Operation White Spider - The Sakala
ଭୁବନେଶ୍ୱର: ନିଶା କାରବାର ବାଦ୍‌‌ଶାହାଙ୍କୁ ଆଉ ମିଳିବନି ନିସ୍ତାର। ରାଜଧାନୀରେ ନିଶା କାରବାର କରୁଥିବା ମାଫିଆଙ୍କ ବିରୋଧରେ ଲାଗିଛି ତଡିପାର୍‌‌ ଛାଟ। ପୁଣିଥରେ ଅପରେସନ ହ୍ୱାଇଟ ସ୍ପାଇଡରକୁ ଜୋରଦାର କରିଛି କମିଶନରେଟ ପୋଲିସ । ଏଣିିକି ରାଜଧାନୀରେ ନିଶା ବିକିଲେ ୬ ମାସ ପାଇଁ ହେବେ ତଡିପାର । ନିଶା କାରବାର ଓ ନିଶା ବେପାରୀଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି ଆପଣାଇଛି କମିଶନରେଟ ପୋଲିସ ।
ପ୍ରଥମଥର ପାଇଁ ଜଣେ ନିଶା ବେପାରୀଙ୍କୁ ରାଜଧାନୀରୁ ତଡିପାର କରିଛି ପୋଲିସ । ନିଶା ମାଫିଆ ଚକ୍ରଧର ସାହୁ(୪୫)କୁ ସହରରୁ ନିର୍ବାସନ କରାଯାଇଛି। ଫଳରେ ଚକ୍ରଧରକୁ ୬ ମାସ ଭିତରେ ରାଜଧାନୀରେ ଦେଖିବାକୁ ମିଳିବନି। ତାକୁ ତଡିପାର୍‌‌ ଲାଗି ନିର୍ଦ୍ଦେଶନାମା ଜାରି ହୋଇଥିବାବେଳେ ଏହି ଆଦେଶ ୬ ମାସ ଲାଗି ଭୁବନେଶ୍ୱର ସହରାଞ୍ଚଳ ପୁଲିସରେ ବଳବତ୍ତର ରହିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ନିଶା ମାଫିଆ ଚକ୍ରଧରର ଘର ନନ୍ଦନକାନନ ଥାନା କଲ୍ୟାଣପୁରରେ। ସେ ଚନ୍ଦ୍ରଶେଖରପୁର ଥାନା ଭୋଇସାହିରେ ରହୁଥିଲା। ତାକୁ ରାଜଧାନୀରେ ଅଭ୍ୟାସଗତ ତଥା ପେସାଦାର ଅପରାଧୀ ଭାବେ ଗଣନା କରାଯାଇଛି।
ସେଭଳି ୨୦୧୯ରୁ ୨୦୨୨, ଅର୍ଥାତ୍‌‌ ଏହି ୩ବର୍ଷ ମଧ୍ୟରେ ୩ ମାମଲାରେ ଚକ୍ରଧରର ସମ୍ପୃକ୍ତି ରହିଛି। ଚକ୍ରଧର ନାମରେ ଇନ୍‌‌ଫୋସିଟି ଓ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ନିଶା କାରବାର ମାମଲା ରହିଛି। ସେହିପରି ଚକ୍ରଧର କୌଣସି କାମଧନ୍ଦା ନ କରି ନିଶା କାରବାର କରୁଥିଲା। ସେହି ଅର୍ଥରେ ସେ ମଉଜ କରିବା ସହ ନିଜ ନିଶା କାରବାର ନେଟୱାର୍କକୁ ବଢ଼଼ାଉଥିଲା। ସହରରେ ନିଶା କାରବାର ବଢ଼଼ାଇବା ସହ ଆଇନଶୃଙ୍ଖଳା ପରିସ୍ଥତି ସୃଷ୍ଟି କରିବା ପଛରେ ଚକ୍ରଧରର ହାତ ରହିଥିଲା। ତାକୁ ଗତବର୍ଷ ବ୍ରାଉନସୁଗର୍‌‌ କାରବାର ଅଭିଯୋଗରେ ଗିରଫ କରିଥିଲା ଇନ୍‌‌ଫୋସିଟି ଥାନା ପୁଲିସ। ସେ ଗିରଫ ହେବା ପରେ ଜେଲ ଯାଇଥିଲା। ଜାମିନ୍‌‌ରେ ମୁକୁଳି ପୁଣି କାରବାର କରିବା ଲାଗି ଯୋଜନା କରିଥିଲା। ସେ ନ ସୁଧୁରିବା ସହ ଆହୁରି ନିଶା ସାମ୍ରାଜ୍ୟ ଗଢ଼ିବାକୁ ରଚିଥିଲା ରଣନୀତି। ତା’ ପୂର୍ବରୁ କମିସନରେଟ୍‌‌ ପୁଲିସ ପକ୍ଷରୁ ଚକ୍ରଧରକୁ ୬ମାସ ଲାଗି ତଡିପାର୍‌‌ କରାଯାଇଛି।