World No Tobacco Day - The Sakala

ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ: ତମାଖୁ କ୍ୟାନ୍‌ସର୍‌‌ରେ ବର୍ଷକୁ ୩୫ ହଜାର ପୀଡ଼ିତ
ଭୁବନେଶ୍ୱର: ଦିନକୁ ଦିନ ଉଗ୍ରରୂପ ଧାରଣ ଧାରଣ କଲାଣି ତମାଖୁ ବିକ୍ରି ଓ ସେବନ। ତମାଖୁ ସେବନ ଶରୀର ପ୍ରତି କ୍ଷତିକାରକ ଜାଣି ମଧ୍ୟ କିଛି ଲୋକ ନିଶା ଭାବେ ସେବନ କରୁଥିବା ବେଳେ ଆଉ କେତେକ ସଚେତନତାର ଅଭାବରୁ ସେବନ କରୁଛନ୍ତି। ବ୍ୟବସାୟୀଙ୍କ ଠାରୁ ଛୋଟ ପିଲାମାନେ ତମାଖୁ ଜନିତ ନିଶାଦ୍ରବ୍ୟ ଖୁଲମଖୁଲା କିଣୁଛନ୍ତି। ଯାହାର ପରିଣାମ ସେମାନଙ୍କ ଶୈଶବକୁ ନଷ୍ଟ କରୁଛି। କ୍ରମାଗତ ତମାଖୁ ସେବନ ଦ୍ୱାରା ମଣିଷର ପ୍ରତିଟି ଅଙ୍ଗ ପ୍ରଭାବିତ ହୁଏ। ଯାହାଫଳରେ ବ୍ୟକ୍ତି ମୃତ୍ୟୁ ମୁଖରେ ପଡ଼େ। ଏ ଦୃଷ୍ଟିରୁ ଏହାକୁ ‘ନିରବ ଘାତକ’ ବୋଲି ମଧ୍ୟ କୁହାଯାଏ। ଲୋକଙ୍କୁ ତମାଖୁ ସେବନଜନିତ ସ୍ୱାସ୍ଥ୍ୟ ସମସ୍ୟା, ଏହାର ଭୟାବହତା ଏବଂ ଏଥିରୁ ଦୂରେଇ ରହିବା ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ବିଶ୍ୱବ୍ୟାପୀ ତମାଖୁ ବର୍ଜନ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ଥିମ୍‌‌ ରହିଛି ‘ପ୍ରୋଟେକ୍ଟିଂ ଚିଲ୍‌‌ଡ୍ରେନ୍‌‌ସ ଫ୍ରମ୍‌‌ ଟବାକୋ ଇଣ୍ଡଷ୍ଟ୍ରି’ ବା ତମାଖୁ ମୁକ୍ତ ଶୈଶବ ପାଇଁ ପିଲାମାନଙ୍କୁ ତମାଖୁ ଠାରୁ ଦୂରେଇବା।

୨୦୧୯-୨୧ ନ୍ୟାସନାଲ ହେଲଥ୍‌‌ ଆଣ୍ଡ ଫ୍ୟାମିଲି (ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ)ଅନୁଯାୟୀ, ୧୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ୯୮, ୮୭୧୩ ତମାଖୁ ସେବନ କରୁଥିବା ବେଳେ ୧୫ରୁ ୪୯ ବର୍ଷ ବୟସ୍କ ସଂଖ୍ୟା ରହିଛି ୯୩, ୧୪୪। ଯେଉଁଥିରେ ପୁରୁଷଙ୍କ ସଂଖ୍ୟା ୩୮ପ୍ରତିଶତ ରହିଥିବା ବେଳେ ଗ୍ରାମାଞ୍ଚଳରେ ୨୯ ପ୍ରତିଶତ ଏବଂ ସହରାଞ୍ଚଳରେ ୪୩ ପ୍ରତିଶତ ବ୍ୟକ୍ତି ତଖାମୁ ଜନିତ ନିଶାଦ୍ରବ୍ୟ ସେବନ କରିଥାନ୍ତି। ସେହିପରି ୨୦୨୨ ତଥ୍ୟ ଅନୁଯାୟୀ, ବିଶ୍ୱବ୍ୟାପୀ ୧୩ରୁ୧୫ ବର୍ଷ ବୟସରେ ଅତି କମ୍‌‌ରେ ୩୭ ନିୟୁତ ଯୁବ ଗୋଷ୍ଠୀ ବିଭିନ୍ନ ପ୍ରକାରର ତମାଖୁ ବ୍ୟବହାର କରନ୍ତି। ତେବେ ଏହାର ସଂଖ୍ୟା ଓଡ଼ିଶାରେ କିଛି ପରିମାଣରେ କମ୍‌‌ ହୋଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ଭାବେ କମ୍‌‌ ହୋଇନାହିଁ। ତମାଖୁ ସେବନ ଦ୍ୱାରା ମୁଖ୍ୟତଃ ଫୁସ୍‌‌ଫୁସ୍‌‌, ମୁଖଗହ୍ୱର, ଜିହ୍ୱା କର୍କଟ ରୋଗ ଦେଖାଦେଇଥାଏ। ମହିଳାମାନେ ତମାଖୁ ସେବନ କରିବା ଦ୍ୱାରା ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ଓ ଜୀବନ ଉପରେ ଏହା ପ୍ରଭାବ ପକାଇଥାଏ। ଗର୍ଭପାତ, ସମୟ ପୂର୍ବରୁ ଜନ୍ମ ଓ ମୃତ ଛୁଆ ଜନ୍ମ ହେବାର ଆଶଙ୍କା ରହିଛି।

ତମାଖୁ ଦୁଇ ପ୍ରକାର ବ୍ୟବହାର ହୋଇଥାଏ।। ସିଗାରେଟ୍‌‌ ଓ ବିଡ଼ି ଏକ ପ୍ରକାର ହୋଇଥିବାବେଳେ ଗୁଟ୍‌‌ଖା, ଜର୍ଦ୍ଦା, ଗୁଣ୍ଡିକୁ ଚୋବାଇ ଲୋକମାନେ ବ୍ୟବହାର କରିଥାନ୍ତି। ରାଜ୍ୟରେ ତମାଖୁ ସେବନ କରୁଥିବା ମୋଟ୍‌‌ ସଂଖ୍ୟା ମଧ୍ୟରେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ସଂଖ୍ୟା ଅଧିକ ରହିଛି। ତେବେ ତମାଖୁ ଶିଳ୍ପ ସୋସିଆଲ ମିଡିଆ ଏବଂ ଷ୍ଟ୍ରିମିଂ ପ୍ଲାଟଫର୍ମ ମାଧ୍ୟମରେ ସେମାନଙ୍କୁ ପହଞ୍ଚାଇଥାଏ। ଇଲେକ୍ଟ୍ରୋନିକ୍‌‌ ସିଗାରେଟ୍‌‌ ଏବଂ ନିକୋଟିନ୍‌‌ ପାଉଚ୍‌‌ ଭଳି ଦ୍ରବ୍ୟ ଯୁବକମାନଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରୁଛି। ଯୁବ ଗୋଷ୍ଠୀଙ୍କୁ ତମାଖୁ ସେବନ ପାଇଁ ପ୍ରବର୍ତ୍ତାଇବା ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି। ଏହାର ଉତ୍ପାଦଗୁଡିକ ଉପଲବ୍ଧ ଏବଂ ସୁଲଭ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଯୁବଗୋଷ୍ଠୀଙ୍କୁ ନିୟୋଜିତ କରାଯାଉଛି। ବିଶେଷ କରି ଛୋଟ ପିଲାମାନଙ୍କୁ ଏଥିରେ ନିୟୋଜିତ କରାଯାଉଥିବାରୁ ସେମାନଙ୍କ ଭବିଷ୍ୟତ ମଧ୍ୟ ତମାଖୁ ଭଳି ଅନ୍ଧାର ଦୁନିଆକୁ ଚାଲିଯାଉଛି।

ତମାଖୁ ସେବନ ଯୋଗୁଁ ମୃତ୍ୟୁହାରର ଅହେତୁକ ବୃଥି ହେତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଦିବସ ପାଳନ ପାଇଁ ଘୋଷଣା କରିଥିଲା। ଏନେଇ ଏମ୍‌‌ସ୍‌‌ ଡାକ୍ତରଖାନାର ଅଧୀକ୍ଷକ ଡ. ଦିଲ୍ଲୀପ ପରିଡ଼ା କହିଛନ୍ତି ଯେ, ଏମ୍‌‌ସକୁ ପ୍ରତିଦିନ ଆସୁଥିବା ଓପିଡି ସଂଖ୍ୟାର ୩୦ ପ୍ରତିଶତ କର୍କଟ ରୋଗୀ ଆସିଥାନ୍ତି। ସେମାନଙ୍କ ମଧ୍ୟରେ କେବଳ ତମାଖୁ ଜିତ କର୍କଟ ରୋଗୀଙ୍କ ପରିମାଣ ୨୫ ପ୍ରତିଶତ। ତେବେ ପ୍ରତିବର୍ଷ ଓଡ଼ିଶାରେ ପ୍ରାୟ ଦେଢ଼ ଲକ୍ଷ ଲୋକେ ବିଭିନ୍ନ କର୍କଟ ରୋଗର ଶିକାର ହେଉଛନ୍ତି। ସେମାନଙ୍କ ମଧ୍ୟରେ ୩୦ରୁ ୩୫ ହଜାର ବ୍ୟକ୍ତି ତମାଖୁ ଜନିତ କ୍ୟାନସରରେ ପୀଡ଼ିତ ଥିବା ଜଣାପଡ଼ିଛି। ଯେଉଁମାନଙ୍କ ମଧ୍ୟରୁ ୬୦ରୁ ୭୦ ପ୍ରତିଶତ ବ୍ୟକ୍ତି ବୃତ୍ୟୁକରଣ କରୁଛନ୍ତି। ଏହା ଏକ ପ୍ରିଭେନଟିଭ୍‌‌ ଡିଜିଜ୍‌‌। ପ୍ରଥମରୁ ଏହାର ଲକ୍ଷଣକୁ ଚିହ୍ନଟ କରି ସତର୍କତା ଅବଲମ୍ବନ ରୋଗୀ ସୁସ୍ଥ ହୋଇପାରିବ। ତେଣୁ ଏଥିପାଇଁ ବେଳ ଥାଉ ଥାଉ ସଚେତନ ହେବା ନିହାତୀ ଜରୁରୀ। ତେବେ ଏହି ରୋଗୀଙ୍କ ସଂଖ୍ୟା ୪୦ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କ ଠାରେ ଅଧିକ ଦେଖିବାକୁ ମିଳେ ବୋଲି ଡ. ପରିଡ଼ା କହିଛନ୍ତି।

ବିଶ୍ବ ତମାଖୁ ବର୍ଜନ ଦିବସ
ପ୍ରତିବର୍ଷ ମେ ୩୧ ତାରିଖକୁ ‘ବିଶ୍ବ ତମାଖୁ ବର୍ଜନ ଦିବସ’ ବା ‘ୱାର୍ଲଡ୍‌ ନୋ ଟବାକୋ ଡେ’ ଭାବେ ପାଳନ କରାଯାଏ। ଲୋକଙ୍କୁ ତମାଖୁ ସେବନ ଜନିତ ସ୍ବାସ୍ଥ୍ୟ ସମସ୍ୟା, ଏହାର ଭୟାବହତା ଏବଂ ଏଥିରୁ ଦୂରେଇ ରହିବା ପାଇଁ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସର ମୂଳ ଉଦ୍ଦେଶ୍ୟ। ତମାଖୁ ସେବନ ଶରୀର ପ୍ରତି କ୍ଷତିକାରକ ଥିଲେ ମଧ୍ୟ କିଛି ଲୋକ ଜାଣିଶୁଣି ଏହାକୁ ସେବନ କରୁଛନ୍ତି, ଆଉ କିଛି ଲୋକ ସଚେତନତାର ଅଭାବ ଯୋଗୁଁ ତମାଖୁର ଖରାପ ପ୍ରଭାବ ବିଷୟରେ ଜାଣି ନ ପାରି ସେବନ କରୁଛନ୍ତି । ଫଳରେ ସାରା ବିଶ୍ବରେ ଫୁସ୍‌ଫୁସ୍‌ କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ିବାର ଲାଗିଛି । ତେବେ ଏଥିରୁ ମନୁଷ୍ୟ ଜାତିକୁ ରକ୍ଷା କରିବା ପାଇଁ ପ୍ରତି ବର୍ଷ ବିଶ୍ବ ବ୍ୟାପୀ ତମାଖୁ ବର୍ଜନ ଦିବସ ପାଳନ କରାଯାଉଛି।

ତମାଖୁ ଦୁଇ ପ୍ରକାର ବ୍ୟବହାର ହୋଇଥାଏ। ସିଗାରେଟ୍ ଓ ବିଡ଼ି ଗୋଟିଏ ପ୍ରକାର ହୋଇଥିବାବେଳେ ଗୁଟ୍‌ଖା, ଜର୍ଦ୍ଦା, ଗୁଣ୍ଡିକୁ ଚୋବାଇ ଲୋକମାନେ ବ୍ୟବହାର କରିଥାନ୍ତି। ତମାଖୁରେ ୭ ହଜାରରୁ ଅଧିକ ବିଷାକ୍ତ ପଦାର୍ଥ ରହିଥାଏ। ତହିଁରୁ ୬୦ଟି ପଦାର୍ଥ କର୍କଟ ରୋଗ ସୃଷ୍ଟି କରିଥାଏ। ତମାଖୁ ସେବନ ଦ୍ବାରା ମୁଖ୍ୟତଃ ଫୁସ୍‌ଫୁସ୍‌, ମୁଖଗହ୍ବର, ଜିହ୍ବା କର୍କଟ ରୋଗ ଦେଖାଦେଇଥାଏ। ମହିଳାମାନେ ତମାଖୁ ସେବନ କରିବା ଦ୍ବାରା ଗର୍ଭସ୍ଥ ଶିଶୁର ସ୍ବାସ୍ଥ୍ୟ ଓ ଜୀବନ ଉପରେ ମଧ୍ୟ ଏହା ପ୍ରଭାବ ପକାଇଥାଏ। ଗର୍ଭପାତ, ସମୟ ପୂର୍ବରୁ ଜନ୍ମ ଓ ମୃତ ଛୁଆ ମଧ୍ୟ ଜନ୍ମ ହେବାର ଆଶଙ୍କା ରହିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ୧୯୮୭ରେ ପ୍ରଥମ ଥର ପାଇଁ ବିଶ୍ବ ତମାଖୁ ଦିବସ ପାଳନ କରାଯାଇଥିଲା।

ତମାଖୁ ସେବନ ଯୋଗୁଁ ମୃତ୍ୟୁହାରର ଅହେତୁକ ବୃଥି ହେତୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହି ଦିବସ ପାଳନ ପାଇଁ ଘୋଷଣା କରିଥିଲା। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ, ପ୍ରତିବର୍ଷ ତମାଖୁ ସେବନ ଦ୍ବାରା ୭୦ ଲକ୍ଷ ଲୋକ କର୍କଟ ତଥା ମୁଖଗହ୍ବର କର୍କଟରେ ପୀଡ଼ିତ ହୋଇଥାନ୍ତି। ଅନ୍ୟପଟେ କ୍ରମାଗତ ତମାଖୁ ସେବନ ଦ୍ବାରା ମଣିଷର ପ୍ରତିଟି ଅଙ୍ଗ ପ୍ରଭାବିତ ହୁଏ। ଯାହାଫଳରେ ବ୍ୟକ୍ତି ମୃତ୍ୟୁମୁଖରେ ପଡ଼େ। ଏ ଦୃଷ୍ଟିରୁ ଏହାକୁ  ‘ନିରବ ଘାତକ’ ବୋଲି ମଧ୍ୟ କୁହାଯାଏ। ଏହି ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଏ। ଚଳିତବର୍ଷ ଏହି ଦିବସର ବିଷୟବସ୍ତୁ ହେଉଛି ‘ଆମକୁ ଖାଦ୍ୟର ଆବଶ୍ୟକତା ଅଛି, ତମାଖୁ ନୁହେଁ’।