Jamantara - The Sakala

ଅନୁଗୁଳ ଜିଲ୍ଲା ବନ୍ଧନ ବ୍ୟାଙ୍କର ଶାଖା ପରିଚାଳକଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ ମାମଲାରେ ସାଇବର ଠକ ଗିରଫ
ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ସାଇବର ଠକେଇରେ ସମ୍ପୃକ୍ତ ଜଣେ ସାଇବର ଠକକୁ ଜମନତାରାରୁ ଗିରଫ କରିବା ସହ ଟଙ୍କା ଜବତ କରିବାରେ ସଫଳ ହୋଇଛି। ଅନୁଗୋଳ ଜିଲ୍ଲା ବନ୍ଧନ ବ୍ୟାଙ୍କର ଶାଖା ପରିଚାଳକଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ସାଇବର ଠକେଇ ମାମଲାରେ ଓଡିଶା ପୋଲିସ ଜମନତାରାରୁ ସାଇବର ଅପରାଧୀଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଅନୁଗୋଳ ପୋଲିସ ଅପରାଧୀଙ୍କୁ ସାଙ୍ଗରେ ନେଇ ଓଡିଶାକୁ ଆସୁଛି। ଜମନତାରା ସାଇବର କ୍ରାଇମବ୍ରାଞ୍ଚ ସହାୟତାରେ ଅନୁଗୋଳ ପୋଲିସ ଜମନତାରା ସାଇବର ଠକଙ୍କ ଉପରେ ଚଢ଼ାଉ କରିଥିଲା। ଆଉ ଜଣଙ୍କୁ ଧରିବାରେ ସଫଳ ହେବା ସହ ତା ଠାରୁ ଏକ ଲକ୍ଷ ଟଙ୍କା ଜବତ କରିଥିବା ଜଣା ପଡ଼ିଛି।

ସୂଚନା ଅନୁସାରେ , ଅନୁଗୋଳ ସହରରେ ବନ୍ଧନ ବ୍ୟାଙ୍କ ବ୍ୟାଙ୍କ୍ ର ଶାଖା ପରିଚାଳକ ଭାବେ କାମ କରୁଥିବା ମାନସ ରଞ୍ଜନ ଖୁଣ୍ଟିଆ ବ୍ୟାଙ୍କ୍ ଆକାଉଣ୍ଟରେ ୧୨ ଲକ୍ଷ ଟଙ୍କା ଥିଲା। ଶନିବାର ହଠାତ୍ ତାଙ୍କୁ ଏକ ଅଜଣା ମୋବାଇଲରୁ ଫୋନ୍ କଲ୍ ଆସିଲା। ଫୋନ୍ କରିଥିବା ବ୍ୟକ୍ତି ନିଜକୁ ଏୟାରଟେଲ୍ ଅଫିସର ବୋଲି ପରିଚୟ ଦେଇ କହିଥିଲେ, ଆପଣଙ୍କ ଏୟାରଟେଲ୍ ସିମକୁ ୪-ଜିରୁ ୫-ଜିକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି କି ? ମାନସ ଚାହୁଁଥିଲେ ସେୟା। ତେଣୁ ହଁ କହିଥିଲେ। ହଁ ଶୁଣି ମାନସଙ୍କ ମୋବାଇଲ୍କୁ ଏକ ଲିଙ୍କ୍ ପଠାଇଥିଲା ଫୋନ୍ କରିଥିବା ବ୍ୟକ୍ତି। ଏଥିସହ ଏକ ମୋବାଇଲ୍ ନମ୍ବର ମଧ୍ୟ ଦେଇଥିଲା। ପଠାଯାଇଥିବା ଲିଙ୍କ୍କୁ ଦିଆଯାଇଥିବା ମୋବାଇଲ୍ ନମ୍ବରରେ ସେୟାର କରିବାକୁ କହିଥିଲା।

ମାନସ ସେୟା ହିଁ କରିଥିଲେ। ଲିଙ୍କକୁ ମୋବାଇଲ୍ ନମ୍ବରରେ ସେୟାର କରି ଦେଇଥିଲେ। ଏହା ପରଠାରୁ ତାଙ୍କ ଆକାଉଣ୍ଟରୁ ଟଙ୍କା କଟିବା ଆରମ୍ଭ ହୋଇଥିଲା। ଆଇଏମ୍ପିଏସ୍ ରେ ୩ ଥରରେ ମାନସଙ୍କ ଆକାଉଣ୍ଟରୁ ମୋଟ୍ ୪ଲକ୍ଷ ଟଙ୍କା, ଆର୍ଟିଜିଏସ୍ ରେ ୨ ଲକ୍ଷ ଓ ଏନ୍ଇଏଫ୍ଟିରେ ୧ ଲକ୍ଷ ଟଙ୍କା କଟିଥିଲା। ଠକେଇର ଶିକାର ହୋଇଥିବା ମାନସ ଅନୁଗୋଳ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ସାଇବର ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଜମନତାରାରେ ପହଞ୍ଚିଥିଲା। ଆଉ ସାଇବର ଅପରାଧୀକୁ ଧରିବାରେ ସଫଳ ହୋଇଛି।