Odisha Train Trajedy - The Sakala

ଭଦ୍ରକ ଷ୍ଟେସନ ଛାଡିଲା ସ୍ୱତନ୍ତ୍ର ଟ୍ରେନ୍: ଗଲେ ୭୦ଜଣ ଦୁର୍ଘଟଣା ଗ୍ରସ୍ତ ଓ ସମ୍ପର୍କୀୟ
ଭଦ୍ରକ: ଆଜି ମଧ୍ୟାହ୍ନ ୧ଟା ୩୨ମିନିଟରେ ଭଦ୍ରକ କୁ ଚେନ୍ନାଇ ଅଭିମୁଖେ ଯାଇଛି ସ୍ୱତନ୍ତ୍ର ଟ୍ରେନ। ଏଥିପାଇଁ ସବୁ ବ୍ୟବସ୍ଥା ରେଳ ବିଭାଗ ପକ୍ଷରୁ ହୋଇଥିଲା। ଗତ କାଲି ରାତିରେ ଏହି ଟ୍ରେନଟି ଭଦ୍ରକ ରେଳ ଷ୍ଟେସନରେ ପହଂଚି ଥିଲା, ଆଜି ବାହାନଗା ଠାରେ ଟ୍ରେନ ଦୁର୍ଘଟଣାର ମୃତ୍ୟୁ ବରଣ କରିଥିବା ଲୋକଙ୍କ ଚିହ୍ନଟ ଚାଲିଛି। ସେହିପରି କରମଣ୍ଡଳ ଟ୍ରେନର ଦୁର୍ଘଟଣା ପରେ ସୁସ୍ଥ ଥିବା ଏବଂ ଆହତ ହୋଇ ସୁସ୍ଥ ହୋଇ ଥିବା ଯାତ୍ରୀ ମନେ ଭଦ୍ରକ ରେଳ ଷ୍ଟେସନରେ ପହଂଚି ଏହି ଟ୍ରେନରେ ବସି ଚେନ୍ନାଇ ଅଭିମୁଖେ ଯାଇଛନ୍ତି। ଅନେକ ସମ୍ପର୍କୀୟ ତାଙ୍କ ଲୋକଙ୍କୁ ନପାଇ ମନ ଦୁଃଖରେ ଏହି ଟ୍ରେନରେ ଯାଇଛନ୍ତି। ଅନ୍ୟପକ୍ଷରେ ଉକ୍ତ ସ୍ୱତନ୍ତ୍ର ଟ୍ରେନ ଟିରେ ମୃତକଙ୍କ ଶବ ନେବା ପାଇଁ ପାର୍ସଲ ବଗିର ବ୍ୟବସ୍ଥା ଥିବା ରେଳ ବିଭାଗ ସୂଚନା ଦେଇଛି।

ବାହାନଗା ରେଳ ଦୁର୍ଘଟଣା: ଦୁଃଖ ପ୍ରକାଶ କଲେ ଜାତିସଂଘ ସାଧାରଣ ପରିଷଦ ସଭାପତି
ନୂଆଦିଲ୍ଲୀ: ବାହାନଗା ଭୟଙ୍କର ତଥା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଜାତିସଂଘ ସାଧାରଣ ପରିଷଦ ସଭାପତି କସୱା କାରୋସି। ଟ୍ବିଟ୍ କରି ସେ ଏନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି। କସୱା ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

I’m deeply saddened to hear the news of the train crash in Odisha, India.

My thoughts and prayers are with the victims, their families and with the emergency services.

Heartfelt condolences to the people and the Government of India.@narendramodi @DrSJaishankar @IndiaUNNewYork

— UN GA President (@UN_PGA) June 2, 2023

ଗତକାଲି ରାତିରେ ବାଲେଶ୍ବର ବାହନଗାଠାରେ କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ୍, ଯଶୋବନ୍ଦପୁର ଏକ୍ସପ୍ରେସ ଓ ମାଲବାହୀ ଟ୍ରେନ୍ ମଧ୍ୟରେ ଧକ୍କା ହୋଇଥିଲା। ସେହିପରି ଗତକାଲି ରାତି ସାଢ଼େ ଆଠଟାରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଉଦ୍ଧାର କାର୍ଯ୍ୟ ୧୪ ଘଣ୍ଟା ଅତିକ୍ରମ କରିସାରିବା ପରେ ବି ଏହା ପୂରା ହୋଇପାରି ନାହିଁ।

ବାଜୁଛି ଫୋନ, ଉଠାଇବାକୁ ନାହାଁନ୍ତି ମଣିଷ; ଦୁର୍ଘଟଣାସ୍ଥଳରେ ଆତ୍ମୀୟଙ୍କ ଆର୍ତ୍ତ ଚିତ୍କାର
ବାଲେଶ୍ୱର(ପ୍ରଜ୍ଞାପାରମିତା): ବାଲେଶ୍ୱର ବାହାନଗା ଟ୍ରେନ୍‌ ଦୁର୍ଘଟଣା ସାରା ଦେଶକୁ ସ୍ତବ୍ଧ କରି ଦେଇଛି। ଗତକାଲି ସନ୍ଧ୍ୟା ସମୟରେ ବାହାନଗା ବଜାର ଷ୍ଟେସନ ନିକଟରେ ଦେଖିବାକୁ ମିଳିଥିଲା ଲୌହ ଦାନବର ରକ୍ତଭୋଜି । ଦୁଇଟି ସୁପର୍ ଫାଷ୍ଟ ଓ ଗୋଟିଏ ମାଲଗାଡି ଟ୍ରେନ ମଧ୍ୟରେ ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ୨୮୮ ଜଣଙ୍କ ମୃତ୍ୟୁ ହେଲାଣି । ମୃତ୍ୟୁସଂଖ୍ୟା ଆଗକୁ ଆହୁରି ବଢିପାରେ ବୋଲି ଜଣାପଡିଛି । ସେହିପରି ୯ ଶହରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସମୟ ଗଡ଼ିବା ସହ ମୃତ୍ୟୁ ସଂଖ୍ୟା ବଢିଚାଲିଛି। ଏବେବି ଟ୍ରେନ୍‌ ବଗି ତଳୁ ଲୋକଙ୍କ ଆର୍ତ୍ତ ଚିତ୍କାର ଶୁଣାଯାଉଛି। ଏହି ଭୟଙ୍କର ଦୁର୍ଘଟଣା ପରେ ଘଟଣାସ୍ଥଳରେ ଯୁଆଡ଼େ ଚାହିଁଲେ ଖାଲି କୁଢ଼ କୁଢ଼ ମୃତଦେହ ଦେଖିକହିବାକୁ ମିଳୁଛି । ଦୁର୍ଘଟଣାରେ ଆତ୍ମୀୟଙ୍କୁ ହରାଇଥିବା ସମ୍ପର୍କୀୟମାନଙ୍କର କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପୂରା ଷ୍ଟେସନ୍‌।

ତେବେ ଦୁର୍ଘଟଣା ଘଟିବାର କିଛି ମୁହୂର୍ତ୍ତ ପୂର୍ବରୁ ଆତ୍ମୀୟ ସ୍ବଜନଙ୍କଠାରୁ ମେଳାଣି ନେଇ ଆସିଥିବା ବ୍ୟକ୍ତିଟିଏ ପାଲିଟି ଯାଇଛି ଶବ। ଆଉ କିଏ ପୁଣି ଆଇସିୟୁରେ ମୃତ୍ୟୁ ସହ କରୁଛି ସଂଗ୍ରାମ । କିଏ ଏହି ଶହ ଶହ ଅଚିହ୍ନା ଶବ ଭିତରେ ନିଜ ଭାଇକୁ ଖୋଜୁଛି ତ କିଏ ନିଜ ପରିବାରକୁ । ଅନେକ ସେମାନଙ୍କ ନିଜର ଲୋକକୁ ନ ପାଇ ଚେତାଶୂନ୍ୟ ହୋଇ ପଡୁଛନ୍ତି। ଅନେକ ଅଛନ୍ତି ଯେଉଁମାନେ ଏବେ ବି ବଗି ତଳେ ଚାପି ହୋଇ ରହିଥିବା ପରିବାର ଲୋକଙ୍କୁ ଖୋଜୁଛନ୍ତି । ତେବେ ଏହାରି ଭିତରେ ଅନେକ ଛାତିଥରା କାହାଣୀ ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ମୃତବ୍ୟକ୍ତିଙ୍କ ପକେଟରେ ବାରମ୍ୱାର ଫୋନ୍ ବାଜୁଥିଲା। ଜଣେ ସ୍ଥାନୀୟ ଲୋକ ପକେଟ୍ରୁ ଫୋନ୍ କାଢ଼ି କହିଲେ, ଆପଣ ଯାହାକୁ ଖୋଜୁଛନ୍ତି ସେ ଆଉ ନାହାନ୍ତି । ଟ୍ରେନ୍ ଦୁର୍ଘଟଣାରେ ତାଙ୍କର ପ୍ରାଣ ଚାଲିଯାଇଛି । ତେବେ ଆପଣ ଯାହାକୁ ଫୋନ୍ କରିଛନ୍ତି, ତାଙ୍କ ନାଁ କ’ଣ ?ବାସ୍ ଆରପଟରୁ ଜଣେ ମହିଳାଙ୍କ ଆର୍ତ୍ତ ଚିତ୍କାର ଶୁଣାଯାଇଥିଲା।

ସେହିଭଳି ଆଉ ଜଣେ ବ୍ୟକ୍ତି ଦୁର୍ଘଟଣାର ଖବର ପାଇଁ ତାଙ୍କ ଭଣଜାକୁ ଫୋନ୍ କରିଥିଲେ। ବହୁତ ସମୟ ଫୋନ୍ ରିଂ ହୋଇଥିଲା। କିଛି ଜବାବ ଆସିନଥିଲା, ପରବର୍ତ୍ତୀ ମୁହୂର୍ତ୍ତରେ ଫୋନ୍ ସୁଇଚ୍ ଅଫ୍ ଦେଖାଇଥିଲା ବୋଲି ସେ କହିଛନ୍ତି। ସେ ଆଉ କାଳ ବିଳମ୍ବ ନକରି ସିଧା ଧାଇଁ ଆସିଥିଲେ ବାହାନଗା ଷ୍ଟେସନ୍କୁ। ଏବେ ସେ ଶହ ଶହ ଶବ ଭିତରେ ଖୋଜୁଛନ୍ତି ନିଜ ଭଣଜାକୁ।

ଏଭଳି ଶହ ଶହ ଲୋକ ଅଛନ୍ତି ଯାହାଙ୍କ ଖୋଜ ଖବର କିଛି ମିଳୁନାହିଁ । କିନ୍ତୁ ସେମାନଙ୍କ ଆତ୍ମୀୟ ସ୍ବଜନମାନେ ଫୋନ୍ କରି ଚାଲିଛନ୍ତି। କିଏ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛି ତ କାହାର ମୃତ୍ୟୁ ହୋଇ ସାରିଛି। ସେମାନଙ୍କ ସହ ଗତକାଲି ସେହି କାଳରାତ୍ରୀରେ କ’ଣ ଘଟିଛି କେହି ଜାଣି ପାରୁନାହାଁନ୍ତି।