LPSS - The Sakala

ଆର୍‌ବିଆଇ ଆରମ୍ଭ କରିବ ନୂଆ ପେମେଣ୍ଟ ସିଷ୍ଟମ: ଆର୍‌ଟିଜିଏସ୍‌, ଏନ୍‌ଇଏଫ୍‌ଟି ବଦଳରେ ଏଲ୍‌ପିଏସ୍‌ଏସ୍‌
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଖୁବଶୀଘ୍ର ଦେଶରେ ଏକ ନୂଆ ପେମେଣ୍ଟ ସିଷ୍ଟମ ଆରମ୍ଭ କରିବାକୁ ଯାଉଛି। କେନ୍ଦ୍ରୀୟ ବ୍ୟାଙ୍କ ଲାଇଟ୍ ୱେଟ୍‌ ଆଣ୍ଡ୍‌ ପୋର୍ଟେବଲ ପେମେଣ୍ଟ ସିଷ୍ଟମ (ଏଲ୍‌ପିଏସ୍‌ଏସ୍‌) ଭଳି ନୂଆ ନୂଆ ପେମେଣ୍ଟ ସିଷ୍ଟମ ଅଣାଯିବା ଉପରେ ପ୍ରସ୍ତୁତି ଚଳାଇଛି। ଏହି ସିଷ୍ଟମକୁ କିଛି ସ୍ୱତନ୍ତ୍ର କର୍ମଚାରୀ କେଉଁଠି ବି ଅପରେଟ୍‌ କରିପାରିବେ। ଏଲପିଏସ୍‌ଏସ୍‌ ପେମେଣ୍ଟ ସିଷ୍ଟମ ପ୍ରାକୃତିକ ବିପର୍ଯ୍ୟୟ ଓ ଯୁଦ୍ଧକାଳୀନ ପରିସ୍ଥିତି ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ଆହୁରିମଧ୍ୟ ଏଭଳି ବିପଦ ସମୟରେ ଏହା ଅର୍ଥ ନେଣଦେଣ କ୍ଷେତ୍ରରେ ଲୋକଙ୍କୁ ସହାୟତା ପ୍ରଦାନ କରିବ। ପାରମ୍ପରିକ ଟେକ୍ନୋଲୋଜି ତୁଳନାରେ ଏହି ନୂଆ ପେମେଣ୍ଟ ସିଷ୍ଟମ ବହୁତ ସ୍ୱତନ୍ତ୍ର ହେବ। ଯାହା ଫଳରେ ପେମେଣ୍ଟ ବା ଅର୍ଥ ନେଣଦେଣ କ୍ଷେତ୍ରରେ ବର୍ତ୍ତମାନ ବେଶ ଚାହିଦା ଥିବା ରିଅଲ ଟାଇମ୍ ଗ୍ରସ ସେଟେଲମେଣ୍ଟ (ଆର୍‌ଟିଜିଏସ୍‌), ନ୍ୟାସନାଲ ଇଲେକ୍ଟ୍ରୋନିକ ଫଣ୍ଡ ଟ୍ରାନ୍ସଫର (ଏନ୍‌ଇଏଫ୍‌ଟି) ଓ ୟୁନିଫାଏଡ୍ ପେମେଣ୍ଟସ ଇଣ୍ଟରଫେସ (ୟୁପିଆଇ) ବ୍ୟବସ୍ଥା ପୁରୁଣା ହୋଇଯିବ।

ତେଣୁ ଏହି ସବୁ ପେମେଣ୍ଟ ସିଷ୍ଟମ୍‌କୁ କିପରି ବଡ଼ ଧରଣର ପେମେଣ୍ଟ କରାଯାଇପାରିବ ସେ ନେଇ ଏଲ୍‌ପିଏସ୍‌ଏସ୍‌କୁ ବିକଶିତ କରାଯାଉଛି। ଯେ କୌଣସି ପରିସ୍ଥିତିକୁ ସାମ୍ନା କରିବା ପାଇଁ ଏଲପିଏସ୍‌ଏସ୍‌କୁ ଡିଜାଇନ କରାଯାଇଛି। ଆରବିଆଇ କହିଛି ଯେ ଆବଶ୍ୟକ ପଡ଼ିଲେ ଏହାକୁ ଆକ୍ଟିଭ କରାଯିବ। ସରକାର ଓ ବଜାର ସମ୍ବନ୍ଧିତ ନେଣଦେଣ ଓ ଅର୍ଥ ବ୍ୟବସ୍ଥାର ସ୍ଥିରତାକୁ ସୁନିଶ୍ଚିତ କରିବା କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।