Ambati Rayudu - The Sakala

ଆଇପିଏଲ୍ ଇତିହାସର ସର୍ବଶ୍ରେଷ୍ଠ ଖେଳାଳି ହେଉଛନ୍ତି ସୁନୀଲ ନାରିନ: ପ୍ରଶଂସାରେ ଶତମୁଖ ପୂର୍ବତନ ଭାରତୀୟ ବ୍ୟାଟର ଅମ୍ବାତି ରାୟୁଡୁ
ପୂର୍ବତନ ଭାରତୀୟ କ୍ରିକେଟର ତଥା ବ୍ୟାଟର ଅମ୍ବାତି ରାୟୁଡୁ ୱେଷ୍ଟଇଣ୍ଡିଜ୍ ସୁପରଷ୍ଟାର ତଥା କୋଲକାତା ନାଇଟ୍ ରାଇଡର୍ସ (KKR) ର ଷ୍ଟାର ଅଲରାଉଣ୍ଡର ସୁନୀଲ ନାରିନଙ୍କୁ ଆଇପିଏଲ୍ ଇତିହାସର ସର୍ବଶ୍ରେଷ୍ଠ ଖେଳାଳି ଭାବରେ ଅଭିହିତ କରିଛନ୍ତି। ଶନିବାର ରାତିରେ ଖେଳାଯାଇଥିବା ନିଜର ୨୦୦ତମ ଆଇପିଏଲ୍ ମ୍ୟାଚରେ ନାରିନଙ୍କ ଉଲ୍ଲେଖନୀୟ 'ମ୍ୟାନ୍ ଅଫ୍ ଦି ମ୍ୟାଚ୍' ପ୍ରଦର୍ଶନ ପରେ ରାୟୁଡୁ ଏହି ବୟାନ ଦେଇଛନ୍ତି, ଯାହା ଏବେ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଏକ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି।

କେକେଆର୍ ସଫଳତାର ମୁଖ୍ୟ ବିନ୍ଧାଣି

୨୦୧୨ ମସିହାରେ କେକେଆର୍ ପାଇଁ ଡେବ୍ୟୁ କରିଥିବା ନାରିନ ପ୍ରଥମ ସିଜିନରେ ହିଁ ଦଳକୁ ଚାମ୍ପିୟନ୍ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେହି ସିଜିନରେ ସେ ମାତ୍ର ୫.୪୭ ଇକୋନୋମିରେ ବୋଲିଂ କରି ୧୫ଟି ମ୍ୟାଚରୁ ୨୪ଟି ୱିକେଟ୍ ଅକ୍ତିଆର କରି ଇତିହାସ ରଚିଥିଲେ। ଏହାପରେ ୨୦୧୪ ମସିହାରେ ମଧ୍ୟ ନାରିନ ନିଜର କମାଲ ଦେଖାଇ ୧୬ଟି ମ୍ୟାଚରେ ୬.୩୫ ଇକୋନୋମିରେ ୨୧ଟି ୱିକେଟ୍ ନେଇ କେକେଆରକୁ ଦ୍ଵିତୀୟ ଥର ଟ୍ରଫି ଜିତାଇବାରେ ସାହାଯ୍ୟ କରିଥିଲେ।

ଅଲରାଉଣ୍ଡର ଭାବେ ଅସାଧାରଣ ପ୍ରଦର୍ଶନ

ଦୁଇ ବର୍ଷ ତଳେ ଅର୍ଥାତ କେକେଆରର ତୃତୀୟ ଆଇପିଏଲ୍ ଟାଇଟଲ୍ ବିଜୟ ସମୟରେ, ସୁନୀଲ ନାରିନ ପୁଣିଥରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ। ସେହି ସିଜିନରେ ସେ ୧୫ଟି ମ୍ୟାଚ୍ ଖେଳି ୬.୬୯ ଇକୋନୋମି ସହ ୧୭ଟି ୱିକେଟ୍ ନେବା ବ୍ୟତୀତ ବ୍ୟାଟିଂରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ। ୧୮୦.୭୪ ଷ୍ଟ୍ରାଇକ୍ ରେଟରେ ବ୍ୟାଟିଂ କରି ସେ ମୋଟ ୪୮୮ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ଗୋଟିଏ ଶତକ ଏବଂ ୩ଟି ଅର୍ଦ୍ଧଶତକ ସାମିଲ ଥିଲା।

ରାୟୁଡୁଙ୍କ ପ୍ରଶଂସା

ଭାରତ ପାଇଁ ୫୦ରୁ ଅଧିକ ଦିନିକିଆ ଏବଂ ୬ଟି ଟି-୨୦ ମ୍ୟାଚ୍ ଖେଳିଥିବା ଅମ୍ବାତି ରାୟୁଡୁ, ନାରିନଙ୍କ ଏହିସବୁ ରେକର୍ଡ ଏବଂ କ୍ରମାଗତ ସଫଳତାକୁ ଦେଖି ତାଙ୍କୁ ଆଇପିଏଲର ସର୍ବଶ୍ରେଷ୍ଠ ଖେଳାଳି ବୋଲି ମାନିଛନ୍ତି। ସୂଚନାଯୋଗ୍ୟ ଯେ, ନାରିନ ୨୦୧୯ରେ ନିଜର ଶେଷ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ବେଳେ ୨୦୨୩ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ତଥାପି ଆଇପିଏଲ୍ ଭଳି ଟୁର୍ଣ୍ଣାମେଣ୍ଟରେ ତାଙ୍କର ଦବଦବା ଏବେ ବି କାୟମ ରହିଛି।

ୱାଇଏସ୍‌ଆର୍‌ କଂଗ୍ରେସ ଦଳରେ ଯୋଗ ଦେଲେ ପୂର୍ବତନ ଭାରତୀୟ କ୍ରିକେଟର ଅମ୍ବାତି ରାୟୁଡୁ
ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ଅମ୍ବାତି ରାୟୁଡୁ ରାଜନୀତିକ କ୍ୟାରିୟର ଆରମ୍ଭ କରିଛନ୍ତି। ସେ ଆନ୍ଧ୍ରପ୍ରଦେଶ ରାଜନୀତିରେ ପ୍ରବେଶ କରିଛନ୍ତି। ୩୭ ବର୍ଷୀୟ ଅମ୍ବାତି ରାୟୁଡୁ ଜଗନ୍ ମୋହନ ରେଡ୍ଡୀଙ୍କ ପାର୍ଟିରେ ଯୋଗ ଦେଇଛନ୍ତି। ସେ ୱାଇଏସ୍‌ଆର କଂଗ୍ରେସରେ ଦଳର ସଭାପତି ଜଗନ୍ ମୋହନ ରେଡ୍ଡୀଙ୍କ ଉପସ୍ଥିତିରେ ଏହି ଦଳରେ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ ଯେ, ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ମେ ୨୯ ରେ ରାୟୁଡୁ ତାଙ୍କର ଶେଷ କ୍ରିକେଟ୍ ମ୍ୟାଚ୍ ଖେଳିଥିଲେ। ଅମ୍ବାତି ରାୟୁଡୁ ଭାରତ ପାଇଁ ୫୫ଟି ଦିନିକିଆ ମ୍ୟାଚ୍ ଖେଳିଥିଲେ। ଏହି ଅବଧି ମଧ୍ୟରେ ସେ ୧୬୯୪ ରନ୍ ସ୍କୋର କରିଥିଲେ। ରାୟୁଡୁ ଦିନିକିଆରେ ୩ ଶତକ ସହ ​​୧୦ଟି ଅର୍ଦ୍ଧଶତକ ହାସଲ କରିଥିଲେ ।

ଅମ୍ବାତି ରାଇଡୁଙ୍କ ବଡ ଘୋଷଣା : ଆଜିର ଫାଇନାଲ ଆଇପିଏଲ କ୍ୟାରିୟରର ଶେଷ ମ୍ୟାଚ୍‌
ଅହମ୍ମଦାବାଦ: ଆଉ ମାତ୍ର କିଛି ସମୟ ପରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆରମ୍ଭ ହେବ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ୍‌‌ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟନ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌‌ (ଆଇପିଏଲ୍‌‌) ଫାଇନାଲ ମ୍ୟାଚ। ବର୍ଷା ଯୋଗୁଁ ମ୍ୟାଚରେ କିଛି ସମୟ ବିଳମ୍ବ ହେଉଛି। ତେବେ ଆଜି ମ୍ୟାଚ ପୂର୍ବରୁ ଚେନ୍ନାଇର ବରିଷ୍ଠ ଖେଳାଳୀ ଅମ୍ବାତି ରାଇଡୁ ବଡ ଘୋଷଣା କରିଛନ୍ତି । ସେ ଆଇପିଏଲରୁ ସନ୍ୟାସ ନେଇ ଘୋଷଣା କରିଛନ୍ତି । ଏହା ତାଙ୍କର ଶେଷ ଆଇପିଏଲ ମ୍ୟାଚ ।

ରାୟୁଡୁ ଆଜି ଟ୍ୱିଟ କରି କହିଛନ୍ତି ଯେ “ ଦୁଇ ବଡ଼ ଟିମ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ପାଇଁ ୨୦୪ ମ୍ୟାଚ୍‌, ୧୪ଟି ସିଜିନ, ୧୧ ପ୍ଲେଅଫ, ୮ ଫାଇନାଲ ଓ ୫ ଟ୍ରଫି ଜିତିଛି। ଆଶା ଆଜି ରାତିରେ ଏହି ସଂଖ୍ୟା ୬ରେ ପହଞ୍ଚିବ। ଏହା ଏକ ଭଲ ଯାତ୍ରା ଥିଲା। ମୁଁ ନିଷ୍ପତ୍ତି ନେଇଛି ଯେ ଆଜି ରାତିର ଫାଇନାଲ ମୋ ଆଇପିଏଲ କ୍ୟାରିୟରର ଶେଷ ମ୍ୟାଚ୍‌ ହେବ। ଏହି ମହାନ ଟୁର୍ଣ୍ଣାମେଣ୍ଟରେ ଖେଳି ମୁଁ ବେଶ ଆନନ୍ଦ ପାଇଛି। ଧନ୍ୟବାଦ। ଆଉ ୟୁ-ଟର୍ଣ୍ଣ ନେବିନି।”

ୟୁ-ଟର୍ଣ୍ଣ କଥା ସେ ଏଥିପାଇଁ ଟ୍ୱିଟରେ ଯୋଡ଼ିଛନ୍ତି କାରଣ ଗତ ବର୍ଷ ଯେବେ ସେ ଏବଂ ତାଙ୍କ ଦଳ ଖରାପ ପ୍ରଦର୍ଶନ କରିଥିଲା ଏବଂ ତାଙ୍କୁ ଦଳରୁ ଡ୍ରପ୍ କରାଯାଇଥିଲା ତେବେ ସେ ଏକ ଟ୍ୱିଟ୍ କରି ରିଟାୟରମେଣ୍ଟ କଥା କହିଥିଲେ । ଅବଶ୍ୟ ପରେ ସେ ଏହି ଟ୍ୱିଟ୍ ଡିଲିଟ କରିଦେଇଥିଲେ କିନ୍ତୁ ଚଳିତଥର ସେ ସ୍ପଷ୍ଟ କରିଛନ୍ତି ଯେ ଆଇପିଏଲ ୨୦୨୩ ଫାଇନାଲ୍ ତାଙ୍କର ଶେଷ ମ୍ୟାଚ୍ ହେବ । ପ୍ରକାଶଥାଉକି, ଅନ୍ତର୍ଜାତୀୟ କ୍ରିକେଟରୁ ସେ ୨୦୧୯ରେ ହିଁ ସନ୍ନ୍ୟାସ ନେଇଥିଲେ, ଯେବେ ତାଙ୍କୁ ବିଶ୍ୱକପ୍ ଦଳରେ ସ୍ଥାନ ମିଳିନଥିଲା । ତାଙ୍କର ଆଇପିଏଲ୍ କ୍ୟାରିଅର କଥା ଦେଖିବାକୁ ଗଲେ ସେ ଏପର୍ଯ୍ୟନ୍ତ ସୁଦ୍ଧା ୨୦୩ଟି ମ୍ୟାଚ୍ ଖେଲିଛନ୍ତି । ସେଥିମଧ୍ୟରୁ ୩୩ ଅପରାଜିତ ଇନିଂସ ରହିଛି । ସେ ଆଇପିଏଲ୍ କ୍ୟାରିଅରରେ ୪୩୨୯ ରନ୍ କରିଛନ୍ତି, ଏଥିରେ ଏକ ଶତକ ମଧ୍ୟ ସାମିଲ ଅଛି ।

ରାଇଡୁ ଖେଳୁଥିବା ଦଳ ୫ଥର ଆଇପିଏଲ ଟ୍ରଫି ଜିତିଛି

ଅମ୍ବାତି ରାଇଡୁ ୫ଥର ଆଇପିଏଲ ବିଜେତା ଦଳର ସଦସ୍ୟ ରହିଛନ୍ତି। ରାୟୁଡୁଙ୍କୁ ୨୦୧୩ରେ ପ୍ରଥମଥର ଏହି ସୁଯୋଗ ମିଳିଥିଲା। ଏହି ସମୟରେ ସେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ରେ ଖେଳୁଥିଲେ।  ଏହା ମୁମ୍ବାଇର ମଧ୍ୟ ପ୍ରଥମ ଟ୍ରଫି ଥିଲା। ରାୟୁଡୁ ଏହି ସିଜିନର ସବୁ ମ୍ୟାଚ୍‌ ଖେଳିଥିଲେ। ୨୦୧୫ ଓ ୨୦୧୭ରେ ମଧ୍ୟ ରାୟୁଡୁ ମୁମ୍ବାଇରେ ଥିବା ବେଳେ ଦଳ ଆଇପିଏଲ ଚାମ୍ପିୟନ ହୋଇଥିଲା। ଏହାପରେ ଯେତେବେଳେ ଚେନ୍ନାଇ ସୁପର ୨୦୧୮ ଏବଂ ୨୦୨୧ରେ ଟାଇଟଲ ଜିତିଲା ସେହି ସମୟରେ ଅମ୍ବାତି ରାଇଡୁ ଚେନ୍ନାଇ ଟିମ୍‌ରେ ଖେଳୁଥିଲେ।