Balasore Train Accident - The Sakala
ବାଲେଶ୍ୱର: ୨ ଜୁନ୍‌‌ ୨୦୨୩ ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିଲା ଛାତିଥରା ଟ୍ରେନ୍‌‌ ଟ୍ରାଜେଡି। ବାହାନଗାରେ ଘଟିଥିଲା ଶତାବ୍ଦୀର ବଡ଼ ରେଳ ଦୁର୍ଘଟଣା । କେହି କିଛି ବୁଝିବା ଆଗରୁ କିଛି କ୍ଷଣ ମଧ୍ୟରେ ତିନିଟି ଟ୍ରେନ୍‌‌ ଧକ୍କା ହୋଇ ଦୁର୍ଘଟଣା ଘଟିଥିଲା। ସାମ୍ନାସାମ୍ନି ଧକ୍କା ହୋଇଥିଲା ଦୁଇଟି ଏକ୍ସପ୍ରେସ ଆଉ ଏକ ମାଲବାହୀ ଟ୍ରେନ୍ । ମାଲବାହୀ ଟ୍ରେନ୍, କରମଣ୍ଡଳ ଏକ୍ସପ୍ରେସ ଓ ଯଶୋବନ୍ତପୁର ଏକ୍ସପ୍ରେସ ମଧ୍ୟରେ ଦୁର୍ଘଟଣା ଘଟି ଛାରଖାର ହୋଇଯାଇଥିଲା ଅନେକ ଧାନ ଜୀବନ । ଏହି ଭୟଙ୍କର ଟ୍ରେନ ଟ୍ରାଜେଡିରେ ଚାଲିଯାଇଥିଲା ୨୮୮ରୁ ଅଧିକ ଯାତ୍ରୀଙ୍କ ଜୀବନ । ଓଡିଶା ମାଟିରେ ଘଟିଥିବା ସବୁଠୁ ବଡ଼ ଟ୍ରେନ ଦୁର୍ଘଟଣାରେ ୯୦୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ସେହି କାଳରାତ୍ରିକୁ ଏବେ ବର୍ଷେ ପୂରିଛି। ହେଲେ ସେହି ରାତିର ଭୟଙ୍କର, ଲୋମଟାଙ୍କୁରା ଦୃଶ୍ୟକୁ ମନେ ପକାଇଲେ ଅଜଣା ଭୟ ସୃଷ୍ଟି ହେଉଛି।
ଦକ୍ଷିଣ ପୂର୍ବ ରେଳବାଇର ଖଡଗପୁର ରେଳ ଡିଭିଜନ ଅର୍ନ୍ତଗତ ବାଲେଶ୍ୱର ଜିଲ୍ଲାର ବାହାନଗାଠାରେ ୨୦୨୩ ଜୁନ ଦୁଇ ତାରିଖ ସନ୍ଧ୍ୟା ୬.୪୦ରେ ଘଟିଥିଲା ଏହି ଛାତିଥରା ଟ୍ରେନ ଦୁର୍ଘଟଣା। ଦୁଇ ନମ୍ବର ଟ୍ରାକରେ ଯାଉଥିବା କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ ପ୍ରଥମେ ଉକ୍ତ ଟ୍ରାକରେ ଥିବା ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା। ଏହି ଧକ୍କାଟି ଏତେ ଭୟଙ୍କର ଥିଲା ଯେ ଅନ୍ୟ ଏକ ଟ୍ରାକରେ ଆସୁଥିବା ଯଶୋବନ୍ତପୁର ହାୱଡା ଏକ୍ସପ୍ରେସ ଟ୍ରେନର ଶେଷ ଦୁଇଟି ବଗିରେ ବାଜିଥିଲା। ଯାହାକି ଦୀର୍ଘ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ଘୋଷାରି ହୋଇଯାଇଥିଲା। ଫଳରେ ବଗି ଉପରେ ବଗି ଚଢ଼ିଯାଇଥିଲା। ଏପରିକି ରେଳ ଟ୍ରାକରୁ ବଗି ଛିଟିକି ଯାଇ ନୟନଯୋଡିକୁ ପଡ଼ିଥିବା ବେଳେ ବହୁ ଯାତ୍ରୀ ସେଥିରେ ଚାପି ହୋଇ ରହି ଯାଇଥିଲେ। ଦୁର୍ଘଟଣାରେ ୯ଶହରୁ ଅଧିକ ଯାତ୍ରୀ ଆହତ ହେବା ସହ ପାଖାପାଖି ୨୮୮ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲେ। ଏହି ଦୁର୍ଘଟଣାରେ ପାଖାପାଖି ୧୭ଟି ବଗି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରେ ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ନେତାମନ୍ତ୍ରୀ ଏବଂ ରେଳ ବିଭାଗର ବରିଷ୍ଠ କର୍ମକର୍ତ୍ତା ପହଞ୍ଚିଥିଲେ। ଉକ୍ତ ରେଳ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୀର୍ଘ ୨ ମାସ ଧରି ଯାତାୟାତ ଠପ ହୋଇପଡ଼ିଥିଲା।
ବାହାନଗା ଟ୍ରେନ୍‌ ଟ୍ରାଜେଡି : ଗିରଫ ୩ ରେଳ ଅଧିକାରୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ କଲା ସିବିଆଇ
ଭୁବନେଶ୍ବର :ବାଲେଶ୍ୱର ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ମାମଲାରେ ଏବେ ସିବିଆଇ ଚାର୍ଜସିଟ୍ ଦାଖଲ କରିଛି। ଟ୍ରେନ୍ ଦୁର୍ଘଟଣା ମାମଲାରେ ଗିରଫ ୩ ରେଳ ଅଧିକାରୀଙ୍କ ନାଁରେ ଭୁବନେଶ୍ୱରରେ ସ୍ପେଶାଲ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି  ତଦନ୍ତକାରୀ ସଂସ୍ଥା ସିବିଆଇ । ସୂଚନା ଅନୁଯାୟୀ ଏହି ତିନି ରେଳ ଅଧିକାରୀଙ୍କ ବିରୋଧରେ ପ୍ରମାଣ ନଷ୍ଟ ଏବଂ ଉଦ୍ଦେଶ୍ୟ ବିହୀନ ହତ୍ୟା ଅଭିଯୋଗ ରୁଜୁ ହୋଇଛି ।
ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ସିବିଆଇ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଆମିର ଖାନ ଏବଂ ଟେକ୍ନିସିଆନ ପପୁ କୁମାରଙ୍କୁ ସିଆରପିସି ଦଫା ୩୦୪ ଏବଂ ୨୦୧ ଅଧୀନରେ ଗିରଫ କରିଥିଲା । ଟ୍ରେନ୍ ଦୁର୍ଘଟଣାର ତଦନ୍ତରୁ ସ୍ପଷ୍ଟ ହୋଇଥିଲା ଯେ ସିଗନାଲ୍ ଏବଂ ଯୋଗାଯୋଗ ବିଭାଗର କର୍ମଚାରୀଙ୍କ ଭୁଲ ଏବଂ ଅବହେଳା ଯୋଗୁଁ ଜୁନ୍ ୨ରେ ଏହି ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଥିଲା ।
ଚଳିତ ବର୍ଷ ଜୁନ୍ ୨ ସନ୍ଧ୍ୟାରେ ବାଲେଶ୍ବର ଜିଲ୍ଲାର ବାହାନାଗା ବଜାର ଷ୍ଟେସନରେ କରମଣ୍ଡଳ ଏକ୍ସପ୍ରେସ ହଠାତ୍ ଲୁପଲାଇନରେ ପଶି ସେଠାରେ ଠିଆ ହୋଇଥିବା ଏକ ମାଲ୍ ଗାଡ଼ିକୁ ଧକ୍କା ଦେଇଥିଲା। ସେହି ସମୟରେ ଡାଉନ୍ ଲାଇନରେ ଆସୁଥିବା ବେଙ୍ଗାଲୁରୁ-ହାଓ୍ବଡା ଏକ୍ସପ୍ରେସର ଶେଷ ଦୁଇ କୋଚ୍ ଓଲଟି ପଡ଼ିଥିବା କରମଣ୍ଡଳ ଏକ୍ସପ୍ରେସର କୋଚ୍‌ ସହ ଧକ୍କା ହୋଇଥିଲା । ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ୨୯୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିଲା । କେନ୍ଦ୍ର ରେଳ ମନ୍ତ୍ରଣାଳୟ ଏହି ଟ୍ରେନ ଟ୍ରାଜେଡି ପଛରେ ଷଡ଼ଯନ୍ତ୍ର ସନ୍ଦେହ କରି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।
ବାହାନଗା ଟ୍ରେନ୍ ଟ୍ରାଜେଡି: ଗିରଫ ୩ ଅଭିଯୁକ୍ତଙ୍କୁ ଆଉ ୪ ଦିନ ରିମାଣ୍ଡରେ ନେଲା ସିବିଆଇ
ଭୁବନେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ପୁଣି ରିମାଣ୍ଡରେ ଗଲେ ଗିରଫ ୩ ଅଭିଯୁକ୍ତ । ୩ ଅଭିଯୁକ୍ତଙ୍କୁ ଆଉ ୪ ଦିନ ରିମାଣ୍ଡରେ ନେଲା ସିବିଆଇ । ରିମାଣ୍ଡରେ ନେବାକୁ ଅନୁମତି ଦେଲେ ସ୍ପେଶାଲ କୋର୍ଟ । ୫ ଦିନିଆ ରିମାଣ୍ଡ ସରିବା ପରେ ଆଜି ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ତିନି ଅଭିଯୁକ୍ତ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହନ୍ତ, ସେକ୍ସନ ଇଞ୍ଜିନିୟର ଅମିର ଖାନ, ଟେକ୍ନସିଆନ ପପୁ କୁମାରଙ୍କୁ ଆହୁରି ୪ ଦିନ ପାଇଁ ଦ୍ବିତୀୟ ପର୍ଯାୟ ରିମାଣ୍ଡରେ ନେବ ସିବିଆଇ ।
ଅନ୍ୟପଟେ ଦୁଇ ଅଭିଯୁକ୍ତ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହନ୍ତ ଏବଂ ସେକ୍ସନ ଇଞ୍ଜିନିୟର ଅମିର ଖାନ ଜାମିନ ଆବେଦନ କରିଥିବା ସୂଚନା ରହିଛି । ପୂର୍ବରୁ ଅଭିଯୁକ୍ତଙ୍କୁ ଜେରା ପାଇଁ ସିବିଆଇ ୭ ଦିନିଆ ରିମାଣ୍ଡ ମାଗିଥିବା ବେଳେ କୋର୍ଟ ୫ ଦିନର ରିମାଣ୍ଡ ଅନୁମତି ଦେଇଥିଲେ । ଯାହା ଆଜି ଶେଷ ହୋଇଛି ।
ବାହାନଗା ଟ୍ରେନ ଟ୍ରାଜେଡି: ଚନ୍ଦକା ଥାନାରେ ଗିରଫ ୩ ଅଭିଯୁକ୍ତଙ୍କୁ ଜେରା କରୁଛି ସିବିଆଇର ୫ ଜଣିଆ ଟିମ୍
ଭୁବେନଶ୍ବର: ବାହାନଗା ଟ୍ରେନ ଦୁର୍ଘଟଣା ମାମଲାରେ ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କୁ ଚନ୍ଦକା ଥାନାରେ ଜେରା କରୁଛି ସିବିଆଇ ଟିମ୍ । ଗିରଫ ୩ ରେଳବାଇ କର୍ମଚାରୀଙ୍କୁ ସିବିଆଇର ୫ ଜଣିଆ ଟିମ୍ ପଚରାଉଚରା କରୁଛନ୍ତି । ୫ ଦିନିଆ ରିମାଣ୍ଡରେ ଅଛନ୍ତି ୩ ଅଭିଯୁକ୍ତ । ଭୁବନେଶ୍ବର ସିବିଆଇ କୋର୍ଟ ୩ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡ ଅନୁମତି ଦେଇଥିଲେ । ଗତକାଲି ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାନ୍ ଏବଂ ଟେକନିସିଆନ ପପୁ କୁମାରଙ୍କୁ ଗିରଫ କରିଥିଲା ସିବିଆଇ ।
ଦୁର୍ଘଟଣା ଦିନ କଣ ଘଟିଥିଲା? ସିଗନାଲରେ କେତେବେଳେ ତ୍ରୁଟି ଦେଖାଯାଇଥିଲା? ଏନେଇ ଅଧିକାରୀ ମାନେ କେତେବେଳେ ଜାଣିଲେ? ସମସ୍ୟାର ସମାଧାନ ପାଇଁ କଣ ପଦକ୍ଷେପ ନେଇଥିଲେ? ଏପରି ଅନେକ ପ୍ରଶ୍ନକୁ ନେଇ ଜେରା କରିପାରନ୍ତି ସିବିଆଇ ଅଧିକାରୀ । ୧୧ ତାରିଖରେ ଏମାନଙ୍କୁ ପୁଣି କୋର୍ଟରେ ହାଜର କରିବ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ।
କୋର୍ଟଙ୍କ ଅନୁମତି ମିଳିବା ପରେ କଡ଼ା ସୁରକ୍ଷାରେ ତିନି ଅଭିଯୁକ୍ତଙ୍କୁ ଭୁବନେଶ୍ୱର ସିବିଆଇ ଅଫିସକୁ ନିଆଯାଇଛି । ସେମାନଙ୍କ ବିରୋଧରେ ଗୁରୁତର ଅବହେଳାରୁ ସଙ୍ଗୀନ ଦୁର୍ଘଟଣା ଏବଂ ପ୍ରମାଣ ନଷ୍ଟ କରିଥିବା ଅଭିଯୋଗ ରହିଛି । ସିଗନାଲିଂ ତ୍ରୁଟି ଯୋଗୁଁ ଏଭଳି ଘଟଣା ଘଟିପାରେ ବୋଲି ତିନି ଅଭିଯୁକ୍ତ ପୂର୍ବରୁ ଜାଣିଥିଲେ । ତଥାପି ଏହାର ଠିକ୍ ପରିଚାଳନା ନେଇ ଦାୟିତ୍ବବାନ ନଥିଲେ । ଜୁନ ୨ରେ ସଂଧ୍ୟା ବେଳେ କରମଣ୍ଡଳ ଏକ୍ସପ୍ରେସ ବାହାନଗାରେ ଦୁର୍ଘଟଣା ଗସ୍ତ ହୋଇଥିଲା । ସିଗନାଲିଂ ଭୁଲ ଥିବାରୁ ଏକ ମାଲଗାଡିକୁ ଧକ୍କା ଦେଇଥିଲା ଟ୍ରେନ୍ । ଏଥିରେ ୨୯୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଦେଶର ସବୁଠୁ ବଡ଼ ଦୁର୍ଘଟଣା ମଧ୍ୟରୁ ଏହି ଦୁର୍ଘଟଣା ଅତି ଭୟଙ୍କର ଥିଲା । ଏଭଳି ଘଟଣାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ରେଳ ମନ୍ତ୍ରାଳୟ ସୁପାରିସ କରିଥିଲା । ତା’ପରଠାରୁ ସିବିଆଇ ବାହାନଗା ଆସିବା ସହ ବିଭିନ୍ନ ଦିଗରୁ ତଦନ୍ତ ଜାରି ରହିଥିଲା ।
ସିବିଆଇ କୋର୍ଟରେ ହାଜର ହେଲେ ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ ଗିରଫ ହୋଇଥିବା ୩ ଅଭିଯୁକ୍ତ
ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାରେ ୩ ଜଣ ରେଳ କର୍ମଚାରୀଙ୍କୁ ଗିରଫ କରିଛି ସିବିଆଇ । ବାଲେଶ୍ୱର ଜିଲା ବାହାନଗାର ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ମାମଲାର ତଦନ୍ତ କରୁଥିବା ସିବିଆଇ ଆଜି ବରିଷ୍ଠ ​ସେକ୍ସନ୍‌ ଇଂଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ୍‌ ଇଂଜିନିୟର ମହମ୍ମଦ ଅମୀର ଖାନ ଏବଂ ଟେକ୍‌ନିସିଆନ୍‌ ପପୁ କୁମାରଙ୍କୁ ଗିରଫ କରିଥିଲା । ଏହି ତିନି ଅଭିଯୁକ୍ତଙ୍କୁ ପ୍ରଥମେ କଡ଼ା ସୁରକ୍ଷା ମଧ୍ୟରେ କ୍ୟାପିଟାଲ ଡାକ୍ତରଖାନାରେ ଡାକ୍ତରୀ ଯାଞ୍ଚ ପରେ ସିବିଆଇ କୋର୍ଟରେ ହାଜର କରାଯାଇଛି । ତିନି ଅଭିଯୁକ୍ତଙ୍କୁ ୫ ଦିନ ରିମାଣ୍ଡରେ ନେବାପାଇଁ କୋର୍ଟରେ ଆବେଦନ କରିଛି ସିବିଆଇ । ଦୁର୍ଘଟଣାର ଠିକ୍ ୩୫ ଦିନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସିବିଆଇ । ସିଆରପିସି ୩୦୪ ଓ ୨୦୧ ଧାରାରେ ସେମାନଙ୍କୁ ଗିରଫ କରାଯାଇଛି । ମାମଲାରେ ସିବିଆଇ ତଦନ୍ତ କରୁଥିବା ବେଳେ ଏହା ପ୍ରଥମ କାର୍ଯ୍ୟାନୁଷ୍ଠାନ । ସେମାନଙ୍କ ବିରୋଧରେ ଗୁରୁତର ଅବହେଳାରୁ ସଙ୍ଗୀନ ଦୁର୍ଘଟଣା ଏବଂ ପ୍ରମାଣ ନଷ୍ଟ କରିଥିବା ଅଭିଯୋଗ ରହିଛି ।
ସିଗନାଲିଂ ତ୍ରୁଟି ଯୋଗୁଁ ଏଭଳି ଘଟଣା ଘଟିପାରେ ବୋଲି ତିନି ଅଭିଯୁକ୍ତ ପୂର୍ବରୁ ଜାଣିଥିଲେ । ତଥାପି ଏହାର ଠିକ୍ ପରିଚାଳନା ନେଇ ଦାୟିତ୍ବବାନ ନଥିଲେ । ଗତ ଜୁନ ୨ ତାରିଖ ସଂଧ୍ୟାବେଳେ କରମଣ୍ଡଳ ଏକ୍ସପ୍ରେସ ବାହାନଗାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସିଗନାଲିଂ ଭୁଲ ଥିବାରୁ ଏକ ମାଲଗାଡିକୁ ଧକ୍କା ଦେଇଥିଲା ଟ୍ରେନ୍ । ଏଥିରେ ୨୯୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଦେଶର ସବୁଠୁ ବଡ଼ ଦୁର୍ଘଟଣା ମଧ୍ୟରୁ ଏହି ଦୁର୍ଘଟଣା ଅତି ଭୟଙ୍କର ଥିଲା । ଏଭଳି ଘଟଣାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ରେଳ ମନ୍ତ୍ରାଳୟ ସୁପାରିସ କରିଥିଲା । ତାପରଠାରୁ ସିବିଆଇ ବାହାନଗା ଆସିବା ସହ ବିଭିନ୍ନ ଦିଗରୁ ତଦନ୍ତ ଜାରି ରହିଥିଲା ।
ବାହାନଗା ଟ୍ରେନ୍ ଟ୍ରାଜେଡି: ୩ ଜଣଙ୍କୁ ଗିରଫ କଲା CBI
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ ଦୁର୍ଘଟଣା ମାମଲାରେ ୩ ଜଣ ରେଳ କର୍ମଚାରୀଙ୍କୁ ଗିରଫ କଲା ସିବିଆଇ । ଦୁଇ ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ମହମ୍ମଦ ଅମିର ଖାନ୍‌ ଓ ଟେକନିସିଆନ ପପୁ କୁମାର ଗିରଫ ହୋଇଥିବା ସୂଚନା ମିଳିଛି । ସିଆରପିସି ୩୦୪ ଓ ୨୦୧ ଧାରାରେ ଏହି ୩ ଜଣଙ୍କୁ ସିବିଆଇ ଗିରଫ କରିଛି । ଗତ ଜୁନ ୨ ତାରିଖରେ ବାଲେଶ୍ୱର ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲା । ଏହି ହୃଦୟ ବିଦାରକ ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ମୋଟ ୨୯୩ ଜଣଙ୍କ ମୃତ୍ୟୁ ଘଟିଛି ।
ବାହାନଗା ଟ୍ରେନ୍ ଟ୍ରାଜେଡି: ଆସିଲା ତଦନ୍ତ ରିପୋର୍ଟ, ସିଗନାଲିଂ ଓ ଟେଲିକମ୍ୟୁନିକେସନ୍‌‌ ବିଭାଗର ଏକାଧିକ ତ୍ରୁଟି ଯୋଗୁଁ ଘଟିଲା ଦୁର୍ଘଟଣା
ଭୁବନେଶ୍ୱର: ସିଗାନଲ ଓ ଟେଲିକମ୍ୟୁନିକେସନ୍‌‌ ବିଭାଗର ଏକାଧିକ ତ୍ରୁଟି ଯୋଗୁଁ ବାହାନଗା ବଜାର ଷ୍ଟେସନ୍‌‌ରେ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଲା। ଅତୀତରେ ସିଗ୍‌‌ନାଲ ବ୍ୟବସ୍ଥା ମରାମତି ସମୟରେ ସିଗ୍‌‌ନାଲିଂ ସର୍କିଟ୍‌‌ ଏପଟ ସେପଟ କରାଯିବା ହେତୁ ଜୁନ୍‌‌ ୨ ତାରିଖ ସଂଧ୍ୟାରେ ତ୍ରୁଟିପୂର୍ଣ୍ଣ ସିଗ୍‌‌ନାଲ ମିଳିଥିଲା ଏବଂ କରମଣ୍ଡଳ ଟ୍ରେନ୍‌‌ ଭୁଲ ଲାଇନ୍‌‌ରେ ମାଡ଼ି ଯାଇ ଲୁପ୍‌‌ ଲାଇନ୍‌‌ରେ ପୂର୍ବରୁ ଛିଡ଼ା ହୋଇଥିବା ମାଲଗାଡ଼ୀ ସହିତ ଧକ୍କା ଖାଇଥିଲା। ବାହାନଗା ବଜାର ଟ୍ରେନ୍‌‌ ଦୁର୍ଘଟଣାର ତଦନ୍ତ କରି ରେଳ ସୁରକ୍ଷା ଆୟୁକ୍ତ ରେଳବୋର୍ଡକୁ ଦେଇଥିବା ରିପୋର୍ଟରେ ଏହା ଉଲ୍ଲେଖ କରିଛନ୍ତି। ଜୁନ୍‌‌ ୨୮ ତାରିଖ ଦିନ ଆୟୁକ୍ତ ବୋର୍ଡକୁ ତଦନ୍ତ ରିପୋର୍ଟ ପ୍ରଦାନ କରିଥିଲେ। ଆୟୁକ୍ତ ନିଜ ରିପୋର୍ଟରେ ଦୁର୍ଘଟଣାର କାରଣ ଉଲ୍ଲେଖ କରିବା ସହିତ କିଛି ପ୍ରତିକାର ପାଇଁ ସୁପାରିଶ କରିଛନ୍ତି।
ତଦନ୍ତ ରିପୋର୍ଟରେ ରେଳ ସୁରକ୍ଷା ଆୟୁକ୍ତ ବିଭିନ୍ନ ଦିଗ ଉପରେ ଅଙ୍ଗୁଳି ଉଠାଇଛନ୍ତି। ସୁରକ୍ଷିତ ଟ୍ରେନ୍‌‌ ଚଳାଚଳ ପାଇଁ ତ୍ରୁଟିବିହୀନ ସିଗ୍‌‌ନାଲ ବ୍ୟବସ୍ଥା ଏକାନ୍ତ ଆବଶ୍ୟକ। କିନ୍ତୁ ବାହାନଗା ବଜାର ଷ୍ଟେସନ୍‌‌ ପାଇଁ ଅନୁମୋଦିତ ସର୍କିଟ ଡାୟାଗ୍ରାମ୍‌‌ ଯୋଗାଣ ହୋଇ ନ ଥିଲା। ଇଏଲ୍‌‌ବି ପରିବର୍ତ୍ତନରେ ଏହି ସର୍କିଟ ଡାୟାଗ୍ରାମ୍‌‌ ଜରୁରୀ। ତେବେ ଏହି ନିୟମକୁ ଅଣଦେଖା କରାଯାଇଥିଲା। ସେଠାରେ ଥିବା ଲେବୁଲ କ୍ରସିଂ ଗେଟ୍‌‌ ସହିତ ଉକ୍ତ ସିଗନାଲ ବ୍ୟବସ୍ଥା ଜଡିତ। ଏହାର ମରାମତି ସମୟରେ ହିଁ ସବୁ ଗଡ଼ବଡ଼ ହୋଇଥିଲା। ସେହିପରି କ୍ଷେତ୍ର ପରିଦର୍ଶନ ଦାୟିତ୍ୱରେ ଥିବା କର୍ମଚାରୀଙ୍କ କାର୍ଯ୍ୟରେ ଅବହେଳା ମଧ୍ୟ ଏଥିପାଇଁ ଦାୟୀ। ବାହାନଗା ବଜାର ଷ୍ଟେସନ୍‌‌ର ଉତ୍ତର ଗୁମ୍‌‌ଟିରେ ମରାମତି ସମୟରେ ବ୍ୟାପକ ଅବହେଳା ହୋଇଥିବା କୁହାଯାଇଛି। ତଦନ୍ତ ରିପୋର୍ଟରେ ଦୁର୍ଘଟଣାଗ୍ରସ୍ତ ଟ୍ରେନ୍‌‌ର ଚାଳକ ଓ ସହଚାଳକ ଦେଇଥିବା ବୟାନକୁ ଉଲ୍ଲେଖ କରାଯାଇଛି। କେବଳ ସିଗାନଲ ବ୍ୟବସ୍ଥାରେ ଏପଟ ସେପଟ କରିବା ଏବଂ କାର୍ଯ୍ୟ ଠିକ୍‌‌ ଭାବେ ହୋଇ ନ ଥିବାରୁ ଏହି ଦୁର୍ଘଟଣା ଘଟିଲା। ଏଥିରେ ଟ୍ରାକ୍‌‌ରେ ତ୍ରୁଟି ନ ଥିଲା କିମ୍ବା ଦୁର୍ଘଟଣାରେ ତାହା କିଛି ଭୂମିକା ନାହିଁ ବୋଲି କୁହାଯାଇଛି। କ୍ରସ୍‌‌ଓଭରରେ ବାରମ୍ବାର ଅସ୍ୱାଭାବିକ ସ୍ଥିତି ସମ୍ପର୍କରେ ବାହାନଗା ବଜାର ଷ୍ଟେସନ୍‌‌ର ଷ୍ଟେସନ୍‌‌ ମାଷ୍ଟର ସେଠାକାର ସିଗ୍‌‌ନାଲ ଓ ଟେଲିକମ୍ୟୁନିକେସନ୍‌‌ କର୍ମଚାରୀଙ୍କୁ ଅବଗତ କରି ନ ଥିଲେ। ଏହା କରିଥିଲେ ହୁଏତ ତାହାର ମରାମତି ହୋଇପାରିଥାନ୍ତା ଏବଂ ଏତେ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରିଥାନ୍ତା। ତ୍ରୁଟିପୂର୍ଣ୍ଣ ସିଗନାଲ ହେତୁ କରୋମଣ୍ଡଳ ଏକ୍ସପ୍ରେସ୍‌‌ ଲୁପ୍‌‌ ଲାଇନ୍‌‌ରେ ମାଡ଼ିଯାଇ ମାଲବାହୀ ଟ୍ରେନ୍‌‌କୁ ଧକ୍କା ଦେଇ ପଡ଼ି ଯାଇଥିଲା। ଫଳରେ ବିପରିତ ଦିଗରୁ ଆସୁଥିବା ବେଙ୍ଗାଲୁରୁ ଏକ୍ସପ୍ରେସ୍‌‌ର ପଛ ଦୁଇ ବଗିକୁ ମଧ୍ୟ ଦେଇଥିଲା।
ରିପୋର୍ଟରେ କୁହାଯାଇଛି ଯେ ଏପରି ଦୁର୍ଘଟଣା ପରେ ପ୍ରଶମନ ପଦକ୍ଷେପ ଆହୁରି ତ୍ୱରାନ୍ୱିତ ହେବା ଜରୁରୀ। ରେଳ ଜୋନ୍‌‌ ମଧ୍ୟରେ ବିପର୍ଯ୍ୟୟ ପରିଚାଳନା ନେଇ ଉଦ୍ଦିଷ୍ଟ ବ୍ୟବସ୍ଥାର ସମୀକ୍ଷା କରିବା ପାଇଁ ରେଳ ବୋର୍ଡ ପଦକ୍ଷେପ ନେବା ଆବଶ୍ୟକ ବୋଲି କୁହାଯାଇଛି। ନିଜ ରିପୋର୍ଟରେ ଆୟୁକ୍ତ କିଛି ଗୁରୁତ୍ୱପୂର୍ଣ୍ଣ ସୁପାରିଶ କରିଛନ୍ତି। ରେଳ ବୋର୍ଡକୁ ଆୟୁକ୍ତ କହିଛନ୍ତି ଯେ ସିଗ୍‌‌ନାଲ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରିହେବା ଆବଶ୍ୟକ। ବ୍ୟବହୃତ ସିଗ୍‌‌ନାଲିଂ ସର୍କିଟରେ ପରିବର୍ତ୍ତନ କିରବା ପୂର୍ବରୁ ସର୍କିଟ୍‌‌ଗୁଡ଼ିକୁ ଭଲ ଭାବେ ଯାଞ୍ଚ କରାଯିବା ସହ ଅନୁମୋଦିତ ସର୍କିଟ୍‌‌ ଯୋଗାଣ ହେବା ଉଚିତ। ଏହି ସମୟରେ ବରିଷ୍ଠ ଅଧିକାରୀ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବେ। ଏହା ପରେ ସିଗ୍‌‌ନାଲ ଠିକ୍‌‌ ଭାବେ କାମ କରୁଛି କି ନାହିଁ ତାହା ସୁନିଶ୍ଚିତ କରିବା ନିମନ୍ତେ ଆଉ ଏକ ବିଶେଷଜ୍ଞ ଦଳଙ୍କୁ ଦାୟିତ୍ୱ ଦିଆଯିବା ଆବଶ୍ୟକ। ସିଗ୍‌‌ନାଲ ମରାମତି କାମରେ ନିୟୋଜନ ପୂର୍ବରୁ ସମ୍ପୃକ୍ତ କର୍ମଚାରୀଙ୍କୁ ବିସ୍ତୃତ ତାଲିମ ପ୍ରଦାନ କରିବା ସହ ଦକ୍ଷ କର୍ମଚାରୀଙ୍କ ପାଇଁ ପ୍ରମାଣପତ୍ର ଜାରି କରାଯାଉ। କେବଳ ପ୍ରମାଣପତ୍ର ଥିବା କର୍ମଚାରୀଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ ସମ୍ପର୍କରେ ରେଳବୋର୍ଡ ପଦକ୍ଷେପ ନେଉ। ସେହିପରି ଷ୍ଟେସନ୍‌‌ ଡାଟା ଲଗ୍‌‌ ବୁକ୍‌‌ରେ ଭିନ୍ନ ଭିନ୍ନ ରେକର୍ଡ ରହିବା ଉଚିତ ବୋଲି କୁହାଯାଇଛି।
ବାହାନଗା ଦୁର୍ଘଟଣା ପୀଡ଼ିତଙ୍କ ଅନୁକମ୍ପା ରାଶି ହାତେଇବାକୁ ଉଦ୍ୟମ; ଜାଲିଆତି କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବ ଓଡ଼ିଶା ପୁଲିସ
ଭୁବନେଶ୍ୱର: ବାହାନଗା ଟ୍ରେନ୍‌‌ ଦୁର୍ଘଟଣାରେ ଅଚିହ୍ନା ମୃତଦେହକୁ ନେଇ ସାଂଘାତିକ ଖେଳ ଖେଳାଯାଉଛି। ଏଭଳି ସମୟରେ ମାନବିକତା ଦେଖାଇବା ବଦଳରେ ସେମାନେ ଟଙ୍କା ପାଇଁ ଶବର ଆତ୍ମୀୟ ବୋଲି ଦାବି କରୁଛନ୍ତି। ଏଭଳି ଅଭିନୟ କରୁଛନ୍ତି, ଯାହାଦ୍ୱାରା ମୃତ ଦେହ ଚିହ୍ନଟ କରିବା ଦାୟିତ୍ୱରେ ଥିବା ଅଧିକାରୀ ମଧ୍ୟ ଜାଣିପାରୁନାହାନ୍ତି। ତେଣୁ ଏଭଳି ଚକ୍ରାନ୍ତ କରି ଅନୁକମ୍ପା ରାଶି ହାତେଇବାକୁ ଯୋଜନା କରିଥିବା କୁଚକ୍ରୀଙ୍କୁ ଓଡିଶା ପୁଲିସ ତାଗିଦ କରିଛି। ଏଭଳି ଅର୍ଥ ରାଶୀ ପାଇଁ ମିଛରେ ଯଦି କେହି ମୃତ ଦେହ ନିଜ ସମ୍ପର୍କୀୟଙ୍କ ବୋଲି ଦାବି କରନ୍ତି, ତେବେ ପ୍ରମାଣ ମିଳିଲେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ ବୋଲି କୁହାଯାଇଛି। ବିଶେଷ କରି ବାଲେଶ୍ୱର ଜିଆରପି ଥାନାକୁ ଏଭଳି ଜାଲିଆତି କରୁଥିବା ଏକାଧିକ ଲୋକେ ଆସୁଛନ୍ତି। ପୁଲିସ ମୃତକଙ୍କ ଆଧାରକାର୍ଡ ମାଗିବା ସହ, ରାସନ କାର୍ଡ ଏବଂ ଦାବି କରୁଥିବା ବ୍ୟକ୍ତିଙ୍କୁ ଆଧାରକାର୍ଡ ମାଗୁଛନ୍ତି।
ଗତକାଲି ମଧ୍ୟ ବାଲେଶ୍ୱର ଜିଆରପି ଥାନାରେ ହଠାତ ପହଞ୍ଚି କାନ୍ଦବୋବାଳି କରିଥିଲେ ଜଣେ ମହିଳା। ନିଜ ସ୍ୱାମୀ କରମଣ୍ଡଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରକାଶ କରିଥିଲେ ବଡମ୍ୱା ଥାନା ଅଞ୍ଚଳର ଗୀତାଞ୍ଜଳି ଦାସ। ସ୍ୱାମୀ ବିଜୟନ ଦତ୍ତଙ୍କର ରେଳ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ନେଇ ମିଛ କହିଥିଲେ। ଏମିତିକି ଏକ ଶବ ଉପରୁ ଧଳା କପଡ଼ା ଉଠାଇ ନିଜ ସ୍ୱାମୀ ବୋଲି ଦର୍ଶାଇଥିଲେ। ପରେ ସ୍ୱାମୀଙ୍କ ଆଧାରକାର୍ଡ ସହିତ, ପୂର୍ବ ଫଟୋ, ଏବଂ ସ୍ୱାମୀଙ୍କ ନାମ ଥାଇ ଆଧାର କାର୍ଡ ମାଗିବା ପରେ ଅକଳରେ ପଡ଼ିଯାଇଥିଲା ଠକ ମହିଳା। ପଚରାଉଚରା ପରେ ସମ୍ପୃକ୍ତ ମହିଳାଙ୍କର ଚାଲବାଜି ଧରାପଡ଼ିଯାଇଥିଲା। ପରେ ଜିଆରପି ତାଙ୍କୁ ଅଟକ ରଖିଥିବାବେଳେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ମହିଳା। ଏହି ଘଟଣା ପରେ ଶବ ଚିହ୍ନଟ ପ୍ରକ୍ରିୟାକୁ ଅଧିକ କଡା କରି ଦିଆଯାଇଛି। ମୃତକଙ୍କ ସମ୍ପର୍କୀୟ ସମସ୍ତ ପ୍ରମାଣ ଦେଖାଇବା ପରେ ଶବ ହସ୍ତାନ୍ତର କରାଯିବା ସହ ଅନୁକମ୍ପା ରାଶି ଦିଆଯାଉଛି।
ବାହାନଗା ଟ୍ରେନ ଟ୍ରାଜେଡ଼ି: ରେଳଲାଇନ ପାର୍ଶ୍ବରୁ ୪୮ ଘଣ୍ଟା ପରେ ଉଦ୍ଧାର ହେଲେ ଜଣେ ଜୀବିତ ଯୁବକ
ବାଲେଶ୍ୱର/ବାହାନଗା/ସୋର: ମର୍ମନ୍ତୁଦ ବାହାନଗା ରେଳ ଦୁର୍ଘଟଣାକୁ ୪୮ ଘଣ୍ଟା ବିତିଲାଣି। ଉଦ୍ଧାର କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଥିଲା; କିନ୍ତୁ ବାହାନଗା ରେଳଲାଇନ ପାର୍ଶ୍ବରୁ ଜୀବିତ ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି। କଥାରେ ଅଛି ‘ରଖେ ହରି, ମାରେ କିଏ’? ଆଜି ଅପରାହ୍ଣରେ ହଠାତ୍‌‌ ରେଳ ସୁରକ୍ଷା ବାହିନୀ ନଜରରେ ପଡ଼ିଥିଲେ ଯୁବକ ଜଣକ; କିନ୍ତୁ ଦୁର୍ଘଟଣା ଭୟରେ ଯୁବକ ଜଣକ ନିର୍ବାକ ହୋଇଯାଇଥିଲେ। କଥା ହେବାକୁ ଶକ୍ତି ମଧ୍ୟ ନ ଥିଲା। ହେଲେ ରେଳ ଲାଇନ କଡ଼ରେ ପଡ଼ିଥିବା ଯୁବକଙ୍କୁ ଦେଖିଥିଲେ କାମ କରୁଥିବା କର୍ମଚାରୀ। ପରେ ଯୁବକ ଜଣକୁ ଆରପିଏଫ ଉଦ୍ଧାର କରି ପ୍ରଥମେ ନିକଟସ୍ଥ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରାଯାଇଛି। ଦୀର୍ଘ ୪୮ ଘଣ୍ଟା କାଳ ଯୁବକ ଜଣକ ନଖାଇ ନପିଇ ଜୀବନ ମରଣ ସହ ସଂଗ୍ରାମ କରୁଥିଲେ।
ଯୁବକ ଜଣକ ଆସାମର ହାଉରାଘାଟ ଥାନା ଉତ୍ତର ବରବିଲ ଅଞ୍ଚଳର ଧୋଲାଲ ବୋଲି ଜଣାପଡ଼ିଛି। ସେ ଜଣେ ନିର୍ମାଣ ଠିକାଦାରଙ୍କ ପାଖରେ କାମ କରିବାକୁ ୬/୭ ଜଣ ଯୁବକ ସହିତ ଯାଉଥିଲେ। ସେମାନେ ହାୱଡ଼ାରୁ କରମଣ୍ଡଳ ଏକ୍ସପ୍ରେସ୍‌‌ରେ ଆସୁଥିଲେ। କିନ୍ତୁ ବାହାନଗା ନିକଟରେ ଟ୍ରେନ ଦୁର୍ଘଟଣା ପରେ ସେମାନେ ଅଲଗା ହୋଇଯାଇଥିଲେ। ଅନ୍ୟ ସାଥୀମାନେ କୁଆଡ଼େ ଗଲେ ସେନେଇ ତାଙ୍କ ପାଖରେ କିଛି ସୂଚନା ମଧ୍ୟ ନାହିଁ। ତାଙ୍କୁ ସୋର ଡାକ୍ତରଖାନାରୁ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତେବେ ଯୁବକ ଜଣକ ଦୁର୍ଘଟଣା ପରେ ଭୟଭୀତ ହୋଇଯାଇଥିବାରୁ ସହାୟତା ପାଇଁ କାହାକୁ ଡାକି ପାରି ନ ଥିଲେ। ଉଦ୍ଧାର କାର୍ଯ୍ୟ ସରିଥିବା ନେଇ ରେଳ ବିଭାଗ କହୁଥିବା ବେଳେ ଜଣେ ଜୀବନ୍ତ ଯାତ୍ରୀ ଦୁର୍ଘଟଣାସ୍ଥଳରୁ ଉଦ୍ଧାର ହେବା ଘଟଣା ସମସ୍ତଙ୍କୁ ଚକିତ କରିଛି।
ରେଳ ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନାରେ ଭେଟିଲେ ରେଳମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ
ଭଦ୍ରକ: ଆଜି ମଧ୍ୟାହ୍ନରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରେଳ ଦୁର୍ଘଟଣାରେ ଚିକିତ୍ସାଧୀନ ଥିବା ଆହତଙ୍କୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭେଟି ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଲେ। ଆହତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ପାଇଁ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ। ଅନ୍ୟପକ୍ଷରେ ସୁସ୍ଥ ହେଉଥିବା ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ତାଙ୍କ ଘରକୁ ନେବା ପାଇଁ ରେଳ ବିଭାଗ ତରଫରୁ ବ୍ୟବସ୍ଥା କରାଯାଉଛି।
ଚିକିତ୍ସା ସେବାରେ ନିୟୋଜିତ ଥିବା ଡାକ୍ତର, ନର୍ସ, ପାରା ମେଡିକାଲ କର୍ମଚାରୀ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ଏବଂ ଆହତଙ୍କ ମନୋବଳକୁ ମଜଭୂତ୍ କରିବାରେ ସହଯୋଗୀ ହୋଇଥିବା ବାଲେଶ୍ୱର ଓ ଭଦ୍ରକର ଜନସାଧାରଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଥିଲେ। ମନ୍ତ୍ରୀ ଙ୍କ ସହ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ଡାକ୍ତର ପ୍ରଦୀପ ନାୟକ ଓ ବଦ୍ରୀ ଧଳ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ରେଳ ଦୁର୍ଘଟଣାରେ ଶିକାର ହୋଇ ୧୨୬ଆହତ ଯାତ୍ରୀ ଭଦ୍ରକ ଡାକ୍ତରଖାନାରେ ଦାଖଲ ହୋଇଥିଲେ। ଏବେ ୩୭ଜଣ ଚିକିତ୍ସାଧୀନ ଅଛନ୍ତି।
ବାହାନଗା ଟ୍ରେନ ଦୁର୍ଘଟଣା ସମ୍ପର୍କୀତ ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଫୋନରେ କଥାହେଲେ ମୁଖ୍ୟମନ୍ତ୍ରୀ ନବୀନ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାହାନଗାରେ ହୋଇଥିବା ଦୁର୍ଘଟଣାର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ମୋଦୀଙ୍କୁ ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ବିପଦ ସମୟରେ ଲୋକଙ୍କୁ ସହାୟତା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ମୋଦୀ ।
ବାହାନଗା ଟ୍ରେନ ଟ୍ରାଜେଡି ସାରାଦେଶକୁ ସ୍ତବ୍ଧ କରିଥିବା ବେଳେ ଓଡ଼ିଶା ସରକାରଙ୍କ ରିଲିଫ ଓ ଉଦ୍ଧାର କାର୍ଯ୍ୟକୁ ସବୁଆଡେ ପ୍ରଶଂସା କରାଯାଉଛି । ଏବେ ଉଦ୍ଧାର କାର୍ଯ୍ୟ ସରିଥିବା ବେଳେ ଟ୍ରାକରୁ ବଗି ହଟାଇବା କାମ ଶେଷ ହୋଇଛି। ସଂପୃକ୍ତ ରୁଟରେ ଟ୍ରେନ ଚଳାଚଳ ସ୍ବାଭାବିକ ପାଇଁ ଉଦ୍ୟମ ଚାଲିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇ ବର୍ତ୍ତମାନର ସ୍ଥିତି ସଂପର୍କରେ ଅବଗତ କରାଇଛନ୍ତି। ଦୁର୍ଘଟଣାରେ ଆହତ ଯାତ୍ରୀଙ୍କ ଚିକିତ୍ସା ନେଇ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରକାଶ କରିଛି।
ଆହତମାନଙ୍କ ଜୀବନ ବଞ୍ଚାଇବାକୁ ଚେଷ୍ଟା ଚାଲିଛି ବୋଲି ନବୀନ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ । ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାର ଓ ଓଡ଼ିଶା ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି।
ବାହାନଗା ଭୟଙ୍କର ଟ୍ରେନ୍ ଦୁର୍ଘଟଣା: ବିପର୍ଯ୍ୟୟ ପରିଚାଳନାର ଅନ୍ୟ ଏକ ଉଦାହରଣ, ଓଡ଼ିଶାକୁ ପ୍ରଶଂସାର ସୁଅ
ବିପର୍ଯ୍ୟୟ କେତେବେଳେ କେଉଁ ରୂପରେ ଆସିବ ତାହା ପୂର୍ବାନୁମାନ କଷ୍ଟକର। ବାତ୍ୟା, ବନ୍ୟା ପରି ବିପର୍ଯ୍ୟୟ ସମ୍ପର୍କରେ ହୁଏତ ପୂର୍ବ ସୂଚନା ମିଳିପାରେ; ମାତ୍ର ବାହାନଗା ବଜାରରେ ଘଟିଥିବା ଆକସ୍ମିକ ଦୁର୍ଘଟଣା ପରିଚାଳନାରେ ବିଶେଷ ସହାୟକ ହୋଇଛି ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ପ୍ରାକ୍‌‌ ପ୍ରସ୍ତୁତି ଓ ପୂର୍ବ ଅଭିଜ୍ଞତା। ଦୁର୍ଘଟଣା ଘଟିବାର କେଇ ମିନିଟ୍‌‌ ମଧ୍ୟରେ ରାଜ୍ୟ ସରକାର ତୁରନ୍ତ ଉଦ୍ଧାର ଓ ଥଇଥାନ ପାଇଁ ଯେପରି ପଦକ୍ଷେପ ଗ୍ରହଣ କରିଛନ୍ତି ତାହାକୁ ସାରା ଦେଶ ପ୍ରଶଂସା କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ମନ୍ତ୍ରକୁ କାର୍ଯ୍ୟକାରୀ କରିବାରେ ଓଡ଼୍ରାଫ୍‌‌ ଓ ଓସଡ଼ମା ଯେପରି ତ୍ୱରିତ ପଦକ୍ଷେପ ଗ୍ରହଣ କରିଛି ତାହାକୁ ଯାତ୍ରୀମାନେ ମଧ୍ୟ ଭୁରିଭୁରି ପ୍ରଶଂସା କରିଛନ୍ତି। ସ୍ଥାନୀୟ ଜନସାଧାରଣ, ସ୍ୱେଚ୍ଛାସେବୀ, ବିଜୁ ଯୁବ ବାହିନୀ, ‘ଓଡ଼ିଶା-ମୋ ପରିବାର’ର ସଦସ୍ୟଙ୍କ ସହ ମିଶି ଓଡ଼୍ରାଫ୍‌‌ ଓ ଓସଡ଼ମାର ଜବାନଙ୍କ ଆପତକାଳୀନ କାର୍ଯ୍ୟ ଅନେକ ଯାତ୍ରୀଙ୍କ ଜୀବନ ରକ୍ଷା କରିବାରେ ସକ୍ଷମ ହୋଇଛି। ଯାହାକୁ ରାଜ୍ୟ ସହ ଦେଶ ଓ ଅନ୍ତର୍ଜାତୀୟସ୍ତରରେ ମିଳିଛି ପ୍ରଶଂସା। ଆନ୍ତର୍ଜାତୀୟ ଗଣମାଧ୍ୟମ ବିବିସି ମଧ୍ୟ ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ତ୍ୱରିତ ବୋଲି ଉଲ୍ଲେଖ କରିଛି। ସନ୍ଧ୍ୟା ୭ଟାରେ ଦୁର୍ଘଟଣା ଘଟିବା ପରେ ମାତ୍ର ୧୫ ମିନିଟ୍‌‌ ମଧ୍ୟରେ ଯାତ୍ରୀମାନଙ୍କୁ ଉଦ୍ଧାର ଓ ଚିକିତ୍ସା ନିମନ୍ତେ ପଦକ୍ଷେପ ପ୍ରଶଂସନୀୟ ବୋଲି ଜାତୀୟ ଗଣମାଧ୍ୟମଗୁଡ଼ିକ ମଧ୍ୟ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌‌.କେ.ଷ୍ଟାଲିନ୍‌‌, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରମୁଖ ଓଡ଼ିଶାର ଉଦ୍ଧାର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।
୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ
ବାହାନଗା ରେଳ ଦୁର୍ଘଟଣାରେ ମୃତାହତଙ୍କ ସମ୍ପର୍କରେ ସୂଚନା ପ୍ରଦାନ କରିବା ବର୍ତ୍ତମାନ ସରକାରଙ୍କ ପାଇଁ ବଡ଼ ଆହ୍ୱାନ ପାଲଟିଛି। ଏଥିପାଇଁ ରାଜ୍ୟର ବିଭିନ୍ନ ଷ୍ଟେସନ୍‌‌ ପାଇଁ ହେଲ୍ପଲାଇନ୍‌‌ ନମ୍ବର ଜାରି ହୋଇଥିବା ବେଳେ ହସ୍ପିଟାଲଗୁଡ଼ିକରେ ମଧ୍ୟ ହେଲ୍ପ ଡେସ୍କ ଖୋଲିଛି। ଏମିତି କି ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ନିଜେ ରାଜ୍ୟ ସ୍ତରୀୟ କଣ୍ଟ୍ରୋଲ୍‌‌ ରୁମ୍‌‌ରେ ବସି ସ୍ଥିତି ଉପରେ ନଜର ରଖିଛନ୍ତି। ରାଜୀବ ଭବନରେ ଥିବା ଏସ୍‌‌ଆରସିଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ ରାଜ୍ୟସ୍ତରୀୟ କଣ୍ଟ୍ରୋଲ ରୁମ୍‌‌ ଖୋଲାଯାଇଛି। ଏହି କଣ୍ଟ୍ରୋଲରୁମ୍‌‌ ସାରା ରାଜ୍ୟ ସମେତ ପଡ଼ୋଶୀ ରାଜ୍ୟଗୁଡ଼ିକ ସମେତ ଯୋଗାଯୋଗରେ ରହୁଛି। ଏହାସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ହସ୍ପିଟାଲ ଓ ଦୁର୍ଘଟଣା ସ୍ଥଳରେ କିପରି ଉଦ୍ଧାର କାର୍ଯ୍ୟ ଚାଲିଛି ତାହା ମଧ୍ୟ ଏଠାରେ ତଥ୍ୟ ସଂଗ୍ରହ କରାଯାଉଛି। ଏଥିପାଇଁ ଏହି କେନ୍ଦ୍ରରେ ବରିଷ୍ଠ ଆଇଏଏସ୍‌‌ମାନଙ୍କୁ ନିୟୋଜିତ କରାଯିବା ସହିତ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ମୁଖ୍ୟ ସଚିବ ଏଠାରେ ରହି ଅଧିକାରୀଙ୍କ ସହ ଆଲୋଚନା କରିବା ସହ ମୁକାବିଲା କାମକୁ ତ୍ୱରାନ୍ୱିତ କରାଇଛନ୍ତି। ଏହି କଣ୍ଟ୍ରୋଲ୍‌‌ରୁମ୍‌‌ରେ ଉନ୍ନୟନ କମିସନର ଅନୁ ଗର୍ଗ, ପରିବହନ ଉଷା ପାଢ଼ୀ, ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ସଚିବ ସଞ୍ଜୟ ସିଂଙ୍କ ସମେତ ଆଇଟି ବିଭାଗ ପ୍ରମୁଖ ସଚିବ ମନୋଜ ମିଶ୍ରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏଠାରେ ଡେରା ପକାଇ ପୂରା ବ୍ୟବସ୍ଥାକୁ ତଦାରକ କରୁଛନ୍ତି। ଅନ୍ୟପଟେ ଘଟଣା ସ୍ଥଳରେ ଉପସ୍ଥିତ ଥିବା ଅଧିକାରୀମାନେ ନିଜର ଆବଶ୍ୟକତା ସମ୍ପର୍କରେ ତୁରନ୍ତ ଏହି ଟିମ୍‌‌କୁ ଅବଗତ କରାଇବା ପରେ ଟିମ୍‌‌ର ଆବଶ୍ୟକତା ଅନୁଯାୟୀ ମାନବ ସମ୍ବଳ ଓ ଆବଶ୍ୟକ ସାରଞ୍ଜମ ଯୋଗାଇ ଦେଉଥିବା ଜଣାପଡ଼ିଛି।
ସେବା ଓ ସୁରକ୍ଷା ଦାୟିତ୍ୱରେ ‘ଓଡ଼ିଶା ପୁଲିସ’
ଦୁର୍ଘଟଣା ପରେ ରାତିରେ ଗୁରୁତର ଯାତ୍ରୀଙ୍କ ସହ ଶବକୁ ଉଦ୍ଧାର କରିଥିଲେ। ସକାଳୁ ଭିଭିଆଇପି ଓ ଭିଆଇପି ଘନ ଘନ ଗସ୍ତ। ବାଲେଶ୍ୱରର ବାହାନଗା ଗୋଟିଏ ଦିନରେ ଦେଖିଥିଲା ସର୍ବୋଚ୍ଚ ରାଜନେତା ଓ ପ୍ରଶାସକ। ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ସମେତ ବହୁନେତାଙ୍କ ଗସ୍ତକୁ ଦେଖି ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ଓଡ଼ିଶା ପୁଲିସ ଲାଗି ଥିଲା ଆହ୍ୱାନ। ଏଣୁ ସୁରକ୍ଷା ଦାୟିତ୍ୱରେ ୩୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। କାହାକୁ ଭିଆଇପିଙ୍କ ସୁରକ୍ଷା ତ ଆଉ କିଏ ହସ୍ପିଟାଲରେ ଜଗିଥିଲେ ଶବ। ଟ୍ରାଫିକ ପରିଚାଳନା, ଗ୍ରୀନ୍‌‌ କରିଡରରେ ଆମ୍ବୁଲାନ୍ସ ଗମନାଗମନ, ଯାତ୍ରୀଙ୍କୁ ସେବା ପ୍ରଦାନ, ସୁରକ୍ଷା ଓ ଟ୍ରେନ୍‌‌କୁ ଉଦ୍ଧାରକାର୍ଯ୍ୟରେ ପୁଲିସ କର୍ମଚାରୀ ଯୋଗାଇଥିଲେ ନିରନ୍ତର ସେବା। ସେଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାହାନଗା ଗସ୍ତ ସମୟରେ ୫୦୦ ନବ ନିଯୁକ୍ତ କନଷ୍ଟେବଳଙ୍କୁ ସୁରକ୍ଷା ଲାଗି ମୁତୟନ ହୋଇଥିଲେ। ବାହାନଗାରେ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ, ଅଗ୍ନିଶମ ମହାନିର୍ଦ୍ଦେଶକ ସୁଧାଂଶୁ ଷଡଙ୍ଗୀ, ପରିବହନ କମିସନର ଅମିତାଭ ଠାକୁର, ଗୁଇନ୍ଦା ଡିଆଇଜି ଅନୁପ ସାହୁ, ରେଞ୍ଜ ଆଇଜିଙ୍କ ସମେତ ୪ଜିଲ୍ଲାର ଏସ୍‌‌ପି ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସୁରକ୍ଷା ଦାୟିତ୍ୱର ବନ୍ଦୋବସ୍ତ କରୁଛନ୍ତି। ସେହିପରି ଟ୍ରେନ୍‌‌ ଦୁର୍ଘଟଣା ପରେ ଲୋଡା ପଡ଼ିଥିଲେ ଉଦ୍ଧାରକାରୀ ଦଳ। ୫ଟି ଓଡ୍ରାଫ୍‌‌ ୟୁନିଟ୍‌‌ର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ ୧୧୭ କର୍ମଚାରୀ।। ବାଲେଶ୍ୱର ଜିଲ୍ଲାର ଓଡ୍ରାଫ୍‌‌ରେ ୧୫, ବାରିପଦା ଓଏସ୍‌‌ଏପି ୫ମ ବାଟାଲିୟନ ୩୩, ତୃତୀୟ ବାଟାଲିୟନ ଯାଜପୁରର ୨୨, କଟକ ଓଏସ୍‌‌ଏପି ୭ମ ବାଟାଲିୟନ ୨୧ ଓ ଢ଼େଙ୍କାନାଳ ଓଏସ୍‌‌ଏପି ପ୍ରଥମ ବାଟାଲିୟନ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଥିଲା। ଏଥିରେ ଏସ୍‌‌ଆଇ, କନଷ୍ଟେବଳ, ହାବିଲଦାର, ସୁବେଦାର ଓ ଗାଡ଼ି ଚାଳକମାନେ ରାତିରୁ ଯୋଗାଇଛନ୍ତି ନିରନ୍ତର ସେବା।
ଉଦ୍ଧାର ଓ ସ୍ଥାନାନ୍ତରରେ ନିୟୋଜିତ ‘ଆଗ୍ନିକ’
ରେଳ ଦୁର୍ଘଟଣା ପରେ ସର୍ବପ୍ରଥମେ ଖୋଜା ପଡ଼ିଥିଲେ‘ଆଗ୍ନିକ’ ବା ଅଗ୍ନିଶମ କର୍ମଚାରୀ। ତୁରନ୍ତ ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀଙ୍କ ସହ ବରିଷ୍ଠ ଅଧିକାରୀ କ୍ଷେତ୍ରକୁ ପଳାଇଥିଲେ। ସ୍ଥାନୀୟଲୋକଙ୍କ ସହ ଉଦ୍ଧାର କାର୍ଯ୍ୟରେ ଯୋଡି ହୋଇଥିଲେ ଆଗ୍ନିକ। ୨୪ଟି ଅଗ୍ନିଶମ ୟୁନିଟ୍‌‌ର ୨୫୦ଜଣ କର୍ମଚାରୀ ଦେବଦୂତ ସାଜି ଉଦ୍ଧାର କରିଥିଲେ। ବାଲେଶ୍ୱର, ଭଦ୍ରକ, ଓ ଯାଜପୁର ଜିଲ୍ଲାର ଅଗ୍ନିଶମ କର୍ମଚାରୀଙ୍କ ସହ ଭୁବନେଶ୍ୱରରୁ ଯାଇଥିଲେ ସ୍ୱତନ୍ତ୍ର ଟିମ୍‌‌। ଷ୍ଟ୍ରାଇକିଂ ଫୋର୍ସ, ଭୁବନେଶ୍ୱର ଟ୍ରେନିଂ ୟୁନିଟ୍‌‌, ନରାଜ ଟ୍ରେନିଂ ୟୁନିଟ୍‌‌ର ବଛା ବଛା ଆଗ୍ନିକ ଉଦ୍ଧାରକାରୀ ଦଳରେ ରହିଥିଲେ। ଭୟାନକ ଦୁର୍ଘଟଣାରେ ମରଣମୁହଁରୁ ଯାତ୍ରୀଙ୍କୁ ଉଦ୍ଧାର କରିବା ଆଗ୍ନିକଙ୍କ ଲାଗି ଥିଲା ଆହ୍ୱାନ। ଲୌହଦାନବ ପଞ୍ଝାରେ ଝୁଲୁଥିବା ଗଦା ଗଦା ଶବ ଭିତରୁ ଗୁରୁତର ଯାତ୍ରୀଙ୍କ ନୂଆ ଜୀବନ ଦେବା ଲାଗି ଆଗ୍ନିକଙ୍କ ଲାଗି ପ୍ରାଥମିକତା। ଧ୍ୱସ୍ତ ବିଧ୍ୱସ୍ତ ଟ୍ରେନ୍‌‌ ଭିତରେ ୧୩୫ଜଣ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। କାହାର ହାତ ନଥିଲା ତ ଆଉ କାହାର ଗୋଡ। ସେଭଳି ଜୀବନମରଣ ମଧ୍ୟରେ ଝୁଲୁଥିବା ୪୫୦ଜଣ ଗୁରୁତର ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା। ଟ୍ରେନ୍‌‌ର ବଗିରେ ଆଗ୍ନିକ ପଶିବା ପରେ ‘ମତେ ଆଗେ ଉଦ୍ଧାର କାର’ର ବୁକୁଫଟା ଚିତ୍କାର ସେମାନଙ୍କ ମନକୁ କରିଥିଲା ଆନ୍ଦୋଳିତ। ଲୁହାର ଚଦରକୁ ତାଡି ଯାତ୍ରୀଙ୍କୁ ଦେଇଥିଲେ ନୂଆ ଜୀବନ। ସେହିପରି ଯାତ୍ରୀଙ୍କୁ ଉଦ୍ଧାର କରିବାରେ କାମ ଦେଇଥିଲା ଅତ୍ୟାଧୁନିକ ଜ୍ଞାନକୌଶଳ ନିର୍ମିତ ମେସିନ୍‌‌। ଲୁହାର ଶିକୁଳି ବନ୍ଧା ପଡ଼ିଥିବା ଯାତ୍ରୀଙ୍କ ଉଦ୍ଧାର କରିବା ଲାଗି ଆଡଭାନ୍ସ ରିସ୍କ୍ୟୁ ଟେଣ୍ଡ୍‌‌ର, ଆଡଭାନ୍ସ ରିସ୍କ୍ୟୁ ଗିଅର, ପ୍ଲାଜମା କଟର, ଷ୍ଟେଚର, ଭିଏଚ୍‌‌ଏଫ୍‌‌ ଓ ରାତିର ଆଲୁଅ ଲାଗି ଆସ୍କା ଲାଇଟ୍‌‌ ବ୍ୟବସ୍ଥା କରିଥିଲେ ଆଗ୍ନିକ। ଅନ୍ୟପଟେ ଦୁର୍ଘଟଣାର ୫ ଘଣ୍ଟା ପରେ ଗୋଟିଏ ପରିବାରକୁ ସୁରକ୍ଷିତ ଉଦ୍ଧାର କରିବା ଥିଲା ଆଗ୍ନିକଙ୍କ ଲାଗି ସ୍ମରଣୀୟ ମୁହୂର୍ତ୍ତ।
ରାଜ୍ୟ ସରକାରଙ୍କ ତ୍ୱରିତ ପଦକ୍ଷେପ, ବଞ୍ଚିଗଲା ଶହଶହ ଜୀବନ
ସ୍ଥାନୀୟ ସମୟ ପ୍ରାୟ ୭ଟା ବେଳେ ଘଟିଥିଲା ଏହି ମର୍ମନ୍ତୁଦ ରେଳ ଦୁର୍ଘଟଣା। ମାତ୍ର ଦୁର୍ଘଟଣା ପରେ ମୃତାହତଙ୍କ ଉଦ୍ଧାର, ଚିକିତ୍ସା, ଯତ୍ନ ନିମନ୍ତେ ରାଜ୍ୟ ସରକାର ପ୍ରଦର୍ଶନ କରିଥିବା ଅଭୂତପୂର୍ବ ତତ୍ପରତା ଯୋଗୁଁ ବଞ୍ଚି ଯାଇଥିଲା ଶହଶହ ଜୀବନ। ଘଟଣା ସମ୍ପର୍କରେ ସୂଚନା ପାଇବା ସଙ୍ଗେସଙ୍ଗେ ଜିଲ୍ଲାପାଳ ଓ ଏସ୍‌‌ପି ଘଟଣାସ୍ଥଳରେ ପହଞ୍ଚିଥିଲେ। ମାତ୍ର ୧୫ ମିନିଟ୍‌‌ ମଧ୍ୟରେ ରାଜ୍ୟ ମୁଖ୍ୟ ରିଲିଫ୍‌‌ କମିଶନରଙ୍କ ନିର୍ଦ୍ଦେଶକ୍ରମେ ୫ ୟୁନିଟ୍‌‌ ଓଡ଼୍ରାଫ୍‌‌ ଟିମ୍‌‌ ଉଦ୍ଧାର କାର୍ଯ୍ୟ ନିମନ୍ତେ ଘଟଣାସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ସେହିପରି ୩୦ ମିନିଟ୍‌‌ ମଧ୍ୟରେ ଆହତ ଯାତ୍ରୀମାନଙ୍କ ଚିକିତ୍ସା ଓ ସହାୟତା ନିମନ୍ତେ ବାଲେଶ୍ୱର ଓ ଭଦ୍ରକରେ ସ୍ଥାପନ କରାଯାଇଥିଲା ଦୁଇଟି ସହାୟତା କେନ୍ଦ୍ର।
ଅଗ୍ନିଶମ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ ହୋଇଥିଲେ ୨୪ଟି ଅଗ୍ନିଶମ ଓ ଆପାତଃ ନିରାପତ୍ତା ବାହିନୀର କର୍ମଚାରୀ। ଅନ୍ଧାରରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ରାତ୍ରିକାଳିନ ଆଲୋକ ବ୍ୟବସ୍ଥା ମଧ୍ୟ କରାଗଲା।
ଦୁର୍ଘଟଣା ଘଟିବା ଖବର ପାଇବାକ୍ଷଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାତ୍ରୀମାନଙ୍କ ଉଦ୍ଧାର ଓ ଚିକିତ୍ସା ଅନୁଧ୍ୟାନ କରିବାକୁ ଘଟଣାସ୍ଥଳକୁ ଯିବା ନିମନ୍ତେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ଏସ୍‌‌ଆର୍‌‌ସି ସତ୍ୟବ୍ରତ ସାହୁଙ୍କୁ ନିର୍ଦ୍ଦେଶ ଦେଲେ। ନିଜେ ମୁଖ୍ୟମନ୍ତ୍ରୀ ଏସ୍‌‌ଆର୍‌‌ସିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଦୁର୍ଘଟଣା ସମ୍ପର୍କରେ ସମୀକ୍ଷା ଆରମ୍ଭ କଲେ। ମୁଖ୍ୟ ସଚିବ, ଉନ୍ନୟନ କମିଶନର, ୫-ଟି ସଚିବ ପ୍ରମୁଖ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଏସ୍‌‌ଆରସିଙ୍କ କାର୍ଯ୍ୟାଳୟରେ ଦୁର୍ଘଟଣାରେ ଆହତ ଯାତ୍ରୀମାନଙ୍କ ଚିକିତ୍ସା ଓ ମୃତ ଯାତ୍ରୀଙ୍କ ଉଦ୍ଧାର କାର୍ଯ୍ୟକୁ ଅନୁଧ୍ୟାନ କରି ନୂଆ ଉଦାହରଣ ସୃଷ୍ଟି କରିଛନ୍ତି।
ଉଦ୍ଧାର କାର୍ଯ୍ୟରେ ୨୦୦ ଆମ୍ବୁଲାନ୍ସ
ଦୁର୍ଘଟଣା ଘଟିବା ଖବର ମିଳିବାକ୍ଷଣି ଘଟଣାସ୍ଥଳକୁ ତୁରନ୍ତ ସ୍ଥାନୀୟ ଅଞ୍ଚଳରୁ ୧୭ଟି ଆମ୍ବୁଲାନ୍‌‌ସକୁ ପଠା ଯାଇଥିଲା। ମାତ୍ର ଦୁର୍ଘଟଣାର ବାସ୍ତବିକତା ଜଣାପଡ଼ିବା ପରେ ଆବଶ୍ୟକତା ଦୃଷ୍ଟିରୁ ଭଦ୍ରକ, ବାଲେଶ୍ୱର, ଯାଜପୁର ସହ କଟକ ଓ ଭୁବନେଶ୍ୱରୁ ପ୍ରାୟ ୨୦୦ ଆମ୍ବୁଲାନ୍ସକୁ ଘଟଣାସ୍ଥଳକୁ ପଠାଯାଇଥିଲା। ଯାହା ଫଳରେ ଉଦ୍ଧାର ଆହତଯାତ୍ରୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ଓ ସେମାନଙ୍କ ତ୍ୱରିତ ଚିକିତ୍ସା ସମ୍ଭବ ହୋଇ ପାରିଥିଲା।
ମାଗଣା ଚିକିତ୍ସା, ୧୦୦ ଡାକ୍ତରୀ ଟିମ୍‌‌
ଦୁର୍ଘଟଣାଗ୍ରସ୍ତ ଦୁଇ ଟ୍ରେନ୍‌‌ର ଆହତଯାତ୍ରୀମାନଙ୍କ ଚିକିତ୍ସା ନିମନ୍ତେ ଘଟଣାସ୍ଥଳ ସମେତ ବିଭିନ୍ନ ଡାକ୍ତରଖାନାରେ ନିୟୋଜିତ ହୋଇଛନ୍ତି ପ୍ରାୟ ୧୦୦ ଡାକ୍ତରୀ ଦଳ। ଏହି ଡାକ୍ତରୀ ଦଳରେ ଡାକ୍ତର, ପାରା ମେଡ଼ିକାଲ ଷ୍ଟାଫ୍‌‌ ମଧ୍ୟ ରହିଛନ୍ତି। ଗୁରୁତର ଆହତମାନଙ୍କୁ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତିକରାଯାଇଛି। ଦୁର୍ଘଟଣାଗ୍ରସ୍ତ ଟ୍ରେନ୍‌‌ର ସମସ୍ତ ଆହତ ଯାତ୍ରୀଙ୍କ ମାଗଣା ଚିକିତ୍ସା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ସେମାନଙ୍କୁ ଚିକିତ୍ସା ଯୋଗାଇ ଦେବାକୁ ପଦକ୍ଷେପ ଗ୍ରହଣ କରାଯାଇଛି। ସେମାନଙ୍କର ଚିକିତ୍ସା ବାବଦ ସମୟ ଦେୟ ରାଜ୍ୟ ସରକାର ବହନ କରିବେ ଏବଂ ଏଥିପାଇଁ ଆହତମାନଙ୍କୁ ଟଙ୍କାଟିଏ ମଧ୍ୟ ବ୍ୟୟ କରିବାକୁ ପଡ଼ିବ ନାହିଁ।
ପ୍ରତୀକ୍ଷାରତ ଯାତ୍ରୀଙ୍କୁ ଖାଦ୍ୟପାନୀୟ
ବାହାନଗା ଦୁର୍ଘଟଣା ପରେ ଦକ୍ଷିଣପୂର୍ବ ରେଳପଥର ପ୍ରାୟ ୩୩ଟି ଟ୍ରେନ୍‌‌ ବାତିଲ କରାଯାଇଥିଲା ଓ ୩୬ ଟ୍ରେନ୍‌‌ର ଗତିପଥ ପରିବର୍ତ୍ତନ କରାଯାଇଥିଲା। ଫଳରେ ବିଭିନ୍ନ ଷ୍ଟେସନରେ ହଜାର ହଜାର ଯାତ୍ରୀ ଅଟକି ରହିଥିଲେ। ଏହି ଯାତ୍ରୀମାନଙ୍କୁ ସରକାରଙ୍କ ପକ୍ଷରୁ ଶୁଖିଲା ଖାଦ୍ୟ, ପାନୀୟ ଯୋଗାଇବା ପାଇ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର।
ଯାତ୍ରୀଙ୍କ ପାଇଁ ମାଗଣା ବସ୍‌‌ ବ୍ୟବସ୍ଥା
ଭଦ୍ରକରୁ ବାଲେଶ୍ୱର ମଧ୍ୟମରେ ଟ୍ରେନ୍‌‌ ସେବା ବ୍ୟାହତ ହେବା କାରଣରୁ ଉଭୟ ଭୁବନେଶ୍ୱର ଏବଂ କଟକ ରେଳ ଷ୍ଟେସନରେ ସହ ସହ ଯାତ୍ରୀ ଶୁକ୍ରବାର ରାତିଠାରୁ ଅଟକି ରହିଥିଲେ। ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଘର ବାଲେଶ୍ୱର ଏବଂ ଭଦ୍ରକ ଅଞ୍ଚଳର ହୋଇଥିବା ବେଳେ ନିଜ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ସେମାନଙ୍କ ନିକଟରେ କୌଣସି ବ୍ୟବସ୍ଥା ନ ଥିଲା। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ପ୍ରଶାସନ ତୁରନ୍ତ ସକ୍ରିୟ ହୋଇ ଉଠିଥିଲା। ଫଳସ୍ୱରୂପ ଶୁକ୍ରବାର ରାତିଠାରୁ ଶନିବାର ସନ୍ଧ୍ୟା ପର୍ଯ୍ୟନ୍ତ ୭୯ରୁ ଅଧିକ ବସରେ ଶହ ଶହ ଯାତ୍ରୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ନିଜ ନିଜ ଘରକୁ ପଠାଇ ଦିଆଯାଇଛି। ଖୋର୍ଦ୍ଧା ଏବଂ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ବ୍ୟବସ୍ଥା କରାଯାଇଥିବା ବେଳେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ବିଧାୟକ ଅନନ୍ତ ନାରାୟଣ ଜେନା ଭୁବନେଶ୍ୱର ରେଳ ଷ୍ଟେସନ ନିକଟରେ ରହି ଏହାର ତଦାରଖ କରିଥିଲେ। ସରକାରଙ୍କ ଏପରି ବ୍ୟବସ୍ଥାକୁ ଉଭୟ ଯାତ୍ରୀ ଏବଂ ସାଧାରଣ ଲୋକେ ବେଶ୍‌‌ ପ୍ରଶଂସା କରିଛନ୍ତି।