Odisha Train Tragedy - The Sakala
ବାହାନଗା ଟ୍ରେନ୍ ଟ୍ରାଜେଡି: ଗିରଫ ୩ ଅଭିଯୁକ୍ତଙ୍କୁ ଆଉ ୪ ଦିନ ରିମାଣ୍ଡରେ ନେଲା ସିବିଆଇ
ଭୁବନେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ପୁଣି ରିମାଣ୍ଡରେ ଗଲେ ଗିରଫ ୩ ଅଭିଯୁକ୍ତ । ୩ ଅଭିଯୁକ୍ତଙ୍କୁ ଆଉ ୪ ଦିନ ରିମାଣ୍ଡରେ ନେଲା ସିବିଆଇ । ରିମାଣ୍ଡରେ ନେବାକୁ ଅନୁମତି ଦେଲେ ସ୍ପେଶାଲ କୋର୍ଟ । ୫ ଦିନିଆ ରିମାଣ୍ଡ ସରିବା ପରେ ଆଜି ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ତିନି ଅଭିଯୁକ୍ତ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହନ୍ତ, ସେକ୍ସନ ଇଞ୍ଜିନିୟର ଅମିର ଖାନ, ଟେକ୍ନସିଆନ ପପୁ କୁମାରଙ୍କୁ ଆହୁରି ୪ ଦିନ ପାଇଁ ଦ୍ବିତୀୟ ପର୍ଯାୟ ରିମାଣ୍ଡରେ ନେବ ସିବିଆଇ ।
ଅନ୍ୟପଟେ ଦୁଇ ଅଭିଯୁକ୍ତ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହନ୍ତ ଏବଂ ସେକ୍ସନ ଇଞ୍ଜିନିୟର ଅମିର ଖାନ ଜାମିନ ଆବେଦନ କରିଥିବା ସୂଚନା ରହିଛି । ପୂର୍ବରୁ ଅଭିଯୁକ୍ତଙ୍କୁ ଜେରା ପାଇଁ ସିବିଆଇ ୭ ଦିନିଆ ରିମାଣ୍ଡ ମାଗିଥିବା ବେଳେ କୋର୍ଟ ୫ ଦିନର ରିମାଣ୍ଡ ଅନୁମତି ଦେଇଥିଲେ । ଯାହା ଆଜି ଶେଷ ହୋଇଛି ।
ବାହାନଗା ଟ୍ରେନ୍ ଟ୍ରାଜେଡ଼ି: ଚିକିତ୍ସାଧୀନ ଅବସ୍ଥାରେ ଜଣେ ଆହତଙ୍କ ମୃତ୍ୟୁ
କଟକ: ବାଲେଶ୍ବର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଗଲା ଆଉ ଜଣଙ୍କ ଜୀବନ । ଚିକିତ୍ସାଧୀନ ଅବସ୍ଥାରେ ଏସସିବିରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ବିହାରର ବିଜୟ ଦର୍ଶନ । ସେଣ୍ଟ୍ରାଲ ଆଇସିୟୁରେ ଚିକିତ୍ସିତ ହେଉଥିଲେ ବିଜୟ । ମୃତଦେହକୁ ପ୍ରଶାସନ ଗାଡ଼ି ଯୋଗେ ବିହାର ପଠାଇବ । ଗତ ଜୁନ୍ ୨ ତାରିଖ ଶୁକ୍ରବାର ସନ୍ଧ୍ୟାରେ ହୋଇଥିଲା ଭୟଙ୍କର ଟ୍ରେନ୍ ଦୁର୍ଘଟଣା । ଦୁର୍ଘଟଣାର ୧୨ ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ବିଜୟଙ୍କ ମୃତ୍ୟୁ  ଘଟିଛି । ଏଥିସହ ୨୮୯କୁ ମୃତକଙ୍କ ସଂଖ୍ୟା ବୃଦ୍ଧି ହୋଇଛି।
ବାହାନଗା ଦୁର୍ଘଟଣା ପୀଡ଼ିତଙ୍କ ଅନୁକମ୍ପା ରାଶି ହାତେଇବାକୁ ଉଦ୍ୟମ; ଜାଲିଆତି କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବ ଓଡ଼ିଶା ପୁଲିସ
ଭୁବନେଶ୍ୱର: ବାହାନଗା ଟ୍ରେନ୍‌‌ ଦୁର୍ଘଟଣାରେ ଅଚିହ୍ନା ମୃତଦେହକୁ ନେଇ ସାଂଘାତିକ ଖେଳ ଖେଳାଯାଉଛି। ଏଭଳି ସମୟରେ ମାନବିକତା ଦେଖାଇବା ବଦଳରେ ସେମାନେ ଟଙ୍କା ପାଇଁ ଶବର ଆତ୍ମୀୟ ବୋଲି ଦାବି କରୁଛନ୍ତି। ଏଭଳି ଅଭିନୟ କରୁଛନ୍ତି, ଯାହାଦ୍ୱାରା ମୃତ ଦେହ ଚିହ୍ନଟ କରିବା ଦାୟିତ୍ୱରେ ଥିବା ଅଧିକାରୀ ମଧ୍ୟ ଜାଣିପାରୁନାହାନ୍ତି। ତେଣୁ ଏଭଳି ଚକ୍ରାନ୍ତ କରି ଅନୁକମ୍ପା ରାଶି ହାତେଇବାକୁ ଯୋଜନା କରିଥିବା କୁଚକ୍ରୀଙ୍କୁ ଓଡିଶା ପୁଲିସ ତାଗିଦ କରିଛି। ଏଭଳି ଅର୍ଥ ରାଶୀ ପାଇଁ ମିଛରେ ଯଦି କେହି ମୃତ ଦେହ ନିଜ ସମ୍ପର୍କୀୟଙ୍କ ବୋଲି ଦାବି କରନ୍ତି, ତେବେ ପ୍ରମାଣ ମିଳିଲେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ ବୋଲି କୁହାଯାଇଛି। ବିଶେଷ କରି ବାଲେଶ୍ୱର ଜିଆରପି ଥାନାକୁ ଏଭଳି ଜାଲିଆତି କରୁଥିବା ଏକାଧିକ ଲୋକେ ଆସୁଛନ୍ତି। ପୁଲିସ ମୃତକଙ୍କ ଆଧାରକାର୍ଡ ମାଗିବା ସହ, ରାସନ କାର୍ଡ ଏବଂ ଦାବି କରୁଥିବା ବ୍ୟକ୍ତିଙ୍କୁ ଆଧାରକାର୍ଡ ମାଗୁଛନ୍ତି।
ଗତକାଲି ମଧ୍ୟ ବାଲେଶ୍ୱର ଜିଆରପି ଥାନାରେ ହଠାତ ପହଞ୍ଚି କାନ୍ଦବୋବାଳି କରିଥିଲେ ଜଣେ ମହିଳା। ନିଜ ସ୍ୱାମୀ କରମଣ୍ଡଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରକାଶ କରିଥିଲେ ବଡମ୍ୱା ଥାନା ଅଞ୍ଚଳର ଗୀତାଞ୍ଜଳି ଦାସ। ସ୍ୱାମୀ ବିଜୟନ ଦତ୍ତଙ୍କର ରେଳ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ନେଇ ମିଛ କହିଥିଲେ। ଏମିତିକି ଏକ ଶବ ଉପରୁ ଧଳା କପଡ଼ା ଉଠାଇ ନିଜ ସ୍ୱାମୀ ବୋଲି ଦର୍ଶାଇଥିଲେ। ପରେ ସ୍ୱାମୀଙ୍କ ଆଧାରକାର୍ଡ ସହିତ, ପୂର୍ବ ଫଟୋ, ଏବଂ ସ୍ୱାମୀଙ୍କ ନାମ ଥାଇ ଆଧାର କାର୍ଡ ମାଗିବା ପରେ ଅକଳରେ ପଡ଼ିଯାଇଥିଲା ଠକ ମହିଳା। ପଚରାଉଚରା ପରେ ସମ୍ପୃକ୍ତ ମହିଳାଙ୍କର ଚାଲବାଜି ଧରାପଡ଼ିଯାଇଥିଲା। ପରେ ଜିଆରପି ତାଙ୍କୁ ଅଟକ ରଖିଥିବାବେଳେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ମହିଳା। ଏହି ଘଟଣା ପରେ ଶବ ଚିହ୍ନଟ ପ୍ରକ୍ରିୟାକୁ ଅଧିକ କଡା କରି ଦିଆଯାଇଛି। ମୃତକଙ୍କ ସମ୍ପର୍କୀୟ ସମସ୍ତ ପ୍ରମାଣ ଦେଖାଇବା ପରେ ଶବ ହସ୍ତାନ୍ତର କରାଯିବା ସହ ଅନୁକମ୍ପା ରାଶି ଦିଆଯାଉଛି।
ବାହାନଗା ଟ୍ରେନ ଦୁର୍ଘଟଣା ସମ୍ପର୍କୀତ ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଫୋନରେ କଥାହେଲେ ମୁଖ୍ୟମନ୍ତ୍ରୀ ନବୀନ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାହାନଗାରେ ହୋଇଥିବା ଦୁର୍ଘଟଣାର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ମୋଦୀଙ୍କୁ ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ବିପଦ ସମୟରେ ଲୋକଙ୍କୁ ସହାୟତା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ମୋଦୀ ।
ବାହାନଗା ଟ୍ରେନ ଟ୍ରାଜେଡି ସାରାଦେଶକୁ ସ୍ତବ୍ଧ କରିଥିବା ବେଳେ ଓଡ଼ିଶା ସରକାରଙ୍କ ରିଲିଫ ଓ ଉଦ୍ଧାର କାର୍ଯ୍ୟକୁ ସବୁଆଡେ ପ୍ରଶଂସା କରାଯାଉଛି । ଏବେ ଉଦ୍ଧାର କାର୍ଯ୍ୟ ସରିଥିବା ବେଳେ ଟ୍ରାକରୁ ବଗି ହଟାଇବା କାମ ଶେଷ ହୋଇଛି। ସଂପୃକ୍ତ ରୁଟରେ ଟ୍ରେନ ଚଳାଚଳ ସ୍ବାଭାବିକ ପାଇଁ ଉଦ୍ୟମ ଚାଲିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇ ବର୍ତ୍ତମାନର ସ୍ଥିତି ସଂପର୍କରେ ଅବଗତ କରାଇଛନ୍ତି। ଦୁର୍ଘଟଣାରେ ଆହତ ଯାତ୍ରୀଙ୍କ ଚିକିତ୍ସା ନେଇ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରକାଶ କରିଛି।
ଆହତମାନଙ୍କ ଜୀବନ ବଞ୍ଚାଇବାକୁ ଚେଷ୍ଟା ଚାଲିଛି ବୋଲି ନବୀନ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ । ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାର ଓ ଓଡ଼ିଶା ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି।
ବାହାନଗା ରେଳ ଦୁର୍ଘଟଣା: ମୟୂରଭଞ୍ଜ ଜିଲ୍ଲାରୁ ୪ମୃତ, ୩ଗୁରୁତର, ୧୪ ଯାତ୍ରୀଙ୍କର ମିଳୁନି ଖବର
ବାରିପଦା/କପ୍ତିପଦା/କୁଳିଅଣା: ବାଲେଶ୍ଵର ଜିଲ୍ଲା ବାହାନଗା ଠାରେ ଶୁକ୍ରବାର ସନ୍ଧ୍ୟା ଛାତି ଥରା ରେଳ ଦୁର୍ଘଟଣା ମୃତକଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲାର ୪ଜଣ ଟ୍ରେନ ଯାତ୍ରୀଙ୍କର ମୃତ୍ୟ ଘଟିଛି। ତତସହିତ ୩ଜଣ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ୧୪ଜଣକ ଖବର ମିଳୁନାହିଁ । ଦୁର୍ଘଟଣା ଗ୍ରସ୍ତ ଟ୍ରେନରେ ଯାତ୍ରା କରୁଥିବା ଜିଲ୍ଲାର ୪ଜଣ ଯାତ୍ରୀ ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଝାଟିଆଡା ପଞ୍ଚାୟତର ମଙ୍ଗଳପୁର ଗ୍ରାମର ଅନୁରାଗ ଦାସ(୧୯), ମୋରଡା ଥାନା ଅଧୀନ ଗଡିଆ ପଂଚାୟତର ପୁଟକିଶୋଳ ଗ୍ରାମର ଭାଗରଥି ଦାସଙ୍କ ପୁଅ ଭରତ ଦାସ, କୁଳିଅଣା ବ୍ଲକର ଗେଣ୍ଡା ପୋଖରୀ ଗ୍ରାମ ପଞ୍ଚାୟତର ପୋଖରୀଆ ଗ୍ରାମର ଜଗନ୍ନାଥ ହାଁସଦାଃଙ୍କ ପୁଅ ସୁନାରାମ ହାଁସଦାଃ(୪୮) ଏବଂ କପ୍ତିପଦା ବ୍ଲକ ଝିଙ୍କପଦା ପଞ୍ଚାୟତ ସୌଭାଗ୍ୟ ଦେଇପୁର ଗ୍ରାମର ରଜନୀକାନ୍ତ ବେହେରାଙ୍କ ଦୁର୍ଘଟଣାରେ ପ୍ରାଣହାନୀ ହୋଇଛି।
ଏମାନେ କାର୍ଯ୍ୟସ୍ଥଳକୁ ଯୋଗ ଦେବାକୁ ଯାଉଥିବା ବେଳେ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ପରିବାର ଲୋକେ ଖବର ପାଇ ମୃତଦେହ ଗାଁକୁ ଆଣିବା ପରେ କାନ୍ଦ ବୋବାଳି ସହ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା। ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ସେହିପରି ମୋରଡା ବ୍ଲକ ଅଞ୍ଚଳରୁ ଗଡିଆ ପଂଚାୟତର ପୁଟକିଶୋଳ ଗ୍ରାମର ୪ଜଣ ଚେନ୍ନାଇକୁ ଯାଉଥିବା ବେଳେ ଦୁର୍ଘଟଣାରେ ଜଣକ ମୃତ୍ୟ ହୋଇଥିବା ବେଳେ ୩ଜଣକ ପତ୍ତା ମିଳିନାହିଁ। ସେମାନେ ହେଲେ ଉକ୍ତ ଗ୍ରାମର ଅକ୍ଷୟ ସିଂଙ୍କ ପୁଅ କୀର୍ତନ, ଦାଶରଥି ଦାସଙ୍କ ପୁଅ ବ୍ରହ୍ମାକାନ୍ତ ଓ ତାରାକାନ୍ତ ପାଟବନ୍ଧାଙ୍କ ପୁଅ ସତ୍ୟନାଥ।
ଏଥି ସହିତ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ନାଫ୍ରି ପଂଚାୟତର ଆନ୍ଦୋଲା ଗ୍ରାମର କୃଷ୍ଣଚନ୍ଦ୍ର ସାହୁଙ୍କ ପୁଅ ଜଗଦୀଶ ସାହୁ(୨୫)ଙ୍କ ପତ୍ତା ମିଳୁନାହିଁ। ତେବେ ଜଗଦୀଶଙ୍କ ସହିତ ଥିବା ତାଙ୍କ ବନ୍ଧୁର ମୃତଦେହ ଉଦ୍ଧାର ହୋଇଛି। ଦୁର୍ଘଟଣାରେ ଆହତ ୩ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ଝାଟିଅଡା ପଞ୍ଚାୟତ ମଙ୍ଗଳପୁର ଗ୍ରାମର ମୃତ୍ୟୁଞ୍ଜୟ ଦାସଙ୍କ ପୁଅ ଅନୁରାଗ ଦିବେନ୍ଦୁ ଦାସ(୧୭), ବୈଶିଙ୍ଗା ଥାନା ଅନ୍ତର୍ଗତ ମହୁରୀ ଗ୍ରାମର ଦୀପକ ରାଉତ(୧୮) ଓ କଦଳିଆ ଗ୍ରାମର ସୁମନ ଦେହୁରୀ ଅଟନ୍ତି। ୩ଜଣ ଗୁରୁତର ଆହତ ହୋଇଥିବାରୁ ଭଦ୍ରକ ହସ୍ପିଟାଲରୁ କଟକ ବଡ଼ ମେଡିକାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଛି। ଶ୍ରମିକ ଠିକାଦାର ସୁମନ ଦେହୁରୀ ବେତନଟୀ ବ୍ଲକର ୧୧ଜଣଙ୍କୁ ନେଇ ଚେନ୍ନାଇ ଯାଉଥିବା ବେଳେ କେବଳ ମହୁରୀର ଦୀପକଙ୍କ ଖବର ମିଳିଛି, ବାକି ୧୦ଜଣଙ୍କ ଖବର ମିଳୁନି ।
ଅପର ପକ୍ଷରେ ଦୁର୍ଘଟଣା ପରେପରେ ମୟୂରଭଞ୍ଜ ଜିଲ୍ଲାରୁ ସେବା ଯୋଗାଇବା ପାଇଁ ବିଭିନ୍ନ ମହଲରୁ ସୁଅ ଛୁଟିଥିଲା।  ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ଡା ରୂପଭାନୁ ମିଶ୍ରଙ୍କ ସୂଚନା ଅନୁଯାୟୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ଶୁକ୍ରବାର ରାତିରେ ୧୮ଜଣ ଡାକ୍ତର, ୩ଟି ଆମ୍ବୁଲାନ୍ସ, ୪ଟି ଶବବୋହିବା ଯାନ ଓ ଆବଶ୍ୟକ ଔଷଧପତ୍ର ସହିତ ଦୁର୍ଘଟଣା ସ୍ଥଳକୁ ଯାଇ ସେବା ଯୋଗାଉଛନ୍ତି। ସେହିପରି ଜିଲ୍ଲା ଅଗ୍ନିଶମ କାର୍ଯ୍ୟାଳୟରୁ ୨ଟି ଦଳ ଓ ବାଲେଶ୍ଵର ସୀମାନ୍ତବର୍ତ୍ତୀ ଉଦଳା ଓ ବେତନଟୀ ଏସଡିପିଓ, ସମସ୍ତ ଥାନା ଅଧିକାରୀ, ଅଫିସର ଓ କର୍ମଚାରୀ ମଧ୍ୟ ଶୁକ୍ରବାର ରାତିରୁ ଦୁର୍ଘଟଣା ସ୍ଥଳରେ ପହଞ୍ଚି ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ଜଡ଼ିତ ରହିଛନ୍ତି। ଜିଲ୍ଲାର ଅନେକ ସ୍ବେଚ୍ଛାସେବୀ ସଂଗଠନ, ରାଜନୈତିକ ଦଳର କର୍ମୀ ବାହାନଗା ଠାରୁ ଆରମ୍ଭ କରି ବାଲେଶ୍ଵର ପର୍ଯ୍ୟନ୍ତ ସେବା ଯୋଗାଇଛନ୍ତି।
ବାହାନଗା ରେଳ ଦୁର୍ଘଟଣା: ଫଟୋ ଧରି ଗ୍ରାମ ପାଖର ଭାଇକୁ ଖୋଜୁଛନ୍ତି ଆଲମ୍
ଭୁବନେଶ୍ବର: ‘ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ’ ବୋଲି କୁହାଯାଏ। ହେଲେ ଅପରିଚିତ ଲୋକଙ୍କୁ, ଅଜଣା ସ୍ଥାନରେ, ଅଚିହ୍ନା ଲୋକମାନେ ସହାୟତାର ହାତ ବଢାଇବା ଚିଶ୍ଚିତ ଭାବରେ ଏକ ହୃଦୟସ୍ପର୍ଶୀ କଥା। ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା। ନିଜର ଭାଇ ଓ ସମ୍ପର୍କୀୟଙ୍କୁତ ପାଇଗଲେ ହେଲେ ଗାଁ ପାଖର ଜଣେ ଭାଇଙ୍କୁ ଖୋଜିବାକୁ ହସପିଟାଲରେ ପହଞ୍ଚିଥିଲେ। ଟ୍ରେନ୍ ଦୁର୍ଘଟଣାରେ କାହାର ଜୀବନ ଯାଇଛି ତ ପୁଣି କିଏ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏମିତିକି ଆହୁରି କିଛି ଲୋକଙ୍କର ଏଯାଏଁ ସନ୍ଧାନ ମିଳିନି।
ଏପରି ସ୍ଥଳେ ରାଜମିସ୍ତ୍ରୀ କାମ ପାଇଁ ଚେନ୍ନାଇ ଯାଉଥିବା ଜଣେ ବ୍ୟକ୍ତିତ୍ବ ସନ୍ଧାନ ମିଳିପାରୁନି। ‘ମୋର ନିଜ ଲୋକ ମିଳିଯାଇଛନ୍ତି, ସେମାନେ ଚିକିତ୍ସିତ ହେଉଛନ୍ତି। ହେଲେ ଆମ ଗାଁର ମୋର ଜଣେ ଭାଇ ପରି ପତକୁରୁର ସନ୍ଧାନ ମିଳିପାରୁନି। ତାଙ୍କ ଘର ଲୋକ ମଧ୍ୟ ଖୋଜି ଖୋଜି ନୟାନ୍ତ ହୋଇଗଲେଣି।‌ ଯେଉଁଠି ଦୁର୍ଘଟଣା ହୋଇଥିଲା ସେଠାରେ ମଧ୍ୟ ଖୋଜୁଛି ଏବଂ ହସପିଟାଲରେ ମଧ୍ୟ ବୁଲି ବୁଲି ଖୋଜୁଛୁ। ହେଲେ କିଛି ସନ୍ଧାନ ମିଳୁନି। ତେଣୁ ମୁଁ ଫଟୋ ଧରି ଲୋକମାନଙ୍କୁ ପଚାରୁଛି’ ବୋଲି ଆଲମ୍ କହିଛନ୍ତି।
ଟ୍ରିପଲ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ସୂଚନା ମୁତାବକ ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୮୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧ ହଜାରରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି ବୋଲି କୁହାଯାଉଛି। ତେବେ ସରକାରୀ ସୂଚନା ଅନୁସାରେ ୨୬୧ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ତେବେ ଏହି ଦୁର୍ଘଟଣା ନେଇ ଅନେକ ପ୍ରଶ୍ନ ଏବେ ସମଗ୍ର ଦେଶବାସୀଙ୍କ ମନରେ ଉଙ୍କି ମାରୁଛି। ଏହି ଦୁର୍ଘଟଣାକୁ ଭାରତର ସବୁଠୁ ବଡ଼ ଟ୍ରେନ୍‌ ଦୁର୍ଘଟଣା ମଧ୍ୟରୁ ଗୋଟିଏ ବୋଲି କୁହାଯାଉଥିବା ବେଳେ କେମିତି ଘଟିଲା ଏହି ଦୁର୍ଘଟଣା। ଟେକ୍ନିକାଲ୍ ତୃଟି ନା ମନୁଷ୍ୟକୃତ ଭୁଲ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଦେବଦୂତ ସାଜିଲେ ରାଜ୍ୟର ଅନେକ ସ୍ବେଛାସେବୀ, ଯୋଗାଇ ଦେଉଛନ୍ତି ୟୁନିଟ୍ ୟୁନିଟ୍ ରକ୍ତ
ବାଲେଶ୍ବର/ବୌଦ୍ଧ: ‘ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ’ ବୋଲି କୁହାଯାଏ। ହେଲେ ଅପରିଚିତ ଲୋକଙ୍କୁ, ଅଜଣା ସ୍ଥାନରେ, ଅଚିହ୍ନା ଲୋକମାନେ ସହାୟତାର ହାତ ବଢାଇବା ଚିଶ୍ଚିତ ଭାବରେ ଏକ ହୃଦୟସ୍ପର୍ଶୀ କଥା। ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା। ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା କରମଣ୍ଡଳ ଏକ୍ସପ୍ରେସ୍ ଏବଂ ହାୱଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍ ଦୁର୍ଘଟଣାର ଛାତିଥରା ଖବର ଚାରିଆଡେ କ୍ଷୀପ୍ରବେଗରେ ବ୍ୟାପି ଯାଇଥିଲା। ପ୍ରଶାସନ ସହ ସ୍ଥାନୀୟ ଲୋକମାନେ ମଧ୍ୟ ଉଦ୍ଧାର କାର୍ଯ୍ୟ ଲାଗି ଅଣ୍ଟା ଭିଡ଼ିଥିଲେ। ଦୁର୍ଘଟଣାରେ ମୃତକ ସଂଖ୍ୟା ସହିତ ଆହତ ତାଲିକା ଲମ୍ବି ଚାଲିଥିଲା। ରାତି ଯେତେ ବଢୁଥିଲା ସେତେ ଅଧିକ ଆହତଙ୍କୁ ଟ୍ରେନ୍ ତଳୁ ଉଦ୍ଧାର କରା ଯାଉଥିଲା। ଶହଶହ ସଂଖ୍ୟକ ଆହତଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଉଥିଲା। ଆହତଙ୍କ ଚିକିତ୍ସା ପାଇଁ ଶତାଧିକ ୟୁନିଟ୍ ରକ୍ତ ଆବଶ୍ୟକ ହୋଇଥିଲା। ଏନେଇ ଗଣମାଧ୍ୟମରେ ଅନେକ ଅନୁରୋଧଭିତ୍ତିକ ପୋଷ୍ଟ ଶେୟାର କରା ଯାଇଥିଲା।
ଏଭଳି ଜରୁରୀକାଳୀନ ସମୟରେ ଦେବଦୂତ ସାଜି ଆଗେଇ ଆସିଛନ୍ତି ଅନେକ ଯୁବଗୋଷ୍ଠୀ। ଶହଶହ ସଂଖ୍ୟାକ ଯୁବକ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ବିନାଦ୍ବିଧା, ସ୍ବଇଚ୍ଛାରେ ରକ୍ତଦାନ କରିଥିଲେ। ସେମାନଙ୍କ ପ୍ରଚେଷ୍ଟାରେ ଶୁକ୍ରବାର ରାତି ମଧ୍ୟରେ ପ୍ରାୟ ୫୦୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇ ପାରିଥିଲା। ସ୍ଥାନୀୟ ଲୋକଙ୍କର ଏଭଳି ନିସ୍ବାର୍ଥ ସହାୟତାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରଶଂସା କରିଛନ୍ତି। ‘ଏହି ରେଳ ଦୁର୍ଘଟଣା ମୋତେ ଗଭୀର ଭାବରେ ମର୍ମାହତ କରିଛି। ସ୍ଥାନୀୟ ପ୍ରଶାସନ ଏବଂ ଲୋକଙ୍କ ସହାୟତାରେ ଅନେକ ପିଡିତଙ୍କ ଜୀବନ ରକ୍ଷା ହୋଇ ପାରିଛି। ସାରା ରାତି ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ସ୍ଥାନୀୟ ଲୋକଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି’ ବୋଲି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଗଣମାଧ୍ୟମ ସାମ୍ନାରେ ମତପ୍ରକାଶ କରିଛନ୍ତି। ଏଭଳି କଠିନ ସମୟରେ ସ୍ବଇଚ୍ଛାରେ ରକ୍ତଦାନ କରିଥିବା ଯୁବ ସ୍ବେଚ୍ଛାସେବୀମାନଙ୍କୁ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ମଧ୍ୟ ଧନ୍ୟବାଦ ଜ୍ଞାପନ କରିଛନ୍ତି।
ଆଜି ବୌଦ୍ଧ ଜିଲ୍ଲାରୁ ମଧ୍ୟ କେତକ  ସ୍ବେଚ୍ଛାସେବୀ ମାନେ ରକ୍ତଦାନ କରିବା ନିମନ୍ତେ କଟକ ମେଡିକାଲ ଅଭିମୁଖେ ଯାଇଛନ୍ତି । ରକ୍ତଦାତା ସୁରେଶ ଦେହୁରୀଙ୍କ ନେତୃତ୍ୱରେ ସ୍ବେଛାସେବୀ ରଞ୍ଜନ ଦଳେଇ, ତନ୍ମୟ ବାନାର୍ଜୀ, ଶେଖ ମୁନା, ବବୁଲ ବେହେରା, ଟିକିନା ପ୍ରଧାନ, ଗଜେନ୍ଦ୍ର ଦାସ, ଗୌତମ ପ୍ରଧାନ,ଓ ପ୍ରଶାନ୍ତ ଦେହୁରୀ ପ୍ରମୁଖ କଟକ ବଡ଼ ମେଡିକାଲ ଯାଇ ରକ୍ତଦାନ କରିଛନ୍ତି । ଏମାନଙ୍କର ଏଭଳି ମହନୀୟ କାର୍ଯ୍ୟ ପାଇଁ ବିଭିନ୍ନ ବୁଦ୍ଧିଜୀବୀ ମହଲରୁ ପ୍ରଶଂସାର ସୁଅ ଛୁଟିଛି ।
ବାଲେଶ୍ବର: ବାଲେଶ୍ବର ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ନେଇ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ବାଲେଶ୍ବରଠାରୁ ୨୨ କି.ମି ଦୂର ବାହାନଗାଠାରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ଘଟିଛି ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ହାୱଡା ଯାଉଥିବା ଯଶୋବନ୍ତପୁର ସୁପରଫାଷ୍ଟ ଟ୍ରେନର ଦୁଇଟି ବଗି ଲାଇନ୍ଚ୍ୟୁତ ହେବାର କିଛି ସମୟ ମଧ୍ୟରେ ହାୱଡ଼ାରୁ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ ତା’ ଉପରେ ଚଢ଼ିଯିବାରୁ ୧୭ଟି ବଗି ଓଲଟି ପଡ଼ିଛି। ତେବେ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପଶ୍ଚିମବଙ୍ଗ ପୂର୍ବ ମେଦିନପୁର ଅଞ୍ଚଳର ସୁବ୍ରତ ପାଲଙ୍କ ପରିବାର। ସୁବ୍ରତ ତାଙ୍କ ପତ୍ନୀଙ୍କୁ ସାଙ୍ଗରେ ନେଇ ପୁଅର ଚିକିତ୍ସା ପାଇଁ ଚେନ୍ନାଇ ଯାଉଥିଲେ। ସେ ଖଡ଼ଗପୁରରୁ ଚେନ୍ନାଇ ଯାଉଥିଲେ।
ସୁବ୍ରତଙ୍କ କହିବା ଅନୁଯାୟୀ, ‘ବାଲେଶ୍ବର ଷ୍ଟେସନ୍ ପରେ ହଠାତ୍ ଟ୍ରେନ୍ ମଧ୍ୟରେ ଆମକୁ ଝଟ୍କା ଲାଗିଥିଲା। ଆମେ କିଛି ବୁଝିବା ପୂର୍ବରୁ ଟ୍ରେନ୍ ବଗି ଧୂଆଁ ହୋଇଯାଇଥିଲା। ଆମେ ଭାବିଥିଲୁ ଆଉ ବଞ୍ଚିବୁନି। ଏକ ଘଣ୍ଟା ପରେ ସ୍ଥାନୀୟ ଲୋକେ ଆମକୁ ଉଦ୍ଧାର କରିଥିଲେ’। ସୁବ୍ରତଙ୍କ ପତ୍ନୀ ଦେବଶ୍ରୀଙ୍କ କହିବା ଅନୁଯାୟୀ, ଯେତେଦିନ ପର୍ଯ୍ୟନ୍ତ ଆମେ ବଞ୍ଚିଥିବୁ ଆମେ ଏ ଛାତିଥରା ଦୃଶ୍ୟକୁ ଭୁଲିପାରିବୁନି। ଲୋକଙ୍କର କି ବିକଳ ରଡ଼ି, ଖଣ୍ଡବିଖଣ୍ଡିତ ଶରୀର ଏବେବି ଆମେ ସେଥିରୁ ବାହାରି ପାରିନୁ। ଯଦିଓ ଆମ ସମସ୍ତଙ୍କୁ ଅଳ୍ପ ବହୁତ ଆଘାତ ଲାଗିଛି କିନ୍ତୁ ଭଗବାନଙ୍କ ଆଶୀର୍ବାଦରୁ ଆମେ ସପରିବାର ଫେରି ଆସିଛୁ’।
କରମଣ୍ଡଳକୁ କାଳ ଶୁକ୍ରବାର: ୧୪ ବର୍ଷ ତଳର କାଳ ଶୁକ୍ରବାର ପରି ପୁଣି ଭୟଙ୍କର ଦୁର୍ଘଟଣା ଘଟିଛି କରମଣ୍ଡଳ ସହ
ଭୁବନେଶ୍ୱର: ପୁଣି ଦୁର୍ଘଟଣାର ଶିକାର ହୋଇଛି କରମଣ୍ଡଳ ଏକ୍ସପ୍ରେସ । ଓଡ଼ିଶାରେ କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣା ହେବା ଦ୍ୱିତୀୟ ଘଟଣା । ପୁଣି ମନେପକାଇ ଦେଲା ୨୦୦୯ର ଘଟଣା। ପୂର୍ବରୁ ୨୦୦୯ ମସିହାରେ ଯାଜପୁରରେ ଦୁର୍ଘଟଣାର ଶିକାର ହୋଇଥିଲା କରମଣ୍ଡଳ ଏକ୍ସପ୍ରେସ । ସେଦିନ ବି ଥିଲା ଶୁକ୍ରବାର । ୧୪ ବର୍ଷ ତଳର କାଳ ଶୁକ୍ରବାର ଆଜି ବି କରମଣ୍ଡଳ ସହ ଘଟିଛି। ବାଲେଶ୍ୱର ଜିଲ୍ଲା ବାହାନଗାରେ ବଡ଼ ଧରଣର ଟ୍ରେନ୍‌‌ ଦୁର୍ଘଟଣା ଘଟିଛି । ଏବେ ସୁଦ୍ଧା ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଆଗକୁ ମୃତ୍ୟୁ ସଂଖ୍ୟା ବଢିବ ବୋଲି କୁହାଯାଉଛି।
ତେବେ ଗତକାଲି ଦୁର୍ଘଟଣାର ଶିକାର ହୋଇଥିବା କରମଣ୍ଡଳ ଏକ୍ସପ୍ରେସ ଏହା ପୂର୍ବରୁ ମଧ୍ୟ ୧୪ ବର୍ଷ ତଳେ ସମାନ ଧରଣର ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଥିଲା। ରାତି ପ୍ରାୟ ୭ଟା ୩୦ରେ ଏହି ଦୁର୍ଘଟଣା ଘଟିଥିଲା । ଘଟଣାଚକ୍ରରେ ସେଦିନ ଥିଲା ଶୁକ୍ରବାର । ଫେବୃଆରୀ ୧୩, ୨୦୦୯ ଶୁକ୍ରବାର ଦିନ କରମଣ୍ଡଳ ଏକ୍ସପ୍ରେସ ଯାଜପୁର ରୋଡ ନିକଟରେ ଦୁର୍ଘଟଣାର ଶିକାର ହୋଇ ୧୬ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୧୬୧ ଜଣ ଆହତ ହୋଇଥିଲେ। ଟ୍ରେନଟି ଦ୍ରୁତ ଗତିରେ ହାଓଡ଼ାରୁ ଚେନ୍ନାଇ ଅଭିମୁଖେ ଯାଉଥିବାବେଳେ ୧୩ଟି ବଗି ଲାଇନଚ୍ୟୁତ ହୋଇଥିଲା ଆଉ ଏଥିରେ ୧୧ଟି ସୁପର ଓ ଦୁଇଟି ଜେନେରାଲ୍‌‌ ବଗି ଥିଲା। ଗତକାଲି ବି ସେହିଭଳି ଦୁର୍ଘଟଣା ଘଟିଛି । ଭୟଙ୍କର, ମର୍ମନ୍ତୁଦ ଓ ହୃଦୟ ବିଦାରକ ଘଟଣା । ମୃତାହତଙ୍କ ସଂଖ୍ୟା ବେଶ୍‌ କେଇ ଗୁଣା ଅଧିକ ।