଳେ ଅପଲାଇନ କାର୍ଯ୍ୟ ଶେଷ କରି ଆଉ ଏକ ଟ୍ରେନ ଚଲାଇବାକୁ ଅନୁମତି ଦିଆଯାଇଥିଲା। ଏହାପରେ ସୋମବାର ସକାଳୁ ମୁଖ୍ୟ ଲାଇନରେ ଗୋଟିଏ ପରେ ଗୋଟିଏ ଟ୍ରେନ ଗଡ଼ିବାରେ ଲାଗିଥିବା। ଅପରାହ୍ଣ ୨ଟା ସୁଦ୍ଧା ଏହି ଲାଇନ ଦେଇ ୩୦ରୁ ଊର୍ଦ୍ଧ୍ବ ଟ୍ରେନ ଗଡ଼ିଥିବା ସୂଚନା ମିଳିଛି। ଏହି ଟ୍ରେନ ମଧ୍ୟରେ ସାମିଲ ରହିଛି, ବନ୍ଦେ ଭାରତ, ଶାଲିମାର ଓ ପୁରୁଷୋତ୍ତମ ଭଳି ସୁପରଫାଷ୍ଟ ଏକ୍ସପ୍ରେସ। ସେହିଭଳି ଏକ ସ୍ୱତନ୍ତ୍ର ଟ୍ରେନ୍‌‌ କରମଣ୍ଡଳର ରୁଟ୍‌‌ ଦେଇ ମଧ୍ୟ ଗସ୍ତ କରିଛି। ପୁନରୁଦ୍ଧାର କାର୍ଯ୍ୟ ଶତପ୍ରତିଶତ ଶେଷ ହୋଇନଥିବା ହେତୁ ଉକ୍ତ ନିର୍ଦ୍ଦିଷ୍ଟ ସ୍ଥାନରେ ଟ୍ରେନ୍‌‌ଗୁଡ଼ିକ ଘଣ୍ଟାପ୍ରତି ୧୦ କିଲୋମିଟର ବେଗରେ ଗତି କରୁଛନ୍ତି। ମରାମତି କାର୍ଯ୍ୟ ପର୍ଯ୍ୟାୟ କ୍ରମେ ସ୍ୱାଭାବିକ ହେବା ପରେ ଟ୍ରେନ୍‌‌ର ଗତି ମଧ୍ୟ ପର୍ଯ୍ୟାୟ କ୍ରମେ ବଢ଼଼ାଯିବ। ଅନ୍ୟପକ୍ଷରେ ବାହାନଗା ବଜାର ରେଳଷ୍ଟେସନରେ ରେଳ ଚଳାଚଳ ସ୍ୱାଭାବିକ ହେବା ପରେ ଷ୍ଟେସନର ସିଗନାଲ୍‌‌ ସିଷ୍ଟମ୍‌‌ ଚଳଚଞ୍ଚଳ ହୋଇଛି। ଏସମ୍ପର୍କରେ ଦକ୍ଷିଣ ପୂର୍ବ ରେଳପଥର ସିପିଆରଓ ଆଦିତ୍ୟ କୁମାର ଚୌଧୁରୀ କହିଛନ୍ତି ଯେ ରେଳ ଚଳାଚଳ ଧୀରେଧୀରେ ସ୍ବାଭାବିକ ହେଉଛି। ଲୁପ୍‌‌ ଲାଇନ କାମ ଶେଷ ହେବା ପରେ ସ୍ୱାଭାବିକ ଗତିରେ ରେଳଯାତ୍ରା ହୋଇପାରିବ।
ଭୁବନେଶ୍ୱର-ହାୱଡ଼ା ଜନଶତାବ୍ଦୀ ଏକ୍ସପ୍ରେସ୍‌‌, ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌‌, ହାୱଡ଼ା-ଯଶୋବନ୍ତପୁର ଏକ୍ସପ୍ରେସ୍‌‌, ପୁରୀ ନୀଳାଚଳ ଏକ୍ସପ୍ରେସ୍‌‌, ପୁରୀ-ହୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌‌ ଏବଂ ଭଦ୍ରକ-ଖଡ଼ଗପୁର ପାସେଞ୍ଜର, ଖଡ଼ଗପୁର-ଖୋର୍ଦ୍ଧା ରୋଡ୍‌‌ ଫାଷ୍ଟ ପାସେଞ୍ଜର ଆଦି ଚଳାଚଳ ଆରମ୍ଭ କରିଛନ୍ତି। ଆଜି ସଂଧ୍ୟା ୬ଟା ସୁଦ୍ଧା ଡାଉନ୍‌‌ ଲାଇନ୍‌‌ରେ ୧୧ ମାଲବାହୀ ଟ୍ରେନ ଓ ୧୪ଯାତ୍ରୀବାହୀ ଟ୍ରେନ ଏବଂ ଆପ୍‌‌ ଲାଇନ୍‌‌ରେ ୮ ମାଲବାହୀ ଓ ୧୨ଯାତ୍ରୀବାହୀ ଟ୍ରେନ ଚଳାଚଳ କରିଛି।
ଆଜି ପୁଣି ଓଡ଼ିଶା ଆସିବେ ମମତା: କଟକ ଓ ଭୁବନେଶ୍ୱରରେ ଚିକିତ୍ସାଧୀନ ଆହତଙ୍କୁ ଭେଟିବେ
ଭୁବନେଶ୍ୱର: ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କଟକ ଓ ଭୁବନେଶ୍ୱରର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଆହତ ରେଳଯାତ୍ରୀଙ୍କୁ ସେ ଭେଟିବେ। ଏ ସମ୍ପର୍କରେ ସେ ନିଜେ ସୂଚନା ଦେଇଛନ୍ତି। ମମତା କହିଛନ୍ତି ଯେ କଟକରେ ପଶ୍ଚିମବଙ୍ଗର ୫୩ ଜଣ ଆହତ ଚିକିତ୍ସାଧୀନ ଅଛନ୍ତି। ଅନ୍ୟାନ୍ୟ ସ୍ଥାନରେ ୨୦୬ ଜଣ ଆହତଙ୍କ ଚିକିତ୍ସା ଚାଲିଛି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ତଦାରଖ କରିବାକୁ କାଲି କଟକ ଏବଂ ଭୁବନେଶ୍ୱର ସେ ଆସିବେ ବୋଲି କହିଛନ୍ତି।
ଏହି ଅବସରରେ ସେ ପଶ୍ଚିମବଙ୍ଗର ମୃତକ ଓ ଆହତଙ୍କ ପାଇଁ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି। ମୃତକଙ୍କ ପରିବାରର ଜଣେ ଲେଖାଏ ବ୍ୟକ୍ତିଙ୍କୁ ସ୍ପେଶାଲ ହୋମଗାର୍ଡ ଚାକିରି ସହିତ ସେମାନଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରାଯିବ ବୋଲି କହିଛନ୍ତି। ସେହିପରି ଯେଉଁମାନେ ଏହି ଦୁର୍ଘଟଣାରେ ସମ୍ପୂର୍ଣ୍ଣ ଅକ୍ଷମ ହୋଇଯାଇଥିବେ ସେମାନଙ୍କ ପରିବାରର ଜଣେ ବ୍ୟକ୍ତିଙ୍କୁ ହୋମଗାର୍ଡ ଚାକିରି ଦିଆଯିବ। ଗୁରୁତର ଆହତଙ୍କୁ ୧ ଲକ୍ଷ ଟଙ୍କା, ଆହତଙ୍କୁ ୫୦ ହଜାର ଓ ସାମାନ୍ୟ ଆହତଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ। ଆହତ ହୋଇ ନ ଥିବା ସତ୍ୱେ ମାନସିକ ଆଘାତ ପାଇଥିବା ଯାତ୍ରୀଙ୍କୁ ୧୦ ହଜାର ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯିବ। ଏହାସହ ସମସ୍ତ ମୃତାହତଙ୍କ ପରିବାରକୁ ୪ ମାସ ଯାଏଁ ମାଗଣା ରାସନ ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି।
ଅନ୍ୟପକ୍ଷରେ ଦୁର୍ଘଟଣାର ସିବିଆଇ ତଦନ୍ତ ସୁପାରିସକୁ ମମତା ବାନାର୍ଜୀ ନାପସନ୍ଦ କରିଛନ୍ତି। ସେ କହିଛନ୍ତି ଯେ ସିବିଆଇ କ’ଣ ତଦନ୍ତ କରିବ? ସିବିଆଇ କ୍ରିମିନାଲ କେସ୍‌‌ ତଦନ୍ତ କରେ, ଏହା ଏକ ଦୁର୍ଘଟଣା। ମୁଁ ୨୦୧୨ରେ ଜ୍ଞାନେଶ୍ୱରୀ ଏକ୍ସପ୍ରେସ ଦୁର୍ଘଟଣାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲି। ମାତ୍ର ୧୨ ବର୍ଷ ବିତିଲାଣି, ଏଯାବତ ସିବିଆଇ ରିପୋର୍ଟ ଦେଇନି। ତେଣୁ ସିବିଆଇ କ’ଣ ତଦନ୍ତ କରିବ ବୋଲି ସେ ପ୍ରଶ୍ନ କରିଛନ୍ତି।
ଭୁବନେଶ୍ବର: ବାହାନଗା ଟ୍ରେନ ଟ୍ରାଜେଡ଼ିରେ ସିବିଆଇ ତଦନ୍ତକୁ ସ୍ୱାଗତ କରିଛନ୍ତି ମନ୍ତ୍ରୀ ପ୍ରମିଳା ମଲ୍ଲିକ। ଦଳର ଉପ ସ୍ୱଭାନେତ୍ରୀ ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଭଲ ହୋଇଛି ସିବିଆଇ ତଦନ୍ତ ଦିଆ ଯାଇଛି । ଯିଏ ଦୋଷୀ ସେ ଦଣ୍ଡ ପାଇବ । ସିବିଆଇ ତଦନ୍ତ ହେଲେ  ଲୋକଙ୍କ ଜୀବନ ଫେରି ଆସିବିନି କିନ୍ତୁ ତଦନ୍ତ ହେଲେ ଦୋଷୀ ଧରା ପଡ଼ିବ । ସିବିଆଇ ତଦନ୍ତ କରୁଛନ୍ତି ଠିକ ଜିନିଷ ଧରା ପଡ଼ିବ । ଯେଉଁମାନେ ସମ୍ପୃକ୍ତ ଥିବେ ସେମାନେ ସାମ୍ନାକୁ ଆସିବେ । ନିଶ୍ଚିତ ଭାବେ କିଛି ଭୁଲ ଭଟକା ଯୋଗୁ ଏହି ଘଟଣା ଘଟିଛି ତେଣୁ ଆମେ ସିବିଆଇ ତଦନ୍ତ କୁ ସ୍ୱାଗତ କରୁଛୁ । କୌଣସି ମୃତ୍ୟୁ ଲୁଚା ଯାଇନି । ଆମେ ପ୍ରାଣପ୍ରଣେ ଉଦ୍ୟମ କରି ସବୁ ମୃତଦେହକୁ ବାହାର କରିଛୁ । ସମସ୍ତେ ତନତନ କରି ଦେଖିଛିନ୍ତି । କେଉଁଠି କିଛି ଲୁଚା ଯାଇନି ।
ରାଜନୀତି କରିବାର ଇଏ ସମୟ ନୁହେଁ । ଅନେକ ଲୋକ ଚିକିତ୍ସିତ ହେଉଛନ୍ତି ଅନେକ ଲୋକଙ୍କ ଜୀବନ ଯାଇଛି। ସେମାନଙ୍କ ସହ ଛିଡ଼ା ହେବାର ଇଏ ସମୟ । ରାଜନୀତି କରିବା ପାଇଁ ବହୁତ ସମୟ ଅଛି । ଯେଉଁମାନେ ଏଇ ଘଟଣାକୁ ନେଇ ରାଜନୀତି କରୁଛନ୍ତି ସେମାନେ ଆଗ ଆହତ ଓ ମୃତ୍ୟୁ ବ୍ୟକ୍ତି ପରିବାର ସହ ଯାଇକି ଛିଡ଼ା ହୁଅନ୍ତୁ ଆଉ ସାନ୍ତ୍ୱନା ଦିଅନ୍ତୁ । କହିବା ବଦଳରେ ଯାଇକି କିଛି କରନ୍ତୁ । ଘଟଣା କୁ ନେଇ ରାଜନୀତି ନ କରନ୍ତୁ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି।
ବାହାନଗା ଟ୍ରାଜେଡି: ବର୍ତ୍ତମାନ ସୁଦ୍ଧା ୧୭୦ ମୃତଦେହ ଚିହ୍ନଟ, ଲିଗାଲ ଡକ୍ୟୁମେଣ୍ଟ ପାଇଁ ବ୍ୟସ୍ତ ନ ହେବାକୁ ପରାମର୍ଶ
ଭୁବନେଶ୍ବର: ବାହାନଗା ଟ୍ରେନ୍ ଟ୍ରାଜେଡିରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସୂଚନା । ପ୍ରେସମିଟରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ କହିଛନ୍ତି ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୨୭୫ରେ ସ୍ଥିର ଅଛି । ମୃତଦେହ ଚିହ୍ନଟ ଏବଂ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି । ଏ ଯାଏ ୧୭୦ ଜଣଙ୍କ ମୃତଦେହ ଚିହ୍ନଟ ସରିଲାଣି । ମୃତଦେହ ପରିବହନ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ମୃତଦେହ ନେବାର ବ୍ୟବସ୍ଥା ପାଇଁ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି । ଲିଗାଲ ଡକ୍ୟୁମେଣ୍ଟ ପାଇଁ ବ୍ୟସ୍ତ ନ ହେବାକୁ କହିଛନ୍ତି ମୁଖ୍ୟ ଶାସନ ସଚିବ । କମ୍ ସମୟ ମଧ୍ୟରେ ମୃତ୍ୟୁ ପ୍ରମାଣପତ୍ର ଯୋଗାଇ ଦିଆଯିବ । ଦୁଇଟି ଟୋଲ ଫ୍ରି ନମ୍ବର ରହିଛି।  କଲ୍ କରି ଆହତ ଓ ମୃତକଙ୍କ ସମ୍ପର୍କରେ ଜାଣିପାରିବେ । ଆହତଙ୍କ ଚିକିତ୍ସା ପାଇଁ ରକ୍ତର ଅଭାବ ନାହିଁ ବୋଲି ମୁଖ୍ୟ ସଚିବ ସ୍ପଷ୍ଟ କରିଛନ୍ତି। ସାରା ଓଡ଼ିଶାର ଲୋକେ ସ୍ବତଃପ୍ରବୃତ ଭାବେ ରକ୍ତ ଦେଇ ଚାଲିଛନ୍ତି। ସମସ୍ତଙ୍କ ସହଯୋଗ ପାଇଁ ଓଡ଼ିଶାରେ ରକ୍ତର ଅଭାବ ନାହିଁ ବୋଲି ମୁଖ୍ୟ ସଚିବ କହିଛନ୍ତି।
ଶୃଙ୍ଖଳିତ ଢ଼ଙ୍ଗରେ ଚାଲିଛି ଚିହ୍ନଟ ପ୍ରକ୍ରିୟା ସ୍ଥାନୀୟ ଜନସାଧାରଣଙ୍କୁ ଏସଆରସି ଧନ୍ୟବାଦ ଜଣାଇଛନ୍ତି। ତ୍ୱରିତ ଉଦ୍ଧାର ଓ ଚିକିତ୍ସା ଯୋଗାଇବାରୁ ୧୨ଶହ ଲୋକଙ୍କ ଜୀବନ ବଞ୍ଚିଯାଇଛି। ଠିକ୍ ସମୟରେ ଉଦ୍ଧାର ନ ହୋଇଥିଲେ ବଢ଼ିଥାନ୍ତା ମୃତ୍ୟୁସଂଖ୍ୟା । ସ୍ଥାନୀୟ ଲୋକଙ୍କ ସହ ସମସ୍ତେ ଲାଗିଯିବାରୁ ଅନେକ ଜୀବନ ବଞ୍ଚିଯାଇଛି। ସ୍ଥାନୀୟ ଲୋକଙ୍କୁ ଯେତେ ସାବାସୀ ଦେଲେ ବି କମ୍ ହେବ ବୋଲି SRC କହିଛନ୍ତି। ସ୍ଥାନୀୟ ଲୋକ, ଅଗ୍ନିଶମ ଟିମ୍, ଓଡ୍ରାଫ୍ ଟିମ୍ ପ୍ରଶଂସନୀୟ କାମ କରିଛନ୍ତି ବୋଲି SRC କହିଛନ୍ତି ।
ଅନ୍ୟପଟେ ବାହାନଗା ରେଳ ଦୁର୍ଘଟଣାରେ ମୃତାହତଙ୍କ ପରିବାରକୁ ଦିଆଯାଉଛି ଅନୁକମ୍ପା ସହାୟତା ରାଶି । ରେଳ ବିଭାଗ ପକ୍ଷରୁ ଅନୁକମ୍ପା ରାଶି ପ୍ରଦାନ କରାଯାଉଛି । ବାଲେଶ୍ବର ଷ୍ଟେସନରେ ପ୍ରଦାନ କରାଯାଉଛି ଚେକ୍‌ । ମୃତକଙ୍କ ପରିବାରକୁ ୯ ଲକ୍ଷ ୫୦ ହଜାର ଟଙ୍କା ଚେକ ଓ ୫୦ ହଜାର ନଗଦ ଟଙ୍କା ପ୍ରଦାନ କରାଯାଇଛି । ସେହିପରି ଗୁରୁତରଙ୍କୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଉଛି । ରେଳ ଷ୍ଟେସନରେ ରେଳ ବିଭାଗ ଅଧିକାରୀ ଉପସ୍ଥିତ ଅଛନ୍ତି ।
୫୧ ଘଣ୍ଟାର ନନ୍‌ଷ୍ଟପ୍ ପୁନରୁଦ୍ଧାର କାମ ପରେ ବାହାନଗାରେ ସ୍ୱାଭାବିକ ହେଲା ଟ୍ରେନ୍‌‌ ଚଳାଚଳ
ସୋର: ବାହାନଗାରେ ସ୍ୱାଭାବିକ ହୋଇଛି ଟ୍ରେନ୍‌‌ ଚଳାଚଳ। ଟ୍ରାକରେ ଗଡିଛି ଟ୍ରେନ୍‌‌। ଆଜି ସକାଳୁ ଟ୍ରାକରେ ଗଡିଛି ତିନୋଟି ଟ୍ରେନ୍‌‌ ।  ସକାଳୁ ପ୍ରଥମେ କୋଲକାତା ପଟୁ ଚେନ୍ନାଇ ଆଡ଼କୁ ସାଲିମାର ଏକ୍ସପ୍ରେସ , ମସୁରୀ ପୁଡୁଚେରୀ ଏକ୍ସପ୍ରେସ ଯାଇଛି । ଅନ୍ୟପଟେ ଭୁବନେଶ୍ୱର ପଟୁ ପୁରୁଷୋତ୍ତମ ଏକ୍ସପ୍ରେସ କୋଲକାତା ଆଡ଼କୁ ଯାଇଛି । ଟ୍ରାକରେ ଯିବା ସମୟରେ ଟ୍ରେନର ଗତି ଅତି କମ୍‌ ରହିଥିଲା । ଏପରିକି ଯେଉଁ ମାନଙ୍କର ରେସ୍କୁ ଡ୍ୟୁଟି ସରି ଯାଇଛି ସେମାନେ ଏହି ଟ୍ରେନ ନିଜ ଗନ୍ତବ୍ୟ ସ୍ଥଳକୁ ବି ଯାଉଛନ୍ତି । ଏହାଛଡା ମାଲବାହୀ ଗାଡ଼ି ବି ଗଡୁଛି ।
ଶନିବାର ରାତିରେ ୫୧ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଉଭୟ ଅପ୍‌ ଏବଂ ଡାଉନ ଲାଇନ ମରାମତି ଶେଷ ହେବା ସହ ପରୀକ୍ଷାମୂଳକ ଭାବେ ମାଲବାହୀ ଟ୍ରେନ୍‌‌ ଗଡ଼ିଥିଲା। ଏହି ସମୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘଟଣା ସ୍ଥଳରେ ଉପସ୍ଥିତ ରହିଥିଲେ। ଟ୍ରେନ ଗଡ଼ିବା ବେଳେ ରେଳମନ୍ତ୍ରୀ ହାତ ଯୋଡ଼ି ନମସ୍କାର କରୁଥିବା ଦେଖିବାକୁ ମିଳିଥିଲା।
ସେହିଭଳି ରେଳ ମନ୍ତ୍ରାଳୟ ପକ୍ଷରୁ ଟ୍ବିଟ କରି ଲେଖାଯାଇଥିଲା ଯେ ୫୧ ଘଣ୍ଟା ପରେ ବାହାନଗା ବଜାର ଉଭୟ ଲାଇନରେ ମାଲବାହୀ ଟ୍ରେନ୍‌‌ ଗଡ଼ିଛି। ୧୦ଟା ୪୦ରେ ଏହି ଟ୍ରେନ୍‌‌ ବାହାନଗା ବଜାର ଷ୍ଟେସନ ଦେଇ ଅତିକ୍ରମ କରିଥିଲା। ଏହି ରୁଟ୍‌ ଦେଇ ଯାତ୍ରୀବାହୀ ସେବା କେବେ ଆରମ୍ଭ ହେବ ତାହା ସ୍ପଷ୍ଟ କରାଯାଇନ ଥିଲା।
ବହୁ ବିଦ୍ୟୁତଖୁଣ୍ଟି ଭାଙ୍ଗିବା ସହ ରେଳଧାରଣା ପୂରା କ୍ଷତିଗ୍ରସ୍ତ ହୋଇଥିଲା। ପୁନରୁଦ୍ଧାର କାମରେ ୧ ହଜାରରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ ରେଳମନ୍ତ୍ରୀଙ୍କ ତତ୍ତ୍ୱାବଧାନରେ କାମ ଚାଲିଥିଲା। ପୁନରୁଦ୍ଧାର କାମରେ ୪ଟି ଜେସିବି, ୬ଟି କ୍ରେନ୍‌‌, ଇନସିପେକସନ୍‌‌ ଭ୍ୟାନ୍‌‌ ୫ଟା, ରେଲ ଟ୍ରାକ୍‌‌ ଏସମବୁଲ୍‌‌ ଭ୍ୟାନ୍‌‌ ୩ଟା, ୱେଲଡିଂ ମେସିନ ଓ ଫିନିିସିଂ ମେସିନ ପ୍ରମୁଖ ଯନ୍ତ୍ରପାତି ଲାଗିଥିଲା। ଲାଇନମ୍ୟାନ୍‌‌, ବିଦ୍ୟୁତ୍‌‌ କର୍ମଚାରୀ, ଯନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ କାମରେ ଲାଗିଥିବା ବେଳେ ଘଟଣା ସ୍ଥଳରେ ସହାୟତା ପାଇଁ ଏନଡିଆରଫ୍‌‌ ଓ ଅଗ୍ନିଶମ ଟିମ୍‌‌ ମୁତୟନ ରହିଥିଲେ। ପୁନରୁଦ୍ଧାର କାମ ସମ୍ପର୍କରେ ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, କ୍ଷତିଗ୍ରସ୍ତ ହୋଇଥିବା ରେଳ ଟ୍ରାକଗୁଡ଼ିକୁ ପ୍ରଥମେ ସମତୁଲ କରାଯାଇ ସ୍ଲିପର ବିଛାଯାଇଥିଲା। ଟ୍ରାକଗୁଡିକ ୱେଲଡିଂ କରାଯିବା ସହିତ ଫିନିସିଂ ସହିତ ମାପାଙ୍କନ କରାଯାଇଥିଲା। ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିବା ବିଦ୍ୟୁତକରଣ କାର୍ଯ୍ୟ ଯୋଗାଯୋଗ ବ୍ୟବସ୍ଥା (ସିଗନାଲ ଓ ଭଏସ୍‌‌)କୁ ତୁରନ୍ତ ସ୍ଥାପନ କରିବା ଆହ୍ବାନମୟ ହୋଇଥିଲେ ମଧ୍ୟ ଏଥିରେ ନିୟୋଜିତ ଅଧିକାରୀ, କର୍ମଚାରୀ ଓ ଶ୍ରମିକ ଏହାକୁ କମ୍‌ ସମୟ ଭିତରେ ସାରିବା ପାଇଁ ସକ୍ଷମ ହୋଇଛନ୍ତି। ଏହାପରେ ଟ୍ରାକର ସେଫଟି ଚେକିଂ କରାଯାଇ ପରୀକ୍ଷାମୂଳକ ଭାବେ ଟ୍ରେନ ଚଳାଚଳ କରାଯାଇଛି।
ସୂଚନାଯୋଗ୍ୟ ଯେ ଦୁର୍ଘଟଣାରେ ୩୦ରୁ ଊର୍ଦ୍ଧ୍ବ ବିଦ୍ୟୁତ୍‌‌ ଖୁଣ୍ଟ ଭାଙ୍ଗିଥିବା ବେଳେ ବିଦ୍ୟୁତ୍‌‌ ତାରଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିଲା। ଉଭୟ ଲାଇନ୍‌ରେ ଟ୍ରେନ୍‌ ଗଡ଼ିବା ପରେ ଶ୍ରୀ ବୈଷ୍ଣବ ଦୋହରାଇଛନ୍ତି ଯେ ଏ ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କୁ ଛଡ଼ାଯିବନାହିଁ। ଲେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଭଦ୍ରକ ଷ୍ଟେସନ ଛାଡିଲା ସ୍ୱତନ୍ତ୍ର ଟ୍ରେନ୍: ଗଲେ ୭୦ଜଣ ଦୁର୍ଘଟଣା ଗ୍ରସ୍ତ ଓ ସମ୍ପର୍କୀୟ
ଭଦ୍ରକ: ଆଜି ମଧ୍ୟାହ୍ନ ୧ଟା ୩୨ମିନିଟରେ ଭଦ୍ରକ କୁ ଚେନ୍ନାଇ ଅଭିମୁଖେ ଯାଇଛି ସ୍ୱତନ୍ତ୍ର ଟ୍ରେନ। ଏଥିପାଇଁ ସବୁ ବ୍ୟବସ୍ଥା ରେଳ ବିଭାଗ ପକ୍ଷରୁ ହୋଇଥିଲା। ଗତ କାଲି ରାତିରେ ଏହି ଟ୍ରେନଟି ଭଦ୍ରକ ରେଳ ଷ୍ଟେସନରେ ପହଂଚି ଥିଲା, ଆଜି ବାହାନଗା ଠାରେ ଟ୍ରେନ ଦୁର୍ଘଟଣାର ମୃତ୍ୟୁ ବରଣ କରିଥିବା ଲୋକଙ୍କ ଚିହ୍ନଟ ଚାଲିଛି। ସେହିପରି କରମଣ୍ଡଳ ଟ୍ରେନର ଦୁର୍ଘଟଣା ପରେ ସୁସ୍ଥ ଥିବା ଏବଂ ଆହତ ହୋଇ ସୁସ୍ଥ ହୋଇ ଥିବା ଯାତ୍ରୀ ମନେ ଭଦ୍ରକ ରେଳ ଷ୍ଟେସନରେ ପହଂଚି ଏହି ଟ୍ରେନରେ ବସି ଚେନ୍ନାଇ ଅଭିମୁଖେ ଯାଇଛନ୍ତି। ଅନେକ ସମ୍ପର୍କୀୟ ତାଙ୍କ ଲୋକଙ୍କୁ ନପାଇ ମନ ଦୁଃଖରେ ଏହି ଟ୍ରେନରେ ଯାଇଛନ୍ତି। ଅନ୍ୟପକ୍ଷରେ ଉକ୍ତ ସ୍ୱତନ୍ତ୍ର ଟ୍ରେନ ଟିରେ ମୃତକଙ୍କ ଶବ ନେବା ପାଇଁ ପାର୍ସଲ ବଗିର ବ୍ୟବସ୍ଥା ଥିବା ରେଳ ବିଭାଗ ସୂଚନା ଦେଇଛି।
ବାହାନଗା ଟ୍ରେନ ଟ୍ରାଜେଡି: ବିଏମସି ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର ଜାରି, ଫୋନ୍ କରି ଜାଣିପାରିବେ ମୃତଦେହ ରଖାଯାଇଥିବା ସ୍ଥାନ
ଭୁବନେଶ୍ବର: ରେଳ ଦୁର୍ଘଟଣାର ମୃତଦେହ ସମ୍ପର୍କରେ ଜାଣିବାକୁ ବିଏମସି ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏ ନେଇ ବିଏମସି ପକ୍ଷରୁ ହେଲ୍ପ ଲାଇନ୍ ନଂ- ୧୯୨୯ ଜାରି କରାଯାଇଛି। ହେଲ୍ପ ଲାଇନକୁ ଫୋନ୍ କରି ମୃତଦେହ ରଖାଯାଇଥିବା ସ୍ଥାନ ଜାଣିପାରିବେ ସମ୍ପର୍କୀୟ । ଭୁବନେଶ୍ୱରର ଏକାଧିକ ହସ୍ପିଟାଲରେ ୧୭୦ଟି ମୃତଦେହ ସଂରକ୍ଷିତ ରହିଛି।
The helpline number 1929 (24×7)
is active for #OdishaTrainAccident
Also people can contact
Rajesh Pradhan: 6370946287
Asish Patra:7978095293
Debasish Mishra:6370585221
Deepak Kumar Rout: 8249217415
Sandeep Moharana: 8847822559
Supervisor: Jayprakash Mohanty 9853394834(BSCL) pic.twitter.com/vQZa1RLBhr
— BMC (@bmcbbsr) June 4, 2023
ବାହାନଗା ଟ୍ରେନ ଟ୍ରାଜେଡି: ମୃତକଙ୍କ ପରିବାରଙ୍କୁ ୫ ଲକ୍ଷ ଓ ଗୁରୁତରଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ବାହାନଗା ଟ୍ରେନ ଟ୍ରାଜେଡି । ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୃତକଙ୍କ ପରିବାରଙ୍କୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବି ସେହିପରି ଗୁରୁତରଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣ କରିଛନ୍ତ ମୁଖ୍ୟମନ୍ତ୍ରୀ। ଦୁର୍ଘଟଣା ପରଠୁ ହିଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେଇଛନ୍ତି। ମୃତକଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ଗୁରୁତରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।